ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ଯକ୍ଷତାରେ ଜିଏସଟି ପରିଷଦ ବୈଠକ। ବ୍ଯବସାୟୀମାନଙ୍କୁ ଜିଏସଟି କ୍ଷେତ୍ରରେ ରିହାତି ଦେବା ଲାଗି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଜିଏସଟି ରିଟର୍ଣ୍ଣ ଫାଇଲିଂରେ ପରିବର୍ତ୍ତନ କିମ୍ବା ଯୋଗ ଲାଗି ଆସିଥିବା ପ୍ରସ୍ତାବ ସମ୍ପର୍କରେ ବି ବିଚାର କରାଯାଇଛି। ବୈଠକରେ ବିଭିନ୍ନ ରାଜ୍ଯର ଅର୍ଥମନ୍ତ୍ରୀ ଯୋଗଦେଇଥିଲେ। ପ୍ରଥମ ଥର ଲାଗି ଜିଏସଟି ରେଜିଷ୍ଟ୍ରେସନ ଲାଗି ଆଧାର ବାୟୋମେଟ୍ରିକ ଅଥେନଟିକେସନ ବ୍ଯବସ୍ଥା ଲାଗୁ ହେବା ଲାଗି ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି। ଏହା ସହ ଦେଶରେ ଅନଲାଇନ ଗେମିଂ ଶିଳ୍ପ ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ବା ସିଜିଏସଟି ଆଇନ, ୨୦୧୭କୁ ସଂଶୋଧନ ଲାଗି ପ୍ରସ୍ତାବ ଅଣାଯିବା ସମ୍ଭାବନା ରହିଛି। ଯଦି ଏହି ପ୍ରସ୍ତାବ ଗୃହୀତ ହୁଏ ତେବେ ଇ-ଗେମିଂ, କାସିନୋ, ହର୍ଷ ରେସିଂ ଆଦି କ୍ଷେତ୍ରରେ ୨୮ ପ୍ରତିଶତ ଜିଏସଟି ଆଦାୟ କରାଯାଇ ନପାରେ। ସେହିପରି ଭାରତର ପ୍ରତିଯୋଗିତା କମିଶନ ବା ସିସିଆଇକୁ ଅଧିକ ଶକ୍ତିଶାଳୀ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇପାରେ। ଜିଏସଟି ଆପେଲେଟ ଟ୍ରିବ୍ଯୁନାଲ ବା ଜିଏସଟିଏଟି, ହାଇକୋର୍ଟ, ସୁପ୍ରିମକୋର୍ଟ ଦ୍ବାରା ଗ୍ରହଣ କରାଯାଉଥିବା ମାମଲାଗୁଡିକରେ ଆର୍ଥିକ ସୀମା ନିର୍ଦ୍ଧାରଣ କରିବା ଲାଗି ମଧ୍ଯ ପରିଷଦରେ ଆଲୋଚନା କରାଯିବ। ଜିଏସଟିଏଟି ଲାଗି ସର୍ବାଧିକ ମନିଟାରୀ ଲିମିଟ ୨୦ ଲକ୍ଷ, ହାଇକୋର୍ଟଗୁଡିକ ଲାଗି ସର୍ବାଧିକ ୧ କୋଟି ଓ ସୁପ୍ରିମକୋର୍ଟ ଲାଗି ସର୍ବାଧିକ ୨ କୋଟି ଟଙ୍କାର ସୀମା ନିର୍ଦ୍ଧାରଣ ଲାଗି ଲ କମିଟି ଯେଉଁ ପ୍ରସ୍ତାବ ଦେଇଥିଲା ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ।
ପ୍ରଶ୍ନପତ୍ର ଲିକ୍ କଲେ ଆଉ ମିଳିବନି ତ୍ରାହି
ନନ୍ଦିଘୋଷ ବ୍ୟୁରୋ: ପ୍ରଶ୍ନପତ୍ର ଲିକ୍ କଲେ ଆଉ ମିଳିବନି ତ୍ରାହି। ଏଥର ପ୍ରଶ୍ନପତ୍ର ଲିକ୍ କଲେ ହେବ ୧୦ ବର୍ଷ ଯାଏ ଜେଲ ଦଣ୍ଡାଦେଶ। କେବଳ ସେତିକି ନୁହେଁ ୧୦ ଲକ୍ଷରୁ ୧ କୋଟି ଯାଏ ଜରିମାନା ମଧ୍ୟ ଦେବାକୁ ପଡିବ। ଦେଶରେ ଲାଗୁ ହୋଇଛି ଆଣ୍ଟି ପେପର୍ ଲିକ୍ ଆଇନ୍। ପ୍ରଶ୍ନ ପତ୍ର ଲିକ୍ ସମ୍ବନ୍ଧରେ ଚଳିତ ବର୍ଷ ଫେବ୍ରୁଆରୀରେ ପାରିତ ହୋଇଥିବା ଆଇନ ଆଜି ଠାରୁ ଲାଗୁ ହୋଇଛି। ସରକାର ଏହି ଆଇନର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଇନ୍ର ନାଁ ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ ଅର୍ଥାତ୍ ପବ୍ଲିକ୍ ଏଗଜାମିନେସନ୍ ଆଇନ୍ ୨୦୨୪ ନାମରେ ନାମିତ କରାଯାଇଛି। ଫେବୃଆରୀ ୨୦୨୪ରେ ସଂସଦ ଦ୍ୱାରା ଏହି ଆଇନ ପାରିତ ହୋଇଥିଲା। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ତିନି ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ଏବଂ ପେପର୍ ଲିକରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୧୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। UPSC, SSC, ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ପରିଚାଳିତ ସମସ୍ତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଏହି ଆଇନରେ ଅନ୍ତର୍ଭୁକ୍ତ ହେବ। ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ରେ କୁହାଯାଇଛି ଯେ, ପ୍ରଶ୍ନପତ୍ର ଲିକ୍ କିମ୍ବା ଉତ୍ତର କପି ଲିକ୍’, କୌଣସି ସାର୍ବଜନୀନ ପରୀକ୍ଷାରେ ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସହାୟତା କରିବା, ଏବଂ କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନ ଦ୍ୱାରା କମ୍ପ୍ୟୁଟର ନେଟୱାର୍କ କିମ୍ବା କମ୍ପ୍ୟୁଟର ସିଷ୍ଟମ ସହିତ ଟାମ୍ପରିଂ କରିବା ଅପରାଧ। NET ଓ NEET ପରୀକ୍ଷାରେ ହେରଫେର ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ପୂରା ଦେଶରେ ଜୋରଦାର ବିରୋଧ ଜାରି ରହିଛି। ଏଭଳି ପରିସ୍ଥିତିରେ CSIR-UGC-NET ପରୀକ୍ଷାକୁ ସ୍ଥଗିତ ରଖିଛି ଏନଟିଏ । ଏହି ପରୀକ୍ଷା ଆସନ୍ତା ୨୫ରୁ ୨୭ ତାରିଖ ମଧ୍ୟରେ ହେବାର ଥିଲା। ତେବେ କିଛି ଅନିବାର୍ଯ୍ୟ କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ଏନଟିଏ କହିଛି ।
ରିଲିଜ ହେଲା ‘ହମାରେ ବାରହ’, ନିଜ ବିଷୟବସ୍ତୁ ପାଇଁ ଚର୍ଚ୍ଚାରେ ପିଲ୍ମ
ମୁମ୍ୱାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି କିଛି ଚଳଚ୍ଚିତ୍ର ରହିଛି ଯାହା ନିଜର କଣ୍ଟ୍ରୋଭର୍ସିଆଲ ବିଷୟବସ୍ତୁ ପାଇଁ ଚର୍ଚ୍ଚାରେ ରହିଥାଏ। ସମୟ ସମୟରେ ଫିଲ୍ମର କଣ୍ଟେଣ୍ଟ ପାଇଁ ନିର୍ଦ୍ଦେଶକ, ପ୍ରଯୋଜକ ଓ ଫିଲ୍ମ ମେକର୍ସଙ୍କୁ କୋର୍ଟ ଦ୍ବାରସ୍ଥ ମଧ୍ୟ ହେବାକୁ ପଡିଥାଏ । ଠିକ ସେମିତି ବର୍ତ୍ତମାନ ଏକ ଫିଲ୍ମ ବିବାଦ ଘେରରେ ରହିଛି ଫିଲ୍ମଟି ହେଉଛି ‘ହମାରେ ବାରହ’ । ବିଗତ କିଛି ଦିନରୁ ଏହି ଫିଲ୍ମଟି ନିଜ ବିଷୟବସ୍ତୁ ପାଇଁ ଚର୍ଚ୍ଚାରେ ରହିଛି ଏବଂ ଏହାର ମାମଲା କୋର୍ଟ ଯାଇ ପହଞ୍ଚିଛି । ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରାଯାଇଥିବା ବେଳେ ଏହି ପ୍ରସଙ୍ଗକୁ ଅସ୍ବିକାର କରିଛି କୋର୍ଟ । ଶେଷରେ ସାରା ଦେଶରେ ଏହି ଫିଲ୍ମକୁ ରିଲିଜ ପାଇଁ ସ୍ବିକୃତୀ ମିଳିଛି । ଫିଲ୍ମଟି ଆଜି ସାରା ଦେଶରେ ମୁକ୍ତିଲାଭ କରିଛି ।
ଫିଲ୍ମର ବିଷୟ ବସ୍ତୁ ଲୋକଙ୍କୁ ପସନ୍ଦ ଆସିଥିବା ବେଳେ ସମାଜକୁ ପ୍ରତି କିଛି ଶିକ୍ଷଣୀୟ ତଥ୍ୟ ପ୍ରଦାନ କରୁଛି । ଫିଲ୍ମ ବିଷୟ ବସ୍ତୁ ଅନୁଯାୟୀ, ଫିଲ୍ମରେ ଅନ୍ନୁ କପୁର ରୃଢିବାଦୀ ବିଚାରଧାରା ରଖୁଥିବା ବ୍ୟକ୍ତିର ଚରିତ୍ର ନିର୍ବାହ କରିଛନ୍ତି । ଗୋଟିଏ ସାଧାରଣ ପରିବାରକୁ ନେଇ ତିଆରି କରାଯାଇଥିବା ଏହି ଫିଲ୍ମରେ ୧୨ ଟି ସନ୍ତାନର ବାପା ହୋଇଛନ୍ତି ଅନ୍ନୁ କପୁର । ଦ୍ବିତୀୟ ସ୍ତ୍ରୀ ଏହା ପୂର୍ବରୁ ୫ଟି ସନ୍ତାନ ଜନ୍ମ କରି ସାରିଛନ୍ତି ଡାକ୍ତରଙ୍କ କହିବାନୁସାରେ ୬ ନମ୍ବର ସନ୍ତାନ ଜନ୍ମ ଦେଲେ ସ୍ତ୍ରୀ ଜୀବନ ଉପରେ ସଙ୍କଟ ଭରି ରହିଛି କିନ୍ତୁ ରୁଢିବାଦୀ ଚିନ୍ତାଧାରା ରଖୁଥିବା କବ୍ବାଲ ଏହି ସବୁ କଥାକୁ ନଜରଅନ୍ଦାଜ କରୁଛି।
ଫୀଲ୍ମରେ ଦର୍ଶାଯାଇଥିବା ସମସ୍ତ ଚରିତ୍ରଙ୍କ ଅଭିନୟ ଖୁବ ଉଚ୍ଚକୋଟିର ରହିବା ସହିତ ଦର୍ଶକେ ଏକ ଭିନ୍ନ କ୍ରାଇମ ଡ୍ରାମା ଫିଲ୍ମ ଦେଖିବାକୁ ପାଉଛନ୍ତି । ଫିଲ୍ମ ମାଧ୍ୟମରେ ଦର୍ଶକେ ସଚେତନ ହେବା ସହିତ କିଛି ଶିକ୍ଷା ମଧ୍ୟ ପାଇପାରୁଛନ୍ତି। କମ ବଜେଟରେ ଏମିତି ଉଚ୍ଚକୋଟିର କାହାଣୀ ଦର୍ଶାଇବା ସହିତ ନିର୍ଦ୍ଦେଶକଙ୍କ ଚିନ୍ତାଧାରାକୁ ନେଇ ଫିଲ୍ମଟି ପ୍ରସଂଶା ସାଉଁଟୁଛି ।
ବାଲେଶ୍ବରରେ କୋହଳ ହେଲା କଟକଣା, ସକାଳ ୫ରୁ ଦିନ ୨ଟା ଯାଏଁ କଟକଣା ହଟିଛି
ବାଲେଶ୍ବର: ବାଲେଶ୍ବରରେ ଆହୁରି କୋହଳ ହେଲା କଟକଣା। ଆଜି ୯ ଘଣ୍ଟା ଯାଏଁ କର୍ଫ୍ଯୁ କୋହଳ କରାଯାଇଛି । ସକାଳ ୫ରୁ ଦିନ ୨ଟା ଯାଏଁ କଟକଣା ହଟିଛି । ଏହି ସମୟରେ ଦୋକାନ ବଜାର ଖୋଲିବା ସହ ଲୋକମାନେ କିଣାକିଣି କରୁଛନ୍ତି । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ କର୍ଫ୍ୟୁ ହଟିଥିବା ବେଳେ ସହଦେବଖୁଣ୍ଟା ଥାନା ଓ ଟାଉନ ଥାନା ଅଞ୍ଚଳରେ କଟକଣା ଜାରି ରହିଛି । ଲିଜ୍ ଲାଇନ୍ ସହିତ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ ସେବା ମିଳୁଛି ।
ତେବେ ମୋବାଇଲରେ ଇଣ୍ଟରନେଟ ବନ୍ଦ ରହିବ । ମ୍ୟୁନିସିପାଲିଟିରେ ଆଜି ବି ବନ୍ଦ ରହିଛି ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର । ଗତ ସୋମବାର ଦିନ ସହରରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ ପରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଘଟଣାରେ ଏଯାଏଁ ୬୫ ଜଣଙ୍କୁ ପୋଲିସ ଗିରଫ କରିଛି । ଗୁଜବରୁ ଦୂରେଇ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ।
ଗୃହ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ବ୍ରିଟେନର ସବୁଠାରୁ ଧନୀ ହିନ୍ଦୁଜା ଭ୍ରାତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ
ନୂଆଦିଲ୍ଲୀ: ଜେଲ୍ ଯିବେ ବ୍ରିଟେନର ସବୁଠାରୁ ଧନୀ ହିନ୍ଦୁଜା ଭ୍ରାତା । ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱିସ୍ କୋର୍ଟ । ଗୃହ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ହିନ୍ଦୁଜାଙ୍କ ପରିବାରର ୪ ଜଣ ସଦସ୍ୟଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ତେବେ ତାଙ୍କ ବିରୋଧରେ ଲାଗିଥିବା ମାନବ ଚାଲଣ ଅଭିଯୋଗକୁ କୋର୍ଟ ଖଣ୍ଡନ କରିଛନ୍ତି ବୋଲି ଖବର ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ପ୍ରକାଶ ହିନ୍ଦୁଜାଙ୍କ ସହ ପତ୍ନୀ କମଲ, ପୁଅ ଅଜୟ ଏବଂ ବୋହୂ ନମ୍ରତା କର୍ମଚାରୀଙ୍କୁ ଶୋଷଣ କରିବା ଏବଂ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ନଦେବା ଅଭିଯୋଗ ହୋଇଥିଲା । ଏହା ବ୍ୟତୀତ ଅପାଠୁଆ ଭାରତୀୟ ଘରୋଇ ସହାୟକଙ୍କୁ ଖଟାଉଥୁଲେ । ଏଥିସହିତ ସ୍ୱିଜରଲ୍ୟାଣ୍ଡ ମୁଦ୍ରାର ଦରମା ନଦେଇ ଭାରତୀୟ ମୁଦ୍ରାରେ ଅତି ଅଳ୍ପ ଦରମା ଦେଉଥିଲେ । କେବଳ ଏତିକି ନୁହେଁ ତାଙ୍କ ପାସପୋର୍ଟକୁ ମଧ୍ୟ ଜବତ କରାଯାଇ ତାଙ୍କୁ ଦିନକୁ ୧୮ ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଉଥିଲା। ଏମିତିକି ଜଣେ କର୍ମଚାରୀଙ୍କ ଦରମା ଅପେକ୍ଷା ସେମାନେ ନିଜ କୁକୁର ଉପରେ ଅଧିକ ଖର୍ଚ୍ଚ କରିଛନ୍ତି ବୋଲି ହିନ୍ଦୁଜା ପରିବାର ଉପରେ ଅଭିଯୋଗ ରହିଥିଲା । ହିନ୍ଦୁଜା ପରିବାରର ପଞ୍ଚମ ଅଭିଯୁକ୍ତ ତଥା ପରିଚାଳକଙ୍କୁ ୧୮ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
କହି ରଖୁଛୁ, ସ୍ୱିଜରଲ୍ୟାଣ୍ଡରେ ଘରୋଇ ସହାୟକଙ୍କ ଶୋଷଣ, ମାନବ ଚାଲାଣ ଏବଂ ସ୍ୱିଜରଲ୍ୟାଣ୍ଡର ଶ୍ରମ ଆଇନ ଉଲ୍ଲଂଘନ ଏକ ପ୍ରମୁଖ ଅପରାଧ ଭାବରେ ବିବେଚନା କରାଯାଏ।

