spot_img
Home Blog Page 1741

ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଗୋବିନ୍ଦା, ହାତଯୋଡି ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ମୁମ୍ୱାଇ: ଅଭିନେତା ତଥା ଶିବସେନା ନେତା ଗୋବିନ୍ଦାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିବା ଯୋଗୁଁ  ତାଙ୍କୁ ମୁମ୍ୱାଇ ସିଟି କେୟାର ଏସିଆ ହସ୍ପିଟାଲରେ ଅକ୍ଟୋବର ୧ ରେ ଆଡମିଟ୍ କରାଯାଇଥିଲା। ଡାକ୍ତରଖାନାରୁ ଶୁକ୍ରବାର ଡିସଚାର୍ଜ ହୋଇଛନ୍ତି ଗୋବିନ୍ଦା । ଡାକ୍ତରଖାନାରୁ ବାହାରି ପରେ ସେ ପ୍ରଥମେ ପ୍ରଶଂସକ ଏବଂ ଗଣମାଧ୍ୟମକୁ ହାତଯୋଡି ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଯେଉଁମାନେ ମୋ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି, ସେମାନଙ୍କ ପାଖେ ମୁଁ ଚିର ଋଣି । କେବଳ ସେତିକି ନୁହେଁ ସିଏମ୍ ସିନ୍ଦେ, ପୋଲିସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଗୋବିନ୍ଦା ।

ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ତାଙ୍କ ନିକଟରେ ପତ୍ନୀ ସୁନିତା ଏବଂ ଝିଅ ଟିନାଙ୍କୁ ଦେଖିବାକୁ ମିଳିଛି । ଗୋବିନ୍ଦାଙ୍କ ଗୋଡରେ ପ୍ଲାଷ୍ଟର ଥିବା ବେଳେ ତାଙ୍କୁ ହ୍ୱିଲଚେୟାରରେ ଅଣାଯାଉଥିବା ଦେଖିବାକୁ ମିଳିଛି । ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ପତ୍ନୀ କହିଛନ୍ତି ।

ସରକାରୀ ଶିକ୍ଷକ ଓ ତାଙ୍କ ପରିବାରକୁ ଗୁଳି କରି ହତ୍ୟା

ଆମେଠି: ପୁଣି ବିଜେପି ଶାସିତ ଉତ୍ତରପ୍ରଦେଶରେ ଅରାଜକତା। ଆମେଠିରେ ଜଣେ ସରକାରୀ ସ୍କୁଲ ଶିକ୍ଷକ, ତାଙ୍କ ପତ୍ନୀ ଓ ୨ ସନ୍ତାନଙ୍କୁ ଗୁଳି କରି ହତ୍ଯା କରିଛନ୍ତି ଦୁର୍ବୃତ୍ତ। ଘର ଭିତରେ ପ୍ରବେଶ କରି ଦୁର୍ବୃତ୍ତମାନେ ଏହି ଜଘନ୍ଯ କାଣ୍ଡ ଘଟାଇଛନ୍ତି। ଅପରାଧ ଘଟାଇବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ମୃତକ ହେଉଛନ୍ତି ସୁନିଲ କୁମାର, ପତ୍ନୀ ପୁନମ ଏବଂ ୫ ବର୍ଷ ଓ ୨ ବର୍ଷର ଦୁଇ ଝିଅ। ଅହୋରା ଭବାନୀ କ୍ରସିଂ ନିକଟରେ ସେମାନେ ଭଡା ଘରେ ଥିବାବେଳେ ଏହି ଘଟଣା ଘଚିଛି। ଏସପି ଅନୂପ କୁମାର ସିଂ କହିଛନ୍ତି- ଲୁଟିବା ଲାଗି ଏହି ଅମାନବୀୟ ଘଟଣା ଘଟିନାହିଁ। ବରଂ ହତ୍ଯା ପଛରେ ଅନ୍ଯ କିଛି କାରଣ ରହିଛି। ପରିବାର ସହ ଅନ୍ଯ କୌଣସି ବ୍ଯକ୍ତିଙ୍କ ବିବାଦ ଥିବା ଅନୁମାନ କରାଯାଇଛି।

ଗତ ଅଗଷ୍ଟ ୧୮ ତାରିଖରେ ଚନ୍ଦନ ବର୍ମା ନାମକ ଜଣେ ବ୍ଯକ୍ତିଙ୍କ ବିରୋଧରେ ପୁନମ ଅଭିଯୋଗ ଆଣି ଏସସି-ଏସଟି ଆଇନ ଆଧାରରେ ଏଫଆଇଆର ଦାୟର କରିଥିଲେ। ସେହି କାରଣକୁ ନେଇ ଏହି ହତ୍ଯାକାଣ୍ଡ ଘଟିଥିବା ପୋଲିସ ଆଶଙ୍କା କରୁଛି। ସୁନିଲ ଜଣେ ସରକାର ସ୍କୁଲ ଶିକ୍ଷକ ଥିଲେ ଏବଂ ପନହୋନା କମ୍ପୋଜିଟ ସ୍କୁଲରେ କାର୍ଯ୍ୟରତ ଥିଲେ। ପୂର୍ବରୁ ସେ ୟୁପି ପୋଲିସରେ ବି ନିଯୁକ୍ତି ପାଇଥିଲେ।

ପୁଣି ଅଡୁଆରେ କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା, ପୁଣି ଏକ ସାନି ଅଭିଯୋଗ ଦାୟର

ବେଙ୍ଗାଲୁରୁ: ପୁଣି ଅଡୁଆରେ କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା । ମୁଡା ସ୍କାମରେ ଜଡିତ ଥାଇ ପ୍ରମାଣ ନଷ୍ଟ ଅଭିଯୋଗରେ ସିଦ୍ଦରମୈୟାଙ୍କ ବିରୋଧରେ ଏକ ସାନି ଅଭିଯୋଗ ଦାୟର ହୋଇଛି । ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ ବା ମୁଡା ଜରିଆରେ ପତ୍ନୀଙ୍କ ନାମରେ ୧୪ଟି ପ୍ଲଟ କରିବା ଘଟଣାରେ ହରଡଘଣାରେ ପଡିଛନ୍ତି ମୁଖ୍ଯମନ୍ତ୍ରୀ ।

କେବଳ ସିଦ୍ଦରମୈୟା ନୁହନ୍ତି ତାଙ୍କ ପୁଅ ଯତୀନ୍ଦ୍ରଙ୍କ ନାମରେ ବି ଏତଲା ଦାୟର ହୋଇଛି । ଏହି ଦୁର୍ନୀତିରେ ପୁଅ ଯତୀନ୍ଦ୍ର ସାମିଲ ଥିବା ଅଭିଯୋଗ ହୋଇଛି । ସିଦ୍ଦରମୈୟା, ପତ୍ନୀ ପାର୍ବତୀ, ଶାଳକ ମଲ୍ଲିକାର୍ଜୁନ ସ୍ବାମୀ ଓ ମଲ୍କିକାର୍ଜୁନ ଯାହାଠାରୁ ଜମି କ୍ରୟ କରିଥିଲେ ସେହି ବ୍ଯକ୍ତି ଦେବରାଜୁଙ୍କ ବିରୋଧରେ ଲୋକାୟୁକ୍ତ ଏଫଆଇଆର ଦାୟର କରିବାର କିଛି ଦିନ ପରେ ଏହି ସାନି ମାମଲା ଦାୟର ହୋଇଛି ।

ଦେବରାଜୁଙ୍କ ଠାରୁ ଜମି କ୍ରୟ କରି ଭଉଣୀ ପାର୍ବତୀଙ୍କୁ ସେହି ଜମି ଗିଫ୍ଟ ଦେଇଥିଲେ ମଲ୍ଲିକାର୍ଜୁନ । ଗତ ସେପ୍ଟେମ୍ବର ୨୫ରେ ମାମଲା ରୁଜୁ କରିବା ଲାଗି ଏକ ସ୍ବତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେବା ପରେ ମାମଲା ଦାୟର କରିଥିଲା ଲୋକାୟୁକ୍ତ ପୋଲିସ । ଏହି ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ ବା ଇସିଆଇଆର ମାମଲା ରୁଜୁ ହୋଇଥିଲା ।

୫୦-୫୦ ଅନୁପାତ ନିୟମ ଅନୁସାରେ ଅଣବିକଶିତ ଜମି ହରାଇଥିବା ବ୍ଯକ୍ତିଙ୍କୁ ସମପରିମାଣର ଜମି ବିକଶିତ ଅଞ୍ଚଳରେ ଦିଆଯିବ । ମହୀଶୂର ତାଲୁକ ଅନ୍ତର୍ଗତ କସବା ହୋବଲିର କାସାରେ ଗ୍ରାମରେ ପାର୍ବତୀଙ୍କ ନାମରେ ଥିବା ୩ ଏକର ୧୬ ଡିସିମିଲ ଜମିର ଆଇନଗତ ବୈଧତା ନଥିବା ଅଭିଯୋଗ ହୋଇଥିଲା । ତଥାପି ମୁଡା ନିୟମ ଅନୁସାରେ ତାଙ୍କୁ ସେହି ଜମି ବଦଳରେ ଅନ୍ଯ ବିକଶିତ ସ୍ଥାନରେ ଜମି ପ୍ରଦାନ କରାଯାଇଥିଲା ଯାହାର ଦାମ୍ ବହୁଗୁଣ ଅଧିକ । ସେପଟେ ଯଦି ସିଦ୍ଦରମୈୟା ଇସ୍ତଫା ଦିଅନ୍ତି ତେବେ କିଏ ହେବେ ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ ତାହାକୁ ନେଇ ବଢିଛି ଚର୍ଚ୍ଚା । ସିଦ୍ଦରମୈୟାଙ୍କ ଘନିଷ୍ଠ କୁହାଯାଉଥିବା ପୂର୍ତ୍ତମନ୍ତ୍ରୀ ସତୀଶ ଜାର୍କିହୋଲି, ଗୃହମନ୍ତ୍ରୀ ଡି. ପରମେଶ୍ବର ଓ ସମାଜ କଲ୍ଯାଣ ମନ୍ତ୍ରୀ ଏଚ.ସି. ମହାଦେବାପ୍ପାଙ୍କ ମଧ୍ଯରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗରେ ମନ୍ତ୍ରୀ ସତୀଶ ଗୁରୁବାର ଦିଲ୍ଲୀ ଯାଇଥିବା ଜଣାଯାଇଛି ।

ବ୍ଯାଗରେ ନବଜାତକକୁ ପୁରାଇ ନଦୀକୁ ଫିଙ୍ଗିଦେଲା ମାଆ

ଉଦଳା: ବ୍ଯାଗରେ ନବଜାତକକୁ ପୁରାଇ ନଦୀକୁ ଫିଙ୍ଗିଦେଲା ମାଆ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଉଦଳା ଅଂଚଳରେ। ନବଜାତ ଶିଶୁପୁତ୍ରକୁ ବ୍ୟାଗରେ ଭର୍ତ୍ତି କରି ପୋଲ ଉପରୁ ତଳକୁ ନଦୀକୁ ଫୋପାଡି ଦେଇ ଚାଲିଗଲେ ପରିବାରଲୋକେ। ପରେ ବ୍ୟାଗ ଭିତରୁ ଛୋଟ ପିଲା କାନ୍ଦିବାର ଶବ୍ଦ ଶୁଭିଥିଲା।

ବ୍ୟାଗରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଉଦଳା ଥାନା ଅଠଣଗାଁ ନିକଟରେ ଥିବା ସୋନ ନଦୀ ପୋଲ ତଳେ ସ୍ଥାନୀୟ ମହିଳାମାନେ ଗାଧୋଉଥିଲେ। ଏହି ସମୟରେ ବାଇକରେ ଆସି ଗୋଟିଏ ବ୍ୟାଗକୁ ପୋଲ ଉପରୁ ତଳକୁ ପକାଇ ଦେଇ ଚାଲିଯାଇଥିଲେ। ବ୍ୟାଗ ଖୋଲି ଦେଖିବାରୁ ଭିତରେ ଜଣେ ନବଜାତକ ଶିଶୁପୁତ୍ର ରହିଥିବା ଦେଖିବାକୁ ପାଇଥିଲେ।

ପରିବା ବ୍ୟାଗ ଭିତରେ ଖବରକାଗଜ ରଖି ସେଥି ମଧ୍ୟରେ ଶିଶୁପୁତ୍ରକୁ ରଖି ଫୋପାଡି ଦେଇ ଚାଲିଯାଇଥିଲେ। ଉଦ୍ଧାର କରି ଶିଶୁପୁତ୍ରକୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତି କରିଛନ୍ତି।

ମାନବାଧିକାର କର୍ମୀ ପରିଚୟ ଦେଇ ମହିଳାଙ୍କୁ ଗଣଦୁଷ୍କର୍ମ

ପୁଣେ: ମହାରାଷ୍ଟ୍ର ପୁଣେରେ ଲଜ୍ଜା। ଜଣେ ୨୧ ବର୍ଷ ବୟସ୍କା ମହିଳାଙ୍କୁ ୩ ଅଭିଯୁକ୍ତଙ୍କ ଗଣଦୁଷର୍ମ ଅଭିଯୋଗ। ବଡ଼କଥା ହେଉଛି ଅଭିଯୁକ୍ତମାନେ ନିଜକୁ ମାନବାଧିକାର କର୍ମୀ ବୋଲି ପରିଚୟ ଏହି ଅଭାବନୀୟ କାଣ୍ଡ ଘଟାଇଛନ୍ତି। ପୁଣେର ବୋପଦେବ ଘାଟକୁ ଜଣେ ବନ୍ଧୁଙ୍କ ସହ ମହିଳାଜଣକ ଯାଇଥିବାବେଳେ ଏହି ଘଟଣା ଘଟିଥିଲା।

ପୋଲିସ କୋନ୍ଧୱା ଅଞ୍ଚଳର ରାଜେ ଖାଁ କରିମ ପଠାନ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ପଠାନ ପ୍ରଥମେ ନିଜକୁ ମାନବାଧିକାର କର୍ମୀ ପରିଚୟ ଦେଇଥିଲେ ଓ ପରେ ମହିଳାଙ୍କୁ ଧମକଚମକ କାରରେ ନେଇଯାଇଥିଲେ। ଅନ୍ଯ ଏକ ଲୋକେସନକୁ ସେମାନେ କାରକୁ ନେଇଯାଇଥିଲେ ଏବଂ ସେଠାରେ ପଠାନ ଓ ତାଙ୍କର ଦୁଇ ସହଯୋଗୀ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ।

ମହିଳାଙ୍କୁ ଖଦି ମେସିନ ଛକରେ ଛାଡି ସେମାନେ ଚାଲିଯାଇଥିଲେ। ମହିଳାଜଣକ କୋନ୍ଧୱା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତନାଘନା କରିଥିଲା। ଅଭିଯୁକ୍ତମାନେ ମହିଳାଙ୍କ ବନ୍ଧୁଙ୍କୁ ବି ପିଟିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଅନୁଧ୍ଯାନ କରୁଛି କ୍ରାଇମବ୍ରାଞ୍ଚ।

ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ

ନନ୍ଦିଘୋଷ ବ୍ୟୁରୋ: ଜରୁରୀକାଳୀନ ଅବତରଣ କଲା ବିମାନ । ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ। ବିମାନଟି ଉଡାଣ ପରେ ଏଥିରୁ ଧୂଆଁ ବାହାରରିଥିଲା । ଏହାପରେ ଥିରୁଭାନନ୍ତପୁରମ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX- 549) ଜରୁରୀକାଳୀନ ଅବତରଣ କରିଥିଲା ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନଟି ମସ୍କଟକୁ ଯାଉଥିଲା । ଏଥିରେ ୧୪୮ ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ସୂଚନା ପ୍ରଦାନ କରି ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର କହିଛନ୍ତି ଯେ ଯାତ୍ରୀଙ୍କ ଆଗାମୀ ଯାତ୍ରା ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି।

 

ବେଲୁନ୍ ନେଲା କୁନି ଝିଅର ଜୀବନ !

ନନ୍ଦିଘୋଷ ବ୍ୟୁରୋ: ବେଲୁନ୍ ନେଲା କୁନି ଝିଅର ଜୀବନ ! ବେଲୁନ ଧରି ଖେଲୁଥିବା ସମୟରେ କୁନି ଝିଅଟିର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପ୍ରୟାଗରାଜର ଫତୁହାଁ ଗାଁରେ । ୩ ବର୍ଷର ଝିଅକୁ ହରେଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।

ସୂଚନା ଅନୁଯାୟୀ, ୩ବର୍ଷର ଝିଅ ଶହରିନଙ୍କ ପିତା ମହମ୍ମଦ ଇମ୍ରାନ କହିଛନ୍ତି ଯେ, ଝିଅ ବେଲୁନ୍ ଧରି ଖେଳିଥିବା ସମୟରେ ବେଲୁନଟି ଜୋରରେ ଫାଟି ଯାଇଥିଲା । ସେଇଠାରେ ଶହରିନଙ୍କ ମୃତ୍ୟୁ ହୋଇଥିଲା । ବାସ୍ତବରେ, ଝିଅଟି ପୂର୍ବରୁ ହୃଦଘାତରେ ପୀଡିତ ଥିଲା। ତାଙ୍କ ହାତରେ ଏକ ବଡ ବେଲୁନ ଥିଲା, ଯାହା ସେ ଖେଳୁଥିବା ସମୟରେ ହଠାତ୍‌ ଜୋରରେ ଫାଟିଯାଇଥିଲା। ପରିବାର ସଦସ୍ୟ ଅନୁମାନ କରୁଛନ୍ତି ଯେ ବେଲୁନ ଫାଟିବା ହେତୁ ଶିଶୁଟିର ହୃଦଘାତ ହୋଇଛି, ପରେ ତାଙ୍କର ମୃତ୍ୟୁ ହୋଇଛି।

ଘନିଷ୍ଠ ସମ୍ପର୍କୀୟ ମହମ୍ମଦ ଅନସର କହିଛନ୍ତି ଯେ ଝିଅଟିର ହୃଦୟରେ ଏକ ଛିଦ୍ର ଥିଲା ଏବଂ ଅସ୍ତ୍ରୋପଚାର କରିବାର ଯୋଜନା ରହିଥିଲା। ସେ ଏବେ ଚିକିତ୍ସିତ ହେଉଥିଲେ। ପରିବାର ସଦସ୍ୟ କହିଛନ୍ତି ଯେ ଝିଅର ମୃତ୍ୟୁର ପ୍ରକୃତ କାରଣ ହେଉଛି ତାଙ୍କର କ୍ରନିକ ହୃଦଘାତ ।

ତିରୁପତି ଲଡୁ ବିବାଦ, ସିବିଆଇ ନେତୃତ୍ବାଧୀନ SIT କୁ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗ । ସିବିଆଇ ନେତୃତ୍ବାଧୀନ ଏସଆଇଟି ଜରିଆରେ ମାମଲାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଏହି ଏସଆଇଟିରେ ଦୁଇଟି ରାଜ୍ଯର ପୋଲିସ ଅଧିକାରୀ ଓ ଭାରତର ଖାଦ୍ଯ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ ବା ଏଫଏସଏସଏଆଇର ଜଣେ ପ୍ରତିନିଧି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ଏହି କମିଟିର କାର୍ଯ୍ୟଧାରାର ନେତୃତ୍ବ ନେବେ ସିବିଆଇ ନିର୍ଦ୍ଦେଶକ। ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ.ଭି. ବିଶ୍ବନାଥନ ନେତୃତାଧୀନ ଖଣ୍ଡପୀଠ। ତେବେ ସୁପ୍ରିମକୋର୍ଟ ବିଭିନ୍ନ ଅଭିଯୋଗ, ଆରୋପ, ପ୍ରତ୍ଯାରୋପ ଆଦି ସମ୍ପର୍କରେ କୌଣସି ମତାମତ ଦେଇନାହାନ୍ତି। ଦୁଇ ମାସ ପରେ ରିପୋର୍ଟକୁ କାହିଁକି ପ୍ରକାଶ କରାଗଲା ଦର୍ଶାଇ ଗତ ୩୦ ତାରିଖରେ ଆନ୍ଧ୍ର ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭର୍ତ୍ସନା କରିଥିଲେ ଅଦାଲତ।

ଗୋଚର୍ବି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଓ ତିରୁମାଲା ତିରୁପତି ଦେବସ୍ଥାନମ୍ସ ବା ଟିଟିଡିର ପୂର୍ବତନ ଅଧ୍ଯକ୍ଷ ତଥା ଓ୍ବାଇଏସଆର କଂଗ୍ରେସ ରାଜ୍ଯସଭା ସାଂସଦ ଓ୍ବାଇଭି ସୁବା ରେଡ୍ଡୀ । ପବିତ୍ର ଲଡୁରେ ଗୋଚର୍ବି, ଘୁଷୁରି ଚର୍ବି ଓ ମାଛ ତେଲ ମିଶିଥିବା ନେଇ ରିପୋର୍ଟ ଆସିବା ପରେ ତତକାଳୀନ ଓ୍ବାଇଏସଆର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ଏହି ଘଟଣାରେ କୋର୍ଟ ନେତୃତ୍ବାଧୀନ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ ଦୁଇ ଆବେଦନାକାରୀ । ନିଜ ପିଟିସନରେ ସୁବ୍ରଣ୍ୟମ ଦାବି କରିଥିଲେ- ଲଡୁ ପ୍ରସ୍ତୁତ ଲାଗି ବ୍ଯବହୃତ ଘିଅ ସମ୍ପର୍କରେ ସବିଶେଷ ରିପୋର୍ଟ ଦାଖଲ ଲାଗି ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏହା ସହ ସବିଶେଷ ଫରେନସିକ ରିପୋର୍ଟ ତଲବ କରାଯାଉ । ସେହିପରି ସୁବା ରେଡ୍ଡୀ ଦାବି କରିଥିଲେ- ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଗଠିତ ଏସଆଇଟି ଜରିଆରେ ଅପମିଶ୍ରଣ ଘଟଣାର ତଦନ୍ତ ହେଉ।

ଗାଡି ହର୍ଣ୍ଣ ମାରିବାକୁ କେନ୍ଦ୍ର କରି ରାଜଧାନୀରେ ପୋଲିସକର୍ମୀଙ୍କୁ ଛୁରାମାଡ

ଭୁବନେଶ୍ବର: ଗାଡି ହର୍ଣ୍ଣ ମାରିବାକୁ ନେଇ ଯୁବକଙ୍କ ସହ ପୋଲିସ କର୍ମୀଙ୍କୁ ଛୁରାମାଡ଼। ଭୁବନେଶ୍ଵର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମ ନଗରରେ ଘଟିଛି ଏ ଘଟଣା। ଗତକାଲି ରାତି ପ୍ରାୟ ଗୋଟାଏବେଳେ ଶ୍ରୀରାମନଗର ଠାରେ ୪ ଯୁବକ ବସିଥିବା ବେଳେ ହଠାତ ଏକ ବାଇକରେ ଆସି ଦୁଇ ଯୁବକ ହର୍ଣ୍ଣ ମାରିଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ପକ୍ଷ ଭିତରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ଯୁବକ ଜଣଙ୍କ ଛୁରାମାଡ଼ କରିଥିଲେ। ଏପରିକି ପୋଲିସ ଖବର ପାଇ ସେମାନଙ୍କୁ କାବୁ କରିବାକୁ ଉଦ୍ୟମବେଳେ ପୋଲିସ କନଷ୍ଟେବଳ ଛୁରା ମାଡ଼ରେ ଆହତ ହୋଇଛନ୍ତି। ସେପଟେ ଯୁବକ ଜଣଙ୍କ ପାରିବାରିକ କଳହକୁ ନେଏଇ ନିଶାସକ୍ତ ଅବସ୍ଥାରେ ଏଭଳି କରିଥିବା କହିଛନ୍ତି ମଞ୍ଚେଶ୍ୱର ଥାନାଧିକାରୀ..

ଦୁଇ ବର୍ଷ ମଧ୍ୟରେ ଭୁବନେଶ୍ବର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ

ଭୁବନେଶ୍ବର: ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି। ଭୁବନେଶ୍ବରରେ ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ ରୁ ୫୦ ଲକ୍ଷ କ୍ଷମତା ରହିଛି। ଆସନ୍ତା ବର୍ଷେ ମଧ୍ୟରେ ଏହାକୁ ୮୦ ଲକ୍ଷ କରାଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ। ଭୁବନେଶ୍ବର ବିମାନ ବନ୍ଦର ରିଭ୍ୟୁ କରିବା ପରେ ସେ କହିଛନ୍ତି- ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ।

ଦୁଇ ବର୍ଷ ମଧ୍ୟରେ ନୂଆ ଟର୍ମିନାଲ ନିର୍ମାଣ ହେବାକୁ ଯୋଜନା କରାଯାଇଛି। ଖୁବଶୀଘ୍ର ରନୱେ କ୍ୟାଟ ଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ। ଅନ୍ୟ ଯେଉଁ ଛୋଟ ଛୋଟ କାର୍ଯ୍ୟ ଚାଲିଛି ତାହା ମଧ୍ୟ ଶେଷ ହେବ। ଆଗାମୀ ୧୦ ରୁ ୨୦ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ। ନୂଆ ଟର୍ମିନାଲ ବନାଇବା ସହ ଡୋମେଷ୍ଟିକ, ଇଣ୍ଟରନ୍ୟାସନାଲ ପାସେଞ୍ଜରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଓଡ଼ିଶାର ଝାରସୁଗୁଡ଼ାରେ ଏୟାରପୋର୍ଟ ଅଛି।

ଗତ ଦଶ ବର୍ଷ ମଧ୍ୟରେ ଉତ୍କେଳା, ଜୟପୁର, ରାଉରକେଲା ସହରର ରିଜିଓନାଲ କନେକ୍ଟିଭିଟି ମାଧ୍ୟମରେ ଆଗକୁ ବଢ଼ିଛି । ରିଜିଓନାଲ୍ ଏୟାରପୋର୍ଟର କିଭଳି ଉନ୍ନତିକରଣ ହୋଇପାରିବ ସେନେଇ ପ୍ରଚେଷ୍ଟା କରାଯିବ। ଓଡ଼ିଶାରେ ପୁରୀ ଭଳି ଆଧ୍ୟାତ୍ମିକ ସହର ଅଛି ଏଣୁ ବିଭିନ୍ନ ସ୍ଥାନରୁ ବିମାନ ଚଳାଚଳ କରିବାକୁ ପ୍ରଚେଷ୍ଟା କରାଯିବ। ପୁରୀ ଏୟାରପୋର୍ଟ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଜମି ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଇଟ କ୍ଲିୟରାନ୍ସ ମିଳିସାରିଛି। ଆଗକୁ କିଭଳି ବଢିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ଏବଂ ଏଥିପାଇଁ ମନ୍ତ୍ରାଳୟ ସବୁ ପ୍ରକାର ସହଯୋଗ କରିବ।