spot_img
Home Blog Page 1733

ବାହାଘରର ତିନି ଦିନ ପରେ ଇନଷ୍ଟାରେ ଇଏ କ’ଣ ସେୟାର କଲେ ସୋନାକ୍ଷୀ ?

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଓ ଜାହିର ଇକବଲଙ୍କ ବିବାହକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ଏକ୍ସାଇଟେଡ୍‌ ଥିବାବେଳେ ଅନ୍ୟପଟେ ସୋସିଆଲ ମିଡିଆ ୟୁଜର ସୋନା ଓ ତାଙ୍କ ପରିବାରର ମଜାକ୍‌ ଉଡାଇବାକୁ ଭୁଲି ନାହାନ୍ତି  । ଦୁହିଁଙ୍କ ବିବାହକୁ ନେଇ ସୋସିଆଲ ମିଡିଆ ସାଇଟସ୍‌ରେ ଦୁଇଟି ଗ୍ରୁପ ହୋଇଛି  । କିଛି ଲୋକଙ୍କ କହିବା କଥା ଯେ ସୋନାକ୍ଷୀଙ୍କୁ ନିଜ ଜୀବନ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ରହିଛି  । କିନ୍ତୁ ଆଉ କିଛି ୟୁଜର କହିଛନ୍ତି ଯେ ଯାହାର ନାମ ଶତ୍ରୁଘ୍ନ, ଘର ନାମ ରାମାୟଣ, ଦୁଇ ପୁଅଙ୍କ ନାମ ଲବ କୁଶ ସେହି ଘରର ଝିଅ ପରିବାରର ମର୍ଯ୍ୟାଦା ହାନି କରିଛି  ।

 

ଏହାରି ମଧ୍ୟରେ ଅଭିନେତ୍ରୀ ଜଣକ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ରି-ସେୟାର କରିଛନ୍ତି  । ଯାହା ଦେଖିବା ପରେ ଜଣାପଡୁଛି ଯେ ସୋନାଙ୍କୁ ଏହି ଟ୍ରୋଲିଂରୁ କିଛି ଫରକ ପଡୁନାହିଁ  । ରି ସେୟାର କରାଯାଇଥିବା ପୋଷ୍ଟରେ ସୋନାକ୍ଷୀ ଓ ଜାହିରଙ୍କ କ୍ୟାରିକେଚର ଦେଖିବାକୁ ମିଳୁଛି  । ଏହି କ୍ୟାରିକେଚର ନବଦମ୍ପତି ବହୁତ କ୍ୟୁଟ ଦେଖାଯାଉଛନ୍ତି  । ଏହି ଫଟୋରେ କ୍ୟାପସନ୍‌ ଲେଖାଯାଇଛି ଯେ ‘‘ପ୍ରେମ ବିଶ୍ବସ୍ତରୀୟ ଧର୍ମ ଅଟେ । ସୋନାକ୍ଷୀ ଓ ଜାହିରଙ୍କୁ ସୁଖୀ ଜୀବନର ଶୁଭକାମନା’’  ।

 

ସେପଟେ ଶତ୍ରୁଘ୍ନ ମଧ୍ୟ ଝିଅ ଓ ଜ୍ବାଇଙ୍କୁ ନେଇ ନେଗେଟିଭ କମେଣ୍ଟ ନ କରିବାକୁ ନିବେଦନ କରିଛନ୍ତି  । ମୋ ଝିଅ କିଛି ଅସାମ୍ବିଧାନିକ କରିନାହିଁ ବୋଲି ଶତ୍ରୁଘ୍ନ କହିଛନ୍ତି  । ବିବାହ ପୂର୍ବଦିନ ଜାହୀର ସୋନାଙ୍କୁ ୨ କୋଟି ମୂଲ୍ୟର ଏକ କାର ଉପହାର ଦେଇଛନ୍ତି  ।

 

 

 

 

ଲୋକୋ ପାଇଲଟଙ୍କୁ ଲୁଟ ଘଟଣାରେ ୩ ଜଣଙ୍କୁ ଧରିଲା ପୋଲିସ

ରାଉରକେଲା: ଲୋକୋ ପାଇଲଟଙ୍କ ଠାରୁ ଲୁଟ୍ ଘଟଣାରେ ୩ ଅଭିଯୁକ୍ତ ଅଟକ। ଲୋକୋ ପାଇଲଟ ନିହାର ସରକାରଙ୍କୁ କାରରେ ଅପହରଣ କରି ଅଭିନବ ଉପାୟରେ ଟଙ୍କା, ସୁନା ଚେନ ଓ ଘଣ୍ଟା ଲୁଟି ନେଇଥିଲେ। ଏହି ଘଟଣାର ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ।

ଗତ ୨୨ ତାରିଖ ରାତିରେ ଲୋକୋ ପାଇଲଟଙ୍କୁ କାରରେ ଅପହରଣ କରି ତିନି ଜଣ ଦୁର୍ବୃତ୍ତ ୟୁପିଆଇ ପିନ ଓ ଏଟିଏମ କାର୍ଡ ଜରିଆରେ ୧ ଲକ୍ଷ ୨୪ ହଜାର ଟଙ୍କା ନେବା ସହିତ ସୁନା ଚେନ ଓ ହାତ ଘଣ୍ଟା ଲୁଟି ନେଇଥିଲେ। ଏନେଇ ଛେଣ୍ଡ ଥାନାରେ ଅଭିଯୋଗ କରିଥିଲେ ଲୋକୋ ପାଇଲଟ ନିହାର ସରକାର ।

୨୦୨୩ ପୁଞ୍ଜି ନିବେଶରେ ସାରା ଦେଶରେ ପ୍ରଥମ ଓଡ଼ିଶା, ଖୁସି ପ୍ରକାଶ କଲେ ନବୀନ

ଭୁବନେଶ୍ବର: କେବଳ ଶିଳ୍ପ ଅଭିବୃଦ୍ଧି ନୁହେଁ, ନିବେଶ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସାରା ଦେଶରେ ଏକ ନମ୍ବର ସ୍ଥାନ ଦଖଲ କରିଛି। ୨୦୨୩ ମସିହାରେ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୨୩ ବର୍ଷରେ ସାରା ଦେଶର ବିଭିନ୍ନ ରାଜ୍ୟକୁ ୫ ଲକ୍ଷ ୧୦ ହଜାର ୮୫୨ କୋଟି ନିବେଶ ପ୍ରସ୍ତାବ ଆସିଥିବା ବେଳେ, ଏଥିରୁ ଓଡ଼ିଶାକୁ ସର୍ବାଧିକ ୨ ଲକ୍ଷ ୧୦ ହଜାର ୮୩୭ କୋଟି ଟଙ୍କାର ପ୍ରସ୍ତାବ ମିଳିଛି। ଯାହା ମୋଟ ନିବେଶ ପ୍ରସ୍ତାବର ପ୍ରାୟ ୪୦%।

ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କ୍ଷେତ୍ରରେ ସିଂହଭାଗ ହୋଇଥିବା ବେଳେ, ଅନ୍ୟ ରାଜ୍ୟମାନେ ଏହାଠାରୁ ବହୁ ପଛରେ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରିପୋର୍ଟକୁ ନେଇ ଆନନ୍ଦ ପ୍ରକାଶ କରିଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଏକ୍ସରେ ନବୀନ ଟ୍ୱିଟ୍ କରି କହିଛନ୍ତି ଯେ, ସାରା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ପୁଞ୍ଜି ନିବେଶ ପ୍ରସ୍ତାବ ୨୦୨୩ ମସିହା କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିବା ଗୌରବର ବିଷୟ।

ନିବେଶକମାନେ ଅଭିବୃଦ୍ଧିର ସମ୍ଭାବନାକୁ ଆହୁରି ବ୍ୟାପକ କରି ପୁଞ୍ଜି ନିବେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଓଡ଼ିଶା ଉପରେ ନିରନ୍ତର ବିଶ୍ୱାସ ରଖି ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଏବଂ ସମ୍ମାନ ଜଣାଉଛି ବୋଲି ଉଲ୍ଲେଖ କରିଛନ୍ତି। ଓଡ଼ିଶା ପରେ ନିବେଶ କ୍ଷେତ୍ରରେ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି।  ସାରା ଦେଶର ମୋଟ ନିବେଶ ପ୍ରସ୍ତାବର ୧୨% ଗୁଜରାଟ ଭାଗରେ ପଡ଼ିଛି।

ଗୁଜରାଟକୁ ୨୦୨୩ରେ ମୋଟ ୬୨ ହଜାର ୫୩୫ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ମିଳିଛି। ସେହିପରି ତୃତୀୟ ସ୍ଥାନରେ ଥିବା ମହାରାଷ୍ଟ୍ରକୁ ୫୯ ହଜାର ୫୫୧ କୋଟି ଟଙ୍କାର ପ୍ରସ୍ତାବ ମିଳିଥିବା ବେଳେ, ମଧ୍ୟପ୍ରଦେଶକୁ ୨୨ ହଜାର ୧୬୩ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଅନୁରୂପ ଭାବରେ ୨୦୨୩ରେ ତେଲେଙ୍ଗାନାକୁ ୧୩ ହଜାର ୨୪୨ କୋଟି, ଆନ୍ଧ୍ରପ୍ରଦେଶକୁ ୧୨ ହଜାର ୨୩୮ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ୨୦୨୩ ମସିହାରେ ନିବେଶ ସଂକ୍ରାନ୍ତ ମୋଟ ୧୨୬୭ଟି ଇଣ୍ଟଷ୍ଟ୍ରିଆଲ ଏଣ୍ଟରପ୍ରିନର ମେମୋରେଣ୍ଡମ୍ସ ଦାଖଲ ହୋଇଥିବା ବେଳେ, ଏଥିରୁ ଅଧିକାଂଶ ଓଡ଼ିଶା ପାଇଁ ଥିଲା। ସେହିପରି ୨୦୨୩ ମସିହା ଡିସେମ୍ବର ମାସରେ ଦେଶକୁ ମୋଟ ୧୨ ହଜାର ୨୭୪ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ବେଳେ, ଓଡ଼ିଶାକୁ ଏଥିରୁ ସର୍ବାଧିକ ୪୦% ପ୍ରତିଶତ ଅର୍ଥାତ୍ ୫ ହଜାର ୮୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ଜଣାପଡ଼ିଛି।

ପୁଣି ଥରେ ଲୋକସଭା ବାଚସ୍ପତି ହେଲେ ଓମ ବର୍ଲା

ନୂଆଦିଲ୍ଲୀ: ସଂସଦର ପ୍ରଥମ ଅଗ୍ନିପରୀକ୍ଷାରେ ପାସ୍‌ ମୋଦି ସରକାର  । ଏନଡିଏ ପ୍ରାର୍ଥୀ ଓମ ବିର୍ଲା ପୁଣି ଥରେ ବାଚସ୍ପତି । ବାଚନିକ ଭୋଟରେ ଓମ ବିର୍ଲା ନୂଆ ବାଚସ୍ପତି ଚୟନ ହେଲେ  । ଅଷ୍ଟାଦଶ ଲୋକସଭାରେ ବାଚସ୍ପତି ଦାୟିତ୍ବ ତୁଲାଇବେ ଓମ ବିର୍ଲା  । ଏହା ପୂର୍ବରୁ ବି ସେ ଲୋକସଭା ବାଚସ୍ପତି ଥିଲେ  ।

ଦ୍ବିତୀୟ ଥର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ଓମ ବର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି  । ଏହା ଗୃହର ସୌଭାଗ୍ୟ ଯେ ଆପଣ ଦ୍ବିତୀୟ ଥର ଆସନରେ ବସିଛନ୍ତି  । ଆପଣଙ୍କୁ ଓ ସମଗ୍ର ଗୃହକୁ ଏଥିପାଇଁ ଅଭିନନ୍ଦନ  । ଓମ ବିର୍ଲାଙ୍କ କାର୍ଯ୍ୟଶୈଳୀ ଯୁବ ସାଂସଦଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।

ସେଇ ୩୦ ମିନିଟ୍‌ର ଆଲୋଚନା, ଖପ୍ପା ଥିଲେ ଦିଦି ଫୋନ କଲେ ରାହୁଲ

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ପୂର୍ବରୁ ବିବାଦ ଦେଖିବାକୁ ମିଳିଛି  । ବାଚସ୍ପତି ପଦ ପାଇଁ ଇଣ୍ଡିଆ ଆଲାଏନ୍ସର କେ ସୁରେଶଙ୍କୁ ମଇଦାନକୁ ଓହ୍ଲାଇ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛି କଂଗ୍ରେସ  । ଲୋକସଭା ବାଚସ୍ପତି ନିର୍ବାଚନ ମୋଦି ସରକାରଙ୍କ ପାଇଁ ପ୍ରଥମ ଅଗ୍ନିପରୀକ୍ଷା ହେବାକୁ ଯାଉଛି  । ଏନଡିଏକୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛି ଇଣ୍ଡିଆ ମେଣ୍ଟ  । ବିରୋଧୀ ସାଂସଦ ମାନେ ସୁରେଶଙ୍କୁ ସମର୍ଥନ ଦେବା ପାଇଁ ସମସ୍ତ ପ୍ରୟାସ ଚଳାଇଛି କଂଗ୍ରେସ । ସେପଟେ ଇଣ୍ଡିଆ ମେଣ୍ଟ ଉପରେ ଖପ୍ପା ଥିବା ଜାଣିପାରି ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଫୋନ କରିଛନ୍ତି ରାହୁଲ  ।

କଂଗ୍ରେସ ବାଚସ୍ପତି ପଦ ପାଇଁ କେ ସୁରେଶଙ୍କ ନାଁ ଘୋଷଣା କରିବା ପରେ ମମତା ବାନାର୍ଜୀଙ୍କ ଟିଏମସି ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲା  । ଟିଏମସି ଅଭିଯୋଗ କରିଥିଲା ଯେ ବିରୋଧୀ ଦଳ ବାଚସ୍ପତି ପଦ ପାଇଁ ତାଙ୍କ ମତାମତ ନେଇ ନଥିଲେ  । ଏହି କାରଣରୁ ଟିଏମସି ସମର୍ଥନ ପତ୍ରରେ ସାଇନ୍‌ କରିନଥିଲା । ଟିଏମସି ଅଭିଯୋଗ କରିଥିଲା ଯେ କଂଗ୍ରେସ ନିଜ ଇଚ୍ଛାରେ କେ ସୁରେଶଙ୍କ ନାଁ ଘୋଷଣା କରିଛି  । ସଂଖ୍ୟା ବଳ ଦେଖିଲେ ଇଣ୍ଡିଆ ମେଣ୍ଟକୁ ମମତାଙ୍କ ସମର୍ଥନ ନିହାତି ଆବଶ୍ୟକ  । ଏଭଳି କ୍ଷେତ୍ରରେ ରାହୁଲ ଗାନ୍ଧୀ ମମତା ବାନାର୍ଜୀଙ୍କ ଅସନ୍ତୋଷ ଦୂର କରିବା ପାଇଁ ପ୍ରୟାସ କରିଛନ୍ତି  ।

ରାହୁଲ ଓ ମମତାଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଫୋନରେ ଆଲୋଚନା ହୋଇଥିଲା  । ଏହି ଆଲୋଚନା ମଧ୍ୟରେ ବାଚସ୍ପତି ନିର୍ବାଚନ ପ୍ରସଙ୍ଗ ମଧ୍ୟ ଉଠିଛି  । କେ ସୁରେଶଙ୍କ ନାମାଙ୍କନ ବିଷୟରେ ପୂର୍ବରୁ ଟିଏମସିକୁ ଜଣାଇ ନଥିବାରୁ ମମତାଙ୍କୁ କ୍ଷମା ମାଗିଛନ୍ତି ରାହୁଲ  । ଏହା ପରେ ମମତା ବାନାର୍ଜୀ ରାଗ ନିୟନ୍ତ୍ରଣ କରିବା ସହ ଦୁଇ ଜଣ ଟିଏମସିର ବରିଷ୍ଠ ନେତାଙ୍କୁ ପଠାଇବା ପାଇଁ ନିର୍ଣ୍ଣୟ କରିଛନ୍ତି  । ଏହା ପୂର୍ବରୁ ରାହୁଲ ଲୋକସଭାରେ ଅଭିଷେକ ବାନାର୍ଜୀଙ୍କ ସହ ବି ଆଲୋଚନା କରିଥିଲେ  । ଶୁଣିବାକୁ ମିଳୁଛି ଯେ ମମତାଙ୍କ ଟିଏମସି ଇଣ୍ଡିଆ ମେଣ୍ଟ କୁ ସମର୍ଥନ ଦେବେ  ।

 

ଜୁଲାଇ ୬ରେ ଓଡିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୁଲାଇ ୬ରୁ ୯ ତାରିଖ ଓଡ଼ିଶାରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ। ଏହି ସବୁ କାର୍ଯ୍ୟକ୍ରମରେ ସାମିଲ ହେବା ସହ ରଥଯାତ୍ରାରେ ମଧ୍ୟ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିର୍ବାଚନ ପରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି  ।

ଗତ ମାର୍ଚ୍ଚରେ ରାଷ୍ଟ୍ରପତି ବ୍ରହ୍ମପୁର ଗସ୍ତ କରିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୩୫ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ ସହ ୪୩ ଛାତ୍ରଛାତ୍ରୀଙ୍କୁ ଡିଲିଟ୍ ଉପାଧି ପ୍ରଦାନ କରିଥିଲେ ରାଷ୍ଟ୍ରପତି। ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଛାତ୍ରଛ।ତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ ରାଷ୍ଟ୍ରପତି।

ସେଠାରୁ କଟକ ଯାଇ ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ। କଟକ ଓ ସମ୍ବଲପୁରରେ ରାଷ୍ଟ୍ରପତିଙ୍କ ଏକାଧିକ କାର୍ଯ୍ୟକ୍ରମ ରହିଥିଲା। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀ। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ଯମନ୍ତ୍ରୀ କେନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଦିଲ୍ଲୀ ଗସ୍ତରେ ଯିବେ।

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସୌଜନ୍ଯମୂଳକ ସାକ୍ଷାତ କରିବେ ଉଭୟ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ଉଭୟଙ୍କ ପ୍ରଥମ ଦିଲ୍ଲୀ ଗସ୍ତ।

ଆଜି ଠାରୁ ଅକାମି ହେଲା ୧୩୮ ବର୍ଷ ପୁରାତନ ଭାରତୀୟ ଟେଲିଗ୍ରାଫ ଆଇନ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଲାଗୁ ହେବ ନୂଆ ଟେଲିକମ ଆଇନ । ଟେଲିକମ ଆଇନ ୨୦୨୩ ଆଜିଠାରୁ ହେବ ଲାଗୁ । ଆଜିଠାରୁ ଅକାମି ହେଲା ୧୩୮ ବର୍ଷ ପୁରାତନ ଭାରତୀୟ ଟେଲିଗ୍ରାଫ ଆଇନ- ୧୮୮୫ ଓ ଭାରତୀୟ ଓ୍ବାଇରଲେସ ଟେଲିଗ୍ରାଫ ଆଇନ- ୧୯୩୩ । ଟେଲିକମ୍ୟୁନିକେସନ କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ନୂଆ ଆଇନ ଲାଗୁ କରାଯାଇଛି ।

୨୦୨୩ ଡିସେମ୍ବର ଶୀତକାଳୀନ ଅଧିବେଶନରେ ସଂସଦର ଉଭୟ ଗୃହରେ ଏହି ଆଇନ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କରିଥିଲା । ଏହି ଆଇନର ଧାରା ୧, ୨, ୧୦ରୁ ୩୦, ୪୨ରୁ ୪୪, ୪୬, ୪୭, ୫୦ରୁ ୫୮, ୬୧ ଓ ୬୨ ଏଣିକି ଲାଗୁ ହେବ । ପୁରୁଣା ଔପନିବେଶିକ ଆଇନର ଅନେକ ବ୍ଯବସ୍ଥା ବଦଳରେ ନୂଆ ଆଇନରେ ଅନେକ ବ୍ଯବସ୍ଥା ରହିଛି ।

ନୂଆ ଆଇନରେ ଉପଭୋକ୍ତାଙ୍କ ସୁରକ୍ଷା, ସଠିକ୍ ମାର୍ଗରେ ସଂସ୍କାର, ସ୍ପେକ୍ଟ୍ରମର ସର୍ବୋଚ୍ଚ ବ୍ଯବହାର ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି । ବଡ଼କଥା ହେଉଛି ଜାତୀୟ ନିରାପତ୍ତା ଆଧାରରେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ଟେଲିକମ ସର୍ଭିସକୁ ସରକାର ଅସ୍ଥାୟୀ ଭାବେ ନିଜ ନିୟନ୍ତ୍ରଣକୁ ନେବାର ବ୍ଯବସ୍ଥା ଏହି ଆଇନରେ ଅଛି । ସରକାର ଟେଲିକମ ସେବାକୁ ନିୟନ୍ତ୍ରଣ କରିପାରିବେ, କିମ୍ବା ସସପେଣ୍ଡ କରିପାରିବେ କିମ୍ବା ଏହି ସେବା ଲାଗି ଅନ୍ଯ କୌଣସି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିପାରିବେ, କିମ୍ବା ଅନ୍ଯ କୌଣସି ଟେଲିକମ୍ୟୁନିକେସନ ନେଟଓ୍ବର୍କକୁ ଏହାର ପରିଚାଳନା ଭାର ହସ୍ତାନ୍ତର କରିପାରିବେ । ଏହା ସହ ନୂଆ ସିମ, କନେକସନ କ୍ଷେତ୍ରରେ ବାୟୋମେଟ୍ରିକ ଭେରିଫିକେସନ ଅର୍ଥାତ ଆଧାର କାର୍ଡ ଲିଙ୍କ ସକାଶେ ଟେେଲିକମ ଅପରେଟରମାନଙ୍କ ଲାଗି ବାଧ୍ଯତାମୂଳକ କରାଯିବ । ସ୍ପେକ୍ଟ୍ରମ ଆବଣ୍ଟନ କ୍ଷେତ୍ରରେ ତିନିଟି ବିଷୟକୁ ଗୁରୁତ୍ବ ଦିଆଯିବ ।

ପ୍ରଥମଟି ହେଉଛି ସାଧାରଣ ସ୍ବାର୍ଥ- ଯଥା ମେଟ୍ରୋ, କମ୍ୟୁନିଟ ରେଡିଓ ଓ ବ୍ରଡକାଷ୍ଟିଂ । ଦ୍ବିତୀୟଟି ହେଉଛି- ସରକାରୀ କ୍ଷେତ୍ର ଅର୍ଥାତ ପ୍ରତିରକ୍ଷା, ରେଳବାଇ, ପୋଲିସ । ତୃତୀୟଟି ହେଉଛି ବୈଷୟିକ ଓ ଅର୍ଥନୈତିକ ଅର୍ଥାତ ବ୍ଯାକହଲ ଓ ସାଟେଲାଇଟ । ସେହିପରି ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ ବା ୟୁଏସଓଏଫ ବଦଳରେ ଲାଗୁ ହେବ ଡିଜିଟାଲ ଭାରତ ନିଧି । ଗବେଷଣା, ବିକାଶ, ପାଇଲଟ ପ୍ରକଳ୍ପ ଲାଗି ଏହି ପାଣ୍ଠି ବ୍ଯବହୃତ ହେବ । ନୂଆ ଆଇନ ଅନୁସାରେ ସ୍ପାମ ଓ ମାଲିସିଅସ କମ୍ୟୁନିକେସନରୁ ଖାଉଟିଙ୍କୁ ସୁରକ୍ଷା ମିଳିବ ।

ଆଜି ଦିନ ୧୧ଟାରେ ଲୋକସଭା ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ପଦ ପାଇଁ ଆଜି ହେବ ନିର୍ବାଚନ। ମଇଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ଓ ଇଣ୍ଡିଆ ପ୍ରାର୍ଥୀ କେ ସୁରେଶ । ଆଜି ଦିନ ୧୧ଟାରେ ହେବ ନିର୍ବାଚନ। ସେଥିପାଇଁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ନିଜ ନିଜର ସାଂସଦଙ୍କୁ ହ୍ବିପ ଜାରି କରାଯାଇଛି। ଗୃହରେ ଉପସ୍ଥିତ ରହିବାକୁ ସମସ୍ତଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ସଂଖ୍ଯା ଦୃଷ୍ଟିରୁ ଓମ ବିର୍ଲାଙ୍କ ପଲା ଭାରି ଅଛି। କାରଣ ଏନଡିଏର ୨୯୩ ସାଂସଦ ଅଛନ୍ତି। ଇଣ୍ଡିଆର ଅଛନ୍ତି ୨୩୩ ସାଂସଦ।

ମୋଟ ୫୪୨ ସାଂସଦଙ୍କ ମଧ୍ଯରୁ ୨୭୧ ଜଣଙ୍କ ସମର୍ଥନ ଯିଏ ପାଇବ, ସେ ଜିତିବ। ବାଚସ୍ପତି ପଦ ପାଇଁ ସହମତି ହୋଇନପାରିବାରୁ ଏଥର ନିର୍ବାଚନ ହେଉଛି। ଯାହାକି ସ୍ବାଧୀନ ଭାରତର ଇତିହାସରେ ପ୍ରଥମ। ଲୋକସଭାର ପରମ୍ପରା ଅନୁସାରେ ବାଚସ୍ପତି ଶାସକ ପକ୍ଷର ରହୁଥିବା ବେଳେ ବିରୋଧୀଙ୍କୁ ମିଳିଥାଏ ଉପବାଚସ୍ପତି ପଦ।

କିନ୍ତୁ ୨୦୧୪ ଓ ୨୦୧୯ ରେ ବିଜେପିର ସଂଖ୍ଯା ବଳ ଥିବାରୁ ଉପବାଚସ୍ପତି ପଦ ମଧ୍ଯ ନିଜ ପାଖରେ ରଖିଥିଲା। ଏଥର ମେଣ୍ଟ ସରକାର ଥିବାରୁ ବିରୋଧୀ ଏଥିରେ ଆଉ ସାଲିସ କରିନଥିଲେ ଏବଂ ଉପବାଚସ୍ପତି ପଦ ପାଇଁ ଅଡ଼ି ବସିଥିଲେ। ଏନଡିଏ କିନ୍ତୁ କିଛି ପ୍ରତିଶ୍ରୁତି ଦେଇନଥିଲା। ତେଣୁ ଓମ୍ ବିର୍ଲାଙ୍କୁ ସମର୍ଥନ କରିବାକୁ ମନା କରିଥିଲେ ବିରୋଧୀ। ତେଣୁ ଶେଷରେ ବାଚସ୍ପତି ନିର୍ବାଚନ ମଧ୍ଯ କରିବାକୁ ପଡ଼ିଛି।

୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ବର୍ଷାର ପରିମାଣ, ୨୦ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆହୁରି ଘନୀଭୁତ ହୋଇ ଲଘୁଚାପର ରୂପ ନେବାର ସମ୍ଭାବନା । ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଆଜି ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହାସହ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ଉତ୍ତର-ଉପକୂଳ ଓଡ଼ିଶାର ୨୦ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । କାଲି ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ କାଳବୈଶାଖୀ ବର୍ଷା ନେଇ ରାଜ୍ୟର ଅନ୍ୟ ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୮ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର ଏବଂ ବରଗଡକୁ ସତର୍କତା ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ଅନୁଗୁଳ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୋନପୁର, ଗଞ୍ଜାମ, ଗଜପତି, ମୟୁରଭଞ୍ଜ ଏବଂ କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଠାରୁ ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ବର, ମୟୁରଭଞ୍ଜ, ପୁରୀ ଏବଂ ବଲାଙ୍ଗିରରେ ସ୍ଥିତି ଉତ୍କଟ ରହିଛି । ୨୨ଟି ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଉତ୍ତର ପଶ୍ଚିମ ବଙ୍ଗୋସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ମଧ୍ଯ ନିଅଣ୍ଟିଆ ଭରଣ ହୋଇ ନ ପାରେ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ।