ନନ୍ଦିଘୋଷ ବ୍ୟୁରୋ: ଅରୁଚିକର ମନ୍ତବ୍ଯ ଦେଇ ଅଡୁଆରେ ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ହିମନ୍ତଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ରାଜ୍ଯର ୧୮ଟି ରାଜନୈତିକ ଦଳ। ଆସାମକୁ ମିଆଁ ମୁସଲିମଙ୍କ ହାତରେ ଟେକି ଦିଆଯିବ ନାହିଁ ବୋଲି ହିମନ୍ତ କହିବା ପରେ ଏହାକୁ ନେଇ ତାତିଥିଲେ ବିରୋଧୀ। ହିମନ୍ତ ବିଶ୍ବଶର୍ମା ରାଜ୍ଯରେ ସମ୍ପ୍ରଦାୟ-ସମ୍ପ୍ରଦାୟ ମଧ୍ଯରେ ତିକ୍ତତା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ଆସାମ କଂଗ୍ରେସ ସଭାପତି ଭୂପେନ ବରୁଆ କହିଛନ୍ତି- ଲୋକସଭା ନିର୍ବାଚନ ପରଠାରୁ ମୁଖ୍ଯମନ୍ତ୍ରୀ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟିକାରୀ ମନ୍ତବ୍ଯମାନ ଦେଉଛନ୍ତି। ତେଣୁ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି। ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯିବ। ଆସାମ ନାଗାଓଁରେ ଜଣେ ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ସମେତ ଅନ୍ଯାନ୍ଯ ଘଟଣା ରାଜ୍ଯରେ ଆଇନଶୃଙ୍ଖଳା ବିଗିଡିଥିବାର ନଜିର ବୋଲି କହିଛନ୍ତି ବିରୋଧୀ। କିଛି ସଂଗଠନର ଧମକ ଅନୁସାରେ ସେମାନେ ଲୋୟର ଆସାମ ଛାଡି ଅପର ଆସାମକୁ ଚାଲିଯିବେ ବୋଲି କହିଥିଲେ ଏଆଇୟୁଡିଏଫ ଏମଏଲଏ ରଫିକୁଲ ଇସଲାମ। ଏହାକୁ ନେଇ ଟିପ୍ପଣୀ ଦେଇଥିଲେ ହିମନ୍ତ।
ପାଖ ମାଡ଼ିବନି ବାର୍ଦ୍ଧକ୍ୟ! ଏହି ଡ୍ରାଏ ଫୃଟ ଖାଇଲେ ସବୁବେଳେ ଚମକିବେ
ନନ୍ଦିଘୋଷ ବ୍ୟୁରୋ: ନିଜକୁ ସୁନ୍ଦର ରଖିବାକୁ କିଏ ବା ନଚାହେଁ । ସମସ୍ତେ ସବୁବେଳେ ଚେଷ୍ଟା କରନ୍ତି କି, କିପରି ସବୁବେଳେ ତାଙ୍କ ଚେହେରା ଚମକିବ । ଏଥିପାଇଁ ଆଜିକାଲିର ଯୁବପିଢ଼ୀ ଅନେକ ପ୍ରଡକ୍ଟମାନ ବ୍ୟବହାର କରନ୍ତି । କରନ୍ତି ମାତ୍ର ଅନେକ କ୍ଷେତ୍ରରେ ଏହା ମହଙ୍ଗା ସାବ୍ୟସ୍ତ ହୋଇଥାଏ । ସମସ୍ତଙ୍କ ସ୍କିନରେ ସବୁ ପ୍ରଡକ୍ଟ ଯାଇ ନଥାଏ । ମାତ୍ର ଡାକ୍ତରଙ୍କ କହିବା ଅନୁସାରେ ଚେହେରାକୁ ଚମକାଇବା ପାଇଁ କିସମିସ ବେଶ ଉପଯୋଗୀ ହୋଇଥାଏ । ଏହି ଡ୍ରାଏ ଫୃଟ ସୁନ୍ଦର ଦେଖାଯିବାରେ ଏକ ବଡ଼ ଭୂମିକା ମଧ୍ୟ ଗ୍ରହଣ କରିଥାଏ । ଚାପ, ଜୀବନଶୈଳୀ ସାଙ୍ଗକୁ ଖରାପ ପରିବେଶ ଏବଂ ଖାଇବା ପ୍ରଭାବରେ ତ୍ବଚା ଶୁଖି ଯାଇଥାଏ । ଯାହାକୁ ନେଇ ଏବେ ଅଧିକଂଶ ଯୁବପିଢ଼ୀ ଚିନ୍ତାରେ ରହିଥାନ୍ତି । କିନ୍ତୁ କିସମିସ ଖାଇବା ଦ୍ବାରା ଆପଣଙ୍କ ସୌନ୍ଦର୍ଯ୍ୟକୁ ପୁଣିଥରେ ଫେରିପାଇବେ । କାହିଁକି ନାଁ ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ଏବଂ ମିନେରାଲ୍ସ ଭରପୁର ରହିଥାଏ । ଯାହାକି ତ୍ବଚାକୁ ଚମାଇବାରେ ସହାୟକ ହୋଇଥାଏ ବୋଲି ଡାକ୍ତରମାନେ କହିଥାନ୍ତି । ଏଣୁ ଆପଣ ପ୍ରତ୍ୟେକ ଦିନ ଏବଂ ଡାକ୍ତର ପରାମର୍ଶ ଅନୁସାରେ ଖାଇବା ଉଚିତ ।
ଜଙ୍ଗଲୀ ଭାଲୁ ସହ ଯୁବକଙ୍କ ସଂଘର୍ଷ, ସାହସ ପାଇଁ ବର୍ତ୍ତିଗଲେ..
ନନ୍ଦିଘୋଷ ବ୍ୟୁରୋ: ଜଙ୍ଗଲୀ ଭାଲୁ ସହ ଯୁବକଙ୍କ ମୁହାଁମୁହିଁ । ୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ସଂଘର୍ଷ l ଯୁବକଙ୍କ ସାହସ ପାଇଁ ଆଜି ଭାଲୁ ମୁହଁରୁ ବର୍ତ୍ତି ଯାଇଛନ୍ତି ଯୁବକ l ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟ ପ୍ରାଣୀ ଅଞ୍ଚଳ ଅତଳସରା ଗାଁର ପଦ୍ମ ଚରଣ ନାୟକ ଆଜି ସକାଳୁ ନିଜ ବିଲକୁ ଚାଷ ପାଇଁ ଯାଇଥିଲେ l କିନ୍ତୁ ଜଙ୍ଗଲ ନିକଟରେ ତିନୋଟି ଭାଲୁ ଥିବା ଦେଖିଥିଲେ, ସେଠାରୁ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଉଥିବା ସମୟରେ ଏକ ଭାଲୁ ପଛପଟୁ ଆକ୍ରମଣ କରିଥିଲା l ଉଭୟଙ୍କ ମଧ୍ୟରେ ବହୁ ସଂଘର୍ଷ ହୋଇଥିଲା। ଶେଷରେ ଏକ ପଥର ଦ୍ୱାରା ଆକ୍ରମଣ କରିବାରୁ ଜଙ୍ଗଲକୁ ଭାଲୁ ଟି ଦୌଡ଼ି ପଳାଇ ଥିଲା l ପଦ୍ମ ଚରଣଙ୍କ ଜୀବନ ବଞ୍ଚିଯାଇଥିଲେ ବି ଗୋଡ଼ ଆଉ ହାତରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି l

