spot_img
Home Blog Page 1712

ଖାଉଟିଙ୍କୁ କଲବଲ କଲାଣି ଦରବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ହୁତୁହୁତୁ ହୋଇ ବଢୁଛି ପିଆଜ, ଅଦା, ରସୁଣର ଦର । ପନି ପରିବା ମୂଲ୍ଯ ବି ଆକାଶ ଛୁଆଁ । ପରିବା ବଜାରରେ ସତେ ଯେମିତି ଲାଗିଚି ନିଆଁ । ମାସେ ଧରି ପରିବା ଦର ବଢ଼ି ଥିବା ବେଳେ ଏବେ ପିଆଜ, ରସୁଣ, ଅଦା କିଣିବାକୁ ଡରିଲେଣି ଖାଉଟି । ଗରିବ ଲୋକଙ୍କ କଥା ଛାଡ଼ ମଧ୍ୟବିତ୍ତ ପରିବାର ରୋଷେଇଘରୁ ଉଭାନ ହେଲାଣି ପିଆଜ, ଅଦା, ରସୁଣ ।

ଖାଉଟିଙ୍କୁ କଲବଲ କଲାଣି ଦରବୃଦ୍ଧି । ଆଳୁ ଟେନସନ ନ କମୁଣୁ ଏବେ କନ୍ଦାଇଲାଣି ପିଆଜ, ଅଦା, ରସୁଣ । ଭୁବନେଶ୍ବରର ଏକ ନମ୍ବର ମାର୍କେଟରେ ପିଆଜ କିଲୋ ୫୫ ଟଙ୍କାରେ ବିକ୍ରି ହେଉଥିବା ବେଳେ, ରସୁଣ ଅଢେଇଶ ଗ୍ରାମକୁ ୯୦ ଟଙ୍କା ରହିଛି । ଅଦା ଅଢେଇସକୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି ବ୍ଯସାୟୀ । ସରକାରଙ୍କ ପକ୍ଷରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ, ଦର ବୃଦ୍ଧି ପାଇଁ ସମସ୍ତଙ୍କୁ ଦାୟୀ କରିଛନ୍ତି ଗ୍ରାହକ । କିଛିଦିନ ଧରି ଆଳୁଦର ଲୋକଙ୍କୁ ଘାଣ୍ଟି ଦେଇଥିବାବେଳେ ଏବେ ପିଆଜ, ଅଦା, ରସୁଣ ଲୋକଙ୍କ ହାଣ୍ଡିଶାଳରୁ ଉଭାନ ହେଲାଣି ।

ଆମିଷ ହେଉ କି ପରିବା ଝୋଳ । ପିଆଜ, ଅଦା, ରସୁଣ ନ ପଡ଼ିଲେ ତରକାରୀ ପାଣିଚିଆ ଲାଗେ । କଣ କିଣିବେ, କେତେ କିଣିବେ ଦ୍ବନ୍ଦରେ ଖାଉଟି । ସେପଟେ ଆଗକୁ ପିଆଜ ଦର ଆହୁରି ବଢିପାରେ ବୋଲି କହିଛନ୍ତି ବେପାରୀ । ଯାହାକୁ ନେଇ ସରକାର ଙ୍କ ବ୍ୟବସ୍ଥାକୁ ଦାଇ କରିଛନ୍ତି ସାଧାରଣ ଲୋକ । ପରିବା ଦର ମଧ୍ଯ କେଉଁଟା କମ ନୁହେଁ। ଯାହାକୁ ଛୁଇଁବ ସବୁ ୫୦ ପାର । ବିଭାଗ ପକ୍ଷରୁ ଏଥି ନେଇ କୌଣସି ଆଖି ଦୃଷିଆ ପଦକ୍ଷେପ ନିଆଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

 

ସାମ୍ବାଦିକଙ୍କ ପ୍ରଶ୍ନରେ ସାହିଦଙ୍କ ନାଁ, କରିନା କହିଲେ..

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘଦିନ ଧରି ବଡ଼ ପରଦାରୁ ଦୂରେଇ ରହିଛନ୍ତି ବଲିଉଡ ଅଭିନେତ୍ରୀ କରିନା କପୁର ଖାନ । କିନ୍ତୁ ଏକ କ୍ରାଇମ-ସସପେନ୍ସ ଫିଲ୍ମ ବଙ୍କିଧମ ମଡର୍ସ ଜରିଆରେ ପୁଣିଥରେ କମବ୍ୟାକ କରୁଛନ୍ତି । ତେବେ ଏହି ଫିଲ୍ମରେ କରିନା ଜଣେ ଗୁପ୍ତଚର ଭୂମିକାରେ ନଜର ଆସୁଛନ୍ତି । ମଙ୍ଗଳବାର ଫିଲ୍ମ ଟ୍ରେଲର ରିଲିଜ ଅବସରରେ ଯୋଗ ଦେଇଥିଲେ କରିନା । ସାମ୍ବାଦିକମାନେ ତାଙ୍କୁ ଫିଲ୍ମକୁ ନେଇ ବିଭିନ୍ନ ପ୍ରଶ୍ନମାନ ପଚାରିଥିଲେ । ମାତ୍ର ଜଣେ ସାମ୍ବାଦିକ ତାଙ୍କୁ ସାହିଦଙ୍କ ନାମ ନେଇ ଏକ ପ୍ରଶ୍ନ କରିଥିଲେ । ଏହାପରେ ଉପସ୍ଥିତ ଥିବା ସମସ୍ତ ଲୋକ ତାଳି ମାରିବା ସହ ଚିଲାଇ ଥିଲେ । ଯାହା ଶୁଣିବା ପରେ କରିନାଙ୍କ ଏକ୍ସପ୍ରେସନ ବଦଳି ଯାଇଥିଲା । ସେ କିଛି କହିବା ପୂର୍ବରୁ ଚୁପ ହୋଇ ଯାଇଥିଲୋ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ତେବେ କହି ରଖୁଛୁ କି, ବଲିଉଡରେ ଲଭ-ଡେଟ ଆଉ ବ୍ରେକଅପ କୌଣସି ନୂଆ କଥା ନୁହେଁ । ଏହି ପରି ଭାବେ କରିନା କପୁର ଏବଂ ସାହିଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ୨୦୦୪ରୁ ଏମାନଙ୍କ ପ୍ରେମ ଆରମ୍ଭ ହୋଇ ୨୦୦୭ରେ ଶେଷ ହୋଇଥିଲା । ବ୍ରେକଅପ ହେବା ପରେ କରିନା ସୈଫ ଅଲ୍ଲି ଖାନଙ୍କୁ ବିବାହ କରିଥିଲେ ।

ଯୌତୁକ ପାଇଁ ବୋହୂକୁ ବିଷ ପିଆଇଲେ ଶାଶୁଘର ଲୋକ

ନନ୍ଦିଘୋଷ ବ୍ୟୁରୋ: ଯୌତୁକ ପାଇଁ ଶାଶୁଘର ଲୋକ ବୋହୂକୁ ବିଷ ପିଆଇ ଦେଇଥିବା  ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭଣ୍ଡାରିପାଳ ଗାଁରେ । ଏହି ଗାଁର ସୁଦର୍ଶନ ବିନ୍ଧାଣୀ କୋଳିଅଳମ ଗାଁର  ସୀତା ନାଏକଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ବିବାହର କିଛିଦିନ ପରେ ଯୌତୁକ ପାଇଁ ଶାଶୁଘର ଲୋକ ସୀତାଙ୍କୁ ନିର୍ଯ୍ୟାତନ ଦେଇଆସୁଥିଲେ । ଗତକାଲି ଶାଶୁ ଏବଂ ଜେଜେମା ଶାଶୁ ମିଶି ସୀତାଙ୍କୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି । ଖବରପାଇ ସୀତାଙ୍କ ବାପଘର ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ସୀତାଙ୍କ ମାଆ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।

IC 814 ବିମାନ ଅପହରଣ କରିଥିବା ଆତଙ୍କବାଦୀ ପୂଜା ଜନ୍ମଦିନରେ ଦେଇଥିଲେ ଏହି ଗିଫ୍ଟ

ନନ୍ଦିଘୋଷ ବ୍ୟୁରୋ: ନେଟଫ୍ଲିକ୍ସର ଓ୍ବେବ ସିରିଜ IC 814 ଦ କନ୍ଦାର ହାଇଜାକ ଆଜିକାଲି ବେଶ ଚର୍ଚ୍ଚାରେ ରହିଛି । ଏହି ଓ୍ବେବ ସିରିଜର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବାବେଳେ ଦର୍ଶକେ ଏହାକୁ ବେଶ ପସନ୍ଦ କରିଛନ୍ତି । ଚଣ୍ଡିଗଡ଼ର ପୂଜା କାଟାରିଆ ଏହି ବିମାନରେ ତାଙ୍କ ସ୍ବାମୀଙ୍କ ସହ ଯାତ୍ରା କରୁଥିଲେ । ଯେଉଁଦିନ ବିମାନଟି ହାଇଜ୍ୟାକ ହୋଇଥିଲା ସେଦିନ ପୂଜାଙ୍କ ଜନ୍ମଦିନ ଥିଲା । ତେବେ ସ୍ବାମୀଙ୍କ ସହ ହନିମୁନରେ ନେପାଳ ଯାଇଥିଲେ । କାଠମାଣ୍ଡୁରୁ ଦିଲ୍ଲୀ ଆସୁଥିବାବେଳେ ବିମାନକୁ ଅପହରଣ କରାଯାଇଥିଲା । ତେବେ ପୂଜାଙ୍କ ଜନ୍ମଦିନ ଥିବାବେଳେ ସେ ଅପହରଣକାରୀଙ୍କୁ ନିବେଦନ କରିଥିଲେ କି, ସେମାନଙ୍କୁ ଛାଡ଼ିବା ପାଇଁ ।

ତେବେ ଅପହରଣକାରୀଙ୍କ ମଧ୍ୟରୁ ଜଣେ ପୂଜାଙ୍କୁ ଜନ୍ମଦିନ ଓ୍ବିସ କରିବା ସହ ଏକ ସାଲ ଉପହାର ଦେଇଥିଲେ । ଯେଉଁଥିରେ ସେ ଉଲ୍ଲଖ କରିଥିଲେ କି, ମାଇଁ ଡିୟର ସିଷ୍ଟର ତୁମ ଜନ୍ମଦିନର ଶୁଭେଚ୍ଛା । ତେବେ ପ୍ରଥମେ ସେମାନେ ବହୁ ଭୟ କରିଯାଇଥିଲେ । କିନ୍ତୁ ଅପହରଣକାରୀଙ୍କ ମଧ୍ୟରେ ଜଣା ମଜାଳିଆ ଲୋକ ଥିଲେ । ଯିଏକି ଗୀତ ଗାଇବା ସହ ଖୁସି କରାଉଥିଲେ । ଯାହାଦ୍ବାରା ଆମେ ଟିକେ ରିଲାକ୍ସ ହେଉଥିଲୁ । ଦୁଇଦିନ ଆମେ କେମିତି ରହିଛୁ ତାହା ଆମେ ହିଁ ଜାଣିଛୁ । ଜୀବନ ନେଇ ଫେରିବା ଆମ ପାଇଁ ସୌଭାଗ୍ୟର କଥା ବୋଲି କହିଛନ୍ତି ପୂଜା ।

କୁକୁରପେଟା ଗାଁରେ ଅଜଣା ରୋଗ ଆତଙ୍କ

0

ନନ୍ଦିଘୋଷ ବ୍ୟୁରୋ: ଅନୁଗୋଳ ଜିଲ୍ଲା କୁକୁରପେଟା ଗାଁରେ ଅଜଣା ରୋଗ ଆତଙ୍କ। କିଛି ଦିନ ଭିତରେ ଗାଁର ୧୦ ଜଣଙ୍କ ମୃତ୍ଯୁ ହୋଇଥିବାର ଅଭିଯୋଗ ହୋଇଛି। ଏହି ଗାଁରେ ପ୍ରାୟ ୩୦୦ ପରିବାର ରହନ୍ତି। କିଛି ଦିନ ହେଲା ଗାଁରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରକୃତରେ କଣ ହୋଇଛି ତାହା ଜଣାପଡୁନି। ଗୋଟିଏ ପରିବାର ଦୁଇ ଜଣଙ୍କ ମୃତ୍ଯୁ ପରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଚକ୍ରଧର ଦେହୁରୀ ଓ ଶଙ୍କର ଦେହୁରୀଙ୍କ ମୃତ୍ୟୁ ହୋଇଛି। ଶଙ୍କର ଦେହୁରୀ ପ୍ରଥମେ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନା ଯାଇଥିଲେ l ସେଠାରେ ଡାକ୍ତର ପରିସ୍ରା, କିଡନି ଓ ଗଳା ସଂକ୍ରମଣ ହୋଇଥିବା କହିଥିଲେl କିନ୍ତୁ କିଛିଦିନ ପରେ ହଠାତ ଅକ୍ସିଜେନ ଲେବୁଲ ଖସି ଯାଇ ତାଙ୍କର ମୃତ୍ୟୁ ହୋଇଥିଲା l ତାର କିଛିଦିନ ପରେ ଅନୁରୂପ ଭାବେ ଶଙ୍କରଙ୍କ ଭାଇ ଚକ୍ରଧରଙ୍କର ମୃତ୍ୟୁ ହୋଇଥିଲା l ତାର କିଛି ଦିନ ପରେ ତାଙ୍କର ପଡୋଶୀ ଶ୍ରୀମତି ଦେହୁରୀ ଆକ୍ରାନ୍ତ ହୋଇଥିଲେ l ଏହା ଦେଖି ଗ୍ରାମରେ କୋକୁଆ ଭୟ ଦେଖା ଦେଇଛିl ତେବେ କେଉଁ କାରଣରୁ ବ୍ୟାପୁଛି ସେ ନେଇ କୌଣସି ଷ୍ପଷ୍ଟ ହୋଇ ନାହିଁ। ୨୦ ଦିନ ହେବ ଅଜଣା ରୋଗରେ ଗ୍ରାମବାସୀ ଭୟଭୀତ ରହିଥିଲେ ମଧ୍ୟ ଏନେଇ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡିନି। ଗ୍ରାମବାସୀ ଗାଁର  ଆରାଧ୍ୟ ଦେବୀଙ୍କ ପୂଜାପାଠ କରିଛନ୍ତି। ସଂକୀର୍ତନ, ହୋମ ଯଜ୍ଞ ଆଦି କରିବାକୁ ପ୍ରସ୍ତୁତି ଚଳାଇଛନ୍ତିl

ଜବଲପୁର ପରେ ବମ୍ବେ ହାଇକୋର୍ଟରୁ ଅଭିନେତ୍ରୀ କଙ୍ଗନାଙ୍କୁ ଝଟକା

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ବିଜେପି ନେତ୍ରୀ କଙ୍ଗନା ରାନାଓ୍ବତ ଆଜିକାଲି ଫିଲ୍ମ ’ଏମରଜେନ୍ସି’କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ବିବାଦ ଘେରରେ ରହିଛି ଫିଲ୍ମର ଟ୍ରେଲର ରିଲିଜ ହେବା ଦିନଠାରୁ । ତେବେ ସେପ୍ଟେମ୍ବର ୬ ତାରିଖରେ ଫିଲ୍ମଟି ମୁକ୍ତିଲାଗଭ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ମାତ୍ର ଏହା ପୂର୍ବରୁ ବମ୍ବେ ହାଇକୋର୍ଟରୁ କଙ୍ଗନାକୁ ଲାଗିଛି ଝଟକା । ବମ୍ବେ ହାଇକୋର୍ଟ ସିବିଏଫସି ସାର୍ଟିଫିକେଟ ଦେବା ମାମଲାରେ ଶୁଣାଣିକୁ ସେପ୍ଟେମ୍ବର ୧୮କୁ ରଖିଛନ୍ତି । ଏବଂ ୧୯ ତାରିଖରେ ଏହାର ଶୁଣାଣି ହେବ । ଯେଉଁ କାରଣରୁ ୬ ତାରିଖରେ ଫିଲ୍ମ ଏକପ୍ରକାର ରିଲିଜ ହୋଇପାରିବ ନାହିଁ । କୋର୍ଟ କହିଛନ୍ତି କି, ଏତେ ଶୀଘ୍ର ମାମଲାରେ ଆଦେଶ ଦିଆଯାଇପାରିବ ନାହିଁ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଫିଲ୍ମ ରିଲିଜ ତାରିଖକୁ ଘୁଞ୍ଚାଯାଇଛି । ୨ ସପ୍ତାହ ପରେ ରିଲିଜ ହୋଇପାରେ ଫିଲ୍ମ । ସେପଟେ ପ୍ରଯୋଜନା ସଂସ୍ଥା ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି କି, ଖୁବଶୀଘ୍ର ଫିଲ୍ମ ରିଲିଜ କରାଯାଉ ।

ହରିୟାଣା ରାଜନୀତିରେ କଣ ରହିଛି ଖେଳାଳିଙ୍କ ପ୍ରଭାବ ?

ନନ୍ଦିଘୋଷ ବ୍ୟୁରୋ: ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ରେସଲର ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗଟ । ଅକ୍ଟୋବର ମାସରେ ହରିୟାଣାରେ ନିର୍ବାଚନ ହେବାକୁ ଥିବାବେଳେ ଉଭୟ ପ୍ରତିଦ୍ବନ୍ଦିତା କରିବେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ପକ୍ଷରୁ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା ହେବାକୁ ଥିବାବେଳେ ଏହି ରେସଲରଙ୍କ ନାମ ଆସିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ଜାଣିବା ୨୦୧୯ ବିଧାନସଭା ନିର୍ବାଚନରେ ହରିୟାଣା ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିଥିବା ଖେଳାଳିଙ୍କ ଫଳାଫଳ କଣ ହୋଇଛି ।

୨୦୧୯ ସାଧାରଣ ନିର୍ବାଚନରେ ୩ ଜଣ ଖେଳାଳି ନିର୍ବାଚନୀ ପ୍ରତିଦ୍ବନ୍ଦିତା କରିଥିଲେ । କମନଓ୍ବେଥ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ବିଜେତା ବବିତା ଫୋଗଟ ପ୍ରାର୍ଥୀ ହୋଇଥିଲେ କିନ୍ତୁ ପରାଜୟ ବରଣ କରିଥିଲେ । ହକି ଖେଳାଳି ସନ୍ଦୀପ ସିଂ ମଧ୍ୟ ପ୍ରତିଦ୍ବନ୍ଦିତା କରିଥିବାବେଳେ ସେ ବିଜୟୀ ହୋଇଥିଲେ । ମାତ୍ର ଯୋଗେଶ୍ବର ଦତ୍ତଙ୍କୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା । ଏହି ତିନି ଖେଳାଳି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବାବେଳେ ଚଳିତ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିପାରନ୍ତି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ।

ଆଇପିଏଲରେ ଏହି ଦଳର ହେଡ କୋଚ ଭାବେ କାର୍ଯ୍ୟ କରିବେ ରାହୁଲ ଦ୍ରାବିଡ୍

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ପୁଣିଥରେ ଆଇପିଏଲକୁ ଫେରୁଛନ୍ତି । ତାଙ୍କ କୋଚିଂରେ ଖେଳିବ ଦଳ । ତେବେ ସେ ପୁରୁଣା ଦଳ ରାଜସ୍ଥାନ ରୟାଲ୍ସର କୋଚିଂ ଭାର ସମ୍ଭାଳିବେ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ତାଙ୍କୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଏହି ଦାୟିତ୍ବରେ ରହିଥିଲେ ପୂର୍ବତନ ଶ୍ରୀଲଙ୍କା କ୍ରିକେଟର କୁମାର ସାଙ୍ଗାକାରା । ଯଦିଓ ସେ ଏହି ପଦବୀ ଛାଡ଼ିବେ କିନ୍ତୁ ମେଣ୍ଟରଭାବେ ଦଳରେ ଦାୟିତ୍ବ ତୁଲାଇବେ । ସେପଟେ ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଦଳ ଟି-୨୦ ବିଶ୍ବକପ ଜିତିଛି । ଏଣୁ ଆଗାମୀ ଦିନରେ ରାଜସ୍ଥାନ ରୟାଲ୍ସ ତାଙ୍କ ଅଧିନାୟକତ୍ବରେ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା ରଖାଯାଇଛି ।

ଉତ୍ତର କୋରିଆରେ ବନ୍ଯା ରୋକିବାରେ ବିଫଳ ହେବାରୁ ୩୦ ଅଫିସରଙ୍କୁ ମୃତ୍ଯୁଦଣ୍ଡ

ପ୍ୟାଙ୍ଗୋଗ: କାମରେ ଅବହେଳା ଲାଗି ସସପେଣ୍ଡ ହେବା ବା ଗିରଫ ହେବା ସାଧାରଣ ଘଟଣା। ମାତ୍ର ଉତ୍ତରକୋରିଆରେ ଏହା ଘଟିଲା ନାହିଁ। ବନ୍ଯା ରୋକିବାରେ ବିଫଳ ହୋଇଥିବା ଅଭିଯୋଗ କ୍ରମେ ୩୦ ଜଣ ଅଫିସରଙ୍କୁ ମୃତ୍ଯୁଦଣ୍ଡ ଦେଇଛନ୍ତି ଉତ୍ତରକୋରିଆ ଶାସକ କିମ୍ ଜଙ୍ଗ ଉନ। ଗତ ଜୁଲାଇରେ ଦେଶରେ ବନ୍ଯା ଓ ବନ୍ଯାଜନିତ ଭୂସ୍ଖଳନ ଯୋଗୁ ଏକ ହଜାର ଲୋକଙ୍କ ମୃତ୍ଯୁ ଘଟିଥିଲା।

୧୫ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ। ବନ୍ଯା ରୋକିବାରେ ବିଫଳ ହେବା ଯୋଗୁ ବନ୍ଯା ଓ ଭୂସ୍ଖଳନ ହୋଇଥିଲା ବୋଲି ଅଭିଯୋଗ କ୍ରମେ ଏହି ପଦକ୍ଷେପ ନେଇଛନ୍ତି କିମ। ଏସମ୍ପର୍କରେ ଦକ୍ଷିଣ କୋରିଆର ଚୋସୁନ ଟିଭି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହି ଅଧିକାରୀମାନେ ଦୁର୍ନୀତିରେ ବି ଲିପ୍ତ ହୋଇଥିବା ଅଭିଯୋଗ ହୋଇଥିଲା। ଯେଉଁ ଯେଉଁ ଅଞ୍ଚଳରେ ବନ୍ଯା ତାଣ୍ଡବ ଘଟିଥିଲା ସେହି ଅଞ୍ଚଳର ଅଧିକାରୀମାନଙ୍କୁ ମୃତ୍ଯୁଦଣ୍ଡ ମିଳିଛି। ବିଶେଷ କରି କୋଭିଡ ପରେ ଉତ୍ତରକୋରିଆରେ ମୃତ୍ଯୁଦଣ୍ଡ ଘଟଣା ବଢିବାରେ ଲାଗିଛି।

ଉତ୍ତର ପ୍ରଦେଶରେ ଜାଲ ନୋଟ୍‌ ପ୍ରସ୍ତୁତକାରୀ ରାକେଟ ଠାବ, ଓଡିଶା ଯାଏଁ ଲମ୍ବିଛି ଚେର

ଭଦ୍ରକ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜାଲ୍ ନୋଟ ପ୍ରସ୍ତୁତକାରୀ ରାକେଟ ଠାବ। ଉଚ୍ଚମାନର ଜାଲ ନୋଟ ପ୍ରସ୍ତୁତ କରୁଥିବା ଗ୍ଯାଙ୍ଗକୁ ଧରିଛି ପୋଲିସ। ଅତ୍ତରସୁୟା ଅଞ୍ଚଳରେ ଥିବା ଏକ ମଦ୍ରାସାରେ ଏହି ରାକେଟ ଚାଲିଥିବା ସୂଚନା ମିଳିଛି। ଘଟଣାରେ ମଦ୍ରାସା ପ୍ରିନ୍ସିପାଲ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ।

ଗତ ଅଗଷ୍ଟ ୨୮ରେ ପୋଲିସ ଜାମିଆ ହିବିବିୟା ମଦ୍ରାସାରେ ରେଡ କରିଥିଲା ଏବଂ ୧ ଲକ୍ଷ ୩୦ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଥିଲା। ସେଠାରୁ ଏକ ପ୍ରିଣ୍ଟର ଓ ଜାଲ୍ ନୋଟ ପ୍ରସ୍ତୁତରେ ବ୍ଯବହୃତ କେତେକ ଯନ୍ତ୍ରପାତି ଜବତ କରିଛି। ଅଭିଯୁକ୍ତମାନେ ହେଲେ ମହମ୍ମଦ ତଫସିରୁଲ ଆରିଫିନ, ମହମ୍ମଦ ଆଫଜଲ, ମହମ୍ମଦ ସାହିଦ ଓ ଜାହିର ଖାନ।

ଗିରଫ ଅଭିଯୁକ୍ତ ଜାହିର ଖାଁର ଘର ଭଦ୍ରକ ବାସୁଦେବପୁର ବୋଲି ସୂଚନା ମିଳିଛି। କାର୍ଯ୍ୟକାରୀ ଅଧ୍ଯକ୍ଷ ତଫସିରୁଲଙ୍କ ପକ୍ଷରୁ ଜାଲନୋଟ ପ୍ରସ୍ତୁତ ଲାଗି ଏକ ରୁମ ଦିଆଯାଇଥିଲା ବୋଲି ପୋଲିସ କହିଛି। ପଶ୍ଚିମବଙ୍ଗ, ଓଡ଼ିଶା, ବିହାର,ଝାଡଖଣ୍ଡ ଆଦି ରାଜ୍ଯରୁ ଏହି ମଦ୍ରାସା ଛାତ୍ର ସଂଗ୍ରହ କରୁଥିବା ସୂଚନା ମିଳିଛି। ଏହି ଗ୍ୟାଙ୍ଗ ଉପରେ ପୋଲିସ ୨୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

ସେପଟେ ଭଦ୍ରକ ବାସୁଦେବପୁରର ଜାହିର ଖାଁ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ପ୍ରୟାଗରାଜ ପୋଲିସ। ସେ ପ୍ରୟାଗରାଜ ଜାମିଆ ହବିବିୟା ମଦ୍ରାସାରେ ଥିଲେ ବୋଲି ସୂଚନା ମିଳିଛି। ତାଙ୍କ ବାପା ସାଜିଦ ଖାଁ ଗ୍ରାମରେ ରୁହନ୍ତି। ବାସୁଦେବପୁର ପୌରପାଳିକାର ଶୁକଦେବପୁର ୧୩ ୱାର୍ଡର ସାଜିଦ ଖାନଙ୍କ ମଝିଆ ପୁଅ ଜାହିର । ତାଙ୍କ ବୟସ ୨୦ ବର୍ଷ । ଜାମିଆ ହବିବିୟା ମଦ୍ରାସା ପ୍ରୟାଗରାଜରେ ପଢିବା ପାଇଁ ଛଅ ବର୍ଷ ତଳେ ଯାଇଥିଲା । ପ୍ରାଥମିକ ଭାବେ ସେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢି ଭଦ୍ରକ ଗୁଜିଦରଡା ମଦ୍ରାସାରେ ପଢିଥିଲା। ପରେ ପ୍ରୟାଗରାଜ ମଦ୍ରାସାରେ ପଢୁଥିଲା। ବାପା କହିଛନ୍ତି ଯିଏ ଦୋଷ କରିଛି ସିଏ ଦଣ୍ଡ ପାଉ ।