spot_img
Home Blog Page 1711

ବସଷ୍ଟାଣ୍ଡ ପାଇଁ ହନ୍ତସନ୍ତ ସାନଖେମୁଣ୍ଡି ବ୍ଲକର ୨୬ଟି ପଞ୍ଚାୟତ ଲୋକ

ନନ୍ଦିଘୋଷ ବ୍ୟୁରୋ: ନିୟମିତ ବସଷ୍ଟାଣ୍ଡ ପାଇଁ ହଇରାଣ ହେଉଛନ୍ତି ସାନଖେମୁଣ୍ଡି ବ୍ଲକର ୨୬ଟି ପଞ୍ଚାୟତ ବାସିନ୍ଦା । ଆମ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ବତନ ବିଜେଡି ସରକାର ୫କୋଟି ୪୨ ଲକ୍ଷ ଟଙ୍କାର ଟେଣ୍ଡର କରିଥିଲେ । ଓଡିଶା ପୋଲିସ ହାଉସିଂ ବୋର୍ଡ ଏହାର ଟେଣ୍ଡର ନେଇ  କିଛିଦିନ  କାମ କରିଥିବା ବେଳେ ବର୍ତ୍ତମାନ କାମ ସଂପୂର୍ଣ୍ଣ ବନ୍ଦ କରିଦେଇଛି । ତେବେ ବିଜେପି ସରକାର ଆସୁ ଆସୁ ବସ ଷ୍ଟାଣ୍ଡ କାମ ବନ୍ଦ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ । ଲୋକଙ୍କ ପ୍ରଶ୍ନ କଣ ସତରେ ଅଧାରେ ରହିଯିବ ବସଷ୍ଟାଣ୍ଡ ଆଶା ?

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ୨୬ଟି ପଞ୍ଚାୟତର ୨୦ହଜାରରୁ ଅଧିକ ଲୋକଙ୍କ ପାଇଁ ବସଷ୍ଟାଣ୍ଡ ଟିଏ ନାହିଁ । ପୂର୍ବ ବିଜେଡି ସରକାର ଲୋକଙ୍କ ସୁବିଧା ପାଇଁ ଆମ ବସଷ୍ଟାଣ୍ଡ ଯୋଜନା କରିଥିଲା । ବ୍ଲକରେ ବସଷ୍ଟାଣ୍ଡ ନଥିବା ଯୋଗୁ ପୂର୍ବତନ

ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୂର୍ତ୍ତ ବିଭାଗ ଡାକବଙ୍ଗଳା  ଠାରେ ବସଷ୍ଟାଣ୍ଡ ନିର୍ମାଣ କାମ ଆରମ୍ଭ କରିଥିଲେ । ୫ କୋଟି ୪୨ଲକ୍ଷରୁ ଅଧିକ ଟଙ୍କାର ଟେଣ୍ଡର କରାଯାଇଥିଲା । ବସଷ୍ଟାଣ୍ଡର ନିର୍ମାଣ ଦାୟିତ୍ଵ ଓଡିଶା ପୋଲିସ ହାଉସିଂ ବୋର୍ଡକୁ ଦିଆଯାଇଥିଲା । ମାର୍ଚ୍ଚ ମାସରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ କିଛି ଦିନ କାମ ଆରମ୍ଭ କରି ପାଚେରୀ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ କାମ ବନ୍ଦ କରିଦେଇଛି ସଂସ୍ଥା । କାହିଁକି କାମ ବନ୍ଦ ରହିଛି ସେ ନେଇ ସ୍ପଷ୍ଟ କରୁନାହାଁନ୍ତି ନିର୍ମାଣକାରୀ ସଂସ୍ଥା ।   ବସ ଷ୍ଟାଣ୍ଡ କାମ ବନ୍ଦ ହୋଇଯିବା ପରେ ଅଞ୍ଚଳବାସୀଙ୍କ ମଧ୍ଯରେ ଅସନ୍ତୋଷ ତେଜିବାରେ ଲାଗିଛି ।

ଦିଗପହଣ୍ଡି ଆସିକା ଭାୟା ଶେରଗଡ ଜାତୀୟ ରାଜପଥ ୩୨୬ ରହିଥିବା ବେଳେ ହଜାର ହଜାର ସ୍ଥାନୀୟ ବାସିନ୍ଦାଙ୍କ ଏକମାତ୍ର ଯୋଗାଯୋଗ ମାଧ୍ୟମ ବସ ହୋଇଥିବା ବେଳେ,ବସ ରହିବା ସ୍ଥାନ ନାହିଁ ।  ଜିଲ୍ଲା ତଥା ଜିଲ୍ଲା ବାହାରୁ ରାତିରେ ବସ ମାଧ୍ୟମରେ ଆସଥିବା ଯାତ୍ରୀ ବସଷ୍ଟାଣ୍ଡ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନ ହେଉ କି ରାତି ବସଷ୍ଟାଣ୍ଡ ନଥିବାରୁ ମହିଳାମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଞ୍ଚଳରେ ତୁରନ୍ତ ବସଷ୍ଟାଣ୍ଡ ଦରକାର ଥିବା ବେଳେ ନୂଆ ସରକାର ଆସିବା ପରେ କାମ ବନ୍ଦ ହୋଇଯାଇଥିବାରୁ ଅଞ୍ଚଳବାସୀଙ୍କ ଆଶା ମଉଳି ଯାଇଛି । ବସଷ୍ଟାଣ୍ଡ କାର୍ଯ୍ଯ ଶୀଘ୍ର ସାରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଅଞ୍ଚଳବାସୀ ।

 

ଟ୍ରେନରୁ ପଡ଼ିଥିଲେ ବି ବର୍ତ୍ତିଗଲା ୫ ବର୍ଷର ଶିଶୁ

ନନ୍ଦିଘୋଷ ବ୍ୟୁରୋ: ରଖେ ହରି ମାରେ କିଏ। ଅଧ ରାତିରେ ଦ୍ରୁତରେ ଗତିରେ ଯାଉଥିବା ଟ୍ରେନରୁ ଖସି ପଡ଼ିଥିଲା ୫ ବର୍ଷର ପିଲାଟିଏ। ଟ୍ରେନ୍ ଟ୍ରାକରେ ସେ ପଡ଼ିଥିଲା। କିଛି ସମୟ ପରେ ସେହି ଟ୍ରାକରେ ଏକ ମାଲଗାଡ଼ି ଯିବା ବେଳେ ଡ୍ରାଇଭର ଦେଖିଥିଲେ, ପିଲାଟିଏ ଧାରଣାରେ ପଡ଼ିଛି। ସାଙ୍ଗେ ସାଙ୍ଗେ ସେ ରେଢ଼ାଖୋଲ ଷ୍ଟେସନକୁ ଖବର ଦେଇଥିଲେ। ଆରପିଏଫ୍ ଆସି ପିଲାଟିକୁ ଉଦ୍ଧାର କରିଥିଲା। ଏବେ ସେ ସୁସ୍ଥ ଅଛି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ରେଢ଼ାଖୋଲ ପାଖରେ। ଗତ ରାତିରେ ଦୁର୍ଗ ପୁରୀ ଇଣ୍ଟରସିଟି ଟ୍ରେନରେ ୫ ବର୍ଷର ପ୍ରୀତିଶପ୍ରଜ୍ଞା ହୋତା ଓ ତାଙ୍କ ପରିବାର ଭୁବନେଶ୍ଵର ଆସୁଥିଲେ। ରାତି ପ୍ରାୟ ୨ଟାରେ ବୋଧହୁଏ ପିଲାଟି ଟୟଲେଟକୁ ଆସି ଥାଇପାରେ । ଏହି ସମୟରେ ସେ ଟ୍ରେନରୁ ଖସି ପଡ଼ିଥିଲା। କିଛି ସମୟ ପରେ ସେହି ଟ୍ରାକରେ ଏକ ମାଲଗାଡ଼ି ଆସିଥିଲା। ଟ୍ରେନ ଡ୍ରାଇଭର ଦେଖିଥିଲେ, ପିଲାଟିଏ ରେଳ ଧାରଣାରେ ପଡି଼ଛି। ସେ ତୁରନ୍ତ ରେଢ଼ାଖୋଲ ଷ୍ଟେସନକୁ ଫୋନ କରିଥିଲେ। ଆରପିଏଫ୍ ଆସି ପିଲାଟିକୁ ଉଦ୍ଧାର କରିଥିଲା। ପରେ ତା ପରିବାରକୁ ହସ୍ତାନ୍ତର କରାଯାଇଛି। ସେ ଏବେ ସୁସ୍ଥ ଅଛି।

ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ନିଲମ୍ବିତ ନେତା

ନନ୍ଦିଘୋଷ ବ୍ୟୁରୋ: ନିଲମ୍ଵିତ ହେବା ସତ୍ତ୍ଵେ ଦଳୀୟ କାର୍ଯ୍ୟକ୍ରମରେ ବିଜେପି କର୍ମୀ। ଖୋର୍ଦ୍ଧାରେ ଏହି ଦୃଶ୍ଯ ଦେଖିବାକୁ ମିଳିଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କିଛି ଦିନ ତଳେ ନିକୁଞ୍ଚ ପଟ୍ଟନାୟକଙ୍କୁ ବିଜେପି ନିଲମ୍ବିତ କରିଥିଲା।କିନ୍ତୁ ଆଜି ଖୋର୍ଦ୍ଧାରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିବାରୁ ଦେଖାଦେଇଛି ବିବାଦ। ଅଭିଯୋଗ ହୋଇଛି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଚ୍ଛନ୍ନ ପ୍ରୋତ୍ସାହନରେ ନିକୁଞ୍ଜ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ୟ୍ଯକ୍ରମ ହୋଇଥିଲା। ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ଏଥିରେ ସଦସ୍ୟ ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ। ସସପେଣ୍ଡ ହୋଇଥିବା କର୍ମୀ କେମିତି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଲେ ବୋଲି ପ୍ରଶ୍ନ ହେବାରୁ ସାଂସଦ ଏହାକୁ ଏଡ଼ାଇ ଚାଲି ଯାଇଥିଲେ। ସେପଟେ କିନ୍ତୁ ଜିଲ୍ଲା ସଭାପତି ଥିଲେ ଅସହାୟ। ପ୍ରଶ୍ନ ଶୁଣି କିଂକର୍ତ୍ତବ୍ୟ ବିମୁଢ଼ ହୋଇ ସେ କହିଥିଲେ, ପରିବାର କଥା। ନିକୁଞ୍ଚଙ୍କୁ କେହି ଡାକି ନାହାନ୍ତି। କିନ୍ତୁ ଯଦି ଆସିଛନ୍ତି, କଣ କରାଯିବ।

ହରିୟାଣା ବିଧାନସଭା ନିର୍ବାଚନ : ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ନିର୍ବାଚନ ଲାଗି ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମୋଟ ୬୭ ଜଣକ ନାଁ ପ୍ରକାଶ ପାଇଛି। ୯୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ପ୍ରଥମ ପର୍ଯ୍ଯାୟରେ ୬୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନାଏବ ସୈନି ଅଛନ୍ତି। ସେ ଲଡ଼ବା ଆସନରୁ ଲଢ଼ିବେ। ଏହି ପରି ଅନୀଲ ଭିଜ୍ ଅମ୍ବାଲାରୁ ଲଢ଼ିବେ। ସେପେଟେ ବିଧାନସଭା ନିର୍ବାଚନ ପାଇଁ ପରସ୍ପର ମଧ୍ୟରେ ହାତ ମିଳାଇଛନ୍ତି ଦୁଷ୍ୟନ୍ତ ସିଂହ ଓ ଚନ୍ଦ୍ରଶେଖର ଆଜାଦ। ସେମାନଙ୍କ ଦଳ    ଜେଜେପି ଓ ଆଜାଦ ସମାଜ  ପାର୍ଟି ମଧ୍ୟରେ ମେଣ୍ଟ ହୋଇଛି। ଉଭୟେ ଏକାଠି ହୋଇ ନିର୍ବାଚନ ଲଢ଼ିବେ। ଆଗରୁ ବିଜେପି ସହିତ ସରକାରରେ ଥିଲେ ଦୁଷ୍ୟନ୍ତ ସିଂହ। କିଛି ଦିନ ଆଗରୁ ବିଜେପି ସହିତ ସଂପର୍କ ଛିନ୍ନ କରିଥିଲେ ଏବଂ ଏବେ ଆଜାଦଙ୍କ ସହିତ ମେଣ୍ଟ କରିଛନ୍ତି।

ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରସଙ୍ଗ,  କ୍ଯାମ୍ପସରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ବିବାଦ। ଅନ୍ଧକାର ହେଲା ରେଭେନ୍ସା ବିଶ୍ୱବିଦ୍ୟାଳୟ। ୟୁନିଭର୍ସିଟି ନାମ ପରିବର୍ତ୍ତନକୁ ନେଇ ଘନେଇଲା ବିବାଦ। ପୁରାତନ ଛାତ୍ର ଓ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବିଶ୍ୱବିଦ୍ୟାଳୟରେ ମସାଲ ଶୋଭାଯାତ୍ରା ସମୟରେ ମୁହାଁମୁହିଁ ହେଲେ ଏବିଭିପି ଓ ଅନ୍ୟାନ୍ୟ ଛାତ୍ର ସଗଠନ। ନିୟମ ଅନୁସାରେ ସନ୍ଧ୍ୟା ୬ଟା ପରେ ବାହାର ଲୋକ ପ୍ରବେଶ ନିଷେଧ ଥିଲେ ସୁଦ୍ଧା ଅଣଛାତ୍ର ପ୍ରବେଶକୁ ବାରଣ କରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲେ ଛାତ୍ର। ତେବେ ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗରେ ସେଭ ରେଭେନ୍ସା ଲିଗାସି ଫୋରମ ପକ୍ଷରୁ ରେଭେନ୍ସା କ୍ୟାମ୍ପସରେ ବିଶାଳ ମଶାଲ ଶୋଭାଯାତ୍ରା କରାଯାଇଥିଲା। ନାଁ ପରିବର୍ତ୍ତନ ବୟାନକୁ ବିରୋଧ କରି ଶତାଧିକ ପୂର୍ବତନ ଓ ବର୍ତ୍ତମାନର ରେଭେନ୍ସା ଛାତ୍ରଛାତ୍ରୀ ମଶାଲ ଧରି କ୍ୟାମ୍ପସରୁ ବାହାରି ରାଣୀହାଟ ଛକରୁ କଲେଜ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ। ତେବେ ଆନ୍ଦୋଳନ ନିଆଁରେ ଜଲୁଛି ରେଭେନ୍ସା। ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉକ୍ତି ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ବିରୋଧ ଜାରି ରହିଛି। ବିଭିନ୍ନ  ଛାତ୍ରସଙ୍ଘ ପକ୍ଷରୁ ବିରୋଧ ପ୍ରକ୍ରିୟା ଜାରି ରହିଛି। ସେହିପରି ବିଶ୍ୱବିଦ୍ୟାଳୟ ପାଠ ପଡ଼ୁଥୁବା ଛାତ୍ରଛାତ୍ରୀମାନେ ମଧ୍ୟ ଏହାକୁ ତୀବ୍ର ବିରୋଧ କରିଥିଲେ। ଓଡ଼ିଆ ସ୍ଵତନ୍ତ୍ର ପ୍ରଦେଶ ଗଠନ , ସ୍ୱାଧୀନତା ସଂଗ୍ରାମ ଓ ଓଡ଼ିଆ ଜାତି ର ଇତିହାସ ସହ ଜଡିତ ରହିଛି ଏହି ବିଶ୍ୱବିଦ୍ୟାଳୟ । ରେଭେନ୍ସାକୁ ଜଣେ ବ୍ୟକ୍ତି ହିସାବରେ ଦେଖୁଛନ୍ତି କେନ୍ଦ୍ରମନ୍ତ୍ରୀ । କିନ୍ତୁ ଏହା ଅନୁଷ୍ଠାନ। ଯାହା କେବେବି ଗ୍ରହଣୀୟ ନୁହେଁ। ଏହି ବିଶ୍ୱବିଦ୍ୟାଳୟ ଆମ ରାଜ୍ୟ ଦେଶ ପାଇଁ ଅନେକ ବ୍ୟକ୍ତିତ୍ବ ନିର୍ମାଣ କରିଛି। ତେଣୁ ଏହି କଥା କୁ ଫେରେଇ ନେବା ପାଇଁ କହିଛନ୍ତି ଆନ୍ଦୋଳନରତ ଛାତ୍ର।

ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ବୁଲିବେ ଜିଲ୍ଲା

ନନ୍ଦିଘୋଷ ବ୍ୟୁରୋ: ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ବୁଲିବେ ଜିଲ୍ଲା । କିଏ କେଉଁ ଜିଲ୍ଲା ବୁଲିବେ ସେ ନେଇ ତାଲିକା ପ୍ରକାଶ କରିଛଇ ଯୋଜନା ଓ ସଂଯୋଜନ ବିଭାଗ । ଜିଲ୍ଲାସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ କିପରି ଚାଲିଛି ସେ ନେଇ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ତଦାରଖ କରିବେ । ଏହି ତାଲିକା ପ୍ରତିମାସରେ ବଦଳିବ ବୋଲି କୁହାଯାଇଛି । ଗ୍ରାଉଣ୍ଡରେ କିପରି ଲୋକ ସହାୟତା ଓ ସୁଫଳ ପାଉଛନ୍ତି ସେ ନେଇ ତଦାରଖ କରିବେ ଅଧିକାରୀ । ଏଥିରେ ବେଶୀ ଫୋକସ ଆଦିବାସୀ ଓ ଅପହଞ୍ଚ ଇଲାକାକୁ ରଖାଯାଇଛି । ଅଧିକାରୀମାନେ ଧାର୍ଯ୍ୟ ମୂଲ୍ଯ ଦେଇ ଏସସି/ଏସଟି ଛାତ୍ରାବାସ କିମ୍ବା ସ୍କୁଲରେ ମଧ୍ଯାହ୍ନ ଭୋଜନ ଖାଇ ମାନ ପରଖିବେ । ଆହାର କେନ୍ଦ୍ରରେ ବି ମାନ ପରୀକ୍ଷା କରିବାକୁ କୁହାଯାଇଛି । ପରିଦର୍ଶନ ସମୟରେ ସରକାରୀ ଚିକିତ୍ସାଳୟରେ ରୋଗୀ, ଅଙ୍ଗନବାଡ଼ି ହିତାଧିକାରୀ, ବିଦ୍ଯାଳୟ ଓ ଛାତ୍ରୀନିବାସର ବାଳିକାମାନଙ୍କ ସହ କଥାବାର୍ତ୍ତା କରି ଫିଡବ୍ଯାକ ନେବେ । ଆଠଟି ମୁଖ୍ଯ ଡିଏମଏଫ ଜିଲ୍ଲାରେ ଖଣିଜ ପାଣ୍ଠିର ବିନିଯୋଗ ସମ୍ବନ୍ଧରେ ସମୀକ୍ଷା କରିବେ ।

ଏହାପରେ ସେମାନେ ଜିଲ୍ଲାପାଳଙଅକ ସହ ଆଲୋଚନା କରି ସମସ୍ଯାର ସମାଧାନ ଦିଗରେ ପରାମର୍ଶ ଦେବେ । ନୂତନ ପ୍ରକଳ୍ପର ମଧ୍ଯ ସମୀକ୍ଷା କରିବେ । ଆକାଂକ୍ଷୀ ଜିଲ୍ଲାଗୁଡିକର ପ୍ରଗତି ନେଇ ସମୀକ୍ଷା କରିବେ । ୨୯ ଗୋଟି ଆକାଂକ୍ଷୀ ବ୍ଲକଗୁଡିକର ବିକାଶ କାମ ତଦାରଖ କରିବେ । ଅଧିକାରୀମାନେ ପରିଦର୍ଶନ ପରେ ପ୍ରତିଟି ପରିଦର୍ଶନର ସାରାଂଶ ମୁଖ୍ଯ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ନିକଟରେ ଦାଖଲ କରିବେ ବୋଲି କୁହାଯାଇଛି ।    ଅତିରିକ୍ତ ମୁଖ୍ଯ ଶାସନ ସଚିବ ସତ୍ଯବ୍ରତ ସାହୁ ଜଗତସିଂହପୁର ଜିଲ୍ଲା ପରିଦର୍ଶନ କରିବେ ବୋଲି କୁହାଯାଇଛି ।

ସେହିପରି ଦେଓରଂଜନ ସିଂହ ଅନୁଗୁଳ, ସୁରେନ୍ଦ୍ର କୁମାର କଟକ, ଜି, ମାଥିଭାତନାନ କେନ୍ଦ୍ରାପଡ଼ା, ହେମନ୍ତ ଶର୍ମା କେନ୍ଦୁଝର, ବିଷ୍ଣୁପଦ ସେଠୀ ମାଲକାନଗିରି, ଚିତ୍ରା ଆରୁମୁଗମ କୋରାପୁଟ, ସୁଶୀଲ କୁମାର ଲୋହାନୀ କଳାହାଣ୍ଡି, ଅରବିନ୍ଦ ପାଢୀ ଖୋର୍ଦ୍ଧା, ଶାଶ୍ବତ ମିଶ୍ର ବରଗଡ଼, ବୀର ବିକ୍ରମ ଯାଦବବ ବଲାଙ୍ଗୀର, ବିଶାଳ କୁମାର ଦେବ ନୂଆପଡ଼ା, ଉଷା ପାଢୀ କନ୍ଧମାଳ, ସଞ୍ଜୟ କୁମାର ସିଂହ ମୟୂରଭଞ୍ଜ, ସୁରେଶ କୁମାର ବଶିଷ୍ଠ ପୁରୀ, ଶୁଭା ଶର୍ମା ଗଜପତି, ଭାସ୍କର ଜ୍ଯୋତି ଶର୍ମା ନବରଙ୍ଗପୁର, ଶାଳିନୀ ପଣ୍ଡିତ ରାୟଗଡ଼ା, ଅଶ୍ବଥି ଏସ ସୁନ୍ଦରଗଡ଼, ପାଟିଲ ରାଜେଶ ପ୍ରଭାକର ଦେବଗଡ, ଅରବିନ୍ଦ ଅଗ୍ରୱାଲ ସମ୍ବଲପୁର, ବଲୱନ୍ତ ସିଂହ ଗଞ୍ଜାମ, ଭୂପେନ୍ଦ୍ର ଏସ ପୁନିଆ ଝରସୁଗୁଡ଼ା, ଯାମିନୀ ଷଡ଼ଙ୍ଗୀ ସୋନପୁର, ଗୁହା ପୁନମ ତାପସ କୁମାର ଭଦ୍ରକ, ବିଜୟ କେତନ ଉପାଧ୍ଯାୟ ବୌଦ୍ଧ, ଡି, ପ୍ରଶଆନ୍ତ କୁମାର ରେଡ୍ଡୀ ବାଲେଶ୍ବର, ଏନ. ଥିରୁମାଲା ନାଏକ ନୟାଗଡ଼, ସୁଧାଂଶୁ ମୋହନ ସାମଲ ଢେଙ୍କାନାଳ, ରଶ୍ମିତା ପଣ୍ଡା ଯାଜପୁର ପରିଦର୍ଶନ କରିବେ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଉଦଘାଟିତ ହେଲା ସୁଭଦ୍ରା କଲ୍ ସେଣ୍ଟର

ନନ୍ଦିଘୋଷ ବ୍ୟୁରୋ: ଉଦଘାଟିତ ହେଲା ସୁଭଦ୍ରା କଲ୍ ସେଣ୍ଟର। ଭୁବନେଶ୍ୱର ଇନଫୋସିଟି ନିକଟସ୍ଥ ଓକାକରେ ସୁଭଦ୍ରା କଲ୍ ସେଣ୍ଟର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କଲ୍ ସେଣ୍ଟର ବୁଲି ଦେଖିବା ସହ ଡିଜିଟା ଲାଇଜେସନ୍ କାର୍ଯ୍ୟକୁ ତଦାରଖ କରିଥିଲେ ଉପ ମୁଖ୍ୟମନ୍ତ୍ରୀ। ଏହି କଲ୍ ସେଣ୍ଟରରେ ବସି ଲୋକଙ୍କ ସହ ସିଧା କଥାହୋଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଲ୍ ସେଣ୍ଟର ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରାଯାଉଛି । ଟୋଲ ଫ୍ରି ହେଲ୍ପଲାଇନ ନମ୍ୱର ୧୪୬୭୮କୁ ଲୋକ କଲ୍ କରି ସମସ୍ୟା ସମାଧାନ ବିଷୟରେ ପଚାରି ବୁଝୁଛନ୍ତି। ସବୁ ହିତାଧିକାରୀଙ୍କ ପଞ୍ଜିକରଣ ଜାରି ରହିଛି। ୧୭ ତାରିଖ ପରେ ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ବି ସୁଭଦ୍ରା ମିଳିବ । ଏହାସହ ଫର୍ମ କିପରି ପୂରଣ ହେବ ସେ ନେଇ ସବୁ ପ୍ରଶ୍ନର ଉତ୍ତର ଦିଆଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଏଣିକି ଚକ୍ଷୁ ରୋଗ ରେସବାଓପିଆ ହେଲେ ପିନ୍ଧିବାକୁ ପଡ଼ିବନି ମୋଟା ଚଷମା

ନନ୍ଦିଘୋଷ ବ୍ୟୁରୋ: ଏଣିକି ଚକ୍ଷୁ ରୋଗ ରେସବାଓପିଆ ହେଲେ ଡରିବାର ନାହିଁ । ଆଉ ପିନ୍ଧିବାକୁ ପଡିବନି ମୋଟା ମୋଟା ଚଷମା । ମୁମ୍ବାଇର ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ କମ୍ପାନୀ ଦ୍ବାରା ପ୍ରସ୍ତୁତ ଆଇ-ଡ୍ରପ ‘ପ୍ରେସୁ ଚଷମାର ବିକଳ୍ପ ଭାବରେ ବ୍ୟବହାର କରାଯାଇପାରେ ବୋଲି କମ୍ପାନୀର ମୁଖ୍ୟ ଦାବି କରିଛନ୍ତି । ମଙ୍ଗଳବାର ଏହି ଆଇ-ଡ୍ରପ ବଜାରକୁ ଆସିଛି । DCGI ଏହି ଉତ୍ପାଦକୁ ଫାଇନାଲ ନଡ୍ ଦେଇଛି ।  ଭାରତରେ ପ୍ରସ୍ତୁତ ବ । ୪୦ବର୍ଷ ପରେ ସାଧାରଣତଃ  ଏହି ଚକ୍ଷୁ ରୋଗ ବେଶି ଦେଖିବାକୁ ମିଳିଥାଏ । ଏହି ରୋଗକୁ ଚାଳିସିଆ ବୋଲି ମଧ୍ୟ କହିଥାନ୍ତି । ଏହି ରୋଗ ହେଲେ ରିଡିଂ ଗ୍ଲାସ ବା ଚଷମା,ଆଖିରେ ଅସ୍ତ୍ରୋପଚାର କିମ୍ବା କଣ୍ଟାକ୍ଟ ଲେନ୍ସ ଲାଗିବା ବ୍ୟତିତ ଅନ୍ୟ କୌଣସି ଔଷଧ ନଥିଲା । କିନ୍ତୁ, ପ୍ରଥମ ଥର ପାଇଁ ଭାରତରେ ଏହି ରୋଗରେ ପୀଡିତ ଲୋକ ଆଉ ଚଷମା ବ୍ୟବହାର କରିବେ ନାହିଁ । ବରଂ ସେମାନେ ଆଖିରେ ପ୍ରେସୁ ନାମକ ଆଇ-ଡ୍ରପ ପକାଇରେ ଏହି ରୋଗରୁ ନିଶ୍ଚିତ ଆରୋଗ୍ୟ ଲାଭ କରିପାରିବେ ବୋଲି କହିଛି ଏହି ଆଇ-ଡ୍ରପ୍ ନିର୍ମାଣକାରୀ କମ୍ପାନୀ । ଏହି ଆଇ-ଡ୍ରପ୍ ଟି ମାତ୍ର ୩୪୫ଟଙ୍କାରେ ଖୋଲା ବଜାରରେ ମିଳିବାକୁ ଥିବା ବେଳେ, ଏହାକୁ ଏକମାସ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଇଣ୍ଟୋଡ ଫାର୍ମାସ୍ୟୁଟିକାଲ ସିଇଓ ନିଖିଲ ମାସୁରକାରଙ୍କ କହିବା ହେଲା ୨୦୧୯ ମସିହାରୁ ଏହି ଆଇ-ଡ୍ରପ୍ ପ୍ରେସୁ ର ଗବେଷଣା ଜାରି ରହିଥିଲା । ବିଭିନ୍ନ ସ୍ତର ପରୀକ୍ଷାରେ ଏହାର ସଫଳତା ହାର ଭଲ ରହିବା ପରେ ଏହା ମନୁଷ୍ୟ ଆଖିରେ ପରୀକ୍ଷା କରାଯାଇଥିଲା।

ମହାନଦୀ ପାଲଟିଛି ଆତ୍ମହତ୍ଯାର ହଟସ୍ପଟ୍

ନନ୍ଦିଘୋଷ ବ୍ୟୁରୋ: ମୃତ୍ଯର ନଦୀ ପାଲଟିଛି ମହାନଦୀ । କିଛିଦିନ ବ୍ଯବଧାନରେ ପୁଣି କଟକ ଯୋବ୍ରା ବ୍ରିଜରୁ ଡେଇଁ ଦୁଇଜଣ ଯୁବକ ଆତ୍ମହତ୍ଯା କରିଛନ୍ତି । ଯୁବକ ଜଣକ ହେଲେ ଭୁବନେଶ୍ବର ଭିଏସଏସ ନଗର ଅଞ୍ଚଳର ୩୦ ବର୍ଷୀୟ ମୃତ୍ଯୁଞ୍ଜୟ ମାଣିକ । ସେପଟେ ରାତିରେ କଟକ ନୟାସଡ଼କ ଅଞ୍ଚଳର ଅନୁପ ଅଗ୍ରୱାଲ ମଧ୍ଯ ସେତୁରୁ ଡେଇଁ ଆତ୍ମହତ୍ଯା କରିଛନ୍ତି । ଅଗ୍ନୀଶମ ବାହିନୀ ଉଭୟଙ୍କୁ ଖୋଜାଖୋଜି ଜାରି ରଖିଥିବାବେଳେ ଆତ୍ମହତ୍ଯା ବଢୁଥିବାରୁ ସ୍ଥାୟୀ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।

ମହାନଦୀ ପାଲଟିଛି ଆତ୍ମହତ୍ଯାର ହଟସ୍ପଟ୍ । ବର୍ଷାଦିନ ଆସିଲେ ମୃତ୍ଯୁର ନଦୀ ପାଲଟୁଛି ଓଡ଼ିଶାର ଲାଇଫଲାଇନ୍ । ଲଗାତର ବ୍ରିଜରୁ ଡେଇଁ ଆତ୍ମହତ୍ଯା କରୁଛନ୍ତି ଲୋକ । ଏକମାସ ମଧ୍ଯରେ କଟକରେ ଏପରି ୬ଟି ଘଟଣା ସାମ୍ନାକୁ ଆସିଲାଣି । ମଙ୍ଗବାଳ ଦିନ ପୁଣି ଦୁଇଜଣ ଯୁବକ ନଦୀକୁ ଡେଇଁ ଆତ୍ମହତ୍ଯା କରିଛନ୍ତି । ଯୋବ୍ରା ବ୍ରିଜରୁ ଡେଇଁ ଭୁବନେଶ୍ବର ଭିଏସଏସ ନଗର ଅଞ୍ଚଳର ୩୦ ବର୍ଷୀୟ ମୃତ୍ଯୁଞ୍ଜୟ ମାଣିକ ଆତ୍ମହତ୍ଯା କରିଥିବାବେଳେ ରାତିରେ ନୟାସଡ଼କ ଅଞ୍ଚଳର ଅନୁପ ଅଗ୍ରୱାଲ ନଦୀକୁ ଡେଇଁ ଆତ୍ମହତ୍ଯା କରିଛନ୍ତି । ଧବଳେଶ୍ଵର ମଧୁ ସେତୁ ଉପରୁ କଟକ ନୟାସଡକ ଅଂଚଳର ଅନୁପ ଅଗ୍ରୱାଲ ରାତିରେ ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି ।

ସଂଧ୍ଯାରେ ମୃତ୍ଯୁଞ୍ଜୟ ଯୋବ୍ରା ବ୍ଯାରଜରୁ ନଦୀକୁ ଡେଇଁ ଆତ୍ମହତ୍ଯା କରିଛନ୍ତି । ଅନଲାଇନ ଟ୍ରେଡିଂରେ ବିପୁଳ ଅର୍ଥ ହରାଇବା ପରେ ଏପରି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ପୋଲିସ ପରିବାର ଲୋକଙ୍କ ପଚରାଉଚରା କରୁଛି । ସେପଟେ ଅନୁପ ଅଗ୍ରୱାଲଙ୍କ ଆତ୍ମହତ୍ଯାର କାରଣ ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ ।

ମହାନଦୀ ଓ କାଠଯୋଡ଼ିକୁ ଆତ୍ମହତ୍ୟା ଉଦ୍ୟମର ଯେତୋଟି ଅଭିଯୋଗ ଆସିଛି, ତା ଭିତରୁ ଦୁଇଟି ଘଟଣାରେ ମୃତକଙ୍କ ଶବ ଉଦ୍ଧାର ହୋଇଛି । ବାକି ଲୋକଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଲୋକେ ।

ଗଣେଶ ପୂଜାରେ ଭିଜିବ ଉପକୂଳ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ଗଣେଶ ପୂଜାରେ ଭିଜିବ ଉପକୂଳ ଓଡ଼ିଶା। ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଉ ଏକ ଲଘୁଚାପ ପାଇଁ ପଡିଲା ମୂଳଦୁଆ। ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ଆସନ୍ତା କାଲିଠୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନାରହିଛି। ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି।

କାଲି ଘଡଘଡି ବିଜୁଳି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ଏବଂ ବଲାଙ୍ଗିରକୁ ସତର୍କତା ଜାରି କରାଯାଇଛି। ଏହି ସବୁ  ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିଭଳି ୬ ତାରିଖରେ ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ୧୨ଟି ଜିଲ୍ଲାକୁ ବଜ୍ରପାତ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିଭଳି ୭ ତାରିଖ ଗଣେଶ ପୂଜାରେ ମଧ୍ୟ ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ହୋଇଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁ, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ଅନୁଗୁଳ ଏବଂ ଢେଙ୍କାନାଳକୁ ସତର୍କତା ଜାରି କରାଯାଇଛି। ଆଜି ସକାଳ ସମୟରେ ଟୁଇନ୍ ସିଟିରେ ପ୍ରବଳ ଖରା ଅନୁଭବ ହୋଇଥିଲେ ମଧ୍ୟ ସନ୍ଧ୍ୟାରେ ଘଡଘଡି ବିଜୁଳି ସହ ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଛି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷା ହେଲେ ମଧ୍ୟ ଗରମ ଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।