spot_img
Home Blog Page 1712

ଟି-୨୦ ବିଶ୍ବକପ ବିଜୟ ଉତ୍ସବ; ମରିନ୍ ଡ୍ରାଇଭରୁ ଭିକ୍ଟ୍ରି ରାଲି

ମୁମ୍ବାଇ: T-20 ବିଶ୍ବକପ୍ ଜିତିବା ପରେ ଏବେ ସେଲିବ୍ରେସନ ଟାଇମ୍ । ବିଶ୍ବ ବିଜୟୀ ଟିମ୍ ଇଣ୍ଡିଆକୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା । ଟିମ୍ ଇଣ୍ଡିଆ ଏବେ ମୁମ୍ବାଇରେ । ଏୟାରପୋର୍ଟରୁ ମୁମ୍ବାଇର ମରିନ୍ ଡ୍ରାଇଭରେ ହେଉଛି ଭିକ୍ଟ୍ରି ରାଲି । ୱାଙ୍ଖଡ଼େ ଷ୍ଟାଡିୟମ ପର୍ଯ୍ଯନ୍ତ ଯିବ ରାଲି । ରାସ୍ତାରେ ହଜାର ହଜାର ଫ୍ଯାନ ନିଜ ନିଜର ଫେଭରିଟ କ୍ରିକେଟରଙ୍କୁ ସକାଳୁ ହିଁ ଅପେକ୍ଷା କରି ରହିଛନ୍ତି ।

ଆଜି ସକାଳେ କ୍ରିକେଟରମାନେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ସେଠାରେ ସମସ୍ତଙ୍କୁ ଭେଟି ବିଶ୍ବକପ୍ ବିଜୟର ଅଭିନନ୍ଦନ ଜଣାଇଥିଲେ ମୋଦି । ପରେ କ୍ରିକେଟରମାନେ ମୁମ୍ବାଇ ଆସିଛନ୍ତି । ଏବେ ଆରମ୍ଭ ହୋଇଛି ସେଲିବ୍ରେସନ ଟାଇମ୍ । ଚାଲିଛି ଭିକ୍ଟ୍ରି ରାଲି ।

ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଲୋକ ନିଜର ଫେଭରିଟ କ୍ରିକେଟରଙ୍କ ଏକ ଝଲକ ପାଇବାକୁ ଓ ଅଭିନନ୍ଦନ ଜଣାଇବାକୁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥିଲେ । ହାତ ହଲାଇ ସେମାନଙ୍କ ଅଭିନନ୍ଦନ, ଶୁଭେଚ୍ଛା ସ୍ବୀକାର କରିଛନ୍ତି ବିଶ୍ବ ବିଜେତା କ୍ରିକେଟରମାନେ ।

ପାହାଡ଼ ଉପରୁ ତିନି ମୃତଦେହ ଉଦ୍ଧାର, ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା !

ସୋର: ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଚାଞ୍ଚଲ୍ୟ । ପାହାଡ଼ ଉପରୁ ମିଳିଲା ୩ ଜଣଙ୍କ ମୃତଦେହ । ୫ ଦିନ ହେବ ଥିଲେ ନିଖୋଜ । ଗୁଣିଗାରେଡ଼ି ସନ୍ଦେହରେ ଏମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ।

ଖବର ଅନୁସାରେ, ଔପଦା ବ୍ଲକ ବଡପୋଖରୀ ଗାଁ ନିକଟ ପାହାଡରୁ ଏମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୫ ଦିନ ହେବ ଏମାନେ ନିଖୋଜ ଥିଲେ । ଖଷାଜାଖୋଜି ପରେ ବି ପରିବାର ଲୋକେ ଏମାନଙ୍କ କୌଣସି ସନ୍ଧାନ ମିଳି ନଥିଲା ।

ପୋଲିସ ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହତ୍ୟା ସନ୍ଦେହରେ ୬ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ମୃତକମାନେ ସମ୍ପର୍କରେ ମାମୁଁ, ମାଇଁ ଓ ମାଆ ବୋଲି ଜଣାପଡିଛି ।

କାମ କରିବାକୁ ହାତ ଯୋଡ଼ି ନିବେଦନ କଲେ ନୀତିଶ କୁମାର

ପାଟନା: ହାତ ଯୋଡ଼ିଲେ ବିହାର ମୁଖ୍ଯମନ୍ତ୍ରୀ ନୀତିଶ କୁମାର । କାମ କରିବାକୁ କଲେ ଅନୁରୋଧ । କହିଲେ, କାମ କର ହାତ ଯୋଡୁଛି, ଗୋଡ଼ ବି ଧରିବି କି ?

ଏକ ନିଯୁକ୍ତି ପତ୍ର ବଣ୍ଟନ ଉତ୍ସବରେ ଯୋଗ ଦେଇ ଏପରି ହାତ ଯୋଡ଼ିଛନ୍ତି ବିହାରର ମୁଖ୍ଯମନ୍ତ୍ରୀ ନୀତିଶ କୁମାର । ପାଟନାରେ ଆଜି ସ୍ପେସାଲ ସର୍ଭେ ଆସିଷ୍ଟାଣ୍ଟ ସେଟେଲମେଣ୍ଟ ଅଫିସ ଓ ଅନ୍ଯ ପଦର ନିଯୁକ୍ତି ପତ୍ର ବଣ୍ଟାଯାଉଥିଲା । ଏହି କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ ମୁଖ୍ଯମନ୍ତ୍ରୀ ।

କାର୍ଯ୍ଯକ୍ରମ ସମୟରେ ସେ କହିଥିଲେ- ରାଜ୍ଯର ବିଧାନସଭା ନିର୍ବାଚନ ପୂର୍ବରୁ ଜମି ସର୍ଭେ କାମ ଶେଷ କରନ୍ତୁ । ଏହି ସବୁ କାମ ୨୦୨୫ ଜୁଲାଇ ସୁଦ୍ଧା ଶେଷ ହୋଇଗଲେ ଭଲ ହେବ । ତା’ପରେ ସେ ଅତିରିକ୍ତ ମୁଖ୍ଯ ଶାସନ ସଚିବ ଦୀପକ କୁମାର ସିଂହଙ୍କୁ କହିଥିଲେ, ସାର୍  ମୁଁ ହାତ ଯୋଡ଼ି ଆପଣଙ୍କୁ ଅନୁରୋଧ କରୁଛି । ଏହି କାମଟା କରି ଦିଅନ୍ତୁ । ଆହୁରି ପାଦେ ଆଗେଇ ଯାଇ ନୀତିଶ କୁମାର କହିଥିଲେ, ଆପଣଙ୍କ ଗୋଡ଼ ଧରିବି କି ? ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଏହି କାମ ଯେତେ ଶୀଘ୍ର ସମ୍ଭବ କରି ଦିଅନ୍ତୁ । ତାଙ୍କର ଏହି କଥା ସେଠାରେ ହାସ୍ଯରୋଳ ସୃଷ୍ଟି କରିଥିଲା ।

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ଏଲିନା ଦାସ

କଟକ: ହାଇକୋର୍ଟର ଦ୍ବାରସ୍ଥ ହୋଇଚନ୍ତି ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ । ବଲେ୍ ବଲେ୍ ଢାବା ଘଟଣାରେ ତାଙ୍କ ନାଁ ଯୋଡ଼ା ହୋଇଥିବା ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଚନ୍ତି । ଏନେଇ ହାଇକୋର୍ଟରେ ରିଟ୍ ପିଟିସନ୍ ଦାୟର କରିଛନ୍ତି ଏଲିନା ।

ବଲେ୍ ବଲେ୍ ଢାବା ଏଲିନା ଲିଜରେ ଚଳାଉଥିବା ଅଭିଯୋଗ ହୋଇଥିଲା । ବିନା କୌଣସି କାଗଜପତ୍ରରେ ଢାବା ଚାଲୁଥିବା ଅଭିଯୋଗ ହୋଇଥିଲା । ଏଲିନା କିମ୍ୱା ତାଙ୍କର କୌଣସି ପରିବାର ସଦସ୍ୟଙ୍କ ନାମରେ ଏହି ଢ଼ାବା ନଥିବା କହିଛନ୍ତି ଏଲିନାଙ୍କ ଓକିଲ । ରାଜ୍ୟ ସରକାରଙ୍କ ଗୃହ ସଚିବ, ପୋଲିସ ଡିଜି, ସୂଚନା ଲୋକ ସମ୍ପର୍କ ବିଭାଗ, ଧର୍ମଶାଳା ବିଡ଼ିଓ ଏବଂ ଧର୍ମଶାଳା ଆଇଆଇସିଙ୍କୁ ମାମଲାରେ ପକ୍ଷ ଭୁକ୍ତ କରାଯାଇଛି ।

କଥା ରଖିଲେ ମନ୍ତ୍ରୀ, ଦଳର ପରାଜୟ ପରେ ଦେଲେ ଇସ୍ତଫା

ଜୟପୁର: ଇସ୍ତଫା ଦେଲେ ରାଜସ୍ଥାନ ମନ୍ତ୍ରୀ କିରୋଡିଲାଲ ମୀନା । ନିର୍ବାଚନ ପୂର୍ବରୁ ନିଜେ ଦେଇଥିବା କଥାକୁ ପାଳନ କରିଛନ୍ତି ରାଜ୍ଯ କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ କିରୋଡିଲାଲ । ଜୟପୁରରେ ଆୟୋଜିକ ଏକ ପ୍ରାର୍ଥନା ସଭାରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି ।

ରାଜ୍ଯ କ୍ଯାବିନେଟ ସମେତ ଅନ୍ଯାନ୍ଯ ପଦ ପଦବୀରୁ ସେ ଇସ୍ତଫା ଦେଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପୂର୍ବ ରାଜସ୍ଥାନର ୭ଟି ଲୋକସଭା ଆସନର ଦାୟିତ୍ବ ଦେଇଥିବାବେଳେ ଯଦି ସେହି ୭ଟି ମଧ୍ଯରୁ କୌଣସି ଗୋଟିଏରେ ବିଜେପିର ପରାଜୟ ହୁଏ ତେବେ ସେ ମନ୍ତ୍ରୀ ପଦ ଛାଡି ଦେବେ । ତାଙ୍କର ବିଧାନସଭା କ୍ଷେତ୍ର ଆସୁଥିବା ଡାଉସା ଲୋକସଭା ଆସନରେ କଂଗ୍ରେସର ମୁରାରି ମୀନା ବିଜେପିର କହ୍ନେୟା ଲାଲ ମୀନାଙ୍କୁ ୨ ଲକ୍ଷ ୩୦ ହଜାର ଭୋଟରେ ପରାସ୍ତ କରିଥିଲେ । ଏହାପରେ କିରୋଡିଲାଲ ତାଙ୍କ କଥା ରଖି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ମୁମ୍ବାଇ ପୋଲିସ କହି ୧୨ ଲକ୍ଷ ଠକେଇ, ସାଇବର ଠକ ଗିରଫ

ଭୁବନେଶ୍ବର: ପ୍ରଥମେ ଅଜଣା ନମ୍ବରରୁ କଲ । ପରେ ମୁମ୍ୱାଇ ପୋଲିସ କହି ୧୨ ଲକ୍ଷ ଠକେଇ । ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ଏଭଳି ଠକେଇର ସମ୍ମୁଖୀନ ହୋଇ ସାଇବର ଥାନାର ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତର ନାଁ କିଶୋର ରାଣା । ଘର ରାଜସ୍ଥାନ ।

ଅଭିଯୋଗ ମୁତାବକ ଜୁନ ୭ରେ ବରିଷ୍ଠ ଅଧିକାରୀଙ୍କୁ ଟେଲିଫୋନ କମ୍ପାନୀରୁ ଏକ କଲ ଆସିଥିଲା । ତାଙ୍କ ନମ୍ବର ବ୍ୟବହାର କରି ୨୮ଟି ବେନାମୀ ଟ୍ରାଞ୍ଜକ୍ସନ ହୋଇଥିବା କୁହାଯାଇଥିଲା । ପରେ ଆଉ ଜଣେ ମୁମ୍ବାଇ ପୋଲିସ କହି ସ୍କାଇପି ଯୋଗେ ତାଙ୍କ ସହ କଥା ହୋଇଥିଲେ । ବରିଷ୍ଠ ଅଧିକାରୀଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କଠାରୁ ଅନଲାଇନରେ ସମସ୍ତ ଡକ୍ୟୁମେଣ୍ଟ ନେଇଯାଇଥିଲେ । ଭୟଭୀତ ହେବା ପରେ ତାଙ୍କଠାରୁ ଦୁଇଥରରେ ପାଖାପାଖି ୧୨ ଲକ୍ଷ ଟଙ୍କା ଠକି ନେଇଥିଲେ ଠକ ।

ଏନେଇ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ତା’ଠାରୁ ମୋବାଇଲ, ଏଟିଏମ, ଚେକବୁକ ଜବତ କରାଯାଇଛି । ମ୍ୟୁଲ ବା ବେନାମୀ ଆକାଉଣ୍ଟ ଜରିଆରେ ସେ ଠକେଇ ଟଙ୍କା ଉଠାଉଥିବା ନେଇ ଅଭିଯୋଗ ହେଉଛି । କେସ ନମ୍ବର ୧୪୧ ଦଫା ୪୧୯, ୪୨୦, ୪୬୭, ୪୬୮, ୪୭୧ ଓ ଆଇଟି ଆକ୍ଟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ନକଲି Raw ଅଧିକାରୀ, ନକଲି ରେଡ୍; ମାଡ଼ି ବସିଲା ପୋଲିସ

ସମ୍ବଲପୁର: RAW ଅଧିକାରୀ କହି ସମ୍ବଲପୁରର ବିଭିନ୍ନ ସ୍ଥାନରେ କରୁଥିଲେ ଚଢ଼ାଉ । ଜାଣିପାରିଲା ପୋଲିସ । ନକଲି RAW ଅଧିକାରୀଙ୍କ ନକଲି ଚଢ଼ାଉ ବେଳେ ମାଡ଼ି ବସିଲା ହୀରାକୁଦ ପୋଲିସ । ଦୁଇ ଜଣଙ୍କୁ କଲା ଗିରଫ ।

ସମ୍ବଲପୁର ସହର ସମେତ ବିଭିନ୍ନ ସ୍ଥାନରେ ମୁଭି ସ୍ପେଶାଲ ୨୬ ଷ୍ଟାଇଲରେ ନକଲି ରେଡ୍ କରୁଥିବା ବେଳେ ହୀରାକୁଦ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କଲା କୋର୍ଟ ଚାଲାଣ । ଅଭିଯୁକ୍ତଙ୍କଠାରୁ ନକଲି ନିଯୁକ୍ତି ପତ୍ର, ନକଲି ଆଇଡି କାର୍ଡ ଜବତ ହୋଇଛି । ଏହି ଦୁଇ ଜଣ ଗିରଫ ପରେ ରାଜ୍ଯରେ ଏକ ବଡ ଧରଣର ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି ।

ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବାଲେଶ୍ବରର ସତ୍ଯନାରାୟଣ ସାହୁ ଏବଂ ହୀରାକୁଦର ଶିବନାଥ ସେଟ । ଏହି ଗ୍ୟାଙ୍ଗରେ ଉଚ୍ଚ ଶିକ୍ଷିତ ଚାକିରି ଖୋଜୁଥିବା ଯୁବକଙ୍କୁ ନିଯୁକ୍ତି ଦିଆଯାଉଥିଲା l ସମ୍ବଲପୁର ଜିଲ୍ଲାରେ ସମୁଦାୟ ୬ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ମୁଖ୍ଯ ଅଭିଯୁକ୍ତ ଜଣକ ଗଜପତି ଜିଲ୍ଲାର ହୋଇଥିବାବେଳେ ସେମାନେ ଫେରାର ଅଛନ୍ତି । ନିଯୁକ୍ତି ନାଁରେ ଟଙ୍କା ଅସୁଲି ମଧ୍ଯ ହୋଇଛି । ରେଡ ପାଇଁ ପୂର୍ବରୁ ଚିଠା ପ୍ରସ୍ତୁତି ହେଉଥିଲା । ଖାସ କରି ନିଶା କାରବାର କରୁଥିବା ବ୍ଯବସାୟୀଙ୍କୁ ଟାର୍ଗେଟ କରି ରେଡ କରୁଥିଲେ ଏମାନେ ।

ଲକ୍ଷେ ଟଙ୍କାରେ ୫ ଦିନର ଶିଶୁପୁତ୍ର ବିକ୍ରି ଅଭିଯୋଗ

ପାରାଦୀପ: ବନ୍ଦର ନଗରୀ ପାରାଦୀପରେ ଚାଞ୍ଚଲ୍ୟ । ୫ ଦିନର ପିଲା ବିକ୍ରି ଘଟଣାକୁ ନେଇ ଆଲୋଚନା ଜୋର ଧରିଛି । ତେବେ ଏ ସମ୍ପର୍କରେ କୌଣସି ପ୍ରକାର ଅଭିଯୋଗ ଥାନାରେ ହୋଇ ନଥିବା ଜଣାପଡିଛି । ତେବେ ଶିଶୁପୁତ୍ରକୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଆଲୋଚନା ହେଉଛି ।

ନୂଆବଜାର ଆଶା କର୍ମୀଙ୍କ କହିବା ଅନୁଯାୟୀ, ଉକ୍ତ ମହିଳାଙ୍କ ସ୍ବାମୀ ତାଙ୍କୁ ଛାଡି ଚାଲିଯାଇଛନ୍ତି । ମାତ୍ର ସେ ଗର୍ଭବତୀ ହେବାରୁ ନୂଆ ବଜାର ଅଞ୍ଚଳର ଜଣେ ବ୍ୟକ୍ତି ପିଲାର ଲାଳନ ପାଳନ କରିବାର ପ୍ରତିଶୃତି ଦେଇ ମହିଳାଙ୍କର ଚିକିତ୍ସା କରାଉଥିଲେ । ଗତ ଶନିବାର ଦିନ ତାଙ୍କର ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ଶିଶୁଟିକୁ ଭାଇଜାଗ କିମ୍ବା ଆନ୍ଧ୍ର ଅଞ୍ଚଳର ଜଣକୁ ବିକ୍ରି କରି ଦିଆଯାଇଥିବା ଜଣାପଡିଛି ।

ଘଟଣା ସମ୍ପର୍କରେ ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସ ତଦନ୍ତ କରିଥିଲେ ମଧ୍ଯ ଉକ୍ତ ମହିଳାଙ୍କୁ ନ ପାଇବାରୁ ଘଟଣାର ସତ୍ଯାସତ୍ଯ ଜଣାପଡିନାହିଁ ।

ସୁନ୍ଦରଗଡ଼ର କୋଇଲା ଖଣିରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ହେମଗିରି ବ୍ଲକ ବେଦାନ୍ତ ଜାମକାନି କୋଇଲା ଖଣି ପ୍ରକଳ୍ପରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇନେବାକୁ ପ୍ରୟାସ ବେଳେ ଉତ୍ତେଜନା । ଥଇଥାନ ଦାବି ନେଇ ଗତ ୧୦ ଦିନ ହେଲା ଖଣି ପ୍ରଭାବିତ ୪ଟି ଗାଁର ଲୋକମାନେ ଆନ୍ଦୋଳନରେ ବସିଥିଲେ। ୧୮ ବର୍ଷରୁ ଅଧିକ ପୁଅ ଝିଅଙ୍କୁ ବେଦାନ୍ତରେ ପ୍ରତ୍ଯକ୍ଷ ନିଯୁକ୍ତି, ନହେଲେ ଚାକିରି ବାବଦକୁ ଏକକାଳୀନ ୧୭.୫ ଲକ୍ଷ ଟଙ୍କା, ନୂଆ ଘରକୁ ସର୍ବେକ୍ଷଣରେ ସ୍ଥାନ ଦେଇ କ୍ଷତିପୂରଣ, ଭୂମିହୀନଙ୍କୁ ଚିହ୍ନଟ କରି ଉପଯୁକ୍ତ ଥଇଥାନ ସୁବିଧା, ଗାଁଗୁଡ଼ିକ ବିସ୍ଥାପିତ ନହେବା ବା ସମସ୍ତଙ୍କୁ ପୁନଃର୍ବାସ ସୁବିଧା ନମିଳିବା ପର୍ଯ୍ୟନ୍ତ ଖଣି ଖନନ ବନ୍ଦ, ମେଣ୍ଡ୍ରା ଥଇଥାନ ଓ ପୁନଃର୍ବାସ କଲୋନିର ଜମି ପଟ୍ଟା ପ୍ରଦାନ ଦାବିରେ ଜୁନ୍ ୧୪ରୁ ବିସ୍ଥାପିତ ଆନ୍ଦୋଳନରେ ବସିଛନ୍ତି । ଏହାଦ୍ବାରା ଖଣି ଉତ୍ତୋଳନ ଏବଂ ପରିବହନ କାର୍ଯ୍ୟ ।

ଆଜି ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇବାକୁ ପ୍ରୟାସ ବେଳେ ଦେଖାଦେଇଛି ଉତ୍ତେଜନା । ଘଟଣାସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ବ୍ରିଟେନରେ ସାଧାରଣ ନିର୍ବାଚନ : ଚାଲିଛି ଭୋଟିଂ

ନନ୍ଦିଘୋଷ ବ୍ୟୁରୋ: ବ୍ରିଟେନରେ ଆଜି ଚାଲିଛି ସାଧାରଣ ନିର୍ବାଚନ । ୬୫୦ ଆସନ ବିଶିଷ୍ଟି ହାଉସ୍ ଅଫ୍ କମନ୍ସ ପାଇଁ ଚାଲିଛି ଭୋଟିଂ । ସାରା ଦେଶରେ ୪୦ ହଜାରରୁ ଅଧିକ ପୋଲିଂ ବୁଥ୍ କରାଯାଇଛି। ମ୍ଯାଜିକ ନମ୍ବର ହେଉଛି ୩୨୬ । ଓପିନିୟନ ପୋଲ୍ ଅନୁସାରେ ଏଥର କନଜରଭେଟିଭ ପାର୍ଟିର ଶାସନ ଶେଷ ହେବ ଏବଂ କ୍ଷମତାକୁ ଫେରିବ ଲେବର ପାର୍ଟି। ଏବେ କନଜରଭେଟିଭ ପାର୍ଟି କ୍ଷମତାରେ ଅଛି । ଭାରତୀୟ ବଂଶୋଦ୍ଭବ ରିଷି ସୁନକ ପ୍ରଧାନମନ୍ତ୍ରୀ ଅଛନ୍ତି। କିନ୍ତୁ ଏଥର କିର୍ ଷ୍ଟାରମରଙ୍କ ନେତୃତ୍ବରେ ଲେବର୍ ପାର୍ଟି ଜିତିବ ବୋଲି କୁହାଯାଉଛି। ଏପରିକି ଏହି ଦଳର ଏକତରଫା ବିଜୟ ହେବ ବୋଲି କୁହାଯାଉଛି।

୧୯୯୭ରେ ଲେବର ପାର୍ଟି ସର୍ବାଧିକ ୪୧୮ଟି ଆସନରେ ବିଜୟୀ ହୋଇଥିଲା। ଟୋନି ବ୍ଲେୟାର ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୯ ରେ କିନ୍ତୁ ବୋରିସ ଜନସନଙ୍କ ନେତୃତ୍ବରେ କନଜରଭେଟିଭ ପାର୍ଟି ଜିତିଥିଲା। ବିଭିନ୍ନ ବିବାଦକୁ ନେଇ ସେ ଇସ୍ତଫା ଦେଇଥିଲେ ଏବଂ ରିଷି ସୁନକ୍ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏଥର କିନ୍ତୁ ତାଙ୍କ ଦଳ ହାରିବା ସହିତ ସେ ନିଜେ ମଧ୍ଯ ହାରିବେ ବୋଲି ଚର୍ଚ୍ଚା ହେଉଛି। ପାର୍ଲାମେଣ୍ଟର ଅବଧି ସରିନଥିଲେ ମଧ୍ଯ ୬ ମାସ ଆଗରୁ ନିର୍ବାଚନ କରାଇଛନ୍ତି ଋଷି ସୁନକ । କିନ୍ତୁ ତାହା ବୁମେରାଂ ହେବାର ଯଥେଷ୍ଟ ସମ୍ଭାବନା ଅଛି।

ବ୍ରିଟେନ ସାଧାରଣ ନିର୍ବାଚନରେ ଏଥରର ମୁଖ୍ଯ ପ୍ରସଙ୍ଗ ରହିଛି-ଅର୍ଥନୀତି, ଟ୍ଯାକ୍ସ, ଇମିଗ୍ରେସନ ପରି ଇସ୍ଯୁ। ୨୦୨୨  ଅକ୍ଟୋବରରୁ ପ୍ରଧାନମନ୍ତ୍ରୀ ଅଛନ୍ତି ରିଷି ସୁନକ। ଦୁଇ ପ୍ରମୁଖ ଲେବର ପାର୍ଟି ଓ କନଜରଭେଟିଭ ପାର୍ଟିକୁ ଛାଡ଼ି ନିର୍ବାଚନ ଲଢୁଥିବା ଅନ୍ଯ ଦଳଗୁଡ଼ିକ ହେଲେ ସ୍କଟିସ୍ ନ୍ଯାସନାଲ ପାର୍ଟି, ଡେମୋକ୍ରାଟିକ ୟୁନିୟନିଷ୍ଟ ପାର୍ଟି ଓ ଲିବେରାଲ ଡେମୋକ୍ରାଟ୍ସ, । ନିର୍ବାଚନରେ ଯଦି ସରକାର ପରିବର୍ତ୍ତନ ହୁଏ, ତେବେ ଭାରତ ଓ ବ୍ରିଟେନ ସଂପର୍କରେ ପ୍ରଭାବ ପଡ଼ିପାରେ। ଦୁଇ ଦେଶ ମଧ୍ଯରେ ମୁକ୍ତ ବାଣିଜ୍ଯ ପାଇଁ ଦୁଇ ବର୍ଷ ହେଲା କଥାବାର୍ତ୍ତା ଚାଲିଛି। ଏହା ବାଧାପ୍ରାପ୍ତ ହୋଇପାରେ।