spot_img
Home Blog Page 1710

ମେଡିକାଲ ବୋର୍ଡ ସହ ପରାମର୍ଶ ପ୍ରସଙ୍ଗ, ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଶୁଣାଣି

ନୂଆଦିଲ୍ଲୀ: ମେଡିକାଲ ବୋର୍ଡ ସହ ପରାମର୍ଶ ବେଳେ ପାଖରେ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ରହିବା ଲାଗି ଅନୁରୋଧ ପ୍ରସଙ୍ଗ। ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଆଜି ଶୁଣାଣି କରିବେ ଦିଲ୍ଲୀ କୋର୍ଟ। ଗତ ବୁଧବାର ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ କରିଥିଲେ କୋର୍ଟ। କେଜ୍ରିୱାଲ କହିଥିଲେ- ମାନବିକତା ଦୃଷ୍ଟିରୁ ମେଡିକାଲ ବୋର୍ଡ ସହ ପରାମର୍ଶ ବେଳେ ପତ୍ନୀ ସୁନୀତା ଉପସ୍ଥିତ ରୁହନ୍ତୁ।

ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟର ଯାଞ୍ଚ ଲାଗି ଗଠନ କରାଯାଇଥିଲା ମେଡିକାଲ ବୋର୍ଡ। ତେବେ କେଜ୍ରିୱାଲଙ୍କ ଏହି ଅନୁରୋଧ ବିରୋଧରେ କୋର୍ଟରେ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ଦର୍ଶାଇଥିଲା ଏଥିନିମନ୍ତେ ମେଡିକାଲ ସଂକ୍ରାନ୍ତ ତଥ୍ଯାବଳୀ ଦରକାର ଏବଂ ଏକ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ପ୍ରୋଟକଲର ଆବଶ୍ଯକତା ରହିଛି। କେଜ୍ରିୱାଲଙ୍କ ଓକିଲ ଦର୍ଶାଇଥିଲେ ସ୍ବାସ୍ଥ୍ଯଗତ ଗୁରୁତ୍ବ ଦୃଷ୍ଟିରୁ ସୁନୀତାଙ୍କୁ ମେଡିକାଲ ବୋର୍ଡ ଯାଞ୍ଚ ବେଳେ ତାଙ୍କୁ ରହିବାକୁ ଅନୁମତି ଦିଆଯାଉ। ପୂର୍ବରୁ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ଜୁଲାଇ ୧୨ ଯାଏ ରହିଛି।

ବ୍ରିଟେନ ରାଜନୀତିରେ ଝଟକିଲେ ବ୍ରିଟିଶ-ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀ, କିଏ କେଉଁଠୁ ହୋଇଛନ୍ତି ବିଜୟୀ ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ: ବ୍ରିଟେନ ରାଜନୀତିରେ ଝଟକିଲେ ବ୍ରିଟିଶ-ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀ। କେରଳରୁ ଆରମ୍ଭ କରି ପଞ୍ଜାବ ଯାଏ- ୨୬ ଭାରତୀୟ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଉଭୟ କଞ୍ଜରଭେଟିଭ ଓ ଲେବର ପାର୍ଟିରୁ ସେମାନେ ବିଜୟୀ ହୋଇଛନ୍ତି। ନିର୍ବାଚନରେ ମୋଟ ୧୦୭ ଭାରତୀୟ ବଂଶୋଦ୍ଭବ ଭାଗ ନେଇଥିଲେ। କଞ୍ଜରଭେଟିଭ ପାର୍ଟିରୁ ଲଢି ନର୍ଦର୍ଣ୍ଣ ଇଂଲଣ୍ଡରୁ ବିଜୟୀ ହୋଇଛନ୍ତି ରିଷି ସୁନକ।

ସେହିପରି ୱିଥାମରୁ ବିଜୟୀ ହୋଇଛନ୍ତି ପ୍ରୀତି ପଟେଲ।  ଲିସେଷ୍ଟରରୁ ବିଜୟୀ ହୋଇଛନ୍ତି ଶିବାନୀ ରାଜା। ଫାରେହାନ ଆସନରୁ ବିଜୟୀ ହୋଇଛନ୍ତି ସୁଏଲ ବ୍ରେଭରମ୍ଯାନ। ଗଗନ ମହିନ୍ଦ୍ରା ବିଜୟୀ ହୋଇଛନ୍ତି ସାଉଥ ୱେଷ୍ଟ ହେର୍ଟଫର୍ଡସାୟାରରୁ। ସେହିପରି ଲେବର ପାର୍ଟି ପ୍ରାର୍ଥୀ କନିଷ୍କ ନାରାୟଣ, ସୀମା ମାଲହୋତ୍ରା, ଭାଲେରି ଭାଜ, ନାଦିଆ ହ୍ବିଟୋମ, ପ୍ରୀତିକୌର ଗିଲ, ତନମନଜିତ ସିଂ ଧେସି, ସାଜନ ଯୋଶେଫ, ଲିଜା ନନ୍ଦୀ, ନଭେନ୍ଦ୍ର ମିଶ୍ର, ସତବୀର କୌର, ଅଶ୍ବିନୀ ଆଠୱାଲ, ବାଗି ଶଙ୍କର, ହରପ୍ରୀତ ଉପ୍ପଲ, ୱାରନ୍ଦର ଜସ, ଗୁରିନ୍ଦର ଜୋସନ, ସୋନିଆ କୁମାର, ସୁରୀନା ବ୍ରାକନବ୍ରିଜ, କିରିଥ ଏଣ୍ଟୱିସଲ, ଜୀବନ ସାନ୍ଧେର ପ୍ରମୁଖ ବିଜୟୀ ହୋଇଛନ୍ତି।

ନୂଆ ଟିମ ଗଠନ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟର୍ମର

ନନ୍ଦିଘୋଷ ବ୍ୟୁରୋ: ନୂଆ ଟିମ ଗଠନ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟର୍ମର। ରାଚେଲ ରିଭେସ ହୋଇଛନ୍ତି ବ୍ରିଟେନର ପ୍ରଥମ ମହିଳା ଚାନସେଲର। ଆଞ୍ଜେଲା ରେନର ହୋଇଛନ୍ତି ଉପପ୍ରଧାନମନ୍ତ୍ରୀ। ୟେଭେତ କୁପରଙ୍କୁ କରାଯାଇଛି ଗୃହମନ୍ତ୍ରୀ। ଡାଭିଡ ଲାମିଙ୍କୁ ଦିଆଯାଇଛି ବୈଦେଶିକ ମନ୍ତ୍ରୀ ଦାୟିତ୍ବ। ଜୋନାଥନ ରେନଓଲ୍ଡସଙ୍କୁ ବ୍ୟବସାୟ ଓ ବାଣିଜ୍ଯ ମନ୍ତ୍ରୀ। ପିଟର କେଲି ହୋଇଛନ୍ତି ବିଜ୍ଞାନ, ଉଦ୍ଭାବନ ଓ ବୈଷୟିକ ମନ୍ତ୍ରୀ। ଲୁଇ ହେଗଙ୍କୁ ପରିବହନ, ଲିଜ କେଣ୍ଡାଲଙ୍କୁ କର୍ମ ଓ ପେନସନ ବିଭାଗ ମନ୍ତ୍ରୀ। ଦେଶକୁ ନୂଆ ଦିଶା ଦେବେ ଲେବର ପାର୍ଟି ପ୍ରଧାନମନ୍ତ୍ରୀ କେର୍ ଷ୍ଟର୍ମର। ୧୦- ଡାଉନିଂ ଷ୍ଟ୍ରିଟରୁ ବିଶ୍ବର ଅନ୍ଯତମ ଶକ୍ତିଶାଳୀ ଦେଶ ୟୁନାଇଟେଡ କିଙ୍ଗଡମରେ ରାଜ କଲେ ଷ୍ଟର୍ମର। ସେ କହିଛନ୍ତି- ତାଙ୍କ ଦଳର କାର୍ଯ୍ୟ ଏବେଠାରୁ ହିଁ ଆରମ୍ଭ ହେବ। ନିର୍ବାଚନରେ ଲେବର ପାର୍ଟିକୁ ୪୧୨ ଓ କନଜରଭେଟିଭ ପାର୍ଟିକୁ ମାତ୍ର ୧୨୧ ଆସନ ମିଳିଛି । ନିର୍ବାଚନରେ ପରାଜୟ ସ୍ବୀକାର କରିଛନ୍ତି ଋଷି ସୁନକ । ବ୍ରିଟେନରେ ୧୪ ବର୍ଷ ପରେ ଶାସନକୁ ଫେରିଛି ଲେବର ପାର୍ଟି। ବିଜୟ ପରେ ବକିଙ୍ଗହାମ ପ୍ଯାଲେସରେ କିଙ୍ଗ ଚାର୍ଲସଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିଥିଲେ ଷ୍ଟାର୍ମର। ବିଜୟ ଲାଗି ଷ୍ଟର୍ମରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ।

ସେପଟେ ନିର୍ବାଚନ ଇସ୍ତାହାରରେ ଲେବର ପାର୍ଟି ଘୋଷଣା କରିଥିବା କେତେକ ପ୍ରତିଶ୍ରୁତି ପୂରଣ ଏବେ ହୋଇପାରେ ଚାଲେଞ୍ଜ। ଅର୍ଥନୈତିକ ସ୍ଥିରତା, କର ଓ ଖର୍ଚ୍ଚ ନେଇ ସ୍ପଷ୍ଟ ନୀତି, ବର୍ତ୍ତମାନର ନିର୍ଦ୍ଧାରିତ ଆୟକର ହାର, ଜାତୀୟ ବୀମା ବା ଭ୍ଯାଟ ଅପରିବର୍ତ୍ତିତ ରଖିବା ଲାଗି ଷ୍ଟାର୍ମର ଦେଇଥିଲେ ପ୍ରତିଶ୍ରୁତି। ସେହିପରି ବିଦ୍ୟାଳୟ, ସୁଲଭ ଘର, ଭିତ୍ତିଭୂମି, ସ୍ବଚ୍ଛ ପ୍ରଶାସନ ଲାଗି ବି ସେ ଦେଇଥିଲେ ପ୍ରତିଶ୍ରୁତି। ୧୯୯୭ରେ ଲେବର ପାର୍ଟି ସର୍ବାଧିକ ୪୧୮ଟି ଆସନରେ ବିଜୟୀ ହୋଇଥିଲା। ଟୋନି ବ୍ଲେୟାର ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୯ ରେ କିନ୍ତୁ ବୋରିସ ଜନସନଙ୍କ ନେତୃତ୍ବରେ କନଜରଭେଟିଭ ପାର୍ଟି ଜିତିଥିଲା। ବିଭିନ୍ନ ବିବାଦକୁ ନେଇ ସେ ଇସ୍ତଫା ଦେଇଥିଲେ ଏବଂ ରିଷି ସୁନକ୍ ପ୍ରଧାନମନ୍ତ୍ରୀ ହୋଇଥିଲେ ।

ବ୍ରିଟେନ ସାଧାରଣ ନିର୍ବାଚନରେ ଏଥରର ମୁଖ୍ଯ ପ୍ରସଙ୍ଗ ରହିଥିଲା ଅର୍ଥନୀତି, ଟ୍ଯାକ୍ସ, ଇମିଗ୍ରେସନ ପରି ପ୍ରସଙ୍ଗ । ଦୁଇ ପ୍ରମୁଖ ଲେବର ପାର୍ଟି ଓ କନଜରଭେଟିଭ ପାର୍ଟିକୁ ଛାଡ଼ି ନିର୍ବାଚନ ଲଢୁଥିବା ଅନ୍ଯ ଦଳଗୁଡ଼ିକ ହେଲେ ସ୍କଟିସ୍ ନ୍ଯାସନାଲ ପାର୍ଟି, ଡେମୋକ୍ରାଟିକ ୟୁନିୟନିଷ୍ଟ ପାର୍ଟି ଓ ଲିବେରାଲ ଡେମୋକ୍ରାଟ୍ସ, । ଲିବରାଲ ଡେମୋକ୍ରାଟସକୁ ୭୧, ରିଫର୍ମ ୟୁକେକୁ ୪ ଆସନ ମିଳିଛି।

ଆଜି ବସିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସ୍ୱତନ୍ତ୍ର କମିଟି ବୈଠକ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ଥରୀୟ ସ୍ୱତନ୍ତ୍ର କମିଟି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଦିନ ୧୧ ଟାରେ  କମିଟିର ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ପୂର୍ବରୁ ରାଜ୍ୟ ସରକାର ଜଷ୍ଟିସ ଅରଜିତ ପସାୟତଙ୍କ ଅଧ୍ୟକ୍ଷତାରେ କରିଥିବା କମିଟି ବଦଳରେ ଆଉ ଏକ ନୂଆ କମିଟି ଗଠନ କରିଥିବା ବେଳେ ସେହି କମିଟିର ଏହା ହେବ ପ୍ରଥମ ବୈଠକ ।

ରତ୍ନଭଣ୍ଡାର କେବେ ଖୋଲାଯିବ ଓ ଏହାର ଗଣତି ଉପରେ ଏହି ବୈଠକରେ ହେବ ସମ୍ପୂର୍ଣ୍ଣ ଆଲୋଚନା । ଭିତର ରତ୍ନଭଣ୍ଡାର ଖୋଲାଯିବା ତଥା ଏହାର ମରାମତି ଓ ରତ୍ନ ସଂରକ୍ଷଣ ତଥା ଗଣତି ମଣତି ଓ ନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ତେବେ ଏହି କମିଟିରେ ଦେଉଳକରଣ, ତଡାଉ କରଣ ଓ ଭଣ୍ଡାର ମେକାପ ନଥିବା ହେତୁ ସେବାୟତଙ୍କ ମହଲରେ ଉଦବେଗ ଦେଖାଦେଇଛି।

ଆସନ୍ତା ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭା ଅଧିବେଶନ। ଜୁଲାଇ ୨୫ରେ ଉପସ୍ଥାପନ ହେବ ୨୦୨୪-୨୦୨୫ ଲାଗି ବଜେଟ। ୨୯ରେ ବଜେଟ ଉପରେ ହେବ ସାଧାରଣ ଆଲୋଚନା। ପ୍ରଥମ ଦିନ ରାଜ୍ଯପାଳଙ୍କ ଅଭିଭାଷଣ କାର୍ଯ୍ଯକ୍ରମ ଥିବା ବେଳେ ୨୩ରେ ଉପବାଚସ୍ପତି ନିର୍ବାଚନ ସମ୍ପର୍କିତ ଘୋଷଣା କରାଯିବ। ପରଦିନ ଅର୍ଥାତ୍ ୨୪ ତାରିଖରେ ହେବ ଉପବାଚସ୍ପତି ନିର୍ବାଚନ।

୩୦ରେ ଲେଖାନୁଦାନ ପ୍ରସ୍ତାବ ନେଇ ଆଲୋଚନା ହେବ। ସେପ୍ଟେମ୍ବର ୧୩ ତାରିଖ ଯାଏ ଚାଲିବ ଅଧିବେଶନ। ଅଗଷ୍ଟ ୨୦ରେ ବିଭାଗୀୟ ସ୍ଥାୟୀ କମିଟିମାନଙ୍କର ରିପୋର୍ଟ ଉପସ୍ଥାପନ ହେବ।

ପ୍ୟାରିସ ଅଲିମ୍ପିକ୍ସ: ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆସନ୍ତା ୨୬ରୁ ଆରମ୍ଭ ହେବ ପ୍ଯାରିସ ଅଲିମ୍ପିକ୍ସ । ଏଥିରେ ସାମିଲ ହେବାକୁ ଥିବା ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ରୀଡାରେ ସେମାନଙ୍କ ଅଭିଜ୍ଞତା ଦେଶବାସୀଙ୍କ ଲାଗି ମୂଲ୍ଯବାନ ହେବ ବୋଲି ଆଶା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଅବସରରେ ସେ କହିଛନ୍ତି, ଆସନ୍ତା ୨୦୩୬ ଭାରତ ଅଲିମ୍ପିକ୍ସ ଆୟୋଜନ କରିବା ଲାଗି ଆଶାବାଦୀ ରହିଛି । ଭାରତୀୟ ଟିମର ଅବଦାନ ଦେଶରେ ସ୍ପୋର୍ଟିଂ ବାତାବରଣ ସୃଷ୍ଟି କରିବ । ଦେଶରେ ଅଲିମ୍ପିକ୍ସର ଭିତ୍ତିଭୂମି ପ୍ରତିଷ୍ଠା ଲାଗି ଉଦ୍ଯମ ଜାରି ରହିଛି । ଏହି ଅବସରରେ ଷ୍ଟାର ନୀରଜ ଚୋପ୍ରାଙ୍କ ସହ ପୁରୁଷ ହକି ଟିମ, ସୁଟିଂ, ବକ୍ସର ଟିମର ସଦସ୍ଯ ଉପସ୍ଥିତ ଥିଲେ । ଟିମର ପରଫର୍ମାନ୍ସ ୧୪୦ କୋଟି ଭାରତୀୟଙ୍କୁ ଉଦବୁଦ୍ଧ କରିବ ବୋଲି ଆଶାବାଦୀ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଅଲିମ୍ପିକ ପାଇଁ ଭାରତୀୟ ଟିମରେ ଅଛନ୍ତି ଓଡ଼ିଆ କ୍ରାଡ଼ାବିତ କିଶୋର ଜେନା ।

ଭିଜିଲାନ୍ସ ଜାଲରେ ତହସିଲଦାର, ଗାଡିରୁ ଲକ୍ଷାଧିକ ଟଙ୍କା ଜବତ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ । ସରକାରୀ ଗାଡିରୁ ଜବତ ହେଲା ୧ ଲକ୍ଷ ୧୫ ହଜାର ଟଙ୍କା । ହନୁମନ୍ତପୁର ଗ୍ରାମର ଗୋଟିଏ ଗୋଷ୍ଠୀ ଠାରୁ ଏହି ଟଙ୍କା ଲାଞ୍ଚ ନେଇଥିଲେ ତହସିଲଦାର । ସରକାରୀ ଜମିରେ ପଟ୍ଟା ପ୍ରଦାନ ପାଇଁ ଲାଞ୍ଚ ନେଇ ଗାଡି ଭିତରେ ରଖିଥିଲେ । ଇନ୍ସପେକ୍ଟର ତରୁଲତା ବେହେରା ନେତୃତ୍ୱରେ ଭିଜିଲାନ୍ସ ଟିମ୍ ତହସିଲଦାର ଗାଡ଼ିକୁ ଗୋଡ଼ାଇ ଧରିବା ପରେ ଏହି ଟଙ୍କା ଜବତ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ, ବିଚିତ୍ରାନନ୍ଦ ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ବୈଠକରେ ଯୋଗଦେବାକୁ ଆସିଥିଲେ । ବୈଠକ ସରିବା ପରେ ଚନ୍ଦ୍ରପୁର ଫେରିବା ପାଇଁ ବାହାରିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ଭିଜିଲାନ୍ସ ଟିମ୍ ଧରିବା ପରେ ଟଙ୍କା ଫୋପାଡି ଦେଇଥିଲେ ତହସିଲଦାର ବିଚିତ୍ରାନନ୍ଦ । ଟଙ୍କାକୁ ଜବତ କରିବା ପରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟ ଆଣି ତଦନ୍ତ କରୁଛି ଟିମ୍ । ଟିମରେ ଜୟପୁର ଭିଜିଲାନ୍ସ ଏଡିସନାଲ SP ପି.କେ. ନାୟକ, ରାୟଗଡ ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା, କନଷ୍ଟେବଳ ଭିଏସଏସ ଶର୍ମା, ଆନନ୍ଦ ବେହେରା ସାମିଲ ଥିଲେ ।

ପ୍ରଣବଙ୍କ ନାଁରେ ମିଛ ଖବର ପ୍ରସାରଣ, ନିର୍ଦ୍ଧିଷ୍ଟ ଟିଭି ଚ୍ୟାନେଲକୁ ଓକିଲ ନୋଟିସ୍

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ମିଛ, ଭିତ୍ତିହୀନ ଓ ଅସମ୍ମାନଜନକ ଖବର ପରିବେଷଣ କରିବାରୁ ଏକ ନିର୍ଦ୍ଧିଷ୍ଟ ଓଡ଼ିଆ ଟିଭି ଚ୍ୟାନେଲକୁ ଜାରି ହୋଇଛି ଓକିଲ ନୋଟିସ ।

ଏକ ପ୍ରତିଷ୍ଠିତ ପରିବାରରୁ ଆସିଥିବା ପ୍ରଣବ ପ୍ରକାଶ ଦାସ ବିଜେଡିରେ ଦୀର୍ଘ ବର୍ଷ ଧରି କାମ କରିବା ସହ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ପ୍ରଣବଙ୍କ ଗତ ୧୫ ବର୍ଷର ରାଜନୈତିକ ଜୀବନରେ ପୂର୍ବରୁ ତାଙ୍କ ନାଁରେ କୌଣସି ଅଭିଯୋଗ ବି ନାହିଁ । କିନ୍ତୁ ସମ୍ପୃକ୍ତ ଚ୍ୟାନେଲ ଉଦ୍ଦେଶ୍ୟମୂଳକ ଭାବେ ପ୍ରଣବଙ୍କ ଭାବମୂର୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ଲଗାତର ମିଛ ଖବର ପରିବେଷଣ କରୁଥିବା ତାଙ୍କ ଓକିଲ ତରଣୀକାନ୍ତ ମିଶ୍ର ନୋଟିସରେ ଦର୍ଶାଇଛନ୍ତି ।

ପ୍ରଣବଙ୍କ ସରକାରୀ କ୍ୱାର୍ଟର୍ସ ସମ୍ପର୍କରେ ବିଭ୍ରାନ୍ତିକର ଖବର ପରିବେଷଣ କରିବା ସହ ସମ୍ପୃକ୍ତ ଚ୍ୟାନେଲ ଏହାକୁ ସାରଥୀ ଆଶ୍ରମ ସହ ତୁଳନା କରିଥିଲା । ଏଥିସହ ସରକାରୀ କ୍ବାର୍ଟର୍ସରେ ଖଟିଆ ସେବା ହେଉଥିବା ଭଳି ମିଛ ଖବର ପରିବେଷିତ କରିଥିଲା । ଏପରିକି କ୍ୱାର୍ଟର୍ସକୁ ରଙ୍ଗଶାଳା ଓ ମଧୁଶାଳା ଭାବେ ଚିତ୍ରିତ କରି ସାଧାରଣରେ ପ୍ରଣବଙ୍କ ଭାବମୂର୍ତ୍ତୀ କ୍ଷୁର୍ଣ୍ଣ କରିବା ପାଇଁ ଉଦ୍ୟମ କରାଯାଇଥିବା ନୋଟିସରେ କୁହାଯାଇଛି ।

ସମ୍ପୃକ୍ତ ଚ୍ୟାନେଲ ଏଭଳି ମିଛ ଖବର ଦ୍ବାରା ଉଦ୍ଦେଶ୍ୟମୂଳକ ଭାବେ ପ୍ରଣବଙ୍କ ଚରିତ୍ର ସଂହାର କରିବାକୁ ଉଦ୍ୟମ କରିଛି । ଏସବୁ ଖବର ପରିବେଷଣ ଦ୍ୱାରା ପ୍ରଣବଙ୍କ ସମ୍ମାନ ହାନୀ ହୋଇଥିବାରୁ ସମ୍ପୃକ୍ତ ଚ୍ୟାନେଲ ଦ୍ୱାରା ପରିବେଷିତ ଖବରକୁ ମିଛ ବୋଲି ସ୍ୱୀକାର କରିବାକୁ ନୋଟିସରେ ଦର୍ଶାଯାଇଛି । ସମ୍ପୃକ୍ତ ଚ୍ୟାଲେନ କର୍ତ୍ତୃପକ୍ଷ ପ୍ରଣବଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ ଏଭଳି ଖବର ପରିବେଷଣରୁ ନିବୃତ୍ତ ରହିବାକୁ କୁହାଯାଇଛି । ନୋଟିସର ୧୫ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ ଚ୍ୟାନେଲ ବିରୋଧରେ ପ୍ରଣବ ପ୍ରକାଶ ମାନହାନୀ ମକଦ୍ଦମା କରିବାକୁ ବାଧ୍ୟ ହେବେ ବୋଲି ନୋଟିସରେ ଦର୍ଶାଯାଇଛି ।

କୁସୁମାକୁ ନିନ୍ଦିତ କରିବାକୁ ଚେଷ୍ଟା: ଯାଜପୁର ପୌରପାଳିକାର ସଫେଇ, କୁଚକ୍ରୀ କରୁଛନ୍ତି ବଦନାମ

ଯାଜପୁର: ଯାଜପୁର କୁସୁମାକୁ ନେଇ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ଯମ ଯେମିତି ଖବର ପ୍ରସାରଣ କରୁଛନ୍ତି, ତାକୁ କଡ଼ା ସମାଲୋଚନା କରିଛି ଯାଜପୁର ପୌରପାଳିକା । ଏକ ସାମ୍ବାଦିକ ସମ୍ମିଳନୀରେ ପୌରପାଳିକା କର୍ତ୍ତୃପକ୍ଷ କହିଛନ୍ତି, କୁସୁମା ହେଉଛି ଯାଜପୁରର ଅସ୍ମିତା । ସେହି ଅସ୍ମିତା ଉପରେ କୁଠାରଘାତ କରୁଛନ୍ତି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ । ଯେଉଁ କୁସୁମା ସାରା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି, ସେହି କୁସୁମାକୁ ସେମାନେ ନିନ୍ଦିତ କରୁଛନ୍ତି ।

ପୌରପାଳିକା ପକ୍ଷରୁ କହାଯାଇଛି, କୁସୁମା ପ୍ରକଳ୍ପ ଯାଜପୁର ପୌର ପରିଷଦ ଦ୍ବାରା ନିୟନ୍ତ୍ରିତ । ଏହାକୁ ଦେଖିବାକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସନ୍ତି । ଏଠାରେ ନିୟୋଜିତ ଅଧିକାଂଶ ସୁରକ୍ଷାକର୍ମୀ ମହିଳା । ଏଭଳି ଏକ ଗୌରବମୟ ପ୍ରକଳ୍ପକୁ ରଙ୍ଗଶାଳାର ଆଖ୍ୟା ଦେବା ଅତ୍ୟନ୍ତ ନିନ୍ଦନୀୟ । ଏହା ଯାଜପୁରବାସୀଙ୍କୁ ବ୍ୟଥିତ କରିଛି ।

ରଥଯାତ୍ରାରେ ସାମିଲ ହେବାକୁ ନବୀନଙ୍କ ନିମନ୍ତ୍ରଣ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଯୋଗ ଦେବାକୁ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ ମଣ୍ଡଳୀ । ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ଵରେ ସେବାୟତଙ୍କ ଏକ ପ୍ରତିନିଧି ଦଳ ଆଜି ନବୀନ ନିବାସ ଆସି ରଥଯାତ୍ରା ଦେଖିଯିବାକୁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

ସବୁ ବର୍ଷ ଭଳି ପୁରୀ ଯାଇ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଟାଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ସେବାୟତଙ୍କ ସହିତ ନବୀନ ପଟ୍ଟନାୟକ ବେଶ କିଛି ସମୟ କଥାବାର୍ତ୍ତା ବି ହୋଇଥିଲେ ।