ଆଜିଠୁ ଆରମ୍ଭ ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା । ଚଳଚଞ୍ଚଳ ଢେଙ୍କାନାଳ ଯୋରନ୍ଦା ପୀଠ । ଶୁଭିବ ବ୍ରହ୍ମ ମହାମହିମା ଧ୍ବନି । ୪ ଦିନ ବ୍ୟାପୀ ଚାଲିବ ମେଳା । ବିଶ୍ବ କଲ୍ଯାଣ ପାଇଁ ପ୍ରଜ୍ଜ୍ବଳନ ହେବ ଝାଡ଼ଦୀପ । ମାଘ ଚତୁର୍ଦ୍ଦଶୀରେ ଏକତ୍ରିତ ହେବେ ମହିମା ସାଧୁସନ୍ଥ ଓ ସନ୍ନ୍ୟାସୀ। ସେମାନଙ୍କ ଅନୁଗାମୀ ଭକ୍ତ ଶିଷ୍ୟ ଲକ୍ଷାଧିକ ସଂଖ୍ୟାରେ ଯୋରନ୍ଦା ମେଳାରେ ଗୁରୁଙ୍କ ସାନ୍ନିଧ୍ୟ ଓ ଆଶୀର୍ବାଦ ଲାଭ କରିବେ l ପୂର୍ବରୁ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ବତି ମନ୍ଦିର, ଧୁନି ମନ୍ଦିର ସବୁ ପରିଷ୍କାର ପରିଚ୍ଛନ୍ନ କରାଯାଇଛି । ପାନୀୟ ଜଳ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ବିଦ୍ୟୁତିକରଣ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଯାଇଛି । ଆସନ୍ତା ୧ରେ ଯୋରନ୍ଦା ଆସିବେ ମୁଖ୍ୟମନ୍ତ୍ରୀ। l ପ୍ରଥମ ଥର ପାଇଁ ମହିମା ସାଧୁ ଓ ଭକ୍ତଙ୍କ ସମ୍ମୁଖରେ ଭୀମ ଭୋଇ ଗୀତିନାଟ୍ୟ ପରିବେଷଣ ହେବ। ଚଳିବର୍ଷ ମଧ୍ୟ ଅନେକ ବ୍ୟବସାୟୀ ନିଜ ବ୍ୟବସାୟର ପସରା ମେଲାଇଛନ୍ତି । ଭଲ ବ୍ୟବସାୟ ହେବା ନେଇ ସମସ୍ତେ ଆଶା ରଖିଛନ୍ତି ।
ନୟାଗଡ଼ ଜଙ୍ଗଲରେ ବଢ଼ିଲା କଳା କଲରାପତରିଆ ବାଘଙ୍କ ସଂଖ୍ୟା
ନୟାଗଡ଼ ଜଙ୍ଗଲରେ ବଢ଼ିଲା କଳା କଲରାପତରିଆ ବାଘଙ୍କ ସଂଖ୍ୟା
ନନ୍ଦିଘୋଷ ବ୍ୟୁରୋ: କଳା କଲରାପତରିଆ ବାଘଙ୍କ ପାଇଁ ସ୍ବର୍ଗ ପାଲଟିଛି ନୟାଗଡ଼ ଜଙ୍ଗଲ । ବଢ଼ିବାରେ ଲାଗିଛି କଳା ବାଘଙ୍କ ସଂଖ୍ୟା । ଯାହାକୁ ନେଇ ବନ୍ୟଯନ୍ତୁ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବରୁ ନୟାଗଡ଼ ଜଙ୍ଗଲରେ ୨ଟି କଳା କଲରାପତରିଆ ବାଘ ଥିବା ବେଳେ ଏବେ ଏମାନଙ୍କ ସଂଖ୍ୟା ବଢ଼ି ୬ରେ ପହଞ୍ଚିଛି ।
ନୟାଗଡ ବନଖଣ୍ଡ ଦଶପଲ୍ଲା ରେଞ୍ଜ ଓ ଗଣିଆ ରେଞ୍ଜ ଅଞ୍ଚଳରେ କଳା କଲରାପତରିଆ ବାଘ ରହିଛନ୍ତି ବୋଲି ଖବର ମିଳିଥିଲା । ବାଘଙ୍କ ଗତିବିଧି ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ଟ୍ରାପ କ୍ୟାମେରା ଲଗାଯିବା ସହିତ ବନ କର୍ମଚାରୀମାନେ ନଜର ରଖିଥିଲେ । ଗତ ଦୁଇ ଦିନ ମଧ୍ୟରେ ଜଙ୍ଗଲ ମଧ୍ୟରେ ବାଘ ବୁଲୁଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଥିଲା । ବାଘ ଛୁଆ ଜନ୍ମ କରି ଧରି ବୁଲୁଥିବା କ୍ୟାମେରାରେ କଏଦ ହୋଇଥିଲା । ବନ ବିଭାଗ ବାଘ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରୁଥିବା ନୟାଗଡ ଡିଏଫଓ କହିଛନ୍ତି ।
ଅଭିନେତା ଅନୁଭବ ମହାନ୍ତିଙ୍କ ଆବେଦନ ହାଇକୋର୍ଟରେ ଖାରଜ
ଅଭିନେତା ଅନୁଭବ ମହାନ୍ତିଙ୍କ ଆବେଦନ ହାଇକୋର୍ଟରେ ଖାରଜ
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବଢ଼ିଲା ଅଡୁଆ । ତାଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି । ହାଇକୋର୍ଟ କହିଲେ, ନିମ୍ନ ଅଦାଲତରେ ଚାଲିବ ମାମଲା । ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲା ନିମ୍ନ ଅଦାଲତରେ ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।
ଅନୁଭବଙ୍କ ଘରେ ରହୁଥିବା ସମୟରେ ଅନୁଭବ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା । ଅଭିଯୁକ୍ତମାନେ ତାଙ୍କର ଭିଡିଓ ସୁଟିଂ କରୁଥିବା ଓ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ କରିଥିଲେ ବର୍ଷା । ଏହି ମାମଲାରୁ ବାଦ୍ ଦେବାକୁ ଅନୁଭବ ହାଇକୋର୍ଟ ଯାଇଥିଲେ । କିନ୍ତୁ ତାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।
ବଲିଉଡ଼ର ଏମିତି ଏକ ଫିଲ୍ମ ଯେଉଁଥିରେ ଥିଲା ଦୁଇଟି ଇଣ୍ଟରଭାଲ
ବଲିଉଡ଼ର ଏମିତି ଏକ ଫିଲ୍ମ ଯେଉଁଥିରେ ଥିଲା ଦୁଇଟି ଇଣ୍ଟରଭାଲ
ନନ୍ଦିଘୋଷ ବ୍ୟୁରୋ: ଆଜିର ଦିନରେ ଓଟିଟିରେ ଓ୍ବେବ ସିରିଜର ୮ଟା ଏପିସୋଡ ଦେଖି ଦେଉଛନ୍ତି । କେତେବେଳେ ୪ରୁ ୫ ଘଣ୍ଟା ବିତି ଯାଉଛି ଜଣାପଡୁନି । ହେଲେ ସିନେମା ହଲ ଯାଇ ସାଢ଼େ ତିନି ଘଣ୍ଟା କି ୪ ଘଣ୍ଟାର ଫିଲ୍ମ ଦେଖିବା କଥା ଉଠିଲେ ଆମେ ଘଡି ଦେଖିଥାନ୍ତି, ଟିକେଟର ଦାମ ଦେଖିଥାନ୍ତି । ଏହା ବି ଜରୁରୀ । କାରଣ ଏଥିରେ ଟ୍ରାଭେଲିଂ, ପପକର୍ଣ୍ଣ ପାଇଁ ଲାଇନ ଓ ଫିଲ୍ମ ମଧ୍ୟରେ ୧୫ ମିନିଟର ଇଣ୍ଟରଭାଲ ରହିଥାଏ । ବହୁ ସମୟରେ ଲୋକେ ଗୋଟିଏ ଇଣ୍ଟରଭାଲରେ ଟାଇମ ଦେଖିବା ସହ କେତେ ବେଳେ ଫିଲ୍ମ ସରିବ ଅନାଇ ବସିଛନ୍ତି । ହେଲେ କେବେ ଚିନ୍ତା କରିଛନ୍ତି କି ଏମିତି ବି ଦିନ ଥିଲା ଯେତେବେଳେ ଦର୍ଶକଙ୍କୁ ଗୋଟିଏ ନୁହେଁ ଦୁଇଟି ଇଣ୍ଟରଭାଲ ମିଳୁଥିଲା । ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଏମିତି ଫିଲ୍ମ ସମ୍ପର୍କରେ କହିବାକୁ ଯାଉଛି, ଯେଉଁଥିରେ ଗୋଟଇଏ ନୁହେଁ ଦୁଇଟି ଇଣ୍ଟରଭାଲ ଥିଲା । ଆଉ ଭାରତୀୟ ସିନେମାରେ ଏମିତି ଏକ ଫିଲ୍ମ ଆସିଥିଲା ଯାହା ସିନେମା ହଲର ନିୟମ ବଦଳାଇ ଦେଇଥିଲା । ୧୯୬୪ରେ ଏମିତି ଏକ ଫିଲ୍ମ ଆସିଥିଲା ଯାହା ଏତେ ଲମ୍ବା ଥିଲା କି ଦର୍ଶକଙ୍କ ପାଇଁ ସିନେମା ହଲରେ ବସିକା କଷ୍ଟକର ହୋଇଯାଇଥାନ୍ତା । ଆଉ ଏଥିପାଇଁ ରାଜ କପୁର ଭାରତୀୟ ସିନେମାକୁ ଏମିତି ଏକ ଫିଲ୍ମ ଦେଇଥିଲେ ଯେଉଁଥିରେ ଗୋଟିଏ ନୁହେଁ ଦୁଇଟି ଇଣ୍ଟରଭାଲ ଥିଲା । ସିନେ ପ୍ରେମୀଙ୍କୁ ଲାଗିଥାଏ ‘ମେରା ନାମ ଜୋକର’ ହେଉଛି ସେହି ଫିଲ୍ମ । ଆପଣ ବି ଯଦି ଏହା ଭାବୁଛନ୍ତି ତେବେ ଆପଣ ବି ଭୁଲ । ଆସନ୍ତୁ ଜାଣିବା ଭାରତୀୟ ସିନେମାର ସେହି ପ୍ରଥମ ଫିଲ୍ମ ସମ୍ପର୍କରେ ଯେଉଁଥିରେ ଥିଲା ଦୁଇଟି ଇଣ୍ଟରଭାଲ ।
ଡବଲ ଇଣ୍ଟରଭାଲ ଫିଲ୍ମ
ଗତ ଗିଛିବର୍ଷ ହେବ ଏମିତି କିଛି ଫିଲ୍ମ ଆସିଛି ଯାହାର ରନ୍ ଟାଇମ ୩ ଘଣ୍ଟାରୁ ଅଧିକ ରହିଛି । ହେଲେ ଆଜି ଆମେ ଆପଣଙ୍କୁ ଦୁଇଟି ଇଣ୍ଟରଭାଲ ଥିବା ଫିଲ୍ମ ସମ୍ପର୍କରେ କହିବାକୁ ଯାଉଛି । ଆଉ ଏହା ହେଲା ରାଜ କପୁରଙ୍କ ୧୯୬୪ରେ ଆସିଥିବା ଫିଲ୍ମ ‘ସଙ୍ଗମ’ । ଯାହାର ରନ୍ ଟାଇମ ଥିଲା ୩ ଘଣ୍ଟା ୫୮ ମିନିଟ । ଆଉ ସେ ସମୟରେ ୪ ଘଣ୍ଟାର ଫିଲ୍ମ ଦେଖିବା କୌଣସି ଦୂର ସ୍ଥାନକୁ ଯିବା ଭଳି ଥିଲା । ଆଉ ଏହି ସମୟରେ ସିନେମା ହଲ ମାଲିକାମାନେ ଫିଲ୍ମଟିକୁ ଦୁଇଟି ଇଣ୍ଟରଭାଲ ସହ ଆଣିବାକୁ ଯୋଜନା କରିଥିଲେ । କାରଣ ଫିଲ୍ମଟି ପ୍ରଥମ ଥର ବଡ଼ ଲେଭଲରେ ୟୁରୋପରେ ସିଟିଂ ହୋଇଥିଲା । ଆଉ ଏହାକୁ ନେଇ ଦର୍ଶକ ବି ଫିଲ୍ମ ଦେଖିବାକୁ ଉତ୍କଣ୍ଠାର ସହ ଅନାଇ ବସିଥିଲେ । ଏହି କାରଣରୁ ଦର୍ଶକ ଖୁସିର ସହ ଦୁଇଟି ଇଣ୍ଟରଭାଲକୁ ଗ୍ରହଣ କରିନେଇଥିଲେ ।
ହେଲେ ସଙ୍ଗମ ଦୁଇଟି ଇଣ୍ଟରଭାଲ ଥିବା ଏକମାତ୍ର ଫିଲ୍ମ ନଥିଲା । ସଙ୍ଗମ ପରେ ୧୯୭୦ରେ ରାଜ କପୁରଙ୍କ ଫିଲ୍ମ ମେରା ନାମ ଜୋକର ଆସିଥିଲା । ଲଥିରେ ବି ଦୁଇଟି ଇଣ୍ଟରଭାଲ ରହିଥିଲା । ଏହାର ରନ୍ ଟାଇମ୍ ୪ ଘଣ୍ଟା ୧୫ ମିନିଟ ରହିଥିଲା ।
ଆଶା ଆଶଙ୍କାର ଅନ୍ତ, ପୁଣି ଆକ୍ଟିଭ ହେଲା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ
ଆଶା ଆଶଙ୍କାର ଅନ୍ତ, ପୁଣି ଆକ୍ଟିଭ ହେଲା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ
ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ସକାଳ କିଙ୍ଗ କୋହଲଙ୍କ ଫ୍ରାନଙ୍କ ପାଇଁ କିଛି ଭଲ ନଥିଲା । ହଠାତ ବିରାଟଙ୍କ ଇଣ୍ଟାଗ୍ରାମ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା । ଯାହାକୁ ନେଇ ତାଙ୍କ ପ୍ରଶଂସକ ଓ ଫଲୋର୍ସଙ୍କ ମଧ୍ୟରେ ନିରାଶା ଛାଇ ଯାଇଥିଲା । ତେବେ ପ୍ରାୟ ଏକ ଘଣ୍ଟା ପରେ କୁଣି ଥରେ ତାଙ୍କ ଆକାଉଣ୍ଟ ଆକ୍ଟିଭ ହୋଇଯାଇଛି । ଇଣ୍ଟାଗ୍ରାମରେ ବିରାଟଙ୍କ ୨୭ କୋଟିରୁ ଅଧିକ ଫଲୋର୍ସ ରହିଛନ୍ତି । ଏମିତି ସ୍ଥିତିରେ କେମିତି ତାଙ୍କ ଆକାଉଣ୍ଟ ବନ୍ଦ ହୋଇଗଲା ତାକୁ ନେଇ ସସପେନ୍ସ ଲାଗି ରହିଛି ।
ପୁଣି ଆକ୍ଟିଭ ହେଲା ଆକାଉଣ୍ଟ
ବିରାଟଙ୍କ ଆକାଉଣ୍ଟ ବନ୍ଦ ହେବାକୁ ନେଇ କୌଣସି ଅଧିକାରିକ ସ୍ପଷ୍ଟିକରଣ ଆସିନି । ସେହିପରି ପୁଣି ଥରେ ସେ ଇଣ୍ଟାଗ୍ରାମକୁ ଫେରିବାକୁ ନେଇ କି କିଛି ବୟନା ଆସିନି । ଘଟଣାକୁ ନେଇ ବିରାଟ କିଛି କହିନାହାନ୍ତି କି ଇଣ୍ଟାଗ୍ରାମ ତରଫରୁ କିଛି ସ୍ପଷ୍ଟିକରଣ ଦିଆଯାଇଛି । ଯାହାକୁ ନେଇ ସସପେନ୍ସ ଲାଗି ରହିଛି । ଏମିତି ସ୍ଥିତିରେ ପ୍ରଶ୍ନ ଉଠୁଛି ବିରାଟ ଓ ଇଷ୍ଟାଗ୍ରାମ ମଧ୍ୟରେ କିଛି ଘଟଣା ଘଟିଛି କି ? ନା ଏହା କୌଣସି ଟେକ୍ନିକାଲ ଇସ୍ୟୁ ?
ପ୍ରଶଂସକ ଖୁସ୍
ବିରାଟ ଇଣ୍ଟାଗ୍ରାମକୁ ଫେରିବା ପରେ ତାଙ୍କ ପ୍ରଶଂସକ ଖୁସି ଅଛନ୍ତି । ଇଷ୍ଟାଗ୍ରାମରେ ତାଙ୍କର ୨୭୪ ମିଲିୟନ ଫଲୋର୍ସ ଅଛନ୍ତି । ଏଥିରେ ଦ୍ବିମତ ନାହଁ, କିଙ୍ଗ କୋହଲି ଫେରିବା ତାଙ୍କ ପାଇଁ କେତେ ଖୁସିର କଥା । ଯେତେବେଳେ ବିରାଟଙ୍କ ଆକାଉଣ୍ଟ ବନ୍ଦ ହୋଇଥିଲା ସୋସିଆଲ ମିଡିଆରେ ଏହାକୁ ନେଇ କମେଣ୍ଟ ଝଡ଼ ଦେଖିବାକୁ ମିଳିଥିଲା । ଭାଇ କେବେ ଫେରିବେ ନେଇ ବିରାଟଙ୍କ ଫ୍ୟାନ ଅନୁଷ୍କାଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଥିଲେ ।
ବିରାଟଙ୍କ ପାଇଁ କେତେ ଗୁରୁତ୍ବ ଇଣ୍ଟାଗ୍ରାମ
ବିରାଟଙ୍କ ପାଇଁ ତାଙ୍କ ଇଣ୍ଟାଗ୍ରାମ ଆକାଉଣ୍ଟ ବହୁତ ଗୁରୁତ୍ବ ରଖେ । ଏଥିରେ ସେ ନିଜ ବ୍ୟକ୍ତିଗତ ପୋଷ୍ଟ କରିବା ସହ ବହୁତ ଗୁଡିଏ ପ୍ରମୋଶନାଲ ପୋଷ୍ଟ ବି କରିଥାନ୍ତି । ବହୁତ ବ୍ରାଣ୍ଡର ପ୍ରମୋଶନ ସେ ଇଣ୍ଟାଗ୍ରାମରେ କରିଥାନ୍ତି । ତେଣୁ ସେ ଇଣ୍ଟାଗ୍ରାମକୁ ଫେରିବା ତ ଠିକ, ହେଲେ ମାମଲାକୁ ନେଇ ଯେଉଁ ନିରବତା ଦେଖିବାକୁ ମିଳୁଛି ତାହା ଅନେକ ପ୍ରଶ୍ନ ଛିଡ଼ା କରୁଛି ।

