spot_img
Home Blog Page 1679

୧୦୫ ମୃତ୍ୟୁ ଓ ୨୫ଶହ ଆହତ ହେଲେଣି,ତଥାପି କାହିଁକି ବାଂଲାଦେଶକୁ ଫେରୁନି ଶାନ୍ତି ?

ଢାକା : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ହିଂସକ ରୂପ ନେଇଛି । ହିଂସ୍ର ଆନ୍ଦୋଳନରେ ଗତ ୧୫ ଦିନ ଭିତରେ ୧୦୫ ଜଣଙ୍କ ମୃତ୍ୟୁ ଓ ୨୫ଶହରୁ ଅଧିକ ଆହତ ହୋଇଛନ୍ତି । ଏହାସତ୍ୱେ ସେଠାରେ ଆନ୍ଦୋଳନ ଥମିବାର ନାମ ନେଉ ନାହିଁ । ସେଠାକାର ଯୁବକ ନା ପୋଲିସ କଥା ଶୁଣୁଛନ୍ତି ନା ପ୍ରଶାସନକୁ ମାନୁଛନ୍ତି । ଖୋଦ ପ୍ରଧାନମନ୍ତ୍ରୀ ଶେଖ ହାସିନା ଟିଭିରେ ଦେଶକୁ ସମ୍ବୋଧିତ କରିଥିଲେ ମଧ୍ଯ ଏହାର ପ୍ରଭାବ ଆନ୍ଦୋଳନକାରୀଙ୍କ ଉପରେ ପଡ଼ିନାହିଁ । ଓଲଟା ଆନ୍ଦୋଳନ ଅଧିକ ଉଗ୍ର ହେବାରେ ଲାଗିଛି ।
୧୦୫ ମୃତ୍ୟୁ
ଗତ ୧୫ ଦିନ ମଧ୍ୟରେ ସଂରକ୍ଷଣ ବିରୋଧୀ ହିଂସାରେ ୧୦୫ ଜଣ ପ୍ରାଣ ହରାଇଲେଣି । ରିପୋର୍ଟ ଅନୁସାରେ ୨୫ଶହରୁ ଅଧିକ ପୋଲିସ ସହିତ ସଂଘର୍ଷରେ ଆହତ ହୋଇଛନ୍ତି । ଯେଉଁଥିରେ ଉଭୟ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ରହିଛନ୍ତି । ବାଂଲାଦେଶ ବିଭିନ୍ନ ସହରରେ ସ୍ଥିତି ବେକାବୁ ହୋଇଯାଇଛି । ରାଜଧାନୀ ଢାକା ଆନ୍ଦୋଳନର କେନ୍ଦ୍ର ବିନ୍ଦୁ ପାଲଟିଛି । ଅନେକ ସହରରେ ସଂରକ୍ଷଣ ବିରୋଧୀ ହାତରେ ଲାଠି ଓ ପଥର ନେଇ ବୁଲୁଛନ୍ତି ।
ଆନ୍ଦୋଳନକାରୀ ବସ ଓ ସରକାରୀ ଅଫିସରେ ନିଆଁ ଲଗାଉଛନ୍ତି । ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଟିଭି ସମ୍ବୋଧନ ପରେ ଆନ୍ଦୋଳନକାରୀ ସରକାରୀ ଟେଲିଭିଜନ ଅଫିସ ଉପରେ ଆକ୍ରମଣ କରି ସେଥିରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲଗାଇବା ବେଳେ ଅଫିସରେ ୧୨ଶହ କର୍ମଚାରୀ ଥିଲେ । ପୋଲିସ କୌଣସିମତେ ସେମାନଙ୍କୁ ନିଆଁ ଭିତରୁ ଉଦ୍ଧାର କରିଥିଲା ।
କ’ଣ ପାଇଁ ହେଉଛି ବିରୋଧୀ ?
ବିରୋଧ ପଛରେ ଅଛି ସରକାରୀ ଚାକିରିରେ ବାଂଲାଦେଶ ସ୍ୱାଧିନତା ସଂଗ୍ରାମୀଙ୍କ ସନ୍ତାନଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ । ସରକାର ୧୯୭୧ ମୁକ୍ତିଯୁଦ୍ଧରେ ସାମିଲ ଥିବା ସଂଗ୍ରାମୀଙ୍କ ସନ୍ତାନମାନଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ସୁବିଧା କଥା ଘୋଷଣା କରିଥିଲେ । ଯାହାକୁ ସେଠାରେ ବିରୋଧ କରାଯାଉଛି । ସଂରକ୍ଷଣ ବିରୋଧୀ ଚାକିରିରେ ମରିଟ୍ ଆଧାରରେ ସୁଯୋଗ ଦେବାକୁ ଦାବି କରୁଛନ୍ତି । ସୂଚନାଯୋଗ୍ୟ ଯେ, ବାଂଲାଦେଶରେ ସରକାରୀ ଚାକିରିରେ ୫୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ବାକି ୪୪ ପ୍ରତିଶତ ଚାକିରି ମେରିଟ୍ ଆଧାରରେ ମିଳିଥାଏ । ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ସରକାରୀ ଚାକିରି କ୍ଷେତ୍ରରେ କୌଣସି ସଂରକ୍ଷଣ ସୁବିଧା ମିଳିନଥାଏ ।

ଗୋପାଳବଲ୍ଲଭ ଭୋଗ ପରେ ବାହାରିବ ନୀଳାଚଳ ଅବଢା

ପୁରୀ : ନିଳାଦ୍ରୀ ବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆରମ୍ଭ ହୋଇଯାଇଛି ପୁଣି ଲୀଳାଖେଳା । ସକାଳେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଅନ୍ୟାନ୍ୟ ନୀତି ସମ୍ପାଦନ ଚାଲିଛି । ଗୋପାଳବଲ୍ଲଭ ଭୋଗ ପରେ ବାହାରିବ ନୀଳାଚଳ ଅବଢା । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ କୃତାର୍ଥ ହେବେ ଭକ୍ତ ଓ ସେବାୟତ । ଗତକାଲି ରାତିରେ ଗୋଟି ପହଣ୍ଡିରେ ରଥରୁ ଯାଇ ରତ୍ନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଦାମୂରତି । ପ୍ରଥମେ ସୁଦର୍ଶନ ପରେ ବଡ଼ ଠାକୁର ବଳଭଦ୍ର ଓ ତାପରେ ଭଉଣୀ ସୁଭଦ୍ରା ରତ୍ନବେଦୀକୁ ବିଜେ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି । ଭକ୍ତଙ୍କ ଗହଣରେ ହଲିଝୁଲି ଶ୍ରମନ୍ଦୀର ଅଭିମୁଖେ ଯାତ୍ରା କରିଥିଲେ ମହାପ୍ରଭୁ । ଏହିସମୟରେ ସିଂହଦ୍ୱାର ବନ୍ଦ କରିଥିଲେ ମାଆ ଲକ୍ଷ୍ମୀ ସାଆନ୍ତାଣୀ । ଅନେକ ବଚନିକା ପରେ ମାଆଙ୍କୁ ରସଗୋଲା ଖୁଆଇ ଓ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିଥିଲେ ମାୟାଧର । ନିଳାଦ୍ରୀ ବିଜେରେ ମହାପ୍ରଭୁଙ୍କ ମାନବୀୟ ଲୀଳା ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତଗଣ । ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା

୨୦ ଫୁଟ ତଳକୁ ଓଲଟିଲା ବସ, ୪୦ ଆହତ

ବୌଦ୍ଧ: ବୌଦ୍ଧ ଥାନା ଜାତୀୟ ରାଜପଥ ସରସର ନିକଟରେ ଦୁର୍ଘଟଣା। ୨୦ ଫୁଟ ତଳକୁ ଓଲଟିଲା ବସ। ଦୁର୍ଘଟଣାରେ ୪୦ ଆହତ ହୋଇଥିବା ବେଳେ, ୧୫ ଜଣ ଗୁରୁତର ଅଛନ୍ତି। ୩ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମହାଦେବ ନାମକ ଏକ ଘରୋଇ ବସ ଭୁବନେଶ୍ୱରରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ ଥାନା ଜାତୀୟ ରାଜପଥ ସରସର ନିକଟ ଏକ ସେତୁର ୨୦ ଫୁଟ ତଳକୁ ଭାରସାମ୍ୟ ହରାଇ ଖସିପଡ଼ିଥିଲା। ଖବର ପାଇ ଅଗ୍ନିଶମ ବହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବସ ଡ୍ରାଇଭର ଓ ହେଲପର ମଦ୍ୟପାନ କରିଥିବା କିଛି ଯାତ୍ରୀ ଅଭିଯୋଗ କରିଥିବା ବେଳେ, ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

କଟକ : ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ। କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ଘଟିଛି। ଦୁଇ ଦିନ ତଳେ ସେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ୨୦୧୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଅସୁସ୍ଥ କାରଣରୁ ତାଙ୍କୁ ଗତ ୧୮ ତାରିଖରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ଦେହାନ୍ତ ଘଟିଥିବା ସୂଚନା ମିଳିଛି।

Padma Shri Kamala Pujari Admitted To Hospital In Jeypore

ବଡ଼ଦାଣ୍ଡରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିଲେ ନୀଳମାଧବ

ପୁରୀ: ସରିଲା ବିଶ୍ବ ପ୍ରସୁଦ୍ଧ ରଥଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ । ଗୋଟି ପହଣ୍ଡିରେ ନୀଳକନ୍ଦରକୁ ଫେରିଛନ୍ତି ତିନି ଠାକୁର । ଶ୍ରୀଜିଉଙ୍କ ଏହି ଅଦ୍ଭୁତ ଲୀଳା ଦେଖିବାକୁ ପୁରୀରେ ହୋଇଥିଲା ଲକ୍ଷାଧିକ ଭକ୍ତଙ୍କ ସମାଗମ ।

ରଥ ଉପରେ ସମସ୍ତ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ନୀଳାଦ୍ରି ବିଜେ ପ୍ରସ୍ତୁତି । ପ୍ରଥମେ ରାମକୃଷ୍ଣ ପହଣ୍ଡିରେ ଶ୍ରୀମନ୍ଦିରକୁ ଯାଇଥିଲେ । ଏହାପରେ ମଦନ, ମୋହନଙ୍କ ପହଣ୍ଡି ହୋଇଥିଲା ।

ପରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ସୁଦର୍ଶନଙ୍କ ପହଣ୍ଡି ପୂର୍ବରୁ ବଡ଼ଦାଣ୍ଡରେ ବନଟି ଖେଲ ହୋଇଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପ ଦଳନ ରଥରୁ ଶୂନ୍ୟ ପହଣ୍ଡିରେ ଚକ୍ରରାଜ ଶ୍ରୀମନ୍ଦିରକୁ ଯାଇଥିଲେ ।

ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଥିଲା ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି । ତାଳଧ୍ବଜ ରଥରୁ ଓହ୍ଲାଇ ଆସି ଗୋଟି ପହଣ୍ଡିରେ ମହାବାହୁ ନୀଳ କନ୍ଦରକୁ ପ୍ରବେଶ କରିଥିଲେ ।

ବଡ଼ଭାଇ ଯିବା ପରେ ତାଙ୍କ ପଛେ ପଛେ ଦେବୀ ସୁଭଦ୍ରା ଦର୍ପ ଦଳନ ରଥରୁ ଓହ୍ଲାଇ ଆସିଥିଲେ । ସେବାୟତମାନେ ମାଆଙ୍କୁ ଶ୍ରୀମନ୍ଦିରକୁ ପହଣ୍ଡିରେ ବିଜେ କରାଇଥିଲେ ।

ପରେ ମହାପ୍ରଭୁ ଜଗନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଟାହିଆ ପିନ୍ଧି ଚାରମାଳ ପାଖକୁ ଆସିବା ପରେ ଅଓକି ଥିଲେ । ସେପଟେ ସିଂହଦ୍ବାର ପାଖକୁ ଆସିଥିଲେ ମହାଲକ୍ଷ୍ମୀ । ଆଖିରେ ଆଖିରେ ଉଭୟଙ୍କ ମିଳନ ଘଟିଥିଲା । ଅଭିମାନିନୀ ମାତା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମନାଇଥିଲେ ମହାପ୍ରଭୁ । ଏହାପରେ ମାତା ଲକ୍ଷ୍ମୀ ସିଂହଦ୍ବାର ଖୋଲିଥିଲେ ଓ ମହାପ୍ରଭୁ ନୀଳାଦ୍ରି ବିଜେ କରିଥିଲେ ।

ଓଡ଼ିଆ ଭାଷାରେ ଚାଲିବ ଶାସନ ବ୍ୟବସ୍ଥା, କାର୍ଯ୍ୟକ୍ଷେତ୍ରରେ ବ୍ୟାପକ ପ୍ରଚଳନ ପାଇଁ ଉଦ୍ୟମ ଆରମ୍ଭ

ଭୁବନେଶ୍ବର: ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ମୋହନ ସରକାର ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ଉପରେ ଗୁରୁତ୍ବ ଦେଇଛନ୍ତି । କାର୍ଯ୍ୟକ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟାପକ ପ୍ରଚଳନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଲୋକସେବା ଭବନ, ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ପ୍ରତି ବିଭାଗର ସେକ୍ସନ ଅଫିସରଙ୍କୁ ଓଡ଼ିଆ ଭାଷାରେ ସରକାରୀ ଫାଇଲ କାମ କରିବାକୁ ଭାଷାବିତ, ସାହିତ୍ୟିକମାନେ ପ୍ରଶିକ୍ଷଣ ଦେଉଛନ୍ତି । ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ମେଗା ପ୍ରଶିକ୍ଷଣ ଶିବିର ଚାଲିଥିବା ବେଳେ ଆଗକୁ ଜିଲ୍ଲାସ୍ତରର କର୍ମଚାରୀଙ୍କୁ ବି ଟ୍ରେନିଂ ଦିଆଯିବ ।

ଆଇନ ଆସିବାକୁ ବିତିଲାଣି ୭୦ ବର୍ଷ । ହେଲେ ଏହା କେବଳ କାଗଜକଲମରେ ସୀମିତ । ଓଡ଼ିଶା ସରକାରୀ ଭାଷା ଆଇନ ଆସିଥିଲା ୧୯୫୪ ଅକ୍ଟୋବର ୧୫ରେ । ୨୦୧୪ରେ ଓଡ଼ିଆ ଭାଷାକୁ ମିଳିଲା ସରକାରୀ ମାନ୍ୟତା । ବାସ୍ତବ କ୍ଷେତ୍ରରେ ଓଡ଼ିଆ ଭାଷାରେ ସମ୍ପୂର୍ଣ୍ଣ ଭାବେ ସରକାରୀ କାମ ଏଯାଏଁ ହୋଇପାରିନାହିଁ । ଅନେକ ଥର ଉଦ୍ୟମ ହୋଇଛି, ହେଲେ ସଫଳତାର ହାର କମ୍ ରହିଛି । ଏବେ ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି ମୋହନ ସରକାର । ଓଡ଼ିଆ ଭାଷାରେ ସରକାରୀ କାମ କରିବାକୁ ଗତ ଜୁଲାଇ ୬ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଆରମ୍ଭ ହୋଇଛି କର୍ମଚାରୀଙ୍କ ପ୍ରଶିକ୍ଷଣ ଶିବିର । ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଚାଲିଛି ୩ ଦିନିଆ ପ୍ରଶିକ୍ଷଣ ଶିବିର । ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ଲୋକସେବା ଭବନର ପ୍ରତି ବିଭାଗରୁ ୫ ଜଣ ଲେଖାଏଁ ସେକ୍ସନ ଅଫିସରଙ୍କୁ ଓଡ଼ିଆ ଭାଷାରେ ନୋଟିଙ୍ଗ, ଡ୍ରାଫ୍ଟିଙ୍ଗ ଲେଖିବାର କୌଶଳ ଶିଖାଯାଉଛି ।

ନବୀନ ସରକାରଙ୍କ ଅମଳରେ ବି ଅନେକ କର୍ମଚାରୀଙ୍କୁ ଓଡ଼ିଆ ଭାଷାରେ ସରକାରୀ କାମ କରିବାକୁ ପ୍ରଶିକ୍ଷଣ ଦିଆଯାଇଥିଲା । ୨୦୧୦ରୁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ପ୍ରଶାସନ ଶବ୍ଦକୋଷ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଜିଲ୍ଲାପାଳ, ବିଡ଼ିଓଙ୍କ କାର୍ଯ୍ୟାଳୟ ଯାଏଁ ଓଡ଼ିଆ ଭାଷାରେ ଫାଇଲ ମୁଭମେଣ୍ଟ ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏବେ ସବୁ କିଛି ଅନଲାଇନରେ ଚାଲୁଥିବାରୁ ସ୍ବତନ୍ତ୍ର ଭାବେ ଓଡ଼ିଆ କି`ବୋର୍ଡ ଏବଂ କମ୍ପ୍ୟୁଟରରେ ଓଡିଆ ଲିପିର ବ୍ୟବସ୍ଥା ବି ହେଉଛି । ଭାଷାବିତ୍, ପୂର୍ବତନ ପ୍ରଶାସକମାନେ ପର୍ଯ୍ୟାୟ କ୍ରମେ କର୍ମଚାରୀଙ୍କୁ ଟ୍ରେନିଂ ଦେଉଥିବା ବେଳେ ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ମାନସିକତାର ଅଭାବ ଥିବା କଥା କହିଛନ୍ତି । ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନେକ ଉପାଦେୟ ହେଉଛି ବୋଲି କର୍ମଚାରୀମାନେ କହିଛନ୍ତି ।

ରାଜ୍ୟସ୍ତରୀୟ କର୍ମଚାରୀଙ୍କୁ ଦୈନନ୍ଦିନ ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର ଚାଲିଥିବା ବେଳେ ଆଗକୁ ଜିଲ୍ଲାସ୍ତରୀୟ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଶାସନ ଶବ୍ଦକୋଷ ଏବଂ ଓଡ଼ିଆ ଭାଷାର ବ୍ୟବହାର ଉପରେ ଟ୍ରେନିଂ ଦେବାର କାର୍ଯ୍ୟକ୍ରମ ରହିଛି ।

ରକ୍ତହୀନତା ଦୂର କରିବାରେ ଓଡ଼ିଶାକୁ ସଫଳତା

ଭୁବନେଶ୍ବର: ହେମୋଗ୍ଲୋବିନ୍ କମ୍ ଥିବା ରୋଗୀଙ୍କ ସଂଖ୍ୟା ହ୍ରାସ କରିବାରେ ଓଡ଼ିଶା ସର୍ବ ଭାରତୀୟ ସ୍ତରରେ ୨୦୨୩-୨୪ ବର୍ଷ ପାଇଁ ହାସଲ କରିଛି ଚତୁର୍ଥ ସ୍ଥାନ । ନବୀନଙ୍କ ମୁଖ୍ଯମନ୍ତ୍ରିତ୍ବ ବେଳେ ଏହି ଅଭିଯାନ ଲାଗି ସ୍ବତନ୍ତ୍ର ୟୋଜନା କରାଯାଇଥିଲା । ଯୋଜନାରେ ଆଇରନ୍ ଓ ଫଲିକ ଏସିଡ ବଟିକା ବଣ୍ଟନ କରାଯିବା ସହ ରକ୍ତହୀନ ରୋଗୀଙ୍କୁ ମାଗଣା ରକ୍ତ ପ୍ରଦାନ କରାଯାଉଛି । ଆଗକୁ କେଉଁ ଜିଲ୍ଲାରେ କେତେ ଆନେମିଆ ବା ରକ୍ତହୀନତା ରୋଗୀ ଅଛନ୍ତି ସେମାନଙ୍କ ପାଇଁ ଜିଲ୍ଲାଓ୍ବାରୀ ମ୍ୟାପିଂ କରିବାକୁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି ।

ଓଡ଼ିଶାରେ କମୁଛି ରକ୍ତହୀନତା ବା ଆନେମିଆ ରୋଗୀଙ୍କ ସଂଖ୍ୟା । ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା । ୨୦୨୩-୨୪ ବର୍ଷ ପାଇଁ ଜାତୀୟ ସ୍ତରରେ ରାଜ୍ୟକୁ ମିଳିଛି ଚତୁର୍ଥ ସ୍ଥାନ । ଆନେମିଆ ମୁକ୍ତ ଭାରତ ସ୍କୋର ତାଲିକାରେ ଓଡ଼ିଶାକୁ ମିଳିଛି ୮୩.୩ ପଏଣ୍ଟ୍ । ଅମ୍ଲାନ ବା ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ରକ୍ତହୀନର ଶିକାର ହେଉଥିବା ରୋଗୀଙ୍କୁ ମାଗଣାରେ ବଣ୍ଟନ ହେଉଛି ଆଇରନ୍ ଓ ଫୋଲିକ୍ ଏସିଡ୍ ବଟିକା । ୬ ମାସରୁ ୫ ବର୍ଷ ପିଲା, କିଶୋରୀ ବାଳିକା, ଗର୍ଭବତୀ ମାଆ ଓ ସ୍ତନ୍ୟପାନ କରାଉଥିବା ମାଆଙ୍କ ପାଇଁ ବଣ୍ଟନ ହେଉଛି ମାଗଣା ବଟିକା । ଏହାସହ ବିବାହ ପୂର୍ବରୁ ରକ୍ତ ଶିକୁଳି, ଥାଲାସେମିଆ ଓ ରକ୍ତହୀନତା ରୋଗୀଙ୍କ ରକ୍ତ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି । ପଶ୍ଚିମ ଓଡ଼ିଶାରେ ରକ୍ତ ଶିକୁଳି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ଆଗାମୀ ଦିନରେ ରକ୍ତ ଶିକୁଳି ରୋଗୀ ଓ ଆନେମିଆ ରୋଗୀଙ୍କର ଜିଲ୍ଲାଓ୍ବାରୀ ମ୍ୟାପିଂ କରାଯିବ ।

ରକ୍ତହୀନତା ରୋଗ ମୁଖ୍ୟତଃ ୩ଟି କାରଣରୁ ହୋଇଥାଏ । ସବୁଜ ପନିପରିବା ଖାଦ୍ୟରେ ଅଭାବ ହେଲେ ଏହି ରୋଗ ହୋଇଥାଏ । ନୀଳ ରଙ୍ଗର ପନିପରିବାରେ ଅଧିକ ଆଇରନ୍ ରହିଥାଏ । ସଜନା ଶାଗ ଓ ପାଳଙ୍ଗରେ ଅଧିକ ମାତ୍ରାରେ ଥାଏ ଆଇରନ୍ । ଦୈନଦିନ ଖାଦ୍ୟରେ ଏପରି ଖାଦ୍ୟ ପ୍ରଚୁର ମାତ୍ରାରେ ଖାଇବା ଉଚିତ୍ । ଦ୍ବିତୀୟରେ ଯଦି ଶରୀରରେ ଆଇରନ୍, ଭିଟାମିନ୍ ଧାରଣ କରିବାରେ ସମସ୍ୟା ଥାଏ, ଶରୀରରେ କୃମି ସଂଖ୍ୟା ବଢିଲେ ଆଇରନ୍ ମାତ୍ରା କମିଥାଏ । ଏଥିପାଇଁ ରୋଗୀକୁ ନିୟମିତ ୩ରୁ ୬ ମାସ ଅନ୍ତରରେ କୃମି ନାଶକ ବଟିକା ସେବନ କରିବାକୁ ପଡ଼ିବ । ତୃତୀୟରେ ବଂଶଗତ ଜେନେଟିକ୍ ସମସ୍ୟା ଯୋଗୁଁ ରୋଗୀଟି ଯଦି ଥାଲାସେମିଆ ଓ ରକ୍ତ ଶିକୁଳି ରୋଗରେ ପୀଡ଼ିତ ତା’ହେଲେ ରୋଗୀ ରକ୍ତହୀନତା ରୋଗରେ ପୀଡ଼ିତ ହୁଏ । ବିଶେଷକରି କିଶୋରୀ ବାଳିକାଙ୍କ କ୍ଷେତ୍ରରେ ରକ୍ତହୀନତା ହେଲେ ମାସିକ ଋତୁସ୍ରାବ ସମୟରେ ଅଧିକ ସମସ୍ୟା ଭୋଗିବାକୁ ପଡ଼େ । ଏଥିପାଇଁ ରୋଗୀ ନିୟମିତ ଚିକିତ୍ସା ଆବଶ୍ୟକ କରିଥାଏ ।

ପୂର୍ବ ସରକାରଙ୍କ ସମୟରେ ନିଆଯାଇଥିଲା ନିଷ୍ପତ୍ତି । ଅମ୍ଲାନ୍ କାର୍ଯ୍ୟକ୍ରମ ଜରିଆରେ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆଗାମୀ ୨୦୨୭-୨୮ ପର୍ଯ୍ୟନ୍ତ ଚାଲୁ ରହିବ ।

ଦେଢ଼ ମାସ ପରେ ବି କଂଗ୍ରେସ ବାଛି ପାରୁନି ବିରୋଧୀ ଦଳ ନେତା

ଭୁବନେଶ୍ବର: ଦେଢ ମାସ ହେଲା ନିର୍ବାଚନ ସରିଲାଣି । ଗତଥର ଅପେକ୍ଷା କଂଗ୍ରେସର ଏଥର ଅଧିକ ବିଧାୟକ ନିର୍ବାଚିତ ହୋଇଛନ୍ତି । ତଥାପି ବିଧାୟକ ଦଳ ନେତା ଚୟନ ହୋଇପାରୁନି । କୁହାଯାଉଛି ଗୋଷ୍ଠୀ କନ୍ଦଳ ସକାଶେ ହାତ ଦଳ ବିଧାନସଭା ମଙ୍ଗୁଆଳ ବାଛିପାରୁନି । ଆସନ୍ତା ୨୨ ତାରିଖରୁ ବିଧାନସଭା ଅଧିବେଶନ ବସିବ । ତା’ ପୂର୍ବରୁ ଯେ କୌଣସି ମୂହୁର୍ତ୍ତରେ ହାଇକମାଣ୍ଡ ଦଳର ନେତା ଘୋଷଣା କରିପାରନ୍ତି । ତେବେ ରେସରେ ଆଗରେ ଅଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ । ଏହାଛଡ଼ା ବିଧାୟକ ରମେଶ ଜେନା ଓ ଡ. ରାଜନ ଏକ୍କାଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।

କଂଗ୍ରେସକୁ ନେତା ଟେନସନ । କିଏ ଧରିବ ବିଧାନସଭା ମଙ୍ଗ ? ତାକୁ ନେଇ ଜାରି ରହିଛି ସସପେନ୍ସ । ବିଧାୟକ ଦଳ ନେତା ଚୟନକୁ ନେଇ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ଚାଲିଛି କସରତ । ଆସନ୍ତା ୨୨ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ହାଇକମାଣ୍ଡ ଯେ କୌଣସି ମୂହୁର୍ତ୍ତରେ ବିଧାୟକ ଦଳ ନେତାଙ୍କ ନାଁ ଘୋଷଣା କରିପାରିନ୍ତି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ।

ବିଧାୟକ ଦଳ ନେତା ଚୟନ ନେଇ ବିଧାୟକମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି । ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ହାଇକମାଣ୍ଡ ଯାହାକୁ ଦଳର ନେତା ବାଛିବେ ତାହାକୁ ଆମେ ଗ୍ରହଣ କରିବୁ । ନିଜର ବିଧାନସଭା ଅଭିଜ୍ଞତାକୁ ନେଇ ନେତା ହେବାକୁ ମଧ୍ୟ ସେ ଇଚ୍ଛା ପ୍ରକାଶ କରିଆସୁଛନ୍ତି । ତେବେ ୩ ଜଣଙ୍କ ନାଁ ଦିଲ୍ଲୀ ଯାଇଛି ବୋଲି କହିଛନ୍ତି ବିଧାୟକ ଦାଶରଥୀ ଗମାଙ୍ଗ ।

୨୪ ବର୍ଷ ଧରି କ୍ଷମତା ବାହାରେ ରହିଛି କଂଗ୍ରେସ । ୨୦୦୦ ମସିହାରୁ ୨୦୨୪ ଯାଏଁ କଂଗ୍ରେସର ଭୋଟ ହାର ଦ୍ରୁତ ଭାବେ ହ୍ରାସ ପାଇବାରେ ଲାଗିଛି । ୨୦୧୯ ଅପେକ୍ଷା ୨୦୨୪ରେ କଂଗ୍ରେସର ବିଧାୟକ ସଂଖ୍ୟା ବୃଦ୍ଧି ପାଇଛି । ଦଳ ପାଖରେ ବହୁତ ସୁଯୋଗ ରହିଥିବା ବେଳେ ବିଧାୟକ ଦଳ ଚୟନ ନେଇ ଚିନ୍ତାରେ ପଡ଼ିଛି ଦଳ । କଂଗ୍ରେସରେ ଗୋଷ୍ଠୀ ବିବାଦ ଜାରି ରହିଥିବାରୁ ବିଧାୟକ ଦଳ ନେତା ଚୟନ ହୋଇପାରୁ ନଥିବା ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି । ଯଦି ବିଧାୟକ ଦଳ ଚୟନରେ ବିଧାୟକଙ୍କ ସହମତି ନରହିବ ତେବେ ବିଧାନସଭାରେ କଂଗ୍ରେସକୁ ଏହାର କ୍ଷତି ସହିବାକୁ ପଡ଼ିବ ।

ନିକଟରେ ଦଳର ଏକମାତ୍ର ସାଂସଦଙ୍କ ସହ ୭ ଜଣ ନିର୍ବାଚିତ ବିଧାୟକ କଂଗ୍ରେସର ଶୀର୍ଷ ନେତୃତ୍ବଙ୍କୁ ଭେଟି ଆଲୋଚନା କରିଛନ୍ତି । ପିସିସି ସଭାପତି ଓ ପ୍ରଭାରୀ ମଧ୍ୟ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ବି ବିଧାୟକ ଦଳ ନେତା ଚୟନ ହୋଇପାରୁନି ।

ନବୀନ ଦେଲେ ଗୁରୁମନ୍ତ୍ର, ଓଡ଼ିଶାବାସୀଙ୍କ ସ୍ବର ସାଜିବେ ବିଜେଡିର ୯ ସାଂସଦ

ଭୁବନେଶ୍ବର: ସବୁବେଳେ ରାଜ୍ଯବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇଛି ବିଜେଡି । ସଂସଦର ଆଗାମୀ ବଜେଟ ଅଧିବେଶନରେ ମଧ୍ଯ ସାଢେ ଚାରି କୋଟି ଓଡ଼ିଆଙ୍କର ସ୍ବର ସାଜିବ ବିଜୁ ଜନତା ଦଳ । ରାଜ୍ଯସଭା ସାଂସଦଙ୍କ ସହ ବୈଠକ କରି ସମସ୍ତଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ଆୟୋଜିତ ବୈଠକରେ ଦଳର ନଅ ରାଜ୍ଯସଭା ସାଂସଦ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ସାଂସଦଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକଙ୍କୁ ଦଳର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ଭାବେ ନିର୍ବାଚିତ କରାଯାଇଛି ।

ବୈଠକରେ ସଂସଦରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜ୍ଯବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲଢେଇ କରିବାକୁ ନବୀନ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ଯପାହ୍ଯ ମାନ୍ଯତା, ଆଦିବାସୀ କଲ୍ଯାଣ, ମହିଳା ସଶକ୍ତିକରଣ, ଚାଷୀଙ୍କ ଉନ୍ନତି ପାଇଁ ଦଳ ଲଢେଇ କରିବ । ଅବହେଳିତ ଜାତୀୟ ରାଜପଥ, କୋଇଲା ରୟାଲଟି ବୃଦ୍ଧି, ମହିଳା ସଂରକ୍ଷଣ ବିଲ ଲାଗୁ ପ୍ରସଙ୍ଗ ମଧ୍ଯ ଗୃହରେ ଉଠାଇବ ଦଳ । ସବୁ ପ୍ରସଙ୍ଗରେ ସୁଦୃଢ ବିରୋଧୀ ଦଳ ଭାବରେ ବିଜେଡି ସଂସଦରେ ସବୁ ପ୍ରସଙ୍ଗକୁ ଉପସ୍ଥାପନ କରିବ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଯୁକ୍ତିଯୁକ୍ତ ଦାବିକୁ ଉପସ୍ଥାପନ କରାଯିବ ବୋଲି ସାଂସଦଙ୍କୁ ନବୀନ ପରାମର୍ଶ ଦେଇଛନ୍ତି ।

ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବାର ଘଟଣା, ୧୨ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ବର: ଥମୁନି ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ ରାଜ୍ଯପାଳଙ୍କ ପୁଅ ମାଡ଼ ମାରିବା ଝଡ଼ । ଘଟଣାର ୧୨ ଦିନ ପରେ ବି ପୋଲିସ ଓ ରାଜ୍ୟ ସରକାର କାହିଁକି ଚୁପ ବସିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ଏଏସଓଙ୍କୁ ନ୍ୟାୟ ଦେବା ଦାବିରେ ବିଜେଡି, କଂଗ୍ରେସ ପରେ ରାଜରାସ୍ତାକୁ ଓହ୍ଲାଇଛି ସିପିଆଇ ଓ ବିଭିନ୍ନ ସଂଗଠନ । ରାଜ୍ୟପାଳଙ୍କ ପୁଅକୁ ତୁରନ୍ତ ଗିରଫ କରିବାକୁ ଦାବି କରି ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି । ବିଜେଡି ମଧ୍ୟ ଦାବି ସହ ନିଜର ସ୍ବର ମିଳାଇଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ଏଏସଓଙ୍କୁ ନିସ୍ତୁକ ମାଡ଼ମାରି ଲୌହୁଲୁହାଣ କଲେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଓ ୫ ସହଯୋଗୀ । ଏହାରି ଭିତରେ ଘଟଣାକୁ ୧୨ ଦିନ ବିତିଲାଣି । ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ ସହ ଏଏସଓଙ୍କୁ ନ୍ଯାୟ ଦେବାକୁ ଦାବି କରୁଛନ୍ତି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ । ରାଜରାସ୍ତାରେ ଜୋରଦାର ହେଉଛି ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଗିରଫ ଦାବି । ତଥାପି ଚୁପ ପୋଲିସ ପ୍ରଶାସନ, ଚୁପ୍ ରାଜ୍ୟ ସରକାର । ଏଏସଓଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ରାଜ୍ୟ ସରକାର ତାଙ୍କୁ ବଦଳି କରିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ବିଜେଡି, କଂଗ୍ରେସ ପରେ ରାଜରାସ୍ତାକୁ ଓହ୍ଲାଇଛି ସିପିଆଇ । ରାଜଧାନୀର ରାଜମହଲ ଛକରେ ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ଦଳ ରାଜ୍ୟପାଳଙ୍କୁ ସିଧା ସିଧା ପ୍ରଶ୍ନ କରିଛି- କ’ଣ ଗରିବ ଲୋକଙ୍କ ପାଇଁ ଗୋଟେ ଆଉ ବଡ଼ ବଡ଼ିଆଙ୍କ ପାଇଁ ଆଉ ଗୋଟିଏ ଆଇନ ? ଜଣେ ଓଡ଼ିଆ ଅଧିକାରୀଙ୍କୁ ଅଣ ଓଡ଼ିଆ ମାଡ଼ ମାରିଲେ । କୁଆଡ଼େ ଗଲା ବିଜେପିର ଓଡ଼ିଆ ଅସ୍ମିତା ? ତୁରନ୍ତ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରା ନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଦଳ ଚେତାବନୀ ଦେଇଛି । ବିଜେଡି ମଧ୍ୟ ଏଏସଓଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି ଦୋହରାଇଛି ।

ଏପଟେ ବିଜେପିର ହିଂସାତ୍ମକ ରାଜନୀତିକୁ ବିରୋଧ କରି ଖୋର୍ଦ୍ଧା ଓ ଭୁବନେଶ୍ବର ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି l କଂଗ୍ରେସ ଭବନରେ ବିଜେପି ଯୁବମୋର୍ଚ୍ଚା ଗଣ୍ଡଗୋଳ କରିବା, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ଦୃଢ ବିରୋଧ କରିଛନ୍ତି ସଙ୍ଗଠନର କର୍ମକର୍ତ୍ତା । ତୁରନ୍ତ ରାଜ୍ୟ ସରକାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛି ସଚେତନ ନାଗରିକ ମଞ୍ଚ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଲାସ୍ତରରେ ଆନ୍ଦୋଳନକୁ ଜୋରଦାର କରିବାକୁ ସଂଘ ଚେତାବନୀ ଦେଇଛି ।

ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବିବାଦ ତେଜିବାରେ ଲାଗିଛି । ଓଡ଼ିଆ ଅସ୍ମିତାକୁ ନେଇ ଚିତ୍କାର କରୁଥିବା ଶାସକ ଦଳ ଘଟଣାରେ ନୀରବତା ଅବଲମ୍ବନ କରିବାକୁ ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ । ଏହାରି ଭିତରେ ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ କେବେ ନ୍ୟାୟ ମିଳିବ ତାକୁ ଚାହିଁ ବସିଛନ୍ତି ଓଡ଼ିଶାବାସୀ ।