spot_img
Home Blog Page 1666

ଘରେ ଶୋଇଥିବାବେଳେ ଦମ୍ପତିଙ୍କୁ ଦଳିଦେଲା ଦନ୍ତା

ବଲାଙ୍ଗୀର: ଦନ୍ତା ହାତୀ ଆକ୍ରମଣରେ ଦମ୍ପତି ମୃତ। ବଲାଙ୍ଗୀର ଜିଲ୍ଲା ଭାନପୁର ପଞ୍ଚାୟତ ଚାବ୍ରିପାଲି ଗାଁରେ ଘଟିଛି ଏ ଅଭାବନୀୟ ଘଟଣା। ରାତି ଅଧିରେ ଦମ୍ପତି ଘରେ ଶୋଇଥିବା ସମୟରେ ଦନ୍ତା ହାତୀ ଆକ୍ରମଣ କରିଥିଲା।

ଘର ନିକଟରେ ଥିବା ବିଲରେ ହାତୀ ବୁଲୁଥିବା ସମୟରେ ଶବ୍ଦ ଶୁଣି ଘର ବାହାରକୁ ବାହାରିଥିଲେ ଦମ୍ପଚି। ଏହାପରେ ହାତୀ ଉଭୟଙ୍କୁ ଗୋଡ଼ରେ ଦଳି ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନୀଳାମ୍ବର ବରିହା ଓ ଯଶୋବନ୍ତୀ ବରିହା।

ଘଟଣାସ୍ଥଳରେ ବନବିଭାଗର ଏକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଆପ୍‌ ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡି ଚଢାଉ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଓଖଲା ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡି ଚଢାଉ । ଅମାନତୁଲ୍ଲା ଖାନ ଏହି ସୂଚନା ଦେଇ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି, “ଇଡି ମୋତେ ଗିରଫ କରିବା ପାଇଁ ମୋ ଘରେ ପହଞ୍ଚିଛନ୍ତି।

ଇଡି ଦଳ ସକାଳେ ପହଞ୍ଚିବା ପରେ ତାଙ୍କୁ ବାହାରେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। ଏହା ପରେ ଦିଲ୍ଲୀ ପୋଲିସର ଅଧିକ ଫୋର୍ସ ଡକାଯାଇଥିଲା। ବହୁତ ସମୟ ପରେ ଇଡି ଦଳ ଫ୍ଲାଟ ଭିତରେ ପହଞ୍ଚିବାରେ ସକ୍ଷମ ହୋଇଥିଲା । ବହୁ ସଂଖ୍ୟାରେ ଦିଲ୍ଲୀ ପୋଲିସ ଏବଂ ପାରା ମିଲିଟାରୀ କର୍ମଚାରୀ ବାହାରେ ନିୟୋଜିତ ହୋଇଛନ୍ତି।

ଅମାନାତୁଲ୍ଲା ଖାନ କହିଛନ୍ତି, ସକାଳ ୭ଟା ଏବଂ ଇଡି ଲୋକମାନେ ମୋତେ ଗିରଫ କରିବାପାଇଁ ସର୍ଚ୍ଚ ୱାରେଣ୍ଟ ନାମରେ ମୋ ଘରକୁ ଆସିଛନ୍ତି, ଚାରି ଦିନ ପୂର୍ବରୁ ମୋ ଶାଶୁଙ୍କର କର୍କଟ ରୋଗରେ ଅସ୍ତ୍ରୋପଚାର ହୋଇଛି । ସେ ମୋ ଘରେ ଅଛନ୍ତି ଏବଂ ମୁଁ ସେମାନଙ୍କ ବିଷୟରେ ମଧ୍ୟ ଇଡିକୁ ଅବଗତ କରାଇଥିଲି |

ସେ କହିଛନ୍ତି, ମୁଁ ସେମାନଙ୍କୁ ଦିଆଯାଇଥିବା ପ୍ରତ୍ୟେକ ବିଜ୍ଞପ୍ତିର ଉତ୍ତର ଦେଇଛି । ସର୍ଚ୍ଚ ୱାରେଣ୍ଟ ନାମରେ ସେମାନଙ୍କର ଲକ୍ଷ୍ୟ କେବଳ ମୋତେ ଗିରଫ କରିବା ଏବଂ ଆମର କାମ ବନ୍ଦ କରିବା  ।

 

ଅମାନତୁଲ୍ଲା ଖାନ ଆହୁରି କହିଛନ୍ତି, ଗତ କିଛି ବର୍ଷ ଧରି ଏହି ଲୋକମାନେ ମୋତେ ନିରନ୍ତର ହଇରାଣ କରୁଛନ୍ତି, ନକଲି ମାମଲା ଦାଖଲ କରୁଛନ୍ତି, ପ୍ରତିଦିନ ସମସ୍ୟା ସୃଷ୍ଟି କରୁଛନ୍ତି | ସେ କହିଛନ୍ତି, ଏହା କେବଳ ମୋତେ ନୁହେଁ ସମଗ୍ର ଦଳକୁ କଷ୍ଟ ଦେଉଛି, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଜେଲରେ ଅଛନ୍ତି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜେଲରୁ ଆସିଛନ୍ତି ଏବଂ ସତ୍ୟେନ୍ଦ୍ର ଜେନା ଜେଲରେ ଅଛନ୍ତି ।  ବର୍ତ୍ତମାନ ସେମାନେ ମୋତେ ଗିରଫ କରିବାକୁ ଚାହୁଁଛନ୍ତି। ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଆମକୁ ଭାଙ୍ଗିବା ଏବଂ ଆମ ଦଳ ଭାଙ୍ଗିବା  ।

 

ପାରାଅଲିମ୍ପିକରେ ବଢୁଛି ଭାରତର ପଦକ ସଂଖ୍ୟା, ଚତୁର୍ଥ ଦିନରେ ୨ ପଦକ

ପ୍ୟାରିସ: ପାରା ଅଲିମ୍ପିକ୍ସରେ ଭାରତର ବାଜିମାତ୍। ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ମିଳିଛି ୨ଟି ପଦକ। ପୁରୁଷ ହାଇଜମ୍ପ ଇଭେଣ୍ଟରେ ରୌପ୍ୟପଦକ ଜିତିଲେ ନିଷାଦ କୁମାର। ୨.୦୪ ମିଟର ସହ ଚଳିତ ସିଜିନର ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି ନିଷାଦ। ଏହାସହ ଭାରତ ପାଇଁ ଆଣିଛନ୍ତି ରୌପ୍ୟପଦକ ।

ଏହା ପୂର୍ବରୁ ପ୍ରୀତି ପାଲ ମଧ୍ୟ ଆଥଲେଟିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିଣିଛନ୍ତି। ପ୍ରୀତି ପାଲ ମହିଳା ୨୦୦ ମିଟର ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲରେ ୩୦.୦୧ ସେକେଣ୍ଡରେ ବିଜୟ ପଦକ ଜିଣିଛନ୍ତି। ଏହାପୂର୍ବରୁ ୧୦୦ ମିଟର ରେସରେ ମଧ୍ୟ ପ୍ରୀତି ବ୍ରୋଞ୍ଜ ପଦକ ଜିତିଥିଲେ।

ଆଥଲେଟିକ୍ସରେ ଗୋଟିଏ ସଂସ୍କରଣରେ ଭାରତ ପାଇଁ ୨ଟି ପଦକ ଆଣିଥିବା ପ୍ରଥମ ଆଥଲେଟ ହେଉଛନ୍ତି ପ୍ରୀତି ପାଲ। ଏହାସହ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି।

ଅମାବାସ୍ୟା ରାତି ସହ ଗଧିଆଙ୍କ କଣ ରହିଛି ଲିଙ୍କ୍‌ ?

ମଥୁରା: ଉତ୍ତର ପ୍ରଦେଶର ବହରାଇଚରେ ଗଧିଆଙ୍କ ଉତ୍ପାତ ଜାରି ରହିଛି  । ଶନିବାର ରାତିରେ ପୁଣି ଦୁଇ ଜଣଙ୍କୁ ଆକ୍ରମଣ କରି ଆହତ କରିଛି ଗଧିଆ  । ଆଜି ସେପ୍ଟେମ୍ବର ୨ରେ ସୋମବତୀ ଅମାବାସ୍ୟା  । ଏଭଳି କ୍ଷେତ୍ରରେ ପୁଣିଥରେ ରକ୍ତମୁଖା ହେବେ ଗଧିଆ ଗ୍ୟାଙ୍ଗ  । ସେମାନଙ୍କୁ ଧରିବା ପାଇଁ ବନବିଭାଗ ଜୋରଦାର ପ୍ରୟାସ ଜାରି ରଖିଛି  । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଟି ଗଧିଆ ଧରା ପଡିଥିବାବେଳେ ଏବେ ବି ବିପଦ ଟଳି ନାହିଁ  । ବହରାଇଚର ୩୫ଟି ଗାଁର ଗ୍ରାମବାସୀ ଅମାବାସ୍ୟା ରାତିରେ ବଡ ଆକ୍ରମଣର ଆଶଙ୍କା କରିଛନ୍ତି  ।

ଅମାବାସ୍ୟା ରାତିରେ କାହିଁକି ଆକ୍ରମଣାତ୍ମକ ହୋଇପଡନ୍ତି ଗଧିଆ ଏନେଇ ମା ବଗଳାମୁଖୀ ପୀଠ ମହନ୍ତ ତ୍ରିଶୂଳ ବାବାଙ୍କ କହିବାନୁସାରେ ଅମାବାସ୍ୟାରେ ସୂର୍ଯ୍ୟଙ୍କ ପ୍ରକୋପ ରହିଥାଏ । ଏଥି୍ଯୋଗୁଁ ଅସୁର ଶକ୍ତି ସହ ହିଂସ୍ର ଜୀବଜନ୍ତୁ ଉଗ୍ର ହୋଇ ଉଠନ୍ତି  । ଏହି କାରଣରୁ ଅମାବାସ୍ୟାରେ ଗଧିଆ ହିଂସ୍ର ହୋଇ ଉଠନ୍ତି  । ଗ୍ରାମାଞ୍ଚଳ ଆଖପାଖରେ ଗଧିଆ ରହୁଥିବାରୁ ଶିକାର ପାଇଁ ସେମାନେ ଗାଁ ମୁଖା ହୁଅନ୍ତି  । ଯେତେବେଳେ ଗୋଟିଏ ଗଧିଆ ଶିକାର କରିନିଏ ରକ୍ତ ବାସ୍ନାରେ ଆକର୍ଷିତ ହୋଇ ଅନ୍ୟାନ୍ୟ ଗଧିଆ ଗାଁ ଭିତରକୁ ଚାଲି ଆସନ୍ତି  ।

ସେପଟେ ବନ ବିଭାଗ ବିଶେଷଜ୍ଞ କହିଛନ୍ତି ଗୋଟିଏ ଗଧିଆ ପାଇଁ ଏଭଳି ପରିସ୍ଥିତି ଉପୁଜିଛି  । ଗଧିଆ ଥରେ ଶିକାର କଲେ ଦୁଇରୁ ତିନି ଦିନ ତା ପେଟ ଭରି ରହିଥାଏ  । ଏହାପରେ ସେ ଶିକାରରେ ବାହାରିଥାଏ  । ଗଧିଆର ଶୁଙ୍ଘିବା ଶକ୍ତି ଓ ଦୌଡିବା କ୍ଷମତା ଅଧିକ ରହିଥାଏ  । ୨ କିଲୋମିଟର ପର୍ଯ୍ୟନ୍ତ ସେ ଶୁଙ୍ଘିବା ସହ ଘଣ୍ଟାପ୍ରତି ୬୦ କିମି ବେଗରେ ଦୌଡିପାରେ  । ସେହିପରି ଅମାବାସ୍ୟା ଦିନ ମଣିଷ ତ କିଛି ଦେଖିପାରେ ନାହିଁ କିନ୍ତୁ ଗଧିଆଙ୍କ ପାଖରେ ଅନନ୍ୟ ଦୃଷ୍ଟିଶକ୍ତି ରହିଥାଏ  । ପୂର୍ଣ୍ଣିମା ରାତିରେ ଯେତେବେଳେ ଗଧିଆ ଜୋରରେ ବୋବାଇଥାଏ ଏହାର ଅର୍ଥ ହେଉଛି ଯେ ଆଜି ଶିକାର କରିବା ପାଇଁ ଉଚିତ ସମୟ ନୁହେଁ  । ଅନ୍ୟପଟେ ଅମାବାସ୍ୟା ରାତିରେ ଅନ୍ଧକାର କାରଣରୁ ପରିସ୍ଥିତି ଅନୁକୂଳ ରହିଥାଏ  ।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ରେଡ। ତାଳଚେର,କେନ୍ଦୁଝର, ତେଲକୋଇ ଓ ଭୁବନେଶ୍ଵରର ୮ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ। ଭୁବନେଶ୍ଵର ପଟିଆ ଶିଶୁବିହାର ସ୍ଥିତ ଘର ରେଡ୍‌ ହୋଇଛି।

ଏହାସହ କେନ୍ଦୁଝର ତେଲକୋଇ ଜଗମୋହନପୁର ବଡିନାଳି ସିଙ୍କୁଳାବାହଲରେ ଥିବା ଦୁଇ ମହଲା ମାର୍କେଟ କମ୍ଲେକ୍ସ, ସେଠାରେ ଥିବା ଆଉ ଏକ ନିର୍ମାଣାଧୀନ ଦୁଇ ମହଲା କୋଠା, ତୋଲକୋଇ ଚାମୁଣ୍ଡା ଗାଁରେ ଥିବା ପୈତୃକ ଘର, ତାଳଚେର ସ୍ଥିତ ଭଡ଼ାଘର ଓ ଅନୁଗୁଳ ସ୍ଥିତ ଅଫିସରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ,। ଘଟଗାଁ ପୁରୁମୁଣ୍ଡାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ କରିଛି। ଚଢାଉରେ ଭିଜିଲାନ୍ସର ୧୦ ଡିଏସପି, ୧୬ ଇନ୍ସପେକ୍ଟର, ୭ ଜଣ ଏସଆଇ ଓ ଏଏଏସଇଆଇ ସାମିଲ ଅଛନ୍ତି।

ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ

ଭୁବନେଶ୍ବର: ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ ।ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ହାତୀ ଛୁଆଟିର ବୟସ ପ୍ରାୟ ୩ବର୍ଷ ହେବ।ହାତୀ ଛୁଆଟି ବଲାଙ୍ଗିର ଜିଲ୍ଲା ଦେଓଗାଁରୁ ଆସିଥିଲା। ଗତ କିଛି ଦିନ ହେବ ଗଳାରେ କ୍ଷତ ଥିବାରୁ ଚିକିତ୍ସିତ ହେଉଥିଲା ହାତୀ ଛୁଆ।

ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଗୋଡ଼ିବାରି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ତାର ଚିକିତ୍ସା କରାଯାଉଥିଲା। ପ୍ରାୟେ ଗୋଟିଏ ସପ୍ତାହ ହେବ ନନ୍ଦନକାନନ ଓ OUAT ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ତାକୁ ସୁସ୍ଥ କରିବାକୁ ଉଦ୍ୟମ କରାଯାଉଥିଲା। ଗଳାରେ କ୍ଷତ ଥିବାରୁ କିଛି ଖାଇ ପିଇ ପାରୁନଥିବାରୁ ସାଲାଇନ ଜରିଆରେ ତାକୁ ବଞ୍ଚାଇ ରଖାଯାଇଥିଲା । ଗତକାଲି ସନ୍ଧ୍ୟା ୬ଟାରେ ହାତୀ ଛୁଆଟିର ମୃତ୍ୟୁ ହୋଇଛି । ଆଜି ତାହାର ପୋଷ୍ଟ ମର୍ଟମ୍ କରାଯିବ ବୋଲି ଚନ୍ଦକା DFO ଶରତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

ଘର ଓ ବସ୍ତି ଉପରେ ବୁଲଡୋଜର ଆକ୍ସନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ଯ ସରକାରଙ୍କ ଦ୍ବାରା ଘର ଓ ବସ୍ତି ଉପରେ ବୁଲଡୋଜର ଆକ୍ସନ ପ୍ରସଙ୍ଗ। ଆଜି କେତେକ ପିଟିସନର ଏକତ୍ର ଶୁଣାଣି କରିବେ ସୁପ୍ରିମକୋର୍ଟ। ଗତ ୩୦ ତାରିଖରେ ବରିଷ୍ଠ ଆଇନଜୀବୀ ସିୟୁ ସିଂ ଓ ଆଡଭୋକେଟ ଫୌଜିୟା ସକିଲ ଦର୍ଶାଇଥିଲେ ରାଜସ୍ଥାନ ଓ ମଧ୍ଯପ୍ରଦେଶରେ କେତେକ ଘର ଭଙ୍ଗାଯାଇଛି।

ମଧ୍ଯପ୍ରଦେଶରେ ଜଣେ ବ୍ଯକ୍ତିଙ୍କ ପୈତୃକ ଘରକୁ ଭାଙ୍ଗିଦିଆଯାଇଥିଲା। ରାଜସ୍ଥାନ ଉଦୟପୁର ମ୍ଯୁନିସପାଲ କର୍ପୋରେସନରେ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗରେ ଭାଙ୍ଗିଦିଆଯାଇଥିଲା। ଏକ ଛୁରୀ ଭୁସିବା ଘଟଣାକୁ ନେଇ ଏହି ଆକ୍ସନ ନିଆଯାଇଥିଲା। କେବଳ ଏହି ୨ ରାଜ୍ଯ ନୁହେଁ, ଦିଲ୍ଲୀ, ଉତ୍ତରପ୍ରଦେଶରେ ବି ବୁଲଡୋଜର ଆକ୍ସନ ଚାଲିଥିବା ବିରୋଧରେ ପିଟିସନ ଦାୟର ହୋଇଥିଲା।

ଘର ଭଙ୍ଗା ଅଭିଯାନ ବିରୋଧରେ ଗତ ୨୦୨୨ ଏପ୍ରିଲ ୨୦ରେ ଏନେଇ ପ୍ରଥମ ଆବେଦନ ଦାଖଲ କରିଥିଲା ଜମାଏତ-ଇ-ଉଲାମା-ଇ- ହିନ୍ଦ। ଦିଲ୍ଲୀର ଜାହାଙ୍ଗିରପୁରୀରେ ଏପ୍ରିଲ ୧୭ରେ ହନୁମାନ ଜୟନ୍ତୀକୁ ନେଇ ସାମ୍ପ୍ରଦାୟିକ ହିଂସା ପରେ ଏପ୍ରିଲ ୨୦ରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ବ୍ଯାପକ ଘର ଭଙ୍ଗା ହୋଇଥିଲା। ମାତ୍ର ସେହିଦିନ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ସତ୍ତ୍ବେ ଏହି ଅଭିଯାନ ଜାରି ରହିଥିଲା। ପ୍ରତିବାଦରେ ଏପ୍ରିଲ ୨୪ରେ ପିଟିସନ ଦାୟର କରିଥିଲେ ସିପିଏମ ନେତ୍ରୀ ବ୍ରିନ୍ଦା କରାତ। ପରେ ମଧ୍ଯପ୍ରଦେଶର ଖାରଗୋନରେ ରାମନବମୀରେ ହିଂସାକୁ ନେଇ ହୋଇଥିବା ବୁଲଡୋଜର ଆକ୍ସନ ବିରୋଧରେ ଅନ୍ଯ ଏକ ମାମଲା ଦାୟର ହୋଇଥିଲା।

ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲା ନୂଆ ଅତିଥି ଜିରାଫ

ଭୁବନେଶ୍ବର: ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲା ନୂଆ ଅତିଥି ଜିରାଫ। କୋଲକାତା ଆଲିପୁର ଚିଡିଆଖାନାରୁ ହଳେ ଜିରାଫ ନନ୍ଦନକାନନକୁ ଅଣାଯାଇଛି। ଫଳରେ ନନ୍ଦନକାନନରେ ଏକାକୀ ଜୀବନ ବିତାଉଥିବା ଖୁସିକୁ ସାଥୀ ମିଳିଛି।

ଉଭୟଙ୍କୁ ଏବେ କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଯାଇଛି । ସେମାନଙ୍କ ପାଇଁ ଶହେ ନମ୍ବର ଖୁଆଡ଼ରେ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଛି । ସଫାସୁତୁରା ଖୁଆଡ଼ ସହ ସ୍ପ୍ରିଙ୍କଲର, ପାନୀୟ ଜଳ ଏବଂ ପରିବେଶକୁ ଖାପଖୁଆଇ ଚଳିବାକୁ ବିଶେଷ ଧ୍ଯାନ ଦିଆଯାଇଛି। ସ୍ବାସ୍ଥ୍ଯବସ୍ଥା ଯାଞ୍ଚପରେ ସେମାନଙ୍କୁ ଖୁଆଡ଼ରେ ଛଡାଯିବ । ଏହାପରେ ପର୍ଯ୍ଯଟକମାନେ ନନ୍ଦନକାନନରେ ୩ଟି ଜିରାଫ ଦେଖିବାକୁ ସୁଯୋଗ ପାଇବେ ।

ଦକ୍ଷିଣ ଭାରତରେ ପ୍ରବଳ ବର୍ଷା, ତେଲାଙ୍ଗାନାରେ ସ୍କୁଲ ଛୁଟି ଘୋଷଣା

ହାଇଦ୍ରାବାଦ: ବିଗିଡୁଛି ଆନ୍ଧ୍ରପ୍ରଦେଶ ଓ ତେଲାଙ୍ଗନାରେ ସ୍ଥିତି। ବର୍ଷା ଯୋଗୁ ଦୁଇ ରାଜ୍ଯରେ ଜନଜୀବନ ବିପର୍ଯ୍ୟସ୍ତ। ପ୍ରବଳ ବର୍ଷାକୁ ନେଇ ରେଡଆଲର୍ଟ ଦୃଷ୍ଟିରୁ ଆଜି ତେଲାଙ୍ଗାନାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବନ୍ଦ ରହିବ ସରକାରୀ ଓ ଘରୋଇ ପ୍ରତିଷ୍ଠାନ। ଶିଶୁମାନଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବା ଲାଗି ଅଭିଭାବକଙ୍କୁ ଦିଆଯାଇଛି ପରାମର୍ଶ।

ଲଘୁଚାପ ଯୋଗୁଁ ତେଲଙ୍ଗାନାରେ ପାଗ ଖରାପ ରହିବା ସହ ବର୍ଷା ଜାରି ରହିଛି। ସେପଟେ ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ମୃତ୍ଯୁ ସଂଖ୍ଯା ୯ ହୋଇଛି। ପ୍ରବଳ ବର୍ଷା ଜାରି ରହିବା ଯୋଗୁ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି।

କ୍ରିଷ୍ଣା ଓ ଗୁଣ୍ଟୁର ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଛି। ରାଜ୍ଯରେ ବନ୍ଯାସ୍ଥିତି ନେଇ ସମୀକ୍ଷା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରାବାବୁ ନାଇଡୁ। ବିଭିନ୍ନ ସ୍ଥାନରେ ରେସ୍କ୍ଯୁ ଓ ରିଲିଫ ଅପରେସନ ତ୍ବରାନ୍ବିତ କରିବା ଲାଗି ସେ ଦେଇଛନ୍ତି ନିର୍ଦ୍ଦେଶ। ବିଦ୍ଯୁତ, ପାଣି ଓ ଟେଲିଯୋଗାଯୋଗ ସମ୍ପୂର୍ଣ୍ଣ ବ୍ଯାହତ ହୋଇଛି। ଟ୍ରେନ ଚଳାଚଳ ବି ପ୍ରଭାବିତ ହୋଇଛି।

ଜେଲ ଭିତିରିକଥା କହିଦେଲେ ବୋଲି କଏଦୀଙ୍କୁ ନିର୍ଧୁମ ଛେଚିଲା ଗ୍ୟାଙ୍ଗଷ୍ଟାରର ପୁଅ

ଭୁବନେଶ୍ବର: ଜେଲ ଭିତରର ଭିତିରିକଥା କହିଦେଲେ ବୋଲି କଏଦୀଙ୍କୁ ନିର୍ଧୁମ ଛେଚିଲା ଗ୍ୟାଙ୍ଗଷ୍ଟାରର ପୁଅ । ଭୁବନେଶ୍ବର ଝାରପଡ଼ା ଜେଲରେ ଗ୍ଯାଙ୍ଗଷ୍ଟାର ହାଇଦରର ପୁଅ ମୁନା ଓ ତାର ସହଯୋଗୀଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଜେଲ ଭିତରେ ମାଡ଼଼ମାରି କଏଦୀଙ୍କ ମୁଣ୍ଡ ଫଟାଇଦେଇଛି ମୁନା ଆଉ ତା ଗ୍ଯାଙ୍ଗ। ଆହତ କଏଦୀ ହେଲେ ସୌମ୍ଯକାନ୍ତ ମହାନ୍ତି ।

ତାଙ୍କୁ ଭୁବନେଶ୍ବର କ୍ଯାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ଜେଲ ଭିତରେ ରେଡ କରିଥିଲେ DLSA ବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ। ରେଡ ବେଳେ ଜେଲରୁ ମୋବାଇଲ ଜବତ ହୋଇଥିଲା। ଜେଲ ଭିତରର ଭିତିରିକଥା ସୌମ୍ଯକାନ୍ତ DLSAକୁ ସୂଚନା ଦେଇଥିଲେ। ଭିତରେ କିଭଳି ଟଙ୍କା ଦେଲେ ସବୁକିଛି ହେଉଛି ସେନେଇ ସୌମ୍ଯକାନ୍ତ ସୂଚନା ଦେଇଥିଲେ ।

ଟଙ୍କା ଦେଲେ ଜେଲରେ ସବୁ ମିଳୁଥିଲା ବୋଲି ଅଭିଯୋଗ କରିଥିଲେ କଏଦୀ । ଟଙ୍କା ଦେଲେ ମୋବାଇଲ ସହ ନିଶା ବି ଜେଲ ଭିତରେ ମିଳୁଥିବା କଥା ପ୍ରଘଟ ହେବାପରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଜେଲର ଭିତିରି କଥା କହିଦେଇଥିବାରୁ ସୌମ୍ଯକାନ୍ତଙ୍କୁ ହାଇଦରର ପୁଅ ମୁନା ଓ ତାର ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।