spot_img
Home Blog Page 1665

ଟ୍ରେନରେ ବିଷ ପିଇ ମାଆଝିଅଙ୍କ ଆତ୍ମହତ୍ୟା ଉଦ୍ୟମ

ପିପିଲି: ଟ୍ରେନରେ ମାଆଝିଅଙ୍କ ଆତ୍ମହତ୍ଯା ଉଦ୍ଯମ । ମୟୂରଭଞ୍ଜରୁ ପୁରୀ ଯାଉଥିବା ଟ୍ରେନରେ ବିଷ ପିଇଲେ ମାଆ ଓ ଝିଅ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଡେଲାଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଘର ମୟୂରଭଞ୍ଜ ଯଶିପୁର ବ୍ଲକ ମୌଜି ଗାଁରେ ହୋଇଥିବା ସୂଚନା ମିଳିଛି ।

ଖବର ଅନୁସାରେ, ରାଜୁ ମଣ୍ଡଳଙ୍କ ପରିବାର ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ କୌଣସି ଘଟଣାକୁ ନେଇ ପ୍ରଥମେ ଝିଅ ଓ ପରେ ମାଆ ବିଷ ପିଇ ଦେଇଥିଲେ । ଏନେଇ ଯାତ୍ରୀମାନେ ଜାଣିବା ପରେ ସେମାନଙ୍କୁ କଣାସ ରୋଡ୍ ଷ୍ଟେସନରେ ଓହ୍ଲାଇ ଦେଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଡେଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ପୋଲିସ ମାଡ଼ରେ ଆହତ ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ଜାମିନ

କଟକ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଅଭିଯୋଗ ଘଟଣା । ମେଜରଙ୍କ ବାନ୍ଧବୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । କାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଜି ମାମଲାର ଶୁଣାଣି କରି ମେଜରଙ୍କ ବାନ୍ଧବୀଙ୍କୁ ଜାମିନ ଦେଇଛନ୍ତି ଉଚ୍ଚ ନ୍ଯାୟାଳୟ । ଥାନାରେ ଗଣ୍ଡଗୋଳ ଅଭିଯୋଗରେ ଯୁବତୀଙ୍କୁ ପୋଲିସ ଗିରଫ କରିଥିଲା ।

ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଦିଆଯିବା ଘଟଣାକୁ ନେଇ ଓଡ଼ିଶା ପୋଲିସ କାଠଗଡ଼ାରେ ଛିଡ଼ା ହୋଇଛି । ଗୋଟିଏ ଘଟଣା ସାରା ରାଜ୍ୟରେ ପୋଲିସ କରିଥିବା ଭଲ କାମକୁ ମଳିନ କରିଦେଇଛି । ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଷ୍ଣ ରହିଛି । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ସମାଲୋଚନା କରିବା ସହ ପୋଲିସ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

କେବଳ ରାଜନୈତିକ ଦଳ ନୁହଁନ୍ତି, ବହୁ ସଙ୍ଗଠନ ଓ ସାଧାରଣ ଜନତା ମଧ୍ୟ ଘଟଣାକୁ ନେଇ ପୋଲିସକୁ ସମାଲୋଚନା କରିଛନ୍ତି । ଘଟଣାକୁ ନେଇ ଅବସରପ୍ରାପ୍ତ ସେନା କର୍ମଚାରୀମାନେ ତାତିଛନ୍ତି । ଭୁବନେଶ୍ବର ପୋଲିସ ସେବା ଭବନ ସମ୍ମୁଖରେ ସେମାନେ ବିକ୍ଷୋଭ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଓ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ।

ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣା, ପ୍ରଫେସର ନିଲମ୍ବିତ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ନିଲମ୍ବିତ ହେଲେ ସଂପୃକ୍ତ ଆସୋସିଏଟ ପ୍ରେଫେସର । ବିଶ୍ବବିଦ୍ଯାଳୟ ଆଇସିସିର ରିପୋର୍ଟ ଆଧାରରେ ଅର୍ଥନୀତି ବିଭାଗର ଆସୋସିଏଟ ପ୍ରେଫେସରଙ୍କୁ କୁଳପତି ସସପେଣ୍ଡ କରିଛନ୍ତି । କୁଳପତିଙ୍କ ବିନା ଅନୁମତିରେ ହେଡକ୍ବାର୍ଟର୍ସ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କ୍ୟାମ୍ପସ ଭିତରେ ନିଜ ରୁମରେ ଛାତ୍ରୀଙ୍କୁ ପ୍ରଫେସର ଜଣଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଟଣା ଓଟରା କରିବା ସହ ଏହାକୁ ବାହାରେ ପ୍ରକାଶ ନକରିବାକୁ ଧମକ ଦେଇଥିଲେ । ପ୍ରାୟ ମାସେ ତଳେ ଅଗଷ୍ଟ ୧୬ ତାରିଖରେ ଏହି ଘଟଣା ଘଟିଥିଲା । ବହି ଆଣିବାକୁ ଯାଇଥିବା ବେଳେ ପ୍ରଫେସର ଜଣକ ଅସଦାଚରଣ କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ୟୁନିଭର୍ସିଟିର ସେକ୍ସୁଆଲ୍ ହାରାସମେଣ୍ଟ ସେଲରେ ସଂପୃକ୍ତ ଛାତ୍ରୀ ଅଭିଯୋଗ କରିବା ସହ କୁଳପତିଙ୍କୁ ମଧ୍ୟ ଚିଠି ଲେଖିଥିଲେ ।

ଘଟଣାର ମାସେ ପରେ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଯାହାକୁ ନେଇ ଅସନ୍ତୋଷ ବଢିଥିଲା । ପରେ ୟୁନିଭର୍ସିଟି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତନାଘନା ଆରମ୍ଭ କରିଥିଲା । ସମ୍ବେଦନଶୀଳ ଘଟଣାକୁ ନେଇ NHRCରେ ମାମଲା ରୁଜୁ କରିଥିଲେ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ । ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି ।

ୱାନ ନେସନ ୱାନ ଇଲେକସନକୁ କ୍ଯାବିନେଟ ମଞ୍ଜୁରି

ନନ୍ଦିଘୋଷ ବ୍ୟୁରୋ: ୱାନ ନେସନ ୱାନ ଇଲେକସନକୁ କ୍ଯାବିନେଟ ମଞ୍ଜୁରି । କେନ୍ଦ୍ର କ୍ଯାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ରାମନାଥ କୋବିନ୍ଦ ରିପୋର୍ଟ ଆଧାରରେ ମଞ୍ଜୁରି । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା କମିଟି । ଏକ ସମୟରେ ନିର୍ବାଚନ ହେଲେ ପ୍ରଭାବିତ ହେବେ ୧୮ ରାଜ୍ଯ ।

କେନ୍ଦ୍ର ସରକାର ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଲୋକସଭା, ରାଜ୍ୟ ବିଧାନସଭା ନିର୍ବାଚନ ଏକାସାଥିରେ କରିବାକୁ ସୁପାରିସ କରିବା ପାଇଁ ୮ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ । ଏକ ସମୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ଲାଗି ୧୯୮୩ରେ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଥିଲେ । ମାତ୍ର ବିଭିନ୍ନ କାରଣରୁ ତାହା ଦାନା ବାନ୍ଧିପାରି ନଥିଲା।

ଏମ୍ସରେ ଚିକିତ୍ସାଧୀନ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

0

ନନ୍ଦିଘୋଷ ବ୍ୟୁରୋ: ଏମ୍ସରେ ଚିକିତ୍ସାଧୀନ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ। ଏହି ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ଓ ବର୍ବରୋଚିତ ବୋଲି କହିଛି ବିଜେଡି । ମେଜରଙ୍କ ବାନ୍ଧବୀଙ୍କୁ ଚରମ ଆଘାତ ଲାଗିଛି। ତାଙ୍କର ଶାରୀରିକ ଓ ମାନସିକ ସ୍ତରରେ ଆଘାତ ଲାଗିଛି । ମୁଖ୍ଯମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ ଅଛନ୍ତି । ସେ ସବୁବେଳେ ସବୁ କଥାରେ ୨୪ ବର୍ଷ ସରକାରକୁ ଦୋଷ ଦେଉଛନ୍ତି। କିନ୍ତୁ ଭୁବନେଶ୍ୱରରେ ଏଭଳି ଘଟଣା ଖୁବ ନିନ୍ଦନୀୟ । ଏହା ଶହେ ଦିନର ସରକାରର ପୋଲିସ ଉପରେ ନିୟନ୍ତ୍ରଣ ନାହିଁ ବୋଲି ପ୍ରମାଣିତ କରୁଛି। ସୁରକ୍ଷା ବାହିନୀ ଯେଉଁମାନେ ଦେଶ ସୁରକ୍ଷାରେ ରହିଛନ୍ତି ସେମାନଙ୍କ ଉପରେ ପୋଲିସର ଏଭଳି ଜୁଲମ ନିନ୍ଦନୀୟ। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ତଦନ୍ତ ହେବା ଦରକାର ।

ମୋହନ ମାଝୀଙ୍କ ସରକାର ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ସାଧାରଣ ଲୋକଙ୍କୁ ଏହି ସରକାର କେତେ ନ୍ୟାୟ ଦେବେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା। ସେହିପରି ଘଟଣାର ଦୃଢ ନିନ୍ଦା କରିଛନ୍ତି ମେୟର ସୁଲୋଚନା ଦାସ । ୧୦୦ ଦିନ ଭିତରେ ଏ ସରକାର ଦେଖାଇଦେଲେ ଯେ ରାଜ୍ୟରେ ନା ମହିଳା ସୁରକ୍ଷିତ ଅଛନ୍ତି ନା ଦେଶକୁ ଯେଉଁମାନେ  ସୁରକ୍ଷା ଦେଉଛନ୍ତି ସେମାନେ ସୁରକ୍ଷିତ ଅଛନ୍ତି। ମେଜର ଗୁରବନ୍ତ ସିଂଙ୍କ ବାନ୍ଧବୀଙ୍କ ହାତ ଭାଙ୍ଗିଛି ଓ ବେକରେ ଟ୍ରାକ୍ସନ ଲାଗିଛି। ମାନସିକ ସ୍ତରରେ ସେ ଭାଙ୍ଗି ପଡିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ତାଙ୍କ ଉପରେ ଥାର୍ଡ ଡିଗ୍ରୀ ଅତ୍ୟାଚାର କରାଯାଇଛି।

ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଏ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଗ୍ରହଣ କରୁନି ବିଜେଡି। ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଉ। ପୋଲିସ ଯେ କି ରକ୍ଷକ ସେ ଭକ୍ଷକ ସାଜିଛି। ସବୁସ୍ତରରେ ଏହାକୁ ନିନ୍ଦା କରୁଛୁ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ। ବିଜେଡି ପ୍ରତିନିଧି ଦଳରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ବିଜେଡି ନେତା ମନ୍ମଥ ରାଉତରାୟ, ତଥା ବିଜେଡି କର୍ପୋରେଟର ଓ ଅନ୍ୟ କିଛି ନେତା ସାମିଲ ହୋଇଥିଲେ।

ବିଜେପି ସରକାରକୁ ବିଜେଡିର ସମାଲୋଚନା, ଶହେ ଦିନରେ ଲୋକଙ୍କ ଆକାଂକ୍ଷା ପୂରଣ ହୋଇନି

ନନ୍ଦିଘୋଷ ବ୍ୟୁରୋ: ବିଜେପିର ପ୍ରତଶୃତି ପାଣିର ଗାର। ସରକାରକୁ ଆସିବାର ଶହେ ଦିନ ଭିତରେ ଯେଉଁ ସବୁ କାମ କରିବାକୁ ନିର୍ବାଚନ ଆଗରୁ ବିଜେପି ପ୍ରତିଶୃତି ଦେଇଥିଲା, ତାହା ପୂରଣ ହୋଇନି। ଏପରି କହି କଡ଼ା ସମାଲୋଚନା କରିଛନ୍ତି ବିଜେଡି ଓ କଂଗ୍ରେସ। ବିଜେଡିର ସଂଜୟ ଦାସବର୍ମା କହିଛନ୍ତି-ମାଗଣା ବିଜୁଳି,  3 ହଜାର ଟଙ୍କା ଭତ୍ତା ପ୍ରସଙ୍ଗରେ ସରକାର ନିରୁତ୍ତର। ସୁଭଦ୍ରା ଯୋଜନାରେ ପୂର୍ବରୁ କହିଥିଲେ 50 ହଜାର ଦେବେ, କିନ୍ତୁ ତାହା 5 ବର୍ଷ ଲାଗିବ। ମହିଳାଙ୍କୁ ପ୍ରତାରିତ କରାଯାଇଛି ସୁଭଦ୍ରା ଯୋଜନାରେ। ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ।  ରାଜ୍ୟପାଳ ପୁଅଙ୍କ ମାଡ ପ୍ରସଙ୍ଗରେ ସରକାର ଚୁପ୍। 20 ସାଂସଦ ନେଲେ, କିନ୍ତୁ ବଜେଟରେ ଓଡିଶା ପାଇଁ କିଛି ନାହିଁ। ଆନ୍ଧ୍ର ଓ ବିହାର କୁ ସ୍ଵତନ୍ତ୍ର ଅନୁଦାନ ମିଳିଲା। ନବୀନ ବାବୁ ଓଡିଶାକୁ ରାଜସ୍ଵ ବଳକା ରାଜ୍ୟରେ ପରିଣତ କରିଛନ୍ତି।

ସ୍ଵତନ୍ତ୍ର ରାଜ୍ଯ ପାହ୍ୟା ଓ ସ୍ଵତନ୍ତ୍ର ପ୍ଯାକେଜ ବିଜେଡି ଦାବି ବୋଲି କହିଛନ୍ତି ସଂଜୟ ଦାସବର୍ମା। ସେହିପରି କଂଗ୍ରେସର ଜୟଦେବ ଜେନା ମଧ୍ୟ ସୁଭଦ୍ରା, ମାଗଣା ବିଜୁଳି ଭତ୍ତାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛନ୍ତି।  ସେହିପରି କଂଗ୍ରେସ ମୁଖପାତ୍ର ବିଶ୍ଵରଂଜନ ମହାନ୍ତି ଅଭିଯୋଗ କରିଛନ୍ତି, ମୋଦି ଓଡ଼ିଶା ଆସି ଜନ୍ମଦିନ ପାଳନ କଲେ, ହେଲେ ଓଡ଼ିଶାକୁ କିଛି ଦେଲେନି।

ଓଡ଼ିଶାରେ ଅଛନ୍ତି ୨ କୋଟି ୨୫ ଲକ୍ଷରୁ ଅଧିକ ମହିଳା। କିନ୍ତୁ ସୁଭଦ୍ରା ଯୋଜନାରେ ୫୦ ପ୍ରତିଶତ ମହିଳା ବି ଟଙ୍କା ପାଇବେନି। ଦରଦାମ ଏବେ ଆକାଶ ଛୁଆଁ l ମାସକୁ 833 ରେ କିପରି ମହିଳା ସଶକ୍ତି କରଣ ହେବେ l 34 ଲକ୍ଷ ପକାଘର ଆବଶ୍ୟକ, ବର୍ତ୍ତମାନ ସୁଦ୍ଧା ମାତ୍ର 16 ଲକ୍ଷ ପକା ଘର ଦେଇଛନ୍ତି l କୁଆଡେ ଗଲା ବିଜେପିର ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରତିଶ୍ରୁତି l ୨୦ ଜଣ ସାଂସଦ ଓଡିଶାରୁ ନିର୍ବାଚିତ ହେଲେ କିନ୍ତୁ ଓଡ଼ିଶା ପାଇଲା କଣ  ବୋଲି ସେ ପ୍ରଶ୍ନ କରିଛନ୍ତି।

ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି

ନନ୍ଦିଘୋଷ ବ୍ୟୁରୋ: ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ବସ୍ତି। ଚମ୍ପୁଆ ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ସ୍ବାଧୀନ ପ୍ରାର୍ଥୀ ଗୁରବତ୍ ସିଂ ଆଲୁୱାଲିଆ କରିଥିବା ଆବେଦନ ଧାର୍ଯ୍ୟ ସମୟସୀମା ମଧ୍ୟରେ ଦାୟର ହୋଇ ନ ଥିବାରୁ ହାଇକୋର୍ଟ ମାମଲାକୁ ଖାରଜ କରିଛନ୍ତି।

ମେଜରଙ୍କୁ ମାଡ଼ ଘଟଣା : ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ ଘଟଣାକ୍ରମ ପୋଷ୍ଟ କଲେ କର୍ଣ୍ଣେଲ ରୋହିତ ଦେବ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଆଇଆଇସିଙ୍କ ସମେତ ୫ ଜଣ ଥାନା କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ମାତ୍ର ଏତିକିରେ ଥମିନି ବିବାଦ । ପୂର୍ତବତନ ସେନା ଅଧିକାରୀମାନେ ବୁଧବାର ଭୁବନେଶ୍ବର ପୋଲିସ ସେବା ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଘଟଣାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ବିଭାଗୀୟ ତଦନ୍ତ ଦାବି କରିଛି ସଂଘ । ବାସ୍ତବରେ ସେଦିନ କଣ ଘଟିଥିଲା । କାହିଁକି ଏଭଳି ପୋଲିସ ଘଟାଇଲା ବର୍ବରକାଣ୍ଡ । ଏହାକୁ ନେଇ ବିସ୍ତୃତ ଭାବେ ସୋସିଆଲ ମିଡିଆରେ ପୁରା ଘଟଣାକ୍ରମ ପୋଷ୍ଟ କରିଛନ୍ତି କର୍ଣ୍ଣେଲ ରୋହିତ ଦେବ । କର୍ଣ୍ଣେଲ ରୋହିତ ଦେବ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ସେଦିନ ରାତିର ପୁରା ଘଟଣାକ୍ରମ ବର୍ଣ୍ଣନା କରିଛନ୍ତି ।

https://tweeter.com/RDXThinksThat/status/1835884577216172056?t=r1hz0XjrzqYKKShOr50lpg&s=08

୧୫ ସେପ୍ଟେମ୍ବରରେ କ୍ୟାପଟେନ ଗୁରଭାସ ଏବଂ ତାଙ୍କ ବାନ୍ଧବୀ ଭୁବନେଶ୍ବରରେ କାରରେ ଯାତ୍ରା କରୁଥିବାବେଳେ ୩ଟି ଗାଡ଼ିରେ ପାଖାପାଖି ୧୨ରୁ ୧୩ ଜଣ ଯୁବକ ସେମାନଙ୍କ ସହ ଖରାପ ବ୍ୟବହାର କରିଥିଲେ । ସେମାନେ ରାସ୍ତାରେ ଗାଡ଼ି ରାସ ଡ୍ରାଇଭିଂ ମଧ୍ୟ କରିଥିଲେ । ଗାଡ଼ି ନମ୍ବର ପ୍ଲେଟର ଫଟୋ ଏବଂ ଭିଡିଓ ଉଠାଇ ଏନେଇ ଭରତପୁର ଥାନାରେ ଅଭିଯୋଗ ପାଇଁ ଆସିଥିଲେ । ମାତ୍ର ସେହି ସମୟରେ ଥାନାରେ କୌଣସି ଇନଚାର୍ଜ ଉପସ୍ଥିତ ନଥିଲେ । ଜଣେ ମହିଳା ASIଙ୍କ ସହ ଅନ୍ୟ କେତେଜଣ କନେଷ୍ଟବଳ ଡ୍ୟୁଟିରେ ଥିଲେ ।

ଏନେଇ ଯେତେବେଳେ ଅଭିଯୋଗ କରିଥିଲେ ସେତେବେଳେ ମହିଳା ASI ଅଭିଯୋଗ ରଖିବା ପରିବର୍ତ୍ତେ କହିଥିଲେ କି, ତୁମେ ନିଜର ଚିକିତ୍ସା କରାଅ । ଆମର ଇନଚାର୍ଜ ଆସିଲେ ଆପଣ ଏତଲା ଦେବେ । ଯେତେ କହିଥିଲେ ସୁଦ୍ଧା ସେ ବାହାନା କରିବା ସହ ଶୁଣିନଥିଲେ । ପରେ ପାଟ୍ରୋଲିଂ ସାରି ୨ ଜଣ ମହିଳା ଏବଂ ୪ ଜଣ ପୁରୁଷ ଅଧିକାରୀ ଆସିଥିଲେ । ରାତି ୨ଟା ୪୫ ସମୟରେ ଏମାନେ ଆସିଥିଲେ । ବାରମ୍ବାର ନିବେଦନ କରିବା ପରେ ମଧ୍ୟ ମହିଳା ASI ଜଣକ କିଛି ଶୁଣି ନଥିଲେ । ଏହାପରେ କ୍ୟାପ୍ଟେନଙ୍କ ବାନ୍ଧବୀ ମହିଳା ଅଧିକାରୀଙ୍କୁ କହିଥିଲେ କି, ଆପଣ ସରକାରୀ କର୍ମଚାରୀ ଲୋକଙ୍କ ସେବା କରିବା ଉଚିତ୍ । ଆପଣ ଆମ କଥା କାହିଁକି ଶୁଣୁନାହାନ୍ତି । ଏମିତି କହିବା ପରେ ମହିଳା ଅଧିକାରୀ ଏବଂ କ୍ୟପ୍ଟେନଙ୍କ ବାନ୍ଧବୀ ମଧ୍ୟରେ କଥା କଟାକଟି ହୋଇଥିଲା ।

କ୍ୟାପ୍ଟେନଙ୍କ ବାନ୍ଧବୀ ଅଙ୍କିତା କହିଥିଲେ କି ଆପଣ ନିଜର ୟୁନିଫର୍ମର ମର୍ଯ୍ୟାଦା ରକ୍ଷା କରନ୍ତୁ । ଏହାପରେ ମହିଳା ଅଧିକାରୀ ଜଣକ ରାଗି ଯାଇଥିଲେ । ଆଉ ଅଙ୍କିତାଙ୍କୁ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ଏଭଳି ବିଭିନ୍ନ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ତେବେ କ୍ୟାପଟେନ ଗୁରଭାସ ଏହାକୁ ମୋବାଇଲରେ ଭିଡିଓ ରେକର୍ଡି କରି ଦେଇଥିଲେ ।

ପରେ ଏଫଆଇଆର ଲେଖିବା ଲାଗି କାଗଜ ପେନ ଦେଇଥିଲେ । ମାତ୍ର ଲେଖିବା ବେଳେ ୪ ଜଣ ପୋଲିସ ଗୁରୁଭାସଙ୍କୁ ଜୋର ଜବରଦସ୍ତ ଧରିବା ସହ ମାଡ଼ ମାରି ଥିଲେ ଏବଂ ସେଲ ଭିତରେ ପୁରେଇ ଦେଇଥିଲେ। ଏପରିକି ମହିଳା ଅଧିକାରୀମାନେ ଅଙ୍କିତାଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିଥିଲେ । ପରେ ଆଇଆଇସି ଆସିବା ପରେ ବାହାରେ ବସି କାନ୍ଦୁଥିବା ଅଙ୍କିତା ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ ।

 

ସାମାନ୍ୟ ବଚସାରୁ ଗାଁରେ ବୁଲିଲା ଖଣ୍ଡା

ନନ୍ଦିଘୋଷ ବ୍ୟୁରୋ: ଅସାମାଜିକ ଯୁବକଙ୍କ ଦୌରାତ୍ମ। ସାମାନ୍ୟ ବଚସାରୁ ଗାଁରେ ବୁଲିଲା ଖଣ୍ଡl। ପାଟକୁରା ଥାନା ଅନ୍ତର୍ଗତ ସମସରା ପାଟଣା ଗାଁର ଘଟଣା। ଖଣ୍ଡl ବୁଲାଇ ଆତଙ୍କ ସୃଷ୍ଟି କରୁଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପାଟକୁରା ଥାନା ପୋଲିସ। ପ୍ରଦୀପ୍ତ କୁମାର ନାୟକ ଓରଫ ବାପି ଗିରଫ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତ ଫେରାର ଅଛନ୍ତି। ଗାଁରେ ଖଣ୍ଡା ବୁଲାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଗ୍ରାମବାସୀଙ୍କୁ ଭୟଭୀତ କରୁଥିଲେ। ସାମାନ୍ୟ ବଚସାରୁ ଗାଁର ଅଜୟ କୁମାର ଦାସ ଓ ତାଙ୍କ ପତ୍ନୀ ସ୍ୱର୍ଣ୍ଣଲତାଙ୍କୁ ମାଡ଼ ମାରିବା ସହିତ ଏକ ଖଣ୍ଡା ଧରି ହାଣିବାକୁ ଗୋଡାଇଥିଲେ । ଏନେଇ ସ୍ୱର୍ଣ୍ଣଲତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତ ମାନଙ୍କ ଦୌରାତ୍ମରେ ଅତିଷ୍ଟ ହୋଇ ଗ୍ରାମର ଶତାଧିକ ପୁରୁଷ, ମହିଳା ପାଟକୁରା ଥାନାରେ ପହଞ୍ଚି ଅଭିଯୁକ୍ତ କୁ ଗିରଫ ପାଇଁ ଦାବି କରିଥିଲେ।  ପାଟକୁରା ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ASI ଦିପ୍ତିମୟି ରାଉତ୍ ବିଭିନ୍ନ ଜାଗାରେ ଚଢାଉ କରିଥିଲେ।  ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ।

ରତ୍ନ ଭଣ୍ଡାର ଭିତରକୁ ଗଲେ ଏଏସଆଇ ଟିମ୍

ନନ୍ଦିଘୋଷ ବ୍ୟୁରୋ: ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ୨୬ ଜଣିଆ ଟିମ୍। ଏହି ଟିମରେ ଅଛନ୍ତି ନ୍ୟାସନାଲ ଜିଓଲଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ,  ଏଏସଆଇ, ବୈଷୟିକ ଟିମ୍ର ସଦସ୍ୟ। ରତ୍ନଭଣ୍ଡାରରେ କିଛି ସୁଡ଼ଙ୍ଗ ଅଛି କି, ଏହି ରତ୍ନଭଣ୍ଡାର ଭିତରେ ଆହୁରି ରତ୍ନଭଣ୍ଡାର ଅଛି କି ତାହା ଅନୁଧ୍ଯାନ କରିବେ। ତା ସହିତ ଭିତର ରତ୍ନଭଣ୍ଡାରର ସ୍ଥିତି, କାନ୍ଥର ସ୍ଥିତି ଅନୁଧାନ କରିବେ। ତା ପରେ ମରାମତି ନିଷ୍ପତ୍ତି ନିଆଯିବ। ଏଏସଆଇର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାମ ହେବ ବୋଲି ଜଷ୍ଟିସ ରଥ କହିଛନ୍ତି। ସେ କହିଛନ୍ତି ଆଜି ପ୍ରାଥମିକ ଅନୁସନ୍ଧାନ ହେବ। ରତ୍ନଭଣ୍ଡାର ମରାମତି ପାଇଁ କଣ ଯନ୍ତ୍ରପାତି ଦରକାର, କେତେ ଲୋକ ଦରକାର, କେଉଁ କ୍ଷେତ୍ରର ବିଶେଷଜ୍ଞ ଦରକାର ସେସବୁ ଅନୁଧ୍ଯାନ କରାଯିବ। ଜଷ୍ଟିସ ରଥ କହିଛନ୍ତି, ୭ରୁ ୧୦ ଦିନ ଭିତରେ ପରୀକ୍ଷା ନିରୀକ୍ଷା କରାଯିବ। ତା ପରେ ମରାମତି ନେଇ ହେବ ଅନୁଧ୍ଯାନ। ଏହା ଆଗରୁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ  ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ASI ର ଉପମହାନିର୍ଦେଶକ, ରତ୍ନଭଣ୍ଡାର ତଦାରଖ କମିଟିର ଅଦ୍ଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ASI  ର କର୍ମକର୍ତ୍ତା, ରତ୍ନ ଭଣ୍ଡାର କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। …