spot_img
Home Blog Page 1665

ବଢିଲା ଜଗନଙ୍କ ଅଡୁଆ; ମଦ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେବେ ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ନନ୍ଦିଘୋଷ ବ୍ୟୁରୋ: ବଢିଲା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଅଡୁଆ। ପୂର୍ବତନ ଜଗନ ମୋହନ ରେଡ୍ଡୀଙ୍କ ସରକାର ଅମଳରେ ହୋଇଥିବା ମଦ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେବେ ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ପୁରୁଣା ସରକାରଙ୍କ ମଦନୀତି ଯୋଗୁ ଗତ ୫ ବର୍ଷରେ ରାଜ୍ଯରେ ୧୮ ହଜାର ୮୬୦ କୋଟି ଟଙ୍କା କ୍ଷତି ଘଟିଥିବା ଅଭିଯୋଗ ହୋଇଛି। ତତକାଳୀନ ଜଗନ ସରକାର ବିରୋଧରେ ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେବେ ନାଇଡୁ।

ବିଧାନସଭାରେ ଅବକାରୀ ନୀତି ସମ୍ପର୍କରେ ଶ୍ବେତପତ୍ର ଆଗତ କରି ନାଇଡୁ କହିଛନ୍ତି ତତକାଳୀନ ସରକାରର ମଦନୀତି ଯୋଗୁ ବ୍ଯାପକ ଆର୍ଥିକ କ୍ଷତି ଘଟିଛି। ମଦ କାରବାରରେ ଅନଲାଇନ ଟ୍ରାଞ୍ଜାକସନ ବଦଳରେ କ୍ଯାସ ଜରିଆରେ କାରବାର ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହଯୋଗରେ ଏହି ଦୁର୍ନୀତିର ତଦନ୍ତ ହେବ।

ଚାଷୀଙ୍କୁ ଫସଲବୀମା କ୍ଷତିପୂରଣ ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ: ସାଂସଦ ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କୁ ଫସଲବୀମା କ୍ଷତିପୂରଣ ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ । ରାଜ୍ଯସଭାରେ ଶୂନ୍ଯକାଳରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଏଭଳି ଦାବି ଉପସ୍ଥାପନ କରିଛନ୍ତି। ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉଦାସୀନତା ଏବଂ ବୀମା କମ୍ପାନୀଙ୍କ ଏକଚାଟିଆ ଲାଭଖୋର ମନୋଭାବ ଯୋଗୁଁ ଚାଷୀମାନେ ନାହିଁନଥିବା ହନ୍ତସନ୍ତ ହେଉଛନ୍ତି ବୋଲି କହିଛନ୍ତି ମାନସ । କୃଷକମାନଙ୍କ ଭରସାକୁ କେନ୍ଦ୍ର ସରକାର ଧୋକା ଦେଇଛନ୍ତି ବୋଲି ମଧ୍ଯ ସେ କହିଛନ୍ତି । ତେଣୁ ଶୀଘ୍ର ବୀମା ରାଶି ଦେବା ନେଇ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ମାନସ ଦାବି ଦୋହରାଇଛନ୍ତି ।

ଗୃହରେ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି

ଭୁବନେଶ୍ୱର: କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ । ପୋଲାଭରମ ନେଇ ଓଡ଼ିଶା ପ୍ରତି ହୋଇଥିବା ଅଣଦେଖା ନେଇ କମିଟି ଗଠନ କରିବାକୁ କଂଗ୍ରେସ ଦାବି କରି ଗୃହରେ ହଟ୍ଟଗୋଳ କରିଛି । ବାଚସ୍ପତିଙ୍କ ପୋଡିୟମ ଉପରେ ଚଢି ପ୍ରତିବାଦ କରିଛନ୍ତି କଂଗ୍ରେସ ସଦସ୍ଯ । କେନ୍ଦ୍ର ବଜେଟରେ ବିହାର, ଆନ୍ଧ୍ରକୁ ସ୍ଵତନ୍ତ୍ର ଅନୁଦାନ ଦିଆଯାଇଛି । କିନ୍ତୁ ଓଡ଼ିଶାର ଦାବି ସତ୍ତ୍ବେ ଭୁଲି ଗଲେ ବୋଲି କହିଛି କଂଗ୍ରେସ । ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ଯେଉଁ ନିଷ୍ପତ୍ତି ନେଲା ସେଥିରେ ଓଡିଶା ବୁଡିବ। ବିଜେପି ଆଜି ଓଡିଶା ପାଇଁ କଳଙ୍କ ବୋଲି କହିଛି କଂଗ୍ରେସ। କେନ୍ଦ୍ରର ଓଡିଶା ବିରୋଧୀ ମନୋଭାବ ଚଳିବ ନାହିଁ ନାରାରେ ବିଧାନସଭା ଆଜି ପ୍ରକମ୍ପିତ ହୋଇଛି । ଏହାକୁ ନେଇ ଗୃହ ୧୫ମିନିଟ ପାଇ ମୁଲତବି ହେବା ପରେ ବି ସ୍ବାଭାବିକ ହୋଇନଥିଲା । ଶେଷରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ।

ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲା: ସ୍ବାମୀ ଗିରଫ, ଦେଢ଼ଶୂର ଅଟକ

ଭୁବନେଶ୍ୱର: ଲାଇଭ ଭିଡିଓ ପରେ ସାମ୍ବାଦିକାଙ୍କ ମୃତ୍ୟୁ ମାମଲା। ସ୍ବାମୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଦେଢଶୁର ଅଟକ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଡିସିପି । ବିଭିନ୍ନ ଦିଗକୁ ନେଇ ପୋଲିସ ପଚରାଉଚରା ଆରମ୍ଭ କରିଛି । ଗତକାଲି ବାପୁଜୀନଗର ଟ୍ରେନ୍ ଲାଇନରୁ ଉଦ୍ଧାର ହୋଇଥିଲା ସାମ୍ବାଦିକାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ମୃତ ସାମ୍ବାଦିକା ହେଲେ ମଧୁମିତା ପରିଡା । ସେ ଏକ ଓ୍ବେବ ଚ୍ୟାନେଲରେ କାମ କରୁଥିଲେ। ବିବାହ ପରେ ବାପୁଜୀନଗରରେ ଭଡ଼ାରେ ରହୁଥିଲେ । ତେବେ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ସ୍ବାମୀଙ୍କର ପରକୀୟା ପ୍ରୀତି ଥିଲା ବୋଲି ଅଭିଯୋଗ କରିଛନ୍ତି ମଧୁମିତା । ସ୍ବାମୀ ତାଙ୍କୁ ଧୋକା ଦେବା ସହ ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିଲେ । ଶେଷରେ ସହିନପାରି ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଜୀବନ ହାରିବା ପୂର୍ବରୁ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଭିଡିଓରେ କହିଛନ୍ତି ମଧୁମିତା । ଯାହାକି ଏବେ ଭାଇରାଲ ହେଉଛି ।

ଆତ୍ମହତ୍ଯା ପୂର୍ବରୁ ସେ ନିଜ ମା’ ଓ ପରିବାରକୁ କ୍ଷମା ମାଗିଛନ୍ତି । ଭିଡିଓ କରିବା ପରେ ଟ୍ରେନ ଆଗକୁ ଡେଇଁ ସାମ୍ବାଦିକା ଜଣଙ୍କ ଆତ୍ମହତ୍ଯା କରିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ମଧୁମିତାଙ୍କ ଘର ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲା ତରଡ଼ାରେ ସେ ବିବାହ କରିଥିଲେ । ତେବେ ମଧୁମିତାଙ୍କୁ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ମଧୁମିତାଙ୍କୁ ଦ୍ବିତୀୟ ବିବାହ କରିଥିଲେ ତାଙ୍କ ସ୍ବାମୀ। କ୍ୟାପିଟାଲ ଥାନା ଓ ଜିଆରପି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ଆସନ୍ତା ୨୭ରେ ବସିବ ନିତି ଆୟୋଗ ବୈଠକ; ଯୋଗଦେବେନି ଇଣ୍ଡିଆ ମେଣ୍ଟ ସଦସ୍ଯ ସରକାର

ନୂଆଦିଲ୍ଲୀ: ନିତି ଆୟୋଗ ବୈଠକରେ ଯୋଗଦେବେନି ତେଲଙ୍ଗାନା, ପଞ୍ଜାବ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ. ତାମିଲନାଡୁ, ଝାଡଖଣ୍ଡ, କେରଳ ଆଦି ରାଜ୍ଯର ସରକାର। କେନ୍ଦ୍ର ବଜେଟରେ ବ୍ଯାପକ ପାତର ଅନ୍ତର ହୋଇଥିବା ଅଭିଯୋଗ କରି ଇଣ୍ଡିଆମେଣ୍ଟ ପକ୍ଷରୁ ହୋଇଛି ନିଷ୍ପତ୍ତି। ପୂର୍ବରୁ ତେଲଙ୍ଗାନା ମୁଖ୍ଯମନ୍ତ୍ରୀ ରେବନ୍ତ ରେଡ୍ଡୀ ବିଧାନସଭାରେ କହିଥିଲେ- ଆସନ୍ତା ୨୭ରେ ହେବାକୁ ଥିବା ନିତି ଆୟୋଗ ବୈଠକରେ ସେ ଯୋଗ ଦେବେ ନାହିଁ। କେତେକ ରାଜ୍ଯକୁ କେନ୍ଦ୍ର ସରକାର ବଜେଟରେ ଗେହ୍ଲାପୁଅ କରିଥିବାବେଳେ ଅନେକ ରାଜ୍ଯକୁ ସାବତ ପୁଅ କରିଛନ୍ତି। କେନ୍ଦ୍ର ବଜେଟରେ ଅନେକ ରାଜ୍ଯକୁ ପାତରଅନ୍ତର ବି କରିବା ଅଭିଯୋଗରେ ନିତି ଆୟୋଗ ବୈଠକରେ ପଞ୍ଜାବ, କର୍ଣ୍ଣାଟକ ଓ ପଞ୍ଜାବ ଆଦି ରାଜ୍ଯ ପ୍ରତିନିଧିତ୍ବ କରିବେ ନାହିଁ ବୋଲି କହିଛନ୍ତି।

ରେବନ୍ତ କହିଛନ୍ତି- ତେଲଙ୍ଗାନା ପ୍ରତି କେନ୍ଦ୍ର ସରକାର ଅବିଚାର କରିଛନ୍ତି। ପ୍ରତିବାଦରେ ଦିଲ୍ଲୀ ଯନ୍ତରମନ୍ତରରେ ବିକ୍ଷୋଭ କରାଯିବ। ତେଲଙ୍ଗାନା ପ୍ରତି ଅବିଚାର ବିରୋଧରେ ଭାରତ ରାଷ୍ଟ୍ର ସମିତି ନୀରବ ରହିବା ଦୁର୍ଭାଗ୍ଯଜନକ ବୋଲି ରେବନ୍ତ କହିଛନ୍ତି। ସେପଟେ ବୈଠକରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବା ସମ୍ଭାବନା ରହିଛି।

ଆସନ୍ତା ୨୮ ତାରିଖରେ ଖୋଲିବ ହୀରାକୁଦ ଗେଟ୍

ସମ୍ୱଲପୁର: ଆସନ୍ତା ୨୮ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । ରବିବାର ହୀରାକୁଦରୁ ନିଷ୍କାସିତ ହେବ ଚଳିତବର୍ଷର ପ୍ରଥମ ବନ୍ଯାଜଳ । ଏନେଇ ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ଯାଜଳ ଛଡ଼ାଯିବା ଆଗରୁ ମହାନଦୀ ତଳ ମୁଣ୍ଡରେ ଥିବା
ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ୧ ଲକ୍ଷ ୭୦ ହଜାର ଘନଫୁଟରୁ ଅଧିକ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦର ଜଳଭଣ୍ଡାରର ଜଳସ୍ତର ଏବେ ୬୦୫ ଫୁଟରେ ପହଞ୍ଚିଛି । ଗେଟ୍ ଖୋଲିବା ସମୟରେ ଜଳସ୍ତର ୬୧୫ ଫୁଟ ଥିବ ବୋଲି ସୂଚନା ମିଳିଛି । ୨୮ ତାରିଖରେ କେତୋଟି ଗେଟ୍ ଖୋଲାଯିବ ସେନେଇ ପରେ ନିଷ୍ପତ୍ତି ନିଆଯିବ ।

ସାପ କାମୁଡ଼ାରେ ଭାଇଭଉଣୀଙ୍କ ମୃତ୍ଯୁ !

ବଲାଙ୍ଗୀର: ସାପ କାମୁଡ଼ାରେ ଭାଇଭଉଣୀ ମୃତ୍ଯୁ ସନ୍ଦେହ। ବଲାଙ୍ଗୀର ସଇଁତଲା ଥାନା ବିବିନା ପଂଚାୟତ ଜାମପଦର ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ୬ ବର୍ଷୀୟା ଝିଅ ମୋନିକା ସାଗର ଓ ୯ ବର୍ଷୀୟ ପୁଅ ଭାବଗ୍ରାହୀ ସାଗର।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଉଭୟ ବାପାମାଙ୍କ ସହ ଖଟରେ ଶୋଇଥିଲେ । ସକାଳୁ ଉଭୟ ଅସୁସ୍ଥ ଜଣାପଡ଼ିବାରୁ ସେମାନଙ୍କୁ ପ୍ରଥମେ ସଇଁତଳା ଡାକ୍ତରଖାନା ଓ ପରେ ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅଧା ରାସ୍ତାରେ ଝିଅ ମୋନିକାର ମୃତ୍ଯୁ ହୋଇଥିବାବେଳେ ବଲାଙ୍ଗୀର ମେଡିକାଲରେ ପୁଅ ଭାବଗ୍ରାହୀର ମୃତ୍ଯୁ ଘଟିଛି । ମୃତ୍ଯୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଶବ ବ୍ଯବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ । ସାପ କାମୁଡ଼ାରେ ଉଭୟଙ୍କର ମୃତ୍ଯୁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ରେସରୁ ଓହରିବା ପରେ ଦେଶ ଉଦ୍ଦେଶ୍ଯରେ ବାଇଡେନଙ୍କ ଉଦବୋଧନ

ନନ୍ଦିଘୋଷ ବ୍ୟୁରୋ: ଦେଶର ଐକ୍ଯ ଲାଗି ଆଗାମୀ ପିଢିକୁ ଦାୟିତ୍ବ ଦେବାକୁ ହେବ । ରାଷ୍ଟ୍ରପତି ନିର୍ବାଚନରୁ ଓହରିବା ପରେ ପ୍ରଥମ ଥର ଲାଗି ଏହି ବିବୃତି ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇ ବାଇଡେନ କହିଛନ୍ତି- ଯୁବବର୍ଗଙ୍କ ସ୍ବରକୁ ଶକ୍ତିଶାଳୀ କରିବାକୁ ସେ ଚାହାଁନ୍ତି । ଦେଶର ଗଣତନ୍ତ୍ରର ସୁରକ୍ଷା ଲାଗି ପ୍ରତିବଦ୍ଧ ହେବାକୁ ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଗଣତନ୍ତ୍ରର ସୁରକ୍ଷା ଆଭିମୁଖ୍ଯ ନେଇ ସେ ନିର୍ବାଚନ ମଇଦାନରୁ ଓହରିଛନ୍ତି । ତେବେ ସେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପଙ୍କ ନାଁ ନେଇ ନଥିବା ସୂଚନା ମିଳିଛି। ଟ୍ରମ୍ପଙ୍କୁ ଗଣତନ୍ତ୍ର ବିରୋଧୀ ବୋଲି ଅନେକ ସମୟରେ ବାଇଡେନ ଦୋଷାରୋପ କରିଆସିଥିଲେ।

ବାଇଡେନ କହିଛନ୍ତି- ସେ ଦେଶକୁ ଭଲ ପାଆନ୍ତି । ଦେଶର ରାଷ୍ଟ୍ରପତି ହୋଇଥିବାରୁ ସେ ଗର୍ବବୋଧ କରୁଛନ୍ତି। ଆମେରିକୀୟ ଗଣତନ୍ତ୍ରର ସୁରକ୍ଷା ଲାଗି ଦେଶବାସୀଙ୍କୁ ଏକାଠି ହେବାକୁ ପଡିବ ବୋଲି ସେ ଆହ୍ବାନ ଦେଇଛନ୍ତି। ଗତ ଜୁଲାଇ ୨୧ରେ ରାଷ୍ଟ୍ରପତି ପ୍ରତିଦ୍ବନ୍ଦ୍ବିତାରୁ ଓହରିବା ନେଇ ଘୋଷଣା କରିଥିଲେ ବାଇଡେନ। କମଳା ହାରିସ ସମ୍ପର୍କରେ ସେ କହିଛନ୍ତି- କମଳା ଜଣେ ଅଭିଜ୍ଞ ନେତ୍ରୀ ଓ ଦକ୍ଷତା ସମ୍ପନ୍ନ । ଦେଶ ଲାଗି ସେ ଜଣେ ପ୍ରମୁଖ ନେତ୍ରୀ । କମଳାଙ୍କୁ ବିଜୟୀ କରିବେ କି ନାହିଁ ତାହା ଦେଶବାସୀଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି । ନିଜ ଭାଷଣରେ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଥୋମାସ ଜାଫର୍ସନ, ଜର୍ଜ ଓ୍ବାଶିଂଟନ ଓ ଆବ୍ରାହମ ଲିଙ୍କନ ପ୍ରସଙ୍ଗ ଉଠାଇଥିଲେ ।

ସେପଟେ ଏହି ଭାଷଣକୁ ତୀବ୍ର ସମାଲୋଚନା କରିଛନ୍ତି ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ପମ୍ପ । ସେ କହିଛନ୍ତି- ବାଇଡେନ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଭୁଲ ଓ ଆମେରିକାରେ ସେପରି କୌଣସି ସଙ୍କଟ ଦେଖାଯାଇନାହିଁ । କମଳା ହାରିସଙ୍କ ସମ୍ପର୍କରେ ବାଇଡେନ ଯାହା କହିଛନ୍ତି ତାହା ମିଥ୍ଯା ।

ଖଣିଜ ସମ୍ପଦ ଉପରେ ରାଜ୍ୟ ଲଗାଇ ପାରିବେ ରୟାଲ୍ଟି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖଣିଜ ପଦାର୍ଥ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଖଣିଜ ପଦାର୍ଥ ଓ ଖଣିଜ ସମ୍ପଦ ଭରା ଇଲାକା ଉପରେ ରୟାଲ୍ଟି ଲାଗୁ କରିବା ଅଧିକାର ରାଜ୍ଯଗୁଡିକ ଉପରେ ରହିଛି। ଟାକ୍ସ ଅର୍ଥ ରୟାଲ୍ଟି ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଖଣିଜ ପଦାର୍ଥ ବହୁଳ ରାଜ୍ଯ ଯଥା ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ଯପ୍ରଦେଶ ଓ ରାଜସ୍ଥାନ ଆଦି ରାଜ୍ଯ ବିଶେଷ ଉପକୃତ ହେବେ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛି।

୯ ଜଣିଆ ଖଣ୍ଡପୀଠର ଏହି ରାୟକୁ ୮ ଜଣ ସମର୍ଥନ କରିଥିବାବେଳେ ଜଷ୍ଟିସ ବି.ଭି. ନାଗରତ୍ନା ନକରାତ୍ମକ ମନ୍ତବ୍ଯ ଦେଇଥିଲେ। ଜଷ୍ଟିସ ନାଗରତ୍ନା କହିଥିଲେ- ଯଦି ରାଜ୍ଯଗୁଡିକୁ ଖଣିଜ ପଦାର୍ଥ ଉପରେ କର ଲାଗୁ କରିବାର ଅଧିକ ଦିଆଯାଏ ତେବେ ରାଜସ୍ବ ଆଦାୟ କ୍ଷେତ୍ରରେ ରାଜ୍ଯ-ରାଜ୍ଯ ମଧ୍ଯରେ ଅରୁଚିକର ପରିସ୍ଥିତି ସୃଷ୍ଟି ହେବ। ଜାତୀୟ ବଜାରରେ ବି ନକରାତ୍ମକ ପରିସ୍ଥିତି ସୃଷ୍ଟି ହେବ ଯାହାକି ସଂଘୀୟ ବ୍ଯବସ୍ଥାର ପରିପନ୍ଥୀ। ଖଣ୍ଡପୀଠ କହିଛନ୍ତି- ଖଣିଜ ପଦାର୍ଥ ଉପରେ ରାଜ୍ଯଗୁଡିକର ସୀମିତ ଅଧିକାର ନେଇ ଖଣିଜ ଓ ଖଣିଜ ପଦାର୍ଥ ବିକାଶ ଓ ନିୟାମକ ଆଇନ ବା ଏମଏମଡିଆରରେ କୌଣସି ବ୍ଯବସ୍ଥା ନାହିଁ।।

 

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ଯ ନିର୍ମାଣ ଯନ୍ତ୍ରୀ

ବଲାଙ୍ଗୀର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼ । ବଲାଙ୍ଗୀର ଲୋୟର ସୁକତେଲ ପ୍ରୋଜେକ୍ଟର ଚିଫ କନଷ୍ଟ୍ରକସନ ଇଞ୍ଜିନିୟର ସୁନୀଲ ରାଉତଙ୍କ ଘର ସମେତ ଏକକାଳୀନ ୯ ଟି ସ୍ଥାନରେ ରେଡ଼ କରିଛି ଭିଜିଲାନ୍ସ।

ଭୁବନେଶ୍ୱର ନୀଳାଦ୍ରି ବିହାରରେ ଥିବା ଘର, ନୟାପଲ୍ଲୀସ୍ଥିତ ଦୋମହଲା ଘର, ପୁରୀ ଭିଆଇପି ରୋଡ଼ ସ୍ଥିତ ଫ୍ଲାଟ, ଗ୍ରାଣ୍ଡ ରୋଡ଼ରେ ଥିବା ଫ୍ଲାଟ, କଟକ ଗୁରୁଡ଼ିଝାଟିଆରେ ଥିବା ପୈତୃକ ଘର, ଅନୁଗୁଳ କିଶନ ନଗରସ୍ଥିତ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀର ଘର ଓ ଅଫିସ ଚାମ୍ବରରେ ଏକକାଳୀନ ରେଡ଼ ଚାଲିଛି । ସ୍ପେଶାଲ ଜଜ୍ ଭୁବନେଶ୍ୱରଙ୍କ ନିର୍ଦ୍ଦେଶ କ୍ରମେ ୨ ଅତିରିକ୍ତ ଏସପି ଙ୍କ ନେତୃତ୍ବରେ ୮ ଡ଼ିଏସପି, ୬ ଇନ୍ସପେକ୍ଟର, ୧୦ ଏଏସଆଇ ଓ ଅନ୍ୟାନ୍ୟ ଷ୍ଟାଫ ସକାଳୁ ଚଢ଼ାଉ ଜାରି ରଖିଛନ୍ତି ।