ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଦକ୍ଷ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ଖବରର ଶିରୋନାମା ପାଲଟିଛନ୍ତି । ଜଣେ ବିଦେଶୀ ସେଲିବ୍ରେଟୀଙ୍କୁ ଡେଟ୍ କରୁଥିବା ଖବର ଏବେ ଚର୍ଚ୍ଚା ହେଉଛି । ଉଭୟ ନିଜର ଇନଷ୍ଟାଗ୍ରାମ ପେଜରେ ସେମାନଙ୍କ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଉଭୟ କୁଲ ମାଇଣ୍ଡରେ ନଜର ଆସିଛନ୍ତି । ବ୍ରିଟିସ ସିଙ୍ଗର ଜସ୍ମିନଙ୍କ ସହ ପାଣ୍ଡ୍ୟାଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି କି, ପାଣ୍ଡ୍ୟା ତାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଅନନ୍ୟା ପାଣ୍ଡେଙ୍କ ପରେ ଏବେ ଜସ୍ମିନଙ୍କ ସହ ପାଣ୍ଡ୍ୟାଙ୍କ ନାମକୁ ଯୋଡ଼ା ଯାଉଛି । ଜସ୍ମିନ ଜଣେ ପ୍ରସିଦ୍ଧ ୟୁଟ୍ୟୁବର । ସେ ଜଣେ ସିଙ୍ଗର ମଧ୍ୟ, ବଲିଉଡରେ ମଧ୍ୟ କିଛି ଗୀତ ଗାଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ଜନ୍ମ ଇଂଲଣ୍ଡରେ ହୋଇଥିବାବେଳେ ପ୍ରଥମେ ସେ ବ୍ରିଟିସ୍ ଧାରାବାହିକରେ ଅଭିନୟ କରୁଥିଲେ । ପରେ ୨୦୧୪ରେ ନିଜର ଏକ ୟୁଟ୍ୟୁବ ଖୋଲିଥିଲେ । ତାଙ୍କର ଗୀତ ଗାଇବାର ରୁଚି ଆଉ ପେଶା ତାଙ୍କୁ ପରିଚିତ କରିଛି । ଏବେ ସେ ପାଣ୍ଡ୍ୟାଙ୍କ ସହ ନଜର ଆସିଥିବାବେଳେ ସେମାନଙ୍କ ମଧ୍ୟରେ କଣ ସମ୍ପର୍କରେ ରହିଛି ତାହା ସେମାନଙ୍କୁ ଜଣା । ଏଯାବତ ଉଭୟ ଗଣମାଧ୍ୟମ ସମ୍ମୁଖରେ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ବ୍ରିଜରୁ ଡେଇଁଲେ ମା ଓ ନାବାଳକ ପୁଅ
ନନ୍ଦିଘୋଷ ବ୍ୟୁରୋ: ନିଶ୍ଚିନ୍ତ କୋଇଲି ନେମାଳ ଚିତ୍ରୋତ୍ପଳା ବ୍ରିଜ ଉପରୁ ଡେଇଁ ମା ଓ ନାବାଳକ ପୁଅର ଆତ୍ମହତ୍ୟା ଉଦ୍ୟମ । ମାଆର ପତ୍ତା ମିଳୁ ନଥିବା ବେଳେ ନାବାଳକ ପୁଅକୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ମାଆକୁ ଖୋଜି ବାହାର କରିବା ପାଇଁ ତଲାସୀ ଚାଲିଛି । ଦୁଇ ନାବାଳକ ପୁଅ ଝିଅଙ୍କୁ ଧରି ମାଆ ସୁହାନ ପରବିନ ନେମାଳ ପାଖ ଚିତ୍ରୋତ୍ପଳା ନଦୀ ପାଖକୁ ଆସିଥିଲେ । ଏହାପରେ ସୁହାନ ପ୍ରଥମେ ପୁଅକୁ ନଦୀକୁ ଫିଙ୍ଗିବା ପରେ ସେ ନିଜେ ନଦୀକୁ ଡେଇଁ ପଡିଥିବା ଝିଅ କହିଛି । ମୃତ ନାବାଳକ ୧୦ ବର୍ଷର ସେକ ତାୟର ଉଦ୍ଦିନ। ତେବେ ଗୃପ ଲୋନ କରିବା ହେତୁ ସେ ଚିନ୍ତିତ ଥିଲେ । ସେଥିପାଇଁ ନଦୀକୁ ଡେଇଁ ପଡିଥିବା ନାବାଳିକା ଝିଅ ଓ ସମ୍ପର୍କୀୟ କହିଛନ୍ତି।
ସ୍ବାଧୀନତା ଦିବସ ପୂର୍ବରୁ ମାତିଲେ ଆତଙ୍କବାଦୀ ; ଜାମ୍ମୁ ଓ କାଶ୍ମୀରରେ ସେନା ଅଫିସର ସହିଦ
ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲା ଅନ୍ତର୍ଗତ ଆସାର ଅଞ୍ଚଳରେ ସହିଦ ସେନା ଅଫିସର। ଯବାନ ଓ ଆତଙ୍କବାଦୀଙ୍କ ମଧ୍ଯରେ ହୋଇଥିବା ଗୁଳିବିନିମୟରେ ପ୍ରାଣ ହରାଇଛନ୍ତି ଅଫିସର। ଏହି ଘଟଣାରେ ଜଣେ ନାଗରିକ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଧରିବା ଲାଗି ସେଠାରେ ଚାଲିଛି ସର୍ଚ୍ଚ ଅପରେସନ। ଶିବଗଡ଼-ଆସାର ଅଞ୍ଚଳରେ ଆତଙ୍କବାଦୀ ରହିଥିବା ସୂଚନା ମିଳିବା ପରେ ସେଠାରେ ଯବାନଙ୍କ ପକ୍ଷରୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଇଥିଲା।
ଆତଙ୍କବାଦୀଙ୍କ ନିକଟରୁ ଏକ ଆମେରିକା ନିର୍ମିତ ଏମ-୪ ଆସଲ୍ଟ ରାଇଫସ ଜବତ ହୋଇଛି। ସ୍ବାଧୀନତା ଦିବସ ଲାଗି ସାରା ଦେଶରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବାବେଳେ ଜାମ୍ମୁ ଓ କାଶ୍ମୀରରେ ବି ଅପରେସନ ଜୋରଦାର କରାଯାଇଛି। ନିରାପତ୍ତା ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ପ୍ରତିରକ୍ଷା ରାଜନାଥ ସିଂଙ୍କ ବୈଠକ ପରେ ଏହି ଆକ୍ରମଣ ଚିନ୍ତା ସୃଷ୍ଟି କରିଛି। ଗତ ମାସରେ କୁପୱାରା ଜିଲ୍ଲାରେ ଆତଙ୍କୀଙ୍କ ଗୁଳିରେ ଜଣେ ଯବାନଙ୍କ ପ୍ରାଣହାନି ଘଟିଥିଲା।
ଖଣି କମ୍ପାନୀଙ୍କଠାରୁ ବକେୟା ରୟାଲଟି ଆଦାୟ କରିପାରିବେ ରାଜ୍ୟ, ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଖଣି ବହୁଳ ରାଜ୍ଯଗୁଡିକ ଲାଗି ଖୁସିର ଖବର। ଏହି ରାଜ୍ଯଗୁଡିକ ସପକ୍ଷରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଖଣି ବହୁଳ ରାଜ୍ଯଗୁଡିକ ବିଭିନ୍ନ ଖଣି କମ୍ପାନିଙ୍କଠାରୁ ବକେୟା ରୟାଲଟି ଆଦାୟ କରିପାରିବେ ବୋଲି ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏପରିକି ବିଗତ ୧ ଏପ୍ରିଲ ୨୦୦୫ରୁ ରାଜ୍ଯମାନେ ଲେଭି ଲାଗୁ କରିପାରିବେ।
ଗତମାସରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ- ଖଣିସମୃଦ୍ଧ ଇଲାକାରୁ ରୟାଲଟି ଆଦାୟ କରିବା ରାଜ୍ଯ ସରକାରଙ୍କ ଅଧିକାର ରହିଛି ବୋଲି କହିଥିଲେ ଅଦାଲତ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ୮ ସଦସ୍ୟ ସପକ୍ଷରେ ରାୟ ଦେଇଥିବାବେଳେ ଜଣେ ସଦସ୍ଯ ବିରୋଧ କରିଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟ ଯୋଗୁ ଓଡିସା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ଯପ୍ରଦେଶ, ରାଜସ୍ଥାନ ଆଦି ରାଜ୍ଯ ଉପକୃତ ହେବେ।
ପାକିସ୍ତାନ ଠାରୁ ଟସରେ ସ୍ୱର୍ଣ୍ଣ ଖଚିତ ରଥ ଜିତିଥିଲା ଭାରତ
ନୂଆଦିଲ୍ଲୀ : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡ଼ମ୍ୱରରେ ସ୍ୱାଧୀନତା ଦିବସ ପାଳିବ ଭାରତ । ୧୯୪୭ ମସିହାରୁ ଅଗଷ୍ଟ ୧୪ରେ ପାକିସ୍ତାନ ଏବଂ ୧୫ରେ ଭାରତର ସ୍ୱାଧୀନତା ଦିବସ ପାଳନ କରାଯାଏ । ପାକିସ୍ତାନ ଏବଂ ଭାରତ ଅଲଗା ତ ହେଲେ କିନ୍ତୁ ସେ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଜିନିଷ ବିଭାଜନ ମଧ୍ୟ କରାଯାଇଥିଲା । ଏହାକୁ ଜିନିଷ ବିଭାଜନକୁ ନେଇ ଏକ ରୋଚକ କାହାଣୀ ମଧ୍ୟ ରହିଛି ।
୧୯୪୭ ମସିହାରେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଭାଜନ ହୋଇଥିଲା, ସେତେବେଳେ ଦିଲ୍ଲୀର ଦୁଇ ଜଣଙ୍କୁ ସମ୍ପତ୍ତି ବଣ୍ଟନ , ଏହାର ସର୍ତ୍ତାବଳୀ ଏବଂ ସର୍ତ୍ତ ସ୍ଥିର କରିବାର ଦାୟିତ୍ୱ ଦିଆଯାଇଥିଲା। ଏଥିରେ ଭାରତର ପ୍ରତିନିଧୀ ଥିଲେ ଏଚ୍ ପଟେଲ ଏବଂ ପାକିସ୍ତାନର ଚୌଧୁରୀ ମହମ୍ମଦ ଅଲିଙ୍କୁ ନିଜ ଦେଶର ପକ୍ଷ ଉପସ୍ଥାପନ କରି ବିଭାଜନ କାର୍ଯ୍ୟକୁ ସରଳ କରିବାର ଅଧିକାର ଦିଆଯାଇଥିଲା। ଭୂମିଠାରୁ ସେନା ପର୍ଯ୍ୟନ୍ତ ସବୁକିଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଭକ୍ତ ହୋଇଥିଲା ।
ଏହି ବିଭାଗ ମଧ୍ୟରୁ ଗୋଟିଏ ହେଲା ରାଜ୍ୟପାଳ ଜେନେରାଲଙ୍କ ବଡିଗାର୍ଡ ରେଜିମେଣ୍ଟ। ଏହି ରେଜିମେଣ୍ଟର ବିଭାଜନ ଶାନ୍ତିପୂର୍ଣ୍ଣ ଭାବରେ ହୋଇଥିଲା, କିନ୍ତୁ ରେଜିମେଣ୍ଟର ପ୍ରସିଦ୍ଧ ରଥ ସମ୍ପର୍କରେ ଉଭୟ ପକ୍ଷ ମଧ୍ୟରେ କୌଣସି ଚୁକ୍ତି ହୋଇନଥିଲା। ବାସ୍ତବରେ ଉଭୟ ଦେଶ ଏହାକୁ ନିଜ ସହିତ ରଖିବାକୁ ଚାହୁଁଥିଲେ। ଏଭଳି ପରିସ୍ଥିତିରେ ରାଜ୍ୟପାଳ ଜେନେରାଲଙ୍କ ବଡିଗାର୍ଡର ତତ୍କାଳୀନ କମାଣ୍ଡାର ଏବଂ ତାଙ୍କ ଡେପୁଟି ଏହି ବିବାଦର ସମାଧାନ ପାଇଁ ଏକ ମୁଦ୍ରାରେ ଟସ୍ କରାଯାଇଥିଲା। ଏଥିରେ ଭାରତ ଟସ୍ ଜିତିଥିଲା ଏବଂ ଏହି ରାଜକୀୟ ରଥ ଭାରତର ଅଂଶକୁ ଆସିଥିଲା।
ଏହି ରଥଟି ସୁନା ଫଏଲ୍ ଦ୍ୱାରା ଆଚ୍ଛାଦିତ ଥିଲା । ବ୍ରିଟିଶ ଶାସନ କାଳରେ ଏହି ଘୋଡା ଚାଳିତ ଗାଡି ଭାଏସରାୟଙ୍କୁ ଦିଆଯାଇଥିଲା। ସ୍ୱାଧୀନତା ପୂର୍ବରୁ ଇଂରେଜ ଭାଏସରାୟ ଏହାକୁ ଚଳାଉଥିଲେ। ଭାରତ ଏହି ରଥ ଜିତିବା ପରେ ଏହି ରଥକୁ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ଅବସରରେ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ବ୍ୟବହାର କରିଥିଲେ।
ପ୍ରଥମେ ପ୍ରଥମେ ଭାରତର ରାଷ୍ଟ୍ରପତି ଏହି ରଥରେ ସମସ୍ତ ସମାରୋହକୁ ଯାଉଥିଲେ ଏବଂ ୩୩୦ ଏକର ବିଶିଷ୍ଟ ରାଷ୍ଟ୍ରପତି ଭବନରେ ବୁଲୁଥିଲେ। ପରେ ସୁରକ୍ଷା କାରଣରୁ ଏହାର ବ୍ୟବହାର ଧୀରେ ଧୀରେ ହ୍ରାସ ପାଇଗଲା | ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସୁରକ୍ଷାକୁ ଦୃଷ୍ଟିରେ ଏହି ରଥର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା ଏବଂ ରାଷ୍ଟ୍ରପତି ବୁଲେଟ୍ ପ୍ରୁଫ୍ ଗାଡିରେ ହିଁ ଯିବା ଆସିବା କଲେ ।

