spot_img
Home Blog Page 1611

ପାଟକୁରା ଓ ଡେରାବିଶ ଅଞ୍ଚଳରେ ସୁଭଦ୍ରା ଯୋଜନା ଆବେଦନରେ ବ୍ୟାପକ ଅନିୟମିତତା

କେନ୍ଦ୍ରାପଡ଼ା: ପାଟକୁରା ଓ ଡେରାବିଶ ଅଞ୍ଚଳରେ ସୁଭଦ୍ରା ଯୋଜନା ଆବେଦନରେ ବ୍ୟାପକ ଅନିୟମିତତା। ଡେରାବିଶ ବ୍ଲକରେ ସୁଭଦ୍ରା ଯୋଜନା ପାଇଁ ଆବେଦନକାରୀଙ୍କୁ ଜନ ସେବା କେନ୍ଦ୍ର ଟଙ୍କା ମାଗୁଥିବାର ସାଙ୍ଘାତିକ ଅଭିଯୋଗ ହୋଇଛି। ଏନେଇ ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଅଭିଯୋଗ ପତ୍ର ମଧ୍ୟ ପଠାଯାଇଥିଲା। ଟଙ୍କା ମାଗୁଥିବା ଅଭିଯୋଗ ପରେ ଡେରାବିଶ ରଘୁଦେଇପୁର ପଞ୍ଚାୟତର ବେଲାରପୁର ଗାଁର ଦୁଇ ଜନସେବା କେନ୍ଦ୍ର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏହି ଦୁଇ ଜନ ସେବା କେନ୍ଦ୍ରର ପରିଚାଳକ ଶ୍ରୀକାନ୍ତ କୁମାର ନାୟକ ଓ ତପନ କୁମାର ପଣ୍ଡାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡେରାବିଶ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଡେରାବିଶ ସରଦେଇପୁରର ଅଙ୍ଗନବାଡି କର୍ମୀ ପୁଷ୍ପଲତା ପଣ୍ଡା ଆବେଦନକାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ତାଙ୍କର ଦରମା ବନ୍ଦ କରାଯାଇଛି। ଡେରାବିଶ ବିଡ଼ିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଏନେଇ ତଦନ୍ତ କରିଛନ୍ତି। ଅନ୍ୟପଟେ ପାଟକୁରା ଶ୍ରୀଚନ୍ଦନ ପୁରରେ ମଧ୍ୟ ଜନସେବାକେନ୍ଦ୍ରରେ ଆଇଡି ହ୍ୟାକ ହୋଇଥିବା ଅଭିଯୋଗ ଆସିଛି। ଡେରାବିଶର ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ବିଦୁ ଭୂଷଣ ମହାପାତ୍ର ସୁଭଦ୍ରା ଯୋଜନା ଆବେଦନକୁ ପ୍ରହସନ ବୋଲି କହିଛନ୍ତି।

ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଲା ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା

ଢେଙ୍କାନାଳ: ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା । ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଲା ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା। ଏନେଇ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ। ରାଜ୍ଯ ସରକାର, ପୋଲିସ ଓ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ଅବହେଳାକୁ ସେ ଦାୟୀ କରିଛନ୍ତି। ଜଣେ ଗରିବ ଓ ବାସହୀନ ଯୁବତୀଙ୍କୁ ଭାପୁର ଫାଣ୍ଡି ଅଞ୍ଚଳରେ ଯେପରି ଗଣଦୁଷ୍କର୍ମ କରାଯାଇଛି ତାହା ଦୁର୍ଭାଗ୍ଯଜନକ ବୋଲି ସେ କହିଛନ୍ତି।

ଯୁବତୀଙ୍କ ବାପା ମାନସିକ ଅସୁସ୍ଥ ଥିବାବେଳେ ସେମାନେ ଏକ ପରିତ୍ଯକ୍ତ ଅଙ୍ଗନବାଡି କେନ୍ଦ୍ରରେ ରହୁଥିଲେ। ସେମାନଙ୍କ ଦୁରବସ୍ଥାର ସୁଯୋଗ ନେଇ ଅସାମାଜିକ ବ୍ଯକ୍ତିମାନେ ଏପରି କାଣ୍ଡ ଘଟାଇଥିବା ସେ କହିଛନ୍ତି। ଏହି ଘଟଣାରେ ପୋଲିସ ନିଜ ଆଡୁ କିପରି କାର୍ଯ୍ଯାନୁଷ୍ଠାନ ନେଇନାହିଁ ସେ ନେଇ ପ୍ରଶ୍ନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ, ପୋଲିସ ଓ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସେ ନିବେଦନ କରିଛନ୍ତି।

 

ଢେଙ୍କାନାଳରେ ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା: ଆଉ ଜଣଙ୍କୁ ଅଟକ ରଖିଛି ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା। ଘଟଣାରେ ଆଉ ଜଣଙ୍କୁ ଅଟକ ରଖିଛି ପୋଲିସ। ଘଟଣାରେ ରବିବାର ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଆଜି ୪ ଜଣଙ୍କର ହେବ ଡାକ୍ତରୀ ମାଇନା। ପୀଡ଼ିତାଙ୍କର ମଧ୍ୟ ଆଜି କୋର୍ଟରେ ହେବ ବୟାନ ରେକର୍ଡ। ଏହି ଘଟଣାକୁ ନେଇ ସବୁଠି ନିନ୍ଦା କରାଯାଇଛି।

ସୂଚନାଯୋଗ୍ୟ, ୨୨ ବର୍ଷୟୀ ଯୁବତୀଙ୍କୁ ଅଙ୍ଗନବାଡ଼ି ଛାତ ଉପରକୁ ଟେକି ନେଇ ୭ ଜଣ ବ୍ଯକ୍ତି ବାରମ୍ବାର ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ବାପା ଆଗରେ ଝିଅକୁ ଟେକି ନେଇ ଦୁଷ୍କର୍ମ କରିଥିବା  ନେଇ ଅଭିଯୋଗ ହୋଇଥିଲା। ବାପା ମାନସିକ ରୋଗୀ ହୋଇଥିବା ସୂଚନା ମିଳିଛି। ଯୁବତୀଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। କିଛିଦିନ ହେବ ପ୍ରତ୍ୟେକ ଦିନ ଯୁବତୀଙ୍କୁ ରାତିରେ ଗଣଦୁଷ୍କର୍ମ କରାଯାଉଥିବା ବୋଲି ଅଭିଯୋଗ ହୋଇଥିଲା।। ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ସଖୀ କେନ୍ଦ୍ରରେ ରଖିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି।

ନବରଙ୍ଗପୁର ଚେପଟିଅମ୍ବା ଗାଁରେ ଝାଡାବାନ୍ତି ଆତଙ୍କ; ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଅମ୍ବା ଗାଁରେ ଝାଡାବାନ୍ତି ଆତଙ୍କ। ଝାଡାବାନ୍ତି ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ଦୁଇଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମର ମଧୁ ଜାନୀ।

ମଧୁ ଗତ କିଛିଦିନ ହେବ ଝାଡାବାନ୍ତିର ଆକ୍ରାନ୍ତ ହୋଇ ଚିିକିତ୍ସିତ ହେଉଥିଲେ। ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଧୁଙ୍କର ଗୋଟିଏ ଛୋଟ ଶିଶୁ ଥିବା ମଧ୍ୟ ସୂଚନା ମିଳିଛି। ଏନେଇ ମଧୁଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ମଧୁଙ୍କ ବଡଭାଇ ନିବେଦନ କରିଛନ୍ତି। ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୫ଜଣ ଝରିଗାଁ ମେଡିକାଲ ଏବଂ ଜଣେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ଅସୁରକ୍ଷିତ ରାଜଧାନୀ: କଥା କଥାକେ ବାହାରୁଛି ବନ୍ଧୁକ ଫୁଟିଛି ଗୁଳି

ଭୁବନେଶ୍ୱର: ଅସୁରକ୍ଷିତ ରାଜଧାନୀ। କଥା କଥାକେ ବନ୍ଧୁକ ଦେଖାଇ କରୁଛନ୍ତି ଭୟଭୀତ। ଘରୋଇ କଳିରେ ବି ବନ୍ଧୁକ ଦେଖାଇ ଯୁବକ କରୁଛନ୍ତି ଭୟଭୀତ। ଏପରି ଲାଗୁଛି ଯେମିତି କି ରାଜଧାନୀ ଭୁବନେଶ୍ୱରରେ ସମସ୍ତଙ୍କ ଘରେ ଘରେ ବନ୍ଧୁକ। ଏଭଳି ଏକ ଘଟଣା ଝାରପଡା ଗ୍ରାମ ଦୋଳମଣ୍ଡପ ସାହିର ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ। ଘର କାମକୁ ନେଇ ଝଗଡ଼ାରେ ଜଣେ ଯୁବକ ବନ୍ଧୁକ ଦେଖାଇ ପଡୋଶୀ ଘର ଲୋକଙ୍କୁ ଭୟଭୀତ କରୁଥିବା ଭିଡିଓ  ଭାଇରାଲ ହେଉଛି। ରମେଶ ବେହେରା ଓରଫ ବାବାଜୀ ନାମକ ଯୁବକ ପଡୋଶୀଙ୍କ ସହ ଘର କାମକୁ ନେଇ ଝଗଡା କରିଥିଲେ । ପରେ ଘରୁ ବନ୍ଧୁକ ଆଣି ସମସ୍ତଙ୍କୁ ଭୟଭୀତ କରିଥିଲେ ।

ଏନେଇ ଲକ୍ଷ୍ମୀସାଗର ଥାନାରେ ଏକ ଅଭିଯୋଗ ହେବାପରେ ପୋଲିସ ବାବାଜିକୁ ଥାନାରେ ଅଟକ ରଖିବା ସହ ତାଙ୍କ ନିକଟରୁ ଏକ ବନ୍ଧୁକ ଜବତ କରିଛି ।

ଶ୍ବଶୁର ଘରକୁ ନୂଆଁଖାଇ ପାଇଁ ଆସି ସ୍ତ୍ରୀର ଗଳା କାଟି ହତ୍ୟାକଲା ସ୍ବାମୀ

ବୌଦ୍ଧ: ନୂଆଁଖାଇ ରାତି ପାଲଟିଲା କାଳରାତି। ଶ୍ବଶୁର ଘରକୁ ନୂଆଁଖାଇ ପାଇଁ ଆସି ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କଣ୍ଟାମାଳ ଥାନା ଚାରଭାଟି ଗାଁରେ। ହତ୍ୟାକାରୀ ସ୍ୱାମୀଙ୍କ ନାମ ହେଲା ସର୍ବେ ନାଏକ ଏବଂ ମୃତ ମହିଳାଙ୍କ ନାମ ଅଞ୍ଜଳି ତରିଆ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି । କୌଣସି ଏକ ଧାରୁଆ ଅସ୍ତ୍ର ରେ ଗଳା କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି

ସୂଚନା ମୁତାବକ, କଣ୍ଟାମାଳ ଥାନା ଚରଭାଟି ଗାଁର ଅଞ୍ଜଳି ତରିଆ ଘଣ୍ଟାପଡା ଥାନାର ବଡବାହାଲର ସର୍ବେ ନାଏକକୁ ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ଏକ ବର୍ଷ ହେବ ଚରଭାଟିସ୍ଥିତ ବାପାଙ୍କ ଘରେ ଆସି ରହିଥିଲେ। ଗତକାଲି ଗଣପର୍ବ ନୂଆଖାଇ ପାଇଁ ସ୍ୱାମୀ ସର୍ବେ ଶ୍ବଶୁର ଘରକୁ ଆସିଥିଲା ଏବଂ ନୂଆଖାଇ ସାରି ସମସ୍ତେ ଶୋଇବା ପରେ ସ୍ତ୍ରୀକୁ ବିଳମ୍ବିତ ରାତିରେ କୌଣସି ଏକ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିଲା। ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା: ବିଶ୍ବର ବିଭିନ୍ନ ଦେଶରେ ଉଠିଲା ପ୍ରତିବାଦର ଝଡ଼

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା । ବିଶ୍ବର ୨୫ ରାଷ୍ଟ୍ରର ୧୩୦ ସହରରେ ପ୍ରତିବାଦ ଦେଖିବାକୁ ମିିଳିଛି। ‘ଜଷ୍ଟିସ ଫର୍ ଅଭୟା’ ନାମରେ ସାରା ବିଶ୍ବରେ ଏହି ପ୍ରତିବାଦ କରାଯାଇଛି। ଆମେରିକା, ବ୍ରିଟେନ, କାନାଡା, ଆୟାରଲ୍ଯାଣ୍ଡ, ଜର୍ମାନୀ, ନେଦରଲ୍ଯାଣ୍ଡସ, ସୁଇଜରଲ୍ଯାଣ୍ଡ, ସୁଇଡେନ, ଚେକ୍, ସ୍ପେନ, ଅଷ୍ଟ୍ରେଲିଆ, ନ୍ଯୁଜିଲ୍ଯାଣ୍ଡ, ଜାପାନ, ତାଇୱାନ, ସିଙ୍ଗାପୁର ଆଦି ଦେଶରେ କରାଯାଇଛି ବିକ୍ଷୋଭ। ବିଭିନ୍ନ ଆନ୍ତର୍ଜାତିକ ସଂଗଠନ ପକ୍ଷରୁ ଏହି ଆହ୍ବାନ ଦିଆଯାଇଥିଲା।

ସେହିପରି କୋଲକାତାରେ ବି ହଜାର ହଜାର ଲୋକ ନ୍ଯାୟ ଦାବି କରିଛନ୍ତି। କ୍ୟାଣ୍ଡେଲ୍ ରାଲି କରି ପ୍ରତିବାଦ କରିଯାଉଛି। ପ୍ରାୟ ମାସକ ତଳେ କୋଲକାତାର ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। କେବଳ ଡାକ୍ତର ନୁହନ୍ତି, ସାଧାରଣ ନାଗରିକ, ଛାତ୍ରଛାତ୍ରୀ, ମହିଳା, ସାମାଜିକ କର୍ମୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ପଶ୍ଚିମବଙ୍ଗ ବିଧାନସଭାରେ ଦୋଷୀସାବ୍ଯସ୍ତ ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ଦେବା ସଂକ୍ରାନ୍ତ ସ୍ବତନ୍ତ୍ର ବିଲ୍ ଅପରାଜିତା ପାସ୍ ହୋଇଥିଲା।

 

ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳସ୍ତର; ଖୋଲିଲା ଜଲାପୁଟ ଡ୍ୟାମର ୬ଟି ଗେଟ୍

ଲମତାପୁଟ: ଲଗାଣ ବର୍ଷା ଯୋଗୁଁ ଚଳିତ ବର୍ଷ ପ୍ରଥମ ଥର ଜଲାପୁଟ ଡ୍ୟାମର ୬ଟି ଗେଟ ଖୋଲିଛି। ଜଲାପୁଟ ଡ୍ୟାମର କ୍ଷମତା ୨ ହଜାର ୭୫୦ ଫୁଟ ରହିଥିବା ବେଳେ ୨ ହଜାର ୭୪୯.୪୫ କୁ ଜଳସ୍ତର ଛୁଇଁଛି । ଡ୍ୟାମକୁ ୨ ହଜାର କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ଜଲାପୁଟର ସ୍ପିଲ ଓ୍ବେ ଡ୍ୟାମ ଏବଂ ମୁଖ୍ୟ ଡ୍ୟାମ ଦେଇ ୨୩ ହଜାର କ୍ୟୁସେକ ପାଣି ଛଡାଯାଉଛି । ସେହି ପାଣି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ର ଡି.ଡ୍ୟାମରେ ପହଞ୍ଚି ଜଳସ୍ତର ବଢ଼ିବାରୁ ୪ଟି ଗେଟ ଖୋଲାଯାଇଛି । ଜଳଭଣ୍ଡାରରେ ଜଳସ୍ତର ବଢ଼ି ବିପଦ ସଂକେତକୁ ଛୁଇଁବା ପରେ ଡି.ଡ୍ୟାମର ୪ଟି ଗେଟ ଖୋଲିଛି। ୩ ନମ୍ବର, ୫ ନମ୍ବର, ୬ ନମ୍ବର ଏବଂ ୭ ନମ୍ବର ଗେଟ ଖୋଲି ୨୦ ହଜାର କ୍ୟୁସେକ ପାଣି ନିଷ୍କାସିତ କରାଯାଉଛି । ଡ୍ୟାମ କ୍ଷମତା ୨୫ ଶହ 90 ଫୁଟ ଥିବା ବେଳେ ବର୍ତ୍ତମାନ ୨୫ ଶହ ୮୬ ଫୁଟ କୁ ଜଳସ୍ତର ଛୁଇଁଛି।

ଲଗାଣ ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା, ସୋମନାଥପୁରରେ କାନ୍ଥ ଭୁଶୁଡ଼ି ୩ ଆହତ

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା। ମାଲକାନଗିରିରୁ ଜୟପୁର ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ପାଙ୍ଗମା ପୋଲ ଉପରେ ତିନି ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଥିବା କାଙ୍କୁରୁକୋଣ୍ଡା, ଏମଭି-୯୦ ଓ ଏମଭି-୯୬ ପୋଲ ଉପରେ ମଧ୍ୟ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଠାରୁ କାଲିମେଳା, ମୋଟୁ ଓ ଜୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ଭାରି ବର୍ଷା ଯୋଗୁଁ ସହରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ଦୋକାନ ଓ ଘରେ ପାଣି ପଶିଛି । ବିଭିନ୍ନ ସାହି ଓ ବସ୍ତିରେ ମଧ୍ୟ ପାଣି ପ୍ରବାହିତ ହେଉଛି ।

କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ତୋଟାଗୁଡା ଗାଁରେ କାନ୍ଥ ଭୁଷୁଡି ତିନି ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ମାଲକାନଗିରି ଜିଲ୍ଲା ପୋଟେରୂରେ ବନ୍ୟା । ପୋଟେରୂ ନଦୀର ବନ୍ୟା ଜଳ ଗାଁ ଭିତରେ ପ୍ରବେଶ କରିଛି । ଲୋକଙ୍କ ଘର ଦ୍ବାର ଦୋକାନ ବଜାର ବନ୍ୟା ପାଣିର ବୁଡି ରହିଛି । ବର୍ଷା ଜାରି ରହିଥିବା ବେଳେ ସ୍ଥିତି ଆହୁରି ସାଙ୍ଘାତିକ ହେବାରେ ଆଶଙ୍କା ରହିଛି । ଲୋକେ ଘର ଦ୍ବାର ଛାଡି ପୋଟେରୂ ଥାନାର ଦୁଇ ମହଲା ଉପରେ ଆଶ୍ରୟ ନେଇଛନ୍ତି ।

ମିଳିପାରେ ଜିଏସଟି ଆଶ୍ବସ୍ତି; ଆଜି ଦିଲ୍ଲୀରେ ବସିବ ୫୪ତମ ଜିଏସଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସିବ ୫୪ତମ ଜିଏସଟି ପରିଷଦ ବୈଠକ। ଲୋକସଭା ନିର୍ବାଚନ ପରେ ଏହା ହେବ ଦ୍ବିତୀୟ ଜିଏସଟି ପରିଷଦ ବୈଠକ। ସାମିଲ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଜିଏସଟି କ୍ଷତିପୂରଣ ସେସକୁ ଜାରି ରଖିବା କିମ୍ବା ଏହା ବଦଳରେ ଅନ୍ଯ କୌଣସି ନୂଆ କର କିମ୍ବା ସେସ୍ ଲାଗି ବୈଠକରେ ଆଲୋଚନା ହୋଇପାରେ।

ସେହିପରି ଜୀବନ ଓ ସ୍ବାସ୍ଥ୍ଯ ବୀମା ପ୍ରିମିୟମ କ୍ଷେତ୍ରରେ ଜିଏସଟି ହାର ହ୍ରାସ ଲାଗି ହୋଇପାରେ ନିଷ୍ପତ୍ତି। ବର୍ତ୍ତମାନ ଏହି ବୀମା ପ୍ରିମିୟମ କ୍ଷେତ୍ରରେ ଜିଏସଟି ଲାଗୁ କରାଯାଉଛି ୧୮ ପ୍ରତିଶତ। ଯଦି ଏହା ଗୃହୀତ ହୁଏ ତେବେ ବିଭିନ୍ନ ବୀମା କମ୍ପାନିରେ ସାମିଲ ଥିବା ହିତାଧିକାରୀ ଉପକୃତ ହେବେ। ସେହିପରି ବିଦେଶୀ ଏୟାରଲାଇନ୍ସ ହୋଇପାରନ୍ତି ଉପକୃତ। ବିଦେଶୀ ଏୟାରଲାଇନସ୍ ଦ୍ବାରା ଆମଦାନୀ ହେଉଥିବା ସେବାକୁ କରମୁକ୍ତ କରିବା ପ୍ରସ୍ତାବ ଉପରେ ବି ଲାଗିପାରେ ମୋହର। କର୍କଟ ରୋଗ ଲାଗି ଔଷଧ, ବିଦ୍ଯୁତ ମିଟର ସେବା ଉପରୁ ଜିଏସଟି ହ୍ରାସ ବି ବିଚାରାଧୀନ ରହିଛି।

ସେହିପରି ରିୟଲଇଷ୍ଟେଟ ଓ ଧାତବ ଶିଳ୍ପ ଲାଗି କେତେକ ରିହାତି ଘୋଷଣା କରିପାରନ୍ତି ସରକାର। ଯଦି ଏହି ପ୍ରସ୍ତାବ ଗୃହୀତ ହେବ ତେବେ ସମ୍ପତ୍ତି କ୍ରୟ କରୁଥିବା ବ୍ଯକ୍ତି ଓ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କୁହାଯାଇଛି। ଲୋକସଭା ନିର୍ବାଚନ ପରେ ଗତ ଜୁନ ୨୨ରେ ଜିଏସଟି ବୈଠକ ବସିଥିଲା।