spot_img
Home Blog Page 1611

ଏମିତି ଗାଁ, ଯେଉଁଠି ପ୍ରତିଦିନ ଜାତୀୟ ସଂଗୀତ ଗାନ ସହ ଜାତୀୟ ପତାକା ଉତ୍ତୋଳନ ହୁଏ

ନନ୍ଦିଘୋଷ ବ୍ୟୁରୋ: ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଲୁଲଙ୍ଗ ପଞ୍ଚାୟତର କୀର୍ତ୍ତନପାଲି ଗାଁ । ଯେଉଁଠି ପ୍ରତିଦିନ ଜାତୀୟ ସଂଗୀତ ଗାନ ହେବା ସହ ଜାତୀୟ ପତାକା ଉତ୍ତୋଳନ ହୋଇଥାଏ । ଏଥିସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରାଯାଇଥାଏ l ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗାଁକୁ ସ୍ବଚ୍ଛ ରଖିବା ସହ ପ୍ରତି ଘରେ ପାଇଖାନା ସ୍ଥାପନ କରିଯାଇଛି । ଏହାସହ ଗାଁରେ ନିଶା ସେବନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗ୍ରାମବାସୀଙ୍କ ଭାତୃଭାବ, ସ୍ଵଛତା, ନିଶାମୁକ୍ତ, ବାହ୍ୟ ମଳମୁକ୍ତ ପରିବେଶ ପାଇଁ ଗାଁକୁ ବହୁବାର ପ୍ରଶାସନିକ ସ୍ତରରେ ପୁରସ୍କାର ମିଳିଛି l

 

ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାଇଁ ବଢୁଛି ଅଡୁଆ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାଇଁ ବଢୁଛି ଅଡୁଆ । ୯ ଦିନରେ ରୁଜୁ ହେଲାଣି ଦୁଇ ଦୁଇଟି ମାମଲା । ଢାକାରେ ହସିନାଙ୍କ ବିରୋଧରେ ଏକ ହତ୍ୟା ମାମଲା ମଙ୍ଗଳବାର ରୁଜୁ ହୋଇଥିଲା  । ଜଣେ ଗ୍ରୋସରୀ ଦୋକାନୀଙ୍କ ହତ୍ୟା ଘଟଣାରେ ଏହି ହତ୍ୟା ମାମଲା ରୁଜୁ ହୋଇଥିଲା  । ବୁଧବାର ହସିନାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । ୨୦୧୫ରେ ଜଣେ ଓକିଲଙ୍କୁ ଅପହରଣ ଘଟଣାରେ ଏହି ମାମଲା ରୁଜୁ ହୋଇଛି  । ହସିନାଙ୍କ ସହ ତାଙ୍କ କ୍ୟାବିନେଟର ଅନ୍ୟ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆଇନଜୀବୀ ସୋହେଲ୍ ରାଣା ଢାକାରେ ଏହି ମାମଲା ରୁଜୁ କରିଛନ୍ତି । ଫେବୃଆରୀ ୧୦, ୨୦୧୫ରେ ହସିନାଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ । କିଛିଦିନର ଅକଥନୀୟ ନିର୍ଯ୍ୟାତନା ପରେ ତାଙ୍କୁ ରାଜସାହିରେ ଛାଡ଼ିଦିଆଯାଇଥିଲା । ଅଗଷ୍ଟ ୫ ତାରିଖରେ ଦେଶ ଛାଡ଼ି ଭାରତ ଆସିଥିଲେ ଶେଖ୍ ହସିନା । ବାଂଲାଦେଶରେ ବିରାଟ ଛାତ୍ର ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା ।

ଛାଡ଼ପତ୍ର ଦେଇଥିଲେ, ଝିଅ ପାଇଁ ପୁଣିଥରେ ସ୍ବାମୀଙ୍କ ପାଖକୁ ଫେରିବେ..

ନନ୍ଦିଘୋଷ ବ୍ୟୁରୋ: ଅଭିନେତ୍ରୀ ଚାରୁ ଏବଂ ସ୍ବାମୀ ରାଜୀବଙ୍କ ଛାଡ଼ପତ୍ର ମାମଲା ବେଶ ଚର୍ଚ୍ଚାରେ ରହିଥିଲା । ଉଭୟଙ୍କ ଏକ ଝିଅ ମଧ୍ୟ ରହିଛି, କିନ୍ତୁ ସେମାନେ ଛାଡ଼ପତ୍ର ଦେଇ ଅଲଗା ଅଲଗା ରହୁଥିଲେ । ଚାରୁ ଏବଂ ରାଜୀବଙ୍କ ମାମଲାକୁ ନେଇ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିଲା । ଚାରୁ ସ୍ବାମୀ ରାଜୀବଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ମଧ୍ୟ ଆଣିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲର ଶିକାର ହୋଇଥିଲେ ଚାରୁ । କିନ୍ତୁ ଏବେ ସେ ପୁଣିଥରେ ସ୍ବାମୀଙ୍କ ପାଖକୁ ଫେରୁଛନ୍ତି । ଝିଅର ଭବିଷ୍ୟତ ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ତେବେ ସୋସିଆଲ ମିଡିଆରେ ତାଙ୍କୁ ୟୁଜର୍ସମାନେ ବିଭିନ୍ନ କେମଣ୍ଟମାନ କରୁଥିବାବେଳେ ଚାରୁ କହିଛନ୍ତି କି, ଲୋକଙ୍କ କାମ ହେଉଛି କହିବା । ଯିଏ ଯାହା କହିଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ । ମୋ ଝିଅର ଭବିଷ୍ୟତ ଚିନ୍ତା କରିବା ମୋର କର୍ତ୍ତବ୍ୟ । ଆମେ ଅଲଗା ହେବା ପରେ ମଧ୍ୟ ରାଜୀବ ଝିଅକୁ ଦେଖା କରିବା ପାଇଁ ଯେବେ ଯାଆନ୍ତି ମୁଁ କେବେ ବାରଣ କରେ ନାହିଁ ।

କହି ରଖୁଛୁ କି, ଚାରୁ ଏବଂ ରାଜୀବଙ୍କ ବିବାହ ୨୦୧୯ ମସିହାରେ ହୋଇଥିଲା । ସେମାନଙ୍କ ଗୋଟିଏ ଝିଅ ରହିଥିବାବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଦୂରତା ବଢ଼ିଥିଲା । ରାଜୀବ ହେଉଛନ୍ତି ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ।

 

ଶାରିରୀକ ଭାବେ ଫିଟ୍ ରହିବାକୁ ତାଇକୋଣ୍ଡା ଖେଳକୁ ଆପଣାଉଛନ୍ତି ଯୁବପିଢ଼ୀ

ନନ୍ଦିଘୋଷ ବ୍ୟୁରୋ: ତାଇକୋଣ୍ଡୋ ଖେଳ ପ୍ରତି ଯୁବ ପିଢ଼ିଙ୍କ ବଢୁଛି ଆଗ୍ରହ। ନିଜକୁ ଶାରୀରିକ ଫିଟ ରଖିବା ସହ ନିଜକୁ ଆତ୍ମ ସୁରକ୍ଷା ଦେବା ପାଇଁ ତାଇକୋଣ୍ଡୋ ଖେଳକୁ ଆପଣାଉଛନ୍ତି ଯୁବପିଢି । ଏଥିପାଇଁ ଝିଅମାନଙ୍କ ଆଗ୍ରହ ବଢୁଥିବା ବେଳେ ଝିଅ ମାନଙ୍କୁ ମାଗଣା ଶିକ୍ଷା ମଧ୍ୟ ଦିଆଯାଉଛି।

ତାଇକୋଣ୍ଡୋ ଖେଳ ପ୍ରତି ବଢୁଛି ଯୁବ ପିଢ଼ିଙ୍କ ଆଗ୍ରହ। ନିଜକୁ ଶାରିରୀକ ଫିଟ ରଖିବାପାଇଁ ଟାଇକୋଣ୍ଡା ଖେଳକୁ ଆପଣାଉଛନ୍ତି ଯୁବପିଢି । ଯାଜପୁର ଜିଲ୍ଲା ଧର୍ମଶାଳା ଟାଇକୋଣ୍ଡୋ ଏକାଡେମୀରେ ୮୦ ରୁ ଅଧିକ ଯୁବକ ଯୁବତୀ ମାନେ ତାଇକୋଣ୍ଡୋ ପ୍ରଶିକ୍ଷଣ ନେଉଛନ୍ତି । ଦୀର୍ଘ ୧୦ ବର୍ଷ ହେବ ଜାରକା କଳ୍ପତରୁ ଦାସ ଷ୍ଟାଡିୟମରେ ପ୍ରଶିକ୍ଷଣ ଦିଆଯାଉଛି । ଏଠାରେ ବିଶେଷ କରି ସ୍ୱତନ୍ତ୍ର ଟାଇକୋଣ୍ଡୋ ପ୍ରଶିକ୍ଷଣ, ଆତ୍ମ ସୁରକ୍ଷା ନେଇ ପ୍ରଶିକ୍ଷଣ, ଓଜନ ହ୍ରାସ ପାଇଁ ପ୍ରଶିକ୍ଷଣ, ୱେପନ ଟ୍ରେନିଂ, ଫାଇଟିଙ୍ଗ ଟ୍ରେନିଂ, ଶିକ୍ଷା ଦିଆଯାଉଛି। ଆଜିର ସମାଜରେ ଝିଅମାନେ ଯେଉଁଭଳି ନିଜକୁ ଆତ୍ମ ସୁରକ୍ଷା ଦେଇପାରିବେ ସେଥିପ୍ରତି ଝିଅମାନଙ୍କୁ ମାଗଣା ଟ୍ରେନିଂ ଦିଆଯାଉଛି । ଏହି ଖେଳ ପ୍ରତି ଝିଅମାନଙ୍କର ଭାରିଦାରୀତା ବେଶୀ ଦେଖିବାକୁ ମିଳୁଛି ।

ତାଇକୋଣ୍ଡୋ ଖେଳରେ ଵେଶ ସଫଳତା ହାସଲ କରି ପାରିଛନ୍ତି ଧର୍ମଶାଳା ଟାଇକୋଣ୍ଡୋ ଏକାଡେମୀର ଖେଳାଳିମାନେ ।ଜିଲ୍ଲା, ରାଜ୍ଯ ଓ ଜାତୀୟ ସ୍ତରରେ ଖେଳି ବେଶ ସୁନାମ ଆଣିପାରିଛନ୍ତି । ତେବେ ଖେଳାଳିମାନେ ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ଅଲିମ୍ପିକ୍ସ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଖେଳାଳିମାନେ ଯେଭଳି ସଫଳତାର ଶୀର୍ଷରେ ପହଞ୍ଚିପାରିବେ ସେଥିପାଇଁ ଏକାଡେମୀ କୋଟ ସେମାନଙ୍କୁ ଜୋରଦାର ଅଭ୍ଯାସ କରାଉଛନ୍ତି ।

 

ଓୟୋରୁ ଧରା ପଡ଼ିଥିବା ରସିକିଆ ସ୍ବାମୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଘରେ ଥିଲା ସ୍ତ୍ରୀ,  ଓୟୋରେ ବଙ୍ଗୀୟ ଯୁବତୀଙ୍କ ସହ ମଉଜ କରୁଥିଲା ସ୍ବାମୀ । ପୋଲିସ ସହାୟତାରେ ଭୁବନେଶ୍ବର ପଟିଆ ଥାନା ଅଞ୍ଚଳର ଏକ ଓୟୋ ହୋଟେଲରୁ ସ୍ବାମୀକୁ ରଙ୍ଗେହାତ ଧରିଛନ୍ତି ସ୍ତ୍ରୀ । ଅଭିଯୁକ୍ତ ସ୍ବାମୀ ହେଲା ଅଭିନବ ସିଂ । ସେ ଜଣେ ରାପର ଭାବେ କାମ କରୁଥିଲା । ଗତକାଲି ରାତିରେ ସେ ପଟିଆ ଅଞ୍ଚଳରେ ଏକ ଓୟୋରେ ଯୁବତୀଙ୍କ ସହ ଥିବାନେଇ ସ୍ତ୍ରୀ ସୂଚନା ପାଇଥିଲେ । ପରେ ଇନଫୋସିଟି ଥାନା ପୋଲିସ ସହାୟତାରେ ସେହି ହୋଟେଲକୁ ଯାଇଥିଲେ । ପୋଲିସ ରେଡ୍ କରିବା ସମୟରେ ରୋମିଓ ସ୍ବାମୀ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଗୋଟିଏ ରୁମରେ ଥିଲେ । ହୋଟେଲରେ ମୋଟ ୩ଟି ରୁମ୍ ବୁକ୍ ହୋଇଥିଲା। ଗୋଟିଏ ରୁମରେ ଅଭିଯୋଗକାରୀ ମହିଳାଙ୍କ ସ୍ୱାମୀ ଅଭିନବ ସିଂଙ୍କ ସହ ୨ଜଣ ଯୁବତୀ ରହିଥିଲେ । ଏହି ସମୟରେ ଦୁଇ ଯୁବକ ଉତ୍ତ୍ଯକ୍ତ ହୋଇ ଅଭିନବଙ୍କ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ । ରୁମ ଭିତରୁ ମଦ ସମେତ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ସେଠାରେ ସେକସ ରାକେଟ ଚାଲିଥିବା ସନ୍ଦେହ କରାଯାଉଛି । ମାମଲାରେ ପୋଲିସ ଅଭିଯୁକ୍ତ ସ୍ବାମୀ ସହ ମୋଟ ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ଯୁବତୀ ରହିଛନ୍ତି । ପୂର୍ବରୁ ଅଭିଯୁକ୍ତ ସ୍ବାମୀ ନାଁରେ ନନ୍ଦନକାନନ ଥାନାରେ ଦୁଇଟି ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।

ଭାଇରାଲ ହେଉଛି ୭ ବର୍ଷୀୟ ବିଦ୍ୟାର୍ଥୀଙ୍କ ଛୁଟି ଦରଖାସ୍ତ

ନନ୍ଦିଘୋଷ ବ୍ୟୁରୋ: କେବେ ଭଲ ଖବର, ତ ଆଉ କେବେ ଖରାପ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ବେଳେବେଳେ ବିଭିନ୍ନ ମଜାଳିଆ କଣ୍ଟେନ ମଧ୍ୟ ଭାଇରାଲ ହୋଇଥାଏ । ତେବେ ଜଣେ ୭ ବର୍ଷୀୟ ବାଳକର ଏକ ଛୁଟି ଦରଖାଣ୍ଡ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିଦ୍ୟାର୍ଥୀ ଜଣକ ଲେଖିଛନ୍ତି କି, ମୁଁ ଯାଇପାରିବିନି , ମୁଁ ଯାଇପାରିବିନ ଏମିତି କେବଳ ତିନିଥର ଲେଖି ଛନ୍ତି । ତେବେ ଏହି ଛୁଟି ଦରଖାସ୍ତଟି ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବାବେଳେ ଏହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଛାତ୍ରଙ୍କ ନାମ ରାକେଶ ବୋଲି କୁହାଯାଇଛି । ଏହି ଛୁଟି ଦରଖାସ୍ତକୁ ଯିଏ ବି ଦେଖୁଛି ନହସି ରହିପାରୁନାହିଁ ।

https://www.instagram.com/rolex_0064/?utm_source=ig_embed&ig_rid=07d4bfd0-f8e0-4178-9e68-3231a878769b

ପୂରଣ ହେଲା ଗମ୍ଭୀରଙ୍କ ଡିମାଣ୍ଡ, ଟିମ ଇଣ୍ଡିଆର ବୋଲିଂ କୋଚ ହେଲେ ମର୍କେଲ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଗୋଟିଏ ପରେ ଗୋଟିଏ ଡିମାଣ୍ଡ ପୂରଣ ହେବାରେ ଲାଗିଛି । ପୂର୍ବରୁ ଲକ୍ଷୌ ସୁପର ଜାଏଣ୍ଟ ପକ୍ଷରୁ ଏକାଠି କାମ କରିଥିବା ମର୍କେଲଙ୍କୁ ବୋଲିଂ କୋଚ ପାଇଁ ଡିମାଣ୍ଡ ରଖିଥିଲେ ମର୍କେଲ । ଆଉ ଆଜି ଏହା ମଧ୍ୟ ପୂରଣ ହୋଇଛି । ଟିମ ଇଣ୍ଡିଆର ବୋଲିଂ କୋଚଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ବିସିସିଆଇ ସମ୍ପାଦକ ଜୟ ଶାହା ଏହି ସୂଚନା ଦେଇଛନ୍ତି । ତେବେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ନିଜର କାର୍ଯ୍ୟଭାର ସମ୍ଭାଳିବେ ମର୍କେଲ । ଦକ୍ଷିଣ ଆଫ୍ରିକାର ପୂର୍ବତନ ଦୃତ ବୋଲର ମର୍କେଲ ଜଣେ ଦକ୍ଷ ବୋଲର ଥିଲେ । ଆଇପିଏଲରେ ମଧ୍ୟ ସେ ଦିଲ୍ଲୀ କ୍ୟାପିଟାଲ, ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଖେଳିଛନ୍ତି । ତାଙ୍କର ଦକ୍ଷ ବୋଲିଂ ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଥିବାବେଳେ ଭାରତୀୟ ଦଳର ବୋଲିଂ ଦିଶାକୁ କେଉଁ ଦିଗକୁ ନେବେ ତାହା ଦେଖିବାକୁ ବାକି ରହିଛି । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ତାଙ୍କର ପରୀକ୍ଷା ଆରମ୍ଭ ହେବ ।

ରିଲ୍ ମାୟା,ମାଟିରେ ପୋତି ହେଲେ ଯୁବକ !

ନନ୍ଦିଘୋଷ ବ୍ୟୁରୋ: ଏବେ ସମାଜରେ ସମସ୍ତଙ୍କୁ ବାୟା କରୁଛି ରିଲ୍ସ ନିଶା । ଅଧିକ ଲାଇକ, କମେଣ୍ଟ ପାଇଁ ଜୀବନକୁ ବାଜିରେ ଲଗାଉଛନ୍ତି । ବିପଦ ସଙ୍କୁଳ ଅବସ୍ଥାରେ ରିଲ୍ସ କରୁଛନ୍ତି ଅନେକ । ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ମାଟିରେ ପୋତି ହୋଇଯାଇଛନ୍ତି । ବିହାରରେ ଏବେ ଏମିତି ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହା କେଉଁ ଅଞ୍ଚଳର ତାହା ସ୍ପଷ୍ଠ ହୋଇନାହିଁ । କିନ୍ତୁ ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ଯୁବକ ଜଣକ ସମ୍ପୂର୍ଣ୍ଣ ମାଟିରେ ପୋତି ହୋଇଯାଇଛନ୍ତି । ପାଖରେ ଜଣେ ଯୁବତୀ ଏବଂ ଜଣେ ଅର୍ଦ୍ଧବୟସ୍କା ମହିଳା ବସିଛନ୍ତି । ଭିଡିଓରେ କୌଣସି ଶବ୍ଦ ଆସୁନଥିବାବେଳେ ଏଥିରେ ଏକ ହିନ୍ଦୀ ଗୀତ ବାଜୁଛି । ତେବେ ମହିଳା ଜଣକ ଯୁବକଙ୍କୁ ଖୁଆାଉଥିବାବେଳେ ଯୁବତୀ ଜଣକ ପାଖରେ ବସି ମୁଣ୍ଡ ଆଉଁସୁଛନ୍ତି । ଆଉ ଭିଡିଓ ଶେଷରେ ସେମାନେ ଇଶାରା କରୁଛନ୍ତି କି, ଭିଡିଓକୁ ଲାଇକ କମେଣ୍ଟ କରିବା ପାଇଁ । ଯେଉଁଥିରୁ ଅନୁମାନ କରାଯାଉଛି କି, ଯୁବକ ଜଣକ ରିଲ୍ସ ପାଇଁ ଏଭଳି ପୋତି ହୋଇଛନ୍ତି । ଯାହାକୁ ନେଇ କିଛି ୟୁଜର୍ସ ଭଲ କମେଣ୍ଟ ଦେଉଥିବାବେଳେ ଆଉ କିଛି ଖରାପ କମେଣ୍ଟ ମଧ୍ୟ ଦେଉଛନ୍ତି । କେହି କେହି ସଚେତନ କରିବା ଭଳି ମେସେଜ ମଧ୍ୟ ଦେଉଛନ୍ତି ।

ସାନଖେମୁଣ୍ଡିରେ ତ୍ରିରଙ୍ଗା ବାଇକ ରାଲିରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ

ନନ୍ଦିଘୋଷ ବ୍ୟୁରୋ: ଗଂଜାମ ସାନଖେମୁଣ୍ଡିରେ ତ୍ରିରଙ୍ଗା ବାଇକ ରାଲି ଚାଲିଥିବା ବେଳେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ। ସାନଖେମୁଣ୍ଡିର ବିଜେପି ବିଧାୟକ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀଙ୍କ ଗୋଷ୍ଠୀ ଏବଂ ପୂର୍ବତନ ବିଜେପିର ବିଧାୟକ ପ୍ରାର୍ଥୀ ବିଜୟ କୁମାର ସ୍ୱାଇଁଙ୍କ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ସରକାରୀ ସ୍ତରରେ କାର୍ଯ୍ୟକ୍ରମ ରହିଥିବା ବେଳେ ବିଜେପି କର୍ମୀମାନେ ବାଇକ ରାଲିରେ ଯିବାବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇ ଗଣ୍ଡଗୋଳ ହୋଇଥିଲା। ଧସ୍ତାଧସ୍ତି ସହ ମୁଥ ମରାମରି ହୋଇଥିଲେ। ତ୍ରିରଙ୍ଗା ପତାକା ଧରିଥିବା ବାଡ଼ିରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା। ପାଟପୁର ପୋଲିସ ଉପସ୍ଥିତିରେ ଦୁଇ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପସ୍ଥିତିରେ 326 ନମ୍ବର ଜାତୀୟ ରାଜପଥ ପାଲଟିଥିଲା ଯୁଦ୍ଧପଡିଆ। ତ୍ରିରଙ୍ଗା ବାଇକ ରାଲିରେ ସାମିଲ ହୋଇଥିବା ଅନ୍ୟ ଯୁବ ପିଢ଼ି ଛତ୍ରଭଙ୍ଗ ଦେଇଥିଲେ।

କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଗୁମୁଡୁମାହା ନିକଟସ୍ଥ ଦାସୁଙ୍ଗିଆ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି। ସେପଟେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍ ଜୋରଦାର ଚାଲିଥିବା ବେଳେ ୬ଟି ଟିମ୍ ଏହି ଅପରେସନରେ ସାମିଲ୍ ଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ଏହାକୁ ନେଇ ଗୁମୁଡୁମାହା,ଦାସୁଙ୍ଗିଆ,ଜକିଙ୍ଗୀଆ,ପାଙ୍ଗୁରୁମିଲା ଅଞ୍ଚଳର ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।