ନନ୍ଦିଘୋଷ ବ୍ୟୁରୋ: ଦିନେ କହିଥିଲେ କି, ମୁଁ ବୁମରାଙ୍କଠାରୁ ଭଲ ବୋଲର । ଅଣ୍ଡର-୧୯ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଦଳ ପାଇଁ ଖେଳିଥିବା ମଫାକା ଏକ ନୂଆ ରେକର୍ଡ ଅର୍ଜନ କରିଛନ୍ତି । ସର୍ବକନିଷ୍ଠ ଖେଳାଳିଭାବେ ସେ ଦକ୍ଷିଣଆଫ୍ରିକା ଦଳରେ ଖେଳିବାର ସୁଯୋଗ ପାଇଛନ୍ତି । ୧୮ ବର୍ଷ ୧୩୮ ଦିନର ବୟସ୍କ ଖେଳାଳି । କମ ବୟସର ଖେଳାଳି ଆନ୍ତର୍ଜାତୀୟ ଦଳରେ ଡେବ୍ୟୁ କରିଛନ୍ତି । ଦକ୍ଷିଣଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ ହେଉଛି । ଏହି ସିରିଜରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେବ୍ୟୁ କରିଛନ୍ତି ମଫାକା । ପ୍ରଥମ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିଥିଲେ । ୪ ଓଭର ବୋଲିଂ ମାତ୍ର ୨୫ ରନ ବ୍ୟୟ କରି ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ ମଫାକା । ସେପଟେ ଗତ ଆଇପିଏଲରେ ମଧ୍ୟ ଡେବ୍ୟୁ କରିସାରିଛନ୍ତି ମଫାକା । ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି । ଅଣ୍ଡର-୧୯ ବିଶ୍ବକପରେ ୬ ମ୍ୟାଚରେ ୨୧ ଓ୍ବିକେଟ ଅକ୍ତିଆର କରି ସମସ୍ତଙ୍କ ନଜରକୁ ଆସିଥିଲେ ମଫାକା । ଆଉ ସେ ଦେଇଥିବା ଏକ ପ୍ରତିକ୍ରିୟା ବେଶ ଭାଇରାଲ ହୋଇଥିଲା । କହିଥିଲେ କି, ମୁଁ ବୁମରାଙ୍କଠାରୁ ଭଲ ବୋଲର ।
ମହାରାଷ୍ଟ୍ର ପୁଣେରେ ହେଲିକପ୍ଟର କ୍ରାସ
ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ପୁଣେରେ ହେଲିକପ୍ଟର କ୍ରାସ। ଖରାପ ପାଗ ଓ ପ୍ରବଳ ପବନ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଛି ହେଲିକପ୍ଟର AW 139। ହେଲିକପ୍ଟରରେ କ୍ଯାପଟେନଙ୍କ ସମେତ ୪ ଜଣ ଥିବା ସୂଚନା। ତେବେ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ମୁମ୍ବାଇ ଜୁହୁଠାରୁ ଉଡାଣ କରିବା ପରେ ଘଟିଥିଲା ଦୁର୍ଘଟଣା। ପୁଣେ ନିକଟସ୍ଥ ପାଉଦ ଇଲାକାରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ କ୍ଯାପଟେନ ଆନନ୍ଦ ଆହତ ହୋଇଥିବା ସୂଚନା। ମୁମ୍ବାଇରୁ ହାଇଦ୍ରାବାଦ ଯିବାବେଳେ ଘଟିଥିଲା ଦୁର୍ଘଟଣା।
ଜେଲରେ ରୁଟି ସହିତ ମଟନ୍ ଖାଉଛି ସଂଜୟ
କୋଲକାତା: ଜେଲରେ ମଉଜ କରୁଛି ସଞ୍ଜୟ । ଦୁଷ୍କର୍ମକାରୀକୁ ବିଳାସମୟ ଚର୍ଚ୍ଚା । ଜେଲରେ ଥାଟବାଟ ପୁରା ଅଲଗା । ସାଧା ନୁହେଁ ଆମିଷ ଖାଉଛି ଅଭିଯୁକ୍ତ । ରାତ୍ରିଭୋଜନରେ ଖାଉଛି ମଟନ । ପାଟିରେ ଆମିଷ ନ ବାଜିଲେ ସଞ୍ଜୟକୁ ଖାଇବା ରୁଚୁନି । ପ୍ରେସିଡେନ୍ସି ଜେଲର ସେଲ୍ ନମ୍ବର ୨୧ରେ ବନ୍ଦ ସଞ୍ଜୟର ରାଜକୀୟ ଆତିଥ୍ୟ ଚାଲିଛି । କାଲି ରାତିରେ ଜେଲରେ ରୁଟି ଓ ମଟନ ଖାଇଛି ସଞ୍ଜୟ ।
ଗତକାଲି ସିବିଆଇ ଟିମ କୋଲକତାର ପ୍ରେସିଡେନ୍ସି ଜେଲରେ ସଞ୍ଜୟର ପଲିଗ୍ରାଫ ଟେଷ୍ଟ କରିଥିଲା । ସିସିଟିଭି ଫୁଟେଜରେ ସଞ୍ଜୟକୁ ହତ୍ୟା ଦିନ ଭୋର ୪ଟା ସମୟରେ ଆରଜି କର ମେଡିକାଲ କଲେଜରେ ପ୍ରବେଶ କରିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ସିବିଆଇ ଜେରାରେ ସଞ୍ଜୟ କିଛି ଖାସ କଥା ଖୁଲାସା କରିନାହିଁ ।
ଅଭିଯୁକ୍ତ ସଞ୍ଜୟର ମା’ କହିଛନ୍ତି ଯେ ତାଙ୍କ ପୁଅକୁ ଏହି ମାମଲାରେ ଫସାଇ ଦିଆଯାଇଛି । ସେପଟେ ତାଙ୍କ ପଡୋଶୀ କହିଛନ୍ତି ଯେ ସଞ୍ଜୟର ଚାଲି ଚଳଣ ସବୁ ଅପରାଧୀଙ୍କ ଭଳି । ସବୁବେଳେ ମଦ୍ୟପାନ କରି ନିଶାସକ୍ତ ରହୁଥିଲା ସଞ୍ଜୟ । ପଡୋଶୀଙ୍କ କହିବା କଥା ଯେ ସେ ନିଶାସକ୍ତ ଅବସ୍ଥାରେ ଆଖପାଖ ମହିଳାଙ୍କୁ ଏଭଳି ଦେଖୁଥିଲା ଯେ ତାକୁ ଭୟ କରି ମହିଳା ମାନେ ଘରୁ ବାହାରୁ ନଥିଲେ ।
ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋଲକାତା ପୋଲିସର ସିଭିଲ ଭଲ୍ୟୁଣ୍ଟର ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଛି । ଏହି କ୍ରୁର ଘଟଣା ପୁରା ଦେଶକୁ ଆକ୍ରୋଶିତ କରିଛି । ଘଟମାକୁ ବିରୋଧ କରି ସମଗ୍ର ଭାରତରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ଡାକ୍ତର ସଙ୍ଗଠନ ପାଖାପାଖି ଏକ ସପ୍ତାହରୁ ଅଧିକ ସମୟ ଧରି ଆନ୍ଦୋଳନ ଜାରି ରଖିଥିଲେ । ଘଟଣା ପରଠୁ ଅଭିଯୁକ୍ତକୁ ତା ମା ଦେଖିନଥିବା ଦାବି କରିଛନ୍ତି । ସେପଟେ ଅଭିଯୁକ୍ତର ଭଉଣୀ ମାନେ ଏହି ଘଟଣା ପରଠୁ ତାକୁ ଚିହ୍ନିନଥିବା କହିଛନ୍ତି ।
ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରଏଙ୍କ ମା ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଖରାପ ସମୟରେ ମୋର କୌଣସି ଝିଅ ଘରକୁ ଆସୁ ନାହାନ୍ତି । ୪ ଜଣ ମୋତେ ଛାଡି ଚାଲିଯାଇଛନ୍ତି । ମୋର ବହୁତ ସୁନ୍ଦର ପରିବାର ଥିଲା । ମୋ ସ୍ବାମୀଙ୍କ ମୃତ୍ୟୁ ପରେ ସବୁକିଛି ବିଗିଡି ଯାଇଛି । ମୋର ସୁନ୍ଦର ପରିବାର ଏବେ କେବଳ ସ୍ମୃତି ହୋଇ ରହିଯାଇଛି । ମୋ ପୁଅକୁ ଦେଖା କରାଇବା ପାଇଁ କେହି ମୋତେ ନେଇକି ଯାଉନାହାନ୍ତି । ଅଦାଲତରେ କେମିତି ଆବେଦନ କରାଯାଏ ତାହା ମଧ୍ୟ ମୋତେ ଜଣାନାହିଁ ବୋଲି ଅଭିମାନ କରିଛନ୍ତି ସଞ୍ଜୟଙ୍କ ମା ।
ମିଛଧରା ଟେଷ୍ଟର ସତ କାହାଣୀ କଣ ? ସାଧାରଣ ଲୋକ ପଲିଗ୍ରାଫ ମେସିନ କିଣିପାରିବେ କି ?
ନନ୍ଦିଘୋଷ ବ୍ୟୁରୋ: ସତ ଆଉ ମିଛର ପର୍ଦ୍ଦାପାଶ ପାଇଁ ପଲିଗ୍ରାଫ ଟେଷ୍ଟ କରାଯାଇଥାଏ । ଯାହାକୁ ଲାଏ ଡିଟେକ୍ଟର ଟେଷ୍ଟ ବି କୁହାଯାଏ । ଗତ କିଛି ବର୍ଷ ମଧ୍ୟରେ ଆମେ ପଲିଗ୍ରାଫ ଟେଷ୍ଟ ବିଷୟରେ ଶୁଣିବାକୁ ପାଉଛୁ । ବଡ ବଡ ଅପରାଧୀଙ୍କ ତଦନ୍ତ ବେଳେ ଅଧିକାଂଶ ସମୟରେ କୋର୍ଟ ପଲିଗ୍ରାଫ ଟେଷ୍ଟର ନିର୍ଦ୍ଦେଶ ଦେଇଥାନ୍ତି । ଯେଉଁଥିରୁ ଜଣାପଡିଥାଏ ଯେ ଅଭିଯୁକ୍ତ ଜଣକ ସତ କହୁଛି ନା ମିଛ । ଆପଣ ଜାଣନ୍ତି କି ପଲିଗ୍ରାଫ ଟେଷ୍ଟ କେମିତି ହୋଇଥାଏ ? ଏଥିରେ କେଉଁ ମେସିନର ବ୍ୟବହାର କରାଯାଏ ? ଏହି ମେସିନର ମୂଲ୍ୟ କେତେ ? ଭାରତ ଓ ଅନ୍ୟ ଦେଶରେ କେଉଁ କମ୍ପାନୀ ଏହାର ନିର୍ମାଣ କରିଥାନ୍ତି? ପଲିଗ୍ରାଫ ଟେଷ୍ଟ ଓ ମେସିନକୁ ନେଇ ଅନେକ ପ୍ରଶ୍ନ ଉଠିଥିବାବେଳେ ଏକ ବଡ ପ୍ରଶ୍ନ ଉଠୁଛି ଯେ ଯେ କୌଣସି ବ୍ୟକ୍ତି ପଲିଗ୍ରାଫ ମେସିନ କିଣି ପାରିବେ କି ?
ପଲିଗ୍ରାଫ ମେସିନରେ ବ୍ୟକ୍ତିର ଶରୀରରେ ସଂଯୋଗ ହୋଇଥିବା ଏକ ସେନସର୍ରେ ଆସୁଥିବା ସିଗନାଲକୁ ଏକ ମୁଭିଂ ପେପର୍(ଗ୍ରାଫ)ରେ ରେକର୍ଡ କରାଯାଇଥାଏ ।ଏହି ପ୍ରୋସେସକୁ ପଲିଗ୍ରାଫ ଟେଷ୍ଟ କୁହାଯାଏ ।
ପେଷ୍ଟ୍ରୋ ଇନଫୋ ସଲ୍ୟୁସନ କମ୍ପାନୀ ଭାରତକୁ ପଲିଗ୍ରାଫ ମେସିନ ପଠାଉଥିବା ଟପ୍ କମ୍ପାନୀ ଅଟେ । ଏହି କମ୍ପାନୀ ସିକ୍ୟୁରିଟି ଓ ଆଇନ ଏଜେନ୍ସୀ ଦ୍ବାରା ବ୍ୟବହାର କରାଯାଉଥିବା ପଲିଗ୍ରାଫ ମେସିନ ପ୍ରସ୍ତୁତ କରିଥାଏ । ସେହିପରି ମେଡିକ୍ୟାମ କମ୍ପାନୀ ଦେଶରେ ଲାଇ ଡିଟେକ୍ଟର ବା ପଲିଗ୍ରାଫ ମେସିନ ପ୍ରଦାନ କରୁଥିବା ଆଉ ଏକ କମ୍ପାନୀ ଅଟେ । ମେଡିକ୍ୟାମର ପଲିଗ୍ରାଫ ମେସିନକୁ ବ୍ୟାପକ ରୁପେ ସରକାରୀ ଏଜେନ୍ସୀ ଓ ବେସରକାରୀ ସେକ୍ଟରରେ କମ୍ପାନୀ ଦ୍ବାରା ବ୍ୟବହାର କରାଯାଇଥାଏ । ସକେହିପରି ରିଲାଏବଲ ଟେଷ୍ଟିଂ ସଲ୍ୟୁସନ୍ସ ପଲିଗ୍ରାଫ ଟେଷ୍ଟ ଡିବାଇସ ଓ ଅନ୍ୟ ଫରେନ୍ସିକ ଡିଭାଇସ ଯୋଗାଇଥାଏ ।
ଆମେରିକାର ଲାଫାୟେତେ ଇନଷ୍ଟ୍ରୁମେଣ୍ଟ କମ୍ପାନୀ ବିଶ୍ବର ଟପ୍ ଗ୍ଲୋବାଲ ପଲିଗ୍ରାଫ ମେସିନ ସପ୍ଲାଏର ଯିକ କି ସମଗ୍ର ବିଶ୍ବରେ ଥିବା ସରକାରୀ ଏଜେନ୍ସୀକୁ ଆଡଭାନ୍ସଡ ଡିଭାଇସ ଯୋଗାଇଥାଏ । ଏହାଛଡା ଷ୍ଟୋଏଲଟିଂ କୋ. ଓ କିଲର ପଲିଗ୍ରାଫ ଦୁଇ ନାମୀଦାମୀ ଆମେରିକୀୟ କମ୍ପାନୀ ପଲିଗ୍ରାଫ ଡିଭାଇସ ନିର୍ମାଣ କରୁଛନ୍ତି ।
କିଏ କିଣିପାରିବେ ପଲିଗ୍ରାଫ ମେସିନ
ପଲିଗ୍ରାଫ ମେସିନ ମୁଖ୍ୟତ୍ଃ ସରକାରୀ ତଦନ୍ତ ସଂସ୍ଥା କିଣିଥାନ୍ତି । ଏହା ଛଡା ସିକ୍ୟୁରିଟି ଏଜେନ୍ସୀ ଓ ବେସରକାରୀ ତଦନ୍ତ ସଂଶ୍ଥା ପଲିଗ୍ରାଫ ମେସିନ କିଣି ପାରିବେ । ବେସରକାରୀ ସଂସ୍ଥା ବା ବ୍ୟକ୍ତିଗତ ଭାବେ ପଲିଗ୍ରାଫ ମେସିନ କିଣିଲେ ବୈଧ କାରଣ ଦେବାକୁ ପଡିଥାଏ । କିଛି ଦେଶକୁ ଆଇନ ମୁତାବକ ପଲିଗ୍ରାଫ ମେସିନ କିଣିବାକୁ ଅନୁମତି ନେବାକୁ ପଡିଥାଏ ।
ପଲିଗ୍ରାଫ ମେସିନର ମୂଲ୍ୟ ତାର ଆକାର, ବ୍ରାଣ୍ଡ ଓ ମଡେଲ ଉପରେ ନିର୍ଭର କରିଥାଏ । ବେସିକ ଆନାଲଗ ମଡେଲର ମୂଲ୍ୟ ଅଢେଇ ଲକ୍ଷରୁ ୪ ଲକ୍ଷ ମଧ୍ୟରେ ହୋଇଥାଏ । ଆଡଭାନ୍ସଡ ଡିଜିଟାଲ ପଲିଗ୍ରାଫ ମେସିନର ମୂଲ୍ୟ ୮ ଲକ୍ଷରୁ ୧୨ ଲକ୍ଷ ଟଙ୍କା ହୋଇଥାଏ । ଏଜେନ୍ସୀର ଆବଶ୍ୟକତା ଅନୁସାରେ ମେସିନର ମୂଲ୍ୟ ବୃଦ୍ଧି ହୋଇଥାଏ ।
ସାଲିଆ ସାହିରେ ଦେଶୀ ମଦ ଭାଟି ଉପରେ ପୋଲିସର ଚଢ଼ାଉ
ନନ୍ଦିଘୋଷ ବ୍ୟୁରୋ: ସାଲିଆ ସାହିରେ ଦେଶୀ ମଦ ଭାଟି ଉପରେ ପୋଲିସର ଚଢ଼ାଉ। ବାଲଟି ବାଲଟି ଦେଶୀ ମଦ ଜବତ। ପୋଲିସ ଓ ଏକ୍ସାଇଜ ଟିମ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ସାଲିଆ ସାହିର ତିନୋଟି ସ୍ଥାନରେ ରେଡ୍ ହୋଇଛି। ଆଗକୁ ସ୍ବତନ୍ତ୍ର ଡ୍ରାଇଭକୁ ଜୋରସୋର କରାଯିବ ବୋଲି କହିଛି ପୋଲିସ। ଆଜି ବେଆଇନ ଦେଶୀ ମଦଭାଟି ଭଙ୍ଗାଯିବା ସହ ପ୍ରାୟ ୨୦ ହଜାର ଲିଟର ଦେଶୀ ମଦ ଢଳାଯାଇଛି l ଘଟଣାରେ ତିନି ଜଣଙ୍କୁ ଅଟକ ରଖାଯାଇଛି। ଯେଉଁମାନେ ଫେରାର ଅଛନ୍ତି ସେମାନଙ୍କ ନିକଟରେ ଖୁବଶୀଘ୍ର ପୋଲିସ ପହଞ୍ଚିବ। ଦେଶୀ ମଦ ପ୍ରସ୍ତୁତ ପାଇଁ ପୋଚ ସହ କେମିକାଲ ମଧ୍ୟ ବ୍ୟବହୃତ ହେଉଥିଲା। ଏସବୁକୁ ମଧ୍ୟ ପୋଲିସ ଜବତ କରିଛି।
ପ୍ରଭାସଙ୍କୁ ଜୋକର କହି ଟ୍ରୋଲର ଶିକାର ହେଉଛନ୍ତି ଅର୍ଶଦ
ନନ୍ଦିଘୋଷ ବ୍ୟୁରୋ: ବଲିଉଡ ତାରକା ଅର୍ଶଦ ନିକଟରେ ଏକ ଇଣ୍ଟରଭିୟ୍ୟୁରେ ଦେଇଥିବା ବିବାଦୀୟ ପ୍ରତିକ୍ରିୟାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କଳକୀରେ ପ୍ରଭାସ ଜୋକରଙ୍କ ଭଳି ଦେଖାଯାଉଥିବା କହିଥିଲେ ଅର୍ଶଦ । ଯାହାକୁ ନେଇ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସାଙ୍ଗକୁ ପ୍ରଂଶସକମାନେ ମଧ୍ୟ ଅର୍ଶଦଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳୁଛି । ଏପରିକି ଅର୍ଶଦଙ୍କ ପରିବାରକୁ ନେଇ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି ।
ଜୁନ ୨୭ ୨୦୨୪ରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ କଳକୀ ୨୮୯୮ ରିଲିଜ ହୋଇଥିଲା । ଏଥିରେ ଦିପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ଭଳି ଅଭିନେତାଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା । ବକ୍ସ ଅଫିସରେ ଏହା ହିଟ୍ ସାବ୍ୟସ୍ତ ହେବା ସହ ଭଲ ରୋଜଗାର ମଧ୍ୟ କରିଥିଲେ । ବିଦେଶରେ ଫିଲ୍ମକୁ ନେଇ ବହୁ ପ୍ରଂଶସା ମଧ୍ୟ କରାଯାଇଥିଲା । ତେବେ ଏତେ ସଫଳତା ମଧ୍ୟରେ ଅର୍ଶଦ କହିଥିବା ପ୍ରତିକ୍ରିୟାକୁ ନେଇ ଏବେ ସେ ସମାଲୋଚନାର ଶିକାର ହେଉଛନ୍ତି ।
ଦୁଇ ନର୍ସରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା:ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ କଲା ମହାବିକାଶ ଅଘାଡ଼ି
ମହାରାଷ୍ଟ୍ର: ଠାଣେର ନର୍ସରୀ ସ୍କୁଲରେ ୨ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ କଲା ମହାବିକାଶ ଅଘାଡ଼ି। ବିଭିନ୍ନ ସ୍ଥାନରେ ମୁହଁରେ କଳାପଟି ବାନ୍ଧି ଆନ୍ଦୋଳନ କରିଛନ୍ତି କଂଗ୍ରେସ, ଏନସିପି ଓ ଶିବସେନା-ୟୁବିଟି କର୍ମୀ। ରାଜ୍ମଯରେ ହିଳାଙ୍କ ବିରୋଧରେ ଅପରାଧ ଓ ହିଂସା ପ୍ରତିବାଦରେ ଆଜି ମହାବିକାଶ ଅଘାଡି ବା ଏମଭିଏ ଅଂଶୀଦାର କଂଗ୍ରେସ, ଏନସିପି, ଶିବସେନା(ୟୁବିଟି) ପକ୍ଷରୁ ଡାକରା ଦିଆଯାଇଥିବା ବନ୍ଦକୁ ପ୍ରତ୍ଯାହାର କରିନିଆଯାଇଥିଲା।
ଗତକାଲି ବନ୍ଦ ଉପରେ ବମ୍ବେ ହାଇକୋର୍ଟ ରୋକ ଲଗାଇବା ପରେ ବନ୍ଦ ପାଳନ କରାଯିବା ନିଷ୍ପତ୍ତିରୁ ଓହରିଥିଲା ଏମଭିଏ। ବନ୍ଦ ନ କରିବା ଲାଗି ସମସ୍ତ ରାଜନୈତିକ ଦଳଙ୍କୁ ନୋଟିସ ଜାରି କରିଥିଲେ ହାଇକୋର୍ଟ। ଏପରିକି ବନ୍ଦରେ ସାମିଲ ହେଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପ୍ରଶାସନକୁ କୋର୍ଟ ଦେଇଥିଲେ ନିର୍ଦ୍ଦେଶ। ମହାରାଷ୍ଟ୍ର ଠାଣେ ବଦଲାପୁରର ଏକ ନର୍ସରୀ ସ୍କୁଲରେ ଦୁଇ ନାବାଳିକାଙ୍କ ଉପରେ ହୋଇଥିବା ଯୌନ ନିର୍ଯାତନା ଘଟଣାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଥିଲା । ଏହି ଘଟଣାକୁ ନେଇ ଗତ ୨୦ ତାରିଖରେ ହଜାର ହଜାର ଲୋକ ରେଳ ଷ୍ଟେସନରେ ହଲ୍ଲାବୋଲ କରିବା ସହ ରେଳରୋକ କରିଥିଲେ । ପୋଲିସ ଉପରକୁବି ଟେକାପଥର ମାଡ କରିଥିଲେ ଆନ୍ଦୋଳନକାରୀ । ଏହି ଘଟଣାରେ ୨୫ ଜଣ ପୋଲିସ ଆହତ ହୋଇଥିବାବେଳେ ୭୨ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା ପୋଲିସ । ଏପରିକି ଉତ୍ତ୍ଯକ୍ତ ଲୋକଙ୍କୁ ଘଉଡାଇବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ସେପଟେ ଦୁଇ ଛାତ୍ରୀଙ୍କୁ ନେଇ ଆସିଛି ମେଡିକାଲ ରିପୋର୍ଟ। ଗତ ୧୫ ଦିନ ଧରି ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ରିପୋର୍ଟରେ ପ୍ରମାଣ ମିଳିଛି। ଅଭିଯୁକ୍ତ ଅକ୍ଷୟ ସିନ୍ଦେକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିପରି ନିଯୁକ୍ତି ଦିଆଯାଇଥିଲା ତାହାକୁ ନେଇ ବି ଉଠିଛି ଅନେକ ପ୍ରଶ୍ନ। ତେଣେ ଏସଆଇଟି ନିଜ ରିପୋର୍ଟରେ ସ୍କୁଲର ପରିଚାଳନା କମିଟି ସଦସ୍ଯଙ୍କ ନାଁ ସ୍ଥାନୀତ କରିଛି। ଗତ ଅଗଷ୍ଟ ୧୩ରେ ସ୍କୁଲରେ ଟଏଲେଟରେ ଘଟିଥିଲା ଘଟଣା। ଅଗଷ୍ଟ ୧୬ରେ ଏନେଇ ଅଭିଭାବକଙ୍କ ପକ୍ଷରୁ ପୋଲିସକୁ ଦିଆଯାଇଥିଲା ଏଫଆଇଆର। ଅଗଷ୍ଟ ୧୭ରେ ଗିରଫ ହୋଇଥିଲା ୨୩ ବର୍ଷ ବୟସ୍କ ଅଭିଯୁକ୍ତ ଅକ୍ଷୟ ସିନ୍ଦେ।
ମହିଳାଙ୍କୁ ଭକୁଆ ବନେଇଛି ବିଜେପି :କଂଗ୍ରେସ
ଭୁବନେଶ୍ବର: ମହିଳାଙ୍କୁ ପ୍ରତାରିତ କରିଛି ବିଜେପି ସରକାର । ନଗଣ୍ଯ ସହାୟତା ରାଶି ଘୋଷଣା କରି ରାଜ୍ଯର ଲକ୍ଷ ଲକ୍ଷ ମାଆ ମାନଙ୍କୁ ଭଣ୍ଡାଇଛନ୍ତି ମୋହନ ସରକାର । ନିର୍ବାଚନ ପୂର୍ବରୁ ୫୦ ହଜାର ଟଙ୍କା ଦେବାକୁ କହି ଏବେ ବର୍ଷକୁ ୧୦ ହଜାର ତା ପୁଣି ଦୁଇଟି କିସ୍ତିରେ ଦେବାକୁ ଅଣାଯାଇଛି ଏସଓପି । ରାଜ୍ଯ ସରକାରଙ୍କ ପାଖରେ ଅର୍ଥବଳ ନାହିଁ ତାହା ଜଳ ଜଳ ହୋଇ ଜଣାପଡିଯାଉଛି । ଋଣ କରି ଘିଅ ଖାଇବାରେ ଓସ୍ତାଦ ବିଜେପି ସରକାର । ସୁଭଦ୍ରା ଯୋଜନାରେ ଗତକାଲି ରାଜ୍ଯ ସରକାର ଘୋଷଣା କରିଥିବା ଏସଓପିକୁ ନେଇ ଏପରି ବର୍ଷିଛି କଂଗ୍ରେସ । ଆଜି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ପ୍ରଶ୍ନ ବାଣରେ ମୋହନ ସରକାରଙ୍କୁ ଘାଇଲା କରିଛି । ନିର୍ବାଚନ ପୂର୍ବରୁ ଏକ କୋଟି ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେବେ ବୋଲି ଘୋଷଣା କରିଥିଲେ । ହେଲେ ଏବେ ପ୍ରତି ପଞ୍ଚାୟତରୁ ଦୁଇ ଶହ ଜଣ ଲେଖାଏଁ ଉପକୃତ ହେବେ ବୋଲି କହୁଛନ୍ତି । ଏପରି ହେଲେ ମୋହନ ସରକାରଙ୍କ ଗଣିତ ଯେ ଭୁଲ ତାହା ପ୍ରମାଣିତ ହୋଇଯାଇଛି । କାରଣ ପ୍ରତି ପଞ୍ଚାୟତରୁ ଦୁଇ ଶହ ଜଣ ମହିଳା ଉପକୃତ ହେଲେ ତାହା ମୋଟ ୧୩ ଲକ୍ଷରୁ କିଛି ଅଧିକ ହେବ । ଏପରି ସ୍ଥିତିରେ କୋଟିଏ ମହିଳା କେମିତି ଉପକୃତ ହେବେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେହିପରି କେନ୍ଦ୍ର ସରକାରଙ୍କ କ୍ଯାବିନେଟରେ ଜଣେ ୬୫ ବର୍ଷର ମହିଳା ଅର୍ଥ ମନ୍ତ୍ରୀ ଦାୟିତ୍ବ ନିର୍ବାହ କରୁଛନ୍ତି । ଏପରିସ୍ଥଳେ ଓଡ଼ିଶାର ୬୦ ବର୍ଷରୁ ଅଧିକ ବର୍ଷର ମହିଳା ସୁଭଦ୍ରା ଯୋଜନାରେ କାହିଁକି ସାମିଲ ହେବେନି । କାହିଁକି ସେମାନେ ଅଯୋଗ୍ଯ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
ଗିରଫ ହେଲେ OSRTC ସିଏଓ ବିଜୟ କୁମାର ମଙ୍ଗରାଜ
ଭୁବନେଶ୍ବର: ଗିରଫ ହେଲେ OSRTC ସିଏଓ ବିଜୟ କୁମାର ମଙ୍ଗରାଜ । ଆୟ ବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗତକାଲି ୭ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଜେଡ ଆପାର୍ଟେମଣ୍ଟରେ ଥିବା ଫ୍ଲାଟ, ପଳାଶୁଣିରେ ଥିବା ଦୁଇଟି ଘର, ବାରିପଦାରେ ଥିବା ଘର, ଖାରବେଳ ଭବନରେ ଥିବା ଅଫିସ, ଇଡକୋ ଟାଓ୍ବାରରେ ଥିବା ଅଫିସ ସମେତ OSRTC ଅଫିସରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉରେ ତାଙ୍କର ଦୁଇଟି କାର ଓ ଭୁବନେଶ୍ବରରେ ଦୁଇଟି ପ୍ଲଟ ଥିବା ଜଣାପଡିଛି । ଏହାସହ ୫ଶହ ଗ୍ରାମର ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ସେହିପରି ଏକ କୋଟି ୪୭ ଲକ୍ଷ ଟଙ୍କାର ଜମା ଖାତା ରହିଛି । ଏନେଇ ଭୁବନେଶ୍ବର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି ।
ବର୍ଷାଦିନେ ନିଜର କେମିତି ନେବେ ଯତ୍ନ ?
ନନ୍ଦିଘୋଷ ବ୍ୟୁରୋ: ଏବେ ବର୍ଷାଋତୁ ଚାଲିଛି । ଏହି ସମୟରେ ଅଧିକ ଯତ୍ନବାନ ହେବା ନିହାତି ଜରୁରୀ । ବର୍ଷାଦିନେ ସଂକ୍ରମଣର ଭୟ ଥିବା ବେଳେ ଅଧିକ ସତର୍କତାର ସହ ଚଳିବାକୁ ପଡିଥାଏ । ବର୍ଷାଦିନେ ପରିବେଶ ସନ୍ତସନ୍ତିଆ ରହୁଥିବା ବେଳେ ଆମ ତ୍ବଚା ଏବଂ ଶରୀର ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ତେବେ ଜାଣନ୍ତୁ ବର୍ଷାଦିନେ କିଭଳି ନିଜର ଯତ୍ନ ନେବା ଉଚିତ୍ ।
ବର୍ଷାଦିନେ ଯେତେ ସମ୍ଭବ ତେଲଯୁକ୍ତ ଓ ମସଲା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଏହିସମୟରେ ପେଟ ଖରାପ ହେବାର ଅଧିକ ସମ୍ଭାବନା ଥାଏ। । ଭିଟାମିନ ଏ ଓ ଭିଟାମିନ ସି ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ବଚା ଠିକ ରହିଥାଏ। ଏବଂ ତ୍ବଚାରେ ଚମକ ଆସିଥାଏ ।
ଦିନରେ ଅତି କମରେ ତିନି ଥର ମୁହଁକୁ ଭଲ ଭାବେ ଧୁଅନ୍ତୁ। ଏପରି କରିବା ଦ୍ୱାରା ମୁହଁର ଚର୍ମ ଭଲ ରହିବା ସହିତ ଅପରିଷ୍କାର ପଦାର୍ଥ ବାହାରି ଯାଇଥାଏ। ବର୍ଷା ପାଣି ଚର୍ମରେ ପଡ଼ିବା ଦ୍ୱାରା କୁଣ୍ଡାଇ ହେବା ସମସ୍ୟା ସୃଷ୍ଟି ହୋଇଥାଏ। ଧ୍ୟାନ ରଖନ୍ତୁ ବର୍ଷାରେ ଓଦା ହେବା ପରେ ତୁରନ୍ତ ଭଲ ଭାବେ ଧୋଇ ହେବା ଆବଶ୍ୟକ।
ବଦହଜମି ସମସ୍ୟାରୁ ରକ୍ଷା ପାଇବା ପାଇଁ ନିୟମିତ ୨ ରୁ ୩ ଲିଟର ପାଣି ପିଅନ୍ତୁ। ତରଳ ପଦାର୍ଥ ଯେପରିକି ଅଧିକମାତ୍ରାରେ ଫଳ ରସ ପିଅନ୍ତୁ। ଏହାସହିତ ପ୍ରଚୁର ମାତ୍ରାରେ ଫଳମୂଳ ଏବଂ ତଟକା ପନିପରିବା ଖାଆନ୍ତୁ ଯାହା ଭିତରୁ ତ୍ବଚାରେ ଚମକ ଆଣିବାରେ ସାହାଯ୍ୟ କରିବ ।
ବର୍ଷା ଦିନରେ ସପ୍ତାହକୁ ୨ଥର ନିଶ୍ଚୟ ସାମ୍ପୁ ଓ କଣ୍ଡିସନର କେଶରେ ଲଗାଇ ଦିଅନ୍ତୁ। ଏହାସହ ସପ୍ତାହକୁ ଥରେ ତେଲ ଲଗାଇବା ଆବଶ୍ୟକ। ନଚେତ ବର୍ଷାରେ ଓଦା ହେଇ କେଶ ଝଡିବା ଭଳି ସମସ୍ୟା ଦେଖାଯିବ ।

