ବାଲେଶ୍ବର: ଲଗାଣ ବର୍ଷାରେ ବେହାଲ ବାଲେଶ୍ବର। ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ସୁବର୍ଣ୍ଣରେଖା। ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଗୁରୁବାର ସକାଳ ୬ ଟା ସୁଦ୍ଧା ୧୦.୮୦ ମିଟରରେ ପାଣି ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାରେ ପାଣି କମୁଥିଲେ ସୁଦ୍ଧା ଭୋଇରାଇର ୫୦ ଟି ଗାଁ ଓ ବାଲିଆପାଳ ବ୍ଲକର ୨୫ଟି ଗାଁ ଏବେ ପାଣି ଘେରରେ ରହିଛି। ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡି ମାରିବା ସହ ବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ଏବଂ ତାହ ସହିତ ଭୋଗରାଇ, ବାଲିଆପାଳ, ଜଳେଶ୍ଵର, ବସ୍ତା, ଅଞ୍ଚଳରେ ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟାଜଳ ପଶି ନଦୀର ଭ୍ରମ ସୃଷ୍ଟି କରୁଛି।
ବିହାର ନାୱାଡ ଜିଲ୍ଲାରେ ଅଘଟଣ, ଦଳିତ ବସ୍ତିରେ ୮୦ ଘର ଜାଳିଦେଲେ ବାହୁବଳୀ
ନନ୍ଦିଘୋଷ ବ୍ୟୁରୋ: ବିହାର ନାୱାଡ ଜିଲ୍ଲାରେ ଅଘଟଣ। ଦଳିତ ବସ୍ତିରେ ଗୁଣ୍ଡାଗର୍ଦ୍ଦି କରି ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି ବାହୁବଳୀ । ବସ୍ତିରେ ୫୦ ରାଉଣ୍ଡ ଗୁଳିମାଡ କରିବା ସହ ଜାଳିଦେଇଛନ୍ତି ୮୦ ଘର। ନାୱାଡ ଜିଲ୍ଲାର କୃଷ୍ଣ ନଗର ଗାଁର ଘଟଣା। ଏହି ଘଟଣାରେ ଏକ ବଡ ଖବର ସାମ୍ନାକୁ ଆସିଛି । ପୋଲିସ ସୂଚନା ଅନୁଯାୟୀ, ଏହି ହିଂସାକାଣ୍ଡ ଜମି ବିବାଦକୁ ନେଇ ହୋଇଛି । ଏହି ଜମି ବିହାର ସରକାରଙ୍କ ହୋଇଥିବା ବେଳେ ଗୋଟେ ପକ୍ଷ ଲୋକ ଏବାକୁ ନିଜ ଜମି ବୋଲି ଦାବି କରୁଥିବା ବେଳେ ଅନ୍ୟପକ୍ଷ ଲୋକ ମଧ୍ୟ ଏହି ଜମିକୁ ନିଜର ବୋଲି ଦାବି କରିଛନ୍ତି। ଏହାକୁ ନେଇ ବସ୍ତିରେ ହିଂସାକାଣ୍ଡ ଘଟାଇଛନ୍ତି ବାହୁବଳୀ । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଗାଁ ଲୋକ କହିଛନ୍ତି ଯେ, ବୁଧବାର ଦିନ ୧୦୦ ବାହୁବଳୀ ଦଳିତ ବସ୍ତିରେ ଆସି ପହଞ୍ଚିଥିଲେ । ବସ୍ତିରେ ୫୦ ରାଉଣ୍ଡ ଗୁଳିମାଡ କରିବା ସହ ଘର ଗୁଡିକରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ସ୍ଥାନୀୟ ଅଧିକାରୀ, ଡିଏମ୍ ଓ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି ।
ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ, ବ୍ରିଜ ଉପରେ ରହିଛି ସ୍କୁଟି, ଜୋତା, ମୋବାଇଲ୍ ଫୋନ୍
ଯାଜପୁର: ଯାଜପୁର ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ। ଖରସ୍ରୋତା ବ୍ରିଜ ଉପରୁ ନଦୀକୁ ଡେଇଁ ମହିଳା ନିଖୋଜ ଥିବା ସୂଚନା ମିଳିଛି। ବ୍ରିଜ ଉପରେ ନିଜର ସ୍କୁଟି ଜୋତା ,ମୋବାଇଲ୍ ଫୋନ୍ ଥୋଇ ଭରା ନଦୀକୁ ଡେଇଁ ପଡ଼ିଥିଲେ ଯୁବତୀ। ତେବେ ମହିଳାଙ୍କ ସ୍କୁଟିରେ କେତେକ ଡକ୍ୟୁମେଣ୍ଟ ଓ କାଗଜ ପତ୍ର ଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ି ମୋବାଇଲ୍ ଫୋନ୍ ଜୋତାକୁ ପୋଲିସ ଜବତ କରିଛି ।
ନିଖୋଜ ମହିଳା ମନ୍ଦାକିନୀ ସାମଲ ବୋଲି ଜଣାପଡ଼ିଥିବା ବେଳେ ଘର କେଉଁଠି ଜଣା ପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ଯାନ, ୨ ମୃତ
ଗଞ୍ଜାମ: ଗଞ୍ଜାମ ପିତଳ ଅଞ୍ଚଳରେ ଦୁର୍ଘଟଣା। ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ଯାନ। ଏଥିରେ ୨ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଏକ ପନିପରିବା ବୋଝେଇ ପିକଅପ୍ ଭ୍ଯାନ ବ୍ରହ୍ମପୁର ଯାଉଥିବାବେଳେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଭ୍ଯାନରେ ବସିଥିବା ୨ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଗତ ମଧ୍ୟ ରାତ୍ରିରେ ହିଞ୍ଜିଳି ଥାନା ପିତଳ ଛକ ନିକଟରେ ଘଟିଛି ଏ ଦୁର୍ଘଟଣା।
ରାସ୍ତା ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସି ଗଲେ ୫
ଜଳେଶ୍ବର: ବାଲେଶ୍ବର ଜିଲ୍ଲାରେ ବନ୍ୟା ସ୍ଥିତି ଜଟିଳ । ସୁବର୍ଣ୍ଣରେଖାରେ ବନ୍ୟା ପାଣି ଆସି ଗାଁ ଗଣ୍ଡାରେ ପଶିଛି । ରାସ୍ତା ପାଣିରେ ବୁଡିଛି । କେଉଁଠି ବିଲ କେଉଁଠି ରାସ୍ତା କିଛି ଜଣାପଡୁନାହିଁ । ଏମିତି ସ୍ଥିତିରେ ରାସ୍ତା ପାର ହେଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ୫ ଜଣ ସେମାନଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବାସ୍ଥା ଗୁରୁତର ରହିଛି । ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ବାଲିଆପାଳ ବ୍ଲକର ୭ଟି ପଞ୍ଚାୟତ ୫୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ଅନେକ ମୁଖ୍ୟ ରାସ୍ତାରେ ୩ରୁ ୪ ଫୁଟ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । କୁହ୍ଲାଚଡ ଗ୍ରାମରୁ ୨ ଜଣ ପୁରୁଷ ୩ ଜଣ ମହିଳା ରାଶନ ସାମଗ୍ରୀ ପାଇଁ ବାଲିଆପାଳ ଆସୁଥିଲେ । ଏହି ସମୟରେ କୁହ୍ଲାଚଡ ଜାମକୁଣ୍ଡା ରାସ୍ତାରେ ପ୍ରବାହିତ ହେଉଥିବା ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି ।

