spot_img
Home Blog Page 155

ଯୌତୁକ ଜୁଇରେ ଆଉ ଜଣେ ନବବଧୂ ; ନବବଧୂକୁ ହତ୍ୟା ଅଭିଯୋଗ

ଭଦ୍ରକ : ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ବିବାହ ପରେ ଅଧିକ ଯୌତୁକ ନଦେବାରୁ ନବବଧୂକୁ ହତ୍ୟା ଅଭିଯୋଗ । ଭଦ୍ରକ ଆଗରପଡା ଥାନା ଓଲଡାଙ୍ଗ ଗାଁରୁ ସଙ୍ଗୀନ ଅଭିଯୋଗ ଆସିଛି । ଗାଁର ଜ୍ୟୋତିରଞ୍ଜନ ପଣ୍ଡାଙ୍କୁ ଭଦ୍ରକ ବାଲୁଅଶାସନ ଗାଁର ସୁଭଦ୍ରା ପଣ୍ଡା ଗତ ମେ ମାସରେ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ବିବାହ ପରେ ସ୍ୱାମୀ, ଶ୍ୱଶୁର ଘର ଲୋକେ ଯୌତୁକ ଦାବି କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

ଗତକାଲି ସୁଭଦ୍ରାଙ୍କ ମୃତ୍ୟୁ ହୋଇଥିବାବେଳେ ମୃତଦେହକୁ ଛାଡ଼ି ଫେରାର ହୋଇଯାଇଛନ୍ତି ସ୍ୱାମୀ ଓ ଶ୍ବଶୁର ଘର ଲୋକେ। ଖବର ପାଇ ବାପଘର ଲୋକେ ପହଞ୍ଚି ସୁଭଦ୍ରାଙ୍କ ବେକରେ ଦାଗ ଥିବା ଦେଖିବାକୁ ପାଇଥିଲେ। ଏନେଇ ଆଗରପଡ଼ା ଥାନାରେ ଅଭିଯୋଗ ପରେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଶାଶୁକୁ ଥାନାରେ ଅଟକ ରଖି ଅନ୍ୟମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛି ପୋଲିସ।

ଲିବିୟାର ପୂର୍ବତନ ଶାସକ ମୁଆମାର ଗଦାଫିଙ୍କ ପୁଅଙ୍କୁ ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ଲିବିୟାର ପୂର୍ବତନ ଶାସକ ମୁଆମାର ଗଦାଫିଙ୍କ ପୁଅ ସୈଫ ଅଲ-ଇସଲାମ ଗଦାଫିଙ୍କୁ ଗୁଳି କରି ହତ୍ୟା। ୪ ଜଣ ବନ୍ଧୁକଧାରୀ ସୈଫଙ୍କ ଘରେ ପଶି ତାଙ୍କୁ ଗୁଳି କରିଛନ୍ତି । ୫୩ ବର୍ଷ ବୟସ୍କ ସୈଙ୍କୁ କାହିଁକି ହତ୍ୟା କରାଗଲା ତାହାର ଚାଲିଛି ଛାନବିନ । ସୈଫଙ୍କ ଓକିଲ କହିଛନ୍ତି- ଏକ ୪ ଜଣିଆ କମାଣ୍ଡୋ ଲିବିୟାର ଜିନତାନ ସହରରେ ଏହି କମାଣ୍ଡୋ ସୈଫଙ୍କୁ ହତ୍ଯା କରିଛନ୍ତି ।

ଆଲଜେରିଆ-ଲିବିୟା ସୀମାନ୍ତ ଅଞ୍ଚଳରେ ଏହି ଘଟଣା। ଲିବିୟାର ରକ୍ତାକ୍ତ ଇତିହାସ ମଧ୍ୟରେ ବାପା ମୁଆମାରଙ୍କ ପରେ ପୁଅ ସୈଫ ରାଜନୈତିକ ଭାବେ ମୁଣ୍ଡ ଟେକୁଥିଲେ। ୨୦୧୧ରେ ବାପାଙ୍କୁ ଗାଦିଚ୍ୟୁତ କରାଯିବା ପରେ ସେ ଦେଶ ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରୁଥିଲେ।

ଟ୍ରେଲରକୁ ପଛରୁ ପିଟିଲା ଟ୍ରକ ; ୪ ଜଣ ଗୁରୁତର ଆହତ

ନନ୍ଦିଘୋଷ ବ୍ୟୁରୋ: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଦୁର୍ଘଟଣା । ଟ୍ରେଲରକୁ ପଛରୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ଘରୋଇ ସାମଗ୍ରୀ ଲୋଡ଼ କରି ବାଲେଶ୍ୱର ଆସୁଥିବା ବେଳେ ଟ୍ରେଲରକୁ ଧକ୍କା ଦେଇଥିଲା। ଫଳରେ ଟ୍ରକ ମଧ୍ୟରେ ଥିବା ଚାରି ଜଣ ଯାତ୍ରୀ ଚାପି ହୋଇ ଯାଇଥିଲେ। ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ଓ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଡା ଅଗ୍ନିଶମ ବାହିନୀ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରିଥିଲା ।

ଉଦ୍ଧାର ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ହେଲେ ବିହାର ପାଟଣା ଅଞ୍ଚଳର ସଞ୍ଜୟ ଯାଦବ,ଅନିଲ ଯାଦବ, ପଙ୍କଜ ଯାଦବ ଓ ରାକେଶ ଯାଦବ ବୋଲି ଜଣାପଡିଛି।

ଟାରିଫ ହ୍ରାସ ପରେ ଭାରତ-ଆମେରିକା ନୂଆ ଡିଲ ; ଆମେରିକାଠାରୁ ଭାରତ କିଣିବ ତେଲ

ନନ୍ଦିଘୋଷ ବ୍ୟୁରୋ: ଟାରିଫ ହ୍ରାସ ପରେ ଭାରତ-ଆମେରିକା ମଧ୍ୟରେ ନୂଆ ଡିଲ। ଏଣିକି ରୁଷଠାରୁ ଭାରତ ତୈଳ କିଣିବା ବନ୍ଦ କରିବ ଏବଂ ଆମେରିକାଠାରୁ ତୈଳ କିଣିବ ବୋଲି କହିଛନ୍ତି ହ୍ବାଇଟହାଉସ ପ୍ରେସ ସେକ୍ରେଟାରୀ କାରୋଲିନ ଲିଭିଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ଭାରତ ରୁଷଠାରୁ ତୈଳ କ୍ରୟ ବନ୍ଦ କରିବ ବୋଲି କହିଛନ୍ତି ଲିଭିଟ।

ସେ କହିଛନ୍ତି- ଭାରତ ଏଣିକି ଭେନେଜୁଏଲାଠାରୁ ତୈଳ କ୍ରୟ କରିବ। ଫଳରେ ଆମେରୀକୀୟ ଶ୍ରମିକ ଓ ଶିଳ୍ପ ସମୁଦାୟ ଉପକୃତ ହେବେ। ଏହି ନିଷ୍ପତ୍ତି ଯୋଗୁ ଆମେରିକା ଓ ଭାରତ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ମଜଭୁତ ହେବ ବୋଲି କୁହାଯାଇଛି । ଏହା ସହ ପରିବହନ, ଶକ୍ତି ଓ କୃଷି କ୍ଷେତ୍ରରେ ଭାରତ ୫୦୦ ବିଲିୟନ ଡଲାର ନିବେଶ କରିବ ବୋଲି ସେ ସୂଚନା ଦେଇଛନ୍ତି। ସେପଟେ ଆମେରିକା ଗସ୍ତରେ ଯାଇଥିବା ବୈଦେଶିକ ବ୍ଯାପାର ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ଓ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ଦେଶର କୌଶଳଗତ ସହଭାଗିତା ସମ୍ପର୍କରେ ଆଲୋଚନା କରିଛନ୍ତି ଜୟଶଙ୍କର ଓ ରୁବିଓ।

ଆଜି ୧୨ ଘଣ୍ଟିଆ ଆଠଗଡ଼ ବନ୍ଦ : ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ

ଆଠଗଡ : ଆଠଗଡକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଆଠଗଡ଼ ବନ୍ଦ ପାଳନ । ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ୬୫ ନମ୍ବର ରାଜ୍ୟ ରାଜପଥ ଆଠଗଡ ଚାନ୍ଦବାଲି ଛକ ଠାରେ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ରହିଛି ।

ବନ୍ଦ ଡାକରାକୁ ଆଠଗଡ଼ ବୁଦ୍ଧିଜୀବୀ ସଂଘ, ସାହିତ୍ୟ ସମାଜ, ପୌରାଞ୍ଚଳ ବରିଷ୍ଠ ନାଗରିକ ମଞ୍ଚ, ଆଠଗଡ଼ ଗଡଜାତ ପରିକ୍ରମା ଓ ଆଠଗଡ଼ ଅବସର ପ୍ରାପ୍ତସେନା ବାହିନୀ କର୍ମଚାରୀ ସଂଘ ସମର୍ଥନ ଜଣାଇଛି । ଆଠଗଡ଼ରୁ ପୁରୁଣା କଟକ ସମ୍ବଲପୁର ରାସ୍ତା ଦେଇ ଯାଉଥିବା ପଶ୍ଚିମାଞ୍ଚଳ ଓ ଛତିଶଗଡ଼କୁ ଯାତାୟାତ ସମ୍ପୂର୍ଣ ଠପ୍ ହୋଇଛି ।

ବଢ଼ିଲା ଆମେରିକା-ଇରାନ ଉତ୍ତେଜନା ; USS ଆବ୍ରାହମ ଲିଙ୍କନ ନିକଟରେ ଡ୍ରୋନକୁ ଖସାଇଲା ଆମେରିକା

ନନ୍ଦିଘୋଷ ବ୍ୟୁରୋ: ବଢ଼ିଲା ଆମେରିକା-ଇରାନ ଉତ୍ତେଜନା । ମଧ୍ୟପ୍ରାଚ୍ୟରେ ଇରାନର ଏକ ଡ୍ରୋନକୁ ଖସାଇଲା ଆମେରିକା ସେନା। ମଧ୍ୟପ୍ରାଚ୍ୟରେ ଡେରା ପକାଇଥିବା ବିମାନବାହୀ ଯୁଦ୍ଧ ଜାହାଜ USS ଆବ୍ରାହମ ଲିଙ୍କନ ନିକଟରେ ଡ୍ରୋନକୁ ଖସାଇଛି ଆମେରିକା। ଏହାକୁ କେନ୍ଦ୍ର କରି ଉତ୍ତେଜନା ବଢ଼ିବା ଆଶଙ୍କା କରାଯାଉଛି । ଇରାନରେ ଘଟୁଥିବା ହିଂସା ନେଇ ପୂର୍ବରୁ ସତର୍କ କରାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ।

ଇରାନର ସାହିଦ-୧୩୯ ଡ୍ରୋନ ଆସିବା ବେଳେ ସମ୍ଭାବ୍ୟ ଆଣବିକ ହମଲା ଥିବା ଆଶଙ୍କା କରି ଏହି ଡ୍ରୋନକୁ ଖସାଇଦିଆଯାଇଥିଲା । ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜ USS ଆବ୍ରାହମ ଲିଙ୍କନରେ ମହଜୁଦ ଏଫ- ୩୫ ଜରିଆରେ ଡ୍ରୋନ ଉପରେ କରାଯାଇଥିଲା ହମଲା ।

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସଜ୍ଜା ; ୧୦ ଜଣ ବାଲାଂଦେଶୀଙ୍କୁ ୨ ବର୍ଷ କାରାଦଣ୍ଡ ଆଦେଶ ଦେଲେ କୋର୍ଟ

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ ଥର ପାଇଁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସଜ୍ଜା । ୧୦ ଜଣ ବାଲାଂଦେଶୀଙ୍କୁ ୨ ବର୍ଷ କାରାଦଣ୍ଡ ଆଦେଶ ଦେଲେ କୋର୍ଟ । ଗତବର୍ଷ ମାର୍ଚ୍ଚ ୮ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଓଡିଶାକୁ ଅନୁପ୍ରବେଶ ନେଇ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ STF । ସେମାନଙ୍କ ନିକଟରୁ ବାଂଲାଦେଶୀ ଟଙ୍କା ଏବଂ ଭାରତୀୟ ଟଙ୍କା ଏବଂ ମୋବାଇଲ ଜବତ କରିଥିଲା STF । ଗିରଫ ଅଭିଯୁକ୍ତ ମାନଙ୍କୁ ଆଉ ବଂଲାଦେଶ ନ ଛାଡିବାକୁ ବଂଲାଦେଶ ହାଇ କମିସନ ଭୁବନେଶ୍ୱର କୋର୍ଟ ଏବଂ କ୍ରାଇମବ୍ରାଞ୍ଚ କୁ ଲିଖିତ ଆକାରରେ ଜଣାଥିଲେ ।

୬ ଜଣ ସାକ୍ଷୀ ଏବଂ ଦସ୍ତାବିଜ ଆଧାରରେ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଦୁଇବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅନାଦେୟ ୩ ମାସ ଅଧିକ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଛି ।

 

ଶ୍ରୀକ୍ଷେତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ଶ୍ବେତଗଙ୍ଗାରେ ପିତୃପୁରୁଷଙ୍କୁ କଲେ ପିଣ୍ଡଦାନ

ପୁରୀ: ପୁରୀ ଶ୍ବେତଗଙ୍ଗାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସାବତ ନିଯୋଗ ପକ୍ଷରୁ ସେବାୟତମାନେ ରାଷ୍ଟ୍ରପତିଙ୍କ ପିଣ୍ଡଦାନ ପ୍ରକ୍ରିୟାରେ ସହଯୋଗ କରିଥିଲେ । ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ପୁରୀ ଲୋକ ଭବନ ଠାରୁ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ପିଣ୍ଡ ଦାନ ପାଇଁ ବାହାରିଥିଲେ । ରାଷ୍ଟ୍ରପତିଙ୍କ କାରକେଡ଼ ଭିଆପି ରୋଡ ହୋଇ ଡାକ୍ତରଖାନା ଛକ ଦେଇ ଶ୍ରୀମନ୍ଦିର ନିକଟ କାକୁଡି ଖାଇ ଛକ ପର୍ଯ୍ୟନ୍ତ ଆସିବା ପରେ ସେଠାରୁ ସୁରକ୍ଷା ମଧ୍ୟରେ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇଥିଲା । ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିବେ ।

ରାଷ୍ଟ୍ରପତି ଶ୍ରୀମନ୍ଦିର ଦର୍ଶନ ସାରିବା ପରେ ପୁରୀ ଲୋକ ଭବନ କୁ ପ୍ରତ୍ୟାବର୍ତ୍ତନ କରିବେ। ପରେ ପୁରୀ ହେଲିପ୍ୟାଡ଼ରେ ପହଞ୍ଚି ସେଠାରୁ ରାଇରଙ୍ଗପୁର ଯିବାର କାର୍ଯ୍ୟକ୍ରମ ରହିଛି। ସୁରକ୍ଷା ଦୃଷ୍ଟି କୋଣରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ରାଷ୍ଟ୍ରପତି ପୁରୀ ତାଳବଣିଆ ହେଲିପ୍ୟାଡ଼ ଠାରେ ପୁରୀରେ ଅବତରଣ ପରେ ପୁରୀ ଲୋକ ଭବନ ଠାରେ ରାତ୍ରିଯାପନ କରିଥିଲେ ।

ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ହେବେ ୟମନାମ ଖେମଚନ୍ଦ

ନନ୍ଦିଘୋଷ ବ୍ୟୁରୋ : ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ହେବେ ୟମନାମ ଖେମଚନ୍ଦ। ସେ ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଜଣାପଡୁଛି ଖୁବ ଶୀଘ୍ର ଶେଷ ହେବ ରାଷ୍ଟ୍ରପତି ଶାସନ। ସରକାର ଗଠନର ପ୍ରକ୍ରିୟା ଜୋରଦାର ହୋଇଛି। ଗତ ବର୍ଷ ଫେବୃଆରୀ ୧୩ ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ଆଉ ୯ ଦିନ ପରେ ବର୍ଷେ ହେବ। ସେତେବେଳେ ବିଧାନସଭାକୁ ଭଙ୍ଗ ନ କରି ସସେପେଣ୍ଡେଡ୍ ଆନିମେସନରେ ରଖାଯାଇଥିଲା। ସ୍ଥିତି ସୁଧୁରିବା ପରେ ସରକାର ଗଠନ କରିବାକୁ ବିଜେପି ଚେଷ୍ଟା କରୁଛି। ଦିଲ୍ଲୀରେ ଏନଡିଏର ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି। ଖେମଚନ୍ଦଙ୍କୁ ଏଥିପାଇଁ ବିଜେପି ବିଧାୟକ ଦଳ ନିର୍ବାଚିତ କରାଯାଇଛି କାହିଁକିନା ସେ ନରମ ସ୍ଵଭାବର ଓ ସମସ୍ତଙ୍କ ସହିତ ତାଙ୍କର ଭଲ ସଂପର୍କ ଅଛି। ତା ସହିତ ସେ ଏପଟ ସେପଟ କଥା କହନ୍ତି ନାହିଁ। ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ୩୭ ଜଣ ବିଜେପି ବିଧାୟକ ଅଛନ୍ତି। କୁକି-ମୈତି ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁଁ ମଣିପୁରରେ ଦେଖା ଦେଇଥିଲା ଅସ୍ଥିରତା। ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଲକ୍ଷାଧିକ ଲୋକ ବାସହରା ହୋଇଛନ୍ତି। ବହୁ ନିଖୋଜ ବି ଅଛନ୍ତି। ବହୁ ଲୋକଙ୍କ ଘରଦ୍ଵାର ପୋଡ଼ି ଦିଆଯାଇଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ବୀରେନ ସିଂହ ଇସ୍ତଫା ଦେଇଥିଲେ। ୨୦୨୫ ଫେବୃଆରୀରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା।

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ।

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଂଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ଆଧାରରେ ପୋଲିସ ନାବାଳିକାଙ୍କ ୫ ନାବାଳକ ସହପାଠୀଙ୍କୁ ଅଟକ ରଖି ତଦନ୍ତ କରୁଛି । ନାବାଳିକାଙ୍କ ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କ ଏକ ସମ୍ପର୍କୀୟ ବଲାଙ୍ଗିର ଏସପିଙ୍କୁ ଫେରାଦ ହୋଇଥିଲେ । ମାମଲାରେ ହସ୍ତକ୍ଷେପ କରିଛି ଜିଲ୍ଲା ଶିଶୁ ସୁରକ୍ଷା କମିଟି । ପୀଡ଼ିତା ଓ ତାଙ୍କ ମାଆ, ବାପାଙ୍କୁ ଘଟଣା ସଖୀ ସେଣ୍ଟରରେ ରଖି ଚାଲିଛି ତଦନ୍ତ । ଭିଡିଓ ଭାଇରାଲ୍ ପରେ ଘଟଣାକୁ ଗୁରୁତର ସହ ଗ୍ରହଣ କରାଯାଇଥିବା କହିଛନ୍ତି ବଲାଙ୍ଗୀର ଏସ୍‌ପି ଅବିଳାଷ ଜୀ  ।