spot_img
Home Blog Page 1505

ଭରତପୁର ଥାନା ଘଟଣା: ‘ନ୍ଯାୟ ନମିଳିବା ଯାଏଁ ବିଜୁ ମହିଳା ଦଳ ଚୁପ ବସିବ ନାହିଁ’

ଭୁବନେଶ୍ୱର: କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୋଲିସ ବର୍ବରତାକୁ ବିରୋଧ କରି ରାଜଭବନ ଆଗରେ ବିଜେଡିର ବିକ୍ଷୋଭ । ନ୍ଯାୟ ନମିଳିବା ଯାଏଁ ବିଜୁ ମହିଳା ଦଳ ଚୁପ ବସିବ ନାହିଁ । ଏଇ ଲଢେଇ ଗାଁକୁ ଯିବ ବୋଲି ଘୋଷଣା କରିଛି ବିଜୁ ମହିଳା ୱିଙ୍ଗ। ରାଜ୍ଯରେ ଭୁଶୁଡି ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଜଣେ ସେନା ଅଧିକାରୀଙ୍କୁ ଥାନାରେ ମାଡ଼ ମରାଗଲା। ଜଣେ ସେନା ଅଧିକାରୀଙ୍କ ଝିଅଙ୍କୁ ଥାନାରେ ଅସଦାଚରଣ କରିଛନ୍ତି ନିଜେ ଆଇଆଇସି। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ବିଜେଡି ଅଭିଯୋଗ କରି ଆନ୍ଦୋଳନ କରିଛି ।

ଅନ୍ୟପଟେ ରାଜ୍ୟପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଯଦି ସରକାର କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ତେବେ ଆଜି କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିନଥାନ୍ତା ବୋଲି ଦଳ କହିଛି। ତେଣୁ ଗାଁକୁ ଯାଇ ଲୋକଙ୍କୁ ଅବଗତ କରିବ ଦଳ । ଗୋଟେ ପଟେ ସୁଭଦ୍ରା ଯୋଜନା ଅନ୍ୟପଟେ ମହିଳାଙ୍କୁ ଅସମାନ । ସିସିଟିଭି ଫୁଟେଜ ଗାଏବ। କ୍ରାଇମବ୍ରାଞ୍ଚ ତଦନ୍ତ କାହା ପାଇଁ । ଏସଆଇଟି ତଦନ୍ତ ଦାବି କରୁଛୁ ବୋଲି କହିଛି ବିଜେଡି । କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦେବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଡ୍ରେନ୍ ସମସ୍ୟା ପାଇଁ ବିଏମସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ

ଭୁବନେଶ୍ୱର: ଡ୍ରେନ୍ ସମସ୍ୟା ପାଇଁ ବିଏମସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ। ବିଏମସି ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ କରିଛନ୍ତି ୪୫ନଂ ୱାର୍ଡ ଶବର ସାହି ବାସିନ୍ଦା। ଡ୍ରେନ ଯୋଗୁଁ କିଭଳି ଦୁର୍ଗନ୍ଧ ଓ ଅସ୍ବାଭାବିକ ପରିବେଶରେ ରହୁଛନ୍ତି ତାହା ଜଣାଇଛନ୍ତି। ବାରମ୍ବାର ଦୌଡ଼ିବା ସତ୍ତ୍ୱେ ଡ୍ରେନ୍ କାମ ହେଉନଥିବାରୁ ଏଭଳି ପ୍ରତିବାଦ ପନ୍ଥାକୁ ଆପଣାଇଥିଲେ ଶବର ସାହିର ବାସିନ୍ଦା।

ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି। ଏଥିପାଇଁ ଡ୍ରେନ୍ ପାଣି ଯାଇ ସ୍ବରେଜ ଲାଇନରେ ପଶୁଛି। ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ଭାସୁଛି। ବାରମ୍ବାର ଗୁହାରି ଜଣାଇବା ସତ୍ତ୍ୱେ ବିଏମସି ଡ୍ରେନ୍ କାମ କରୁନି। ବର୍ଷା ହେଲେ ସ୍ଥିତି ସଙ୍ଘାତିକ ହେଉଛି। ଘରେ ମଳ ପାଣି ପଶିବା ଯୋଗୁଁ ଲୋକେ ନାଁ ଖାଇ ପାରୁଛନ୍ତି ନାଁ ଶୋଇ ପାରୁଛନ୍ତି। ତୁରନ୍ତ କାମ କରା‌ଯିବ ବୋଲି ପ୍ରତିଶୃତି ଦେଇଛନ୍ତି ୪୫ ନଂ ୱାର୍ଡ କର୍ପୋରେଟର ଅମରେଶ ଜେନା। ଏହାସହ ବୁଝାସୁଝା କରିବା ପରେ ପ୍ରତିବାଦରୁ ହଟିଛନ୍ତି ବସ୍ତିବାସିନ୍ଦା।

ଉଦଘାଟନର ୬ମାସ ପରେ ବି କାର୍ଯ୍ଯକ୍ଷମ ହୋଇପାରୁନି ବସଷ୍ଟାଣ୍ଡ

ଭଦ୍ରକ: ଉଦଘାଟନର ୬ମାସ ପରେ ବି କାର୍ଯ୍ଯକ୍ଷମ ହୋଇପାରୁନି ବସଷ୍ଟାଣ୍ଡ। ଚାନ୍ଦବାଲିରେ ବହୁ ପ୍ରତିକ୍ଷୀତ ବସଷ୍ଟାଣ୍ଡ ଉଦଘାଟନକୁ ୬ମାସ ବିତିଯାଇଥିଲେ ବି ଏପର୍ଯ୍ଯନ୍ତ କାର୍ଯ୍ଯକ୍ଷମ ହୋଇପାରୁନଥିବା ନେଇ ଅଭିଯୋଗ ହୋଇଛି । ୨୦୧୫ ମସିହାରେ ପ୍ରାୟ ଚାରି କୋଟି ଟଙ୍କାରୁ ଅଧିକ ବ୍ଯୟ ଅଟକଳରେ ବସଷ୍ଟାଣ୍ଡଟି ଆରମ୍ଭ ହୋଇ ଅର୍ଦ୍ଧନିର୍ମିତ ହୋଇ ପଡିରହିଥିଲା । ପରେ ରାଜ୍ଯ ସରକାର ମୋ ବସଷ୍ଟାଣ୍ଡ ଯୋଜନାରେ ୨ ଦଶମିକ ୫୬ କୋଟି ଅନୁଦାନ ପ୍ରଦାନ କରିବା ପରେ କାର୍ଯ୍ଯ ଶେଷ ହୋଇଥିଲା।

ବସଷ୍ଟାଣ୍ଡଟି ଚଳିତ ବର୍ଷ ମାର୍ଚ୍ଚ ମାସରେ ଉଦଘାଟନ ହୋଇଥିଲେ ସୁଦ୍ଧା ଏପର୍ଯ୍ଯନ୍ତ କାର୍ଯ୍ଯକ୍ଷମ ହୋଇ ନପାରି ଗେଟରେ ତାଲା ପଡି ରହିଛି । ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନ ହେବା ଦ୍ଵାରା ବସ ଗୁଡିକ ମୁଖ୍ୟ ରାସ୍ତାରେ ଅଟକି ରହୁଛି ଫଳରେ ଟ୍ରାଫିକ ସମାସ୍ୟା ସୃଷ୍ଟି ହେଉଛି। ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଥାଶୀଘ୍ର ବସଷ୍ଟାଣ୍ଡଟି କାର୍ଯ୍ୟକ୍ଷମ କରିବାପାଇଁ ସାଧାରଣରେ ଦାବି ହୋଇଛି ।

Even after 6 months of opening,

ଭାରତୀୟ ଦଳ ବାଂଲାଦେଶକୁ କାହିଁକି ଦେଲାନି ଫଲୋଅନ ?

ନନ୍ଦିଘୋଷ ବ୍ୟୁରୋ: ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶ ଉପରେ ନିଜର ଆଭିମୁଖ୍ୟକୁ ଜାହିର କରିଛି । ଚେନ୍ନାଇ ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲା ଖୁବ ରୋଚକ ସାବ୍ୟସ୍ତ ହେଉଥିବା ବେଳେ ପ୍ରଥମ ପାରିରେ ରବିଚନ୍ଦ୍ରନ ଅଶ୍ବୀନଙ୍କ ଶତକ, ଶୁଭମନ ଗୀଲଙ୍କ ଅର୍ଦ୍ଧଶତକ ଓ ରବିନ୍ଦ୍ର ଜାଡେଜାଙ୍କ ଶାନଦାର ୮୬ ରନ ବଳରେ ଭାରତୀୟ ଦଳ ୩୭୬ ରନର ସ୍କୋରରେ ଅଲଆଉଟ ହୋଇଥିଲା। ଦ୍ବିତୀୟ ଇନିଂସରେ ବାଂଲାଦେଶଦଳକୁ ୧୪୯ ରନରେ ଅଲଆଉଟ କରିଥିଲା ଭାରତୀୟ ଦଳ । ଯେଉଁଥିରେ ଜଶପ୍ରୀତ ବୁମରାହଙ୍କ ନାଁରେ ସର୍ବାଧିକ ୪ଟି ୱିକେଟ, ମହମ୍ବଦ ସିରାଜ, ଆକାଶଦୀପ ଓ ଜାଡେଜାଙ୍କ ନାଁରେ ଦୁଇଟି ଲେଖାଏଁ ୱିକେଟ ସାମିଲ ଥିଲା।

ପ୍ରଥମ ପାରିରେ ୨୨୭ ରନର ଲିଡ ହାସଲ କରିବାପରେ ଭାରତୀୟ ଦଳ ପୁଣିଥରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଭାରତୀୟ ଦଳର ଅଧୀନାୟକ ବାଂଲାଦେଶକୁ ଫଲୋଅନ କରିବାର ସୁଯୋଗ କାହିଁକି ଦେଲେନାହିଁ । ତେବେ କହିରଖୁ ଯେ କ୍ରିକେଟ ନିୟମ ଅନୁସାରେ ଯଦି କୌଣସି ଦଳ ପାଖରେ ୨୦୦ରୁ ଅଧିକ ରନର ଲିଡ ରହିଥାଏ ତେବେ ସେହି ଦଳ ବିରୋଧୀ ଦଳକୁ ଫଲୋଅନ ଦେବାକୁ ସୁଯୋଗ ପାଇଥାଏ ।  କିନ୍ତୁ ଅଦୀନାୟକ ରୋହିତ ଶର୍ମା ବାଂଲାଦେଶ ସହ ଏମିତି କରିନାହାନ୍ତି ଓ ପୁଣିଥରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏହାର ମୂଳ କାରଣ ଥାଇପାରେ ଭାରତୀୟ ଦଳର ବୋଲିଂ ଲାଇନ ଉପରେ ଅଧିକ ୱାର୍କଲୋଡ ନଦେବା। ଯଦି ବାଂଲାଦେଶ ଦଳ ଫଲୋଅନ କରି ପୁଣି ବ୍ୟାଟିଂ କରିଥାନ୍ତେ  ତେବେ ଭାରତୀୟ ବୋଲିଂ ବିଭାଗ ଉପରେ ତାର ପ୍ରଭାବ ପଡିଥାନ୍ତା । ତେଣୁ ବୋଲିଂ ଲାଇନଅପକୁ ବିଶ୍ରାମ ଦେବା ଓ ଖେଳକୁ ଆଗକୁ ନେବାପାଇଁ ଦଳର ହିତ ପାଇଁ ରୋହିତ ଶର୍ମା ପୁଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ସମୟରେ ଭାରତୀୟ ଦଳ ପାଇଁ ରିଷଭ ପନ୍ତ ୧୨୮ ବଲରେ ୧୦୯ ରନ ହାସଲ କରି ଆଉଟ ହୋଇଛନ୍ତି ଓ ୯୦ ରନରେ ବ୍ୟାଟିଂ କରୁଛନ୍ତି ଅଶୁଭମନ ଗୀଲ । ଭାରତୀୟ ଦଳ ଏହି ସମୟରେ ଖୁବ ମଜବୁତ ନଜର ଆସୁଛି।

 

କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ

ଭୁବନେଶ୍ୱର: ରାଜ୍ୟଠୁ ଆରମ୍ଭ କରି ଦେଶବାସୀଙ୍କୁ ମର୍ମାହତ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ ପୋଲିସ କର୍ମଚାରୀ। କିନ୍ତୁ ଏଯାଏଁ ହୋଇନାହିଁ  ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଦଳିତ, ଆଦିବାସୀ, ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି ବୋଲି କହିଛି କଂଗ୍ରେସ।

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ବର୍ବରତା ସବୁ ସୀମା ଟପିଛି। ସବୁ ସତ୍ବେ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗକୁ ହାଲକା ଭାବେ ନେଇଛନ୍ତି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ରାଜ୍ୟରେ ଆଇନ ଶୃଙ୍ଖଳା ଅସମ୍ଭାଳ ହେଲାଣି। ତେଣୁ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ।

ଅନିୟମିତତା ଅଭିଯୋଗରେ କସ୍ତୁରବା ଗାନ୍ଧୀବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ କୁମୁଡାବାଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ କସ୍ତୁରବା ଗାନ୍ଧୀବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ। ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ବାରିକଙ୍କୁ ନିଲମ୍ବନ କରାଯାଇଛି। ଗତ ୧୭ରେ ରାୟଗଡ଼ା ଜିଲ୍ଲାପାଳ ଜନ ଅଭିଯୋଗ ଶୁଣାଣି ଶିବିରକୁ ମୁନିଗୁଡ଼ା ଆସିଥିଲେ। ସେହି ସମୟରେ କୁମୁଡାବାଲିର ଉକ୍ତ ବିଦ୍ୟାଳୟ ପରିଦର୍ଶନକୁ ଯାଇଥିଲେ। ସେଠାରେ ଛାତ୍ରୀମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅନିୟମିତତା ଏବଂ ବ୍ୟବହାର ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଏହାକୁ ଆଧାର କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି।

ମଣିପୁରରେ ପ୍ରବେଶ କରିଛନ୍ତି ମିଆଁମାରର ୯୦୦ରୁ ଅଧିକ କୁକୀ ଆତଙ୍କୀ, ରାଜ୍ଯରେ ସିକ୍ଯୁରିଟି ଆଲର୍ଟ

ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ପ୍ରବେଶ କରିଛନ୍ତି ମିଆଁମାରର ୯୦୦ରୁ ଅଧିକ କୁକୀ ଆତଙ୍କବାଦୀ। ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ମଣିପୁରରେ ଜାରି କରାଯାଇଛି ସିକ୍ଯୁରିଟି ଆଲର୍ଟ । ଏହି ଆତଙ୍କୀମାନେ ଡ୍ରୋନଭିତ୍ତିକ ବୋମା, ପ୍ରୋଜେକ୍ଟାଇଲ, ମିସାଇଲ ଆଦିର ବ୍ଯବହାର ନେଇ ତାଲିମ ପାଇଥିବାବେଳେ ଜଙ୍ଗଲ ଯୁଦ୍ଧରେ ନିପୁଣ ଥିବା ସୂଚନା ମିଳିଛି । ସେମାନେ ୩୦ ଜଣ ଲେଖାଏଁ ଗୋଷ୍ଠୀ ଗଠନ କରି ବର୍ତ୍ତମାନ ସୀମାରେ ଅବସ୍ଥାନ କରୁଛନ୍ତି ଏବଂ ମେଇତେଇଙ୍କ ଗାଁଗୁଡିକ ଉପରେ ଆକ୍ରମଣ କରିବେ ବୋଲି ସୂଚନା ମିଳିଛି । ଚଳିତ ମାସ ଶେଷବେଳକୁ ଏହି ଆକ୍ରମଣ ଘଟିବା ଆଶଙ୍କା କରାଯାଉଛି ।

ମଣିପୁରର ନିରାପତ୍ତା ପରାମର୍ଶଦାତୀ କୁଲଦୀପ ସିଂ କହିଛନ୍ତି ଗୁଇନ୍ଦା ରିପୋର୍ଟରେ ସତ୍ଯତା ରହିଥିବା ଆଶଙ୍କା କରାଯାଉଛି । ସେପଟେ ଡ୍ରୋନ ଲାଗି ରାଜ୍ଯରେ ଏସଓପି ଜାରି ହୋଇଛି । ବିନା ଅନୁମତିରେ କେହି ଡ୍ରୋନର ବ୍ଯବହାର କରିପାରିବେ ନାହିଁ ବୋଲି ନିଷେଧାଦେଶ ଜାରି କରାଯାଇଛି । ଇମ୍ଫାଲ ଓ୍ବେଷ୍ଟର କେତେକ ସ୍ଥାନରୁ ଭାରତୀୟ ସେନା ବିପୁଳ ପରିମାଣର ଆଇଇଡି ଜବତ କରିବା ପରେ ଏହି ଆଶଙ୍କା ଘନୀଭୂତ ହୋଇଛି । ବୋଙ୍ଗଜାଙ୍ଗ ଓ ଇଥାମରୁ ଏହି ବିସ୍ଫୋରକ ଜବତ ହୋଇଥିଲା । ରାଜ୍ଯରେ କୁକୀ ଓ ମେଇତେଇଙ୍କ ମଧ୍ୟର ସଂଘର୍ଷ ଘଟିବାର ୧୬ ମାସ ପରେ ବି ଉତ୍ତେଜନା ଥମିବାର ନାଁ ନେଉନାହିଁ ।

ସାଲେପୁର ନାଳିଆ ମୁଁହ ଚାଖୁଣ୍ଡା ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ସାଲେପୁର ନାଳିଆ ମୁଁହ ଚାଖୁଣ୍ଡା ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବେକରେ ଦୁହେଁ ରଶି ଲଗାଇ ଏକ ଚାଖୁଣ୍ଡା ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଲିପୁର ଗାଁର ମନୋଜ ସାମଲ ଓ ଜଣେ ଯୁବତୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘରେ ମନୋଜଙ୍କ ସ୍ତ୍ରୀ ଓ ତିନି ବର୍ଷର ପିଲା ଥିବା ବେଳେ ଅନ୍ୟ ଏକ ଝିଅ ସହ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ଲେବାନନ ପେଜର ବିସ୍ଫୋରଣ: କେରଳ ସହ ଲିଙ୍କ୍ ! ସାମ୍ନାକୁ ଆସିଲା ଦରଜୀ ପୁଅଙ୍କ ନାଁ

ନନ୍ଦିଘୋଷ ବ୍ୟୁରୋ: ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ପେଜରରେ ୱାକି-ଟକିଜ୍ ସହିତ ଅନେକ ଇଲେଟ୍ରୋନିକ୍‌ ଉପକରଣ ଉପରେ ବିସ୍ଫୋରଣ ପରେ ଭୟଙ୍କର ବାତାବରଣ ସୃଷ୍ଟି ହୋଇଛି । ଏଥିରେ ଅନେକ ଲୋକ ମୃତାହତ ହୋଇଥିବା ବେଳେ ଅନେକ ଆହାତ ମଧ୍ୟ ହୋଇଥିଲେ । ଏହି ବିସ୍ଫୋରଣ ପଛରେ ଇସ୍ରାଏଲର ହାତ ଥିବା କୁହାଯାଉଛି । ଏହା ସାରା ବିଶ୍ୱବାସୀଙ୍କୁ ଚକିତ କରିଛି । ହେଲେ ଏହି ଘଟଣାରେ କେରଳର ଜଣେ ଯୁବକଙ୍କ ନାଁ ସାମ୍ନାକୁ ଆସିଛି । ଯିଏ କି ଏବେ ନରୱେର ନାଗରିକ ।

ମିଡିଆ ରିପୋର୍ଟ ଅନୁଯାୟୀ, ହିଜବୁଲାର ପେଜର୍ କାରବାରରେ ନାର୍ଟୋ ଗ୍ଲୋବାଲ୍ ଲିମିଟେଡ୍ ନାମକ ଏକ ବୁଲଗେରିଆ କମ୍ପାନୀ ଜଡିତ ଥିଲା। ଏହି କମ୍ପାନୀ ନରୱେ ନାଗରିକ ରିନ୍ସନ୍ ଜୋସେଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ରିନ୍ସନ୍ ଜୋସେ କେରଳର ୱାୟାନାଡରେ ଜନ୍ମଗ୍ରହଣ କରିଥିଲେ। ସେଠାରୁ ଏମବିଏ ଶେଷ କରିବା ପରେ ସେ ନରୱେ ଯାଇଥିଲେ। କେରଳରେ ରିନ୍ସନଙ୍କ ପିତା ଜଣେ ଦରଜୀ । ତାଙ୍କର ଟେଲର ଦୋକାନ ରହିଛି। ତେବେ ଏଇଠି ପ୍ରଶ୍ନ ଉଠୁଛି ଜଣେ ସାଧାରଣ ପରିବାର ଘରର ପିଲା ପେଜରରେ ହୋଇଥିବା ବିସ୍ଫୋରଣ ଘଟଣାରେ କିଭଳି ଯୋଡିହେଲା?

ବାସ୍ତବରେ, ହିଜବୁଲ ସଦସ୍ୟଙ୍କ ହଜାର ହଜାର ପେଜର ବିସ୍ଫୋରଣ ହେବା ପରେ ତାଙ୍କର ପ୍ରଥମ ଧ୍ୟାନ ପେଜର୍ ଉତ୍ପାଦନକାରୀ କମ୍ପାନୀକୁ ଯାଇଥିଲା । ଏହି ପେଜରଗୁଡ଼ିକରେ ତାଇୱାନର କମ୍ପାନୀ ଗୋଲ୍ଡ ଆପୋଲୋର ବ୍ରାଣ୍ଡ ନାମ ଥିଲା । ତେବେ ଗୋଲ୍ଡ ଆପୋଲୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ସୁ ଚିଙ୍ଗ-କୁଆଙ୍ଗ ସ୍ପଷ୍ଟ କରିଛନ୍ତି ଯେ ‘ଏହି ପେଜର୍ସ ସବୁ ଆମର ନଥିଲା। କେବଳ ଆମର ବ୍ରାଣ୍ଡ ଏହା ଉପରେ ଥିଲା ବୋଲି ସୁ ଚିଙ୍ଗ-କୁଆଙ୍ଗ କହିଥିଲେ ।

ଏହା ପରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା । SANS ଏହାର ଅନୁସନ୍ଧାନ କରିଥିଲା । ରିନ୍ସନ୍ ଜୋସେଙ୍କ ବୁଲଗେରିଆ କମ୍ପାନୀର ନାଁ ଆସିବା ପରେ ସେଠାରେ ତଦନ୍ତ ଜାରି ରହିଥିଲା । ଅନୁସନ୍ଧାନ ପରେ SANS କହିଛି ଯେ, ଏହି ବିସ୍ଫୋରଣରେ କମ୍ପାନୀର କୌଣସି ସମ୍ପର୍କ ନାହିଁ । ଏବଂ ସେପ୍ଟେମ୍ୱର ୧୭ରେ ବିସ୍ଫୋରଣ ସହ ଜଡିତ କୌଣସି ଉପକରଣ ବୁଲଗେରିଆରେ ଆମଦାନୀ, ରପ୍ତାନି କିମ୍ବା ଉତ୍ପାଦନ କରାଯାଇ ନାହିଁ ।

 

ଭଦ୍ରକ ଗୁଡୁପୋଖରୀରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା, ଅଞ୍ଚଳରେ ୧୬୩ ଧାରା ବଳବତ୍ତର

ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୟାଙ୍ଗଡିହ ପଞ୍ଚାୟତ ଗୁଡୁପୋଖରୀରେ ୨ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟଣା । ଏନେଇ ଶାନ୍ତି କମିଟି ଡାକି ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ କରିଛି ପ୍ରଶାସନ। ଧାମନଗର ପଞ୍ଚାୟତ ସମିତି ସଭା ଗୃହରେ ଶାନ୍ତି କମିଟି ବୈଠକ ବସିଥିଲା। ବୈଠକରେ ଭଦ୍ରକ ଉପ ଜିଲ୍ଲାପାଳ, ତହସିଲଦାର, ଏସଡିପିଓ , ଧୂଷୁରୀ ଅତିରିକ୍ତ ଥାନାଧିକାରୀଙ୍କ ସମେତ ରାଜନୈତିକ ବ୍ୟକ୍ତି ଓ ଉଭୟ ଗୋଷ୍ଠୀର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଉତ୍ତେଜନା ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଲାଗି ପ୍ରୟାସ ଜାରି କରିଥିଲେ।

ଅନ୍ୟପଟେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଉଭୟ ଗୋଷ୍ଠୀର ଶତାଧିକ ଲୋକେ ଧାମନଗର ଥାନା ଘେରାଉ କରି ବସି ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶନିବାର ରାତି ୧୦ଟା ଯାଏଁ ୧୬୩ ଧାରା ବଳବତ୍ତର ରହିଛି । ଘଟଣାରେ ଏପର୍ଯ୍ୟନ୍ତ ୭ଜଣଙ୍କୁ ଗିରଫ କରିଛି ପୋଲିସ।