spot_img
Home Blog Page 1494

ଆଲବମରେ ସୁଯୋଗ ଦେବାକୁ କହି ଯୁବତୀଙ୍କ ସହ ଠକେଇ

ନନ୍ଦିଘୋଷ ବ୍ୟୁରୋ: ଆଲବମରେ ସୁଯୋଗ ଦେବାକୁ କହି ଯୁବତୀଙ୍କ ସହ ଠକେଇ । ଅଭିନେତ୍ରୀଙ୍କ ଠାରୁ ଟଙ୍କା ଠକି ନେଲେ ନକଲି ପ୍ରଡ୍ୟୁସର । ସୋସିଆଲ ମିଡିଆରେ ପ୍ରଥମେ ପ୍ରେମ ନିବେଦନ ଓ ପରେ ଠକେଇ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ବରରୁ । ଆଲବମ ହିରୋଇନ ଏ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଚନ୍ଦକା ଥାନାରେ ଏତଲା ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ମାନସ ମହାପାତ୍ର ।

ଗହମର MSP କ୍ଵିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସରକାର ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବି ବୃଦ୍ଧି କରିଛନ୍ତି। ଗହମର ଏମଏସପି କ୍ବିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବରୁ ଗହମ କ୍ବିଣ୍ଟାଲ ପିଛା ଦର ୨ ହଜାର ୨୭୫ ଥିବାବେଳେ ବର୍ତ୍ତମାନ ଏହା ହେବ  ୨ ହଜାର ୪୨୫ ଟଙ୍କ। ସେହିପରି ସୋରିଷର ଏମଏସପି ୩୦୦ ଟଙ୍କା ବଢାଯାଇଛି। ଆଗରୁ ଥିଲା ୫୬୫୦ ଟଙ୍କା ଥିଲା। ଏବେ ହେଲା ୫୯୫୦। ସେହିପରି ଚଣାର ଏମଏସପି ୨୧୦ ଟଙ୍କା ବୃଦ୍ଧି ହୋଇଛି।

କେନ୍ଦ୍ର ସରକାର ଦେଲେ ଦୀପାବଳି ଉପହାର, ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ନନ୍ଦିଘୋଷ ବ୍ୟୁରୋ: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଉପହାର। ମହଙ୍ଗା ଭତ୍ତା ବଢ଼ାଇଛନ୍ତି କେନ୍ଦ୍ର ସରକାର। ୩ ପ୍ରତିଶତ ବୃଦ୍ଧି କରାଯାଇଛି ମହଙ୍ଗା ଭତ୍ତା। ଏହା ଦ୍ଵାରା ମହଙ୍ଗା ଭତ୍ତା ୫୦ରୁ ୫୩ ପ୍ରତିଶତକୁ ବୃଦ୍ଧି ହୋଇଛି। ଏବେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ସରକାରୀ କର୍ମଚାରୀ ସେମାନଙ୍କ ମୂଳ ଦରମାର ୫୩ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ଏସଂପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଜୁଲାଇ ପହିଲାରୁ ଏହା ଲାଗୁ ହେବ। ଅର୍ଥାତ ଜୁଲାଇ ମାସର ଦରମାରେ ପିଛିଲା ଭାବେ ଲାଗୁ ହେବ।

ଗତ ୩ ମାସର ଦରମା ସହିତ ବର୍ଦ୍ଧିତ ମହଙ୍ଗା ଭତ୍ତା ଅକ୍ଟୋବର ମାସର ଦରମାରେ ମିଶି କରି ଆସିବ। ଏହି ନିଷ୍ପତ୍ତିରେ କେନ୍ଦ୍ର ସରକାରଙ୍କୁ ଅଧିକ ୯ ହଜାର ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଉପକୃତ ହେବେ ୪୯ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସେନଭୋଗୀ। ଦେଶର କଞ୍ଜୁମର ପ୍ରାଇସ୍ ଇନଡେସ୍କ ଅନୁସାରେ ମହଙ୍ଗା ଭତ୍ତା ନିର୍ଦ୍ଧାରଣ କରାଯାଇଥାଏ। ପ୍ରତି ବର୍ଷ ୨ ଥର ଲେଖାଏଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ। ଗତ ମାର୍ଚ୍ଚରେ ଡିଏ ବଢ଼ିଥିଲା ୪ ପ୍ରତିଶତ।

ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କୁ କ୍ଲିନଚିଟ୍

ହାଇଦ୍ରାବାଦ : ବହୁଚର୍ଚ୍ଚିତ ୩୭୧ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆନ୍ଧ୍ରପ୍ରଦେଶ ମୁଖ୍ଯମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଛି କ୍ଲିନଚିଟ। ଏହି ଦୁର୍ନୀତି ପ୍ରସଙ୍ଗକୁ ନେଇ ଗତ ୨୦୨୩ରେ ଗିରଫ ହୋଇଥିଲେ ନାଇଡୁ। ତତକାଳୀନ ମୁଖ୍ଯମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀଙ୍କ ସରକାର ଶିକାର ହୋଇଥିବା ଚନ୍ଦ୍ରବାବୁ ଗିରଫ ହେବା ସହ ୫୩ଦିନ ଜେଲରେ ଥିଲେ। ସେ ଗତବର୍ଷ ଅକ୍ଟୋବର ୩୧ରେ ଜାମିନରେ ମୁକୁଳିଥିଲେ। ଚାର୍ଜସିଟରେ ଡିଜାଇନଟେକ ସିଷ୍ଟମସ ପ୍ରାଇଭେଟ ଲିମିଟେ ଓ ଅନ୍ଯମାନଙ୍କ ନାମ ଦର୍ଶାଇଥିଲା ଇଡି। ଏହା ସହ ୨୩ କୋଟି ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କରିଥିଲା ଇଡି ।

ଥମୁନି ଭାରତ-କାନାଡା କୂଟନୈତିକ ବିବାଦ ,ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ କଟକଣା ଲାଗି ଦାବି

ନୂଆଦିିଲ୍ଲୀ : ଥମୁନି ଭାରତ-କାନାଡା କୂଟନୈତିକ ବିବାଦ। ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ କଟକଣା ଲାଗି ଦାବି କରିଛନ୍ତି କାନାଡାର ଶିଖ୍ ନେତା ତଥା ନ୍ଯୁ ଡେମୋକ୍ରାଟିକ ପାର୍ଟି ସାଂସଦ ଜଗମିତ ସିଂ। ତେବେ ଏହି ପ୍ରସଙ୍ଗକୁ ନେଇ ସମାଲୋଚନାର ଶୀକାର ହୋଇଛନ୍ତି ଜଗମିତ। ଖଲିସ୍ତାନ ସମର୍ଥକ ଭାବେ ଜଣାଶୁଣା ଜଗମିତ କହିଛନ୍ତି- ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ କଡ଼ା କଟକଣା ଲାଗୁ କରିବା ଦରକାର। କାନାଡା ନାଗରିକଙ୍କୁ ଗୁଳି କରିବା ଲାଗି ଭାରତୀୟ କୂଟନୀତିଜ୍ଞମାନେ ଅପରାଧୀମାନଙ୍କୁ ବ୍ଯବହାର କରୁଛନ୍ତି। ଏହି ପ୍ରସଙ୍ଗରେ ସେ ଭାରତର ମୋଦି ସରକାରଙ୍କୁ ଦାୟୀ କରିଛନ୍ତି। ସେପଟେ ଜଗମିତଙ୍କ ଏହି ବୟାନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଶରବ୍ଯର ଶିକାର ହୋଇଛନ୍ତି ଜଗମିତ। ପୂର୍ବରୁ ଖଲିସ୍ତାନୀ ସପକ୍ଷବାଦୀଙ୍କୁ ଟାର୍ଗେଟ କରିବା ଲାଗି କାନାଡାରେ ଭାରତୀୟ କୂଟନୀତିଜ୍ଞମାନେ ଲରେନ୍ସ ବିଷ୍ଣୋଇ ଗ୍ଯାଙ୍ଗ ସହ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲା ରୟାଲ କାନାଡିଆନ ମାଉଣ୍ଟୋଡ ପୋଲିସ ବା ଆରସିଏମପି। ଦୁଇ ବର୍ଷ ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କୁ ସମର୍ଥନ କରୁଥିଲେ ଜଗମିତ। ମାତ୍ର ମାସକ ପୂର୍ବରୁ ସେ ଟ୍ରୁଡୁଙ୍କୁଠାରୁ ଦୂରେଇଥିଲେ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ତାରକା ପ୍ରଚାର କମିଟିର ମଙ୍ଗ ଧରିବେ କଳ୍ପନା

ରାଞ୍ଜି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତ ରଣଭୂମି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ତାରକା ପ୍ରଚାର କମିଟିରେ ସାମିଲ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା । ହିନ୍ଦୀ ଓ ଇଂରାଜୀରେ ଅନର୍ଗଳ କହିପାରୁଥିବା କଳ୍ପନା ଏବେ ଝାଡଖଣ୍ଡରେ ମହିଳା ଭୋଟରଙ୍କ ଲାଗି  କ୍ରେଜ ସାଜିଛନ୍ତି । ୧୯୮୫ ମାର୍ଚ୍ଚରେ ଜନ୍ମିତ କଳ୍ପନା ଏମବିଏ ଓ ଇଞ୍ଜିନିୟିରିଂ ଡିଗ୍ରୀ କରିଛନ୍ତି । ଗତ ଜାନୁଆରୀରେ ଜମି ଦୁର୍ନୀତି ମାମଲାରେ ହେମନ୍ତ ଜେଲ ଯିବା ପରେ ଦଳର ମଙ୍ଗ ଧରିଥିଲେ କଳ୍ପନା । ତାଙ୍କ ନେତୃତ୍ବରେ ବି ଲୋକସଭା ନିର୍ବାଚନ ଲଢିଥିଲା ଦଳ । ଏପରିକି ଗନ୍ଦେ ବିଧାନସଭା ଉପନିର୍ବାଚନରେ ସେ ୨୬ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ସରଫରାଜ ଅହମ୍ମଦ ରାଜ୍ଯସଭାକୁ ଯିବା ପରେ ଏହି ଆସନ ଖାଲିପଡିଥିଲା । ଜଣେ ମିଷ୍ଟଭାଷୀ ନେତ୍ରୀ ଭାବେ ପରିଚିତ କଳ୍ପନା ମଇୟା ସମ୍ମାନ ଯାତ୍ରା ବେଳେ ସାରା ରାଜ୍ଯ ଗସ୍ତ କରି ୭୦ରୁ  ଅଧିକ ସ୍ଥାନରେ ଭାଷଣ ଦେଇଥିଲେ । ଏହି ଯୋଜନା ଜରିଆରେ ୪୫ ଲକ୍ଷ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ପ୍ରଚାର ସମୟରେ ସେ ମହିଳା ସମୁଦାୟ ଲାଗି ଆଇକନ ସାଜିଥିଲେ । ରାଜ୍ଯରେ ୨ କୋଟି ୬୦ ଲକ୍ଷ ଭୋଟରଙ୍କ ମଧ୍ଯରୁ ମହିଳା ଭୋଟରଙ୍କ ସଂଖ୍ଯା ୧ କୋଟି ୨୯ ଲକ୍ଷ । ଚଳିତ ବିଧାନସଭା ନିର୍ବାଚନରେ ବି କଳ୍ପନା ୭୦ରୁ ଅଧିକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ନଭେମ୍ବର ୧୩ ଓ ୨୦ରେ ଝାଡଖଣ୍ଡରେ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବ । ନଭେମ୍ବର ୨୩ରେ ଆସିବ ଫଳ ।

ଅଭିଯୋଗକାରୀଙ୍କୁ ୧୫ ନିୟୁତ ଡଲାର ଗଣିବ ଜନସନ୍ ଆଣ୍ଡ ଜନସନ

ନୂଆଦିଲ୍ଲୀ : ଅଡୁଆରେ ଜନସନ ଆଣ୍ଡ ଜନସନ । ଦଶନ୍ଧି ଧରି ଏହି କମ୍ପାନୀର ପାଉଡର ବ୍ଯବହାର କରି କର୍କଟ ରୋଗର ଶିକାର ହୋଇଥିବା ଜଣେ ବ୍ଯକ୍ତିଙ୍କ ଅଭିଯୋଗ କ୍ରମେ ୧୫ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆମେରିକା କନେକ୍ଟିକଟର ଏହି ବ୍ଯକ୍ତିଜଣକ ମେଜୋଥେଲିଓମାରେ ପୀଡିତ ଥିବା ଜଣାପଡିଥିଲା । କମ୍ପାନୀର ବେବି ପାଉଡରକୁ ବ୍ଯବହାର କରି ଇଭାନ ପ୍ଲଟକିନ ନାମକ ଜଣେ ବ୍ୟକ୍ତି ଅସୁସ୍ଥ ହୋଇଥିଲେ । ଚିକିତ୍ସା ପରେ ଜଣାଯାଇଥିଲା ଯେ, ବେବି ପାଉଡର ବ୍ଯବହାର କରି ସେ ଅସୁସ୍ଥ ହୋଇଛନ୍ତି । ଏନେଇ ଗତ ୨୦୨୧ରେ ସେ କମ୍ପାନୀ ବିରୋଧରେ ମାମଲା ଦାୟର କରିଥିଲେ । ମାମଲାର ବିଚାର କରି କନେକ୍ଟିକଟ ସୁପିରିଅର କୋର୍ଟ ୧୫ ନିୟୁତ ଡଲାର କ୍ଷତିପୂରଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଅନ୍ଯାନ୍ୟ ଦେୟ ଦେବାକୁ ବି କୋର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ଲଟକିନଙ୍କ ଓକିଲ ବେନ ବ୍ରାଲି କହିଛନ୍ତି- ଜନସନ ଆଣ୍ଡ ଜନସନକୁ ପୁଣି ଥରେ କୋର୍ଟ ଦୋଷୀସାବ୍ଯସ୍ତ କରିଛନ୍ତି । ଏହି ପାଉଡରରେ ଆଜବେଷ୍ଟସ ଥିବା ଜାଣିବା ସତ୍ତ୍ବେ କମ୍ପାନୀ ଏହି ପାଉଡରର ମାର୍କେଟିଂ ଓ ବିକ୍ରି କରୁଥିଲା । ସେପଟେ କୋର୍ଟଙ୍କ ଏହି ରାୟରେ ତ୍ରୁଟି ରହିଛି ଏବଂ କମ୍ପାନୀ ଏହା ବିରୋଧରେ ଆବେଦନ କରିବ ବୋଲି କହିଛନ୍ତି କହିଛନ୍ତି କମ୍ପାନୀର ଉପସଭାପତି ଏରିକ ହାସ୍ ।

ପାଉଡରର ବିଜ୍ଞାନଭିତ୍ତିକ ଗବେଷଣା ପରେ ଏହା ସ୍ବାସ୍ଥ୍ଯ ଲାଗି ନିରାପଦ ଥିବା ପ୍ରମାଣିତ ହୋଇସାରିଛି ବୋଲି ସେ କହିଛନ୍ତି । କେବଳ ଏହି ମାମଲା ନୁହେଁ, ପାଉଡର ବ୍ଯବହାର କରିବା ଯୋଗୁ ଓଭାରିଆନ ଓ ଅନ୍ଯାନ୍ୟ ଗାଇନୋକୋଲିଜିକାଲ କ୍ଯାନସରରେ ପୀଡ଼ିତ ହୋଇଛନ୍ତି ବୋଲି ୬୨ ହଜାରରୁ ଅଧିକ ଲୋକ କମ୍ପାନୀ ବିରୋଧରେ ମାମଲା ଦାୟର କରିଛନ୍ତି । ଏହି କ୍ଷତିପୂରଣର ପରିମାଣ ୯ ବିଲିୟନ ଡଲାର ହେବ । ପାଉଡରରେ ଆଜବେଷ୍ଟସ ପରି ଏକ କର୍କଟରୋଗ ସୃଷ୍ଟିକାରୀ ଏଜେଣ୍ଟ ରହିଛି ଯାହାକି ମେଜୋଥେଲିଓମା ପରି ଏକ ପ୍ରକାର ମାରାତ୍ମକ କର୍କଟ ରୋଗ ସୃଷ୍ଟି କରିଥାଏ । ଗତ ୨୦୨୦ରେ ଆମେରିକୀୟ ବଜାରରୁ ପାଉଡର ପ୍ରତ୍ଯାହାର କରିଥିଲା ଜନସନ ଆଣ୍ଡ ଜନସନ ।

ଜମ୍ମୁ ଓ କାଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା

ଜମ୍ମୁ କାଶ୍ମୀର: ଜମ୍ମୁ ଓ କାଶ୍ମୀରରେ ଓମାର ଅବଦୁଲ୍ଲା ରାଜ୍ । ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନ୍ଯାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା । ସୁରିନ୍ଦର ଚୌଧୁରୀ ହୋଇଛନ୍ତି ଉପମୁଖ୍ଯମନ୍ତ୍ରୀ। ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଲାଗି ସରକାର ଗଠନ କରିଛନ୍ତି ନ୍ଯାସନାଲ କନଫରେନ୍ସ କଂଗ୍ରେସ, ସିପିଏମ ମେଣ୍ଟ। ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମୁଖ୍ଯମନ୍ତ୍ରୀଙ୍କୁ କରାଇଥିଲେ ପଦ ଓ ଗୋପନୀୟତାର ଶପଥପାଠ । ଉମରଙ୍କ ବ୍ଯତୀତ ଅନ୍ଯ ୮ ଜଣ ମନ୍ତ୍ରୀ ବି ଶପଥ ନେଇଛନ୍ତି। ତେବେ ସରକାରରେ କଂଗ୍ରେସ ସାମିଲ ହେବ ନାହିଁ ।

କଂଗ୍ରେସକୁ ଗୋଟିଏ ମନ୍ତ୍ରୀ ପଦ ଯଚାଯାଇଥିଲେ ବି କଂଗ୍ରେସ ଏହାକୁ ଅଗ୍ରାହ୍ଯ କରିଥିଲା। ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ସମାଜବାଦୀ ପାର୍ଟ ନେତା ଅଖିଳେଶ ଯାଦବ, ଡିଏମକେର କେ. କାନିମୋଜି, ଏନସିପି(ଏସପି)ର ସୁପ୍ରିୟା ସୁଲେ ପ୍ରମୁଖ ସାମିଲ ହୋଇଥିଲେ। ଶ୍ରୀନଗରର ଶେର-ଇ-କାଶ୍ମୀର ଇଣ୍ଟରନ୍ଯାସନାଲ ସେଣ୍ଟରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୯୦ ଆସନ ବିଶିଷ୍ଟ ବିଧାନସଭାରେ ଇଣ୍ଡିଆ ମେଣ୍ଟରେ ଅଛନ୍ତି ନ୍ୟାସନାଲ କନଫରେନ୍ସର ୪୨, କଂଗ୍ରେସର ୬, ସିପିଏମର ଜଣେ, ଆପର ଜଣେ ଓ ୫ ସ୍ବାଧୀନ ସଦସ୍ଯ। ବିଜେପିର ମୋଟ ସଦସ୍ଯ ସଂଖ୍ଯା ରହିଛି ୨୯ ।

୨ ଚୋରଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ

ବାଲେଶ୍ବର :  ଚୋରି କରି ବନ୍ଧା ହେଲେ ୨ ଯୁବକ। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନାଇଁଦୋଳି ଗାଁର ଘଟଣା। ଗତକାଲି ରାତିରେ ଦୁର୍ଗା ପୂଜା ଉପଲକ୍ଷେ ଯାତ୍ରା ପରିବେଷଣ ହେଉଥିଲା । ଏହାର ସୁଯୋଗ ନେଇ ଦୁଇ ଯୁବକ ସେହି ଗାଁରୁ ଏକ ଗ୍ୟାସ ଟାଙ୍କି ଚୋରି କରି ନେଇଯାଉଥିବାବେଳେ ଧରିଲେ ଗ୍ରାମବାସୀ। ପରେ ଦୁଇ ଯୁବକଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିବା ପରେ ଛାଡି ଦେଇଥିଲେ । କୁଚିଲାଡାଙ୍ଗ ଓ ନାଇଁଦୋଳି ଗାଁର ଏହି ଦୁଇ ଯୁବକ। ଏମାନେ ଭୋଗରାଇ ଅଞ୍ଚଳରେ ବିଭିନ୍ନ ଜାଗାରେ ଚୋରି କରିଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଜନ୍ମଦିନରେ ନବୀନ ପଟ୍ଟନାୟକଙ୍କୁ ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ମୁଖ୍ଯମନ୍ତ୍ରୀ ମୋହନ ମାଝୀ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନବୀନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବାଚସ୍ପତି ସୁରମା ପାଢୀ ମଧ୍ଯ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି ।