spot_img
Home Blog Page 1475

ମହାମଦୀ ପ୍ରସଙ୍ଗ: ବିଜେଡିର ଦାବି, ସାର୍ବଜନୀନ ହେଉ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ମହାମଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ଏ ସମ୍ପର୍କରେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ,  ମହାନଦୀ ହେଉଛି ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ। କେନ୍ଦ୍ର ସହଯୋଗ ନମିଳିବାରୁ ବଞ୍ଚିତ ହେଉଛି ଓଡ଼ିଶା। ରାଜ୍ୟ ପ୍ରତି ଅନ୍ୟାୟ କରିଚାଲିଛି ଛତିଶଗଡ଼। ଓଡ଼ିଶା ସ୍ବାର୍ଥ ପାଇଁ ବିଜେଡି ଲଢ଼େଇ କରିଆସୁଛି। ହେଲେ ମହାନଦୀ ସମସ୍ୟାର ସମାଧାନ କରିବାକୁ ଚାହୁଁନି ଛତିଶଗଡ଼। ଏବେ ଉଭୟ କେନ୍ଦ୍ର, ଛତିଶଗଡ଼ ଓ ରାଜ୍ୟରେ ବିଜେପି ସରକାର ଅଛନ୍ତି। ତେଣୁ ମହାନଦୀ ପ୍ରସଙ୍ଗରେ ଯେଉଁ ଦୁଇ ଥର ଆଲୋଚନା ହୋଇଛି ବୋଲି କହୁଛନ୍ତି ମୁଖ୍ୟମନ୍ତ୍ରୀ, ତାହାକୁ ସାର୍ବଜନୀନ କରାଯାଉ ବୋଲି ଦାବି କରିଛନ୍ତି ପ୍ରଶାନ୍ତ ମୁଦୁଲି।

ସେପଟେ ମହାନଦୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସବିଧାୟକ ତାରା ବାହିନୀପତି । ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାର ଅଛି । ଯଦି ଟ୍ରିପଲ ଇଞ୍ଜିନ ସରକାରରେ ମହାନଦୀ ପ୍ରସଙ୍ଗ ସମାଧାନ ହେବନି, ତାହାଲେ ସେ ବିଫଳ । ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ଏହି ପ୍ରସଙ୍ଗରେ ଦୁଇଥର କଥା ହୋଇଛନ୍ତି, ତାହା ସ୍ପଷ୍ଟ କରନ୍ତୁ କଣ ଆଲୋଚନା ହୋଇଛି ? ଲୋକ ଜାଣିବା ଦରକାର ବୋଲି କହିଛନ୍ତି ତାରା ବାହିନୀପତି ।

ନିଜ ମାଟିରେ ପ୍ରଥମ ଥର ହ୍ଵାଇଟ୍ ୱାସ ହେଲା ଭାରତ

ମୁମ୍ବାଇ: ଭାରତୀୟ କ୍ରିକେଟ ଇତିହାସରେ ସବୁଠୁ ବଡ଼ ଲଜ୍ଜା। ପ୍ରଥମ ଥର ପାଇଁ ନିଜ ମାଟିରେ ୩-୦ ରେ ଟେଷ୍ଟ ସିିରିଜ ହ୍ଵାଇଟ୍ ୱାସ ହୋଇଛି ଟିମ୍ ଇଣ୍ଡିଆ। ଭାରତ ଟେଷ୍ଟ ମ୍ୟାଚ ୧୯୩୩-୩୪ରେ ଟେଷ୍ଟ ମ୍ୟାଚ ଖେଳିବା ଦିନରୁ କେବେ ବି ଏପରି ହୋଇନଥିଲା। ନ୍ୟୁଜିଲାଣ୍ଡ ବି ପ୍ରଥମ ଥର ପାଇଁ ଭାରତକୁ ଭାରତ ମାଟିରେ ୩-୦ରେ ଟେଷ୍ଟ ସିରିଜରେ ପରାସ୍ତ କରିଛି।

ମୁମ୍ବାଇର ୱାନଖେଡ ଷ୍ଟାଡିୟମରେ ତୃତୀୟ ଟେଷ୍ଟରେ ହାରିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ୨୫ ରନରେ ଜିତିଛି।
ଭାରତ ଦ୍ଵିତୀୟ ଇନିଂସରେ ୧୨୧ ରନ୍ ରେ ଅଲଆଉଟ୍ ହୋଇଛି । ଟିମ୍ ଇଣ୍ଡିଆ ଟାର୍ଗେଟରେ ଥିଲା ୧୪୭ ରନ୍ । କେବଳ ପନ୍ତ ଭଲ ସ୍କୋର କରିଥିବା ବେଳେ ୮ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତ ନିଜ ମାଟିରେ ପ୍ରଥମ ଥର ହ୍ଵାଇଟ୍ ୱାସ ହୋଇଛି।

ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୫ ରନ୍‌ କରିଥିଲା । ଏବଂ ଦ୍ଵିତୀୟ ଇନିଂସ ୧୭୪ ରନ୍ କରିଛି । ଭାରତ ପ୍ରଥମ ଇନିଂସ ୨୬୩ ରନ୍ କରିଥିବା ବେଳେ ଦ୍ଵିତୀୟ ଇନିଂସ ୧୨୧ ରନ୍ କରିଛି । ଆଗରୁ ବେଙ୍ଗଲୁରୁ ଓ ପୁଣେ ଟେଷ୍ଟ ହାରିଥିଲା ଭାରତ । ନ୍ୟୁଜିଲାଣ୍ଡ ୩-୦ରେ ସିରିଜ ଜିତିଲା । ଭାରତ ଟେଷ୍ଟ ଚାମ୍ପିୟନ ଫାଇନାଲ ଖେଳିବା ଆଶା କ୍ଷୀଣ ।

ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି । ଯୋଗୀ ଆଦିତ୍ୟନାଥଙ୍କ ନାଁରେ ମୁମ୍ବାଇ ପୁଲିସ୍ କଣ୍ଟ୍ରୋଲ ରୁମ୍‌କୁ ଆସିଛି ଧମକପୂର୍ଣ୍ଣ ମେସେଜ । ତାଙ୍କୁ ସିଏମ ପଦରୁ ୧୦ ଦିନ ଭିତରେ ଇସ୍ତଫା ଦେବାକୁ କୁହାଯାଇଛି। ଏନେଇ ମହାରାଷ୍ଟ୍ର ପୋଲିସ ୟୁପି ପୋଲିସକୁ ସୂଚନା ଦେଇଛି। ମାମଲାର ତଦନ୍ତ ଜାରି ରହିଛି। ସୂଚନା ମୁତାବକ,ନଭେମ୍ବର ୨୦ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପ୍ରଚାର ପାଇଁ ଯୋଗୀ ମହାରାଷ୍ଟ୍ରକୁ ଯାଇପାରନ୍ତି । ଏନେଇ ପୋଲସ ସତର୍କ ରହିଛି। ଏହି ମାମଲାରେ ମୁମ୍ବାଇ ପୋଲିସ ୨୪ ବର୍ଷୀୟା ମହିଳାଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମୁମ୍ବାଇ ପୁଲିସ୍ କଣ୍ଟ୍ରୋଲ ରୁମ୍‌କୁ ଏକ ଅଜଣା ନମ୍ୱରୁ ଯୋଗୀଙ୍କୁ ହତ୍ୟା ଧମକ ମିଳିଛି । ଯେଉଁଥିରେ କୁହାଯାଇଛି ଆସନ୍ତା ୧୦ ଦିନ ଭିତରେ ଯୋଗୀ ଇସ୍ତଫା ଦିଅ, ନଚେତ ବାବା ସିଦ୍ଦିକିଙ୍କ ପରି ତୁମର ଅବସ୍ଥା ବି ହେବ । ଏହାକୁ ନେଇ ତନାଘନା ଆରମ୍ଭ କରିଛି ପୁଲିସ୍‌।

 

ଆମ୍ୱଟାକୁଆ ଟ୍ରାଜେଡି ଘଟଣା: ‘ରାଜ୍ୟ ସରକାରଙ୍କ ଅବହେଳାରୁ ଲୋକଙ୍କ ମୃତ୍ୟୁ ହୋଇଥିବା କହିଲେ ମୁନା ଖାଁ

କନ୍ଧମାଳ: ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ଟାକୁଆ ଟ୍ରାଜେଡି ଘଟଣା। ଆମ୍ବ ଟାକୁଆ ଖାଇ ମୃତ୍ଯୁ ପ୍ରସଙ୍ଗରେ ବିଜେଡି ସାଂସଦ ମୁନା ଖାଁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ୨୪ ବର୍ଷ ତଳେ ଶୁଣିବାକୁ ପାଉଥିଲୁ ଲୋକ ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଖାଉଥିଲେ ଓ ଜୀବନ ଯାଉଥିଲା। ହେଲେ ନବୀନ ସରକାର ସମୟରେ ଏହା ହେଉ ନଥିଲା। ଲୋକେ ଠିକ ଭାବେ ଚାଉଳ ପାଉଥିଲେ, ନବୀନ ପଟ୍ଟନାୟକ କୌଣସି ଅଭାବ ରଖି ନଥିଲେ ବୋଲି କହିଛନ୍ତି ମୁନା ଖାଁ।

ଆହୁରୀ ମଧ୍ୟ କହିଛନ୍ତି, ୨୪ ବର୍ଷ ପରେ ଏବେ ଅନାହାରରେ ମୃତ୍ୟୁ ହେଉଥିବା ଶୁଣିବାକୁ ମିଳୁଛି। ଚାଉଳ ଦେବାରେ ଅବହେଳା କରିଛନ୍ତି ରାଜ୍ୟ ସରକାର। ଯେଉଁଥି ପାଇଁ ଆମ୍ବ ଟାକୁଆ ଖାଇକି ଲୋକଙ୍କ ଜୀବନ ଗଲା ବୋଲି କହିଛନ୍ତି ସାଂସଦ ମୁନା ଖାଁ।

ଦିଲ୍ଲୀରେ ବାୟୁପ୍ରଦୂଷଣର ଭାଙ୍ଗିଲା ରେକର୍ଡ, ୫୦୦ ଟପିଲା ଏକ୍ୟୁଆଇ

ନୂଆଦିଲ୍ଲୀ: ଘାତକ ସାଜୁଛି ଦିଲ୍ଲୀ ବାୟୁ । ଦିଲ୍ଲୀରେ ବାୟୁପ୍ରଦୂଷଣର ଭାଙ୍ଗିଲା ରେକର୍ଡ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପାର କଲା ଦିଲ୍ଲୀ ପ୍ରଦୂଷଣ । ୫୦୦ ଟପିଗଲା ଦିଲ୍ଲୀରେ ଏକ୍ୟୁଆଇ। ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି । ବାୟୁ ଗୁଣବତ୍ତା ଖରାପ ହେବା ପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ଯ୍ୟ ମାନଦଣ୍ଡଠାରୁ ୬୫ ପ୍ରତିଶତ ଅଧିକ ରହିଛି ଦିଲ୍ଲୀର ପ୍ରଦୂଷଣ । ଏହି ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀର ପ୍ରାୟ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା, କାଶ ସମେତ ବିଭିନ୍ନ ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।

ହସ୍ପିଟାଲରେ ସାପ କାମୁଡା ଇଞ୍ଜେକସନ ଅଭାବରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଖୋର୍ଦ୍ଧା: ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ। ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ପାରି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଅନୁସୂୟା ମହାରଣା। ମହିଳା ଜଣଙ୍କ ବାଡି ପଟେ କାମ କରିବା ସମୟରେ ବିଷଧର ସାପଟି ମହିଳାଙ୍କୁ କାମୁଡି ଥିଲା। ଏହାପରେ ସଙ୍ଗେ ସଙ୍ଗେ ପରିବାର ଲୋକେ ମହିଳାଙ୍କୁ ଟାଙ୍ଗୀ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋ। ହେଲେ ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା।

ହସ୍ପିଟାଲରେ ସାପ କାମୁଡା ଇଞ୍ଜେକସନ ଅଭାବ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ସୃଷ୍ଟି କରିଥିଲେ ଗ୍ରାମବାସୀ। ଖବର ପାଇ ଟାଙ୍ଗୀ ପୋଲିସ ମେଡିକାଲରେ ପହଁଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି।

ପୋଲିସ ହେପାଜତରୁ ଚମ୍ପଟ ମାରିଲା ଆସାମୀ

ଗଜପତି: ପୋଲିସ ହେପାଜତରୁ ଚମ୍ପଟ ମାରିଲା ଆସାମୀ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାରେ । ସୂଚନା ଅନୁଯାୟୀ, ଗଜପତି ମୋହନା ବଜାରରେ ଥିବା ଏକ ଲଜରୁ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛି କଏଦୀ । ଆସାମୀ ଜଣଙ୍କ ହେଲା ମୋହନା ଅନ୍ତରବା ପୁରୁଣାସାହିର ଜୁଏଲ ଶବର ।

ଜୁଏଲକୁ ଦୁଷ୍କର୍ମ ମାମଲାରେ ମହାରାଷ୍ଟ୍ର ନାଗପୁର ପୋଲିସ ଆକୋଲା ଷ୍ଟେସନରୁ ଗିରଫ କରିଥିଲା। ଗିରଫ ପରେ ବିଳମ୍ବିତ ରାତିରେ ତଦନ୍ତ ପାଇଁ ନାଗପୁର ପୋଲିସ ଏକ କାରରେ ଜୁଏଲକୁ ମୋହନା ଆଣିଥିଲା। ଲଜରେ ପୋଲିସ କର୍ମଚାରୀ ଗାଧୋଉଥିବା ବେଳେ ଏହାର ସୁଯୋଗ ନେଇ ଜୁଏଲ ଚମ୍ପଟ ମାରିଥିଲା।

ବିପଦରେ ଅଲିଭ ରିଡଲେ କଇଁଛ; ବେଆଇନ ଟ୍ରଲର ଚଳାଚଳ ଯୋଗୁଁ ମରୁଛନ୍ତି ଅଲିଭ ରିଡଲେ

ପୁରୀ: ଅସ୍ତରଙ୍ଗରେ ବିପଦରେ ଅଲିଭ ରିଡଲେ କଇଁଛ। ବେଆଇନ ଟ୍ରଲର ଚଳାଚଳ ଯୋଗୁଁ ଅଲିଭ ରିଡଲେ କଇଁଛଙ୍କ ମୃତ୍ଯୁ ହୋଇଛି। ପୁରୀ ଅସ୍ତରଙ୍ଗ ଦେବୀ ନାସି ଠାରୁ କେଳୁଣୀ ମୁହାଣ ମଧ୍ୟରେ ସାମୁଦ୍ରିକ କଇଁଛଙ୍କ ଭିଡ଼ ଲାଗିଥିବାରୁ ଅନେକ କଇଁଛଙ୍କର ମୃତ୍ଯୁ ବର୍ତ୍ତମାନ ଚିନ୍ତାରେ ପକାଇଛି।

କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ ୩୧ପର୍ଯ୍ୟନ୍ତ ଦେବୀ ନାସିରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ ମାଛ ଧରାକୁ ନିଷେଧ କରାଯାଇଛି। ବନ ବିଭାଗ, କୋଷ୍ଟଗାର୍ଡ, ମତ୍ସ୍ଯ ବିଭାଗ ଓ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ପଦକ୍ଷେପ ନିଆଯାଉଛି। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଦେବୀ ନାସିଠାରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ବେଆଇନ ଭାବେ  ବେଧଡକ ଟ୍ରଲର ଚାଲି ମାଛ ମରାଯାଉଛି। ଯାହାଫଳରେ ଅଲିଭ ରିଡଲେ କଇଁଛଙ୍କ ମୃତ୍ୟୁ ହୋଇଛି ।

ଶ୍ରୀ ମନ୍ଦିରରେ ହେଲା ବଡ଼ ମହାସ୍ନାନ, ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ନୀତି ବିଳମ୍ବ

ପୁରୀ: ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ। ଆଜି ଭୋର ୪ଟା ୩୫ରେ ଶ୍ରୀ ମନ୍ଦିର ଦ୍ଵାର ଫିଟା ନୀତି ସମ୍ପର୍ଣ୍ଣ ହୋଇଥିଲା ।  ମଙ୍ଗଳ ଆଳତୀ ପରେ ମଇଲମ ନୀତି ଚାଲିଥିବା ବେଳେ, ଜଣେ ବୃଦ୍ଧା ଜୟ ବିଜୟ ଦ୍ୱାର ନିକଟରେ ଛେପ ପକାଇବାରୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଯାହା ଫଳରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ନୀତି ପାଇଁ ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଠାକୁରଙ୍କ ନୀତି ବିଳମ୍ବ ହୋଇଛି।

ମହାସ୍ନାନ ପରେ ଜୟ ବିଜୟ ଦ୍ୱାରରେ ଶୋଧ ହୋଇ ଚୂନ ପଡିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ। ଏହାପରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନର ସାନିଧ୍ୟ୍ୟ ଲାଭ କରିପାରିବେ ।

ହିଜବ ବିରୋଧରେ ଅର୍ଦ୍ଧନଗ୍ନ ହେଲେ ଛାତ୍ରୀ !

ନନ୍ଦିଘୋଷ ବ୍ୟୁରୋ: ଇରାନରେ ମହିଳାମାନେ ଅନେକ ଦିନ ଧରି ହିଜାବର ବିରୋଧ କରିଆସୁଛନ୍ତି। ଶନିବାର ଦିନ ହିଜାବକୁ ବିରୋଧ କରି ଅର୍ଦ୍ଧନଗ୍ନ ହେଲେ ମହିଳା। ଅନଲାଇନ୍ ଭିଡିଓ ଏବଂ ମିଡିଆ ରିପୋର୍ଟ ଅନୁଯାୟୀ, ଦେଶର କଡା ଇସଲାମିକ୍ ଡ୍ରେସ କୋଡକୁ ବିରୋଧ କରି ଜଣେ ମହିଳା ଇରାନର ଏକ ବିଶ୍ୱବିଦ୍ୟାଳୟରେ ନିଜର ପୋଷାକ କାଢିଦେଇଥିଲେ ।

ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟର ଏକ ଶାଖାର ସୁରକ୍ଷାକର୍ମୀ ଜଣେ ଅଜ୍ଞାତ ମହିଳାଙ୍କୁ ଅଟକ ରଖିଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଶ୍ୱବିଦ୍ୟାଳୟ ମୁଖପାତ୍ର ଆମୀର ମହଜୁବ କହିଛନ୍ତି, ମହିଳା ଜଣଙ୍କ ମାନସୀକ ଚାପରେ ପୀଡିତ ଥିବା ପୋଲିସ କହିଛି ।

ତେବେ କିଛି ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି ଯେ, ମହିଳା ଜଣଙ୍କ ହିଜାବର ବିରୋଧ କରିବା ପାଇଁ ଜାଣିଶୁଣି ତାଙ୍କ ପୋଷାକ କାଢିଥିଲେ। X ରେ ଜଣେ ଉପଭୋକ୍ତ ଭିଡିଓ ସହିତ ଲେଖିଛନ୍ତି, ‘ମହିଳା ସର୍ବସାଧାରଣ ସ୍ଥାନରେ ଅନ୍ତଃବସ୍ତ୍ରରେ ରହିବା ସବୁଠାରୁ ଖରାପ କଥା ।

ତେବେ ମହିଳାଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ। ଇରାନର ଏକ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ମାନସିକ ସମସ୍ୟା ଥିବାରୁ ସେଭଳି କାର୍ଯ୍ୟ କରିଛନ୍ତି । ଏହାର ତଦନ୍ତ ପରେ ମହିଳାଙ୍କୁ ମାନସିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ।