ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବାମରାରେ ବନ୍ଧୁକ ମୁନରେ ଡକାୟତି । ଅବସପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ସୂଚନା ମିଳିଛି । ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଜାରି ରଖିଛି। ମୁଖା ପିନ୍ଧି ବନ୍ଧୁକ ଧରି ୪ରୁ ୫ଜଣ ଘରେ ପଶି ଡକାୟତି କରି ଫେରାର ମାରିଛନ୍ତି ।
ମନ୍ଦିର ଭିତରୁ ସୁନା ଚେନ୍ ଛିଣ୍ଡାଇ ନେଲେ ଲୁଟେରା
ଭୁବନେଶ୍ୱର: ମନ୍ଦିର ଭିତରୁ ଚେନ୍ ଛିଣ୍ଡାଇ ନେଲେ ଲୁଟେରା। ୬୮ ବର୍ଷିୟ ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ଚେନ୍। ନୟାପଲ୍ଲୀ ବେହେରା ସାହି ଶିବମନ୍ଦିରରେ ମାତିଲେ ଲୁଟେରା। ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା N5 ଅଞ୍ଚଳର ଲକ୍ଷ୍ମୀପ୍ରିୟା ପତିଙ୍କ ବେକରୁ ଚେନ ଛିଣ୍ଡାଇ ନେଇଥିବା ନେଇ ଅଭିଯୋଗ ହୋଇଛି । ଭୋର୍ ସମୟରେ ଡଙ୍ଗା ଭସାଇ ଠାକୁରଙ୍କୁ ଦର୍ଶନ ପାଇଁ ଲାଇନରେ ଛିଡା ହୋଇଥିବା ବେଳେ ସୁନା ଚେନ୍ ଛିଣ୍ଡାଇ ନେଇଥିବା ଅଭିଯୋଗ ହୋଇଛି ।
ଏଲପିଜି ସିଲିଣ୍ଡର ଫାଟି ୩ ଜଣ ଗୁରୁତର
ରାୟଗଡା: ଏଲପିଜି ସିଲିଣ୍ଡର ଫାଟି ୩ ଜଣ ଗୁରୁତର। ଗୁରୁତରଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି। ଆହତମାନେ ହେଲେ ଡି. ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା। ସେମାନେ ହତିପଥର ରୋଡ଼ ରାଣୀଗୁଡାଫାର୍ମ ନିକଟରେ ଗୋଟିଏ ଭଡାଘରେ ରହୁଥିଲେ । ଗ୍ୟାସ ଲିକେଜ ଥିବାରୁ ଗ୍ୟାସ ଅନ୍ କରିବା ପରେ ହଠାତ ଟାଙ୍କିରେ ନିଆଁ ଲାଗି ଥିଲା ଓ ବିସ୍ଫୋରଣ ହୋଇଥିଲା। ଏଥିରେ ୩ ଜଣ ଗୁରୁତର ହୋଇଥିଲେ। ଘର କବାଟ ବନ୍ଦ ଥିଲା ଏବଂ ଦୁଇ ଜଣ ଶୋଇଥିବାରୁ ସେମାନେ ବାହାରକୁ ଜଲଦି ବାହାରି ପାରିନିଥିଲେ।
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ବିନ୍ଦୁସାଗର, ଡଙ୍ଗା ଭସାଇବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼
ଭୁବନେଶ୍ୱର: ବର୍ଷକ ବାର ମାସ ମଧ୍ୟରୁ ଧର୍ମ ମାସ କାର୍ତ୍ତିକ ମାସ ହେଉଛି ଅନ୍ୟତ୍ତମ ।ଏହି ଦିନର ରହିଛି ସ୍ବତନ୍ତ୍ରତା । ପୁରପଲ୍ଲୀରେ ଲୋକ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା ସହ ବୋଇତ ବନ୍ଦାଇ ନଦୀରେ ମେଲାଣି ଦେଇଥାନ୍ତି। ଅଅଁଳା ନବମୀ ଠାରୁ ପଞ୍ଚୁକ କରିଥିବା ଧର୍ମ ପରାୟଣ ମହିଳା ମାନଙ୍କ ଆଜି ପଞ୍ଚୁକର ଶେଷ ଦିନ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା । ଭୋରୁ ଶହ ଶହ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀ, ପୋଖରୀରେ ପାନ ଗୁଆ ଥୋଇ ଗୀତ ଗାଈ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ବୁଡ଼ ପକାଇ ମନ୍ଦିରରେ ଦର୍ଶନ ସାରି ଉପବାସ ରହିବାର ବିଧି ରହିଛି ।
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୁବନେଶ୍ଵର ବିନ୍ଦୁସାଗରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ଭୋରରୁ ଆସି ଏଠାରେ ଡଙ୍ଗା ଭସାଇଛନ୍ତି।

