spot_img
Home Blog Page 1428

ଛିଣ୍ଡୁନି ମହାରାଷ୍ଟ୍ର ଗଣିତ, କିଏ ହେବେ ମୁଖ୍ଯମନ୍ତ୍ରୀ ହୋଇପାରୁନି ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ଛିଣ୍ଡୁନି ମହାରାଷ୍ଟ୍ର ଗଣିତ। କିଏ ହେବେ ମୁଖ୍ଯମନ୍ତ୍ରୀ ତଥାପି ହୋଇପାରୁନି ନିଷ୍ପତ୍ତି। ଅଚଳାବସ୍ଥା ମଧ୍ଯରେ ଦିଲ୍ଲୀ ଗସ୍ତ କରିଛନ୍ତି କାମଚଳା ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ। ସମ୍ଭବତଃ ନୂଆ କ୍ଯାବିନେଟର ରୂପରେଖ ନେଇ ଆଲୋଚନା କରିପାରନ୍ତି ସିନ୍ଦେ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୩୨, ଶିବସେନାର ୫୭ ଓ ଏନସିପିର ୪୧ ବିଧାୟକ ଅଛନ୍ତି। ତେବେ ଦେବେନ୍ଦ୍ର ଫଡନବିସ ମୁଖ୍ଯମନ୍ତ୍ରୀ ହେବା ଏକରକମ ନିଶ୍ଚିତ ହୋଇଛି। କେତେକ ସର୍ତ୍ତରେ ସିନ୍ଦେ ଉପମୁଖ୍ଯମନ୍ତ୍ରୀ ହେବା ସମ୍ଭାବନା ରହିଛି। ଶିବସେନାକୁ ନଗର ଉନ୍ନୟନ, ରାଜସ୍ବ, କୃଷି, ସ୍ବାସ୍ଥ୍ୟ, ଗ୍ରାମୀଣ ବିକାଶ, ଶିଳ୍ପ, ସାମାଜିକ ନ୍ୟାୟ ଓ ରାଜ୍ଯ ସଡକ ପରିବହନ ବିଭାଗ ମିଳିପାରେ। ସେପଟେ ଏନସିପି ଉପମୁଖ୍ଯମନ୍ତ୍ରୀ, ଅର୍ଥ ଓ ଯୋଜନା, ମେଡିକାଲ ଶିକ୍ଷା, କ୍ରୀଡା, ମହିଳା ଓ ଶିଶୁ କଲ୍ଯାଣ ଆଦି ବିଭାଗ ଲାଗି ଚାହିଁଛି। ମନ୍ତ୍ରିମଣ୍ଡଳରେ ବିଜେପି ୨୧ରୁ ୨୨, ଶିବସେନା ୧୦ରୁ ୧୨ ଓ ଏନସିପି ୮ରୁ ୯ ମନ୍ତ୍ରୀ ପାଇବା ଆଶା ରହିଛି। ରାଜ୍ଯ ମନ୍ତ୍ରିମଣ୍ଡଳରେ ସର୍ବାଧିକ ୪୩ ମନ୍ତ୍ରୀ ରହିପାରିବେ।

 

ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ : ସଠିକ୍ ଉତ୍ତର ଦେଇ ପାରିଲେ ନାହିଁ କେନ୍ଦ୍ର କ୍ରୀଡାମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ କ୍ରୀଡାର ଭିତ୍ତିଭୂମି ବିକାଶ ପ୍ରସଂଗରେ ରାଜ୍ଯସଭା ସାଂସଦ ମାନସ ମଂଗରାଜ ପଚାରିଥିବା ପ୍ରଶ୍ନର ସଠିକ ଉତ୍ତର ଗୃହରେ ଦେଇ ପାରିଲେ ନାହିଁ କେନ୍ଦ୍ର କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବ୍ଯ। ଗତ ପାଂଚ ବର୍ଷ ମଧ୍ଯ୍ଯରେ ଓଡିଶାରେ କ୍ରୀଡାର ବିକାଶ ପାଇଁ କେଉଁ ଯୋଜନାରେ କେତେ ଅର୍ଥ କେନ୍ଦ୍ର ଦେଇଛି ଜାଣିବାକୁ ଚାହିଁଥିଲେ ମାନସ ମଂଗରାଜ । ତେବେ ମନ୍ତ୍ରୀ ରାଜ୍ଯୱାରୀ ହିସାବ ନଦେଇ ଦେଶର ସାମଗ୍ରିକ ଅନୁଦାନ କଥା କହିଥିଲେ।ସେହିଭଳି ଜାତୀୟ ରାଜପଥ-୫୩ ଅନ୍ତର୍ଗତ ପାରାଦୀପ -ଡୁବୁରୀ ୪ ଥାକିଆ ରାସ୍ତାରେ ଏବେ ୮୨ ପ୍ରତିଶତ କାମ ସରିଲାଣି।ବଳକା ଥିବା କାମ ୨୦୨୫ ଫେବୃଆରୀ ସୁଦ୍ଧା ସମ୍ପନ୍ନ ହେବ ବୋଲି ବିଭାଗୀୟ ମନ୍ତ୍ରୀ ନିତୀନ ଜୟରାମ ଗଡକରି ଗୃହକୁ ସୂଚନା ଦେଇଛନ୍ତି।ସେହିଭଳି ସାମୁଦ୍ରିକ ମତ୍ସ୍ଯ ଉତ୍ପାଦନ ସମ୍ପର୍କରେ ସେ ବିଭାଗୀୟ ମନ୍ତ୍ରୀ ରାଜୀବ ରଂଜନ ସିଂକୁ ପଚାରିଛନ୍ତି।

ଅବସର ଘୋଷଣା କଲେ ସିର୍ଦ୍ଧାର୍ଥ କୌଲ, ସୋସିଆଲ ମିଡିଆରେ ଲେଖିଲେ..

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ପଟେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଛି ବର୍ଡର ଗାଭାସ୍କର ଟ୍ରଫି ଅନ୍ୟପଟେ ଅବସର ଘୋଷଣା କଲେ ଜଣେ ଖେଳାଳି । ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସିର୍ଦ୍ଧାର୍ଥ କୌଲ ନିଜର ଅବସର ଘୋଷଣା କରିଛନ୍ତି । ୨୦୧୯ ମସିହାରେ ସେ ନିଜର ଶେଷ ଆନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ । ସେ ନିଜର ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି । କିନ୍ତୁ ଆଇପିଏଲରେ ୫୫ ମ୍ୟାଚରେ ୫୮ ଓ୍ବିକେଟ ଅକ୍ତିଆର କରିଛନ୍ତି । କୋଲକାତା ନାଇଟ ରାଇଡର୍ସ, ସନ ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଛନ୍ତି । ସୋସିଆଲ ମିଡିଆ ଜରିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରି ନିଜର ଅବସର ଘୋଷଣା କରିଛନ୍ତି ।

https://www.instagram.com/iamsidkaul/?utm_source=ig_embed&ig_rid=4785954e-83eb-4264-9787-83cea2fbd96e

୪ଟି ସିଜିନରେ ଆଇପିଏଲରୁ ୫୦ କୋଟିରୁ ଅଧିକ ରୋଜଗାର କଲେଣି ଷ୍ଟାର୍କ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିୟ କ୍ରିକେଟର ମିଚେଲ ଷ୍ଟାର୍କଙ୍କୁ ଚଳିତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ୧୧.୭୫ କୋଟି ଟଙ୍କାରେ କିଣିଛି ।  ଚଳିତ ସିଜିନରେ ଯେଭଳି ଆଶା ରଖାଯାଇଥିଲା ଏଥରକ ସେମିତି ଆଖି ଦୃଶିଆ ଟଙ୍କାରେ କିଣା ହୋଇନାହାନ୍ତି । ତଥାପି ଷ୍ଟାର୍କଙ୍କ କଥା ଯଦି କହିବା ତାହେଲେ ସେ ୪ଟି ସିଜିନରେ ୫୦.୯ କୋଟି ଟଙ୍କା ଆୟ କରିଛନ୍ତି । ଗତ ସିଜିନରେ କୋଲକାତା ନାଇଟ ରାଇଡର୍ସ ତାଙ୍କୁ କିଣିଥିଲା । ୨୪.୭୫ କୋଟିରେ କେକେଆର କିଣିଥିବାବେଳେ ଏହା ଆଇପିଏଲ ଇତିହାସରେ ରେକର୍ଡ କରିଥିଲା ।

ମାତ୍ର ଏଥରକ ତାଙ୍କୁ ଅଧିକ ଟଙ୍କାରେ କିଣିନାହାନ୍ତି । ତେବେ ଆମେ ଯଦି ଷ୍ଟାର୍କଙ୍କ ଆଇପିଏଲ କ୍ୟାରିୟର କଥା କହିବା ତାହେଲେ ସେ ମାତ୍ର ୪ଟି ସିଜିନ ଖେଳିଛନ୍ତି । ପ୍ରଥମେ ସେ ୨୦୧୪ରେ ଆରସିବି ପାଇଁ ଖେଳିଥିଲେ । ୨ଟି ସିଜନରେ ସେ ଆରସିବି ପାଇଁ ଖେଳିଥିଲେ । ସେତେବେଳେ ଦଳ ତାଙ୍କୁ ୪ କୋଟି ଟଙ୍କାରେ କିଣିଥିଲା । ମାତ୍ର ପରେ ସେ ୨୦୧୮ରେ କୋଲକାତା ନାଇଟ ରାଇଡର୍ସରେ ସାମିଲ ହୋଇଥିଲେ । କୋଲକାତା ତାଙ୍କୁ ୯.୪ କୋଟି ଟଙ୍କାରେ କିଣିଥିଲା । ପରେ ଯାଇ ପୁଣିଥରେ ୨୦୨୪ ଅକ୍ସନରେ ଭାଗ ନେଇଥିବାବେଳେ କୋଲକାତା ୨୪.୭୫ କୋଟି ଟଙ୍କାରେ କିଣିଥିଲା । ତେବେ ୪ଟି ସିଜିନରେ ସେ ୫୦ କୋଟିର ଅଧିକ ରୋଜଗାର କରିଛନ୍ତି ।

 

ବିରଳ କଇଁଛଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ବାଲେଶ୍ବର ଜିଲ୍ଲା ବନ ବିଭାଗ

ନନ୍ଦିଘୋଷ ବ୍ୟୁରୋ: ସଂକଟରେ ଅଲିଭ୍ ରିଡ଼ଲେ । କେଉଁଠି ଏମାନଙ୍କ ସଂଖ୍ୟା କମୁଛି, ତ କେଉଁଠି ଲୋକଙ୍କ ସେଚତନତା ଯୋଗୁ ସମୁଦ୍ର କୂଳରେ ଦେଖିବାକୁ ମିଳୁଛି ମାଳ ମାଳ ଅଲିଭ୍ ରିଡ଼ଲେ କଇଁଛ । ହେଲେ ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର, ତାଳସାରୀ, ଡ଼ଗରା ପ୍ରଭୃତି ସମୁଦ୍ର କୂଳରେ ଅଲିଭ୍ ରିଡ଼ଲେଙ୍କ ସଂରକ୍ଷଣ ନେଇ ପଦକ୍ଷେପ ଗ୍ରହଣ କରିଛି ବନ ବିଭାଗ । ସମୁଦ୍ରରୁ ମାଛମରା ଉପରେ କଟକଣା ସାଙ୍ଗକୁ ବେଳାଭୂମୀରେ ଯାନବାହନ ଚଳାଚଳ ଅଲିଭ ରିଡ଼ଲେଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା କୁହାଯାଇଛି । ହେଲେ ସଚେତନତା ହିଁ ଏହି ପ୍ରଜାତୀକୁ ପ୍ରକୃତ ସୂରକ୍ଷା ଯୋଗାଇ ପାରିବ ବୋଲି କୁହାଯାଇଛି ।

ଅଣ୍ଡାଦାନ ପରେ ସମୁଦ୍ରକୁ ଫେରୁଛନ୍ତି ଅଲିଭ ରିଡଲେ । ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର, ପରିଖି, ମୁରଲିଚଢା, ଉଦୟପୁର ଓ ତାଳସାରୀ ବେଳାଭୂମୀର  ଏହି ସୁନ୍ଦର ଦୃଶ୍ୟ ।  ରାତିରେ ଅଣ୍ଡାଦାନ ଆଉ ସକାଳେ ସମୁଦ୍ର ଭିତରକୁ ଚାଲି ଯାଉଛନ୍ତି ଅଲିଭ ରିଡ଼ଲେ କଇଁଛ ।  ହେଲେ ଜିଲ୍ଲାରେ ଅଲିଭ୍ ରିଡ଼ଲେ କଇଁଛ ଅଣ୍ଡା ଦେବା ପାଇଁ ଆସିବା ସଂଖ୍ୟା ନଗଣ୍ୟ । କାହିଁକି ବାଲେଶ୍ବର ମୁହାଁ ହେଉନାହାନ୍ତି ଅଲିଭ୍ ରିଡ଼ଲେ ପ୍ରଜାତୀର କଇଁଛ ? ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ  ପରିବେଶବିତ୍ ସମୁଦ୍ରରେ ମାଛମରା ଓ ଯାନ ବାହନ ଚଳାଚଳକୁ ଦାୟୀ କରିଛନ୍ତି ।

ବନ ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲାର ସମୁଦ୍ର କୂଳକୁ ଗତ ୨୦୨୦-୨୧ ମସିହାରେ ୨ଟି ଅଲିଭ ରିଡ଼ଲେ କଇଁv ଆସିଥିଲେ । ମୋଟ ୩୦୫ଟି ଛୁଆ ଜନ୍ମ କରିଥିଲେ । ସେହିପରି ୨୦୨୧-୨୨ରେ  ୧୧ଟି କଇଁଛ ୯୧୬ଟି , ୨୦୨୨-୨୩ରେ ୧୯ଟି କଇଁଛ ୧ ହଜାର ୫୬୪ଟି ଓ ୨୦୨୩-୨୪ ମସିହାରେ ୭୧ଟି କଇଁଛ ଆସି ୫ ହଜାର ୪୬୩ ଟି ଅଣ୍ଡାଦାନ କରିଥିଲେ । ଏମାନଙ୍କ ଗତୀବିଧି ଉପରେ ନଜର ରଖିବା ଓ ସୂରକ୍ଷା ଦାୟିତ୍ବରେ ୧୪ ଜଣ ଜଗୁଆଳୀଙ୍କୁ ନିଯୁକ୍ତ କରାଯାଇଛି । ଏଥିସହିତ ପ୍ରତିବର୍ଷ ନଭେମ୍ବର ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ବେଳାଭୂମୀକୁ ପରିସ୍କାର ରଖିବା ଉପରେ ଗୁରୁତ୍ବ ଦିଆଯାଉଛି। ପ୍ରତିବର୍ଷ ଏପ୍ରିଲ ୧୫ ତାରିଖରୁ ଜୁନ୍ ମାସ ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ଟ୍ରଲର ଚଳାଚଳ ନେଇ କଟକଣା ଜାରି କରାଯାଇଛି । ଗତ ୪ ବର୍ଷ ମଧ୍ୟରେ ୧୦୩ କଇଁଚ ୮ ହଜାର ୨୪୮ ଜୀବନ୍ତ ଛୁଆ ଜନ୍ମ କରିବା ପରିବେଶ ପାଇଁ ଶୁଭଙ୍କର ନିଶ୍ଚିତ । ହେଲେ ଏହା ସଂଖ୍ୟା ବୃଦ୍ଧି କରାଯାଇ ପାରିଲେ ପରିବେଶରେ ସନ୍ତୁଳନ ରକ୍ଷା କରାଯାଇ ପାରିବ ବୋଲି ଆଶା ପ୍ରକାଶ ପାଇଛି।

 

୨୩ ବର୍ଷ ପରେ ଅଜାକୁ ଫେରାଇ ଆଣିଲେ ନାତି!

ନନ୍ଦିଘୋଷ ବ୍ୟୁରୋ: ୨୩ ବର୍ଷ ପରେ ଅଜାକୁ ଫେରାଇ ଆଣିଲେ ନାତି । ଅଜା ଦେଇଥିବା ସ୍ନେହ ଶ୍ରଦ୍ଧାକୁ ଭୁଲି ନଥିଲେ ନାତି । ଆଖି ଆଗରେ ନାଚି ଉଠୁଥିଲା ଅଜାଙ୍କ ମୁହଁ । ଅଜାଙ୍କ ସ୍ମୃତିକୁ ମନେ ପକାଇ ୨୩ ବର୍ଷ ପରେ ଅଜାଙ୍କ ପ୍ରତିମୂର୍ତ୍ତି ଘରେ ସ୍ଥାପନା କଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନିଲିଜି ଗାଁର ପ୍ରଦୀପ ପ୍ରଧାନ । ପରିବାରରେ ବାଞ୍ଛାନିଧିଙ୍କୁ ଦେଖି ବେଶ ଖୁସି ପ୍ରକାଶ କରୁଛନ୍ତି ପରିବାର ଲୋକେ ।

ଦୀର୍ଘ ୨୩ ବର୍ଷ ତଳେ ଅଜା ଦେଇଥିବା ସ୍ନେହ ଶ୍ରଦ୍ଧାକୁ ଭୁଲି ନଥିଲେ ନାତି । ଆଖି ଆଗରେ ନାଚି ଉଠୁଥିଲା ଅଜାଙ୍କ ମୁହଁ । ଅଜାଙ୍କ ସ୍ମୃତିକୁ ମନେ ପକାଇ ୨୩ ବର୍ଷ ପରେ ଅଜାଙ୍କ ପ୍ରତିମୂର୍ତ୍ତି ଘରେ ସ୍ଥାପନା କଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନିଲିଜି ଗାଁର ପ୍ରଦୀପ ପ୍ରଧାନ । ସେହି ଗାଁର ବାଞ୍ଛାନିଧି ପ୍ରଧାନଙ୍କ ୨୩ବର୍ଷ ତଳେ ପର ଲୋକ ହୋଇଯାଇଛି । ବାଞ୍ଛାନିଧିଙ୍କ ପରଲୋକ ପରେ ଅଜାଙ୍କ ସ୍ନେହ, ଶ୍ରଦ୍ଧା ଭୁଲି ପାରିନଥିଲା ନାତି। ଘରର ଏକ ସ୍ଥାନରେ ଅଧା ଉଇ ଧରା ଫଟୋଟି ପାଇଥିଲେ ପ୍ରଦୀପ । ସେହି ଫଟୋଟିକୁ ପ୍ରଥମେ ବମ୍ବେକୁ ପଠାଇ ଏକ ଭଲ ଫଟୋଟି ତିଆରି କରିଥିଲେ । ପରେ ରାଜସ୍ଥାନ ଯାଇ ୭୦ହଜାର ଟଙ୍କାରେ ଅଜାଙ୍କ ପ୍ରତିମୂର୍ତ୍ତି ଗଢି ଏବେ ଘରକୁ ଆଣିଛନ୍ତି। ଏବେ ନିଜ ଘରେ ସବୁବେଳେ ଅଜାକୁ ଦେଖି ନାତି ପ୍ରଦୀପଙ୍କ ସହିତ ପୂରା ପରିବାର ବେଶ ଖୁସି ଅଛନ୍ତି ।

ସ୍ୱର୍ଗତ ବାଞ୍ଛାନିଧି ଥିଲେ ଗାଁର ଗୌନ୍ତିଆ। ତାଙ୍କ ଜୀବନ କାଳରେ ଅନେକ ଲୋକଙ୍କୁ ସହଯୋଗ କରିବା ଶହ ନିଜ ପରିବାର କୁ ଦେଇ ଆସିଥିଲେ ଅନେକ ଖୁସି ଓ ସ୍ନେହ। ୧୦୦ ବର୍ଷ ବୟସରେ ତାଙ୍କ ମୃତ୍ଯୁ ହୋଇଥିଲା । ସେ ଆର ପାରିକି ଚାଲିଯାଇଥିଲେ ସତ ତାଙ୍କ ସହଯୋଗ ଏବେ ବି ଗାଁ ଲୋକଙ୍କ ମନରୁ ଲିଭିନାହିଁ । ଗାଁ ଲୋକ ଓ ନିଜ ପରିବାର ଲୋକଙ୍କ ପାଇଁ ଘରକୁ ବାଞ୍ଛାନିଧିଙ୍କ ପ୍ରତିମୂର୍ତ୍ତି ଫେରାଇ ଆଣିଛନ୍ତି ନାତି ପ୍ରଦୀପ ପ୍ରଧାନ।

 

ରାସ୍ତାରେ ଫସିରହୁଛି ଜରୁରୀକାଳୀନ ଗାଡି, ଭୁବନରେ ଅସହ୍ଯ ହେଲାଣି ଟ୍ରାଫିକ ସମସ୍ଯା

ନନ୍ଦିଘୋଷ ବ୍ୟୁରୋ: ଭୁବନରେ ଅସହ୍ଯ ହେଲାଣି ଟ୍ରାଫିକ ସମସ୍ଯା । ରାସ୍ତାରେ ଫସିରହୁଛି ଜରୁରୀକାଳୀନ ଗାଡି । ରଗଡ଼ି ଛକରୁ କାଳୀ ବଜାର ଦେଇ ଯାଇଥିବା ଭୁବନର ସହରର ମୁଖ୍ୟ ରାସ୍ତା ଦୀର୍ଘଦିନ ଧରି ପ୍ରଶସ୍ତ କରାଯାଇନାହିଁ । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଭାରିଯାନ ଚଳାଚଳ କରୁଛି । ଫଳରେ ଟ୍ରାଫିକ ସମସ୍ଯା ଉପୁଜୁଛି । ଅନେକ ସମୟରେ ଦୁର୍ଘଟଣା ଘଟୁଥିବାରୁ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଢେଙ୍କାନାଳରୁ ଭୁବନକୁ ସଂଯୋଗ କରୁଥିବା ରଗଡ଼ି ଠାରୁ କାଳୀ ବଜାର ପୂର୍ତ୍ତ ବିଭାଗ ରାସ୍ତାଟି ଭୁବନ ସହର ଦେଇ ଯାଇଛି । ହେଲେ ଦୀର୍ଘ ବର୍ଷ ଧରି ରାସ୍ତାର ସମ୍ପ୍ରସାରଣ କରାଯାଇନାହିଁ । ଏଥି ସହିତ ଭୁବନ ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀରେ ବାଜି ରାଉତ ସେତୁ ହେବା ପର ଠାରୁ ଢେଙ୍କାନାଳ ଓ କଟକକୁ ଲୋକ ଏହି ରାସ୍ତା ଦେଇ ଯାଉଛନ୍ତି । ପୂର୍ବରୁ ଡ଼ୁବୁରୀ ଚଣ୍ଡିଖୋଲ ଦେଇ କଟକ ଯାଉଥିବା ଓ କାମାକ୍ଷାନଗର ଦେଇ ଢେଙ୍କାନାଳ ଯାଉଥିବା ଗାଡ଼ି ସବୁ ଭୁବନ ସହର ଦେଇ ଏହି ରାସ୍ତାରେ ଯାଉଛନ୍ତି । ତାଳଚେର ଠାରୁ ଡ଼ୁବୁରୀ ଦେଇ ଯାଉଥିବା ଲୁହାପଥର , କୋଇଲା ଓ କ୍ରୋମାଇଟ୍ ବୋଝେଇ ଭାରି ଯାନ ଗୁଡିକ ମଧ୍ଯ ଏହି ରାସ୍ତାରେ ଯାଉଛନ୍ତି । ଯାହା ଫଳରେ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଗାଡି ଅଟକିବା ସହିତ ଆମ୍ବୁଲାନ୍ସ ମଧ୍ୟ ଅଟକି ଯାଉଛି । ଏଥିସହିତ ଅନେକ ଥର ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ଘଟିଲାଣି । ସ୍କୁଲ କଲେଜ ପିଲାମାନେ ମଧ୍ୟ ବିପଦପୂର୍ଣ୍ଣ ଭାବରେ ଯିବା ଆସିବା କରୁଛନ୍ତି।  ଯାହାକି ଏବେ ଭୁବନ ବାସିନ୍ଦାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଭୁବନ ସହର ମଧ୍ୟ ଦେଇ ଦୈନିକ ଶହ ଶହ ଭାରି ଯାନ ଚଳାଚଳ କରୁଛି । ଯାହା ପାଇଁ ସାଧାରଣ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ରଗଡ଼ି ଛକଠାରୁ ଭୁବନ ଜାତୀୟ ରାଜପଥ ୫୩ ସଂଯୋଗ କରୁଥିବା ରାସ୍ତାରେ ଆଉ ଏକ ବାଇପାସ ରାସ୍ତା ନିର୍ମାଣ ଓ ରଗଡି ଛକ ଠାରେ ନୋ ଏଣ୍ଟ୍ରି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସେପଟେ ଏହି ବିଷୟରେ ଅନୁଧ୍ୟାନ କରିବା ସହିତ ନୋ ଏଣ୍ଟ୍ରି କରିବା ପାଇଁ ବିଭିନ୍ନ ଦିଗକୁ ବିଚାରକୁ ନିଆଯିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।

ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ରାସନ

ନନ୍ଦିଘୋଷ ବ୍ୟୁରୋ: କେହି ରହିବେ ନାହିଁ ଭୋକିଲା, ସେଥିପାଇଁ ପୂର୍ବ ସରକାର ନିଜସ୍ଵ ଖାଦ୍ଯ ସୁରକ୍ଷା ଆଇନ ପ୍ରଣୟନ କରିଥିଲେ । ରାସନ କାର୍ଡ ମାଧ୍ଯମରେ ହିତାଧିକାରୀଙ୍କୁ ଦେଉଥିଲେ ଖାଦ୍ଯ ଶସ୍ଯ । ହେଲେ ସରକାର ବଦଳିବା ପରେ ବଦଳିଯାଇଛି ଯୋଜନାର ରୂପରେଖ । EKYC ଆଳରେ ଲୋକେ ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଟାଙ୍ଗୀ ବ୍ଲକ କୁହୁଡି ଗାଁରେ ୮୧ ବର୍ଷିୟା ବୃଦ୍ଧା ଚାଉଳ ନପାଇ ହନ୍ତସନ୍ତ ହେଉଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡି ପଞ୍ଚାୟତର ମଙ୍ଗୁଳି ନାୟକ । ବୟସ ୮୦ ଟପିଲାଣି। ଚମ ଧୁଡୁଧୁଡୁ ସାଙ୍ଗକୁ ଆଖିକୁ ଭଲ ଭାବେ ଦେଖାଯାଉନାହିଁ । ବାର୍ଦ୍ଧକ୍ଯ ଅବସ୍ଥାରେ ସାହା ବୋଲି କେହିନାହାଁନ୍ତି । ମଙ୍ଗୁଳିଙ୍କ ନା ପୁଅ ଅଛି ନା ସ୍ଵାମୀ ଅଛନ୍ତି । ଝିଅର ବିବାହ ପରେ ସେ ପର ଘରକୁ ଚାଲିଯାଇଛନ୍ତି । ଏପରି ବିଷମ ପରିସ୍ଥିତିରେ ମାଉସୀଙ୍କ ସାହା ଥିଲା ଗଣ୍ଡାଏ ଚାଉଳ।  ରାସନ କାର୍ଡରେ ମାସକୁ ଯେଉଁ ୫ କେଜି ଚାଉଳ ମିଳୁଥିଲା ସେଥିରେ କଷ୍ଟମଷ୍ଟେ ଚଳିଯାଉଥିଲା ବୃଦ୍ଧା । ହେଲେ ସରକାର ବଦଳିବା ପରେ ମଙ୍ଗୁଳିଙ୍କ EKYC ହୋଇପାରିନଥିବାରୁ ତାଙ୍କୁ ଚାଉଳ ମିଳୁନାହିଁ । ଫଳରେ ବୃଦ୍ଧା ଜଣଙ୍କ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରାସନ କାର୍ଡରୁ ଚାଉଳ ମିଳୁନଥିବାରୁ ବୃଦ୍ଧା ଜଣଙ୍କ ପଞ୍ଚାୟତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ଯ ଫଳ ଶୂନ ଥିବା ଅଭିଯୋଗ । ମାଉସୀଙ୍କୁ ଖୁବଶୀଘ୍ର ଚାଉଳ ସହିତ ସାମାଜିକ ସୁରକ୍ଷା ଯୋଗାଇଦେବାକୁ ଦାବି କରିଛନ୍ତି ପରିବାର ଲୋକେ ।  ସେପଟେ ମଙ୍ଗୁଳିଙ୍କୁ ଖୁବଶୀଘ୍ର ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଯୋଗାଣ ନିରୀକ୍ଷକ କହିଛନ୍ତି ।

ସମ୍ପର୍କୀୟ ଦାଦାର ଆକ୍ରମଣରେ ଗଲା ପୁତୁରାର ଜୀବନ

ନନ୍ଦିଘୋଷ ବ୍ୟୁରୋ: ଗଂଜାମ ବ୍ରହ୍ମପୁର ସଦର ଥାନା ଅଂଚଳରେ ହତ୍ଯାକାଣ୍ଡ। ସଦର ଥାନା ଅନ୍ତର୍ଗତ ରୋହିଗାଁ ବଡସାହିରେ ଜଣେ ଯୁବକକୁ ହତ୍ୟା। ମୃତ ଯୁବକ ଜଣକ ହେଲେ ମଧୁସୂଦନ ଜେନା। ଯୁବକଙ୍କୁ ସମ୍ପର୍କୀୟ ଦାଦା ଓ ତାଙ୍କ ପୁଅ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆକ୍ରମଣରେ ମଧୁସୂଦନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆକ୍ରମଣକାରୀ ଦାଦା ପ୍ରସନ୍ନ ଜେନା ମଧ୍ୟ ଆହତ ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ସମ୍ପର୍କୀୟ ଭାଇ ସିପୁ ଜେନା ନାମକ ଅନ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ମୃତକଙ୍କ ପରିବାର ଲୋକ ପଶ୍ଚିମବଙ୍ଗରୁ ଗାଁରେ ପହଞ୍ଚିବା ପରେ ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛୋଦ ପାଇଁ ପଠାଇଛି । ପୂର୍ବ ଶତୃତା ତଥା ଗୁଣି ଗାରେଡ଼ି ସନ୍ଦେହ କରି ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

 

ଝାଡ଼ଖଣ୍ଡ ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥପାଠ  କରାଇଛନ୍ତି। ଚତୁର୍ଥ ଥର ଲାଗି ମୁଖ୍ଯମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ହେମନ୍ତ। ଶପଥପାଠ ଉତ୍ସବରେ ଇଣ୍ଡିମେଣ୍ଟ ଦେଖାଇଥିଲା ଗ୍ରାଣ୍ଡ ସୋ। ରାଞ୍ଚିରେ ଆୟୋଜିତ ଉତ୍ସବରେ ମେଣ୍ଟର ଅଧିକାଂଶ ସଦସ୍ଯ ଦଳର ନେତା ସାମିଲ ହୋଇଥିଲେ। ଉତ୍ସବରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିହାରର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ, ପ୍ରମୁଖ ସାମିଲ ହୋଇଥିଲେ। ଗତ ବିଧାନସଭା ନିର୍ବାଚନରେ ଏକଜିଟ ପୋଲ ଆକଳନକୁ ଭୁଲ୍ ପ୍ରମାଣିତ କରି ୮୧ ଆସନରୁ ମେଣ୍ଟ ହାସଲ କରିଥିଲା ୫୬ ଆସନ।