spot_img
Home Blog Page 1415

ଟିମ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିବା ପରେ ଆସିଲା ବଡ଼ ଖବର

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫିକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ଭାରତ ପାକିସ୍ତାନ ଯିବାକୁ ବିସିସିଆଇ ପକ୍ଷରୁ ସିଧାସିଧା ମନା କରାଯିବାପରେ ଏବେ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫେବୃଆାରୀ ୧୯ରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ପକ୍ଷରୁ ଏଯାବତ କାର୍ଯ୍ୟସୂଚୀ ଘୋଷଣା କରାଯାଇନାହିଁ । ୧୧ ନଭେମ୍ବରରେ ଲାହୋରରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିଲା । କିନ୍ତୁ ଏନେଇ କୌଣସି ସ୍ପଷ୍ଠୀକରଣ ମିଳିନାହିଁ । ପାକିସ୍ତାନ ପକ୍ଷରୁ ଏବେ କୁହାଯାଉଛି କି, ସେମିତି କୌଣସି କାର୍ଯ୍ୟକ୍ରମ ନଥିଲା । ଏହା କେବଳ ଏକ ଗୁଜବ । ତେବେ ବିସିସିଆଇ ପକ୍ଷରୁ ପାକିସ୍ତାନ ଯିବାକୁ ମନା କରିବା ପରେ ଏବେ ହାଇବ୍ରିଡ୍ ମଡେଲରେ ଖେଳ ହେବ ବୋଲି କୁହାଯାଉଛି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ଯଦି ବିଶ୍ବାସ କରାଯାଏ ତାହେଲେ ହାଇବ୍ରିଡ୍ ମଡେଲରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ମ୍ୟାଚ ଗୁଡ଼ିକ ୟୁଏଇରେ ଖେଳାଯିବ । ୨୦୨୩ ଏସିଆ କପ ମଧ୍ୟ ପାକିସ୍ତାନ ଆୟୋଜନ କରିଥିବାବେଳେ ଭାରତ ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା । କାରଣ ପାକିସ୍ତାନ ଯିବାକୁ ସରକାର ସିଧାସଳଖ ମନା କରି ଦେଇଥିଲେ । ଏବେ ମଧ୍ୟ ପାକିସ୍ତାନ ଯିବା ଉପରେ ପ୍ରତିବନ୍ଧକ ଲାଗିଛି ।

 

କ‘ଣ ଶେଷ ହୋଇଯିବ କି ସୂର୍ଯ୍ୟ ? ଯାହାକୁ ନେଇ ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛି ନାସା

ନନ୍ଦିଘୋଷ ବ୍ୟୁରୋ : ଦିନେ ସୂର୍ଯ୍ୟ ଅନ୍ତ ହେବ ଏବଂ ପୃଥିବୀରେ ଜୀବନ ମଧ୍ୟ ଶେଷ ହେବ  । ମହାକାଶ ବୈଜ୍ଞାନିକମାନେ ଏପରି ସମ୍ଭାବନା ପ୍ରକାଶ କରିଛନ୍ତି । ସୂର୍ଯ୍ୟ ହେଉଛି ୪.୫ ବିଲିୟନ ବର୍ଷ ପୁରୁଣା ତାରକା, ହାଇଡ୍ରୋଜେନ୍ ଏବଂ ହିଲିୟମର ଏକ ଗରମ ଜ୍ୟୋତି ପେଣ୍ଡୁ  । ସୂର୍ଯ୍ୟ ଆମର ସୌର ପ୍ରଣାଳୀର କେନ୍ଦ୍ରରେ ଅଛି  । ଏହା ପୃଥିବୀଠାରୁ ୧୫୦ ନିୟୁତ କିଲୋମିଟର ଦୂରରେ ।

ସୂର୍ଯ୍ୟ ସୌର ମଣ୍ଡଳର ଏକମାତ୍ର ତାରା । ଏହାର ଶକ୍ତି ବିନା ପଅଥିବୀରେ ଜୀବନସମ୍ଭବ ନୁହେଁ । ସୂର୍ଯ୍ୟ ହେଉଛି ଏକମାତ୍ର ତାରକା, ଯାହାର ବ୍ୟାସାର୍ଦ୍ଧ ୭ ଲକ୍ଷ କିଲୋମିଟର । ସୂର୍ଯ୍ୟଙ୍କ ପାଇଁ ଲାଟିନ ଶଦ୍ଦ ହେଉଛି ସୋଲ୍ । ଯାହା ସୂର୍ଯ୍ୟଙ୍କ ପରି ଓ ଅନେକ ସୂର୍ଯ୍ୟ ସମ୍ବନ୍ଧୀୟ ଶଦ୍ଦର ମୂଳ ଅଟେ । ପ୍ରାଚୀନ ଗ୍ରୀକ ପୁରାଣରେ ହେଲିଓସ୍ ସୂର୍ଯ୍ୟ ଦେବତାଙ୍କୁ ବୁଝାଏ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ସ୍ପେସ୍ ଏଜେନ୍ସି ନାସାର ସ୍ପେସ୍ ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ସମସ୍ତ ତାରାଙ୍କ ପରି ସୂର୍ଯ୍ୟଙ୍କ ଶକ୍ତି ମଧ୍ୟ ଦିନେ ଶେଷ ହୋଇଯିବ  । ଏହା ଏକ ଲାଲ୍ ବୃହତ୍ ତାରକାରେ ପରିଣତ ହେବ, ଯାହା ବୋଧହୁଏ ବୁଧ , ଶୁକ୍ର  ଏବଂ ପୃଥିବୀକୁ ମଧ୍ୟ ଗ୍ରାସ କରିବ ।

ସୂର୍ଯ୍ୟ ସୌର ପ୍ରଣାଳୀରେ ବାସ କରି ପୃଥିବୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଏହି କାରଣରୁ ପୃଥିବୀରେ ଜୀବନ ଅଛି  । ମଣିଷ, ଉଦ୍ଭିଦ, ପ୍ରାଣୀ ସମସ୍ତେ ଏହି କାରଣରୁ ବଞ୍ଚନ୍ତି । ଏପରି ପରିସ୍ଥିତିରେ, ଯଦି ସୂର୍ଯ୍ୟ ସମାପ୍ତ ହୁଏ, ତେବେ ପୃଥିବୀରେ ଅନ୍ଧକାର ରହିବ  ।ପ୍ରକୃତି ଏବଂ ଜୀବନ ନଷ୍ଟ ହୋଇଯିବ  ।

ଏପ୍ରିଲ୍ ୨୦୨୪ ରେ ରୟାଲ୍ ଜ୍ୟୋତିର୍ବିଜ୍ଞାନ ସୋସାଇଟି (MNRAS)ର ମାସିକ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟଙ୍କର ମଧ୍ୟ ସୀମିତ ଜୀବନ ଅଛି  । ଦିନେ ସୂର୍ଯ୍ୟ ମରିଯିବେ ଏବଂ ଆମ ପୃଥିବୀ ସମେତ ସୌର ପ୍ରଣାଳୀର କିଛି ଅଂଶ ସୂର୍ଯ୍ୟଙ୍କ ଦ୍ୱାରା ଶୋଷିତ ହେବ  । ସୂର୍ଯ୍ୟ ସେମାନଙ୍କୁ ଶୋଷିବା ପରେ ସେଗୁଡ଼ିକ ଅଦୃଶ୍ୟ ହୋଇଯିବେ  ।

 

ରାଜ୍ୟରେ ନାରୀ ଅସୁରକ୍ଷିତ, ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ : ବିଜେଡି

କଟକ : କଟକରେ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଘଟଣାକୁ ନେଇ ଡିସିପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଡିସିପିଙ୍କ ଭେଟିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଏହା ଏକ ଲଜ୍ଜା ଜନକ ଓ ସମ୍ବେଦନଶୀଳ ଘଟଣା । ପୀଡିତାଙ୍କ ଏତଲା ନ ରଖିବା ଏକ ଦୁଃଖର କଥା । ଯାହା ପୋଲିସ ପ୍ରଶାସନ ତରଫରୁ ଅବହେଳା କରାଯାଇଛି ।  ନବୀନ ପଟ୍ଟନାୟକ ସରକାର ସମୟରେ ଥାନାକୁ ମୋ ସରକାର ଅନ୍ତଃର୍ଭୁତ କରାଯାଇଥିଲା । ଯେକୌଣସି ବିଷୟ କେହି ଏତଲା ଦେଲା ଗ୍ରହଣ କରାଯାଉଥିଲା । ଏବେ ଏତଲା ବି ଗ୍ରହଣ କରାଯାଉନାହିଁ । ଅଭିଯୁକ୍ତ କିଛି ଗିରଫ ହୋଇଥିଲେ ମଧ୍ୟ କିଛି ଅଭିଯୁକ୍ତ ବାହାରେ ଅଛନ୍ତି । ସେମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ବିଜେଡି ଦାବି କରିଛି । ସେହି କାଫେ ବେଆଇନ ଭାବେ ଚାଲୁଥିବା ବେଳେ ସେଥିରେ ବେଆଇନ ଭାବେ ହୁକାବାର ଚାଲୁଥିବା ମଧ୍ୟ ଅଭିଯୋଗ କରିଛି ବିଜେଡି ଟିମ୍  ।  ନିକଟରେ ବିଜେପି କର୍ପୋରେଟରଙ୍କ ଘର ଥିବା ବେଳେ ବିଜେପି ପାର୍ଟି ଅଫିସ ମଧ୍ୟ ଥିଲା । ସେହି ସ୍ଥାନରେ ଏହି ଲଜ୍ଜାକର ଘଟଣା ଘଟିଛି । ହୁକା ପାଇଁ କିଏ ଅନୁମତି ଦେଇଛି, ତାହାକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛି ବିଜେଡି ।  ରାଜ୍ୟର ବିଜେପି ସରକାର ଲୋକଙ୍କ ସରକାର କହୁଥିବା ବେଳେ ଏଠାରେ ନାରୀ ସୁରକ୍ଷିତ ନାହାନ୍ତି । ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଅସୁକ୍ଷିତ ଅଛନ୍ତି । ଦିନକୁ ଦିନ ଦୁଷ୍କର୍ମ ଘଟଣା ବଢିଚାଲିଛି  । ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉ ନଥିବା ବିଜେଡି ଅଭିଯୋଗ କରିଛି । ଆଇନଗତ କାର୍ଯ୍ୟାନୁଷ୍ଠାନ ନ ହେବା ସହ ମାମଲାକୁ ରୁଜୁ ହୋଇପାରୁନି । ଏହି ସରକାର ସମୟରେ ମହିଳା ଅସୁରକ୍ଷିତ ବୋଲି ଅଭିଯୋଗ ଆଣି ବିଜେଡ଼ି  ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ  କରିଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ବିଜେଡି ।

କାନ୍ଦିବାରୁ ଅଢ଼େଇ ବର୍ଷର ଝିଅକୁ ପିଟିପିଟି ମାରିଦେଲା ରାକ୍ଷସ ବାପା

ନନ୍ଦିଘୋଷ ବ୍ୟୁରୋ: ବାପା ସାଜିଲା ରାକ୍ଷସ । ନିଜର ସାବତ ଝିଅକୁ ମାରିଦେଲା ବାପା । କାନ୍ଦିବାରୁ ଅଢ଼େଇ ବର୍ଷର ଝିଅକୁ ବାପା ମାରି ଦେଇଥିବା ଅଭିଯୋଗ ହୋଇଛି । ମୁମ୍ବାଇରୁ ସାମ୍ନାକୁ ଆସିଛି ଏଭଳି ଏକ ଲୋମହର୍ଷକ ଘଟଣା । ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ବାପାକୁ ଗିରଫ କରିଛି । ପୋଲିସର ରିପୋର୍ଟ ମୁତାବକ ଅଭିଯୁକ୍ତ ଜଣକ ହତ୍ୟା କରିଥିବା ଝିଅ ହେଉଛି ତାଙ୍କର ସାବତ ଝିଅ । ଝିଅର ପ୍ରକୃତ ବାପା ମାଙ୍କୁ ଛାଡ଼ି ଦେଇଛନ୍ତି । ୬ ମାସ ପୂର୍ବେ ସେ ଅଭିଯୁକ୍ତକୁ ବିବାହ କରିଥିଲେ । ଅଭିଯୁକ୍ତ ଜଣକ ଜଣେ ଟେମ୍ପୋ ଡ୍ରାଇଭର । ଝିଅର ମାଆ ପରଘରେ କାମ କରୁଥିଲେ । ତେବେ ସେ ବାହାରକୁ କାମ କରିବା ପାଇଁ ଯାଇଥିବାବେଳେ ଘରକୁ ବାପା ଆସିଥିଲେ । ଝିଅ କାନ୍ଦୁଥିବା ଦେଖି ବିରକ୍ତ ହୋଇଥିଲେ । ଆଉ ଝିଅକୁ ମାରି ଦେଇଥିଲେ ।

ଘରକୁ କାମରୁ ଫେରିବା ପରେ ମା ଝିଅ ଶୋଇଥିବା ଭାବି ଉଠାଇ ନଥିଲେ । ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ନଉଠିବାରୁ ସନ୍ଦେହ ହୋଇଥିଲା । ଏବଂ ଉଠାଇଥିଲେ । କିନ୍ତୁ ଝିଅ ଉଠି ନଥିଲା । ଏହାପରେ ସେ ଅଭିଯୁକ୍ତ ବାପାକୁ କହିଥିଲେ । କିନ୍ତୁ ତାଙ୍କ କଥାରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ରିମାଣ୍ଡରେ ନେଇଛି । ମହିଳାଙ୍କ କହି ଅନୁସାରେ ଲାଳନ ପାଳନ କାରଣରୁ ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଅଧିକାଂଶ ସମୟରେ ବିରକ୍ତ ହେବା ସହ ଝିଅକୁ ମାରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ ।

କଟକରେ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଘଟଣା, ଡିସିପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

କଟକ: କଟକରେ କଲେଜ ଛାତ୍ରୀଙ୍କୁ ପୁରୁଷ ବନ୍ଧୁ ଓ ତାଙ୍କ ସାଙ୍ଗ ମିଶି ଗଣ ଦୁଷ୍କର୍ମ ଘଟଣା । କଟକରେ ପହଞ୍ଚିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ବିଜେଡି ପ୍ରତିନିଧି ଦଳ କଟକରେ ପହଞ୍ଚି ଡିସିପିଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ବିଜେଡି ।

ସୂଚନାଯୋଗ୍ୟ, ଦଶହରା ସମୟରେ କଟକ ପୁରୀଘାଟ ଥାନା ଅଞ୍ଚଳରେ ଏକ କାଫେରେ ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଜନ୍ମଦିନ ପାଳନ କରିଥିଲେ । ସେଠାରେ ଛାତ୍ରୀଙ୍କ ଅଜାଣତରେ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ ବୟଫ୍ରେଣ୍ଡ୍ । ଏଥିରେ ତାଙ୍କୁ କାଫେ ମାଲିକ ସହଯୋଗ କରିଥିଲେ । ପରେ କାଫେ ମାଲିକ ଓ ପୁରୁଷ ବନ୍ଧୁ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକି ସେଠାରେ ଗଣଦୁଷ୍କର୍ମ କରିଥିଲେ । ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି ।

ଝିଅଙ୍କୁ ପ୍ରେମଜାଲରେ ଫଶାଇଥିବା ନକଲି IRS ଅଧିକାରୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: ମିଠା ମିଠା କଥା କହୁଥିଲେ, ଝିଅଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ବଡ଼ ଅଧିକାରୀ କହି ସ୍ବପ୍ନ ଦେଖାଇ ଝିଅଙ୍କ ସହ ରଖୁଥିଲେ ଖରାପ ସମ୍ପର୍କ । ଏପରିକି ସେମାନଙ୍କ ଅଶ୍ଲୀଳ ଫଟୋ ଏବଂ ଭିଡିଓ ରଖି ପରେ ବ୍ଲାକମେଲ କରୁଥିଲେ । ଆଉ ଯୁବତୀଙ୍କଠାରୁ ଟଙ୍କା ମାଗୁଥିଲେ । ଏପରି ଏକ ଖବର ରାଜସ୍ଥାନରୁ ସାମ୍ନାକୁ ଆସିଛି । ବିହାରରେ ନକଲି ଆଇପିଏସ ଅଧିକାରୀ ଧରାପଡ଼ିଥିବାବେଳେ ଏବେ ଜଣେ IRS ଅଧିକାରୀ ସାମ୍ନାକୁ ଆସିଛନ୍ତି । ଯିଏକି ଝିଅଙ୍କୁ ମିଛ ପ୍ରଲୋଭୋନ ଦେଖାଉଥିବା ଅଭିଯୋଗ ହୋଇଛି । ପୋଲିସ ତାଙ୍କୁ ଗିରଫ କରିଛି । ଜୟପୁରର ନ୍ୟାସନାଲ ନାର୍କୋଟିକ୍ସ ବ୍ୟୁରୋରେ କାମ କରୁଥିବା କହିଥିବା ଜଣାପଡ଼ିଛି । ଏହି ଘଟଣା ଥାନାରେ ପହଞ୍ଚିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସ ଖବର ପାଇବା ପରେ ଜଣେ ପିଡ଼ିତାଙ୍କ ମାଧ୍ୟମରେ ଅଭିଯୁକ୍ତକୁ ହୋଟେଲକୁ ଡକାଇଥିଲା ଏବଂ ଗିରଫ କରିବାରେ ସଫଳ ହୋଇଛି । ସେ ୨୦୨୦ ବ୍ୟାଚରେ IRS ବୋଲି ନିଜକୁ ପରିଚୟ ଦେଇଥିଲା । ଯେଉଁଠାରେ କି, ଏବେ ଜେନେରାଲ ନିର୍ଦ୍ଦେଶକ ଅଛନ୍ତି ଘନଶ୍ୟାମ ସୋନି । କିନ୍ତୁ ସେ ନିଜକୁ ନିର୍ଦ୍ଦେଶକ ବୋଲି ପରିଚୟ ଦେଇ ଝିଅଙ୍କୁ ପ୍ରେମ ଜାଲରେ ଫସାଉଥିବା ଅଭିଯୋଗ ହୋଇଛି ।

ଗିରଫ ଅଭିଯୁକ୍ତର ନାମ ହେଉଛି ସରଭେଶ କୁମାଓ୍ବତ । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ସୂତ୍ରକୁ ଯଦି ବିଶ୍ବାସ କରାଯାଏ ତାହେଲେ ଅଭିଯୁକ୍ତ ଜଣକ ୨୫ ଜଣ ଝିଅକୁ ଏପରି ଫସାଇଛି । ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଠକି ନେଇଛି । ଏନେଇ ଥାନାରେ ମଧ୍ୟ ମାମଲା ହୋଇଛି । ସରଭେଶର ମୋବାଇଲ ଯାଞ୍ଚ କରିବା ପରେ ଜଣା ପଡ଼ିଛି କି, ସେ ଏଭଳି ଅନେକ ଝିଅଙ୍କ ସହ ଅଶ୍ଲିଳ ଚାଟ୍ ଏବଂ ପ୍ରେମ ଜାଲରେ ଫସାଉଥିଲା । ଏବଂ ପରେ ସେମାନଙ୍କୁ ବ୍ଲାକମେଲ କରି ଲକ୍ଷାଧିକ ଟଙ୍କାର ଚୂନ ଲଗାଇଛି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବାବେଳେ ଆଗକୁ ଆଉ କେତେଜଣ ଅଭିଯୋଗ କରୁଛନ୍ତି ତାହା ଉପରେ ରହିଛି ପୋଲିସର ନଜର ।

 

ରାଜଧାନୀରେ ଦୁର୍ଘଟଣା: କାରକୁ ଧକ୍କା ଦେଲା ପରିବା ବୋଝେଇ ଟ୍ରକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ନୟାପଲ୍ଲୀରେ ଭୟଙ୍କର ଦୁର୍ଘଟଣା । ପଛରୁ ଦ୍ରୁତ ଗତିରେ ଏକ ପରିବା ବୋଝେଇ ଟ୍ରକ ଆସି ଦୁଇଟି କାରକୁ ଦେଲା ଧକ୍କା । ଫଳରେ ତିନି ଜଣ ଆହତ ହୋଇଛନ୍ତି ।

ଦୁର୍ଘଟଣା ନୟାପଲ୍ଲୀ ଓଭର ବ୍ରିଜ୍ ଉପରେ ଘଟିଛି । ଓଭର ବ୍ରିଜ୍ ଉପରେ କାରଟି ଯାଉଥିବା ବେଳେ ପଛପଟୁ ପରିବା ବୋଝେଇ ଟ୍ରକଟି ଦ୍ରୁତ ଗତିରେ ଆସି ଗୋଟିଏ ପରେ ଗୋଟିଏ ଦୁଇଟି କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଛି । ତେବେ ଦୁର୍ଘଟଣା ସମୟରେ ଟ୍ରକରୁ ପିଆଜ, ରସୁଣ, ଅଦା, ଟମାଟୋ ସହ ଅନ୍ୟ ପରିବା ଛିଟିକି ରାସ୍ତା ଉପରେ ପଡ଼ି ରହିଛି । ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

‘ପତି-ପତ୍ନୀ ଗୋଟିଏ ବେଡ଼ରେ ଶୁଅନ୍ତି କିନ୍ତୁ ପ୍ରେମ ମୋବାଇଲକୁ କରନ୍ତି’

ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରା । ରେବାର ଏକ ଇଞ୍ଜିନିୟରିଂ କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଦେଇଥିବା ଏକ ବିବୃତ୍ତି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଜନାର୍ଦ୍ଦନ ବେଶ ଚର୍ଚ୍ଚାରେ ରହିଛନ୍ତି । ସେ କହିଛନ୍ତି କି, ସ୍ବାମୀ ସ୍ତ୍ରୀ ଗୋଟିଏ ବେଡରେ ଶୁଅନ୍ତି ସତ ମାତ୍ର ଜଣେ ଉତ୍ତରକୁ ମୁହଁ କଲେ ଅନ୍ୟ ଜଣେ ଦକ୍ଷିଣକୁ ମୁହଁ କରନ୍ତି । ଆଉ ସେମାନେ ନିଜ ନିଜର ମୋବାଇଲରେ ବ୍ୟସ୍ତ ରୁହନ୍ତି । ମୋବାଇଲ ଏବେ ସ୍ବାମୀ ସ୍ତ୍ରୀ ପ୍ରେମ କରୁଛନ୍ତି । ଏହାସହ ସେ କହିଛନ୍ତି କି, ୬୦ ବର୍ଷ ପରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଏମିତି ହେବ କି, ଛୁଆ ସବୁ ଅନଲାଇନରେ ଜନ୍ମ ହେବେ । ତେବେ ଛୁଆମାନେ ଷ୍ଟିଲ୍ ହୁଅନ୍ତୁ ବା ମାଂସ ହାଡର । ସାଂସଦଙ୍କ ଏଭଳି ବିବୃତ୍ତି ଶୁଣି ଉପସ୍ଥିତ ଛାତ୍ରଛାତ୍ରୀମାନେ ହସିଥିଲେ । ଆଉ ଏହି ସମୟର ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

କାର୍ଯ୍ୟକ୍ରମରେ ସାଂସଦ କହିଥିଲେ କି, ମୁଁ ଦେଉଥିବା ବିବୃତ୍ତିକୁ ଆପଣ ବିଚାର କରିବେ । ମଣିଷ ଦ୍ବାରା ତିଆରି ହୋଇଥିବା ଯନ୍ତ୍ର ମୋବାଇଲ । କିନ୍ତୁ ସ୍ବାମୀ ସ୍ତ୍ରୀ ଗୋଟିଏ ବେଡରେ ଶୋଇ ମଧ୍ୟ ପରସ୍ପରକୁ ନଦେଖି ବିପରୀତ ଦିଗକୁ ମୁହଁ କରି ଶୋଇଥାନ୍ତି । ଆଉ ଏବେ ଅନଲାଇନରେ ବିବାହ ଏବଂ ଛୁଆ ମଧ୍ୟ ହେବେ । ତେବେ ଏହାସହ ଛାତ୍ରଛାତ୍ରୀଙ୍କୁ ବୁଝାଇ କହୁଥିଲେ କି, ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସମାଜରେ ବହୁ ଗୁରୁତ୍ବୂପର୍ଣ୍ଣ ଭୂମିକା ରହିଛି । ସେପଟେ ଏହା ପୂର୍ବରୁ ମଧ୍ୟ ସାଂସଦ ଦେଇଥିବା ଏକ ବିବୃତ୍ତି ପାଇଁ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ । ସେ କହିଥିଲେ କି, IAS ଅଧିକାରୀଙ୍କୁ ଜୀବନ୍ତ ସମାଧି ଦିଆଯାଉ । ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ କରାଯାଇଥିଲା । ଆଉ ଏବେ ପୁଣି ଏଭଳି ଏକ ବିବୃତ୍ତି ଦେବା ପରେ ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

୫୦ ଟଙ୍କା ପାଇଁ ଟାଙ୍ଗିଆ ଓ ଲୁହା ରଡରେ ମହିଳା ଏବଂ ତାଙ୍କ ପୁଅଙ୍କୁ ଆକ୍ରମଣ

ଅନୁଗୋଳ: ମାତ୍ର ୫୦ ଟଙ୍କା ପାଇଁ ମାଆ ଓ ପୁଅକୁ ଆକ୍ରମଣ । ମହିଳାଙ୍କ ଦିଅର ଓ ପୁତୁରା ମାଆ, ପୁଅଙ୍କୁ ଆକ୍ରମଣ ଟାଙ୍ଗିଆ ଓ ଲୁହା ରଡରେ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୋଗ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜରପଡା ଥାନା କୁଶିକିଳା ଗାଁରେ ।ଗୁରୁତର ହେଲେ ଲବଙ୍ଗ ସାହୁ ଏବଂ ତାଙ୍କ ପୁଅ ଲିକୁ ।

ଅଭିଯୋଗ ଅନୁସାରେ, ଲବଙ୍ଗ ଓ ତାଙ୍କ ଦିଅରଙ୍କ ପରିବାର ଗୋଟିଏ ଘରେ ରହୁଛନ୍ତି । ଲବଙ୍ଗଙ୍କ ପରିବାର ଲୋକେ ଘରେ ନଥିବା ବେଳେ ଲିକୁଙ୍କ ପକେଟରୁ ୫୦ ଟଙ୍କା ଚୋରି ହୋଇଥିଲା । ଟଙ୍କା ଚୋରି ପଛରେ ଦିଅରଙ୍କ ପରିବାର ଲୋକଙ୍କ ହାତ ଥିବା ଲବଙ୍ଗ ସନ୍ଦେହ କରିଥିଲେ । ଏହାକୁ ନେଇ ଘର ଭିତରେ କିଏ ଟଙ୍କା ଚୋରି କରିଛି କହି ଦିଅରଙ୍କୁ ଗାଳିଗୁଲଜ କରିଥିଲେ ।

ଯାହାକୁ ନେଇ ଦିଅର ଓ ତାଙ୍କ ପୁଅଙ୍କ ସହ ଲବଙ୍ଗଙ୍କର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦିଅର ଓ ତାଙ୍କ ପୁଅ ଲବଙ୍ଗଙ୍କୁ ଟାଙ୍ଗିଆ ଓ ଲୁହା ରଡରେ ଆକ୍ରମଣ କରିଥିଲେ । ଏହାଦେଖି ଲିକୁ ମାଆକୁ ବଞ୍ଚାଇବାକୁ ସେଠାରେ ପହଞ୍ଚି ଥିବା ବେଳେ ତାକୁ ମଧ୍ୟ ଆକ୍ରମଣ କରିଥିଲେ ।

ଉଭୟ ମାଆ, ପୁଅଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବିଜେପିକୁ ବିଜେଡିର ପ୍ରଶ୍ନ: ତରବରିଆ ଭାବେ ବେଦାନ୍ତଙ୍କୁ ସ୍ଥାନ ମଞ୍ଜୁରୀ ପଛରେ ରହସ୍ୟ କ’ଣ ?

ଭୁବନେଶ୍ବର: ଲଖନପୁର ଫ୍ଲାଏ ଆଶ ବିବାଦ ପ୍ରସଙ୍ଗରେ ରାଜ୍ୟର ବିଜେପି ସରକାରଙ୍କୁ ଅଙ୍ଗୁଳି ଦେଖାଇଲା ବିଜେଡି । ଫ୍ଲାଏ ଆଶ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ମିଥ୍ୟା ତଥ୍ୟ ଦେଉଥିବା ଅଭିଯୋଗ କରିଛି ଦଳ ।

ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଜୁଲାଇ ୧୨ ତାରିଖରେ ବେଦାନ୍ତକୁ ସ୍ଥାନ ମଞ୍ଜୁରୀ କରିଛନ୍ତି ରାଜ୍ୟ ସରକାର । ତେବେ ତରବରିଆ ଭାବେ ମଞ୍ଜୁରୀ ପ୍ରଦାନ ପଛର କ’ଣ ରହସ୍ୟ ରହିଛି ବୋଲି ପ୍ରେସମିଟ୍ କରି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ବିଜେପି ସରକାର ମଞ୍ଜୁରୀ ଦେଇ ବିଜେଡି ଉପରେ ଦୋଷ ଲଦୁଛି ବୋଲି ସେ କହିଛନ୍ତି ।

ଆଗକୁ ସେ କହିଛନ୍ତି, ସତକୁ ସ୍ୱୀକାର କରିବାର ସତସାହସ ବିଜେପିର ନାହିଁ । ବିଜେଡି ଉପରେ ଦୋଷ ଲଦି ବିଜେପି ଖସି ଯିବାକୁ ଚାହୁଁଛି । ଆଶ ପଣ୍ଡ ନ କରିବାକୁ ଆନ୍ଦୋଳନ କରିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ । ଏବେ ଆସପଣ୍ଡକୁ ମଞ୍ଜୁରୀ ଦେଇଛନ୍ତି ବିଜେପି ସରକାର । ରାଜସ୍ୱ ମନ୍ତ୍ରୀଙ୍କର ଦୋମୁହାଁ ଚରିତ୍ର ଏବେ ସାମ୍ନାକୁ ଆସିଛି । ଏଥିରେ ରାଜସ୍ୱ ମନ୍ତ୍ରୀଙ୍କ ସ୍ୱାର୍ଥ ରହିଥିବା ଜଳ ଜଳ ହୋଇ ଦିଶୁଛି । ତେଣୁ ତରବରିଆ ଭାବେ ମଞ୍ଜୁରୀ ଦେଇଛନ୍ତି ସରକାର । ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ଦୁର୍ଗନ୍ଧ ଆସୁଛି ବୋଲି କହି ରାଜ୍ୟ ସରକାରଙ୍କୁ ଲେଖାଶ୍ରୀ ଟାର୍ଗେଟ କରିଛନ୍ତି ।