ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଜମିଜମା ସଂଶୋଧନକୁ ବ୍ଯାପକ ଅସନ୍ତୋଷ ରହିଛି। ଯାହାକୁ ନେଇ ଏସବୁ ଘଟଣା ଘଟୁଛି। ଏହାର ସମାଧାନ ନ ହେଲେ ଆଗକୁ ସ୍ଥିତି ଭୟାବହ ହେବ। ମାଲକାନଗିରି ଗୋଟିଏ ପ୍ରତିନିଧି ଦଳ ଆସି ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି। ବୋଧୁହୁଏ ସେମାନେ ମୁଖ୍ଯମନ୍ତ୍ରୀଙ୍କୁ ଭେଟିବେ। ସରକାର ତୁରନ୍ତ ଅଧିକାରୀ ସ୍ତରରେ ଏହାର ସମାଧାନର ରାସ୍ତା ବାହାର କରନ୍ତୁ। ଜମିଜମା ସମସ୍ଯା ଅଚିରେ ଦୂର କରିବା ପାଇଁ ରାଜ୍ଯ ସରକାର ତୁରନ୍ତ ଏକ କମିଶନ ଗଠନ କରନ୍ତୁ ବିଜୟ ପରାମର୍ଶ ଦେଇଛନ୍ତି। କେବଳ ଜମିଜମା ସମସ୍ଯା ଦୂର କରିବା ପାଇଁ ଅନ୍ତତଃ ବର୍ଷେ ସମୟ ଲାଗିଯିବ। ସେଇ ସମସ୍ଯାଟି ସମାଧାନ ହୋଇଗଲେ ବଙ୍ଗଳା ଶରଣାର୍ଥୀ ଯେଉଁମାନେ ଏଠି ରହିଛନ୍ତି ସେମାନଙ୍କ ସମସ୍ଯା ବି ଦୂର ହୋଇଯିବ। ସେହିପରି ଆଦିବାସୀଙ୍କ ସମସ୍ଯା ବି ରହିବନି। ସରକାର ଘଟଣାଟିକୁ ଗୁରୁତର ସହ ନେବା ଉଚିତ। ଓଡ଼ିଶାରେ ଏପରି ଘଟଣା କେବେ ବି ଘଟିନଥିଲା। ଜିଲ୍ଲାପାଳ ଓ ଏସପିଙ୍କ ସାମ୍ନାରେ କିପରି ହଜାର ହଜାର ଘର ଜଳିବ। ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ଯ ହେଉଛି। ଏ ପର୍ଯ୍ଯନ୍ତ ପରିସ୍ଥିତି ସୁଧୁରିନି। ଭିତରେ ଭିତରେ ଅସନ୍ତୋଷ କୁହୁଳୁଛି। କେତେବେଳେ ଆହୁରି ଏକ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇପାରେ।
ନିଆଁରେ ପୋଡ଼ି ହୋଇ ଚାଷୀଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ପିପିଲି ଥାନା ସୁନାମୁହିଁ ଗ୍ରାମରେ ଅଘଟଣ । ଧାନ ଜମିରେ ନିଆଁ ଲିଭାଇବାକୁ ଯାଇ ନିଆଁରେ ପୋଡ଼ି ହୋଇ ଚାଷୀଙ୍କ ମୃତ୍ୟୁ । ମୃତକ ହେଲେ ଗଜେନ୍ଦ୍ର ସ୍ୱାଇଁ । ଆଜି ସକାଳେ ଧାନ ବିଲରେ ନିଆଁ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଯାଇ ନିଜେ ପୋଡି ହୋଇ ଯାଇଛନ୍ତି ଗଜେନ୍ଦ୍ର । ଜମିରେ ଅନେକ ଧାନ ଫସଲ ପୋଡି ନଷ୍ଟ ହୋଇଯାଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ମୃତ ଗଜେନ୍ଦ୍ରଙ୍କ ପାଖରେ ରୁଣ୍ଡ ହୋଇଥିଲେ ଗ୍ରାମବାସୀ । ମୃତ କଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ ପିପିଲି ଥାନା ଅଧିକାରୀ ପହଞ୍ଚି ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି ।
ସିଡନୀର ବଣ୍ଡି ବିଚ୍ ପାର୍କରେ ଗୁଳିମାଡ, ୧୦ ମୃତ
ସିଡନୀର ବଣ୍ଡି ବିଚ୍ ପାର୍କରେ ଗୁଳିମାଡ, ୧୦ ମୃତ
ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆର ସିଡନୀ ସହରରେ ଗୁଳିମାଡ଼ । ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ସିଡନୀର ବଣ୍ଡି ବିଚ ପାର୍କରେ ଏହି ଗୁଳିକାଣ୍ଡ ଘଟିଛି ।
ଏହା ଏକ ଟାର୍ଗେଟେଡ ଆଟାକ ବୋଲି ସ୍ଥାନୀୟ ପୋଲିସ କହିଛି । ଇହୁଦୀମାନେ ହାନୁକା ଉତ୍ସବ ମନାଉଥିବାବେଳେ ସେମାନଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଘଟଣା ଭିଆଇଥିବା ଜଣେ ବନ୍ଧୁକଧାରୀ ପୋଲିସ ହାତରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣଙ୍କୁ କାବୁ କରାଯାଇଛି । ଦୁର୍ବୃତ୍ତମାନେ ୩ଟି ବନ୍ଧୁକରେ ଅନ୍ଧାଧୁନ ଗୁଳିମାଡ଼ କରିଥିଲେ ।
ଘଟଣା ପରେ ସେଠାରେ ୨୫ଟି ହେଲିକପ୍ଟର, ଡାକ୍ତରୀ ଟିମ, ସ୍ବତନ୍ତ୍ର ଅପରେସନ ଟିମ ମୁତୟନ କରାଯାଇଛି । ଆହତମାନଙ୍କୁ ସେଣ୍ଟ ଭିନସେଣ୍ଟ, ରୟାଲ ପ୍ରିନ୍ସ ଆଲଫ୍ରେଡ ଓ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ପ୍ରଧାନମନ୍ତ୍ରୀ ଅନ୍ଥୋନି ଆଲବାନିସ ନିନ୍ଦା କରିଛନ୍ତି । ବଣ୍ଡି ବିଚ ହେଉଛି ସିଡନୀରେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ପ୍ରତିଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ।
ସିଡନୀରେ ଆଖିବୁଜା ଗୁଳିମାଡ଼, ୧୦ ମୃତ
ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ସିଡନୀରେ ଆଖିବୁଜା ଗୁଳିମାଡ଼। ସିଡନୀର ବଣ୍ଡି ବିଚ ପାର୍କରେ ଘଟିଥିବା ଗୁଳିମାଡରେ ୧୦ ମୃତ, ଅନେକ ଆହତ। ଗୁଳିମାଡରେ ମୃତ୍ୟୁସଂଖ୍ୟା ଅଧିକ ହେବା ଆଶଙ୍କା ରହିଛି। ଏହା ଏକ ଟାର୍ଗେଟେଡ ଆଟାକ ବୋଲି ପୋଲିସ କହିଛି। ଇହୁଦୀମାନେ ହାନୁକା ଉତ୍ସବ ମନାଉଥିବାବେଳେ ସେମାନଙ୍କ ଉପରକୁ ଗୁଳିମାଡ ହୋଇଛି। ଏହି ଘଟଣାରେ ଜଣେ ବନ୍ଧୁକଧାରୀ ପ୍ରାଣ ହରାଇଥିବାବେଳେ ଆଉ ଜଣକୁ ପୋଲିସ ହେପାଜତରେ ରଖାଯାଇଛି। ଦୁର୍ବୃତ୍ତମାନେ ୩ଟି ବନ୍ଧୁକ ଜରିଆରେ ଏହି ଘଟଣା ଘଟାଇଥିବା କୁହାଯାଇଛି। ଏହି ଘଟଣା ପରେ ସେଠାରେ ୨୫ଟି ହେଲିକପ୍ଟର, ଡାକ୍ତରୀ ଟିମ, ସ୍ବତନ୍ତ୍ର ଅପରେସନ ଟିମ ମୁତୟନ କରାଯାଇଛି। ଆହତମାନଙ୍କୁ ସେଣ୍ଟ ଭିନସେଣ୍ଟ, ରୟାଲ ପ୍ରିନ୍ସ ଆଲଫ୍ରେଡ ଓ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ଅନ୍ଥୋନି ଆଲବାନିସ ନିନ୍ଦା କରିଛନ୍ତି। ବଣ୍ଡି ବିଚ ହେଉଛି ସିଡନୀରେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ପ୍ରତିଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି।
ଆମେରିକା ବ୍ରାଉନ ୟୁନିଭର୍ସିଟିରେ ଗୁଳିମାଡ଼ : ୨ ମୃତ, ୮ ଆହତ
ନନ୍ଦିଘୋଷ ବ୍ୟୁରୋ : ଆମେରିକା ବ୍ରାଉନ ୟୁନିଭର୍ସିଟିରେ ଗୁଳିମାଡ଼। ଏଥିରେ ପ୍ରାଣ ହରାଇଛନ୍ତି ୨ ଜଣ। ଆହତ ହୋଇଛନ୍ତି ୮ ଜଣ। ବ୍ରାଉନ ୟୁନିଭର୍ସିଟିର ଇଞ୍ଜିନିୟରିଂ ବିଲଡିଂରେ ଦୁର୍ବୃତ୍ତ କରିଥିଲା ଫାୟାରିଂ। ଏହି ଘଟଣାରେ ଜଡ଼ିତ ଅପରାଧୀକୁ କାବୁ କରିଛି ପୋଲିସ। ୟୁନିଭର୍ସିଟିରେ ପରୀକ୍ଷା ଚାଲିଥିବାବେଳେ ଏହି ଗୁଳିକାଣ୍ଡ ଘଟିଛି। କଳା ପୋଷାକ ପରିହିତ ଜଣେ ଯୁବକ ୟୁନିଭର୍ସିଟି କ୍ୟାମ୍ପସରେ ପ୍ରବେଶ କରି ଗୁଳିମାଡ କରିଥିଲା। ଡେପୁଟି ପୋଲିସ ଚିଫ ଟିମୋଧି ଓହାରା କହିଛନ୍ତି ଅପରାଧୀଜଣକ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା। ତେବେ ପରେ ତାକୁ କାବୁ କରାଯାଇଛଇ। ଗୁଳିକାଣ୍ଡ ନେଇ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ ପୋଲିସ ସତର୍କ କରାଇଥିଲା। ଗୁଳିମାଡ଼ ଘଟଣାର କାରଣ ଜଣାପଡ଼ିନାହିଁ। ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଉଦବେଗ ପ୍ରକାଶ କରିଛନ୍ତି। ଘଟଣାର ଏଫବିଆଇ ତଦନ୍ତ କରୁଛି ବୋଲି ସେ କହିଛନ୍ତି

