spot_img
Home Blog Page 139

ପ୍ରହସନ ପାଲଟିଛି ‘ବେଟି ବଚାଓ, ବେଟି ପଢ଼ାଓ’, ସ୍କୁଲ କାମରେ ଝିଅଙ୍କୁ ଲଗାଇଛନ୍ତି ଖୋଦ ଜିଲ୍ଲା ଶିକ୍ଷାଧିକାରୀ

ପ୍ରହସନ ପାଲଟିଛି ‘ବେଟି ବଚାଓ, ବେଟି ପଢ଼ାଓ’, ସ୍କୁଲ କାମରେ ଝିଅଙ୍କୁ ଲଗାଇଛନ୍ତି ଖୋଦ ଜିଲ୍ଲା ଶିକ୍ଷାଧିକାରୀ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ଜିଲ୍ଲା ବାହାନଗାରେ ଶିଶୁ ଶ୍ରମିକ ଆଇନର କରାଯାଉଛି ଖୋଲା ଉଲ୍ଲଂଘନ । ସ୍କୁଲ ପରିସରରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବା ଅଭିଯୋଗ । ଚାଇଲ୍ଡ ଆକ୍ଟକୁ ଫୁ କରି ଦେଉଛନ୍ତି ଖୋଦ ଜିଲ୍ଲା ଶିକ୍ଷାଧିକାରୀ । ମଣିଭଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ନିର୍ମାଣଧୀନ କୋଠାରେ ୩ ଜଣ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଯାହାର ପ୍ରମାଣ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ନିନ୍ଦା କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

‘ବେଟି ବଚାଓ ବେଟି ପଢାଓ’ ସ୍ଲୋଗାନ ପାଲଟିଛି ପ୍ରହସନ । ଖାତା କଲମ ବଦଳରେ ଝିଅଙ୍କ ମୁଣ୍ଡରେ ଗାମୁଛା, ହାତରେ କଡେଇ । ସ୍କୁଲ ପରିସରରେ ଶିଶୁ ଶ୍ରମିକଙ୍କୁ ନିର୍ମାଣ କାର୍ଯ୍ୟରେ କରାଯାଇଛି ନିୟୋଜିତ । ଶ୍ରମ ଆଇନର ଉଡୁଛି ଧଜ୍ଜିଆ। ଶିଶୁଙ୍କୁ କାମରେ ଲଗାଇଛି ଖୋଦ ସରକାରୀ କଳ ।

ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକରେ ସରକାରୀ ନିୟମ କାନୁନକୁ ଉଲ୍ଲଂଘନ କରି ଶିଶୁ ଶ୍ରମିକଙ୍କୁ ନିର୍ମାଣ କାର୍ଯ୍ୟରେ ଲଗାଇଛନ୍ତି ଖୋଦ ଜିଲ୍ଲା ଶିକ୍ଷାଧିକାରୀ । ଗୋପାଳପୁର ମଣିଭଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଯୋଜନାରେ ୧୮.୩୩ ଲକ୍ଷ ବ୍ୟୟ ବରାଦରେ କମ୍ପ୍ୟୁଟର ଲାବ ଗୃହ ନିର୍ମାଣ ଚାଲିଛି । ଯେଉଁଥିରେ ୩ ଜଣ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରିଛନ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ । ପିଲାଙ୍କୁ ରାତି ଯାଏଁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରଖୁଥିବା ବେଳେ ତଦାରଖ ପାଇଁ କୌଣସି ଅଧିକାରୀ ରହୁନାହାନ୍ତି । ୩ ଜଣ ଶ୍ରମିକ ଔପଦା ଅଞ୍ଚଳର ବୋଲି ଜଣାପଡ଼ିଛି ।

ଶିଶୁଙ୍କୁ ଶ୍ରମିକ ଭାବେ କାମ କରାଇବା ଆଇନଗତ ଅପରାଧ । ହେଲେ ବେଫିକର ଭାବେ ଶିଶୁଙ୍କୁ ଶ୍ରମିକ ଭାବେ ସରକାରୀ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିଛି ଖୋଦ ସରକାରୀ କଳ । ଯାହାକି ସରକାରୀ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହେଲେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଘଟଣାକୁ ଏଡାଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଅଧିକାରୀଙ୍କ ତରଫରୁ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

PUCCରୁ ଚାଲାଣ ଅଲଗା କରିବାକୁ ଯୁବ ବିଜେଡିର ଦାବି

PUCCରୁ ଚାଲାଣ ଅଲଗା କରିବାକୁ ଯୁବ ବିଜେଡିର ଦାବି

ନନ୍ଦିଘୋଷ ବ୍ୟୁରୋ: PUCCରୁ ଚାଲାଣକୁ ଅଲଗା କରାଯିବାକୁ ପୁଣି ଦାବି କଲା ଯୁବ ବିଜେଡି । ସରକାର ତାରିଖ ପରେ ତାରିଖ ନୀତି ଚଳାଇଛନ୍ତି । ଏଥିରୁ ଫାଇଦା ମିଳିବନି । ହାଇକୋର୍ଟଙ୍କ ଛାଟ ପାଇଁ ସରକାର ସମୟ ସୀମା ବଢାଇ ଚାଲିଛନ୍ତି । ପୂର୍ବରୁ କେବେ PUCC ସହ ଚାଲାଣ ଲିଙ୍କ ନଥିଲା । ବିଧାନସଭା ସମୟରେ ବିରୋଧ ଭୟରେ ଏହାକୁ କଲେନି । ତେଣୁ ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଯୁବ ବିଜେଡି ଦାବି କରିଛି ।

ଯୁବ ବିଜେଡି ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ପରିବହନ ଅଧିକାରୀଙ୍କୁ ଡାକି ଏହାକୁ ପ୍ରତ୍ୟାହାର କରନ୍ତୁ । ପୋଲିସକୁ ଟାର୍ଗେଟ ଦିଆଯାଇଛି ନମ୍ବର ପ୍ଲେଟ ଫଟୋ ଉଠାଉଛନ୍ତି । ପରିବହନ ବିଭାଗ ଫାଇନ କରୁଛି । ଲୋକ କ’ଣ ଲୋନ କରି ଫାଇନ ଦେବେ ବୋଲି ଦଳ ପ୍ରଶ୍ନ କରିଛି । ଏହା ବିରୋଧରେ ଜନ ଆନ୍ଦୋଳନ ହେଲାଣି । ଗତକାଲି ଆନ୍ଦୋଳନକୁ ବହୁ ସମର୍ଥନ ମିଳିଛି । ମିଛ ଫାଇନ ବିରୋଧରେ ଟ୍ରାଫିକ ପୋଷ୍ଟ ଆଗରେ ଜନ ସଚେତନତା କରାଯିବ । ଲଘୁ ଖଣିଜରୁ ଟଙ୍କା ଆସୁନି ବୋଲି ଲୋକଙ୍କୁ ଭରଣା କରି ଲୁଟ କରିବାକୁ ସରକାର ବେଡି ଉପରେ କୋରଡ଼ା ମାଡ କରୁଛନ୍ତି । ପିୟୁସି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ, ଆନ୍ଦୋଳନ ଆହୁରି ବ୍ୟାପକ ହେବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ସହ ଅଛନ୍ତି । ଲୋକେ ହଇରାଣ ହେଉଛନ୍ତି, ନବୀନ ପଟ୍ଟନାୟକ ଚୁପ ବସି ନାହାନ୍ତି । ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଇଛି ବିଜୁ ଯୁବ ଜନତା ଦଳ ।

ଇଂରେଜ କର ଆଦାୟକୁ ବଳିଗଲା ପ୍ରଦୂଷଣ ଫାଇନ୍: ଭକ୍ତ

ପ୍ରଦୂଷଣ ଉପରେ ରାଜ୍ୟ ସରକାରଙ୍କ ଫାଇନ ଆଦାୟ ବ୍ୟବସ୍ଥା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ତୀବ୍ର ସମାଲୋଚନା କରିଛନ୍ତି । ସେ ହକିଛଇ, ଇଂରେଜମାନଙ୍କ କର ଅସୁଲି ବ୍ୟବସ୍ଥାକୁ ବଳିଯାଇଛି ପଲ୍ୟୁସନ ଫାଇନ ଆଦାୟ । ଫାଇନ ନାଁରେ ଲୋକଙ୍କଠାରୁ ଜିଜିୟା କର ଅସୁଲି କରାଯାଉଛି । ଲୋକଙ୍କୁ ଲୁଟିବାକୁ ଯୋଜନା ଚାଲିଛି । ପଲ୍ୟୁସନ ସାର୍ଟିଫିକେଟ ଅଛି ନା ନାହିଁ ଯାଞ୍ଚ କରାଯାଉନି। ବାଇକର ଯେତିକି ଦାମ ନୁହେଁ ତା’ଠୁ ଅଧିକ ଫାଇନ ପଡୁଛି । ଅନୁଗୁଳ, ତାଳଚେର, କଳିଙ୍ଗନଗରରେ ଥିବା ବଡ଼ ବଡ଼ କମ୍ପାନୀ କେତେ ପଲ୍ୟୁସନ କରୁଛନ୍ତି ସାର୍ଟିଫିକେଟ ଦେଖାଇ ପାରିବେ କି ସରକାର । ଲୋକଙ୍କୁ ୬ ମାସ ସମୟ ଦେଇ ପଲ୍ୟୁସନ ସାର୍ଟିଫିକେଟ ପାଇଁ ଅଧିକ ସୁବିଧା କରାନ୍ତୁ ସରକାର । ଆସନ୍ତାକାଲି ସାଇକେଲରେ ଯାଇ ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ଯୁବ କଂଗ୍ରେସ । ଆଗକୁ ମୁଖ୍ୟମନ୍ତ୍ରୀ ବାସଭବନ ସହ ବିଧାନସଭା ଘେରାଉ କରାଯିବ ବୋଲି ପିସିସି ସଭାପତି କହିଛନ୍ତି ।

PUCCକୁ ପାଇଁ ବାରମ୍ବାର ତାରିଖ ବଦଳାଯାଇ ଲୋକଙ୍କୁ ହଇରାଣ କରାଯିବାକୁ ନେଇ ଚିନ୍ତା ପ୍ରକଟ କଲେ ନବୀନ

PUCCକୁ ପାଇଁ ବାରମ୍ବାର ତାରିଖ ବଦଳାଯାଇ ଲୋକଙ୍କୁ ହଇରାଣ କରାଯିବାକୁ ନେଇ ଚିନ୍ତା ପ୍ରକଟ କଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: PUCC ପାଇଁ ବାରମ୍ବାର ତାରିଖ ବଦଳା ପ୍ରସଙ୍ଗ । ଲୋକଙ୍କ ହଇରାଣ ଓ ହରକତକୁ ଦେଖି ଚିନ୍ତା ପ୍ରକଟ କଲେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଥିବା PUCC ପ୍ରକ୍ରିୟାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି । ଏନେଇ ବାରମ୍ବାର ମତ ବଦଳାଉଛନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟରେ ଏକ କଠିନ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ନୀତି ଯୋଗୁଁ ଲୋକେ ହଇରାଣ ହେଉଛନ୍ତି ।

ଆଗକୁ ସେ କହିଛନ୍ତି, ଜାନୁଆରୀ ପହିଲାରେ ରାଜ୍ୟ ସରକାରଙ୍କ ନୋ ପିୟୁସିସି ନୋ ଫୁଏଲ ଘୋଷଣା ଗାଡ଼ି ଚାଳକଙ୍କୁ ହରଡ଼ଘଣାରେ ପକାଇଛି । ରାଜ୍ୟ ସାରା ଟେଷ୍ଟିଂ ସେଣ୍ଟର ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ଆଗୁଆ ପ୍ରସ୍ତୁତି ନକରି, ଭିତ୍ତିଭୂମି ନ ଯୋଗାଇ ଏପରି ଏକ ନିଷ୍ପତ୍ତି ନେବା ଫେଲ୍ ସାବ୍ୟସ୍ତ ହୋଇଛି । ଲୋକଙ୍କ ଅସନ୍ତୋଷ ଦେଖି ରାଜ୍ୟ ସରକାର ବାଧ୍ୟ ହୋଇ ବାରମ୍ବାର ୟୁଟର୍ଣ୍ଣ ନେଇଛନ୍ତି । ଏହାକୁ ପ୍ରଥମେ ଫେବୃଆରୀ ପହିଲା ଯାଏଁ, ପରେ ମାର୍ଚ୍ଚ ୩୧ ଯାଏଁ ଏବଂ ଶେଷରେ ଏପ୍ରିଲ ପହିଲା ଯାଏଁ ଘୁଞ୍ଚାଇ ଚାଲିଛନ୍ତି । ଏହା ଭିତରେ ଟୋଲଗେଟ ଫାଇନ ଅବଧି ବି ଘୁଞ୍ଚାଇ ଚାଲିଛନ୍ତି । ଏହା ପରିବହନ ବିଭାଗର ଅପାରଗତାକୁ ପଦାରେ ପକାଇଛି ।

ରାଜ୍ୟବାସୀ ହଇରାଣ ନହେବା ଲାଗି ଏକ ସୁପ୍ରଶାସନ ଓ ସରକାରୀ ନୀତି ପ୍ରଣୟନ ହେବା ଜରୁରୀ ବୋଲି କହିଛନ୍ତି ନବୀନ । ଯଦିଓ ଯାନବାହାନ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଗୁରୁତ୍ବପୂର୍ଣ୍ଣ କିନ୍ତୁ ଏହା ଜନସାଧାରଣଙ୍କୁ ଅସୁବିଧାରେ ପକାଇ କାର୍ଯ୍ୟ କରାଯାଇ ନପାରେ । ସରକାରଙ୍କ ଏପରି ଅବ୍ୟବସ୍ଥାବେଳେ ବିଜେଡି ଲୋକଙ୍କ ସହ ଦୃଢ ଭାବେ ଠିଆ ହୋଇଛି । ସେଥିଲାଗି ପିୟୁସି ଟେଷ୍ଟିଂ ସୁବିଧା ବୃଦ୍ଧି କରାଯାଉ । ଏହାସହ ପ୍ରକ୍ରିୟାକୁ ସରଳୀକରଣ କରିବା ସହ ଅନଧୀକୃତ ଫାଇନ କିପରି ନପଡିବ ସେଥିପ୍ରତି ଦୃଷ୍ଟି ଦିଆଯାଉ । ନିଜ ତ୍ରୁଟିରୁ ଶିକ୍ଷା ଲାଭ କରି ରାଜ୍ୟବାସୀଙ୍କ ଲାଗି କଲ୍ଯାଣକରୀ ନିଷ୍ପତ୍ତି ନେବାକୁ ସରକାରଙ୍କ ନିକଟରେ ବିଜେଡି ସୁପ୍ରିମୋ ଦାବି କରିଛନ୍ତି ।

ଟିଏମସି ପୋଲ୍ ଷ୍ଟ୍ରାଟେଜିକଙ୍କ ଘରେ ଇଡି ରେଡ ପ୍ରତିବାଦରେ ଅମିତ ଶାହଙ୍କ ଘର ଆଗରେ ବିକ୍ଷୋଭ

ଟିଏମସି ପୋଲ୍ ଷ୍ଟ୍ରାଟେଜିକଙ୍କ ଘରେ ଇଡି ରେଡ ପ୍ରତିବାଦରେ ଅମିତ ଶାହଙ୍କ ଘର ଆଗରେ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ବେଆଇନ ଅର୍ଥକାରବାର ଅଭିଯୋଗରେ ପଶ୍ଚିମବଙ୍ଗରେ ଟିଏମସି ପୋଲ ଷ୍ଟ୍ରାଟେଜିଷ୍ଟଙ୍କ ଘରେ ଇଡି ରେଡ ଘଟଣା । ପ୍ରତିବାଦରେ ଦିଲ୍ଲୀରେ ଟିଏମସିର ବିକ୍ଷୋଭ ଓ ନାରାବାଜି । ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନେତା ଓ କର୍ମୀଙ୍କ ହଙ୍ଗାମା । ଧାରଣା ବେଳେ ଟିଏମସି ସାଂସଦ ଡେରେକ ଓବ୍ରିଏନଙ୍କୁ ଉଠାଇ ନେଲା ପୋଲିସ ।

ଗତକାଲି କୋଲକାତାସ୍ଥିତ ଆଇ-ପାକ୍ ଅଫିସ ଓ ପ୍ରତୀକ ଜୈନଙ୍କ ଘରେ ରେଡ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ତୃଣମୂଳ କଂଗ୍ରେସର ବହୁ ନଥି ଓ ଷ୍ଟ୍ରାଟେଜି ଫାଇଲକୁ ଜବତ କରିଥିଲା ଇଡି । ଆଇ-ପାକ ତଥା ରାଜନୈତିକ କନସଲଟାନ୍ସି ଫାର୍ମ ଉପରେ ରେଡକୁ ନେଇ କୋଲକାତାରେ ଦେଖାଦେଇଥିଲା ହାଇଡ୍ରାମା । ଏପରିକି ମମତା ବାନାର୍ଜୀ ଆଇ-ପାକ କାର୍ଯ୍ଯାଳୟକୁ ଯାଇ ରେଡର ପ୍ରତିବାଦ କରିଥିଲେ । ପ୍ରତୀକ ଜୈନଙ୍କ ଦକ୍ଷିଣ କୋଲକାତାସ୍ଥିତ ଘର ଓ ସଲ୍ଟ ଲେକସ୍ଥିତ ସେକ୍ଟର ୫ ସ୍ଥିତ ଆଇପାକ ଅଫିସରେ ଏହି ରେଡ ହୋଇଥିଲା ।

ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ମମତା । ଦଳର ଆଭ୍ୟନ୍ତରୀଣ ରାଜନୈତିକ ବ୍ୟାପାରେ ଇଡି କାହିଁକି ହସ୍ତକ୍ଷେପ କରୁଛି ବୋଲି ପ୍ରଶ୍ନ କରିଥିଲେ ମମତା । ପ୍ରତୀକ ଜୈନ ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟିର ସହ ପ୍ରତିଷ୍ଠାତା ହୋଇଥିବାବେଳେ ଟିଏମସିର ଆଇଟି ସେଲ ମୁଖ୍ୟ ଅଛନ୍ତି । ପୋଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା ଆଇ-ପାକ୍ । ସେପଟେ ଏହି ଘଟଣାକୁ ନେଇ କୋଲକାତା ହାଇକୋର୍ଟରେ ପହଞ୍ଚିଛନ୍ତି ଆଇ-ପାକ୍ ଓ ଇଡି । ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାକୁ ନେଇ ରେଡ୍ କରାଯାଇଛି ବୋଲି ଇଡି ଦର୍ଶାଉଛି । ତେବେ ଏହି ରେଡ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଜାଣିଶୁଣି କରାଯାଇଛି ବୋଲି କହିଛି ଆଇପାକ । ହାଓଲା ଚାନେଲ ଦେଇ ଆଇ-ପାକ୍ ନିକଟକୁ ୧୦ କୋଟି ଟଙ୍କା ଯାଇଛି ବୋଲି କହିଛି ଇଡି ।

ବିସିସିଆଇ ନିର୍ଦ୍ଦେଶ ମାନିଲେନି ପାଣ୍ଡ୍ୟା: ଯାହା କରିବାକୁ ଥିଲା ମନା, ପଡ଼ିଆରେ କଲେ ସେହି କାମ

ବିସିସିଆଇ ନିର୍ଦ୍ଦେଶ ମାନିଲେନି ପାଣ୍ଡ୍ୟା: ଯାହା କରିବାକୁ ଥିଲା ମନା, ପଡ଼ିଆରେ କଲେ ସେହି କାମ

ନନ୍ଦିଘୋଷ ବ୍ୟୁରୋ:ବିଜୟ ହଜାରେ ଟ୍ରଫି ଚାଲିଛି । ଆଉ ଏଥିରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବ୍ୟାଟରୁ ରନ୍ ବର୍ଷା ହେବାରେ ଲାଗିଛି । ଚଣ୍ଡିଗଡ଼ ବିପକ୍ଷରେ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବରୋଦା ୩୯୧ ରନ୍ କରିଥିଲା । ଯାହାର ଜବାବରେ ଚଣ୍ଡିଗଡ଼ ୨୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ପାଣ୍ଡ୍ୟା ୩୧ ବଲ ଖେଳି ୭୫ ରନ୍ କରିଥିଲେ । ଏଥିରେ ୯ଟି ଛକା ଓ ୨ଟି ଚୌକା ଥିଲା । ମ୍ୟାଚରେ ତାଙ୍କ ଷ୍ଟ୍ରାଇକ ରେଟ୍ ୨୪୦ରୁ ଅଧିକ ଥିଲା । ହେଲେ ଏହାପରେ ପାଣ୍ଡ୍ୟା ପଡ଼ିଆରେ ଏମିତି କିଛି କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ବିସିସିଆଇର ଅନୁମତି ନଥିଲା ।

ବିସିସିଆଇ କଥା ମାନିଲେନି

ବାଟିଂରେ ୭୫ ରନ କରିବା ପରେ ପାଣ୍ଡ୍ୟା ବୋଲିଂ କରିବାକୁ ବି ଆସିଥିଲେ । ଆଉ କୋଟାର ପୂରା ୧୦ ଓଭର ବୋଲିଂ କରିଦେଲେ । ଆଉ ଏହି ୧୦ ଓଭାରରେ ୬୬ ରନ୍ ଦେଇ ୩ଟି ଓ୍ବେକେଟ ବି ନେଲେ । ହେଲେ ଖବର ଅନୁସାରେ ପାଣ୍ଡ୍ୟାଙ୍କୁ ବିସିସିଆଇ ସିଓଇ ବୋଲିଂ ଅନୁମତି ଦେଇ ନଥିଲେ ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା ବେଳେ ବିସିସିଆଇ ଟ୍ବିଟ କରି ସୂଚନା ଦେଇଥିଲା ପାଣ୍ଡ୍ୟା ୧୦ ଓଭର ବୋଲିଂ କରିବାକୁ ଫିଟ୍ ନାହାନ୍ତି । ହେଲେ ବିଜୟ ହଜାରେ ଟ୍ରଫିରେ ସେ କୋଟାର ସମସ୍ତ ୧୦ ଓଭର କରିଦେଲେ । ସିଓଇ ଟି-୨୦ ବିଶ୍ବକପ ପାଇଁ ପାଣ୍ଡ୍ୟାଙ୍କୁ ଗୁରୁତ୍ବ ଦେଉଛନ୍ତି । ସେ କୌଣସି ଆଘାତ ସମସ୍ୟାରେ ଯେମିତି ନପଡ଼ନ୍ତି ତା’ଉପରେ ବିସିସିଆଇ ନଜର ରଖିଛି । ହେଲେ ବିଜୟ ହଜାରେ ଟ୍ରଫିରେ ସେ ସବୁ ନିର୍ଦ୍ଦେଶକୁ ଫୁ କରି ୧୦ ଓଭର ବୋଲିଂ କରିଦେଇଛନ୍ତି । ଯାହାକୁ ନେଇ ବିସିସିଆଇ ପାଖରେ ତାଙ୍କୁ କୈଫତ ବି ଦେବାକୁ ପଡ଼ିପାରେ । ଏପରି ବି କୁହାଯାଉଛି, ଏଥିପାଇଁ ସେ ବିସିସିଆଇର ଅନୁମତି ନେଇଥାଇ ପାରନ୍ତି ।

ବିଜୟ ହଜାରେ ଟ୍ରଫିରେ କମାଲ

ବିଜୟ ହଜାରେ ଟ୍ରଫିରେ ପାଣ୍ଡ୍ୟାଙ୍କ କମାଲ ଦେଖିବାକୁ ମିଳୁଛି । ଚଣ୍ଡିଗଡ଼ ବିପକ୍ଷରେ ୭୫ ରନ କରିଥିବା ବେଳେ ବିଦର୍ଭ ବିପକ୍ଷରେ ୧୩୩ ରନ୍ କରିଥିଲେ । ଗତ ଦୁଇଟି ମ୍ୟାଚରେ ସେ ୨୦ଟି ଛକା ମାରିଛନ୍ତି । ଆଗକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କୁ ଟି-୨୦ ସିରିଜ ଖେଳୁଥିବାର ଦେଖିବାକୁ ମିଳିବ ।

ଟ୍ରମ୍ପଙ୍କୁ ଲାଗିବାକୁ ଯାଉଛି ୫ ଝଟକା, ଚାହିଁଲେ ବି ଅନ୍ୟ କୌଣସି ଦେଶ ଉପରେ କରିପାରିବେନି ଆକ୍ରମଣ

ଟ୍ରମ୍ପଙ୍କୁ ଲାଗିବାକୁ ଯାଉଛି ୫ ଝଟକା, ଚାହିଁଲେ ବି ଅନ୍ୟ କୌଣସି ଦେଶ ଉପରେ କରିପାରିବେନି ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଭେନେଜୁଆଲାର ନିକୋଲସ ମାଦୁରୋଙ୍କ ବିରୋଧରେ ସୈନ୍ୟ ଅଭିଯାନ ପରେ ଆମେରିକା ପୂରା ଜୋଶରେ ରହିଛି । ଭେନେଜୁଆଲା ବିପକ୍ଷରେ ଅପରେସନ ପରେ ରାଷ୍ଟ୍ରପତି ଟ୍ରମ୍ପ ଅନ୍ୟ ୬ଟି ଦେଶଙ୍କୁ ସୈନ୍ୟ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଇରାନ, କଲୋମ୍ବିଆ, କ୍ୟୁବା, ଗ୍ରୀନଲାଣ୍ଡ ଓ ମେସ୍କିକୋର ନାଁ ପ୍ରମୁଖ । ହେଲେ ଆମେରିକା ରାଜନୈତିକ ପରିସରରୁ ଶୁଣିବାକୁ ମିଳୁଛି, ଆଗାମୀ ଦିନରେ ଅନ୍ୟ କୌଣସି ଦେଶ ଉପରେ ଟ୍ରମ୍ପ ଆକ୍ରମଣ କରିବାର ଏତେ ସହଜ ହେବନାହିଁ । କାରଣ, ଆମେରିକା ସଂସଦର ଡେମୋକ୍ରାଟିକ୍ସ ପାର୍ଟିର ସାଂସଦ ଟ୍ରମ୍ପ ପ୍ରଶାସନ ବିରୋଧରେ ପ୍ରସ୍ତାବ ଆଣବାକୁ ଯାଉଛନ୍ତି । ଏହି ପ୍ରସ୍ତାବର ଉଦ୍ଦେଶ୍ୟ କୌଣସି ଦେଶ ଉପରେ ଆକ୍ରମଣକୁ ପ୍ରତିହିତ କରିବା ବା ଅଟକାଇବା । ଚଳିତମାସ ଶେଷ ଆଡ଼କୁ ଏହି ପ୍ରସ୍ତାବ ଆସିବାକୁ ଯାଉଛି । ଯଦି ଏହା ଆମେରିକା ସଂସଦରେ ପାରିତ ହୋଇଗଲା ତେବେ ଟ୍ରମ୍ପ ବ୍ୟାକଫୁଟକୁ ଚାଲିଯିବେ ।

ଟ୍ରମ୍ପଙ୍କୁ ଲାଗିବାକୁ ଯାଉଛି ୫ଟି ଝଟକା

ଏହି ପ୍ରସ୍ତାବ ସାଂସଦରେ ପାରିତ ହୋଇଗଲେ, ଟ୍ରମ୍ପ ପ୍ରଶାସନକୁ ୫ଟି ବଡ଼ ଝଟକା ଲାଗିବାକୁ ଯାଉଛି । ଆସନ୍ତୁ ଜାଣିବା, ଆଗକୁ ଟ୍ରମ୍ପଙ୍କ ପାଇଁ କେତେ କଷ୍ଟକର ହେବ ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ।

୧. ଡେମୋକ୍ରେଟିକ୍ସ ପାର୍ଟିର ପ୍ରଥମ ପ୍ରୟାସ ରହିଛି ଯୁଦ୍ଧ ଶକ୍ତି କଣ୍ଟ୍ରୋଲ ସମ୍ବନ୍ଧିତ ପ୍ରସ୍ତାବ ଉପରେ ସଂସଦରେ ମତଦାନ କରାଇବା । ଏହାଦ୍ବାର ସଂସଦକୁ ଭରଷାକୁ ନନେଇ ହ୍ବାଇଟ୍ ହାଉସ କୌଣସି ଦେଶ ଉପରେ ଆକ୍ରମଣ କରିବା ନେଇ ଚାପ ପଡ଼ିବ । ଆଉ ସରକାର ଯଦି ସଂସଦକୁ ଭରଷାକୁ ନେବାକୁ ଯିବ ତେବେ ଆକ୍ରମଣ ପୂର୍ବରୁ ଯୋଜନା ଲିକ୍ ହୋଇଯିବ । ଏମିତି ସ୍ଥିତିରେ କୌଣସି ଦେଶ ଉପରେ ଆକ୍ରମଣ କରିବା ଟ୍ରମ୍ପ ସରକାର ପାଇଁ ସହଜ ହେବନାହିଁ ।

୨. ଡେମୋକ୍ରେଟିକ୍ସ ସାଂସଦ ଏହା ମଧ୍ୟ ଚେଷ୍ଟା କରୁଛନ୍ତି, ଆମେରିକା ସରକାର କେଉଁ ଅଭିଯାେନ ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ପ୍ରତିଥର ସଂସଦରେ କୁହନ୍ତୁ । ଏହାଦ୍ବାରା ବିରୋଧୀ ମେଗା ଅଭିଯାନକୁ ଝଟକା ଦେବାକୁ ପ୍ରସ୍ତୁତି ଚଲାଇଛନ୍ତି । ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପ ଘୋଷଣା କରିଥିଲେ ରାଷ୍ଟ୍ରପତି ହେବା ପରେ ଅନ୍ୟ ଦେଶ ବିରୋଧରେ ହେଉଥିବା ଅଭିଯାନ ପାଇଁ ସେ ଟଙ୍କାଟିଏ ବି ଖର୍ଚ୍ଚ କରିବେନି ।

୩. ଆମେରିକା ଆଉଟଲେଟ ଏକ୍ସିୟୋସ ଅନୁସାରେ, ୩୦ ଜାନୁଆରୀକୁ ଆମେରିକା ସଂସଦରେ ସରକାରୀ ନିଧି ସମୟସୀମାକୁ ନେଇ ଏକ ପ୍ରସ୍ତାବ ଆସିବ । ଡେମୋକ୍ରେଟିକ୍ସ ସାଂସଦ ଏହାକୁ ଫସାଇବାକୁ ଯୋଜନା କରିଛନ୍ତି । ଏଥିପାଇଁ ଓ୍ବାସିଂଟନରେ ଏକ ଗୁପ୍ତ ବୈଠକ ବି ହୋିଛି । ଯଦି ପ୍ରସ୍ତାବଟି ଅଟକିଲା ତେବେ ଟ୍ରମ୍ପ ସରକାରକୁ ଡିଫଷନ୍ସ ବଜେଟ ଖର୍ଚ୍ଚ କରିବା କାଠିକାର ପାଠ ହୋଇଯିବ ।

୪. ବିରୋଧୀ ପେଣ୍ଟାଗନକୁ ମିଳୁଥିବା ଫଣ୍ଡ କମାଇବାକୁ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଯାହାଦ୍ବାରା ପେଣ୍ଟାଗନକୁ ଆବଶ୍ୟକ ବଜେଟ ମିଳିବ ନାହିଁ । ଏହି ପ୍ରସ୍ତାବ ଏମିତି ସମୟରେ ଆସୁଛି ଯେତେବେଳେ ଟ୍ରମ୍ପ ଆମେରିକାର ପ୍ରତିରକ୍ଷା ବଜେଟ ୧୩୫ ଲକ୍ଷ କୋଟି ଟଙ୍କା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

୫. ବିପକ୍ଷ ସାଂସଦ ପ୍ରତି ସପ୍ତାହରେ ଏକ ରିପୋର୍ଟ ଜାରି କରିବେ । ଏଥିରେ ଟ୍ରମ୍ପ ଯାହା କରୁଛନ୍ତି, ତାହା ଆଗାମୀ ଦିନରେ ଆମେରିକା ଓ ଆମେରିକାର ନାଗରିକଙ୍କ ପାଇଁ କେତେ କ୍ଷତିକାରକ ହେବାକୁ ଯାଉଛି ତାହା ଦର୍ଶାଯିବ । ନ୍ୟୁୟର୍କ ମେୟର ଜୋହରାନ ମାନଦାନୀ ଏବଂ ପୂର୍ବତନ ଉପରାଷ୍ଟ୍ରପତି କମଲା ହେରିସ ଭେନେଜୁଆଲା ଅଭିଯାନକୁ ପୂର୍ବରୁ ଖୋଲାଖୋଲି ବିରୋଧ କରିସାରିଛନ୍ତି ।

ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ; ଇ-ମେଲ ଯୋଗେ ଆସିଛି ବୋମା ଧମକ

ନନ୍ଦିଘୋଷ ବ୍ୟୁରୋ : ସକାଳୁ ସକାଳୁ ଅଭାବନୀୟ ଘଟଣା । ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଛି ଧମକ । ସମ୍ବଲପୁର, କଟକ, ଦେବଗଡ଼ ଆଦି ଜିଲ୍ଲା କୋର୍ଟକୁ ଇ-ମେଲ ଯୋଗେ ଆସିଛି ବୋମା ଧମକ । ଯାହାକୁ ନେଇ ପୋଲିସ ପ୍ରଶାସନ ସତର୍କ ହେବା ସହ ତଲାସୀ ଅଭିଯାନ ଚଳାଇଛି । କୋର୍ଟ ପରିସରକୁ ଖାଲି କରାଯାଇଛି । କୋର୍ଟ ପରିସରରେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ପହଞ୍ଚି ଯାଞ୍ଚ କରୁଛନ୍ତି । କଟକରେ ହାଇକୋର୍ଟକୁ ମଧ୍ଯ ଯାଞ୍ଚ କରାଯାଉଛି । ହାଇକୋର୍ଟ ମଧ୍ୟ ଖାଲି କରାଯାଇଛି । ବୋମାଟି ଦିନ ୨ଟା ୪୫ରେ ଫୁଟିବା ନେଇ ମେଲରେ ସୂଚନା ଆସିଛି ।

କରଞ୍ଜିଆ ବଜାର ଅମ୍ବିକା ମନ୍ଦିର ନିକଟରେ ଷ୍ଟାର୍ ମେଚିଂ ସେଣ୍ଟରରେ ଅଗ୍ନିକାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଷ୍ଟାର୍ ମେଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ। କରଞ୍ଜିଆ ବଜାର ଅମ୍ବିକା ମନ୍ଦିର ନିକଟରେ ଷ୍ଟାର୍ ମେଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ୮ ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲୋ। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ତାହା ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି।

 

ପୁରୀର ଭକ୍ତ ନିବାସରେ ଚଢ଼ା ଦର ; ୪ ଚକିଆ ଗାଡ଼ି ପାର୍କିଂ ଫି ୫୦୦ ଟଙ୍କା

ନନ୍ଦିଘୋଷ ବ୍ୟୁରୋ : ପୁରୀର କୌଣସି ଭକ୍ତ ନିବାସରେ ଚାରି ଚକିଆ ଗାଡ଼ି ରଖିଲେ ଦେବାକୁ ପଡ଼ିବ ୫୦୦ ଟଙ୍କାର ପାର୍କିଂ ଫି। ୨୪ ଘଣ୍ଟା ପାଇଁ ଦେବାକୁ ପଡ଼ିବ ୫୦୦ ଟଙ୍କା। ଏଥିରେ ଜିଏସଟି ବି ସାମିଲ ରହିଛି। ଆସନ୍ତା ୭ ତାରିଖରୁ ତାହା ଲାଗୁ ହେବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଫିସ ପକ୍ଷରୁ ଏ ସଂପର୍କିତ ନିର୍ଦ୍ଦେଶନାମା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ୪ଟି ଭକ୍ତ ନିବାସ ଅଛି। ସେଠାରେ ଯଦି ପାର୍କିଂ କରିବେ, ତେବେ ୨୪ ଘଣ୍ଟା ପାଇଁ ଦେବାକୁ ପଡ଼ିବ ୫୦୦ ଟଙ୍କା। ତେବେ ଏ ନିଷ୍ପତ୍ତି ସଂପର୍କରେ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଭକ୍ତ ନିବାସ ଭଳି ସ୍ଥାନରୁ ଏତେ ପାର୍କିଂ ଫି କୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ଟ୍ରମ୍ପଙ୍କ ବଡ଼ ଝଟକା ! ୬୬ଟି ଅନ୍ତର୍ଜାତୀୟ ସଂଗଠନରୁ ଓହରିଲା ଆମେରିକା

ନନ୍ଦିଘୋଷ ବ୍ୟୁରୋ: ୬୬ଟି ଅନ୍ତର୍ଜାତୀୟ ସଂଗଠନରୁ ଓହରିଲା ଆମେରିକା। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏ ସଂପର୍କିତ ଏକ ନିର୍ଦ୍ଦେଶନାମାରେ ସ୍ଵାକ୍ଷର କରିଛନ୍ତି। ଆମେରିକାର ସ୍ଵାର୍ଥରେ ଏହି ସବୁ ସଂଗଠନ ବାଧା ସୃଷ୍ଟି କରୁଥିବାର ଅଭିଯୋଗ କରି ଏହି କଡ଼ା ପଦକ୍ଷେପ ନେଇଛି ୱାସିଂଟନ। ଏ ସଂପର୍କରେ ହ୍ଵାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁ ସବୁ ସଂଗଠନ ବା ଚୁକ୍ତିରୁ ଆମେରିକା ଓହରିଛି, ସେମାନଙ୍କ ମଧ୍ୟରେ ଅଛି ୩୫ଟି ଅଣ ଜାତିସଂଘ ସଂଗଠନ ଓ ୩୧ଟି ଜାତିସଂଘ ସହିତ ଜଡ଼ିତଥିବା ସଂଗଠନ। ଭାରତ ଓ ଫ୍ରାନ୍ସ ନେତୃତ୍ଵାଧୀନ ସୋଲାର ଆଲାଏନ୍ସରୁ ମଧ୍ୟ ଆମେରିକା ଓହରି ଯାଇଛି। ସେଥିରେ ରହିଛି ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ ଚେଞ୍ଜ। ଅନ୍ୟ ଅଣ ଜାତିସଂଘ ସଂଗଠନ ମଧ୍ୟରେ ରହିଛି ଇଣ୍ଟରନ୍ୟାସନାଲ ଏନର୍ଜି ଫୋରମ୍‌ ଇଣ୍ଟରନ୍ୟାସନାଲ ରିବ୍ୟୁବୁଲ ଏନର୍ଜି ଏଜେନ୍ସି ଇତ୍ୟାଦି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ନିଷ୍ପତ୍ତି ନେଇଛନ୍ତି ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ତାଙ୍କ ସରକାର ବିଶ୍ୱର ଅନ୍ୟ ଦେଶମାନଙ୍କ ସହିତ ସହଯୋଗିତାରେ କାମ କରିବା ପରିବର୍ତ୍ତେ ନିଜ ସ୍ୱାର୍ଥ ଉପରେ ଧ୍ୟାନ ଦେଉଛନ୍ତି । ଆମେରିକା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ଦ୍ୱାରା ଆରମ୍ଭ ହୋଇଥିବା ଏକ ପ୍ରୟାସ ଅନ୍ତର୍ଜାତୀୟ ସୌର ଆଲାଏନ୍ସ (ISA) ସମେତ 66ଟି ଅନ୍ତର୍ଜାତୀୟ ସଂଗଠନରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି।

ଏହି ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ସମଗ୍ର ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଚ୍ୟାଲେଞ୍ଜ ସହିତ ସଂଘର୍ଷ କରୁଛି । ତେଣୁ ଏହି ସଂଗଠନଗୁଡ଼ିକରୁ ଆମେରିକାର ଓହରିଯିବାକୁ ବିଶ୍ୱ ସହଯୋଗ ପାଇଁ ଏକ ବଡ଼ ବିପର୍ଯ୍ୟୟ ବୋଲି ବିବେଚନା କରାଯାଉଛି। ତେବେ ଆସନ୍ତୁ ଜାଣିବା ଯେ ଆମେରିକା କାହିଁକି ଓହରି ଯିବାକୁ ନିଷ୍ପତ୍ତି ନେଲା।

ଆନ୍ତର୍ଜାତୀୟ ସୌର ମେଣ୍ଟ କ’ଣ (ISA) ?

୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତତ୍କାଳୀନ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ଓଲାଣ୍ଡେଙ୍କ ଦ୍ୱାରା ଆନ୍ତର୍ଜାତୀୟ ସୌର ମେଣ୍ଟ ଆରମ୍ଭ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ସାରା ବିଶ୍ୱରେ ସୌର ଶକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ବିକାଶଶୀଳ ଦେଶଗୁଡ଼ିକୁ ସୁଲଭ ଏବଂ ସ୍ୱଚ୍ଛ ଶକ୍ତି ଯୋଗାଇବା। ଆଜି ୧୨୦ ରୁ ଅଧିକ ଦେଶ ଏହି ସଂଗଠନର ସଦସ୍ୟ। ଆମେରିକା ମଧ୍ୟ କିଛି ସମୟ ପୂର୍ବରୁ ଏହାର ସଦସ୍ୟ ଥିଲା, କିନ୍ତୁ ଟ୍ରମ୍ପ ପ୍ରଶାସନ ଏଥିରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି।

ଆମେରିକା କାହିଁକି ଓହରି ଯିବାକୁ ନିଷ୍ପତ୍ତି ନେଲା?

ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତି ଟ୍ରମ୍ପ୍ ଏକ ରାଷ୍ଟ୍ରପତି ସ୍ମାରକପତ୍ରରେ ସ୍ୱାକ୍ଷର କରିଛନ୍ତି, ଯାହା ଦ୍ୱାରା ଆମେରିକାକୁ ୬୬ଟି ଅନ୍ତର୍ଜାତୀୟ ସଂଗଠନରୁ ପ୍ରତ୍ୟାହାର କରାଯାଇଛି। ଏଥିରେ ୩୫ଟି ଅଣ-ସଂଯୁକ୍ତ ରାଷ୍ଟ୍ର ସଂଗଠନ ଏବଂ ୩୧ଟି ଜାତିସଂଘ-ସମ୍ପର୍କିତ ସଂସ୍ଥା ଅନ୍ତର୍ଭୁକ୍ତ। ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଏହି ସଂଗଠନଗୁଡ଼ିକର ପ୍ରଶାସନର ସମୀକ୍ଷାରୁ ଜଣାପଡିଛି ଯେ ସେମାନେ ଅତ୍ୟଧିକ ମହଙ୍ଗା, ଖରାପ ପରିଚାଳିତ ଏବଂ ଆମେରିକାର ସାର୍ବଭୌମତ୍ୱ ଏବଂ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି ଏବଂ କିଛି ସଂଗଠନ ଜଳବାୟୁ, ପ୍ରବାସ ଏବଂ ବିବିଧତା ଭଳି ପ୍ରସଙ୍ଗ ଉପରେ ଅତ୍ୟାଧିକ ଗୁରୁତ୍ୱ ଦେଉଛନ୍ତି । ହ୍ୱାଇଟ୍ ହାଉସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଆମେରିକା ଏବେ କେବଳ ବିଶ୍ୱସ୍ତରୀୟ ମଞ୍ଚରେ ନିବେଶ କରିବ ଯାହା ସିଧାସଳଖ ଆମେରିକାର ସ୍ୱାର୍ଥକୁ ସେବା କରେ ।

ଜଳବାୟୁ ଚୁକ୍ତିନାମାଠାରୁ ଦୂରତା

ଏହି ନିଷ୍ପତ୍ତି ସହିତ ଆମେରିକା UNFCCC (ଜଳବାୟୁ ପରିବର୍ତ୍ତନ ଉପରେ ସଂଯୁକ୍ତ ରାଷ୍ଟ୍ର ଫ୍ରେମୱାର୍କ କନଭେନସନ୍) ରୁ ମଧ୍ୟ ଓହରି ଯାଇଛି। ଏହି ଚୁକ୍ତି ପରେ ପ୍ୟାରିସ୍ ଜଳବାୟୁ ଚୁକ୍ତିନାମାର ମୂଳଦୁଆ ପାଲଟିଥିଲା। ଟ୍ରମ୍ପ ପୂର୍ବରୁ ଜଳବାୟୁ ପରିବର୍ତ୍ତନକୁ ଏକ ପ୍ରତାରଣା ବୋଲି କହିସାରିଛନ୍ତି ଏବଂ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ପ୍ୟାରିସ୍ ଚୁକ୍ତିନାମାରୁ ଓହରି ଯାଇଥିଲେ। ପରିବେଶ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି ଯେ ଆମେରିକା ପରି ଏକ ପ୍ରମୁଖ ପ୍ରଦୂଷକ ବିନା ଜଳବାୟୁ ସଙ୍କଟର ମୁକାବିଲା କରିବା କଷ୍ଟକର ହେବ। ଏହା ଅନ୍ୟ ଦେଶଗୁଡ଼ିକୁ ସେମାନଙ୍କର ପ୍ରତିଶ୍ରୁତିରୁ ପଛକୁ ହଟିଯିବା ପାଇଁ ଏକ ବାହାନା ଦେଇପାରେ।