spot_img
Home Blog Page 138

ଆକ୍ସନ ମୋଡରେ ବ୍ରହ୍ମପୁର ମହାନଗର ନିଗମ ; ମ୍ୟୁନିସିପାଲିଟି କଲୋନୀରେ ବୁଲିଲା ବୁଲଡୋଜର

ନନ୍ଦିଘୋଷ ବ୍ୟୁରୋ : ସରିଲା ମହଲତ, ଏଣିକି କାର୍ଯ୍ୟାନୁଷ୍ଠାନ । ଦୁଇ ଦୁଇ ଥର ନୋଟିସ ଓ ଅଭିଯୋଗ ଶୁଣାଣି କରିବା ପରେ କଠୋର ପଦକ୍ଷେପ ନେଇଛି ବ୍ରହ୍ମପୁର ମହାନଗର ନିଗମ । ମ୍ୟୁନିସିପାଲଟି କଲୋନୀକୁ ଜବରଦଖଲ ମୁକ୍ତ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଡାକବାଜି ଯନ୍ତ୍ର ଯୋଗେ ଚିହ୍ନଟ ହୋଇଥିବା ତଥା ପୂର୍ବରୁ ନୋଟିସ ଜାରି କରାଯାଇଥିବା ଜବରଦଖଲକାରୀଙ୍କୁ କରାଯାଉଛି ଉଚ୍ଛେଦ ।

ସରିଲା ମହଲତ, ଆକ୍ସନ ମୋଡରେ ବିଇଏମସି । ମୁକ୍ତ ହେବ ମ୍ୟୁନିସିପାଲଟି କଲୋନୀ ଜବରଦଖଲ । ଡାକବାଜୀ ଯନ୍ତ୍ରରେ ପ୍ରଚାର ପରେ ଆରମ୍ଭ ହେଲା ଉଚ୍ଛେଦ । କଡ଼ା ସୁରକ୍ଷା ବଳୟରେ ଲାଞ୍ଜିପଲ୍ଲୀ ସୁବାଷପୁର ମୌଜାରେ ୭୬ଟି କ୍ୱାର୍ଟରକୁ ନେଇ ମ୍ୟୁନିସିପାଲଟି କଲୋନୀ ପ୍ରତିଷ୍ଠା କରାଯାଇଥିଲା । କଲୋନୀର ଅଧିକାଂଶ କ୍ୱାର୍ଟର ବିପଦଶଙ୍କୁଳ ଥିବାବେଳେ ଜବରଦଖଲରେ ଥିଲା । ୪୬ଟି କ୍ୱାର୍ଟର୍ସ ଜବରଦଖଲରେ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ପ୍ରଥମେ ୨୦ ଡିସେମ୍ବର ଏବଂ ପରେ ୨୬ ତାରିଖରେ ଦ୍ଵିତୀୟ ନୋଟିସ ଜାରି କରାଯାଇଥିଲା । ୭ ଦିନର ମହଲତ ଦେଇ ସେମାନଙ୍କ ଅଭିଯୋଗର ଶୁଣାଣି ପାଇଁ ସୁଯୋଗ ଦିଆଯାଇଥିଲା । ୯ ପରିବାର ହାଜର ହୋଇ ନିଜର ପକ୍ଷ ରଖୁବା ସହିତ ଆବଶ୍ୟକ ନଥୂପତ୍ର ଦାଖଲ କରିଥିଲେ । କିଏ ଚାକିରିରୁ ଦୀର୍ଘବର୍ଷ ଧରି ଅବସର ନେଇଥିବାବେଳେ କିଏ ନିଜ ସମ୍ପର୍କୀୟଙ୍କୁ ସେଠାରେ ରଖୁଥିଲେ । ଏପରିକି ଅନେକ ସରକାରୀ କ୍ୱାର୍ଟର ଭଡା ସୂତ୍ରରେ ଲାଗିଥିଲା।

ନୋଟିସ ପାଇଥିବା ମୋଟ ୪୬ ଜଣଙ୍କ ମଧ୍ୟରୁ ପ୍ରାୟ ୧୬ ଜଣ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେମାନଙ୍କ କ୍ବାର୍ଟରକୁ ବାଦ ଦେଇ ଅବଶିଷ୍ଟ ୩୦ଟି କ୍ୱାର୍ଟରକୁ ଭଙ୍ଗା ଯାଇଛି । ରାମନଗର ମ୍ୟୁନିସିପାଲଟି କଲୋନୀରେ ଜବରଦଖଲ ଉଚ୍ଛେଦ କରାଯିବା ସହ ସେଠାରେ ବିଇଏମସି କର୍ମଚାରୀଙ୍କ ପାଇଁ ବହୁତଳ କୋଠା ନିର୍ମାଣ କରି ଯୋଗାଇ ଦିଆଯିବ ।

ସିସିଟିଭିରେ କଏଦ ନିଳାଦ୍ରୀବିହାର ହତ୍ୟାକାଣ୍ଡର ଦୃଶ୍ୟ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୌଡୁଥିଲେ ସତ୍ୟବ୍ରତ

ନନ୍ଦିଘୋଷ ବ୍ୟୁରୋ : ଲୋମଟାଙ୍କୁରା ମର୍ଡର ର ଛାତିଥରା ସିସିଟିଭି । ଦେହ ଶୀତେଇ ଗଲା ଭଳି ଦୃଶ୍ୟ କ୍ୟାମେରାରେ କଏଦ । ତ୍ରିକୋଣୀୟ ପ୍ରେମରୁ ନିର୍ମମ ହତ୍ୟା ଘଟଣାରେ ୪ ଜଣଙ୍କ ସମ୍ପୃକ୍ତି ସନ୍ଦେହ । ଭୁବନେଶ୍ବର ନିଳାଦ୍ରୀବିହାର ମର୍ଡର କେସରେ ଜିଲ୍ଲା ବାହାରେ ଚଢ଼ାଉ କରୁଛି ଟିମ । ସେପଟେ ଗାଡ଼ି ମାଳିକାଣିଙ୍କୁ ଦ୍ୱିତୀୟ ଦିନରେ ଜେରା ।

ସିସିଟିଭି କହିବ ସତ୍ୟବ୍ରତ ମର୍ଡର ପଛର ସତ । ଇସାରା ଦେଇଥିଲା ଲଭର୍, ଦିନେଶ ସାଜିଲା କିଲର୍ । ସସପେନ୍ସ ବଢ଼ାଇଲା ଶିଶୁଭବନ ଆକ୍ସିଡେଣ୍ଟ । ମର୍ଡର ମିଷ୍ଟ୍ରିରେ ମୋହରା ବନିଲେ କି ଗାଡ଼ି ମାଳିକାଣି ? ୯ ଫେବୃଆରୀ ରାତି ପ୍ରାୟ ଗୋଟାଏ ୩୧ । ତଣ୍ଟି କାଟିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୌଡୁଛନ୍ତି ସତ୍ୟବ୍ରତ ପ୍ରଧାନ । ପଛରେ ଗାର୍ଲଫ୍ରେଣ୍ଡ ଲିଜା ଓ ତାଙ୍କର ବୟଫ୍ରେଣ୍ଡ ଦିନେଶ । ଆଉ ଗୋଟେ ୪୨ ରେ କାମ ତମାମ କରି ଫେରୁଛନ୍ତି ଦୁହେଁ । ଚନ୍ଦ୍ରଶେଖରପୁର ଥାନା ଅଧୀନ ନିଳାଦ୍ରୀ ବିହାର ସେକ୍ଟର ୨ ମର୍ଡର ଘଟଣାର ଇଏ ହେଉଛି ସିସିଟିଭି । କ୍ରାଇମ ପ୍ଲଟ ତିଆରି କରିବା ପର ର ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ପାଖାପାଖି ୫ ଶହ ମିଟର ଦୌଡ଼ିବା ପରେ ରାସ୍ତାରେ ପଡିଯାଇଥିଲେ ସତ୍ୟବ୍ରତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେବାବେଳେ ମୃତ୍ୟୁ ଘଟିଥିଲା । ଆଉ ତା ପରେ ସାମ୍ନାକୁ ଆସିଥିଲା ତ୍ରିକୋଣୀୟ ପ୍ରେମ କାହାଣୀର ଚରମ ପରିଣତି।

କିଙ୍ଗପିନ ଲିଜାକୁ କାବୁ କରିଛି ପୋଲିସ୍ । ଅନ୍ୟତମ ଅଭିଯୁକ୍ତ ଦିନେଶ ଓ ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ଜିଲ୍ଲା ବାହାରେ ଚଢ଼ଉ ଜାରି ରଖିଛି ସ୍ପେଶାଲ ଟିମ । ପ୍ରେମ ଋତୁରେ ପ୍ରେମିକା ଯେ କେତେ ଭୟଙ୍କର ସାଜିପାରେ ତାର ମଧ୍ୟ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ସେପଟେ ମୃତକ ଚଳାଉଥିବା ଏହି ହୋଣ୍ଡାସିଟି ଗାଡିକୁ ଫେରାର କରାଉଥିବା ବେଳେ ଗତକାଲି ସକାଳୁ ଘଟିଥିଲା ଭୟଙ୍କର ଦୁର୍ଘଟଣା । କ୍ୟାପିଟାଲ ଥାନା ପୋଲିସ ଗାଡିକୁ ଜବତ କରିଛି । ଡ୍ରାଇଭରକୁ ଅଟକ ରଖିଛି । ଦୁର୍ଘଟଣାରେ ଗାଡିର ଦୁଇଟି ସେଫଟି ବେଲୁନ ବାହାରିପଡିଥିବା ବେଳେ ମାଳିକାଣିଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ବିଗତ ୮ ମାସ ହେଲା ଦିନେଶ ସହ ଏଇ ଘରେ ଲିଭ ଇନ ରେ ରହୁଥିଲେ ଲିଜା । ପାର୍ଲରରେ କାମ କରୁଥିଲେ ମଧ୍ୟ ସଫ୍ଟୱେର କମ୍ପାନୀରେ କାମ କରୁଥିବା ଘର ମାଲିକଙ୍କୁ ଜଣାଇଥିଲେ । କିନ୍ତୁ ମୃତ ସତ୍ୟବ୍ରତ ଏସବୁ କେମିତି ଜାଣିପାରିନଥିଲେ, ତାହା ଏବେ ସୃଷ୍ଟି କରିଛି ବଡ଼ ପ୍ରଶ୍ନ ।

ହାଇକୋର୍ଟରେ PUCC ସମ୍ପର୍କିତ ଜନସ୍ୱାର୍ଥ ମାମଲା ହେଲା ଖାରଜ ; ବକେୟା ଚାଲାଣ ପୈଠ ନକଲେ ମିଳିବନି PUCC

ନନ୍ଦିଘୋଷ ବ୍ୟୁରୋ : ହାଇକୋର୍ଟରେ PUCC ସମ୍ପର୍କିତ ଜନସ୍ୱାର୍ଥ ମାମଲା ହେଲା ଖାରଜ । ବକେୟା ଚାଲାଣ ପୈଠ ନକଲେ ମିଳିବନି PUCC । ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ । ପିୟୁସିସି କରିବାକୁ ହେଲେ ଚାଲାଣ ପୈଠ କରିବାକୁ ବାଧ୍ୟ ବୋଲି ହାଇକୋର୍ଟ କହିଛନ୍ତି । ମୋଟର ଯାନ ଆଇନ ଧାରା ୧୬୭, ଉପଧାରା ୧୨ ଅନୁଯାୟୀ ବକେୟା ଚାଲାଣ ଥିଲେ ପିୟୁସି ଆବଦେନ ହୋଇ ପାରିବନାହିଁ। ଏହା ସହିତ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମାମଲା ଯୁକ୍ତି ଉପସ୍ଥାପନ କରୁଥିଲେ।

ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ସଫଳ ଚାଷୀ ; କ୍ୟାପ୍ସିକମ ଚାଷ କରି ବାର୍ଷିକ ୨୦ ଲକ୍ଷରୁ ଅଧିକ ରୋଜଗାର

ନନ୍ଦିଘୋଷ ବ୍ୟୁରୋ : ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ସଫଳ ଚାଷୀ । ଚର୍ଚ୍ଚାରେ ଖୋର୍ଦ୍ଧା ରାଉତପଡା ପଞ୍ଚାୟତର ଅଭିଜିତ କର । ଉନ୍ନତ ଜ୍ଞାନ କୌଶଳକୁ ଆଧାର କରି ଏକ ଏକର ଜମିରେ ନାଲି, ହଳଦିଆ ଓ ସବୁଜ ରଙ୍ଗର କ୍ୟାପ୍ସିକମ ଅମଳ କରୁଛନ୍ତି । ବାର୍ଷିକ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ରୋଜଗାର କରିବା ସହ ଅନ୍ୟଙ୍କୁ ଦେଇଛନ୍ତି ରୋଜଗାର ।

ପାହାଡ଼ିଆ ଜାଗାରେ ଦାମୀ ଫସଲ । ରଙ୍ଗବେରଙ୍ଗର କ୍ୟାପ୍ସିକମରେ ଝଲସୁଛି ବଗିଚା । ଆଉ ଏଭଳି ଚାଷ କରିଛନ୍ତି ଖୋର୍ଦ୍ଧା ରାଉତପଡା ପଞ୍ଚାୟତର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଭିଜିତ କର । ସେ ଉନ୍ନତ ଜ୍ଞାନ କୌଶଳକୁ ଆଧାର କରି ଏକ ଏକର ଜମିରେ ନାଲି, ହଳଦିଆ ଓ ସବୁଜ ରଙ୍ଗର କ୍ୟାପ୍ସିକମ ଅମଳ କରୁଛନ୍ତି । ହାଇଡ୍ରୋ ପୋନିକ ଫାର୍ମ ସହ ଫୁଲି ଅଟୋମେସନ ଗ୍ରୀନ ହାଉସରେ ଅଭିଜିତ ୮ ଶହ ଗଛ ଲଗାଇଛନ୍ତି । ପ୍ରତି ଗଛରୁ ପ୍ରାୟ ୨ ରୁ ଅଢେଇ କେଜିର କ୍ୟାପ୍ସିକମ ଅମଳ ହେଉଛି । ଯାହାକୁ ସେ ବଜାରରେ ବିକ୍ରି କରି ବାର୍ଷିକ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଆଦାୟ କରୁଛନ୍ତି ।

ଅଭିଜିତ ନିଜେ ଚାଷ କରି ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇପାରିଛନ୍ତି । ହାଇଡ୍ରୋ ପୋନିକ ଫାର୍ମ ସହ ଫୁଲି ଅଟୋମେସନ ଗ୍ରୀନ ହାଉସ କରି ରାଜ୍ଯରେ ଦ୍ବିତୀୟ ରଙ୍ଗୀନ କ୍ୟାପ୍ସିକମ ଅମଳକାରୀ ଚାଷୀ ଭାବେ ପରିଗଣିତ ହୋଇଛନ୍ତି । ତାଙ୍କୁ ସହଯୋଗର ହାତ ବଢାଇଛି ବେଗୁନିଆ ଉଦ୍ଯାନ କୃଷି ବିଭାଗ । ପୂର୍ବରୁ ରାଉରକେଲାରେ ଏମିତି ଫାର୍ମ ରହିଛି ।

ବିନା ମାଟିରେ ନୂଆ ଧରଣର ପଲ୍ଲୀବ୍ଯାଗରେ ଚାଷ କରୁଛନ୍ତି ଅଭିଜିତ । ବର୍ଷକୁ ଆଠ ମାସ କ୍ୟାପ୍ସିକମ ଉତ୍ପାଦନ କରୁଛନ୍ତି । ବାକି ସମୟରେ ସେହି ବ୍ୟାଗରେ ଚେରି, ଟମାଟୋ ଓ କାକୁଡ଼ି ଲଗାଇ ଅଧିକ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

ବାଟ ହୁଡ଼ିଛି ବିକାଶ ; ବିକାଶଠୁ ବହୁ ଦୂରରେ ୫ ଶହରୁ ଉର୍ଦ୍ଧ୍ଵ ଲୋକେ

ନନ୍ଦିଘୋଷ ବ୍ୟୁରୋ : ବିକାଶଠୁ ବହୁଦୂରରେ କାଙ୍କଣ ଉତ୍ତରପଡ଼ା ଗ୍ରାମବାସୀ । ମୌଳିକ ସୁବିଧା ସୁଯୋଗ ପାଇଁ କରୁଛନ୍ତି ଅହରହ ସଂଗ୍ରାମ । ଦେଶ ସ୍ଵାଧୀନତାକୁ ୭୮ ବର୍ଷ ବିତିଥିଲେ ସୁଦ୍ଧା ଏଯାଏଁ ଏରସମା ବ୍ଲକର କାଙ୍କଣ ଉତ୍ତରପଡା ଗାଁରେ ପହଞ୍ଚିନି ବିକାଶ । ନା ଗାଁକୁ ଅଛି ପକ୍କା ରାସ୍ତା ନା ଲୋକଙ୍କୁ ମିଳୁଛି ପାନୀୟ ଜଳ ସୁବିଧା । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି ହେଲେ ଫଳ ଶୂନ ।

ବାଟ ହୁଡ଼ିଛି ବିକାଶ । ଏଠି ପଡ଼ିନି ବିକାଶର ପାଦ । ବିକାଶଠୁ ବହୁ ଦୂରରେ ୫ ଶହରୁ ଉର୍ଦ୍ଧ୍ଵ ଲୋକେ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଆମ୍ବିକି ପଞ୍ଚାୟତର କାଙ୍କଣ ଉତ୍ତରପଡ଼ା ଗାଁରେ ଏଯାଏଁ ପହଞ୍ଚିନି ମୌଳିକ ସୁବିଧା ସୁଯୋଗ । ଗାଁକୁ ନା ଅଛି ପକ୍କା ରାସ୍ତା ନା ଲୋକଙ୍କୁ ମିଳୁଛି ପାନୀୟ ଜଳ ସୁବିଧା । କାଙ୍କଣ ଉତ୍ତରପଡ଼ା ଗାଁକୁ ରାସ୍ତା ଖଣ୍ଡେ ନଥିବାରୁ ବର୍ଷା ଦିନେ ଲୋକମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି । ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରେନାହିଁ । ଛାତ୍ରଛାତ୍ରୀ ମାନେ ସ୍କୁଲ ଓ କଲେଜ ଯିବାକୁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

କାଙ୍କଣ ଉତ୍ତରପଡ଼ା ଗାଁରେ ପାଣି ପାଇଁ ପାଇପଲାଇନ ପଡ଼ିଛି । କିନ୍ତୁ ଏଯାଏଁ ପାଣି ଆସୁନାହିଁ । ଗାଁରେ ଯେଉଁ ଏକମାତ୍ର ନଳକୂପ ବସିଛି ସେଥିରୁ ଲୁଣିଆ ପାଣି ବାହାରୁଛି । ଯାହା ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବାରୁ ଗ୍ରାମବାସୀ କୂଅ ପାଣି ଉପରେ ନିର୍ଭର କରୁଛନ୍ତି । ଗ୍ରାମବାସୀ ସମସ୍ୟା ସଂପର୍କରେ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି ହେଲେ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

 

ବଣ୍ଡାଘାଟିରେ ଆବାସ ଦୁର୍ନୀତି ; ଆଦିମ ଜନଜାତିଙ୍କ ଘର କରିଦେବା ଆଳରେ ଟଙ୍କା ଲୁଟି ଫେରାର ଠିକାଦାର

ନନ୍ଦିଘୋଷ ବ୍ୟୁରୋ : ବଣ୍ଡାଘାଟିରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ଆଦିମ ଜନଜାତିଙ୍କ ଘର କରିଦେବା ଆଳରେ ଟଙ୍କା ଲୁଟି ଫେରାର ଠିକାଦାର । ମାଲକାନଗିରି ଜିଲ୍ଲା ମୁଦୁଲିପଡା ପଞ୍ଚାୟତ ତୁସେଇପଡା ଗାଁର ୨୨ଟି ହିତାଧିକାରୀଙ୍କ ଘର ଅଧପନ୍ତରିଆ ଭାବେ ପଡ଼ିରହିଛି । ଏହାରି ଭିତରେ ଖଇରପୁଟ ବିଡିଓଙ୍କ ଅନ୍ୟତ୍ର ବଦଳି ଦୁର୍ନୀତିକୁ ଖୋରାକ ଯୋଗାଉଛି । ପ୍ରଶାସନ ଶୀଘ୍ର ଘଟଣାର ତଦନ୍ତ କରିବା ସହ ଦୁର୍ନୀତିଖୋର ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ବଣ୍ଡାଘାଟିରେ ଆବାସ ଦୁର୍ନୀତି । ଅଧପନ୍ତରିଆ ଘର କରି ହିତାଧିକାରୀଙ୍କୁ ଲୁଟି ଫେରାର ଠିକାଦାର । ଅଧିକାରୀଙ୍କ ସାଲିସରେ ମାଲେମାଲ ଠିକା ସଂସ୍ଥା । ଘର ପାଇଁ ଚିନ୍ତାରେ ଆଦିମ ଜନଜାତି । ମାଲକାନଗିରି ଜିଲ୍ଲା ଖଇରପୁର ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ଘର ନିର୍ମାଣରେ କୋଟିକୋଟି ଟଙ୍କାର ଘୋଟାଲା ହୋଇଛି । ମୁଦୁଲିପଡା ପଞ୍ଚାୟତ ତୁସେଇପଡା ଗାଁର ୨୨ଟି ଘରକୁ କରିଦେବା ନାଁରେ ଅର୍ଥ ହଡ଼ପ କରିନେଇଛି ଠିକାଦାର । ଦୁର୍ନୀତି ସମ୍ବନ୍ଧରେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ତରବରିଆ ଭାବେ ଖଇରପୁଟ ବିଡିଓଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଯେଉଁଥିରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି ।

ଖାଲି ତୁସେଇପଡା ଗାଁ ନୁହେଁ ବଣ୍ଡାଘାଟିର ଅଧିକାଂଶ ଗାଁରେ ଆବାସ ଯୋଜନା ବାଟବଣା ହେଉଛି । ଅଧିକାରୀ ଘର ଯାଞ୍ଚ ନକରି ଅର୍ଥ ଛାଡ଼ିବା କାରଣରୁ ନୀରିହ ହିତାଧିକାରୀ ଆବାସ ଗୃହରୁ ବଞ୍ଚିତ ରହୁଛନ୍ତି । ଠିକାଦାର ଓ ଅଧିକାରୀଙ୍କ ସଲାସୁତରାରେ ଅର୍ଥ ହଡ଼ପ ହେଉଥିବା ଅଭିଯୋଗ ହୋଇଛି । ଖୋଦ ଜିଲ୍ଲା ଆଦିବାସୀ ସମାଜ ମହାସଂଘର କର୍ମକର୍ତ୍ତା ତୁସେଇପଡା ଗାଁରେ ବୁଲି ନିମ୍ନମାନର ଆବାସ କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଅନ୍ୟପଟେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ । କେବେ ହେବ ଘର ଦୁର୍ନୀତିର ତଦନ୍ତ ? କେବେ ବଣ୍ଡା ହିତାଧିକାରୀଙ୍କ ମୁଣ୍ଡକୁ ମିଳୁଛି ଛାତ ? ଦୁର୍ନୀତିରେ ସାମିଲ ଥିବା ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କେବେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ?

ଅଶ୍ଳୀଳ ନୃତ୍ୟ ମାମଲାରେ ନିଶା ମହାରଣାଙ୍କୁ ଜାମିନ ; ବଲାଙ୍ଗୀର SDJM କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି

ନନ୍ଦିଘୋଷ ବ୍ୟୁରୋ : ଅଶ୍ଳୀଳ ନୃତ୍ୟ ମାମଲାରେ ନିଶା ମହାରଣାଙ୍କୁ ଜାମିନ। ବଲାଙ୍ଗୀର SDJM କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଆଜି କୋର୍ଟରେ ହାଜର ହୋଇଥିଲା ନିଶା ମହାରଣା। ଜାନୁୟାରୀ 12 ତାରିଖରେ ବଲାଙ୍ଗୀର ଚନ୍ଦନଭାଟି ଗାଁରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବାର ଅଭିଯୋଗ ହୋଇଥିଲା। ୧୪ ତାରିଖରେ ନିଶା ମହାରଣା ଓ ଆୟୋଜକ କମିଟି ନାଁରେ ମାମଲା ରୁଜୁ କରିଥିଲା ବଲାଙ୍ଗୀର ସଦର ଥାନା ପୋଲିସ। ପରେ ଅୟୋଜକ କମିଟି ସଭାପତି ଓ ସମ୍ପାଦକକୁ ପୋଲିସ ଗିରଫ କରିଥିଲା। ଗିରଫଦାରୀ ଭୟରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନିଶା I ହାଇକୋର୍ଟ ସର୍ତ୍ତ ମୂଳକ ଆଗୁଆ ଜାମିନ ପ୍ରଦାନ କରିବା ବଲାଙ୍ଗୀର କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ I ତେଣୁ ବଲାଙ୍ଗୀର କୋର୍ଟରେ ହାଜର ହୋଇଥିଲେ ନିଶା ମହାରଣା I

ବଢିଲା ଆୟୁଷ ଡାକ୍ତରମାନଙ୍କ ଦରମା ; ବରିଷ୍ଠତା ଭିତ୍ତିରେ ମାସକୁ ୨୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ : ବଢିଲା ଜାତୀୟ ସ୍ବାସ୍ଥ୍ୟ ମିଶନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ଦରମା । ବରିଷ୍ଠତା ଭିତ୍ତିରେ ମାସକୁ ୨୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆୟୁଷ ଡାକ୍ତର ମାନଙ୍କ ସର୍ବନିମ୍ନ ଦରମା ୫୬ ହଜାର ୯୪୮ ଟଙ୍କା ହେବାବେଳେ ସର୍ବାଧିକ ଦରମା ୯୧ ହଜାର ୪୬୭ ଟଙ୍କା ହୋଇଛି । ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ ଡାକ୍ତରମାନଙ୍କ ଅବଦାନ ପ୍ରତି ଗୁରୁତ୍ବଦେଇ ତଥା ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୫ ବର୍ଷରୁ କମ ସମୟ ଅବଧି ପାଇଁ ସେବାରତ ଆୟୁଷ ଡାକ୍ତର ମାନଙ୍କ ଦରମା ମାସକୁ ୨୦ ହଜାର ଟଙ୍କା ବୃଦ୍ଧି ପାଇଛି। ଏହାଦ୍ବାରା ସେମାନଙ୍କର ସର୍ବନିମ୍ନ ଦରମା ୫୬ହଜାର ୯୪୮ ଟଙ୍କା ହୋଇଛି । ସେହିପରି ୫ରୁ ୧୦ ବର୍ଷ  ମଧ୍ୟରେ ସେବା କରିଥିବା ଡାକ୍ତରମାନଙ୍କ ଦରମା ମାସକୁ ୨୫ ହଜାର ଟଙ୍କା ବୃଦ୍ଧିପାଇ ୭୪ହଜାର ୪୬୭ ଟଙ୍କା ହୋଇଛି । ୧୦ରୁ ୧୫ ବର୍ଷ ସେବା ପାଇଁ ୩୦ ହଜାର ଟଙ୍କା ବୃଦ୍ଧିପାଇ ୮୦ ହଜାର ୬୭ ହୋଇଥିବ ବେଳେ, ୧୫ ବର୍ଷରୁ ଉର୍ଦ୍ଧ୍ବସେବା ପାଇଁ ଆୟୁଷ ଡାକ୍ତରମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ପାଇ ୯୧ ହଜାର ୪୬୭ ଟଙ୍କାରେ ହୋଇଛି । ରାଜ୍ୟରେ ବର୍ତ୍ତମାନ ୨ ହଜାର ୯୧୨ ଜଣ ଆୟୁଷ ଡାକ୍ତର ନିୟୋଜିତ ଅଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାର ବର୍ଷକୁ ପ୍ରାୟ ୧ କୋଟି ଟଙ୍କା ଅଧିକ ବ୍ୟୟ କରିବେ । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟରେ ଆୟୁଷ ସ୍ବାସ୍ଥ୍ୟସେବାରେ ଅଧିକ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି।

ନରୱାଣେଙ୍କ ବହିକୁ ନେଇ ଥମୁନି ଝଡ଼ ; ଆଜି ପୁଣି ରାହୁଲଙ୍କ ବଡ଼ ଦାବି

ନୂଆଦିଲ୍ଲୀ : ଜେନେରାଲ ଏମ ଏମ ନରୱାଣେଙ୍କ ପୁସ୍ତକ ଫୋର ଷ୍ଟାର୍ସ ଅଫ ଡେଷ୍ଟିନି ଏବେ ଆମାଜନରେ ଉପଲବ୍ଧ । ଏପରି ବଡ଼ ଦାବି କରି ପୁଣି ରାଜନୈତିକ କରିଡରରେ ହଲଚଲ ସୃଷ୍ଟି କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, ପୂର୍ବତନ ସେନାମୁଖ୍ୟ ଏମ ଏମ ନରୱାଣେ ମିଛ କହୁଛନ୍ତି ନହେଲେ ପୁସ୍ତକ ପ୍ରକାଶ କରିଥିବା ପେଙ୍ଗୁଇନ ସଂସ୍ଥା । କିନ୍ତୁ ସେ ଆର୍ମି ଚିଫଙ୍କୁ ଭରସା କରନ୍ତି ବୋଲି କହିଛନ୍ତି । ନରୱାଣେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି କି ତାଙ୍କ ପୁସ୍ତକ ଏବେ ବଜାରରେ ଉପଲବ୍ଧ । ଦିଆଯାଇଥିବା ଲିଙ୍କଙ୍କୁ ଫଲୋ କରି ବହି କିଣି ମଜା ଉଠାନ୍ତୁ ।

ଏହାକୁ ଆଧାର କରି ରାହୁଲ କହିଛନ୍ତି କି, ନରୱାଣେ ନହେଲେ ପ୍ରକାଶକ ସଂସ୍ଥା ପେଙ୍ଗୁଇନ ଜଣେ କେହି ମିଛ କହୁଛନ୍ତି । ଏ ସଂପର୍କରେ ଉଭୟେ ସ୍ପଷ୍ଟୀକରଣ ଦେବା ଉଚିତ ବୋଲି କହିଛନ୍ତି ରାହୁଲ । ସେପଟେ ଦିଲ୍ଲୀ ପୋଲିସ ପୁସ୍ତକର ବିକ୍ରି ନେଇ ଯାଞ୍ଚ କରିବାକୁ ମାମଲା ରୁଜୁ କରିଛି । ଅନ୍ୟପଟେ ରାହୁଲଙ୍କୁ ଝଟକା ଦେଇ ପେଙ୍ଗୁଇନ ସଂସ୍ଥା ବଜାରରେ ବହି ଉପଲବ୍ଧ ନୁହେଁ ବୋଲି ସଫେଇ ଦେଇଛି ।

ଲୋକସଭା ବାଚସ୍ପତିଙ୍କ ବିରୋଧରେ କଂଗ୍ରେସର ଯୁଦ୍ଧଂଦେହୀ ଡାକରା

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତିଙ୍କ ବିରୋଧରେ କଂଗ୍ରେସର ଯୁଦ୍ଧଂଦେହୀ ଡାକରା । ଲୋକସଭା ବାଚସ୍ପତିଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ ।ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ । ଲୋକସଭାର ମହାସଚିବଙ୍କୁ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଲା କଂଗ୍ରେସ ।ବାଚସ୍ପତିଙ୍କ ବିରୋଧରେ କଂଗ୍ରେସ ଆଣିଛି ପକ୍ଷପାତିତା ଅଭିଯୋଗ । ବାଚସ୍ପତି ପକ୍ଷପାତିତା କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଆସୁଛି ।