spot_img
Home Blog Page 1388

ଜେଲ୍‌ ପ୍ରତିଷ୍ଠା ଦିବସରେ ନିଷ୍ପତ୍ତି, କୋହଳ ହେବ ୪୦୦ରୁ ଅଧିକ କଏଦୀଙ୍କ ସଜା

ନନ୍ଦିଘୋଷ ବ୍ୟୁରୋ: କୋହଳ ହେବ କଏଦୀଙ୍କ ସଜା। ଜେଲ୍‌ ପ୍ରତିଷ୍ଠା ଦିବସ ଅବସରରେ ଦୃଷ୍ଟିକୁ ରଖି ଜେଲ୍‌ ବିଭାଗ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ବିଭାଗୀୟ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲ୍‌ରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍‌ ହେବାକୁ ଯାଉଛି। ଜେଲ୍‌ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବା ଏହି  କଏଦୀମାନଙ୍କ ସଜା କୋହଳ କରାଯିବ। ଫଳରେ ସେମାନେ ଧାର୍ଯ୍ୟ ଜେଲ୍‌ଦଣ୍ଡ ପୂର୍ବରୁ ମୁକ୍ତିର ଆନନ୍ଦ ପାଇବେ। ମୁକ୍ତି ପାଇବାକୁ ଯାଉଥିବା କଏଦୀମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜା ଭୋଗୁଥିବା ବେଳେ ଆଉ କିଛି ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ଜେଲ୍‌ ମାନୁଆଲ୍‌ ରୁଲ୍‌ ଅନୁଯାୟୀ କଏଦୀମାନଙ୍କ ସଜା କୋହଳ କରିବାର କ୍ଷମତା ଜେଲ୍‌ ଡିଜିଙ୍କର ରହିଛି। ଜେଲ୍‌ରେ ସଜା କାଟୁଥିବା କଏଦୀଙ୍କ ଉତ୍ତମ ବ୍ୟବହାର ପ୍ରଦର୍ଶନ କ୍ଷେତ୍ର‌ରେ ଡିଜି ତାଙ୍କ କ୍ଷମତା ପ୍ରୟୋଗ କରି ୬୦ଦିନର ସଜା କମାଇ ପାରିବେ। ସେହିପରି ଜେଲ୍‌ ଅଧୀକ୍ଷକ ୭ ଦିନର କାରାଦଣ୍ଡ କୋହଳ କରିପାରିବେ। ଏଥିପାଇଁ କଏଦୀଙ୍କର ବର୍ଷକର ଆଚରଣ ଉପରେ ନୀରିକ୍ଷଣ କରାଯିବ। ଜେଲ୍‌ ଡିଜି ଅରୁଣ ରାୟଙ୍କ ସୂଚନା ମୁତାବକ ଏଥର ୪୦୦ କଏଦୀଙ୍କ ପାଇଁ ସଜା କୋହଳ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତାବର୍ଷ ୨୦୨୫ ଏପ୍ରିଲ୍‌ରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ କିଛି  କଏଦୀଙ୍କ ସଜା କୋହଳ କରାଯିବ। ଜେଲ୍‌ ସଂସ୍କାର କାର୍ଯ୍ୟକ୍ରମର ଏହା ଏକ ବଡ଼ କାମ। ଏହାଦ୍ବାରା କଏଦୀଙ୍କ ମନୋଭାବ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଫଳରେ ସେମାନେ ପୁଣି ଥରେ ସାମାଜିକ ସ୍ରୋତକୁ ଫେରିବା ଆଶା ରହିଛି।

ନବୀନଙ୍କ ଯୋଜନାକୁ କଂଗ୍ରେସର ସମର୍ଥନ, BSKY ଯୋଜନା ବନ୍ଦ କରନ୍ତୁ ନାହିଁ ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: ବିଏସକେଓ୍ୱାଇ ଯୋଜନା ବନ୍ଦ କରନ୍ତୁ ନାହିଁ ରାଜ୍ୟ ସରକାର । ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲାଗୁ କରାଯାଇଥିବା କୌଣସି ଜନହିତକର ଯୋଜନାକୁ ବନ୍ଦ କରା ନଯାଉ । ଏ ନେଇ କଂଗ୍ରେସ ବିଧାୟକ ପବିତ୍ର ସାଉଁଟା ରାଜ୍ଯ ସରକାରଙ୍କ ନିକଟରେ ଦାବି କରିଛନ୍ତି । ବିଏସକେଓ୍ୱାଇ କାର୍ଡ ଗରିବ ଲୋକଙ୍କ ପାଇଁ ଏକ ବରଦାନ  । ଓଡ଼ିଶାର ଗରିବ, ଆଦିବାସୀମାନେ ଏହି କାର୍ଡ ଦ୍ଵାରା ବହୁତ ଉପକୃତ ହେଉଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ଲୋକମାନେ ବହୁତ ହଇରାଣ ହେବେ । ବିଲ ପାଇଁ ଲୋକମାନେ ନାହଁନଥିବା ଅସୁବିଧାର ସାମ୍ନା କରିବେ  । ତେଣୁ ପୂର୍ବ ସରକାରଙ୍କ ସ୍ୱାସ୍ଥ୍ୟ କାର୍ଡକୁ ନୂଆ ସରକାର ଲାଗୁ କରନ୍ତୁ  ।

ଭାରତୀୟ ଜଳ ସୀମାରେ ଧରାପଡ଼ିଲେ ୭୮ ଜଣ ବାଂଲାଦେଶୀ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଜଳ ସୀମାରେ ଧରାପଡ଼ିଲେ ୭୮ ଜଣ ବାଂଲାଦେଶୀ । ଦୁଇଟି ମାଛଧରା ବୋଟ୍ ରେ‌ ଅଛନ୍ତି ୭୮ ଜଣ ବାଂଲାଦେଶୀ। ସେମାନେ ଭାରତୀୟ ଜଳ ସୀମାରେ ପ୍ରବେଶ କରି ଭାରତ ଆଡ଼କୁ ଆସୁଥିବା ବେଳେ କୋଷ୍ଟଗାର୍ଡ  ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ସେମାନେ ଖସିଯିବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି। ଦୁଇଟି ବୋଟ୍ ସମେତ ସମସ୍ତ ବାଙ୍ଗଲାଦେଶୀ ଙ୍କୁ ଅଟକ ରଖିଛି କୋଷ୍ଟଗାର୍ଡ । ସମସ୍ତ ବାଙ୍ଗଲାଦେଶୀଙ୍କୁ କୋଷ୍ଟଗାର୍ଡ ପାରାଦ୍ଵୀପ ଆଣୁଥିବା ସୂଚନା ମିଳିଛି। ସେମାନଙ୍କର ପ୍ରଥମିକ ଚିକିତ୍ସା କରାଯାଇଛି ଏବଂ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି। ମାଛ ଧରିବାକୁ ଆସିଥିବା ବେଳେ ଭାରତୀୟ ସୀମାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି। ବାଙ୍ଗଲାଦେଶରେ ଏବେ ରାଜନୈତିକ ଅସ୍ଥିରତା ଲାଗିରହିଥିବାରୁ ସେମାନଙ୍କୁ ନେଇ ସସପେନ୍ସ ଜାରି ରହିଛି।

ନିର୍ବାଚନ ପୂର୍ବରୁ ଦିଲ୍ଲୀର ଅଟୋ ଚାଳକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଧାସଭା ନିର୍ବାଚନ ତାରିଖ ଘୋଷଣା ନହେବା ପୂର୍ବରୁ ଆରମ୍ଭ ହେଲାଣି ରାଜନୀତି । ଆପ ଆଗୁଆ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୫ଟି ଘୋଷଣା କରିଛନ୍ତି । ତାହା ପୁଣି କେବଳ ଅଟୋ ଚାଳକଙ୍କ ପାଇଁ । ଅଟୋ ଚାଳକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେଜ୍ରିଓ୍ବାଲ । ଯେଉଁଥିରେ ଅଟୋ ଚାଳକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ଝିଅ ବାହାଘରରେ ଲକ୍ଷେ ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ ପିଲାଙ୍କ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୋଚିଂ ଖର୍ଚ୍ଚ ମଧ୍ୟ ବୁଝିବାକୁ ପ୍ରତିଶୃତି ଦେଇଛନ୍ତି । ପ୍ରତିବର୍ଷ ଦୁଇଥର ହୋଲି ଏବଂ ଦିପାବଳୀରେ ୟୁନିଫର୍ମ ପାଇଁ ୨୫ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେପଟେ ଦୁର୍ଘଟଣା ବାବଦକୁ ୫ ଲକ୍ଷ ଟଙ୍କାର ଜୀବନ ବୀମା ମଧ୍ୟ ପ୍ରଦାନ କରାଯିବ । କେଜ୍ରିଓ୍ବାଲ କହିଛନ୍ତି କି, ଆପ ସରକାର ସବୁବେଳେ ଅଟୋ ଚାଳକଙ୍କ ସହ ରହିଛନ୍ତି ।

ନିଜର ବ୍ୟବହାର ପାଇଁ ସମାଲୋଚନାର ଶିକାର ହେଉଛନ୍ତି ସିରାଜ, ବିସିସିଆଇ କହିଲା…

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ହାରିଛି ଭାରତ । ପ୍ରଥମ ପାଳିରେ ଯେତେବେଳେ ଅଷ୍ଟ୍ରେଲିୟ କ୍ରିକେଟର ଟ୍ରାଭିସ୍ ହେଡଙ୍କୁ ସିରାଜ ବୋଲ୍ଡ କରିଥିଲେ ଏହାକୁ ନେଇ ସେ ଅତ୍ୟଧିକ ଖୁସି ହୋଇଥିଲେ । ଏବଂ ନିଜର ବ୍ୟବହାର ଉପରେ ଶାଳିନତା ରଖିନଥିବା ସୋସିଆଲ ମିଡିଆରେ କ୍ରିଡ଼ା ସମୀକ୍ଷକମାନେ କହିଛନ୍ତି । କେବଳ ଏତିକି ନୁହେଁ ଏବେ ସୋସିଆଲ ମିଡିଆରେ ସିରାଜଙ୍କୁ ମଧ୍ୟ ଟ୍ରୋଲ କରାଯାଇଛି । ସେପଟେ ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟରମାନେ ସିରାଜଙ୍କ ସିଧା ସଳଖ ଟାର୍ଗେଟ କରିବା ଭଳି ମନ୍ତବ୍ୟ ଦେଉଛନ୍ତି । ପୂର୍ବତନ ଅଧିନାୟକ ମାର୍କ ଟେଲର ସିଧାସଳଖ ବିସିସିଆଇକୁ ଚେତାବନି ଦେଇ କହିଛନ୍ତି କି, ତାଙ୍କୁ ଶାନ୍ତ ରଖନ୍ତୁ । ଏହା ସହ ସେ କହିଛନ୍ତି କି, ଖେଳରେ ଖୁସି ହେବା ଭଲ କିନ୍ତୁ ଏପରି ବ୍ୟବହାର ଶୋଭନୀୟ ନୁହେଁ । ସେ ଆଉଟ୍ କରିବା ପରେ ଅମ୍ପାୟାର ନିଷ୍ପତ୍ତିକୁ ମଧ୍ୟ ଦେଖୁ ନାହାନ୍ତି । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ କରିପାରୁନାହାନ୍ତି ।

ସେପଟେ ସିରାଜଙ୍କ ଏପରି ବ୍ୟବହାର ପାଇଁ ତାଙ୍କୁ ଫାଇନ୍ କରାଯାଇଛି । ମ୍ୟାଚ ଫି’ର ୨୦- ପ୍ରତିଶତ କଟାଯାଇଛି । ବିସିସିଆଇ ଗୋଟିଏ ଟେଷ୍ଟ ମ୍ୟାଚ ପାଇଁ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଥାଏ । ତେବେ ସିରାଜଙ୍କ ଏଭଳି ବ୍ୟବହାର ପାଇଁ ତାଙ୍କୁ ୩ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଦ୍ବିତୀୟ ମ୍ୟାଚରେ ଏଭଳି ବ୍ୟବହାର ପରେ ତୃତୀୟ ଟେଷ୍ଟରେ ତାଙ୍କୁ ଦଳରେ ସ୍ଥାନ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଛି । ଆସନ୍ତା ୧୪ ତାରିଖରୁ ତୃତୀୟ ଟେଷ୍ଟ ଖେଳାଯିବ । ଏବେ ସିରିଜ ୧-୧ରେ ରହିଛି ।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅବିଶ୍ଵାସ ପ୍ରସ୍ତାବ

ଭୁବନେଶ୍ବର: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅବିଶ୍ଵାସ ପ୍ରସ୍ତାବ। ବିରୋଧୀ ଆଣିଲେ ଅବିଶ୍ଵାସ ପ୍ରସ୍ତାବ। ୭୦ ଜଣ ସାଂସଦଙ୍କ ସ୍ଵାକ୍ଷର ଥାଇ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିରୋଧୀ ଅବିଶ୍ଵାସ ପ୍ରସ୍ତାବ ଦେଇଛନ୍ତି। ଅବିଶ୍ଵାସ ପ୍ରସ୍ତାବକୁ ନେଇ କକ୍ଷତ୍ଯାଗ କଲା ଟିଏମସି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ପାତରଅନ୍ତର ଅଭିଯୋଗ ଆଣିଛନ୍ତି ବିରୋଧୀ।.

ପାକାପାଖି ୬୦ ଜଣ ସାଂସଦଙ୍କ ହସ୍ତାକ୍ଷରଯୁକ୍ତ ନୋଟିସ ରାଜ୍ୟସଭା ସଚିବାଳୟଙ୍କୁ ପଠାଇ ଦିଆଯାଇି  । ଇଣ୍ଡିଆ ମେଣ୍ଟ ସମ୍ବିଧାନର ଅନୁଚ୍ଛେଦ ୬୭ (ବି) ଅନୁସାରେ ପ୍ରସ୍ତାବ ଆଣିବେ  । ଟିଏମସି, ଆପ୍‌, ଏସପି ସମେତ ଇଣ୍ଡିଆ ମେଣ୍ଟର ଅନ୍ୟ ଦଳ ପ୍ରସ୍ତାବରେ ହସ୍ତାକ୍ଷର କରିଛନ୍ତି  ।

ସମ୍ବିଧାନର ଅନୁଚ୍ଛେଦ ୬୭ (ବି)ରେ କୁହାଯାଇଛି ଯେ ରାଜ୍ୟସଭାରେ କୌଣସି ପ୍ରସ୍ତାବକୁ ସମସ୍ତ ସଦସ୍ୟଙ୍କ ବହୁମତରେ ପାରିତ ହେଲେ ବା ଲୋକସଭାରୁ ସହମତି ମିଳିଲେ ଉପରାଷ୍ଟ୍ରପତିଙ୍କୁ ପଦରୁ ହଟାଯାଇପାରେ  । କିନ୍ତୁ ୧୪ ଦିନର ନୋଟିସ ପରେ ହିଁ କୌଣସି ପ୍ରସ୍ତାବ ଆଗତ ହୋଇପାରେ  । ସେହିପରି ଏଭଳି ପ୍ରସ୍ତାବ ଆଣିବାର କାରଣ ନୋଟିସରେ ଉଲ୍ଲେଖ କରିବାକୁ ପଡିଥାଏ ।

ସେପଟେ ଅନାସ୍ଥା ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଏହାକୁ ଆମେ ତର୍ଜମା କରୁଛୁ । ଏ ନେଇ ଆଗକୁ ଦଳ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି କହିଛନ୍ତି ନବୀନ ।

ରାଜଧାନୀରେ ଗଡ଼ିବ ଡବଲ ଡେକର ବସ୍

ଭୁବନେଶ୍ବର: ରାଜଧାନୀରେ ଗଡ଼ିବ ଡବଲ ଡେକର ବସ୍। ଡବଲ ଡେକର୍ ଇ-ବସ ପାଇଁ ଟେଣ୍ଡର ଆହ୍ଵାନ। ଘରୋଇ ସଂସ୍ଥାଙ୍କୁ ଟେଣ୍ଡର ଆହ୍ଵାନ କଲା CRUT। ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲା ପାଇଁ କରାଯାଇଛି ଯୋଜନା।

ପ୍ରଥମ ପର୍ଯ୍ଯାୟରେ ଆସିବ ୫ଟି ଡବଲ ଡେକର ବସ। ଡବଲ୍‌ ଡେକର୍‌ ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ। ଆବଶ୍ଯକ ପଡିଲେ ଆହୁରି ୨ ବର୍ଷ ବଢାଯାଇପାରେ ଚୁକ୍ତି। ସପ୍ଲାଏ, ଅପରେସନ, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ସଂସ୍ଥା ଯୋଗାଇବ। ଏଥିପାଇଁ ଟେଣ୍ଡର ଆହ୍ଵାନ କରିଛି CRUT।

ଖୋର୍ଦ୍ଧା ସହରରେ ଉଚ୍ଛେଦ ଅଭିଯାନକୁ ବିରୋଧ

ଖୋର୍ଦ୍ଧା: ପ୍ରବଳ ବିରୋଧ ପରେ ଖୋର୍ଦ୍ଧା ସହରରେ ୫ ଦିନ ପାଇଁ ସ୍ଥଗିତ ରହିଲା ଉଚ୍ଛେଦ ଅଭିଯାନ। ଉପଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଉଚ୍ଛେଦ ଅଭିଯାନକୁ ସ୍ଥଗିତ ରଖାଯାଇଛି। କ୍ୟାବିନ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଥିଲା । ସହର ଟ୍ରାଫିକ ଛକ, ବ୍ୟାଙ୍କ୍ ଛକ, ମୁଖ୍ୟରାସ୍ତା ଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମସ୍ତ ଦୋକାନ ଉଚ୍ଛେଦ କରିବାକୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହେବା ସହ ୧୬୩ ଧାରା ମଧ୍ୟ ଲାଗୁ କରାଯାଇଥିଲା।

ଉଚ୍ଛେଦକୁ ବିରୋଧ କରି ଟ୍ରାଫିକ ଛକରେ ଶହ ଶହ ସଂଖ୍ୟାରେ ବ୍ୟବସାୟୀଙ୍କ ସହ ପୌରାଧ୍ୟକ୍ଷା ଓ କାଉନସିଲର ଧାରଣାରେ ବସିଥିଲେ। ଅନ୍ୟପଟେ ଖୋର୍ଦ୍ଧା ଉପଜିଲ୍ଲାପାଳ, ତହସିଲଦାର, ନିର୍ବାହୀ ଅଧିକାରୀ, ପୋଲିସ ଅଧିକାରୀ ଫୋର୍ସ ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଗୋଟିଏ ପଟେ ପ୍ରଶାସନ ଉଚ୍ଛେଦ କରିବାକୁ ପ୍ରସ୍ତୁତ ଥିବା ବେଳେ, କୌଣସି ପରିସ୍ଥିତିରେ ଦୋକାନ ଭାଙ୍ଗିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ପୌରାଧ୍ୟକ୍ଷା। ତେବେ ପ୍ରଶାସନର କାର୍ଯ୍ୟରେ ସହଯୋଗ କରିବାକୁ ଅପିଲ କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ।

 

ରାସ୍ତା ପାର୍‌ ବେଳେ ମାଡିଗଲା ବସ୍, ଜଣେ ମୃତ ୨ ଗୁରୁତର

କାମାକ୍ଷାନଗର: ରାସ୍ତା ପାର୍‌ ବେଳେ ମାଡିଗଲା ଯାତ୍ରୀବାହୀ ବସ୍।। ବସ ଧକ୍କାରେ ଜଣେ ମୃତ ୨ ଜଣ ଗୁରୁତର। ଅଭାବନୀୟ ଘଟଣାଟି ଘଟିଛି କାମାକ୍ଷାନଗର ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ଖଇରାମୁଣ୍ଡା ଛକ ନିକଟରେ। ମୃତକ ହେଲେ ମୁଣ୍ଡେଇଲ ପଞ୍ଚାୟତ ନାଉପାଳ କାଟେଣୀ ଗ୍ରାମର ସାଗର ପ୍ରଧାନ। ୩ ଜଣ ଯାକ ରାସ୍ତା ପାର ହେଉଥିବା ବେଳେ କାମାକ୍ଷାନଗରରୁ ତାଳଚେର ଯାଉଥିବା ଭୋଳାନାଥ ନାମକ ଯାତ୍ରୀବାହି ବସ ସେମାନଙ୍କୁ ଧକ୍କା ଦେଇଥିଲା l

ଫଳରେ ଘଟଣା ସ୍ଥଳରେ ସାଗର ପ୍ରଧାନ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଆହତ ହୋଇଥିଲୋ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋ। ଘଟଣାସ୍ଥଳରେ ସରାଙ୍ଗ ଫାଣ୍ଡି ପୋଲିସ ପହଞ୍ଚି ବସକୁ ଅଟକ ରଖି ପଚାର ଉଚରା ଜାରି ରଖିଛି। ଅନ୍ୟପଟେ ମୃତକୟଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା l ଫଳରେ କାମାକ୍ଷାନଗର ରୁ ଅନଗୁଳ ଯାତାୟାତ ଠପ ହୋଇଛି।

କଂଗ୍ରେସର ହାତ ଛାଡିଲେ ଲାଲୁ, କହିଲେ ମମତା ନିଅନ୍ତୁ ଇଣ୍ଡି ମେଣ୍ଟର ନେତୃତ୍ବ

0

ପାଟନା: ଇଣ୍ଡିଆ ମେଣ୍ଟ ନେତୃତ୍ବକୁ ନେଇ ପରସ୍ପର ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇଣ୍ଡିଆ ମେଣ୍ଟ ନେତୃତ୍ବ ଦାବିକୁ ସମର୍ଥନ ଦେଇଛନ୍ତି  । ଏହା ସହ କଂଗ୍ରେସକୁ ପରାମର୍ଶ ଦେଇ ଦଳର ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି  ।

ପାଟନାରେ ଲାଲୁ କହିଛନ୍ତି ‘‘କଂଗ୍ରେସ ଅଭିଯୋଗର କୌଣସି ଅର୍ଥ ନାହିଁ  । ଆମେ ମମତା ବାନାର୍ଜୀଙ୍କୁ ସମର୍ଥନ ଦେଉଛୁ  । ମମତା ବାନାର୍ଜୀଙ୍କୁ ଇଣ୍ଡି ମେଣ୍ଟର ନେତୃତ୍ବ ଦେବା ଉଚିତ । ଆମେ ୨୦୨୫ରେ ପୁଣି ଥରେ ସରକାର କରିବୁ’’  ।

ଏହା ପୂର୍ବରୁ ଆରଜେଡି ନେତା ତେଜସ୍ବୀ ଯାଦବ ଗଣମାଧ୍ୟମକୁ କହିଥିଲେ ଯେ ଏହି ପ୍ରସଙ୍ଗରେ ଏଯାଏଁ କୌଣସି ଆଲୋଚନା ହୋଇନାହିଁ  । ମେଣ୍ଟର ବରିଷ୍ଠ ନେତା ଏକାଠି ବସିଲେ ଏହି ପ୍ରସଙ୍ଗରେ ଆଲୋଚନା କରିବେ  । ମେଣ୍ଟ ଚଳାଇବା ପାଇଁ ବରିଷ୍ଠ ନେତାଙ୍କ ନାମରେ କେହି ଆପତ୍ତି ଉଠାଇବେ ନାହିଁ ବୋଲି ତେଜସ୍ବୀ କହିଥିଲେ  ।

 

ଇଣ୍ଡି ମେଣ୍ଟ ଭିତରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବକୁ ନେଇ ସନ୍ଦେହ କରାଯାଉଛି  । ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ସ୍ଥିତିରେ ସୁଧାର ଆସି ମେଣ୍ଟ ଦଳ ବିଜେପିକୁ କଡା ଟକ୍କର ଦେଇଥିଲା  । କିନ୍ତୁ ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ଯାଦୁ ଚାଲି ପାରିନଥିଲା  । ଯାହା ପରେ ଇଣ୍ଡିଆ ମେଣ୍ଟ ନେତୃତ୍ବରେ ପ୍ରଶ୍ନ ଉଠିଥିଲା  । ମମତା ବାନାର୍ଜୀଙ୍କ ବୟାନ ପରେ ଅଧିକାଶ ସହଯୋଗୀ ଦଳ ତାଙ୍କୁ ସମର୍ଥନ ଦେଇଥିଲେ  ।

ନିକଟରେ ଇଣ୍ଡିଆ ମେଣ୍ଟରେ ନିଜ ଭୂମିକା ନେଇ ମମତା ବାନାର୍ଜୀ କହିଥିଲେ ଯେ ତାଙ୍କୁ ସୁଯୋଗ ମିଳିଲେ ସେ ନିଶ୍ଚିତ ସୂଚାରୁ ରୂପେ ସଞ୍ଚାଳନ କରିବେ  ।