spot_img
Home Blog Page 1374

କୁନ୍ଦରକି ଆସନରେ ୧୧ ମୁସଲିମ ଆଶାୟୀଙ୍କ ମଧ୍ୟରେ ଆଗୁଆ ହିନ୍ଦୁ ପ୍ରାର୍ଥୀ

କୁନ୍ଦରକି: ୟୁପି ଉପନିର୍ବାଚନରେ ସପାକୁ ବଡ ଝଟକା । ସପା ଗଡ ଭାବେ ଜଣାଶୁଣା କୁନ୍ଦରକି ଆସନ ଏଥର ହାତରୁ ଗଲା ଭଳି ଲାଗୁଛି । ମୁସଲିମ ବହୁଳ କୁନ୍ଦରକି ଆସନ ଏଥର ହିନ୍ଦୁ ଆଶୀୟୀଙ୍କ ପାଖକୁ ଚାଲିଯାଇଛି । ବିଜେପିର ରାମବୀର ଠାକୁର ୭୦ ହଜାରରୁ ଅଧିକ ଭୋଟରେ ଲିଡ୍ କରୁଛନ୍ତି । ସପା ନେତା ହାଜି ମହମ୍ମଦ ରିଜୱାନ ଦିନ ୧ଟା ସୁଦ୍ଧା ମାତ୍ର ୧୦ ହଜାର ଭୋଟ ହାତେଇଛନ୍ତି । ବିଜେପିର ରାମବୀର ଠାକୁରଙ୍କ ବିଜୟ ଏକପ୍ରକାର ନିଶ୍ଚିତ ହୋଇଛି ।

କୁନ୍ଦରକି ଉପନିର୍ବାଚନରେ ୧୧ ମୁସଲିମ ଆଶାୟୀଙ୍କ ମଧ୍ୟରେ ବିଜେପି ଜଣେ ମାତ୍ର ହିନ୍ଦୁ ଆଶାୟୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ସପା ପ୍ରାର୍ଥୀ ହାଜି ମହମ୍ମଦ ରାଜନୀତିରେ ଦୀର୍ଘ ୪୦ ବର୍ଷ ଧରି ସକ୍ରିୟ ଅଛନ୍ତି । ଗତ ୨୦୦୨, ୨୦୧୨ ଓ ୨୦୧୭ରେ ଏହି ଆସନରୁ ବିଜୟ ହାସଲ କରିଛନ୍ତି ।ଏହି ଆସନ ସପା ଗଡ ଭାବେ ପରିଚିତ ଥିବାରୁ ରାମବୀରଙ୍କ ଏଣ୍ଟ୍ରି ଅଖିଳେଶଙ୍କୁ ଝଟକା ଦେଇଛି ।

ଫଳାଫଳକୁ ଦେଖି ପ୍ରଶ୍ନ ଉଠୁଛି ଯେ କାହିଁକି କୁନ୍ଦରକୀରେ ମୁସଲିମ୍ ଭୋଟର ଭାଗବାଣ୍ଟରେ ବିଜେପିକୁ ଫାଇଦା ହୋଇଛି? ଏହା ସହ ସିଏମ ଯୋଗୀଙ୍କ ଲଗାତାର ନିର୍ବାଚନ ପ୍ରଚାର ପାର୍ଟିକୁ ଫାଇଦା ମିଳିଲା । ଖୋଦ ରାମବୀର ଠାକୁର ମୁସଲିମ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ । ବିଜେପିର ମୁସଲିମ ୱିଙ୍ଗ ଓ ମୁସଲିମ ନେତା କୁନ୍ଦରକିରେ ଡେରା ପକାଇ ନିର୍ବାଚନ ପ୍ରଚାର କରିଥିଲେ ।

ମହାରାଷ୍ଟ୍ର ସିଏମ୍‌ ରେସ୍‌, ମହାୟୁତିରୁ ଆସିଲାଣି ଅଲଗା ଅଲଗା ବୟାନ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ ଗଣତିରେ ମହାୟୁତି ମେଣ୍ଟ ଏକତରଫା ଆଗକୁ ବଢି ଚାଲିଛି  । ଏବେ ବି ଗଣନା ଜାରି ରହିଛି  । କିନ୍ତୁ ଦ୍ବିପ୍ରହର ୧ଟା ସୁଦ୍ଧା ମହାୟୁତି ମେଣ୍ଟ ୨୨୦ରୁ ଅଧିକ ଆସନରେ ଆଗୁଆ ରହିଛି  । ମେଣ୍ଟ ମଧ୍ୟରେ ଏକାକୀ ବିଜେପି ୧୨୫ ଆସନରେ ଆଗୁଆ ଥିବାବେଳେ ୫୪ ଆସନ ସହ ଏକନାଥ ସିନ୍ଦେଙ୍କ ଶିବସେନା ଦ୍ବିତୀୟ ଓ ୩୮ ଆସନ ସହ ଅଜିତ ପାୱାରଙ୍କ ଏନସିପି ତୃତୀୟରେ ରହିଛି  ।

ମହାୟୁତିକୁ ବହୁମତ ମିଳିବା ପରେ ଏବେ ସିଏମ୍‌ ରେସ୍‌ ଆରମ୍ଭ ହୋଇଛି  ।ଗଣତି ଚାଲିଥିବାବେଳେ ଅଜିତ ପାୱାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ୨୫ ମିନିଟ ଧରି ଆଲୋଚନା କରିଛନ୍ତି  । ଏହା ପୂର୍ବରୁ ପାୱାରଙ୍କ ପତ୍ନୀ ଓ ଏନସିପି ସାଂସଦ ସୁନେତ୍ରା ପାୱାରଙ୍କ ବୟାନ ସାମନାକୁ ଆସିଥିଲା  । ସୁନେତ୍ରା କହିଥିଲେ ‘‘ଏହା ଏନସିପି, ମହାରାଷ୍ଟ୍ର ଜନତା ଓ ବାରାମତି ପାଇଁ ସୌଭାଗ୍ୟର ଦିନ ଅଟେ  । ମହାରାଷ୍ଟ୍ର ଜନତା ଯାହା ଚାହେଁ ମୁଁ ତାହା ଚାହୁଁଛି ଯେ ଅଜିତ ପାୱାର ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ  ’’।

ସେପଟେ ଏକନାଥ ସିନ୍ଦେଙ୍କ ଶିବସେନାରୁ ବୟାନବାଜି ଆରମ୍ଭ ହୋଇଯାଇଛି  । ନିର୍ବାଚନ ପୂର୍ବରୁ ଏହା ନିଷ୍ପତ୍ତି ହୋଇଥିଲା ଯେ ଯାହାର ଅଧିକ ସିଟ୍‌ ମୁଖ୍ୟମନ୍ତ୍ରୀ ସେହି ଦଳରୁ ବଛା ହେବେ  । ଏହି ପ୍ରଶ୍ନର ଉତ୍ତରରେ ସିନ୍ଦେ କହିଛନ୍ତି ସେଭଳି କିଛି ନିଷ୍ପତ୍ତି ହୋଇନାହିଁ  । ଅନ୍ତିମ ଫଳାଫଳ ଆସିବା ପରେ ସିଏମଙ୍କ ନାମ ସ୍ପଷ୍ଟ ହେବ  । ଏକନାଥ ସିନ୍ଦେଙ୍କ ବୟାନ ପୂର୍ବରୁ ଶିବସେନା ସାଂସଦ ନରେଶ ମହସ୍କେ ଏକନାଥଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କରିଛନ୍ତି  ।

 

ମହାରାଷ୍ଟ୍ର ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାୱତ

ମୁମ୍ବାଇ: ଆଜି ମହାରାଷ୍ଟ୍ର ନିର୍ବାଚନ ଫଳାଫଳ  । ଚାଲିଛି ଭୋଟ ଗଣତି  । ବିଜେପି ମେଣ୍ଟ ‘ମହାୟୁତି’କୁ ବହୁମତ ମିଳିବା ନେଇ ଏକପ୍ରକାର ସ୍ପଷ୍ଟ ହୋଇଗଲାଣି  । ବିରୋଧୀ ଶିବସେନା ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ନେତା ସଞ୍ଜୟ ରାୱତ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି  ।

ସେ କହିଛନ୍ତି ଯେ ‘‘ଏହା ମହାରାଷ୍ଟ୍ର ଲୋକଙ୍କ ମତ ନୁହେଁ  । ଆମେ ମହାରାଷ୍ଟ୍ର ଲୋକଙ୍କୁ ଜାଣିଛୁ  । ଏହା କେମିତି ସମ୍ଭବ ଯେ ସିନ୍ଦେଙ୍କ ସମସ୍ତ ପ୍ରାର୍ଥୀ ଜିତି ଯାଉଛନ୍ତି  । ପୂର୍ବରୁ ସିନ୍ଦେ କହିଥିଲେ ଯେ ତାଙ୍କର ଜଣେ ବି ପ୍ରାର୍ଥୀ ହାରିବେନି  । ଏବେ ତାହା ହେଉଛି ମଧ୍ୟ  । ଏହା କେମିତି ସମ୍ଭବ । ଏହି ନିଷ୍ପତ୍ତିକୁ ନା ଆମେ ମାନିବୁ ନା ଜନତା ଗ୍ରହଣ କରିବେ  । ’’

ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଆମର ୪ ରୁ ୫ ସିଟ୍‌ ସେମାନେ ହାତେଇଥିଲେ  । ଏବେବି ସେମାନେ ସେଇଆ କରୁଥିବା ଅଭିଯୋଗ କରିଛନ୍ତି ସଞ୍ଜୟ ରାୱତ  । ବିଜେପି ଏଭଳି ରଣନୀତି କରୁଛି ଯେଭଳି ମହାରାଷ୍ଟ୍ର ବିଧାନସଭାରେ କେହି ବିରୋଧୀ ନେତା ନ ରୁହନ୍ତୁ  । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଆସନରେ ବହୁମତ ପାଇଁ ୧୪୫ ସିଟ୍‌ ହାତେଇବା ଆବଶ୍ୟକ  । କିନ୍ତୁ ମହାୟୁତି ମେଣ୍ଟ ୨୦୦ରୁ ଅଧିକ ଆସନରେ ଆଗୁଆ ରହିଛି  । ସେପଟେ ଏମଭିଏ ମେଣ୍ଟକୁ ମାତ୍ର ୫୦ ଆସନ ମିଳିଛି  ।

 

‘ସୁଭଦ୍ରା’ରେ କାଲି ସାମିଲ ହେବେ ବାଦ୍‌ ପଡ଼ିଥିବା ଆବେଦନକାରୀ

ଭୁବନେଶ୍ବର: ଆସନ୍ତାକାଲି ସାମିଲ ହେବେ ବାଦ୍‌ ପଡ଼ିଥିବା ଆବେଦନକାରୀ । ବାଦ୍‌ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପରେ ନିଷ୍ପତ୍ତି ହେବ  । ସେଥିରୁ ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା । ବାକି ଯେଉଁମାନଙ୍କ ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ ନାହିଁ, ତାଙ୍କ ନାଁ’ରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହି ବିବାଦରେ ଫିଜିକାଲ ଭେରୀଫିକେସନ ହେବ । ସେମାନଙ୍କର ମଧ୍ୟ ଯାଞ୍ଚ ହୋଇ ସାମିଲ କରାଯିବ ।

୨ ଲକ୍ଷ ୬୭ ହଜାର ଆବେଦନକାରୀ ବିଭିନ୍ନ କାରଣ ପାଈଁ ବାଦ୍‌ ପଡ଼ିଥିଲେ । ସେମାନଙ୍କୁ ଆଉ ଥରେ ଯାଞ୍ଚ କରି ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ବିଡ଼ିଓ ମାନଙ୍କୁ ନୋଡାଲ ଏଜେନସି ଦାୟିତ୍ୱ ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ଗୁରୁବାର ବୈଠକ କରି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

୫ ଲକ୍ଷ ମିସ ମ୍ୟାଚ ହେଉଥିବା ଆବେଦନକାରୀଙ୍କ ସମସ୍ୟା ସମାଧାନ ହୋଇନାହିଁ । ସେମାନେ ଏଥର ସାମିଲ ହେବେନାହିଁ । ସେମାନଙ୍କ ଆକାଉଣ୍ଟ ଆଧାର ଲିଂକରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ସେମାନେ ସାମିଲ ହେବେ । ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ କିସ୍ତି ପାଇପାରିବେ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ବାଦ୍‌ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରି ରହିବ ।

ପ୍ରେମିକାର ପରିବାର ଦେଲେ ଏଭଳି ଦଣ୍ଡ, ସୋସିଆଲ ମିଡିଆରେ କଲେ ଭାଇରାଲ

ଲକ୍ଷ୍ନୌ: ପ୍ରେମିକାକୁ ଲୁଚିଛପି ଭେଟିବା ପଡିଲା ମହଙ୍ଗା । ପ୍ରେମିକାକୁ ଭେଟିବାକୁ ଆସିଥିବା ଯୁବକକୁ ମାଡି ବସିଲେ ଗ୍ରାମବାସୀ । ପ୍ରେମିକାର ପରିବାର ଲୋକେ ନିଜ ସମାଜକୁ ଏକତ୍ରିତ କରି ଉଭୟଙ୍କ ଜୋର ଜବରଦସ୍ତ ବିବାହ କରିଦେଇଛନ୍ତି  । ଦୁହିଁଙ୍କ ବିବାହର ଭିଡିଓ କରି ପରିବାର ଲୋକେ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି  ।

ଯୁବକଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିଥିଲେ ମଧ୍ୟ ସେମାନେ ଜାଣିଶୁଣି ଝିଅ ଘରକୁ ଆସିନଥିଲେ  । ଏହାପରେ ଝିଅର ପରିବାର ଜୋର ଜବରଦସ୍ତ ପୁଅ ସହ ତା ଗାଁ ନୁରପୁର ପଠାଇ ଦେଇଥିଲେ  । କିନ୍ତୁ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇ ନାହିଁ । ଚୁର୍ଖି ଥାନା ମଲଥୁଆ ଗାଁରେ ଏହି ଘଟଣା ଘଟିଛି  । ଘଟଣାରୁ ଜାମିବାକୁ ମିଳିଛି ଯେ ଚୁର୍ଖି ଥାନା ନୁରପୁର ଗାଁର ୨୦ ବର୍ଷୀୟ ଗୁଲାବ ଦୀର୍ଘଦିନ ଧରି ମଲଥୁଆ ଗାଁ ଗଜରାଜ ସିଂ ଚନ୍ଦେଲଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ  ।

ଗୁଲାବ ଦିଲ୍ଲୀରେ ଏକ କମ୍ପାନୀରେ ଚାକିରି କରୁଛି  । ସେ କିଛି ଦିନ ପୂର୍ବରୁ ନିଜ ଗାଁକୁ ଆସିଥିଲା  । ଏହି ସମୟରେ ସମ୍ପର୍କୀୟଙ୍କ ଝିଅ ପ୍ରାଂଶୁ ସହ ଲଗାତାର କଥାବାର୍ତ୍ତା ହେଉଥିଲେ  । ପ୍ରାଶୁଂକୁ ବିବାହ କରିବା ପାଇଁ ଗୁଲାବ ତା ଘରେ କହିଥିଲା ସତ  । କିନ୍ତୁ ଏଥିରେ କେହି ରାଜି ହୋଇନଥିଲେ  । ଏହା ପରେ ଶୁକ୍ରବାର ସକାଳେ ଗୁଲାବ ପ୍ରାଂଶୁକୁ ଭେଟିବାକୁ ତା ଗାଁକୁ ଯାଇଥିଲା  । ପ୍ରାଂଶୁର ଘର ଲୋକେ ଏହା ଜାଣି ପାରି ଗୁଲାବକୁ ଘେରି ଯାଇଥିଲେ  । ଏହାପରେ ଉଭୟଙ୍କ ଜୋର ଜବରଦସ୍ତ ବିବାହ କରାଇଥିଲେ ପରିବାର ଲୋକେ  ।

ତ୍ରିଶୂଳିଆ ବ୍ରିଜ୍‌ରେ ଜଳିଗଲା ବ୍ୟାଟେରୀ ଚାଳିତ ଇ-ବାଇକ

କଟକ: ତ୍ରିଶୂଳିଆ ନେତାଜୀ ସୁଭାଷ ବୋଷ ସେତୁ ଉପରେ ଜଳିଗଲା ବ୍ୟାଟେରୀ ଚାଳିତ ଇ-ବାଇକ। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡ଼ି ଚାଳକ। ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ। ବାରଙ୍ଗ ଫକୀରପଡା ଗାଁର ସିଦ୍ଧାର୍ଥ ପ୍ରସାଦ ସାହୁଙ୍କ ଇ-ବାଇକ ସଂପୂର୍ଣ୍ଣ ଜଳିଯାଇଛି। ସକାଳୁ କିଛି କାର୍ଯ୍ୟରେ କଟକ ଯାଉଥିବା ବେଳେ ତ୍ରିଶୂଳିଆ ନେତାଜୀ ସୁବାଷ ବୋଷ ସେତୁ ଉପରେ ହଠାତ୍‌ ବାଇକରେ ନିଆଁ ଲାଗିଯାଇଥିଲା।

ସିଦ୍ଧାର୍ଥ ତୁରନ୍ତ ବାରଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। । ତେବେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି।

7 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବେଆଇନ ଗଞ୍ଜେଇ ଚାଷ ନଷ୍ଟ

0

ବାଲିଗୁଡା: କନ୍ଧମାଳରେ ନୀଳ ଜହର ଅପରେସନ । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । କେ.ନୂଆଗାଁ ଥାନା ଅନ୍ତର୍ଗତ ପାଇବାର ସାହି, ବଲମପଦର ଆଦି ଅଞ୍ଚଳର ୭୯ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି ।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ କେ.ନୁଆଗାଁ ଥାନା ଅଧିକାରୀ, ଏସଆଇଙ୍କ ସମେତ ସଶସ୍ତ୍ର ପୋଲିସ ବାହିନୀ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରି ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତିି । ଯାହାର ଆନୁମାନିକ ମୂଲ୍ୟ ୭ କୋଟି ୯୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ମିଥ୍ୟା ଅଭିଯୋଗରେ ବିଜେଡି ନେତା ଭବ ପ୍ରସାଦ ଦାସ ଗିରଫ

ଯାଜପୁର: ମନ୍ଥର ଗତିରେ ଚାଲିଥିବା ବିରଜା ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦାବିରେ ଆନ୍ଦୋଳନ କରିବାରୁ ଗିରଫ ହେଲେ ବରିଷ୍ଠ ବିଜେଡି ନେତା ତଥା ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ। ଯାଜପୁର ଟାଉନ ଥାନା ପୋଲିସ ଭବପ୍ରସାଦଙ୍କୁ ଗିରଫ କରିଛି। ବିଭିନ୍ନ ମିଥ୍ୟା ମୋକଦ୍ଦମା ଲଗାଇ ପୋଲିସ ଗିରଫ କରିଥିବା ଅଭିଯୋଗ ହୋଇଛି।

ଭବଙ୍କୁ ଗିରଫ ପାଇଁ ଡିଆଇଜିଙ୍କ ସହିତ ୨୮ ପ୍ଲାଟୁନ ପୋଲିସ ଫୋର୍ସ ଡେରା ପକାଇଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ମା ବିରଜାଙ୍କ ପରିକ୍ରମା ପ୍ରକଳ୍ପ କାମ ଜୋରସୋରରେ ଚାଲୁଥିବା ବେଳେ ଏବେ ସଂପୁର୍ଣ୍ଣ ଠପ ହୋଇଯାଇଛି। ଯାହାକୁ ନେଇ ମାଆ ବିରଜା ସେବାୟତ ପରିଷଦ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଯେଉଁ ଲକ୍ଷ୍ୟ ନେଇ ମା ବିରଜାଙ୍କ ପରିକ୍ରମା ପ୍ରକଳ୍ପ ଆରମ୍ଭ କରାଯାଇଥିଲା, ତାହା ଆଗଉ ନଥିବାରୁ ଏହି ପ୍ରକଳ୍ପ ସମ୍ପୁର୍ଣ୍ଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପାଇଁ ହେବାକୁ ଥିବା ବିଭିନ୍ନ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଶୌଚାଳୟ ଠାରୁ ଆରମ୍ଭ କରି ଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ କାମ ସରିପାରିନି । ଅନ୍ୟପଟେ ଏହି ପରିକ୍ରମା ପ୍ରକଳ୍ପ ପାଇଁ ଅଧିକୃତ ଜମିକୁ ଜବରଦଖଲକାରୀ ମାନେ ଜବରଦଖଲ କରିବା ଆରମ୍ଭ କଲେଣି । ଏପରିକି କିଛି ବ୍ୟବସାୟୀ ହାଟ କରିବା ପାଇଁ ଜିଦ ଧରି ବସିଛନ୍ତି ।

ତେଣୁ ଏହି ବ୍ୟବସାୟୀଙ୍କୁ ଯଦି ଏଠାରେ ହାଟ କରିବାକୁ ଅନୁମତି ଦିଆଯାଏ ତେବେ ଏହି ପ୍ରକଳ୍ପ ପାଇଁ ଜମି ଛାଡିଥିବା ପରିବାର ପୁଣି ଦଖଲ କରିବାକୁ ଉଦ୍ୟମ କରିବେ ବୋଲି ସେବାୟତ ପରିଷଦ ପକ୍ଷରୁ କୁହାଯାଇଛି । ତେଣୁ ଯଥା ଶିଘ୍ର ଏହି ପ୍ରକଳ୍ପ କାମକୁ ଶେଷ କରାନଗଲେ ଆଗକୁ ପରିସ୍ଥିତି ଅଶାନ୍ତ ହେବ ବୋଲି କୁହାଯାଇଛି। ଅନ୍ୟପଟେ ସମ୍ବଲପୁରରେ ମହିଳା ସପଇନ୍ସପେକ୍ଟରଙ୍କୁ ମାଡ଼ ମାରିଥିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ତାଙ୍କ ଆଗୁଆ ଜାମିନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। କିନ୍ତୁ ପୋଲିସ ଜୟ ନାରାୟଣଙ୍କୁ ଏଯାଏଁ ଗିରଫ କରୁନି। ଅପରପକ୍ଷରେ ବିରଜା ପ୍ରକଳ୍ପ ଭଳି ଏକ ମହତ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଆନ୍ଦୋଳନ କରିବାରୁ ଭବ ପ୍ରସାଦ ଦାସଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ଗାଡି ଭଡା ନେଇ ଲୁଟୁଥିଲେ, ନକଲିଙ୍କୁ ବାନ୍ଧିଲା ଅସଲି ପୋଲିସ

ନୂଆପଡା: ନକଲି ପୋଲିସକୁ ବାନ୍ଧିଲା ପୋଲିସ । ତିନି ଲୁଟେରାଙ୍କୁ କାବୁ କରିବା ପରେ ପୂରା ଘଟଣା ସାମନାକୁ ଆସିଛି । ଖବର ଅନୁସାରେ ଗିରଫ ତିନି ଜଣ ନୂଆଁପଡ଼ା ଜିଲ୍ଲାରୁ ଭଡ଼ା ସୂତ୍ରରେ ଏକ ବୋଲେରୋ ଯୋଗେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଗାଁକୁ ଆସିଥିଲେ । ତେବେ ମୁରିବାହାଲ ଗାଁର ଏକ ନିଛାଟିଆ ଜାଗାରେ ବୋଲେରୋ ମାଲିକଙ୍କୁ ଧମକ ଦେଇ ଗାଡ଼ି ଲୁଟିବା ପାଇଁ ଉଦ୍ୟମ କରିଥିଲେ ।

କିନ୍ତୁ ଏଥିରେ ବିଫଳ ହୋଇ ଧରା ପଡ଼ିଥିଲେ ୩ ଜଣ ଲୁଟେରା । ଦୁର୍ବୃତ୍ତମାନଙ୍କୁ ମୁରିବାହାଲ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କଲା । କିନ୍ତୁ ପୋଲିସ ତଦନ୍ତରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ ପରି ଅନେକ କଥା ସାମନାକୁ ଆସିଥିଲା । ଦୁର୍ବୃତ୍ତଙ୍କ ବ୍ୟାଗରୁ ବାହାରିଥିଲା ପୋଲିସକୁ ଚକ୍କମା ଦେଲା ଭଳି ସାମଗ୍ରୀ । ଲୁଟେରାଙ୍କ ବ୍ୟାଗରୁ ଭୁବନେଶ୍ୱର ସ୍ପେଶାଲ୍ ବ୍ରାଞ୍ଚ ଆଇଜି ରାଙ୍କର ପୋଲିସ ପୋଷାକ, ୭ଟି ମୋବାଇଲ, ବ୍ୟାଙ୍କ୍ ଚେକ୍, ପାସବୁକ୍, ଏଟିମ୍ କାର୍ଡ, ଏବଂ ଧାରୁଆ ଖିଅର ହେବା ଖୁରା ସହ ଅନ୍ୟନ୍ୟ ଜିନିଷ ବାହାରିଲା । ଶେଷରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ମୁରିବାହାଲ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମୁରିବାହାଲ ଥାନା ବଡଉଡ଼ାର ଗାଁର ଅମର ଦାସ, ବରଗଡ଼ ଜିଲ୍ଲା ସନରାପାଲି ଗାଁର ଓକିଲ କୁମ୍ଭାର ଏବଂ ଉତ୍ତର ପ୍ରଦେଶ ମୌଉ ଜିଲ୍ଲା ରାଣୀପୁର ଥାନାର ଶିବୁ କାଉଁନଜିଆ ।

ଏନେଇ ଆଜି ମୁରିବାହାଲ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ । ସାମ୍ବାଦିକ ସମ୍ମିଳନୀ ପରେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ମୁରିବାହାଲ ପୋଲିସ ।

ଆଜି ପ୍ରଥମାଷ୍ଟମୀ, ପୋଢୁଆଁ ହେବେ ତିନି ଠାକୁର

ଭୁବନେଶ୍ବର: ଆଜି ପ୍ରଥମାଷ୍ଟମୀ । ପୋଢୁଆଁ ହେବେ ବଡ଼ ଠାକୁର ପ୍ରଭୁ ଶ୍ରୀ ବଳଭଦ୍ର । ତାଙ୍କ ସହିତ ସାନ ଭାଇ ମହାପ୍ରଭୁ ଜଗନ୍ନାଥ, ମାଆ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ମଧ୍ୟ ପୋଢୁଆଁ ହେବେ । ଏନେଇ ମହାପ୍ରଭୁଙ୍କ ମାମୁଘର ନିଆଳି ମାଧବାନନ୍ଦଙ୍କ ମନ୍ଦିରରୁ ଆସିଛି ପୋଢୁଆଁ ଭାର l ପାଟ ମଠା ସାଙ୍ଗକୁ ବିଭିନ୍ନ ସାମଗ୍ରୀ ନେଇ ଏକ ପଟୁଆରରେ ଶ୍ରୀକ୍ଷେତ୍ରରେ ଗତକାଲି ପହଞ୍ଚିଥିଲେ ସେବାୟତ ଓ ସ୍ଥାନୀୟ ଲୋକେ ।

ଗୁଣ୍ତିଚା ମନ୍ଦିରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ପତାକା, ପାରମ୍ପରିକ ବାଦ୍ୟ, ନୃତ୍ୟରେ ପାଇକ ଆଖଡା, ରାମତାଳି, ଲଉଡି, ଘୋଡ଼ା ନାଚ ସାଙ୍ଗକୁ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂକୀର୍ତ୍ତନରେ ଆସିଥିଲେ । ଏହି ପୋଢୁଆଁ ଭାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିଆଯାଇଥିଲା । ଗତକାଲି ଶ୍ରୀଜିଉ ପୋଢୁଆଁ ହେବେ ।.