spot_img
Home Blog Page 1357

ଦୂର ହେବ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ଗୋଟିଏ କମ୍ପାନୀ ସଶସ୍ତ୍ର ପୋଲିସ । ତିଆରି ହେବ ୧୩୧ ଜଣିଆ ଏକ ଡେଡିକେଟେଡ ଆର୍ମଡ ପୋଲିସ ରିଜର୍ଭ କମ୍ପାନୀ । ଏଥିପାଇଁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ । ତିଆରି ହେବାକୁ ଥିବା ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ଜଣ ସବ୍ ଇନସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ଼୍ରାଇଭର ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର ରହିବେ । ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ । ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ ପୋଲିସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।

ମୁଖ୍ୟତଃ ମହିଳା ମାନଙ୍କୁ ପ୍ରଭାବିତ କରୁଛି ଏହି ଭାଇରସ, ଆାକ୍ରାନ୍ତଙ୍କ ସଂଖ୍ୟା ୪୦୦ ଛୁଇଁଲା

ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ଡ଼ରାଇଲାଣି  ଆଉ ଏକ ନୂଆ ଭାଇରସ ।   ବ୍ୟାପୁଥିବା ଏହି ଭାଇରସଟି ମୁଖ୍ୟତଃ ଉଗାଣ୍ଡର ବୁଣ୍ଡିବୁଗୁ ଜିଲ୍ଲାରେ ଅଧିକ ମାତ୍ରାରେ  ବ୍ୟାପି ଚାଲିଛି ।  ଏହି ରହସ୍ୟମୟ ରୋଗ ମୁଖ୍ୟତଃ ମହିଳା ଓ ଝିଅ ମାନଙ୍କୁ ବେଶୀ ପ୍ରଭାବିତ କରୁଛି ।  ଜୀବାଣୁର ନାମ ହେଉଛି  ଡ଼ିଙ୍ଗା ଡ଼ିଙ୍ଗା ଭାଇରସ ।  ରିପୋର୍ଟ ଅନୁଯାୟୀ, ଉଗାଣ୍ଡର ବୁଣ୍ଡିବୁଗୁ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ଅଜବ ଜୀବାଣୁ ଦେଖାଦେଇଛି ।  ଏହି ରୋଗର ଅନେକ ପ୍ରକାର ଲକ୍ଷଣ ଦେଖାଦେଉଛି ।  ଯେପରିକି  ପୀଡ଼ିତ ଲୋକମାନେ ଜ୍ବର, ମୁଣ୍ଡବ୍ୟଥା, ଅତ୍ୟଧିକ ଦୁର୍ବଳତା ଅନୁଭବ କରିବା ସହ ଅଚେତ ମଧ୍ୟ ହୋଇଯାଉଛନ୍ତି ।  ପୀଡ଼ିତଙ୍କ  ଠିଆ ହେବା ଚାଲିବା  ପ୍ରାୟ ଅସମ୍ଭବ ହୋଇଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ  ଏହି ରୋଗ ଆାଫ୍ରୀକିୟ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବତ୍ତର୍ମାନ ପର୍ଯ୍ୟନ୍ତ ୪୦୦ ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହାଇସାରିଛନ୍ତି ମାତ୍ର କାହାର ମୃତ୍ୟୁ ହୋଇନାହିଁ । ରେଗ କୁ ରୋକିବା ପାଇଁ ଆବଶ୍ୟକୀୟ ଓୗଷଧ ଏବଂ ଟୀକା ମଧ୍ୟ ପ୍ରଦାନ କରାଯାଉଛି । ସାଇଣ୍ଟିଫିକ ଟିମ ସେଠାରେ ପହଞ୍ଚି ଅଧିକ ଗବେଷଣା ଜାରି ରଖିଛନ୍ତି ।

 

ସଂସଦରେ ପଡି ଯାଇ ଆହତ ସାଂସଦ ପ୍ରତାପ ଷଡଙ୍ଗୀ, କହିଲେ ରାହୁଲ ଠେଲିଦେଲେ

ନୂଆଦିଲ୍ଲୀ: ସଂସଦରେ ପ୍ରତାପ ଷଡ଼ଙ୍ଗୀ ଆହତ । ଗୃହରେ ଥିବା ସିଡିରୁ ପଡ଼ିଗଲେ ପ୍ରତାପ ଷଡ଼ଙ୍ଗୀ । ସଂସଦରେ ଠେଲାପେଲା ପରେ ଜଣେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡ଼ିଯାଇଥିଲେ । ରାହୁଲ ଗାନ୍ଧୀ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ।

ସଂସଦର ପ୍ରବେଶ ପଥରେ ବିକ୍ଷୋଭ ଚାଲିଥିଲା । ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ । ସାଂସଦ ଜଣଙ୍କ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡ଼ିଯାଇଥିଲେ । ବିରୋଧୀ ଆମ୍ଵେଦକର ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ହ୍ବିଲଚେୟାରରେ ବସାଇ ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଚିକିତ୍ସା ପାଇଁ ନିଆଯାଇଛି  ।

https://x.com/ANI/status/1869620697074668006?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1869620697074668006%7Ctwgr%5Eb6bf738e995d0bddb03e0175b776254e82ac3ded%7Ctwcon%5Es1_&ref_url=https%3A%2F%2Fenglish.jagran.com%2Findia%2Fbjp-mp-pratap-chandra-sarangi-injury-pushed-by-rahul-gandhi-parliament-session-br-ambedkar-remark-congress-constitution-10207640

ସେପଟେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଭାଜପା ସାଂସଦ ତାଙ୍କୁ ଧମକାଇଛନ୍ତି  । ସଂସଦର ମୁଖ୍ୟ ପ୍ରବେଶ ଦ୍ବାର ମକରଦ୍ବାରରେ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା  । କଂଗ୍ରେସ ଅଧ୍ୟକ୍ଷ ମଲିକ୍କାର୍ଜୁନ ଖଡଗେ ମଧ୍ୟ କହିଛନ୍ତି ବିଜେପି ସାଂସଦ ମାନେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଜାଣିଶୁଣି ଠେଲାପେଲ୍ଲା କରିଥିଲେ  । ଏହାରି ମଧ୍ୟରେ ସଂସଦର ଉଭୟ ଗୃହ ଦିନ ୨ଟା ପର୍ଯ୍ୟନ୍ତ ମୂଲତବୀ କରାଯାଇଛି  ।

ସଂସଦର ଶୀତକାଳୀନ ଅଧିବେଶନର ଆଜି ୧୯ତମ ଦିନ ଅଟେ  । ବାବା ସାହେବ ଆମ୍ବେଦକରଙ୍କୁ ଅପମାନ ନେଇ ବିବାଦ ଜାରି ରହିଛି  । ବିରୋଧୀ ସାଂସଦ ସଂସଦ ବାହାରେ ବିରୋଧ ମାର୍ଚ୍ଚ କରିଛନ୍ତି  । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ନୀଳ ପୋଷାକ ପିନ୍ଧି ସଂସଦରେ ପହଞ୍ଚିଛନ୍ତି  ।

ପୁରୀ କ୍ଲକ ରୋଡ ସ୍ଥିତ ଦେବୀ ଫ୍ଲେକ୍ସ ପ୍ରିଣ୍ଟ ଦୋକାନରେ ନିଆଁ

ନନ୍ଦିଘୋଷ ବ୍ୟୁରୋ: ପୁରୀର କ୍ଲକ ରୋଡ ସ୍ଥିତ ଦେବୀ ଫ୍ଲେକ୍ସ ପ୍ରିଣ୍ଟ ଦୋକାନରେ ନିଆଁ । ସର୍ଟସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି । ଅଗ୍ନିକାଣ୍ଡରେ ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ଫ୍ଲେକ୍ସ କେମିକାଲ ଆଦି ଜଳିବା ଯୋଗୁଁ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଗତକାଲି ପୁରୀ ମଙ୍ଗଳାଘାଟ ନିକଟରେ ଏକ ସାବୁନ ଫ୍ୟାକ୍ଟିରିରେ ନିଆଁ ଲାଗିଥିବା ବେଳେ ଆଜି କ୍ଲକ ରୋଡ ନିକଟ ଏକ ଫ୍ଲେକ୍ସ ଦୋକାନରେ ନିଆଁ ଲାଗିଛି । ଅଗ୍ନିକାଣ୍ଡରେ ଅନେକ ଆସବାବପତ୍ର, ଫ୍ଲେକ୍ସ ମେସିନ ସହ ଅନ୍ୟାନ୍ୟ ସାମଗ୍ରୀ ପୋଡି ହୋଇଯାଇଛି । ଆଜି ସକାଳୁ ସକାଳୁ ଏହି ଫ୍ଲେକ୍ସ ଦୋକାନରେ ନିଆଁ ଲାଗିଥିବାର ଦେଖି ଫ୍ଲେକ୍ସ ଦୋକାନ ମାଲିକ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର ୨ଟି ଟିମ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିଥିଲେ । ୨ ଦିନରେ ଦୁଇଟି ଜାଗାରେ ନିଆଁ ଲାଗିବା ହେତୁ ପୁରୀବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଭାରତ ଫେରିବା ପରେ ଅଶ୍ବିନୀଙ୍କୁ ଏମିତି ସ୍ବାଗତ କଲେ ପତ୍ନୀ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନୀଙ୍କ ଅବସର ଅନେକ କ୍ରିକେଟ ପ୍ରମେୀଙ୍କ ମନରେ ଦୁଃଖ ଆଣିଛି ନିଶ୍ଚୟ । ଏଥର ଆଉ ମଇଦାନରେ ଦେଖିବାକୁ ମିଳିବନି କ୍ୟାରାମ ବଲ । ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅଶ୍ବିନୀ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବର୍ଡର ଗାଭାସ୍କର ଟ୍ରଫି ଖେଳୁଥିବାବେଳେ ଅଶ୍ବିନୀ ଏଭଳି ନିଷ୍ପତ୍ତି ଶୁଣାଇଥିଲେ । ଏବେ ଅବସର ଘୋଷଣା ପରେ ଭାରତ ଫେରିଛନ୍ତି ଅଶ୍ବିନୀ । କାରଣ ପ୍ରେସମିଟରେ ଅଶ୍ବିନୀ ଘୋଷଣା କରିଥିଲେ କି ସେ ଭାରତ ଯିବାକୁ ଚାହୁଁଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜର ଆଉ ୨ଟି ମ୍ୟାଚ ବାକି ଥିବାବେଳେ ଘରକୁ ଫେରିଛନ୍ତି । ଚେନ୍ନାଇ ଏୟାରପୋର୍ଟରେ ଅଶ୍ବିନୀଙ୍କୁ ନେବା ପାଇଁ ୨ ଝିଅ ଏବଂ ପତ୍ନୀ ରହିଥିଲେ ।

ଅଶ୍ବିନୀ ଭାରତ ପ୍ରତ୍ୟାବର୍ତ୍ତନ କରୁଥିବା ଖବର ପାଇବା ପରେ ଚେନ୍ନାଇ ଏୟାରପୋର୍ଟରେ ଫ୍ୟାନ୍ସମାନେ ମଧ୍ୟ ଭିଡ଼ ଜମାଇଥିଲେ । ଅଶ୍ବିନୀଙ୍କ ଭବ୍ୟ ସ୍ବାଗତ କରାଯିବା ସହ ସେ କଳା ରଙ୍ଗର ଭଲଭୋ କାରରେ ବସି ଘରକୁ ଯାଇଥିଲେ । ଯାହାର ମୂଲ୍ୟ ୧ କୋଟି ହେବ । ସେପଟେ ଘରେ ପହଞ୍ଜିବା ପରେ ତାଙ୍କୁ ମଧ୍ୟ ସୋସାଇଟ୍ ଲୋକେ ସ୍ବାଗତ କରିଥିଲେ । ବାପା ଘରୁ ଆସି ଅଶ୍ବିନୀଙ୍କୁ ଆଲିଙ୍ଗନ କରିଥିଲେ । ସେପଟେ ଫ୍ୟାନ୍ସମାନେ ଅଟୋଗ୍ରାଫ ମଧ୍ୟ ସେଠାରେ ନେଇଥିବା ଦେଖିବାକୁ ମିଳିଥିଲା ।

ବାୟୁପ୍ରଦୂଷଣକୁ ନଜରରେ ରଖି ଶିକ୍ଷା ବ୍ୟବସ୍ଥାରେ ସରକାର ଆଣିଲେ ପରିବର୍ତ୍ତନ

ନନ୍ଦିଘୋଷ ବ୍ୟୁରୋ:  କ୍ରମାଗତ ଭାବରେ ବଡୁଥିବା ବାୟୁପ୍ରଦୂଷଣ ପିଲାଠୁ ଆରମ୍ଭ କରି ବୁଢା ପର୍ୟ୍ୟନ୍ତ ସମସ୍ତ ବର୍ଗ ର ଲୋକଙ୍କୁ ହନ୍ତସନ୍ତ କଲାଣି । ଏହାଫଳରେ ବିଶେଷକରି ପିଲାମାନଙ୍କର ବିଗୁଡ଼ୁଥିବା ସ୍ବାସ୍ଥ୍ୟ କୁ ନଜରରେ ରଖି ହରିୟାଣା ସରକାର ଆଣିଛନ୍ତି କିଛି ପରିବତ୍ତର୍ନ । ବାୟୁପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିବା ହେତୁ ହରିୟାଣା ସରକାର କରିଛନ୍ତି ଘୋଷଣା । ଛାତ୍ରଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ନଜର ରେ ରଖି ସରକାର ତାଙ୍କର ଶିକ୍ଷା ପଦ୍ଧତିରେ ଆଣିଛନ୍ତି ପରିବର୍ତ୍ତନ । ହରିୟାଣା ସରକାରଙ୍କ ଶିକ୍ଷା ବିଭାଗ ଗୁରୁଗ୍ରାମ ଏବଂ ଫରିଦାବାଦର ସମସ୍ତ ବିଦ୍ୟାଳୟର ୯ମରୁ ଏକାଦଶ ପର୍ୟ୍ୟନ୍ତ ପିଲାମାନଙ୍କର ହାଇବ୍ରିଡ଼୍ ମୋଡ଼ରେ କ୍ଳାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁଗ୍ରାମ ଏବଂ ଫରିଦାବାଦର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ନିର୍ଦ୍ଦେଶ ନାମା ଦିଆଯାଇଛି । ଆଦେଶ ଅନୁଯାୟୀ ନବମ ଏବଂ ଏକାଦଶ ପର୍ୟ୍ୟନ୍ତ ଶ୍ରେଣୀଗୁଡ଼ିକ ହାଇବ୍ରିଡ଼ ମୋଡ଼୍ ( ଉଭୟ ଶାରୀରିକ ଏବଂ ଅନଲାଇନ) ପ୍ରକ୍ରିୟା ରେ ପରିଚାଳିତ ହେବ ।

ହରିୟାଣାର ଗୁରୁଗ୍ରାମରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏଜଇଚ ୪ (ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍) କାର୍ୟ୍ୟକାରୀ ହେବା ପରେ ଏହି ପଦକ୍ଷେପ ନିଆଯାଇଛି ଜ୍ଝ ଗୁରୁଗ୍ରାମ ଡିସି ଅଜୟ କୁମାର ଏନେଇ ଅଧିକାରୀମାନଙ୍କୁ ଏଜଇଚ ୪ ପ୍ରତିବନ୍ଧକକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଜଇଚ ୪ ଆଦେଶ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ଅଫିସ୍ ସମୟ ପରିବର୍ତ୍ତନ, ଘରୋଇ ଅନୁଷ୍ଠାନରେ ଘରୁ କାମ, ବିଦ୍ୟାଳୟରେ ହାଇବ୍ରିଡ୍ ମୋଡ୍ କ୍ଲାସ୍, ନିର୍ମାଣ ଏବଂ ଭାଙ୍ଗିବା କାର୍ୟ୍ୟକଳାପ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି।

ଏହି ଆଦେଶରେ କୁହାଯାଇଛି, “ଏଜଇଚ ୪ ପ୍ରତିବନ୍ଧକ ଅନୁଯାୟୀ, ରାଜପଥ ଏବଂ ଫ୍ଲାଏଓଭର ସମେତ ଜିଲ୍ଲାରେ ସରକାରୀ ତଥା ବେସରକାରୀ ନିର୍ମାଣ ତଥା ଭାଙ୍ଗିବା କାର୍ୟ୍ୟ ଉପରେ ପ୍ରତିବନ୍ଧକ ଲଗାଯିବ। ଅଣଓସାରିଆ ରାସ୍ତାରେ ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଯାନ ଉପରେ ନିଷେଧାଦେଶ ରହିବ। ଅଳିଆ ଆବର୍ଜନା ଜାଳିବା ଉପରେ ଏକ ନିଷେଧାଦେଶ ରଖାଯିବ ଏବଂ ପଲିଥିନ ଏବଂ ପ୍ରଦୂଷିତ ପଦାର୍ଥ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ରହିବ।

 

ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଖଣ୍ଡପଡା ବ୍ଲକ ପରିସରରେ ଧାରଣା

ନନ୍ଦିଘୋଷ ବ୍ୟୁରୋ: ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ ଖଣ୍ଡପଡା ବ୍ଲକ ପରିସରରେ ଧାରଣା । ଖଣ୍ଡପଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଓ ସୁପର ଭାଇଜରଙ୍କ ବିରୋଧରେ ବ୍ଲକ ପରିସରରେ ଧାରଣା ଦିଆଯିବା ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଖଣ୍ଡପଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କେ କେଟେଶ୍ୱରି ଓ ସୁପରଭାଇଜର ଲକ୍ଷ୍ମୀ ବସନ୍ତରାୟଙ୍କ କାର୍ଯ୍ୟକଳାପକୁ ନେଇ ବ୍ଲକ୍ ଅଙ୍ଗନୱାଡି କର୍ମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଉଭୟ ଅଧିକାରିଣୀଙ୍କ ବିରୋଧରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଖଣ୍ଡପଡା ବ୍ଲକ କାର୍ଯ୍ୟଳୟ ପରିସରରେ ଧାରଣା ଦିଆଯାଇଥିଲା । ଧାରଣାସ୍ଥଳରେ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ଉପସଭାପତି ନିରଞ୍ଜନ ଦାସ, ନୟାଗଡ ଜିଲ୍ଲା ମହିଳା ସଭାନେତ୍ରି କନକଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଦିଆଯାଇଛି । ୧୫ ଦିନ ମଧ୍ୟରେ ସିଡିପିଓ ଓ ସୁପର ଭାଇଜରଙ୍କ ବିରୁଦ୍ଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାନଯାଏ । ତେବେ ଆନ୍ଦୋଳନକୁ ତିବ୍ରତର କରାଯିବା ସହ ଉଚ୍ଚ ନ୍ୟାୟାଳୟରେ ମାମଲା କରାଯିବ ବୋଲି ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି କହିଛନ୍ତି।

ଏଠାରେ ଶସ୍ତାରେ ମିଳୁଛି ପିଆଜ, ଆସନ୍ତୁ ନେଇ ଯାଆନ୍ତୁ !

ନନ୍ଦିଘୋଷ ବ୍ୟୁରୋ: ପିଆଜ ଦର ଆକାଶ ଛୁଆଁ ଥିବା ବେଳେ ଶାଗ ମାଛ ଦରରେ ପିଆଜ ବସ୍ତା ବିକ୍ରି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବହୁଗ୍ରାମ ଶମ୍ଭୁପୁର ଆମ୍ବତୋଟା ପଡିଆରେ । ନାସିକରୁ ଆସିଥିବା ଏକ ପିଆଜ ଟ୍ରକ ପଚି ନଷ୍ଟ ହୋଇଯିବାରୁ ସେଗୁଡିକୁ ଏହି ଠାରେ ଖାଲି କରାଯାଇଥିଲା । ପିଆଜ ଗୁଡିକୁ କମ ଦାମରେ ବିକ୍ରି କରାଯାଇଥିଲା । ପଚାଶଢ଼ା ପିଆଜକୁ ବସ୍ତା ପ୍ରତି ୨ଶହ ଟଙ୍କା, ଟିକେ ଭଲଥିବା ପିଆଜ ବସ୍ତା ୩ଶହ ଏବଂ ଅତି ଭଲଥିବା ପିଆଜ ବସ୍ତା ୫ଶହ ଟଙ୍କାରେ ବିକ୍ରି କରାଯାଇଥିଲା । ପିଆଜ କିଣିବାକୁ ଲୋକଙ୍କ ଭିଡ ଜମିଥିଲା ।

କେମିତି ଘଟିଲା ମୁମ୍ଵାଇ ଉପକୂଳରେ ବଡ଼ ଅଘଟଣ ?

ନନ୍ଦିଘୋଷ ବ୍ୟୁରୋ: କେମିତି ଘଟିଲା ମୁମ୍ଵାଇ ଉପକୂଳରେ ବଡ଼ ଅଘଟଣ । ଯାନ୍ତ୍ରୀକ ତୃଟି ନାଁ ମନୁଷ୍ୟକୃତ ଭୁଲ। କାହାର ଅବହେଳାରୁ ଚାଲିଗଲା ୧୩ ଜଣଙ୍କ ଜୀବନ। ବିଭିନ୍ନ ଦିଗକୁ ନେଇ ନୌସେନା ଓ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଗତକାଲି ଘଟିଥିଲା ଏହି ବଡ଼ ଅଘଟଣ। ବୋଟ ବୁଡ଼ିଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ନୌସେନା ଅଧିକାରୀ ଥିବା ବେଳେ, ୧୦ ଜଣ ସାଧାରଣ ନାଗରିକ ଅଛନ୍ତି। ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ଏଲିଫେଣ୍ଟା କେଭସ୍ ଦେଖିବାକୁ ଯିବା ବେଳେ ବୋଟକୁ ଧକ୍କା ଦେଇଥିଲା ଅନ୍ୟ ଏକ ସ୍ପିଡ୍ ବୋଟ୍। ବୋଟଟି ବୁଡିଯିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ କୋଷ୍ଟ ଗାର୍ଡ ସହାୟତାରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିଲା।

 

ଭାରତରେ ଚାଲିଛି ପାକିସ୍ତାନୀ ବେଟିଂ ଆପ୍ ମାଲିକଙ୍କ ରାଜୁତି

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସେଲିବ୍ରେଟିଙ୍କୁ ମୋହରା ବନାଇଛନ୍ତି ପାକିସ୍ତାନୀ ବେଟିଂ ଆପ୍ ମାଲିକ । ଟଙ୍କା ଦେଖଇ ଭାରତରେ ଚାଲିଛି ପାକିସ୍ତାନି ଆପ୍ ମାଲିକଙ୍କ ରାଜୁତି । ଏହି ପ୍ରସଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଛି ଜୋରଦାର ପ୍ରଚାର । ଭାରତରେ ଚାଲିଥିବା ଏହି ଠକାମି ର ଖୁଲାସା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡ଼ି) ଦ୍ବାରା କରାଯାଇଥିବା ତଦନ୍ତ ରୁ ଜଣାପଡ଼ିଛି । ସୂଚନା ଅନୁସାରେ ଭାରତରେ ଚାଲିଥିବା ମ୍ୟାଜିକ୍ବିନ୍ ବେଟିଂ ଆାପ୍ ଟି ଜଣେ ପାକିସ୍ତାନୀ ନାଗରିକଙ୍କର ଅଟେ । ଭାରତରେ ନିଜ ଆାପ ର ପ୍ରମୋସନ ପାଇଁ ରଚାଯାଇଥିବା ଷଡ଼ଯନ୍ତ୍ରରେ ଫସିଯାଇଛନ୍ତି ଅନେକ ଭାରତୀୟ ଅଭିନେତ୍ରୀ । ମ୍ୟାଜିକ୍ୱିନ୍ ବେଟିଂ ଆପ୍ ମାମଲାରେ ଇଡି ପ୍ରଥମ ଥର ପାଇଁ ପାକିସ୍ତାନୀ ଲିଙ୍କ ଆବିଷ୍କାର କରିଛି।

ସୂତ୍ରରୁ ପ୍ରକାଶ ଯେ ଦୁବାଇ ଦେଇ ଭାରତରୁ ପାକିସ୍ତାନକୁ ଟଙ୍କା ପଠାଯାଇଥିଲା। ଉଭୟ ବଡ଼ ଏବଂ ଛୋଟ ପରଦାରୁ ଅଭିନେତା ଏବଂ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ମ୍ୟାଜିକୱିନକୁ ପ୍ରୋତ୍ସାହିତ କରିଥିଲେ। ଏଥିରେ ସାମିଲ ଥିବା ସେଲିବ୍ରେଟି ମାନଙ୍କୁ ଇଡ଼ି ଡ଼ାକି ପଚରାଉଚରା କରୁଛି । ନିକଟରେ ଇଡି ଅଭିନେତା ମଲ୍ଲିକା ଶେରାୱତ ଏବଂ ପୂଜା ବାନାର୍ଜୀଙ୍କୁ ପ୍ରଶ୍ନ କରିସାରିଛି। ଏହି ସପ୍ତାହ ଶେଷରେ ଅନ୍ୟ ଦୁଇଜଣ ସେଲିବ୍ରିଟିଙ୍କୁ ଇଡି ଡକାଇଥିବା ବେଳେ ଆସନ୍ତା ସପ୍ତାହରେ ଅତି କମରେ ସାତଜଣ ସେଲିବ୍ରିଟିଙ୍କୁ ଡକାଯିବର ସୂଚନା ମିଳିଛି ।

ଗତ ୬ ମାସ ମଧ୍ୟରେ ଇଡି ଏହି ମାମଲାରେ ୬୭ ଟି ସ୍ଥାନରେ ଚଢ଼ାଉ କରିଛି। ଗତ ସପ୍ତାହରେ ଦିଲ୍ଲୀ, ମୁମ୍ବାଇ ଏବଂ ପୁଣେରେ ମ୍ୟାଜିକୱିନ୍ ମାମଲା ସହ ଜଡିତ ଥିବା ୨୧ ଟି ସ୍ଥାନ ଉପରେ ଇଡି ଚଢ଼ାଉ କରି ପ୍ରାୟ ୩.୫୫ କୋଟି ଟଙ୍କା ଜବତ କରିଥିଲା। ତଦନ୍ତ ବେଳେ ଇଡି ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ମ୍ୟାଜିକୱିନ୍ ହେଉଛି ଏକ ବେଟିଂ ୱେବସାଇଟ୍ ଯାହା ଏକ ଗେମ୍ ୱେବସାଇଟ୍ ଭାବରେ ଦର୍ଶାଯାଇଛି। ଏହା ଦୁବାଇରେ ରହୁଥିବା ଭାରତୀୟ ନାଗରିକଙ୍କ ଦ୍ୱାରା ପରିଚାଳିତ ହେଉଛି।