spot_img
Home Blog Page 1356

ମୁମ୍ବାଇ ଓର୍ଲିରେ ହାଇଭୋଲଟେଜ ଟକ୍କର ; ମିଲିନ୍ଦ ଦେଓରା ଓ ଆଦିତ୍ଯ ଠାକରେଙ୍କ ମଧ୍ଯରେ କାଣ୍ଟେ କି ଟକ୍କର

ନନ୍ଦିଘୋଷ ବ୍ୟୁରୋ: ଏଥର ମୁମ୍ବାଇ ଓର୍ଲିରେ ହାଇଭୋଲଟେଜ ଟକ୍କର। ଶିବସେନା ନେତା ମିଲିନ୍ଦ ଦେଓରା ଓ ଶିବସେନା ୟୁବିଟି ନେତା ଆଦିତ୍ଯ ଠାକରେଙ୍କ ମଧ୍ଯରେ କାଣ୍ଟେ କି ଟକ୍କର। ଦୁଇ ପ୍ରାର୍ଥୀଙ୍କ ମଧ୍ଯରେ କଥା କଟାକଟି ଚାଲିଥିବାବେଳେ ଆଦିତ୍ଯଙ୍କୁ ଟାର୍ଗେଟ କରିଛନ୍ତି ମିଲିନ୍ଦ। ମୁମ୍ବାଇର ବିକାଶରେ ଆଦିତ୍ଯ ବାଧା ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ମିଲିନ୍ଦ।ଗତ ଜାନୁଆରୀରେ ମିଲିନ୍ଦ କଂଗ୍ରେସ ଛାଡି ଏକନାଥ ନେତୃତ୍ବାଧୀନ ଶିବସେନାରେ ସାମିଲ ହୋଇଥିଲେ। ୨୦୧୯ରେ ଏହି ଆସନରୁ ପୂର୍ବତନ ମୁଖ୍ଯମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ଯ ବିଜୟୀ ହୋଇଥିଲେ।

ଏକ ସାକ୍ଷାତକାର ବେଳେ ଆଦିତ୍ଯଙ୍କୁ ଜଣେ ବାହାର ନେତା ବା ଆଉଟସାଇଡର ବୋଲି ଚିତ୍ରଣ କରିଥିଲେ ମିଲିନ୍ଦ। ଖୋଦ୍ ମୁମ୍ବାଇ ଭିତରେ ବାହାର-ଭିତର ପ୍ରାର୍ଥୀଙ୍କୁ ନେଇ ଏବେ ଜୋର ଧରିଛି ରାଜନୀତି। ଚଳିତ ନିର୍ବାଚନରେ ୱର୍ଲି ଆସନରୁ ମହାରାଷ୍ଟ୍ର ନବ ନିର୍ମାଣ ସେନାରୁ ପ୍ରାର୍ଥୀ ହୋଇଛନ୍ତି ସନ୍ଦୀପ ଦେଶପାଣ୍ଡେ। ମିଲିନ୍ଦଙ୍କ ବାପା ମୁରଲୀ ଦେଓରା ମୁମ୍ବାଇ ଦକ୍ଷିଣ ଲୋକସଭା ଆସନରୁ କଂଗ୍ରେସ ସାଂସଦ ଥିଲେ। ମିଲିନ୍ଦ ଦେଓରା ୨୦୦୪ ଓ ୨୦୦୯ରେ ଏହି ଲୋକସଭା ଆସନରୁ ସାଂସଦ ଥିଲେ।

ରାଜଧାନୀରେ ଆତଙ୍କ, ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ମୁଖାପିନ୍ଧା ଦୁର୍ବୃତ୍ତ

ଭୁବନେଶ୍ବର: ପୁଣି ରାଜଧାନୀରେ ହିଂସା । ରାତିଅଧରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ମୁଖାପିନ୍ଧା ଦୁର୍ବୃତ୍ତ । ସର୍ଜିକାଲ ବ୍ଲେଡ ଏବଂ ଛୁରୀ ଦ୍ବାରା ଯୁବକଙ୍କୁ ଆକ୍ରମଣ କରିଥିବା ସୂଚନା  । ଆକ୍ରମଣରେ ଯୁବକଙ୍କ ପିଠି, ମୁହଁ ଏବଂ ହାତରେ ଭଗୀର ଆଘାତ ଲାଗିଛି ।  ପୂର୍ବଶତ୍ରୁତାରୁ ଗୋଡେଇ ଗୋଡେଇ ହାଣିଲେ । ବିଚ ରାସ୍ତାରେ ସର୍ଜିକାଲ ବ୍ଲେଡରେ କଲେ ଖଣ୍ଡିଆ ଖାବରା । ରାଜଧାନୀର ବଡଗଡ଼ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଆହତ ହେଉଛନ୍ତି ବଡଗଡ଼ ଗାଁର ଦୀପକ ପ୍ରଧାନ । ଗତକାଲି ରାତି ପ୍ରାୟ ୧୧ ଟା ବେଳେ ଦୀପକ ନିଜ ଘରକୁ ଫେରୁଥିବା ବେଳେ ହୋଇଛି ଆକ୍ରମଣ। କିଛି ମୁଖା

ମୁଖାପିନ୍ଧା ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ତାଙ୍କୁ ପ୍ରଥମେ ଗୋଇଠା ମାରିଥିଲେ । ଭାରସାମ୍ୟ ହରାଇ  ଯୁବକ ପଡିଯିବା ପରେ ଛୁରୀ ଓ ସର୍ଜିକାଲ ବ୍ଲେଡ଼ ସାହାଯ୍ୟରେ ପିଠି, ହାତ, ମୁହଁ କାଟି ପକାଇଥିଲେ । ପୋଲିସରେ ଏନେଇ ଏତଲା ପରେ ଛାନବିନ ଆରମ୍ଭ କରିଛି ପୋଲିସ। ଆଖପାଖ ସିସିଟିଭି ଯାଞ୍ଚ କରାଯାଉଛି। ପୂର୍ବରୁ ପଳାସପଲ୍ଲୀରେ ଶିବ ଶ୍ରୀଚନ୍ଦନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସର ହାତ ଖାଲିରହିଛି। ପୁଣି ଏଭଳି ଘଟଣା କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

୧୫ରୁ ବଢିବ ଶୀତ, ଜାଡରେ ଥରିବ ସାରା ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ବଢିବ ଶୀତ, ଜାଡରେ ଥରିବ ସାରା ଓଡ଼ିଶା । ୧୫ରୁ ରାଜ୍ୟରେ ବଢିବ ଶୀତ । ଦିନ ସହ କମିବ ରାତିର ତାପମାତ୍ରା। ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟର ଅଧିକାଂଶ ଜିଲ୍ଲାରେ ମେଘୁଆ ପାଗ ସହ ଶୀତୁଆ ପବନ ଅନୁଭୂତ ହେଉଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।ଶୀତ ଆସିବାରେ ଯଥେଷ୍ଟ ବିଳମ୍ୱ ହୋଇଥିବାବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ବଢିବ ଶୀତ। ରାତିରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ କାରଣରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ପଶ୍ଚିମଦିଗକୁ ଗତି କରି ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳ ଆଡେ ଗତି କରିବ ବୋଲି ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଆଜି ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ୧୩ ତାରିଖରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବାୟୁମଣ୍ଡଳରେ ଆର୍ଦ୍ରତା କମିବା ସହ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ । ପ୍ରଭାବରେ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆସନ୍ତାକାଲି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟ, ମଇଦାନରେ ୬୮୫ ପ୍ରାର୍ଥୀ

ନନ୍ଦିଘୋଷ ବ୍ୟୁରୋ: ସରିଲା ପ୍ରଚାର। କାଲି ପଡ଼ିବ ଭୋଟ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ। ମୋଟ ୮୧ ଆସନରୁ କାଲି ପ୍ରଥମ ପର୍ଯ୍ୟାୟରେ ୪୩ ଆସନରେ ହେବ ମତଦାନ । ମଇଦାନରେ ଅଛନ୍ତି ୬୮୫ ପ୍ରାର୍ଥୀ। ଜମସେଦପୁର ପଶ୍ଚିମରେ ସର୍ବାଧିକ ୨୮ ଜଣ ପ୍ରାର୍ଥୀ ଅଛନ୍ତି। ଜଗନ୍ନାଥପୁରରେ ଅଛନ୍ତି ସବୁଠୁ କମ୍ ୮ ଜଣ ପ୍ରାର୍ଥୀ।

ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଷଢ଼େଇକଳାରୁ ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନ । ଘଟଶିଳାରୁ ଲଢୁଛନ୍ତି ଚମ୍ପାଇଙ୍କ ପୁଅ ବାବୁଲାଲ ସୋରେନ। ପୋଟକାରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା। ଜାମସେଦପୁର ପୂର୍ବ ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର। ସେହିପରି ଜଗନ୍ନାଥପୁର ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା । ରାଞ୍ଚିରୁ ଲଢୁଛନ୍ତି ଜେଏମଏମ ହେଭିୱେଟ ମହୁଆ ମାଝୀ।

ରାଜ୍ୟରେ ମୋଟ ୨ କୋଟି ୬୦ ଲକ୍ଷରୁ ଅଧିକ ଭୋଟର୍ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ କୋଟି ୩୧ ଲକ୍ଷ ପୁରୁଷ ଓ ୧ କୋଟି ୨୯ ଲକ୍ଷ ହେଉଛନ୍ତି ମହିଳା ଭୋଟର। ନଭେମ୍ଵର ୨୦ରେ ହେବ ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ୨୩ରେ ଅଛି ଗଣତି।

ଏହି ନିର୍ବାଚନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ମୈୟା ସମ୍ମାନ ଯୋଜନା ଖାଦ୍ଯ ନିରାପତ୍ତା ଗ୍ଯାରେଣ୍ଟି, ଶିକ୍ଷାର ଗ୍ୟାରେଣ୍ଟି ନିଯୁକ୍ତି ଓ ସ୍ଵାସ୍ୟ ନିରାପତ୍ତା ଗ୍ୟାରେଣ୍ଟି, କୃଷକ କଲ୍ୟାଣ ଗ୍ୟାରେଣ୍ଟି, ସରନା ଧରମ ସଂହିତା କାର୍ଯ୍ୟକାରୀ ଗ୍ୟାରେଣ୍ଟି ଆଦି ଦିଆଯାଇଛି। ସେହିପରି ଏନଡିଏ ପକ୍ଷରୁ ଦିଆଯାଇଛି ମାଳମାଳ ପ୍ରତିଶ୍ରୁତି। ପ୍ରତି ମହିଳାଙ୍କ ନିକଟକୁ ଯିବ ୨ ହଜାର ୧୦୦ ଟଙ୍କା, ୫ଶହ ଟଙ୍କାରେ ପ୍ରତି ପରିବାରକୁ ଏଲପିଜି ସିଲିଣ୍ଟର ଆଦି ପ୍ରତିଶ୍ରୁତି ଦିଆଯାଇଛି।

୨୦୧୯ବିଧାନସଭା ନିର୍ବାଚନରେ ଜେଏମମ-କଂଗ୍ରେସ-ଆରଜେଡି ମେଣ୍ଟ ୮୧ଟି ଆସନରୁ ୪୭ଟି ଆସନରେ ବିଜୟୀ ହୋଇଥିଲେ। ଜେଏମଏମକୁ ୩୦ଟି, କଂଗ୍ରେସକୁ ୧୬ଟି ଓ ଆରଜେଡିକୁ ଗୋଟିଏ ଆସନ ମିଳିଥିଲା। ବିଜେପି ଏକାକୀ ନିର୍ବାଚନ ଲଢ଼ି ୨୫ଟି ଆସନ ପାଇଥିଲା।

ମଣିପୁରରେ ଏନକାଉଣ୍ଟର ; ୧୧ ଉଗ୍ରବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ଥମୁନି ମଣିପୁରରେ ହିଂସା । ପୁଣି ଅଶାନ୍ତ ହୋଇପଡିଛି ମଣିପୁର । ମଣିପୁରର ଜିରିବାମ୍‌ ଜିଲ୍ଲାରେ ସିଆରପିଏଫଙ୍କ ଗୁଳିମାଡରେ ୧୦ ଉଗ୍ରବାଦୀ ନିପାତ ହୋଇଛନ୍ତି । ଏଥିରେ ଜଣେ CRPF ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏନକାଉଣ୍ଟର ପରେ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ସୁରକ୍ଷା ଦୃଷ୍ଟିରେ ରଖି ଅଞ୍ଚଳରେ କର୍ଫୁ ଜାରି କରାଯାଇଛି । ସୋମବାର ଦିନ ଜିରିବାମ ଅଞ୍ଚଳରେ CRPF ସହ ହୋଇଥିବା ଏନକାଉଣ୍ଟରରେ ୧୦ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହାପୂର୍ବରୁ କୁକି ଉଗ୍ରବାଦୀ ଗୋଟିଏ ଥାନାକୁ ଦୁଇ ପଟରୁ ଘେରାଉ କରି ଆକ୍ରମଣ କରିଥିଲେ । କେତେକ ଲୋକଙ୍କ ଘରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ । ସେହି ଅଞ୍ଚଳରେ ରିଲିଫ କ୍ୟାମ୍ପ ମଧ୍ୟ ଅଛି। ସନ୍ଦେହ କରାଯାଉଛି ରିଲିଫ କ୍ୟାମ୍ପ ମଧ୍ୟ ଉଗ୍ରବାଦୀଙ୍କ ଟାର୍ଗେଟରେ ଥିଲା।

ଉଗ୍ରବାଦୀଙ୍କ ଆକ୍ରମଣ ପରେ ସିଆରପିଏଫ୍ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ବହୁ ସମୟ ଧରି ଚାଲିଥିଲା ଗୁଳି ବିନିମୟ। ପରେ ୧୦ କୁକି ଉଗ୍ରବାଦୀ ନିହତ ହୋଇଥିଲେ । ଏହି ଘଟଣା ପରେ ସେହି ଅଞ୍ଚଳର ଅଧିକ ସିଆରପିଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଛି। ସେଠାରୁ ବହୁ ଅସ୍ତ୍ରଅସ୍ତ୍ର ମଧ୍ୟ ଜବତ କରାଯାଇଛି। ଗତ ସପ୍ତାହରୁ ପୁଣି ଥରେ ମଣିପୁରରେ ଉତ୍ତେଜନା ଦେଖା ଦେଇଛି। ମାଇତି ଉଗ୍ରବାଦୀଙ୍କ ତରଫରୁ ଜଣେ ଆଦିବାସୀଙ୍କୁ ହତ୍ୟା ପରେ ଏହି ଉତ୍ତେଜନା ଦେଖା ଦେଇଥିଲା। ଏହା ପରେ ଆଜି ଥାନା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ କୁକି ଉଗ୍ରବାଦୀ। ଜୁନ୍ ମାସରୁ ଏହି ଅଞ୍ଚଳରେ କ୍ରମାଗତ ହିଂସା ଏବଂ ସଂଘର୍ଷ ଚାଲିଛି। ଅପରାହ୍ନରେ ଆତଙ୍କବାଦୀମାନେ ବୋରୋବେକାରା ପୋଲିସ ଷ୍ଟେସନରେ ଗୁଳି ଚଳାଇଥିଲେ। ଏହା ପରେ ସେମାନେ ଜାକୁରାଡୋରର କରୋଙ୍ଗ ଅଞ୍ଚଳ ଆଡକୁ ଗଲେ ଏବଂ ସେଠାରେ ନିଆଁ ଲଗାଇଲେ |

ସୋମବାର ଦିନ ମଣିପୁରର ଇମ୍ଫାଲ ପୂର୍ବ ଜିଲ୍ଲା ନିକଟସ୍ଥ ପାହାଡରୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ଯାହାଫଳରେ କ୍ଷେତରେ କାମ କରୁଥିବା ଜଣେ ଚାଷୀ ଆହତ ହୋଇଥିଲେ। ଜାତିଗତ ବିବାଦ ଦ୍ୱାରା ପ୍ରଭାବିତ ମଣିପୁରର ଇମ୍ଫାଲ ଉପତ୍ୟକାରେ କ୍ଷେତରେ କାମ କରୁଥିବା ଚାଷୀଙ୍କୁ କ୍ରମାଗତ ତୃତୀୟ ଦିନ ପାହାଡ ଅଞ୍ଚଳରୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ହେତୁ ଉପତ୍ୟକା ବାହାରେ ରହୁଥିବା ଅନେକ କୃଷକ କ୍ଷେତକୁ ଯିବାକୁ ଭୟ କରୁଛନ୍ତି । ଗତ ବର୍ଷ ମେ ମାସରେ ଇମ୍ଫାଲ ଉପତ୍ୟକାର ମେଟାଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ଜାତିଗତ ବିବାଦରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ଭୂମିହୀନ ହୋଇପଡିଛନ୍ତି।

 

 

 

ଦାଦାବଟି ମାଗି ବିଜେପି ଛାତ୍ର ନେତା ଇତିଶ ପ୍ରଧାନ ଗିରଫ

ଭୁବନେଶ୍ବର: ମହଙ୍ଗା ପଡିଲା ଅଭିନେତାଙ୍କୁ ଦାଦାବଟି ମାଗିବା । ଦାଦାବଟି ମାଗି ଗିରଫ ହେଇଛନ୍ତି ବିଜେପିର ୩ନେତା । ୫୦ ହଜାର ଟଙ୍କା ବଟି ମାଗିବା ଅଭିଯୋଗରେ ୩ ଛାତ୍ରନେତାଙ୍କୁ ଗିରଫ କଲା ସହିଦନଗର ପୋଲିସ । ଦାଦା ବଟି ମାଗିବା ଅଭିଯୋଗରେ ଗିରଫ ହେଲେ ବିଜେପି ଯୁବମୋର୍ଚ୍ଚା ନେତା ଇତିଶ ପ୍ରଧାନ। ତାଙ୍କ ସମେତ ବିପ୍ଳବ ପରିଡ଼ା, ଅର୍ପଣ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି।

ସହିଦ ନଗର ଥାନା ସମ୍ମୁଖରେ ୫୦ ହଜାର ଟଙ୍କା ଦାଦାବଟି ମାଗିବା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩ ଜଣ ହୋଇଛନ୍ତି ଗିରଫ। ଅଭିଯୋଗକାରୀ ୟୁଟ୍ଯୁବର ସରୋଜ କୁମାର ମିଶ୍ର ଓରଫ ତପି ମିଶ୍ରଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗ ଅନୁସାରେ ଗତ ୯ ତାରିଖ ରାତିରେ ଇତିଶ ପ୍ରଧାନ, ବିପ୍ଲବ ପରିଡା, ଅର୍ପଣ ମିଶ୍ର ଅଭିଯୋଗକାରୀ ସରୋଜଙ୍କୁ କଲ୍ କରିବା ସହ ନିଜକୁ ସହିଦ ନଗର ଥାନାର ଥାନାଧିକାରୀ ପରିଚୟ ଦେଇ ଥାନାକୁ ଆସିବା ଲାଗି କହିଥିଲେ। ସେ ଥାନାରେ ପହଞ୍ଚି ଗାଡିରୁ ଓହ୍ଲାଇବା କ୍ଷଣି ଅଭିଯୁକ୍ତମାନେ ତାଙ୍କ ମୁହଁରେ କାଳିମାଡ କରିବା ସହ ଭୁଜାଲି ଓ ଭଙ୍ଗା କାଚ ବୋତଲରେ ମରଣାନ୍ତକ ଆକ୍ରମଣ କରିଥିଲେ।

ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାଯାଇଛି। ଘଟଣାର ୫ ଦିନ ପୂର୍ବରୁ ସେମାନେ ଅଭିଯୋଗକାରୀଙ୍କୁ ଦାଦାବଟି ମାଗିଥିଲେ। ଅଭିଯୁକ୍ତ ବିପ୍ଲବଙ୍କ ନାମରେ ବିଭିନ୍ନ ଥାନାରେ ୫ଟି ମାମଲା ରହିଛି। ଇତିଶଙ୍କ ନାମରେ ବି ବିଭିନ୍ନ ଥାନାରେ ୫ଟି ମାମଲା ରହିଛି। ଦୁଇ youtuber ତପି ମିଶ୍ର ଓ ଅର୍ପଣ ମିଶ୍ରଙ୍କ ମଧ୍ୟରେ କିଛି କାରଣକୁ ନେଇ ବିବାଦ ହୋଇଥିଲା। ଏହି ଘଟଣାରେ ମଧ୍ୟସ୍ଥି ସାଜିଥିଲେ ଇତିଶ୍ । ତପିଙ୍କ ଅଭିଯୋଗ ଆଧାରରେ ତିନି ଜଣଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ।

 

ଆଜିଠାରୁ କାର୍ତ୍ତିକ ମାସର ପଞ୍ଚୁକବ୍ରତ ଆରମ୍ଭ

ପୁରୀ: ଆଜିଠାରୁ କାର୍ତ୍ତିକ ମାସର ପଞ୍ଚୁକବ୍ରତ ଆରମ୍ଭ  । ଚଳିତବର୍ଷ ପଞ୍ଚକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ । ସେଥିପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ଲଷ୍ମୀନୃସିଂହ ବେଶକୁ ବାଦ ଦେଇ ଅନ୍ୟ ୪ଟି ବେଶ ଅନୁଷ୍ଠିତ ହେବ । ଆଜି ପଞ୍ଚୁକ ବ୍ରତର ପ୍ରଥମ ଦିନ ବଡ ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜ୍ଜିତ କରାଯାଇଛି  । ସେହିପରି ଆସନ୍ତାକାଲି ମହାପ୍ରଭୁଙ୍କ ବାଙ୍କଚୂଡା ବେଶ ପରେ ଗୁରୁବାର ଡାଳିକିଆ କିମ୍ବା ତ୍ରିବିକ୍ରମ ବେଶ ଓ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶରେ ସଜ୍ଜିତ କରାଯିବ।

ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ମରିଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇଛି । ଲୋକମାନେ ବ୍ୟାରିକେଡ଼ରେ ଯାଇ ସିଂହଦ୍ୱାର ପଟେ ପ୍ରବେଶ କରୁଛନ୍ତି । ପଞ୍ଚୁକ ପାଞ୍ଚଦିନ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମାର୍କେଟ ଛକ ଠାରୁ ନୋ ଭେଇକିଲ ଜୋନ । ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଲାଇଫଗାର୍ଡଙ୍କ ସହ ପୋଲିସ ମୁତୟନ କରାଯାଇଛି । ବ୍ୟାରିକେଡ଼ରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଫ୍ୟାନ, ବସିବା ବ୍ୟବସ୍ଥା ଓ ପାନୀୟ ଜଳର ଵ୍ୟଵସ୍ଥା ହୋଇଛି । ଶ୍ରୀମନ୍ଦିର ନୀତିକାନ୍ତି ସମୟ ଉପରେ ଭକ୍ତଙ୍କୁ ଅବଗତ କରାଯିବ । ଚଳିତ ବର୍ଷ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପଡ଼ୁଥିବାରୁ ଅସମ୍ଭବ ଭିଡ ହେବାର ସମ୍ଭାବନା ରହିଛି।

ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅନୁଧ୍ୟାନ ପରେ ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ନୀଳଗିରି: ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ର ଅନୁଧ୍ୟାନ ଓ ଚାପରେ ପରେ ଗିରଫ ହେଲା ଦୁଷ୍କର୍ମ ଅଭିଯୁକ୍ତ । ବାଲେଶ୍ଵର ଜିଲ୍ଲା ନୀଳଗିରି ଦୁଷ୍କର୍ମର ଅଭିଯୁକ୍ତ ଆକାଶ ବିନ୍ଧାଣୀକୁ ଗିରଫ କରିଛି ପୋଲିସ । ଗତ ୭ ତାରିଖରୁ ଘଟଣା ଘଟିଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଉ ନଥିଲା ।

ଆଜି ପୀଡ଼ିତାଙ୍କୁ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଭେଟି ଘଟଣାର ଅନୁଧ୍ୟାନ କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୀଡ଼ିତାଙ୍କ ପରିବାରକୁ ଭେଟି ନ୍ୟାୟ ଦେବାକୁ ସଂକଳ୍ପବଦ୍ଧ ବୋଲି ବିଜେଡି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି । ବିଜେଡିର ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ରାଜଶ୍ରୀ ମଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ବସ୍ତା ବିଧାୟିକା ସୁବାସିନୀ ଜେନା ।

ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଏହି ଟିମ୍ ଦାବି କରିଛି । ବିଜେଡି ଅଭିଯୋଗ କରିଛି, ୫ ମାସର ବିଜେପି ସରକାରରେ ଭୁଶୁଡ଼ି ପଡ଼ିଛି ଆଇନ ଶୃଙ୍ଖଳା । ମହିଳାମାନେ ସୁରକ୍ଷିତ ନାହାନ୍ତି । ନୀଳଗିରି ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ, ଆନ୍ଦୋଳନ କରାଯିବ ବୋଲି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଚେତାଇ ଦେଇଛି ।

ଗତ ୭ ତାରିଖରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଧୋବଶିଳାରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଜଣକ ବିଜେପି ସହିତ ସଂପୃକ୍ତ ଥିବାରୁ ତା’ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଥିଲା । ତେବେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଗସ୍ତ ପରେ ଅଭିଯୁକ୍ତ ଆକାଶ ବିନ୍ଧାଣୀକୁ ଗିରଫ କରିଛି ପୋଲିସ ।

ବାଣ ଭିଡ଼ା ଯାଉଥିବା ବେଳେ ରାଜଧାନୀର ଚୂନକୁଲି ବସ୍ତିରେ ବିସ୍ଫୋରଣ

ଭୁବନେଶ୍ବର: ଇନଫୋସିଟି ଚୂନକୁଲି ବସ୍ତିରେ ଅଗ୍ନିକାଣ୍ଡ । ବାଣ ଭିଡ଼ା ଯାଉଥିବା ବେଳେ ଅଘଟଣ । ବିଘ୍ନରାଜ ପଟ୍ଟନାୟକ ନାମକ ବ୍ୟକ୍ତିଙ୍କ ଘରେ ଚାଲିଥିଲା ବାଣ ତିଆରି । ହଠାତ ବାଣରେ ନିଆଁ ଲାଗିବାରୁ ହୋଇଥିଲା ବଡ଼ ଧରଣ ବିସ୍ଫୋରଣ । ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ, ତଳ ଘରେ ରହୁଥିଲେ ପାଖାପାଖି ୨୦ରୁ ଅଧିକ ଝିଅ । ଅଗ୍ନିକାଣ୍ଡ ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖ ପାଖ ଅଞ୍ଚଳରେ ଥିବା ଘର ବି କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବିନା ଅନୁମତିରେ ଏଠାରେ ବାଣ ପ୍ରସ୍ତୁତ ହେଉଥିଲା ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ । ଘଗଟଣାର ତଦନ୍ତ କରାଯିବା ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ ।

୨୦୨୪ ବିଶ୍ବର ସବୁଠାରୁ ଉତ୍ତପ୍ତ ବର୍ଷ

ନୂଆଦିଲ୍ଲୀ: ୨୦୨୩ ତୁଳନାରେ ୨୦୨୪ ବର୍ଷ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ । ଏନେଇ ସୂଚନା ଦେଇଛି ବିଶ୍ବ ପାଣିପାଗ ସଂଗଠନ । ଦ୍ରୁତ ଶିଳ୍ପାୟନ ଓ ସହରୀକରଣ ପାଇଁ ଉତ୍ତପ୍ତ ହେଉଛି ବିଶ୍ୱ ପାଣିପାଗ । ବାୟୁ ମଣ୍ଡଳକୁ ସବୁଜ ଗ୍ୟାସ ନିର୍ଗତ ହେଉଛି । ଯାହା ଫଳରେ ବାୟୁ ମଣ୍ଡଳର ତାପମାତ୍ରା ବୃଦ୍ଧି ପାଉଛି ।

ଏହାସହ ଏଲନିନୋ ପ୍ରଭାବରେ ମଧ୍ୟ ବାୟୁ ମଣ୍ଡଳର ତାପମାତ୍ରା ବୃଦ୍ଧି ପାଉଛି । ଏହାଦ୍ୱାରା ବାୟୁମଣ୍ଡଳ ସନ୍ତୁଳନ ହରାଇବା ସହ ସ୍ବାସ୍ଥ୍ୟ ବିଗିଡିବା, ପ୍ରାକୃତିକ ଜଳବାୟୁ ଓ ଖାଦ୍ୟ ଶସ୍ୟ ଉପରେ ପ୍ରଭାବ ପଡୁଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।