spot_img
Home Blog Page 1325

ଜମି ଠକେଇ ମାମଲାରେ ଜଣେ ଗିରଫ

ଭୁବନେଶ୍ୱର : ଚନ୍ଦକା ଅଞ୍ଚଳରେ ଜମି ଠକେଇ ମାମଲାରେ ଚନ୍ଦକା ଅଞ୍ଚଳର ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କକ ଚନ୍ଦକା ଅଞ୍ଚଳର ତାପସ କୁମାର ବୋଲି ଜଣାପଡ଼ିଛି । ଅଭିଯୁକ୍ତ ତାପସ କୁମାର ନରେନ୍ଦ୍ର ନିଜ ପିତା ମାତାଙ୍କଙ୍କ ଅଂଶୀଦାର ହିସାବରେ ସମସ୍ତ ପ୍ଲଟକୁ ନିଜ ନାଁରେ ପାୱାର ଅଫ୍ ଆର୍ଟନି କରିଛନ୍ତି କହି ଜଣେ ବିଲଡରଙ୍କ ସହିତ ଏକ ଆପାଣ୍ଟମେଣ୍ଟର ଚୁକ୍ତି କରିଥିଲେ । ଉକ୍ତ ପୈତୃକ ସମ୍ପତ୍ତିରେ ୮ ଜଣଙ୍କ ନାଁରେ ଲିଗାଲହିଅର ଥିବା ବେଳେ ଚୁକ୍ତି କରି ୧କୋଟି ୧୮ ଲକ୍ଷ ଟଙ୍କା  ଠକିନେଇଥିବା ବିଲଡର ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ ।  ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି  ।

ଯାଯାବର ହତ୍ୟା ମାମଲା, ୬ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ କରମଡିହି ଯାଯାବର ଗଣହତ୍ୟା ମାମଲା ପୋଲିସକୁ ବଡ଼ ସଫଳତା। ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କର୍ଣ୍ଣାଟକରୁ ସେମାନଙ୍କୁ ଧରିଛି  ପୋଲିସ । ଗତ ଗତ ୨୯ ତାରିଖରେ ସୁନ୍ଦରଗଡ଼ ସଦର ଥାନା କରମଡ଼ିହି ଗୀତପଡ଼ାରେ ୫ ଜଣଙ୍କୁ ହତ୍ୟା କରାଯାଇଥିଲା । ଏକ ପଡ଼ିଆରେ ଅସ୍ଥାୟୀ ଟେଣ୍ଟରେ ଶୋଇଥିବା ବେଳେ ହତ୍ୟା କରି ଫେରାର ମାରିଥିଲେ ଅଭିଯୁକ୍ତ। ତିନି ଜଣ ମହିଳା ଙ୍କ ସମେତ ୫ ଜଣଙ୍କୁ ହତ୍ୟା  କରାଯାଇଥିା। ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏହି ହତ୍ଯାକାଣ୍ଡ ହୋଇଥିଲା। ଏତେ ଦିନ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୀମାରେ ବଡ ସଫଳତା, ସିଙ୍ଗଲ୍ ସଟ ରାଇଫଲ ସମେତ ମାଓ ସାମଗ୍ରୀ ଜବତ

ଉମରକୋଟ : ଛତ୍ରଭଙ୍ଗ ଦେଲେ ନକ୍ସଲ । ସୀମାରେ ବଡ ସଫଳତା, ସିଙ୍ଗଲ୍ ସଟ ରାଇଫଲ ସମେତ ମାଓ ସାମଗ୍ରୀ ଜବତ । ନବରଙ୍ଗପୁର ସୀମାନ୍ତ ଛତିଶଗଡ଼  ଗରିଆବନ୍ଧ ଜିଲ୍ଲାର ଅମର ଜଙ୍ଗଲରେ ସୁରକ୍ଷା ବାହିନୀ ବଡ଼ ସଫଳତା ମିଳିଛି। ଡିଆରଜି, କୋବ୍ରା-୨୦୭, ଓଡିଶା ଏସଓଜି, ଏବଂ ସିଆରପିଏଫ ର ମିଳିତ ଦଳ ସର୍ଚ୍ଚ ଅପରେସନ୍ କରିଥିଲେ।  ନକ୍ସଲ କ୍ୟାମ୍ପ ଉପରେ ଚଢଉ କରି ରାଇଫଲ, ନକ୍ସଲ ସାହିତ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଗରିଆବନ୍ଧ ପୋଲିସ ଅଧୀକ୍ଷକ ନିଖିଲ ରାଖେଚା କହିଛନ୍ତି ସର୍ଚ୍ଚ ଅପରେଶନ ଦେଖି ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ  ପାଲଟା ଆକ୍ରମଣ ପରେ ନକ୍ସଲମାନେ  ଛତ୍ରଭଙ୍ଗ  ଦେଇଛନ୍ତି। ଏସପି କହିଛନ୍ତି  କିଛିଦିନ ମଧ୍ୟରେ  ନକ୍ସଲ୍ ଦମନ ଅପରେଶନ ଶେଷ ପର୍ଯ୍ୟାୟ ରେ ପହଞ୍ଚିବ।

ଆଜି ଭାଙ୍ଗିବନି ଶ୍ରୀବୈକୁଣ୍ଠ ଧାମ ଆଶ୍ରମ

ଭୁବନେଶ୍ବର : ଆଜି ଭାଙ୍ଗିବନି ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ। ଶ୍ରୀବୈକୁଣ୍ଠଧାମ ଆଶ୍ରମର ଉଚ୍ଛେଦ ଉପରେ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ। ଆସନ୍ତା ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଆଶ୍ରମ ଉଚ୍ଛେଦ ଉପରେ ଲାଗିଛି ରହିତାଦେଶ। ଆଶ୍ରମ ଭଂଗା ଯିବା ନେଇ ବିଡିଏର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଆଶ୍ରମ କର୍ତ୍ତୃପକ୍ଷ। ଆବେଦନକୁ ଗ୍ରହଣ କରି ଏହି ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଏହି ନିର୍ଦ୍ଦେଶ ପରେ ଆଜି ଆଶ୍ରମ ଭଂଗାଯିବନି ବୋଲି ସ୍ପଷ୍ଟ କରିଛି ବିଡିଏ। ହାଇକୋର୍ଟଙ୍କ ରହିତାଦେଶ ପରେ ବଦଳିଲା ବିଡିଏର ନିଷ୍ପତ୍ତି। କୋର୍ଟଙ୍କ ରହିତାଦେଶ ପରେ ଧର୍ମର ଜୟ ହୋଇଛି ବୋଲି କହିଛନ୍ତି ବାବାଙ୍କ ସମର୍ଥକ। ଏହା ପୂର୍ବରୁ ଆଜି ଖଣ୍ଡଗିରି ଶ୍ରୀବୈକୁଣ୍ଠଧାମ ଆଶ୍ରମ ଭଂଗାଯିବ ବୋଲି ନିଷ୍ପତ୍ତି ନେଇଥିଲା ବିଡିଏ। ସରକାରୀ ଜମିରେ ଆଶ୍ରମ ଗଢି ଉଠିଥିବା ନେଇ ବିବାଦ ସୃଷ୍ଟି ପରେ ଆଶ୍ରମରେ ପହଞ୍ଚି ମାପଚୁପ କରିଥିଲା ବିଡିଏ। ମାପଚୁପରୁ ଆଶ୍ରମ ସରକାରୀ ଜମିରେ ଥିବା ଜଣାପଡିଥିଲା

ବର୍ଡର ଗାଭାସ୍କର ଟ୍ରଫି : ପର୍ଥରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

ନନ୍ଦିଘୋଷ ବ୍ୟୁରୋ : ବହୁ ପ୍ରତୀକ୍ଷିତ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ । ପର୍ଥରେ ଖେଳାଯାଉଛି ପ୍ରଥମ  ଟେଷ୍ଟ । ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ ।  ଭାରତ ତରଫରୁ ଡେବ୍ଯୁ କରୁଛନ୍ତି ହର୍ଷିତ ରାଣା ଓ ହର୍ଷିତ ରେଡ୍ଡି ।  ଭାରତୀୟ କ୍ରିକେଟ ଟିମର ଅଧିନାୟକ ଯଶପ୍ରୀତ ବୁମରା ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ତେବେ ଭାରତକୁ ଲାଗିଛି ପ୍ରାରମ୍ଭିକ ଝଟକା। ଯଶସ୍ଵୀ ଓ ଦେବଦତ୍ତ ଡକ୍ ଆଉଟ ହୋଇଛନ୍ତି। ବିରାଟ କୋହଲି ମଧ୍ୟ ମାତ୍ର ୫ ରନ୍ କରି ଆଉଟ ହୋଇଛନ୍ତି।

ଖସୁଛି ପାରଦ : ରାଜ୍ୟରେ ଶୀତର ଲହରୀ ଜାରି

ଭୁବନେଶ୍ବର : ରାଜ୍ୟରେ ତଳମୁହାଁ ରହିଛି ପାରଦ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହରୀ ଜାରି ରହିଛି । ଗତ କିଛିଦିନ ହେଲା କନ୍ଧମାଳ କୁ ଛୁଇଁଛି ଶୀତ l ଫୁଲବାଣୀ ରେ ତାପମାତ୍ରା ହ୍ରାସ ପାଇଛି  । ସକାଳୁ କୁହୁଡ଼ିର ମାତ୍ରା କମ୍ ଥିଲା ବେଳେ ଶୀତ ଅନୁଭବ ହେଉଛି  । ଲୋକେ ଶୀତରୁ ରକ୍ଷା ପାଇବାକୁ ଗ୍ରାମାଞ୍ଚଳର ଲୋକେ ନିଆଁ ପୁଉଁଛନ୍ତି । ଆଗକୁ ଆହୁରି ୨ ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା କମିପାରେ ବୋଲି ପାଣିପାଗ କେନ୍ଦ୍ରର ଆକଳନ କରିଛି । ଡିସେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଶିତ ବଢ଼ିପାରେ । କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି ।

ପୋଢୁଆଁ ହେବେ ଶ୍ରୀଜିଉ : ନିଆଳି ମାଧବାନନ୍ଦ ପୀଠରୁ ଯାଉଛି ପୋଢୁଆଁ ଭାର

ପୁରୀ : ଚତୁର୍ଦ୍ଧା ମୂର୍ତ୍ତି ହେବେ ପୋଢୁଆଁ । ତେଣୁ ମାମୁଁ ଘରୁ ପୋଢୁଆଁ ଭାର ଯିବ। ଭଣଜା ପୋଢୁଆଁ ହେବା ପାଇଁ କାହିଁ କେତେ ପ୍ରକାର ସାମଗ୍ରୀ ପଠା ଯାଉଛି । କଟକ ଜିଲ୍ଲା ନିଆଳି ମାଧବାନନ୍ଦଙ୍କ ପୀଠରୁ ଏହି ପୋଢୁଆଁ ଭାର ଯାଉଛି। ପାଟ ମଠା ସାଙ୍ଗକୁ କାହିଁ କେତେ ପ୍ରକାର ସାମଗ୍ରୀର ଭାର ନେଇ ଆଜି ଶ୍ରୀ କ୍ଷେତ୍ର ଅଭିମୁଖେ ଯିବ ପୋଢୁଆଁ ଭାର । ପ୍ରଥମାଷ୍ଟମୀରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ଏହି ସାମଗ୍ରୀ ଲାଗି କରାଯିବ। ଭୋରରୁ ଠାକୁରଙ୍କ ମଙ୍ଗଳ ଆରତୀ ଓ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହେବା ପରେ ପୋଢୁଆଁ ଭାର ପ୍ରସ୍ତୁତ ହେଉଛି। ଘଣ୍ଟଘଣ୍ଟା, ଢୋଲ, ମହୁରୀ ଓ ଉତ୍କଳୀୟ ସମର କଳାର ପ୍ରଦର୍ଶନ କରି ଏକ ବିରାଟ ପଟୁଆରରେ ଭାର ନେଇ ଭାରୁଆମାନେ ଶ୍ରୀକ୍ଷେତ୍ର ଯାତ୍ରା କରିବାର ବିଧି ରହିଛି। ଆସନ୍ତା କାଲି ପୋଢୁଆଁ ହେବେ ଶ୍ରୀଜିଉ।

ବିଷପିଇ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ, ଚିକିତ୍ସାଧୀନ ଅବସ୍ଥାରେ ବଡ଼ ଭଉଣୀର ମୃତ୍ୟୁ

ବୌଦ୍ଧ  : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ମହାଲିକପଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଘରୋଇ କଳହକୁ କେନ୍ଦ୍ର କରି ୨ ଭଉଣୀ ବିଷ ପିଇଥିବାର ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ବଡ଼ ଭଉଣୀର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ସାନ ଭଉଣୀର ବୌଦ୍ଧ ମୁଖ୍ୟ ମେଡିକାଲରେ ଚିକିତ୍ସା ଜାରି ରହିଛି । ମହାଲିକପଡ଼ା ଗାଁରେ ୨ ବର୍ଷର ପୁଅ ସହିତ ମଣ୍ଟୁ ସାହୁ ଓ ତାଙ୍କ ସ୍ତ୍ରୀ ନଳିନୀ ସାହୁ ରହୁଥିଲେ । ତାଙ୍କ ସହିତ ନଳିନୀ ସାହୁଙ୍କ ସାନଭଉଣୀ ଅର୍ଥାତ ମଣ୍ଟୁ ସାହୁଙ୍କ ଶାଳୀ ମଧ୍ୟ ରହୁଥିଲେ । ଗତକାଲି ସ୍ଵାମୀ ଘରେ ନଥିବା ସମୟ ଦୁଇ ଭଉଣୀଙ୍କ ମଧ୍ୟରେ କଳହ ହୋଇଥିଲା । ଏହାକୁ ନେଇ ଦୁଇ ଭଉଣୀ ବିଷ ପିଇଦେଇଥିଲେ । ଉଭୟଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ସ୍ଵାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ବୌଦ୍ଧ ମେଡିକାଲରେ ବଡ଼ ଭଉଣୀ ନଳିନୀ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ସାଲିନୀ ଚିକିତ୍ସା ଜାରି ରହିଛି । ମୃତଦେହ ଜବତ କରି ବୌଦ୍ଧ ପୋଲିସ ତଦନ୍ତ ଜାରି ରହିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

କୋକେଇରୁ ଉଠି ବସିଲା ମୃତଦେହ ! ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

ଜୟପୁର : ରାଜସ୍ଥାନର ଝୁଞ୍ଜୁନୁରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି  । ଏଠାରେ ଶ୍ମଶାନରେ ଶବଦାହ ସମୟରେ ହଠାତ୍ ଜଣେ ବ୍ୟକ୍ତି ଜୀବନ୍ତ ହୋଇଗଲା । ହଠାତ୍ ସେ ନିଶ୍ୱାସ ନେବା ଆରମ୍ଭ କଲା । ଏହା ପରେ ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହେଲେ  । ତା’ପରେ ଆମ୍ବୁଲାନ୍ସକୁ ଡକାଯାଇ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡାକ୍ତରଖାନାର ଡାକ୍ତରମାନେ ଉକ୍ତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ମୃତଦେହକୁ ଶବଗୃହକୁ ସ୍ଥାନାନ୍ତର କରାଯାଇଥିଲା । ଶରୀରକୁ ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖାଯାଇଥିଲା  । ତା’ପରେ ଯେତେବେଳେ ସେମାନେ ତାଙ୍କର ଶେଷ ରୀତିନୀତି କରିବାକୁ ଗଲେ, ସେ ନିଶ୍ୱାସ ନେବା ଆରମ୍ଭ କଲେ  । ମୃତ ଘୋଷଣା ହେବାର ପ୍ରାୟ ଚାରିରୁ ପାଞ୍ଚ ଘଣ୍ଟା ପରେ ଉକ୍ତ ବ୍ୟକ୍ତି ଜୀବନ୍ତ ହୋଇଥିଲେ ।

ବାଗଡରେ ସ୍ଥିତ ମା ସେବା ସନ୍ଥାନଙ୍କ ଆଶ୍ରୟ ଗୃହରେ ରହୁଥିବା ୪୭ ବର୍ଷିୟ ରୋହିତାଶଙ୍କ ସ୍ୱାସ୍ଥ୍ୟ ଗୁରୁବାର ଅପରାହ୍ନରେ ଖରାପ ହୋଇଯାଇଥିଲା । ବଧିର ଏବଂ ମୂକ ରୋହିତାଶ ଜଣେ ଅନାଥ ।ଅସୁସ୍ଥତା ହେତୁ ତାଙ୍କୁ ଝୁଞ୍ଜୁନୁସ୍ଥିତ ବିଡିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାର ଜରୁରୀକାଳୀନ ଚିକିତ୍ସା ସମୟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତା’ପରେ ତାଙ୍କ ମୃତଦେହକୁ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିଲା । ଏଠାରେ ମୃତ ଦେହ ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖାଯାଇଥିଲା । ପରେ ପୋଲିସ ଆସି ପଞ୍ଚନାମା କରିଥିଲା ।  ତା’ପରେ ଶବକୁ ମା ସେବା ସଂସ୍ଥାର ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ତାପରେ ଯେତେବେଳେ ଶବକୁ ପଞ୍ଚ ଦେବ ମନ୍ଦିର ନିକଟରେ ଅବସ୍ଥିତ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ହଠାତ୍  କୋକେଇରେ ରୋହିତାଶ ଶ୍ବାସକ୍ରିୟା କରିବା ଆରମ୍ଭ କରି ଦେହ ଚଳପ୍ରଚଳ କରିବାକୁ ଲାଗିଲେ । କେଉଁ ଲୋକମାନେ ଭୟଭୀତ ହେଲେ  । ତା’ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ବର୍ତ୍ତମାନ ସେ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।

ଜିଲ୍ଲା ଏହି ପ୍ରସଙ୍ଗରେ ପଦକ୍ଷେପ ନେଇଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ସେ କହିଛନ୍ତି । ଏହି ପ୍ରସଙ୍ଗରେ ପିଏମଓରୁ ଏକ  ରିପୋର୍ଟ ମଗାଯାଇଛି। ଏଥିସହ ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଏହି ମାମଲା ଉତ୍ତେଜନାମୂଳକ ପରିସ୍ଥିତିରେ ରହିଛି ।

ବ୍ରିଟେନ, ଆମେରିକା ନୁହେଁ, ଏହି ଦେଶର ପାସପୋର୍ଟ ସବୁଠାରୁ ମହଙ୍ଗା

ନୂଆଦିଲ୍ଲୀ : ଦୁନିଆରେ ଅନେକ ସୁନ୍ଦର ସ୍ଥାନ ଅଛି, ଯେଉଁଠାରେ ଅନେକ ଲୋକ ଦେଖିବା ସ୍ୱପ୍ନ  । କିନ୍ତୁ ଅନ୍ୟ ଦେଶକୁ ଯିବା ପାଇଁ ଆପଣଙ୍କ ପାଇଁ ପାସପୋର୍ଟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ଏହା ବ୍ୟତୀତ ପାସପୋର୍ଟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ  । ଅଧିକାଂଶ ଦେଶର ସରକାର ପାସପୋର୍ଟ ପ୍ରଦାନ କରନ୍ତି ଏବଂ ଲୋକମାନେ ମଧ୍ୟ କିଛି ଦେୟ ଦେଇ ଏହା ପାଇଁ ଆବେଦନ କରିପାରିବେ  । ପ୍ରତ୍ୟେକ ଦେଶ ପାସପୋର୍ଟ ପାଇଁ ନିଜର ଆବେଦନ ଶୁଳ୍କ ଆଦାୟ କରନ୍ତି  । କେଉଁ ଦେଶରେ ସବୁଠାରୁ ମହଙ୍ଗା ପାସପୋର୍ଟ ଅଛି ତାହା ଆପଣ ଜାଣନ୍ତି କି?

Compare The Market ରିପୋର୍ଟ ଏକ ତଥ୍ୟ ସେୟାର କରିଛି । ଯେଉଁଥିରେ ଦର୍ଶାଯାଇଛି ଯେ ୨୦୨୪ରେ ପାସପୋର୍ଟ ତିଆରି କରିବାର ମୂଲ୍ୟ ୧୯,୦୦୦ ରୁ ୧,୫୦୦ ଟଙ୍କା ମଧ୍ୟରେ ହୋଇପାରେ । ଖବର ଅନୁଯାୟୀ, ମେକ୍ସିକୋ ପାସପୋର୍ଟ ଦୁନିଆର ସବୁଠୁ ଦାମୀ ପାସପୋର୍ଟ ମଧ୍ୟରେ ଗଣାଯାଏ । ଯଦି ଆପଣ ଏହି ପାସପୋର୍ଟକୁ ୧୦ ବର୍ଷର ବୈଧତା ସହିତ ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ପ୍ରାୟ ୧୯,୪୮୧.୭୫ ଟଙ୍କା ଦେବାକୁ ପଡିବ  । ଯଦି ଆପଣ ଏହାକୁ ୬ବର୍ଷ ପାଇଁ ନିଅନ୍ତି ତେବେ ଏହା ଦୁନିଆର ଚତୁର୍ଥ ମହଙ୍ଗା ପାସପୋର୍ଟ ହେବ  ।

ଏହି ତାଲିକାରେ ପରବର୍ତ୍ତୀ ନାମ ଅଷ୍ଟ୍ରେଲିଆରୁ ଆସିଛି, ଯାହାର ୧୦ବର୍ଷର ପାସପୋର୍ଟ ୧୯,୦୪୧ ଟଙ୍କାରେ ଉପଲବ୍ଧ | ଯେତେବେଳେ କି ଯୁକ୍ତରାଷ୍ଟ୍ରର ୧୦ ବର୍ଷର ପାସପୋର୍ଟ ୧୩,୮୬୮ ଟଙ୍କା ପାଇଁ ଉପଲବ୍ଧ |

ୟୁଏଇରେ ବିଶ୍ୱର ସବୁଠାରୁ ଶସ୍ତା ପାସପୋର୍ଟ ଅଛି  । ୟୁଏଇ ପାଇଁ ପାସପୋର୍ଟ ପାଇବା ପାଇଁ ୧୪୦୦ ଟଙ୍କା ଖର୍ଚ୍ଚ ହୁଏ ।

ଏହା ପରେ ଆମ ଦେଶରେ ଭାରତର ନାମ ଏହି ତାଲିକାରେ ଅଛି, ଯେଉଁଥିରେ ବିଶ୍ୱର ଦ୍ୱିତୀୟ ଶସ୍ତା ପାସପୋର୍ଟ ଅଛି ।ଭାରତୀୟ ପାସପୋର୍ଟର ମୂଲ୍ୟ ୧,୫୨୪.୯୫ ଟଙ୍କା, ଯାହାର ବୈଧତା ୧୦ ବର୍ଷ ଅଟେ । ଏପରିକି ହଙ୍ଗେରୀ ଏବଂ ସ୍ପେନ୍ ଭଳି କେତେକ ୟୁରୋପୀୟ ଦେଶ ଏବଂ କେନିଆ ଏବଂ ଦକ୍ଷିଣ ଆଫ୍ରିକା ଭଳି ଆଫ୍ରିକୀୟ ଦେଶମାନଙ୍କରେ ବିଶ୍ୱର ସବୁଠାରୁ ଶସ୍ତା ପାସପୋର୍ଟ ଅଛି  ।