spot_img
Home Blog Page 1324

ଆସନ୍ତା ୩୧ରେ ୪ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିବେ ନବୀନ। ଆସନ୍ତା ୩୧ରେ ୪ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଫସଲହାନି ନେଇ ୪ ଜିଲ୍ଲା ବୁଲିବେ ନବୀନ। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ବୁଲି ଚାଷୀଙ୍କ ସହ କଥା ହେବେ ନବୀନ। ଏହି ଗସ୍ତବେଳେ ସେ ଫସଲହାନି ସ୍ଥିତି ଅନୁଧ୍ୟାନ କରିବେ। ପୁରୀ ଜିଲ୍ଲାର ସତ୍ୟବାଦୀରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ଭେଟିବେ। ଜଗତସିଂହପୁର ଜିଲ୍ଲା ବାହାରଣା ପଞ୍ଚାୟତର ରତିସିଂହା ଯାଇ ସେଠାରେ ଚାଷୀଙ୍କ ସହ ଆଲୋଚନା କରିବେ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ ଚାଷୀଙ୍କୁ ବି ଭେଟିବେ ନବୀନ। କଟକ ସାଲେପୁରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ଭେଟିବା ସହ ଫସଲ କ୍ଷୟକ୍ଷତି ନେଇ ଅଧିକାରୀଙ୍କ ସହ ସମୀକ୍ଷା କରିବେ। ଆସନ୍ତାକାଲି ବୁଲିବେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ଆସିକା ଓ ହିଞ୍ଜିଳି ଅଞ୍ଚଳ ।

ଜିନ୍ନତକୁ ଟ୍ରାଙ୍ଗୁଲାଇଜ୍ କରିବାରେ ସଫଳ ବନ ବିଭାଗ

ନନ୍ଦିଘୋଷ ବ୍ୟୁରୋ: କାବୁ ହେଲା ବାଘୁଣୀ ଜିନ୍ନତ । ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବାରେ ବନ ବିଭାଗ ସଫଳ ହୋଇଛି। ଏବେ ପଶ୍ଚିମବଂଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ରହିଛି ଜିନ୍ନତ । ଦୀର୍ଘ ଦିନର ଉଦ୍ୟମ ପରେ ବାଘୁଣୀ ଜିନ୍ନତକୁ ଟାଙ୍କୁଲାଇଜ କରିବାରେ ବନବିଭାଗ ସଫଳ ହୋଇଛି ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ଡିସେମ୍ବର ୮ ତାରିଖରୁ ଶିମିଳିପାଳରୁ ବାହାରି ଝାଡଖଣ୍ଡମୁହାଁ ହୋଇଥିଲା ଜିନ୍ନତ। ମହାରାଷ୍ଟ୍ରରୁ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ଜିନ୍ନତକୁ କାବୁ କରିବାକୁ ଲାଗିଥିଲେ ୩ ରାଜ୍ୟର ୧୨୦ ଜଣିଆ ଟିମ୍ । ଜିନତକୁ କାବୁ କରି ପିଞ୍ଜରାରେ  ରଖାଯାଇଥିବା ବେଳେ ଖୁବଶୀଘ୍ର ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଅଣାଯିବ ବୋଲି ସୂଚନା ଦେଇଛନ୍ତି ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ।

 

କଳିଙ୍ଗ ଷ୍ଟାଡିୟମର ବିଶ୍ଵସ୍ତରୀୟ ଦୌଡ଼ ଟ୍ରାକରେ ସରକାରୀ ଗାଡ଼ି : ସବୁଠି ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ଚର୍ଚ୍ଚାରେ କଳିଙ୍ଗ ଷ୍ଟାଡିଅମ। ଅନ୍ତର୍ଜାତୀୟ ସ୍ତରର କ୍ରୀଡାବିତ୍ ସୃଷ୍ଚି ଉଦ୍ଦେଶ୍ଯରେ ନବୀନ ପଚ୍ଚନାୟକଙ୍କ ନେତୃତ୍ଵାଧୀନ ତତ୍କାଳୀନ ରାଜ୍ଯ ସରକାର ବିଶ୍ବସ୍ତରୀୟ ଟ୍ରାକ୍ ନିର୍ମାଣ କରିଥିଲେ। ହେଲେ ଏବେ ସେଥିରେ ବୁଲୁଛି ସରକାରୀ ଗାଡ଼ି। ଏହାକୁ ନେଇ ଦେଖା ଦେଇଛି ଅସନ୍ତୋଷ। ପୂର୍ବରୁ  ଏଭଳି ଏକ ଘଟଣା ଘଟିଥିଲା ଦିଲ୍ଲୀର ତ୍ଯାଗରାଜ ସ୍ପୋର୍ଟସ କମ୍ପ୍ଲେକ୍ସରେ। ଏହି ସ୍ପୋର୍ଟସ କଂପ୍ଲେକ୍ସର  ଟ୍ରାକରେ ବୁଲୁଥିବା ଆଇଏଏସ ଅଫିସରଙ୍କୁ ସରକାର ବାଧ୍ଯତାମୂଳକ ଅବସର ଦେଇଥିବା ବେଳେ ଓଡିଶା ଘଟଣାରେ ଡବଲ ଇଂଜିନ ସରକାରଙ୍କ ଆଭିମୁଖ୍ଯ କଣ ରହିବ, ତାକୁ ଅପେକ୍ଷା।

କଳିଂଗ ଷ୍ଟାଡିଅମର ଦୌଡ ଟ୍ରାକ୍ ରେ ସରକାରୀ ଗାଡି ପ୍ରବେଶକୁ ନେଇ ପ୍ରତିକ୍ରିୟା। ପ୍ରତିକ୍ରିୟା ପ୍ରକାଶ କଲେ ପୂର୍ବତନ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଂଗଠକ ଓ କ୍ରୀଡାବିତ। ଜାତୀୟସ୍ତରର କ୍ରୀଡା ସାମ୍ବାଦିକ ମାନେ ମଧ୍ଯ ସ୍ବର ଉଠାଇଛନ୍ତି । ଭୁବନେଶ୍ବର କଳିଂଗ ଷ୍ଚାଡିୟମରେ ନବୀନ ପଟ୍ଟନାୟକ ବିଶ୍ବସ୍ତରୀୟ ଟ୍ରାକ ନିର୍ମାଣ  କରିଥିବା ବେଳେ ଏହା ବର୍ତ୍ତମାନ ନେତାମାନଂକର ଗାଡ଼ି ଟ୍ରାକ ହୋଇଯାଇଛି ବୋଲି କହିଛନ୍ତି ଜାତୀୟସ୍ତରର କ୍ରୀଡା ସମ୍ପାଦକ ପ୍ରଶାନ୍ତ କୁମାର। ସେ ଆହୁରି କହିଛନ୍ତି ବର୍ତ୍ତମାନ କ୍ରୀଡାବିତ ମାନଂକ ପ୍ରତି ଓଡିଶାରେ କୌଣସି ସମ୍ମାନ ନାହିଁ।

ସେହିଭଳି ଚେତନ ଶର୍ମା କହିଛନ୍ତି କ୍ରୀଡାବିତମାନେ ଟ୍ରାକ କୁ ସ୍ବତନ୍ତ୍ର ଜୋତା ପିନ୍ଧି ଯାଉଥିବା ବେଳେ ବର୍ତ୍ତମାନ ଭିଆଇପି ମାନଂକର କାର୍  ଟ୍ରାକ ହୋଇଯାଇଛି। ସେହିଭଳି ବୈଭବ ବୋଲା ମଧ୍ଯ ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଆପଣ ନିଜର ଗାଡିକୁ ଦୌଡ ଟ୍ରାକକୁ କିଭଳି ନେଇ ଯାଇ ପାରିବେ ? ଏ ପ୍ରସଂଗରେ ପୂର୍ବତନ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଥମେ ସ୍ବର ଉତ୍ତୋଳନ କରିଥିଲେ। ସେ କହିଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କଳିଂଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର ଆଥଲେଟଙ୍କ ପାଇଁ ଟ୍ରାକ୍ ତିଆରି କରିଥିଲେ। ହେଲେ ବର୍ତ୍ତମାନ ଏହା ଓଡିଶାର ଶାସକ ଦଳର ନେତା ମାନଂକର ଗାଡ଼ିର ଟ୍ରାକ୍ ବନିଯାଇଛି । ଏ ପ୍ରସଂଗରେ ତୁରନ୍ତ ଦୋଷୀକଂ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶାରେ ମଧ୍ଯ ଦାବି ହୋଇଛି।

ଏହିଭଳି ସମାନ ଘଟଣା ଘଟିଥିଲା ୨୦୨୨ ମସିହାରେ ନୂଆଦିଲ୍ଲୀର ତ୍ଯାଗରାଜ ସ୍ପୋର୍ଟସ କମ୍ପ୍ଲେକ୍ସରେ ।  ଏଠାରେ ଆଇଏଏସ ଦମ୍ପତ୍ତି ରିଂକୁ ଦୁଗ୍ଗା ଓ ସଂଜୀବ ଖୀରୱାର ନିଜ କୁକୁରକୁ ସାଂଗରେ ଧରି ପ୍ରତିଦିନ ପ୍ରାତଃ ଓ ସାନ୍ଧ୍ଯ ଭ୍ରମଣ କରୁଥିଲେ। ସେତେବେଳେ କିନ୍ତୁ ଷ୍ଟାଡିଅମ ଭିତରକୁ କୌଣସି କ୍ରୀଡାବିତଙ୍କୁ  ମଧ୍ଯ ଛଡା ଯାଉନଥିଲା। ଏନେଇ କ୍ରୀଡାବିତମାନଙ୍କ ମଧ୍ଯରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । କର୍ତ୍ତୃପକ୍ଷକଂ ନିକଟରେ ଅଭିଯୋଗ ହୋଇଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାକୁ ଗୁରୁତର ସହ ନେଇ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଥିଲେ। ରିପୋର୍ଟ ଆସିବା ପରେ ୨୦୨୩ ମସିହା ସେପ୍ଟେମ୍ବର ମାସରେ ଆଇଏସ ରିକୁଂ ଦୁଗ୍ଗାକୁଂ ଚାକିରିକୁ ବାଧ୍ଯ୍ଯତାମୂଳକ ଅବସର ଦିଆଯାଇଥିଲା । ହେଲେ ଏବେ ଓଡିଶାରେ ମଧ୍ୟ ସମାନ ଘଟଣା ଘଟିଥିବା ବେଳେ ସମସ୍ତେ ଚୁପ । ନିଜେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ ଘଟଣାକୁ ସ୍ବୀକାର କରିଛନ୍ତି। ତେବେ ମୁଖ୍ୟ ପ୍ରସଂଗରୁ ହଟି ସେ ଘଟଣାକୁ ହାଲୁକା ଭାବେ ଗ୍ରହଣ କରିଛନ୍ତି।

କ୍ରୀଡ଼ାବିତ ତଥା କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ତତ୍କାଳୀନ ରାଜ୍ଯ ସରକାର ଅଧିକ ଗୁରୁତ୍ବ ଦେଇଥିଲେ। ହେଲେ ଏବେ ସେହି ଭିତ୍ତିଭୂମି ସବୁ ସତେ ଯେମିତି ଦିଗହରା ହୋଇପଡିଛି । ସମାନ ଅପରାଧ ପାଇଁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦିଲ୍ଲୀରେ ଦୋଷୀ ଆଇଏଏସ ଅଧିକାରୀଙ୍କୁ ବାଧ୍ଯତାମୂଳକ ଅବସର ଦେଇଥିବା ବେଳେ ଓଡ଼ିଶାରେ ଡବଲ ଇଂଜିନ ସରକାର ଦୋଷୀମାନଂକ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବ କି ?

 

ଥିରୁବନନ୍ତପୁରମ ହୋଟେଲରୁ ଟିଭି ତାରକାଙ୍କ ମୃତଦେହ ଠାବ

ନନ୍ଦିଘୋଷ ବ୍ୟୁରୋ: କେରଳ ଥିରୁବନନ୍ତପୁରମର ଏକ ହୋଟେଲରେ ମାଲାୟାଲାମ ଟିଭି ତାରକା ଦିଲୀପ ଶଙ୍କରଙ୍କ ମୃତଦେହ ଠାବ। ଏକ ସିରିୟଲର ଶୁଟିଂ ଲାଗି ଥିରୁବନନ୍ତପୁରମକୁ ଆସିଥିଲେ ଦିଲୀପ। ତେବେ ଆଜି ତାଙ୍କ ମୃତଦେହ ଏକ ହୋଟେଲ ରୁମରୁ ମିଳିଛି। ୨ ଦିନ ପୂର୍ବରୁ ସେ ଥରେ ଏହି ସହରକୁ ଆସିଥିଲେ। ସିରିୟଲ ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି- ଶୁଟିଂ କିଛି ଦିନ ବନ୍ଦ କରାଯାଇଥିଲା। ପରେ ସେ ଶୁଟିଂରେ ସାମିଲ ହେବାକୁ ଆସିଥିଲେ। ତାଙ୍କର ଶରୀର ସମସ୍ୟା ରହିଥିଲା ବୋଲି କିଛି ସହକର୍ମୀ କହିଛନ୍ତି। ଦିଲୀପଙ୍କ ଘର ଏର୍ଣ୍ଣାକୁଲମରେ। ସେ ଆତ୍ମହତ୍ଯା କରିଛନ୍ତି ନା କେହି ହତ୍ଯା କରିଛି ନା ଶରୀର ସମସ୍ଯା କାରଣରୁ ତାଙ୍କର ମୃତ୍ଯୁ ଘଟିଛି- ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଅଭିଯୁକ୍ତ ବିପିନ ଦେହୁରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ ଏଡିଜି

ନନ୍ଦିଘୋଷ ବ୍ୟୁରୋ: ହତ୍ୟା ଅଭିଯୁକ୍ତ ବିପିନ ଦେହୁରୀ ଆତ୍ମହତ୍ୟା ଉଦ୍ୟମ ଘଟଣା । ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ ଏଡିଜି ଅମିତାଭ ଠାକୁର । ସପ୍ତାହକ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଡିଆଇଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀ ଉପକଣ୍ଠ ଜାମୁଝରି ମୁକ୍ତାକାଶ ଜେଲ ପରିସରରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା ବିପିନ ଦେହୁରୀ । ବିପିନ ଗତ ଜୁଲାଇ ମାସରେ କେନ୍ଦୁଝର ଜେଲରୁ ଜାମୁଝରି ଜେଲକୁ ଆସିଥିଲା । କେବଳ ଏତିକି ନୁହେଁ ୪ ଦିନ ତଳେ ଅନ୍ତେବାସୀ ମକମନ ମୁଣ୍ଡା ମଧ୍ୟ ଜାମୁଝରି ଜେଲରୁ ଲୁଚି ପଳାଇଛି । ଏଯାଏଁ ତାର ପତ୍ତା ମିଳିପାରିନାହିଁ ।

ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଗଂଜାମ ଗସ୍ତରେ ଯାଉଛନ୍ତି ନବୀନ ପଟ୍ଟନାୟକ। ଗସ୍ତ ପୂର୍ବରୁ ପ୍ରସ୍ତୁତିର ତଦାରଖ କରିଛନ୍ତି ଦଳର ବରିଷ୍ଠ ନେତା। ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୋଲସରା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ, ଆସିକାର ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଛତ୍ରପୁର ପୂର୍ବତନ ବିଧାୟକ ସୁବାଷ ବେହେରା, ଖଲ୍ଲିକୋଟର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଅନ୍ୟ କର୍ମୀ ଓ ଛାମୁଆ ନେତାମାନେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଇଛନ୍ତି।  ସେମାନେ ଆସିକା ବ୍ଳକର କଇଁଫୁଲିଆ  ଛକ ନିକଟରେ ଧାନ ଚାଷ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ସ୍ଥାନରେ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଆସନ୍ତକାଲି ଗଂଜାମ ଜିଲ୍ଲାର ଶେରଗଡ, ହିଂଜିଳି, ଆସିକା ଓ କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଅଞ୍ଚଳ ଗସ୍ତ କରି ବର୍ଷାଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

କେନାଲ କାମ ଚାଲୁଥିବା ବେଳେ ଶ୍ରମିକଙ୍କ କ୍ୟାମ୍ପ ଓ ହିଟାଚି ମେସିନ୍ ଉପରକୁ ବୋମାମାଡ଼

ନନ୍ଦିଘୋଷ ବ୍ୟୁରୋ: ଦାଦାବଟିକୁ କେନ୍ଦ୍ରକରି ବୋମାମାଡ଼ । କେନାଲ କାମ ଚାଲୁଥିବା ବେଳେ ଶ୍ରମିକଙ୍କ କ୍ୟାମ୍ପ ଓ ହିଟାଚି ମେସିନ୍ ଉପରକୁ ପଡିଲା ବୋମା । ପିପିଲି ସହଜପୁର ପଞ୍ଚାୟତ ପୋସଲ ମାଇନର କେନାଲ କାମ ଚାଲୁଥିବା ବେଳେ ବୋମାମାଡ। ବୋମାମାଡରେ ଭାଙ୍ଗିଲା ମେସିନ। ଘଟଣାସ୍ଥଳରେ ପ୍ରାୟ ୬ଟି ବୋମାମାଡ ହୋଇଥିବା ସୂଚନା। କେନାଲ କାମରେ ନିୟୋଜିତ କର୍ମଚାରୀଙ୍କ କ୍ୟାମ୍ପ ଉପରକୁ ହୋଇଛି ବୋମାମାଡ।

କ୍ରିକେଟ ଖେଳକୁ ନେଇ ରାଜନୀତି : ଲକ୍ଷ୍ମୀସାଗର ହାଇସ୍କୁଲ ପଡିଆରେ ଉତ୍ତେଜନା

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ ଖେଳକୁ ନେଇ ରାଜନୀତି । ଭୁବନେଶ୍ୱର ଲକ୍ଷ୍ମୀସାଗର ହାଇସ୍କୁଲ ପଡିଆରେ ଉତ୍ତେଜନା। ବିଜେପି ନେତାଙ୍କ ମନମାନିକୁ ବିରୋଧ। ସେଠାରେ ଚାଲିଥିବା ୧୬ତମ ଲକ୍ଷ୍ମୀସାଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ ବିଜେପି ନେତାଙ୍କ ଚକ୍ରାନ୍ତ ଅଭିଯୋଗ। ପୋଲିସ ଲଗାଇ ମ୍ୟାଚ ବନ୍ଦ କରିବାକୁ ହୀନ ଷଡଯନ୍ତ୍ରକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ। ବିଜେପି ନେତା ମୁଖ୍ୟ ଅତିଥି ନ ହୋଇଥିବାରୁ ଏହି ଚକ୍ରାନ୍ତ କରୁଥିବାରୁ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଉତ୍ତେଜନା କାରଣରୁ ରସୁଲଗଡ କଳ୍ପନା ଜାତୀୟ ରାଜପଥରେ ଅଟକିଥିଲା ହଜାର ହଜାର ଯାନବାହନ। ଫଳରେ ପୁରୀ ଆସୁଥିବା ପର୍ଯ୍ୟଟକ ସେଠାରେ ଫସିଯାଇଥିଲେ। ଲକ୍ଷ୍ମୀସାଗର ଛକରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ଯୋଗୁ ଯାତ୍ରୀମାନେ ନାହିଁ ନଥିବା ହୀନସ୍ତା ହୋଇଛନ୍ତି। ପୋଲିସ ବୁଝାସୁଝା ବେଳେ ପୋଲିସକୁ ଆକ୍ରମଣ  ହୋଇଥିବା ସୂଚନା ମିଳିଛି।

କୋରିଆ ବିମାନ ଦୁର୍ଘଟଣା,୯ ଫଟୋ କହୁଛି କେତେ ଭୟଙ୍କର ଥିଲା କ୍ରାସ୍

ନନ୍ଦିଘୋଷ ବ୍ୟୁରୋ: ରବିବାର ଦକ୍ଷିଣ କୋରିଆରେ ଏକ ବିମାନ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା କି, ଏହା ଫଟୋ ଦେଖିଲେ ଛାତି ଥରି ଉଠିବ ।

ଏହି ଭୟଙ୍କର ଦୁର୍ଘଟଣାରେ ୧୭୯ ଜଣ ପ୍ରାଣ ହରାଇଛନ୍ତି ।

ସେପଟେ ବିମାନରେ ୧୮୧ ଜଣ ରହିଥିବା କୁହାଯାଇଛି ।

ଏହି ଘଟଣା ସେଠିକାର ସମୟ ୯ଟା ୭ ସମୟରେ ଘଟିଥିଲା

ତେବେ ପ୍ରଥମ ଅବତରଣ ବେଳେ ବିମାନଟି ବିଫଳ ହୋଇଥିଲା । ରନ ଓ୍ବେରେ ଗତି ହ୍ରାସ ନହେବାରୁ ଏକଳି ଅଘଟଣ ଘଟିଥିବା ଜଣାପଡ଼ିଛି ।

ବିମାନଟି ଦୁର୍ଘଟଣା ହେବା ପରେ ଜଳି ଯାଇଥିଲା । ଏହା ଫଳରେ ଏଥିରେ ଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ ।

ବିମାନ ବନ୍ଦର ପାଚେରୀରେ ମାଡ଼ ହୋଇଥିବାବେଳେ ଏଭଳି ଦୃଶ୍ୟ ଯାହାକି ଦେଖିଲେ ଆଖିରୁ ଆପେ ଆପେ ଲୁହ ବାହାରି ଆସିବ ।

ଅବତରଣ ସମୟରେ ଗିୟରରେ ତୃଟି କାରଣରୁ ଏଭଳି ଅଘଟଣ ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

MKCG ମେଡିକାଲ କଲେଜର ୪ ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର

0

ବ୍ରହ୍ମପୁର : ବ୍ରହ୍ମପୁର MKCG ମେଡିକାଲ କଲେଜର ୪ ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଜଣେ ପିଜି ଛାତ୍ରଙ୍କୁ ମାଡ଼ ଘଟଣାରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କର୍ତ୍ତୃପକ୍ଷ। ଚାକିରିରୁ ବହିଷ୍କୃତ ହୋଇଥିବା ୪ ଡାକ୍ତରଙ୍କ ମଧ୍ୟରେ ଅଛନ୍ତି ଜଣେ ସହକାରୀ ପ୍ରଫେସର ଓ ୩ ଜଣ ସିନିୟର ରେସିଡେଣ୍ଟ ଡାକ୍ତର। ଜଣେ ପିଜି ଛାତ୍ରଙ୍କୁ ୬ ମାସ ହଷ୍ଟେଲ ଆସିବାକୁ ମଧ୍ୟ ମନା କରାଯାଇଛି। ଗତ ୨୦ ତାରିଖରେ ୩ ନମ୍ବର ହଷ୍ଟେଲରେ ଏହି ଗଣ୍ଡଗୋଳ ହୋଇଥିଲା। ଶିଶୁ ବିଭାଗର ଜଣେ ପିଜି ଛାତ୍ରଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଥିଲା। ତେଣୁ ଏହି କଡ଼ା କାର୍ଯ୍ଯାନୁଷ୍ଠାନ ନିଆଯାଇଥିବାର ସୂଚନା ଦେଇଛନ୍ତି ଡିନ୍ ସୁଚିତ୍ରା ଦାଶ। DMETଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନିଆଯାଇଥିବାର ସେ କହିଛନ୍ତି।