spot_img
Home Blog Page 1317

ଚିନ୍ତାରେ ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଞ୍ଚଳର ପିଡିଏସ୍ ହିତାଧିକାରୀ, ନେଟୱର୍କ ନଥିବାରୁ ହୋଇପାରୁନାହିଁ ଇ-କେୱାସି ଅପଡେଟ୍

ନନ୍ଦିଘୋଷ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଞ୍ଚଳରେ ଫେଲ୍ ମାରିଛି ଖାଦ୍ୟସୁରକ୍ଷା ଯୋଜନା ।  ଗାଁରେ ମୋବାଇଲ୍ ନେଟୱର୍କ ପହଞ୍ଚି ନଥିବାରୁ ପିଡିଏସ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍ ହୋଇପାରୁନାହିଁ । ରାସନ ସାମଗ୍ରୀ ପାଇଁ ଡବଲ ଇଞ୍ଜିନ ସରକାର ଇ-ପସ୍ ମେସିନ ସହାୟତାରେ ଇ-କେୱାଇସି ଅପଡେଟ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି ।

ନିର୍ଦ୍ଧାରିତ ସମୟରେ ଇ-କେୱାଇସି ଅପଡେଟ୍ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଇ- କେୱାଇସି ଅପଡେଟ୍ ନହୋଇପାରିଲେ ରାସନ ସାମଗ୍ରୀ ବନ୍ଦ ହେବା ସମ୍ଭାବନା ଦୁର୍ଗମ ଅଞ୍ଚଳର ହିତାଧିକାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଡବଲ ଇଞ୍ଚିନ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ନାରା ମଧ୍ୟ ଧୂଆଁବାଣ ପାଲଟିଛି ।

କେୱାସି ଅପଡେଟ୍ କରିବାକୁ ଚିନ୍ତାରେ ମୟୂରଭଞ୍ଜ ଜିଲ୍ଲାର ପିଡିଏସ୍ ହିତାଧିକାରୀ । ଜିଲ୍ଲାର ପ୍ରାୟ ୬ ଲକ୍ଷ ୧୯ ହଜାର ହିତାଧୀକାରୀ ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନା ଉପରେ ନିର୍ଭର କରିଥାନ୍ତି । ଏବେ ରାସନ ସାମଗ୍ରୀ ପାଇଁ ଡବଲ ଇଞ୍ଜିନ ସରକାର ଇ-ପସ୍ ମେସିନ ସହାୟତାରେ ଇ-କେୱାସି ଅପଡେଟ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ମୟୂଭଞ୍ଜ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ସେବା ନଥିବାରୁ ଇ-କେୱାସି ଅପଡେଟ୍ ହେବାରେ ସମସ୍ୟା ସୃଷ୍ଟି ହୋଇଛି । ନେଟୱର୍କ ପାଇଁ ସହାୟକମାନଙ୍କୁ କେଉଁଠି ଗାଁ ମୁଣ୍ଡକୁ ଯିବାକୁ ପଡୁଛି ତ ଆଉ କେଉଁଠାରେ ଗ୍ରାମପଞ୍ଚାୟତର କୋଠା ଉପରକୁ ଯାଇ ଇ-ପସ୍ ମେସିନ ଖୋଲିବାକୁ ନେଟୱାର୍କ ପାଇଁ ଅପେକ୍ଷା କରୁଛନ୍ତି ।

ମୋବାଇଲ ନେଟୱାର୍କର ସମସ୍ୟା ରହୁଥିବାରୁ ଲିଙ୍କ୍ ମିଳୁନାହିଁ । ଏପରିସ୍ଥଳେ ଇ-କେୱାଇସି ଅପଡେଟ୍ କରିବାକୁ ଖାଉଟିମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଇ- କେୱାଇସି ଅପଡେଟ୍ ନହୋଇପାରିଲେ ରାସନ ସାମଗ୍ରୀ ବନ୍ଦ ହେବା ସମ୍ଭାବନା ଦୁର୍ଗମ ଅଞ୍ଚଳର ହିତାଧିକାରୀଙ୍କ ପାଇଁ ଚିନ୍ତାର କାରଣ ହୋଇପଡିଛି।

ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱାର୍କ ଜନିତ ସମସ୍ୟା ଥିବା ବେଳେ ଦେଉଥିବା ଡବଲ ଇଞ୍ଜିନ ସରକାର ମେକ୍ ଇନ୍ ଇଣ୍ଡିଆ ନାରା ଧୂଆଁ ବଣ ପାଲଟିଛି । ମୟୂରଭଞ୍ଜ ଜିଲ୍ଲାରେ ଶାମାଖୁଣ୍ଟା, ବାଙ୍ଗିରିପୋଷି, ବିଜାତଳା, ବିଷୋଇ, ଯଶିପୁର, ସାରସକଣା ବ୍ଲକର କେତେକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମୋବାଇଲ ନେଟୱାର୍କ ନଥିବାରୁ ସେସବୁ ବିତରଣକେନ୍ଦ୍ର ଉପରେ ନିର୍ଭରକରୁଥିବା ହଜାର ହଜାର ହିତାଧିକାରୀନଙ୍କୁ ଖାଉଟୀ ସାମଗ୍ରୀ ପାଇବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କେତେକ ଅଞ୍ଚଳରେ ନେଟୱାର୍କ ସମସ୍ୟା ପାଇଁ ଲିଙ୍କ୍ ମିଳୁ ନଥିବାରୁ ଖାଉଟି ସାମଗ୍ରୀ ବିତରଣ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଯାଇପାରୁନାହିଁ । ସେସବୁ ଅଞ୍ଚଳରେ ଯୋଗାଣ ସହାୟକମାନେ ମାନୁଆଲ ପଦ୍ଧତିରେ ସାମଗ୍ରୀ ବିତରଣ କରୁଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ।

ମୟୂରଭଞ୍ଜ ଜିଲ୍ଲା ଭଳି ଆଦିବାସୀ ଅଧୁଷିତ ଅଞ୍ଚଳରେ ମୋବାଇଲ ନେଟୱର୍କ ସେବା ନଥିବାରୁ ହୋଇପାରୁନାହିଁ ହିତାଧିକାରୀଙ୍କ ଇ-କେୱାସି ଅପଡେଟ୍ । ଡବଲ ଇଞ୍ଜିନ ସରକାରଙ୍କ ମେକ ଇନ୍ ଇଣ୍ଡିଆ ନାରା ଧୂଆଁବାଣ ପାଲଟିଛି।

 

ଏଥର ନୂଆ କଂସ ଦେଖିବ ବରଗଡ଼

ନନ୍ଦିଘୋଷ ବ୍ୟୁରୋ: ଏଥର ନୂଆ କଂସ ଦେଖିବ ବରଗଡ଼ । ବରଗଡ଼ ଧନୁଯାତ୍ରାରେ ଦୁର୍ଦ୍ଦାନ୍ତ କଂସ ମହାରାଜ ଭୂମିକା ପାଇଁ ସାକ୍ଷାତକାର ଅନୁଷ୍ଠିତ ହେବ । ୨୦୨୨ରେ ହୋଇଥିବା କଂସ ଚୟନ ତାଲିକାରେ ଥିବା ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ଥିବା ୪ ଜଣ କଳାକାରଙ୍କ ମଧ୍ଯରୁ ଜଣଙ୍କୁ ମନୋନୀତ କରାଯିବ । ସେମାନେ ହେଲେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ ଓ ସୁଶୀଲ କୁମାର ମେହେର । ଏନେଇ ଧନୁଯାତ୍ରା ମହୋତ୍ସବ ସମିତି ବୈଠକରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ଗତଥର ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କୁ କଂସ ଭୂମିକାରୁ ବାଦ୍ ଦିଆଯାଇଛି।

ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପିଙ୍କ ସହ ବରିଷ୍ଠ ଅଧିକାରୀ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଆସନ୍ତାକାଲିଠୁ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୩୦ଟି କାର୍ଯ୍ୟଦିବସ ରହିଥିବା ବେଳେ ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଆଗତ କରିବେ।  ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ଡିଜିପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ। ବିଧାନସଭା ଅଧିବେଶନ ପାଇଁ ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳ ପୋଲିସ ଛାଉଣୀ ହେବ। ଏଥିପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ। ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିସ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ ସ୍କ୍ୱାଡ, ଅଗ୍ନିଶମ ବିଭାଗ ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ। ଲୋୟର ପିଏମଜିରେ ଏଥର ଧାରଣା ପାଇଁ ଅନୁମତି ମିଳିବ ନାହିଁ। ତଥାପି ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ସଂଲଗ୍ନ ରାସ୍ତାରେ ସିସିଟିଭି ବ୍ୟବସ୍ଥା ହେବ। ସୁରକ୍ଷାକୁ ଅଧିକ କଡାକଡି କରିବା ପାଇଁ ଅସ୍ଥାୟୀ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଆହୋରାତ୍ର ଜଗିବେ। ବିଧାନସଭା ଛାତ ଉପରେ ରୁଫ ଟଫ ପୋଲିସ  ରହିବେ। ପ୍ରବେଶ ପଥରେ ଚେକପୋଷ୍ଟ କରାଯିବା ସହିତ ବିଧାନସଭାକୁ ସଂଯୋଗ କରୁଥିବା ରୁଟକୁ ଡାଇଭର୍ଟ କରାଯିବ ।

ଏଥର ବାଙ୍ଗାଲୋରରେ ଭୁବନେଶ୍ବର, ଜାଣନ୍ତୁ କେଉଁ ଖେଳାଳିଙ୍କୁ କିଣିଲା କେଉଁ ଟିମ୍

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଆଇପିଏଲ ମେଗା ଅକ୍ସନ । ରବିବାର ହୋଇଥିବା ନିଲାମୀରେ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ଆଇପିଏଲ ଇତିହାସରେ ସେ ରେକର୍ଡ କରିଛନ୍ତି । ୨୭ କୋଟିରେ ଲକ୍ଷ୍ନୌ ତାଙ୍କୁ କିଣିଛି । ତେବେ ସୋମବାର ବହୁ ଅଭିଜ୍ଞ ଖେଳାଳିଙ୍କୁ କେହି କିଣିନଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ସୋମବାର ମଧ୍ୟ ବହୁ ଖେଳାଳିଙ୍କୁ ଅଧିକ ଟଙ୍କାରେ କିଣିଛନ୍ତି ପ୍ରାଞ୍ଚାଇଜ୍ ।

  • ମୁମ୍ବାଇରେ ଦମ୍ ଦେଖାଇବେ ଦୀପକ ଚହର । ୯.୨୫ କୋଟିରେ କିଣିଲା ଦଳ ।
  • ୧୦.୭୫ କୋଟି ଟଙ୍କାରେ ଭୁବନେଶ୍ବର କୁମାରଙ୍କୁ କିଣିଲା ଆରସିବି
  • ଲକି ଫର୍ଗୁସନଙ୍କୁ ୨ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗ୍ସ
  • ମୁକେଶ କୁମାରଙ୍କୁ ୮ କୋଟି ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ
  • ୬.୪୦ କୋଟି ଟଙ୍କାରେ ବିକ୍ରି ହେଲେ ତୁଷାର ଦେଶପାଣ୍ଡେ । କିଣିଲା ରାଜସ୍ଥାନ ରୟାଲ୍ସ
  • ମାର୍କୋ ୟାନସନଙ୍କୁ ୭ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗ୍ସ
  • ଏଥର ଦେବେ କୋହଲିଙ୍କ ସାଥ୍ । କୁନାଲ ପାଣ୍ଡ୍ୟାଙ୍କୁ ୫.୭୫ କୋଟି ଟଙ୍କାରେ କିଣିଲା ଆରସିବି
  • ପଞ୍ଜାବରୁ ଚେନ୍ନାଇକୁ ଫେରିଲେ ସାମ କରାନ । ୨.୪୦ କୋଟିରେ କିଣିଲା ଚେନ୍ନାଇ ସୁପରକିଙ୍ଗ୍ସ
  • ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ ନୀତିଶ ରାଣା । ୪.୨ କୋଟିରେ କିଣାହେଲେ
  • ଫାଫ୍ ଡୁପ୍ଲେସିଙ୍କୁ ୨ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ

କିଣା ହୋଇନଥିବା ଖେଳାଳି

ଆଜିଙ୍କ୍ୟା ରାହାଣେ

ମୟଙ୍କ ଅଗ୍ରଓ୍ବାଲ

ପୃଥୀ ଶ’

ସାର୍ଦ୍ଧୁଲ ଠାକୁର

କେନ୍ ଓ୍ବିଲିୟମସନ

ଡାରେଲ ମିଚେଲ

ଗ୍ଲେନ୍ ଫିଲିପ୍ସ

ଯାଜପୁର ଗଣ୍ଡଗୋଳ ପ୍ରସଙ୍ଗ: ଡିଜିପିଙ୍କୁ ଭେଟିଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଗଣ୍ଡଗୋଳ ପ୍ରସଙ୍ଗରେ ଡିଜିପିଙ୍କୁ ଭେଟିଲା ବିଜେଡି ଟିମ୍। ଯାଜପୁରରେ ବେଆଇନ ଗିରଫଦାରୀକୁ ନିନ୍ଦା କରିଛି ବିଜେଡି ପ୍ରତିନିଧି ଦଳ। ପୋଲିସ ଶାସକ ଦଳର ହାତବାରିସି ସାଜିଥିବା ଅଭିଯୋଗ କରିଛି ବିଜେଡି।  ଜାଣିଶୁଣି ବିଜେଡି କର୍ମୀଙ୍କୁ ଗିରଫ କରାଯାଉଥିବା ଅଭିଯୋଗ କରିଛି ଦଳ। ଅନ୍ୟପଟେ ବିଜେଡି ଅଭିଯୋଗ କରିଥିଲେ ବି ହେଉନି କାର୍ଯ୍ୟାନୁଷ୍ଠାନ। ଏହାସହ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଦଳ ଅଭିଯୋଗ କରିଛି।

୫୮୨୧ ଦିନ ପରେ ଅଷ୍ଟ୍ରେଲିଆଠୁ ବଦଲା ନେବା ଭାରତ, ପର୍ଥରେ ଭାଙ୍ଗିଲା କଙ୍ଗାରୁ ଦଳର ଏହିସବୁ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଘରୋଇ ମାଟିରେ ହାରିଲା କଙ୍ଗରୁ ଦଳ । ୨୯୫ ରନର ବଡ଼ ରନ ବ୍ୟବଧାନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ବର୍ଡର ଗାଭାସ୍କାର ଟ୍ରଫିର ପ୍ରଥମ ମ୍ୟାଚ ପର୍ଥରେ ଅନୁଷ୍ଠିତ ହୋଇଥିବାବେଳେ ଭାରତ ବିଜୟ ସହ ରେକର୍ଡ କରିଛି । ଏହି ମ୍ୟାଚ ବିଜୟ ସହ ଭାରତ ଅଷ୍ଟ୍ରେଲିଆର ୫ ରେକର୍ଡ ଭାଙ୍ଗିଛି । ୨୦୧୮ ମସିହାରେ ସମାନ ଗ୍ରାଉଣ୍ଡରେ ଖେଳଯାଇଥିବା ପ୍ରଥମ ଟେଷ୍ଟରେ ଭାରତକୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ଆଉ ଏବେ ଏହି ପ୍ରତିଶୋଧ ନେଇଛି ଭାରତ । ତେବେ ଆସନ୍ତୁ ନଜର ପକାଇବା ଭାରତ ଅଷ୍ଟ୍ରେଲିଆର କେଉଁସବୁ ରେକର୍ଡକୁ ଭାଙ୍ଗିଛି ।

୧. ଅପ୍ଟସ ଷ୍ଟାଡିୟମରେ ଭାରତ ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ।

୨. ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୨୯୫ ରନ୍ ବ୍ୟବଧାନରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ମାଟିରେ ଚାଲିଥିବା ରନ୍ କ୍ଷେତ୍ରରେ ଏହା ହେଉଛି ଭାରତର ସବୁଠାରୁ ବଡ ବିଜୟ | ଏହାପୂର୍ବରୁ ୧୯୭୭ରେ ମେଲବର୍ଣ୍ଣରେ ଟିମ୍ ଇଣ୍ଡିଆ ୨୨୨ ରନ୍ ଜିତିଥିଲା।

୩ . ସେନା ଦେଶରେ ଭାରତର ବିଜୟ ମଧ୍ୟରେ ଏହା ମଧ୍ୟ ବଡ଼ ବିଜୟ କୁହାଯାଇପାରେ । (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ) ଦେଶମାନଙ୍କରେ ଏହା ସବୁଠାରୁ ବଡ ବିଜୟ | ବିଦେଶୀ ମାଟିରେ ଏହା ହେଉଛି ଭାରତର ତୃତୀୟ ବୃହତ୍ତମ ବିଜୟ । ନର୍ଥ ସାଉଣ୍ଡ, ୱେଷ୍ଟଇଣ୍ଡିଜରେ 318 ରନ୍ ଏବଂ ଶ୍ରୀଲଙ୍କାର ଗାଲରେ 304 ରନ୍ରେ ଭାରତ ମଧ୍ୟ ଜିତିଛି।

୪.ଏହି ମ୍ୟାଚରେ ଜସପ୍ରୀତ ବୁମ୍ରା 72 ରନ୍ ପାଇଁ 8 ୱିକେଟ୍ ନେଇଥିଲେ। ବିଦେଶୀ ମାଟିରେ କେସଣସି ଭାରତୀୟ ଅଧିନାୟକଙ୍କ ବିଜୟରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଏହା ଏକ ନୂଆ ରେକର୍ଡ |

୫. ପର୍ଥରେ ଏକ ଟେଷ୍ଟ ମ୍ୟାଚ୍ ଜିତିବାରେ ବୁମ୍ରା କେବଳ ଦ୍ୱିତୀୟ ଏସୀୟ ଅଧିନାୟକ ହୋଇପାରିଛନ୍ତି। ସୌଭାଗ୍ୟବଶତଃ ,, ପୂର୍ବ ଅଧିନାୟକ ମଧ୍ୟ ଜଣେ ଭାରତୀୟ ବୋଲର ଥିଲେ। ଅନିଲ କୁମ୍ବଲେଙ୍କ ଅଧିନାୟକତ୍ୱରେ ଭାରତ ୨୦୦୮ରେ WACA (ପର୍ଥର ପୁରୁଣା ଷ୍ଟାଡିୟମ) ରେ ଜିତିଥିଲେ|

 

 

ରିଲିଜ୍ ପୂର୍ବରୁ ‘ପୁଷ୍ପା-୨’ ର ନୂଆ ରେକର୍ଡ, ପଛରେ ପଡ଼ିଲା ବଡ଼ ବଡ ବଜେଟ ଫିଲ୍ମ

ନନ୍ଦିଘୋଷ ବ୍ୟଚରୋ: ଆଉ ମାତ୍ର ୯ଟା ଦିନ । ତାପରେ କେବଳ ପୁଷ୍ପାରାଜ । ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଅଲୁ ଅର୍ଜୁନଙ୍କ ‘ପୁଷ୍ପା ୨’କୁ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଡିସେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମ ରିଲିଜ ପୂର୍ବରୁ ପ୍ରମୋସନ ଜୋରସୋରରେ ଚାଲିଛି । ନିକଟରେ ଶ୍ରୀଲିଲାଙ୍କ ଏକ ଗୀତ ମୁକ୍ତିଲାଭ କରିଥିଲା ଯାହା ସିନେପ୍ରେମୀଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି । ଏହାରି ଭିତରେ ଆମେରିକାରେ ପୁଷ୍ପା-୨ ଟିକେଟ ବିକ୍ରିରେ ଇତିହାସ ସୃଷ୍ଟି କରିଛି  ।

ଆଜିପର୍ଯ୍ୟନ୍ତ ବଡବଡ ସୁପରଷ୍ଟାରମାନେ ଯାହା କରିପାରିନଥିଲେ ତାହା ପୁଷ୍ପା-୨ ଫିଲ୍ମ ରିଲିଜର ୯ଦିନ ପୂର୍ବରୁ କରି ଦେଖେଇଛି । ଫିଲ୍ମଟି ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିଥିବା ବେଳେ ଏବେ ଅଲ୍ଲୁ ଅର୍ଜୁନ ଫିଲ୍ମ ଆମେରିକାରେ ଧମାଲ କରିଥିବା ଜଣାଯାଇଛି। ଆମେରିକାରେ ଏହି ଚଳଚ୍ଚିତ୍ରର  ଟିକେଟ ବିକ୍ରି ୧ମିଲିୟନ କ୍ରଶ କରିଥିବା ଜଣାପଡିଛି। ଏଭଳି କରିବାରେ ‘ପୁଷ୍ପା ୨: ଦି ରୁଲ୍’ ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି  । ନିର୍ମାତାମାନେ ଏହାର ଘୋଷଣା ସହିତ ଏକ ନୂତନ ପୋଷ୍ଟର ସେୟାର କରିଛନ୍ତି ଏବଂ ଲେଖିଛନ୍ତି – ‘ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି। ଯାହା ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ଭାଙ୍ଗିବା କଷ୍ଟକର ହେବ । ବାସ୍ତବରେ, ‘ପୁଷ୍ପା ୨’ ଡିସେମ୍ବର୪ ରେ ଆମେରିକାରେ ପ୍ରିମିୟର ହେବ । ଯେଉଁଥି ପାଇଁ ବୁକିଂ ଚାଲିଛି  । ତେବେ ୩ଦିନ ପୂର୍ବରୁ ଏହି ଫିଲ୍ମଟି ଆମେରିକାର ପ୍ରିମିୟର ପାଇଁ ୪୦ହଜାର ଟିକେଟ୍ ବିକ୍ରି କରିଥିଲା ପରେ ବର୍ଦ୍ଧିତ ହୋଇ ୫୦ହଜାରରେ ପହଞ୍ଚିଛି । ​​

‘ପୁଷ୍ପା ୨’ର ଟ୍ରେଲର ପ୍ରଥମରୁ ହିଁ ଅଲ୍ଲୁ ଅର୍ଜୁନଙ୍କ ଦମଦାର ଅଭିନୟ ଏବଂ ସୁକୁମାରଙ୍କର ଏକ ଭିନ୍ନ ପ୍ରକାର ନିର୍ଦ୍ଦେଶନାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି । ଚଳିତ ବର୍ଷ ଡିସେମ୍ବର ୫ରେ ବିଶ୍ୱ ସ୍ତରରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମ ବକ୍ସ ଅଫିସର ରେକର୍ଡ ଭାଙ୍ଗିବାକୁ ପୂରାପୂରି ପ୍ରସ୍ତୁତ ହୋଇଛି ।

 

ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ଝାରସୁଗୁଡା: ଭାଇ ସାଜିଲା ହତ୍ୟାକାରୀ। ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ। ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା କୁଡାଲୋଇ ଗଙ୍ଗାପଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ବଡ଼ଭାଇ ହେଲେ ସୁନୀଲ ସୋରେନ। ଅଭିଯୁକ୍ତ ସାନଭାଇ ସୁଶୀଲ ସୋରେନକୁ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛି  ।

ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ୨ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା  । ଏଥିରେ ରାଗିଯାଇ ସୁଶୀଲ ଏକ ଟାଙ୍ଗିଆରେ ବଡ଼ ଭାଇ ସୁନୀଲଙ୍କ ମୁଣ୍ଡରେ ଆକ୍ରମଣ କରିଥିଲା  । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଅଶାନ୍ତ ସମ୍ଭାଲ : ଇଣ୍ଟରନେଟ ସେବା ସମେତ ସମସ୍ତ ସ୍କୁଲ ଓ କଲେଜ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ହୋଇପଡିଛି ଉତ୍ତରପ୍ରଦେଶର ସମ୍ଭାଲ । ମସଜିଦ ସର୍ଭେକୁ ନେଇ ଜାରି ରହିଛି ହିଂସା । ଉତ୍ତେଜନାକୁ ଦୃଷ୍ଟିରେ ଘଟଣାସ୍ଥଳରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୨୪ ଘଣ୍ଟା ଲାଗି ଇଣ୍ଟରନେଟ ସେବା ବନ୍ଦ ଏବଂ ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ଉତ୍ତରପ୍ରଦେଶ ସମ୍ଭଲରେ ମସଜିଦ ସର୍ଭେକୁ ନେଇ ଉତ୍ତେଜନାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଲୋକଙ୍କ ମୃତ୍ଯ ହୋଇଛି। ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲୋକଙ୍କ ଆକ୍ରମଣରେ ୩୦ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରିଛି ପୋଲିସ।

ସମ୍ଭଲ ସାଂସଦ ଜିଆଉର ରେହମାନ ବର୍କ୍ ଏବଂ ସ୍ଥାନୀୟ ବିଧାୟକଙ୍କ ପୁଅ ସାହିଲ ଇକବାଲଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ହିଂସାକାଣ୍ଡ ଉସୁକାଇବା ଅଭିଯୋଗରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବାହାର ଜନପ୍ରତିନିଧିଙ୍କୁ ସମ୍ଭଲକୁ ପ୍ରବେଶ ଉପରେ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ଯନ୍ତ କଟକଣା ଲାଗିଛି। ମସଜିଦ ସର୍ଭେକୁ ନେଇ ବ୍ୟାପକ ହିଂସାକାଣ୍ଡ ପରେ ଫ୍ଲାଗ୍ ମାର୍ଚ୍ଚ କରିଛି ପୋଲିସ। ସ୍ଵାଭାବିକ ସ୍ଥିତି ଫେରାଇ ଆଣିବାକୁ ଜନତାଙ୍କୁ ଅପିଲ କରିଛି। ସମ୍ବଲରେ ପ୍ରତିଷ୍ଠିତ ଏକ ମସଜିଦକୁ ନେଇ କିଛି ଦିନ ଧରି ବିବାଦ ଲାଗି ରହିଛି।

ମୋଗଲ କାଳରେ ଏକ ମନ୍ଦିର ଭାଙ୍ଗି ସାହି ଜାମା ମସଜିଦ ନିର୍ମାଣ କରାଯାଇଥିଲା ବୋଲି ଅଭିଯୋଗ ଆସିବା ପରେ ଏହାକୁ ନେଇ ଲାଗି ରହିଛି ଉତ୍ତେଜନା। ମସଜିଦର ସର୍ଭେ ଲାଗି କୋର୍ଟ ନିର୍ଦ୍ଦେଶ ପରଠାରୁ ସେଠାରେ ଉତ୍ତେଜନା ଲାଗି ରହିଥିଲା।ଗତ ନଭେମ୍ବର ୧୯ରେ ସ୍ଥାନୀୟ ପୋଲିସ ଓ ଲୋକଙ୍କ ସହାୟତାରେ ମସଜିଦର ସର୍ଭେ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୫୨୯ ଖ୍ରୀଷ୍ଟାବ୍ଦରେ ହରିହର ମନ୍ଦିରକୁ ଭାଙ୍ଗି ମୋଗଲ ସମ୍ରାଟ ଆକବର ସେଠାରେ ମସଜିଦ ନିର୍ମାଣ କରିଥିଲେ।

Parliament Winter Session : ଆରମ୍ଭ ହେବା ପରେ ପରେ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ। ଲୋକସଭାକୁ ପ୍ରଥମେ ୧୨ଟା ଯାଏ ପରେ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ରାଜ୍ୟ ସଭାକୁ ମଧ୍ୟ ଆରମ୍ଭ ହେବା ପରେ ପରେ ମୁଲତବୀ କରାଯାଇଥିଲା। ଆଜି ଗୃହରେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଆସନ୍ତାକାଲି ସମ୍ବିଧାନ ଦିବସ ଉପଲକ୍ଷେ ଗୃହ ବସିବ ନାହିଁ। ତେଣୁ ବୁଧବାର ହିଁ ଗୃହକାର୍ଯ୍ୟ ହେବ।
ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ପ୍ରସଙ୍ଗ ନେଇ ଶୀତ ଅଧିବେଶନ ସରଗରମ ହୋଇପାରେ। ଚଳିତ ଅଧିବେଶନରେ ୱାକଫ୍ ସଂଶୋଧନ ବିଲ୍ ସମେତ ମୋଟ ୧୬ଟି ବିଲ୍ ତାଲିକାଭୁକ୍ତ ହୋଇଥିବା ବେଳେ ମଣିପୁରରେ ଚାଲିଥିବା ଜାତିଗତ ହିଂସା ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ପ୍ରସଙ୍ଗକୁ ଉଠାଇପାରନ୍ତି ବିରୋଧୀ। ସଂସଦରେ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗ ନେଇ ହଙ୍ଗାମା ହୋଇପାରେ। ଆଦାନୀ ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମିଳିତ ସଂସଦୀୟ କମିଟି ଦ୍ୱାରା ଅଭିଯୋଗର ତଦନ୍ତ ଦାବି କରିଛନ୍ତି।

ଶୀତ ଅଧିବେଶନ ପୂର୍ବରୁ ଗତକାଲି ବସିଥିଲା ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ସର୍ବଦଳୀୟ ବୈଠକରେ ଯୋଗଦେଇ ବିଜେଡି ସାଂସଦ ସସ୍ମିତ ପାତ୍ର ସ୍ବତନ୍ତ୍ର ରାଜ୍ଯପାହ୍ଯା ମାନ୍ଯତା, ପୋଲାଭରମ, ମହାନଦୀ, କୋଇଲା ରୟାଲଟି, ଜାତୀୟ ରାଜପଥ, ନୂଆ ଏମସ, ଆଦିବାସୀ ବିକାଶ, କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ଯାହାର ଆଦି ପ୍ରସଙ୍ଗ ଉଠାଇଥିଲେ। ସେପଟେ ଅଧିବେଶନ ଆରମ୍ଭରୁ ମୋଦି ଗୃହର ସୁପରିଚାଳନା ଉପରେ ଗୁରୁତ୍ଵାରୋପ କରିଥିଲେ।