spot_img
Home Blog Page 1298

ସିଙ୍ଗର ବି ପ୍ରାକ ବାତିଲ କଲେ ରଣବୀର ଆଲାହବାଦିଆଙ୍କ ପଡକାଷ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ୟୁଟ୍ୟୁବର ରଣବୀର ଆଲାହବାଦିଆ ବିବାଦ ଘେରରେ ରହିଛନ୍ତି । ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ଶୋ’ରେ ଦେଇଥିବା ନିଜ ବୟାନକୁ ନେଇ ରଣବୀରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି । ଏହାକୁ ନେଇ ରଣବୀର କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ତେବେ ନିଜ ବୟାନର ପ୍ରଭାବ ରଣବୀରଙ୍କ କାମ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ନିଜର ପଡକାଷ୍ଟ ପାଇଁ ବେଶ ଜଣାଶୁଣା ଥିବା ରଣବୀର କ୍ଷମା ମାଗିବା ପରେ ବି ଗେଷ୍ଟ ତାଙ୍କର ଶୋ’କୁ ଆସିବାକୁ ମନା କରୁଥିବା ଦେଖାଯାଇଛି ।

ଏହି କ୍ରମରେ ସିଙ୍ଗର ବି ପ୍ରାକ ରଣବୀରଙ୍କ ପଡକାଷ୍ଟକୁ ଆସିବା ପାଇଁ ମନା କରିଦେଇଛନ୍ତି । ଏକ ଭିଡିଓ ଶେୟାର କରି ଗାୟକ ଏନେଇ ସୂଚନା ଦେଇଛନ୍ତି । ରଣବୀର ଧର୍ମ ଉପରେ କଥା କହୁଛନ୍ତି, ମାତ୍ର ତାଙ୍କର ଭାବନା ବହୁତ ଛୋଟ । ଆସନ୍ତା ସପ୍ତାହରେ ବି ପ୍ରାକ ରଣବୀରଙ୍କ ପଡକାଷ୍ଟକୁ ଯାଇଥାନ୍ତେ, ମାତ୍ର ଏବେ ସେ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ରଣବୀର ଦେଇଥିବା କମେଣ୍ଟକୁ ନେଇ ଖୁସି ନାହାନ୍ତି ବୋଲି ବି ପ୍ରାକ କହିଛନ୍ତି । ରଣବୀରଙ୍କ ୟୁଟ୍ୟୁବ ଚ୍ୟାନେଲ ବିୟର ବାଇସେପ୍ସର ଏକ ପଡକାଷ୍ଟରେର ବି ପ୍ରାକ ସାମିଲ ହେବାର ଥିଲା । ମାତ୍ର ଏବେ ସେ ତାହାକୁ ବାତିଲ କରିଦେଇଛନ୍ତି । ରଣବୀରଙ୍କ ଚିନ୍ତାଧାରା ଅତ୍ୟନ୍ତ ନିମ୍ନମାନର । ରୈନାଙ୍କ ଶୋ’ରେ ରଣବୀର କିପରି ଏଭଳି ଖରାପ ଶବ୍ଦର ପ୍ରୟୋଗ କରିପାରିଲେ ବୋଲି ବି ପ୍ରାକ ପ୍ରଶ୍ନ କରିଛନ୍ତି । ଏହା ଆମର ଭାରତୀୟ ସଂସ୍କୃତି ନୁହେଁ କି ଆମର ସଂସ୍କୃତି ନୁହେଁ ବୋଲି ଗାୟକ କହିଛନ୍ତି ।

ବିଅର ଦାମ୍ ୧୫ ପ୍ରତିଶତ ବଢ଼ିଲା: ଫେବୃଆରୀ ୧୧ରୁ ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ: ବିଅର ପାନ କରୁଥିବା ସମସ୍ତ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା । ବିଅର ଦାମ୍ ୧୫ ପ୍ରତିଶତ ବୃଦ୍ଧି ଘଟିଛି । ଆଜିଠାରୁ ଅର୍ଥାତ ଫେବୃଆରୀ ୧୧ ତାରିଖ ଠାରୁ ବିଅରର ନୂଆ ଦାମ୍ ପ୍ରଭାବୀ ହୋଇଛି । ବିଅରର ଦାମ୍ ବୃଦ୍ଧି ନିଷ୍ପତ୍ତି ହେବା ଫଳରେ ତାହା ଅନେକ ଲୋକଙ୍କୁ ଶକ୍ତ ଝଟକା ଦେଇଛି । ଏଣିକି ବିଅର କିଣିଲେ ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ିବ । ବିଅର କିଣିଲେ ପୂର୍ବରୁ ଲୋକମାନେ ଯେଉଁ ଟଙ୍କା ଦେଉଥିଲେ, ଏବେ ସେମାନଙ୍କୁ ୧୫ ପ୍ରତିଶତ ଅଧିକ ଅର୍ଥ ନିଜ ପକେଟରୁ ଗଣିବାକୁ ପଡ଼ିବ । ସରକାରଙ୍କ ଏହି ନିଷ୍ପତ୍ତି ଏବେ ଅନେକ ଲୋକଙ୍କ ଅସନ୍ତୋଷର କାରଣ ପାଲଟିଛି ।

ସୂଚନା ମୁତାବକ, ତେଲେଙ୍ଗାନା ସରକାର ବିଅରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଅର ଦାମରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ଅବକାରୀ ନୀତି ଅନୁସାରେ ବିଅରର ସଂଶୋଧନ ଦର ଲାଗୁ କରାଯାଇଛି । ମଦ ବିକ୍ରି ଦ୍ବାରା ରାଜସ୍ବ ବୃଦ୍ଧି କରିବା ଏହି ନିଷ୍ପତ୍ତି ପଛର ଉଦ୍ଦେଶ୍ୟ ରହିଛି । ରାଜ୍ୟ ସରକାର ଅବକାରୀ ଶୁଳ୍କକୁ ସଂଶୋଧନ କରିବା ପରେ ବିଅର ଦାମ୍ ୧୫ ପ୍ରତିଶତ ବୃଦ୍ଧି ଘଟିଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେକ୍ଷ ଫଳରେ ତେଲେଙ୍ଗାନା ଦକ୍ଷିଣ ଭାରତରେ ବିଅର ବ୍ୟବହାରରେ ସବୁଠାରୁ ମହଙ୍ଗା ରାଜ୍ୟ ମଧ୍ୟରେ ସାମିଲ ହୋଇଛି । ବିଅରର ଏହି ଦର ବୃଦ୍ଧି ସହ ବ୍ରାଣ୍ଡ ଆଧାରରେ ବିଅରର ଏକ ନିୟମିତ ୬୫୦ ମିଲିଲିଟର ବୋତଲର ଦାମ ପାଖାପାଖି ୧୭୦-୧୮୦ ଟଙ୍କା ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି । ବିଅରର ଦାମରେ ୧୫ ପ୍ରତିଶତ ବୃଦ୍ଧି ନେଇ ପ୍ରସ୍ତାବ ରଖାଯାଇଥିଲା । ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ଆଜିଠାରୁ ସଂଶୋଧିତ ଦର ଲାଗୁ କରାଯାଇଛି ।

ମଙ୍ଗଳବାରରେ ଘଟିଲା ବଡ଼ ‘ଅମଙ୍ଗଳ’! ୫ ଘଣ୍ଟାରେ ଶେୟାର ବଜାରରେ ନିବେଶକଙ୍କର ୧୦ ଲକ୍ଷ କୋଟି ବୁଡ଼ିଗଲା

ଶେୟାର ବଜାରର ଆଜି ଏକ ବଡ଼ଧରଣର ହଲଚଲ ଦେଖିବାକୁ ମିଳିଛି । ମଙ୍ଗଳବାର ନିବେଶକଙ୍କ ପାଇଁ ଅମଙ୍ଗଳ ସାଜିଛି । ୫ ଘଣ୍ଟାରେ ନିବେଶକଙ୍କର ୧୦ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଛି । ଗ୍ଲୋବାଲ ବଜାର ଓ ଆମେରିକାର ଟାରିଫ ଘୋଷଣା ଫଳରେ ନିବେଶକଙ୍କ ମଧ୍ୟରେ ହଲଚଲ ମଚିଯାଇଛି । ବିଦେଶୀ ନିବେଶକମାନେ ନିରନ୍ତର ଭାବେ ଅର୍ଥ ଉଠାଣ ଓ ଆମେରିକାର ଟ୍ରେଡ ଓ୍ବାର ଆଶଙ୍କା ମଧ୍ୟରେ ଆଜିର କାରବାରରେ ସେନସେକ୍ସ ଓ ନିଫ୍ଟୀରେ ବହୁ କ୍ଷତି ପରିଲକ୍ଷିତ ହୋଇଛି । କାରବାର ସପ୍ତାହରେ କ୍ରମାଗତ ଦ୍ବିତୀୟ ଦିନ ଅମଙ୍ଗଳ ସାବ୍ୟସ୍ତ ହୋଇଛି । ରିଲାଏନ୍ସ, ଏଚଡିଏଫସି ଠାରୁ ଆରମ୍ଭ କରି ଅଦାନୀ ପରି ବଡ଼ ବଡ଼ କମ୍ପାନୀଗୁଡ଼ିକର ଷ୍ଟକ ନିମ୍ନମୁଖୀ ହୋଇଛି । ଶେୟାର ବଜାରରେ ଦେଖାଦେଇଥିବା ଏହି ମାଡ଼ରେ ୫ ଘଣ୍ଟା ମଧ୍ୟରେ ନିବେଶକଙ୍କର ୧୦ ଲକ୍ଷ କୋଟି ଡୁବି ଯାଇଛି ।

ସେନସେକ୍ସରେ ଲିଷ୍ଟେଡ ୩୦ କମ୍ପାନୀ ମଧ୍ୟରୁ ପାଓ୍ବର ଗ୍ରୀଡ, ଜୋମାଟୋ, ଟାଟା ମୋଟର୍ସ, ଅଲଟ୍ରାଟେକ ସିମେଣ୍ଟ, ବଜାଜ ଫିନସର୍ଭ, ସନ ଫାର୍ମା, କୋଟକ ମହିନ୍ଦ୍ରା ବ୍ୟାଙ୍କ ଓ ଟାଟା ଷ୍ଟିଲର ଶେୟାର ସବୁଠାରୁ ଅଧିକ କ୍ଷତି ହୋଇଛି । ଇନଫୋସିସ, ଏଚସିଏଲ ଟେକ, ମାରୁତି ଓ ଆଇଟିସିର ଶେୟାର ଲାଭରେ ରହିଛି । ଏସୀୟ ବଜାରରେ ଚୀନର ଶଂଘାଈ କମ୍ପୋଜିଟ ଓ ହଂକଂର ହ୍ୟାଙ୍ଗସେଙ୍ଗ ହ୍ରାସ ଘଟିଥିବା ବେଳେ ଦକ୍ଷିଣ କୋରିଆର କାଂସ୍ପୀ ଫାଇଦାରେ ରହିଛି । ସୋମବାର ଦିନ ଆମେରିକୀୟ ବଜାର ସକାରାତ୍ମକ ସହ ବନ୍ଦ ହୋଇଥିଲା । ଅନ୍ତରାଷ୍ଟ୍ରୀୟ ମାନକ ବ୍ରେଣ୍ଟ କ୍ରୁଡ ୦.୨୬ ପ୍ରତିଶତ ବଢ଼ି ୭୬.୦୭ ଡଲାର ପ୍ରତି ବ୍ୟାରେଲ ଦାମରେ ରହିଥିଲା । ସୋମବାର ଦିନ ବିଦେଶୀ ସଂସ୍ଥାଗତ ନିବେଶକ (FII) ଶୁଦ୍ଧ ଭାବେ ୨,୪୬୩.୭୨ କୋଟିର ଶେୟାର ବିକ୍ରି କରିଦେଇଥିଲେ । ମଙ୍ଗଳବାର କାରବାର ଆରମ୍ଭରୁ ଟଙ୍କା ୬୧ ପଇସା ବୃଦ୍ଧି ସହିତ ଆମେରିକୀୟ ଡଲାର ତୁଳନାରେ ୮୬.୮୪ ଟଙ୍କାରେ ପହଞ୍ଚି ଯାଇଥିଲା । ସୋମବାର ଦିନ ତାହା ପାଖାପାଖି ୮୮ର ସ୍ତରରେ ରହିଥିଲା ।

କୋଟିଆ ଅଞ୍ଚଳର କୌଣସି ମହିଳା ସୁଭଦ୍ରା ଯୋଜନା ପାଉନାହାନ୍ତି : ରାମଚନ୍ଦ୍ର କାଡାମ

ନନ୍ଦିଘୋଷ ବ୍ୟୁରୋ: ସୁଭଦ୍ରା ଯୋଜନାରେ ସବୁ ମହିଳା ପାଉନାହାନ୍ତି ସହାୟତା । କୋଟିଆ ଅଞ୍ଚଳର କୌଣସି ମହିଳା ସୁଭଦ୍ରା ଯୋଜନା ପାଉନାହାନ୍ତି । ସୁଭଦ୍ରା ଠାରୁ ଭତ୍ତା ଯାଏ କିଛି ପାଉନାହାନ୍ତି କୋଟିଆ ଲୋକ । ଏମାନେ କଣ ଓଡ଼ିଶାର ଲୋକ ନୁହନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଆମେ ଆଜି ଅସୁରକ୍ଷିତ ମନେ କରୁଛୁ । ରାଜ୍ୟ ସରକାର ଲୋକଙ୍କୁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ କରୁଛନ୍ତି ।

୨୦୦୯ରେ ପୂର୍ବ ସରକାର ସମସ୍ତଙ୍କୁ ଘର ଯୋଗାଇବା ସହ ଯୋଜନା ପହଞ୍ଚାଉଛନ୍ତି । ହେଲେ ଏବର ସରକାର ସବୁ ଭୁଲି ଗଲେ । ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ  । ହେଲେ ଆଦିବାସୀମାନେ ରାଜ୍ୟରେ ଅବହେଳିତ । ମୁଖ୍ୟମନ୍ତ୍ରୀ ଆଜି ଯାଏ କୋଟିଆ ଗଲେ ନାହିଁ । ଆମେ ବାରମ୍ୱାର ନିମନ୍ତ୍ରଣ କରୁଛୁ । ହେଲେ ରାଜସ୍ବ ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ କେବେ ବି କୋଟିଆ ଗଲେ ନାହିଁ । ଏହା କଣ ଓଡ଼ିଆ ଅସ୍ମିତାକୁ ସୁରକ୍ଷା ବୋଲି ପ୍ରଶ୍ନ କରିଛନ୍ତି ରାମଚନ୍ଦ୍ର ।

 

ଜଣେ ଅପରାଧୀ ଯଦି ସରକାରୀ ଚାକିରି କରିପାରିବେ ନାହିଁ, ଜଣେ ଦୋଷୀ ନେତା କିପରି ନିର୍ବାଚନ ଲଢ଼ିପାରିବେ: ସୁପ୍ରିମକୋର୍ଟଙ୍କ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ରାଜନୀତିର ଅପରାଧୀକରଣକୁ ସୁପ୍ରିମକୋର୍ଟ ଏକ ବଡ଼ ପ୍ରସଙ୍ଗ ବୋଲି କହିବା ସହ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଯଦି କୌଣସି ଅପରାଧୀ ସରକାରୀ ଚାକିରି କରିପାରିବେ ନାହିଁ, ତେବେ ସାଂସଦ, ବିଧାୟକ ଓ ମନ୍ତ୍ରୀ କିପରି ହୋଇପାରିବ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି । ଜଷ୍ଟିସ ଦୀପାଙ୍କର ଦତ୍ତା ଓ ଜଷ୍ଟିସ ମନମୋହନଙ୍କ ପୀଠ ଏହି ପ୍ରସଙ୍ଗରେ ଦେଶର ଆଟର୍ଣ୍ଣି ଜେନେରାଲଙ୍କ ଠାରୁ ସହାୟତା ମାଗିଛନ୍ତି । ଦେଶରେ ଏପରି ଅନେକ ବିଧାୟକ ଓ ସାଂସଦ ରହିଛନ୍ତି, ଯେଉଁମାନଙ୍କ ନାମରେ ଅପରାଧିକ ମାମଲା ଦାୟର ହୋଇଛି । ଏହାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କୌଣସି ବ୍ୟକ୍ତି ସଂସଦକୁ କିପରି ଫେରିପାରିବେ? ସୁପ୍ରିମକୋର୍ଟର ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟଙ୍କ ଦ୍ବାରା ଦ୍ବାୟର ଜନହିତ ଯାଚିକା ଉପରେ ଶୁଣାଣି କରି କୋର୍ଟ ଏହି ପ୍ରଶ୍ନ କରିଛନ୍ତି । ଦେଶରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ଶୀଘ୍ର ଶୁଣାଣି କରାଯିବା ସହ ଦୋଷୀ ନେତାଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲାଗୁ କରିବାକୁ ଯାଚିକାରେ ଅନୁରୋଧ କରାଯାଇଛି ।

ଜଷ୍ଟିସ ଦୀପାଙ୍କର ଦତ୍ତା ଓ ଜଷ୍ଟିସ ମନମୋହନଙ୍କ ପୀଠ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ଆଟର୍ଣ୍ଣି ଜେନେରାଲଙ୍କ ଠାରୁ ସହାୟତା ମାଗିଛନ୍ତି । ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଭାରତୀୟ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ କୁହାଯାଇଛି । ଯେତେବେଳେ ଜଣେ ଦୋଷୀ ସାବ୍ୟସ୍ତ ହୁଅନ୍ତି ଓ ତାଙ୍କର ଦୋଷିସିଦ୍ଧି କାଏମ୍ ରହେ, ସେ କ୍ଷେତ୍ରରେ ସେ କିପରି ସଂସଦ ଓ ବିଧାନମଣ୍ଡଳକୁ ଫେରିପାରିବେ? ଏଥିପାଇଁ ସେମାନଙ୍କୁ ଜବାବ ଦେବାକୁ ପଡ଼ିବ । ଏନେଇ ଆଇନର ସମୀକ୍ଷା କରାଯିବ ବୋଲି କୋର୍ଟ କହିଛନ୍ତି । ଯଦି କୌଣସି ସରକାରୀ କର୍ମଚାରୀ ଭ୍ରଷ୍ଟଚାର ବା ରାଜ୍ୟ ପ୍ରତି ନିଷ୍ଠାହୀନ କାରଣରୁ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ସେବା ପାଇଁ ଉପଯୁକ୍ତ ବୋଲି ଗ୍ରହଣ କରାଯିବ ନାହିଁ । ତେଣୁ ସେ ମନ୍ତ୍ରୀ କିପରି ହୋଇପାରିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର ବିଦ୍ୟାଧର ପତି

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ବାଲେଶ୍ଵର ରେମୁଣାର ତହସିଲଦାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବିଦ୍ୟାଧର ପତିଙ୍କ ଘର ସମେତ ଅଫିସରେ, ଭୁବନେଶ୍ଵର, ବାଲେଶ୍ଵରରେ ଭଡ଼ା ଘର ଓ ସମ୍ପର୍କୀୟଙ୍କ ଘରେ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଚଢ଼ାଉରେ ୬ଜଣ ଡିଏସପି, ୩ଜଣ ଇନ୍ସପେକ୍ଟର ଓ ୧୦ଜଣ ଏଏସଆଇ ସାମିଲ ଅଛନ୍ତି । ଆଜି ଭୋର ସମୟରୁ ଭିଜିଲାନ୍ସର ସ୍ଵତନ୍ତ୍ର ଟିମ୍ ଚଢ଼ାଉ ଜାରି ରହିଛି ।

ଏଥର ବିଧାନସଭାରେ ଏହିସବୁ ପ୍ରସଙ୍ଗ ଉଠାଇବ ବିଜେଡି, ଜାଣନ୍ତୁ କଣ କହିଲେ ପ୍ରସନ୍ନ ଆଚାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଏଥର ବିଜେଡି ଉଠାଇବ ଆଇନ ଶୃଙ୍ଖଳାଠାରୁ ଚାଷୀ ପ୍ରସଙ୍ଗ। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଧାନସଭାରେ ନୂଆ ଓ ପୁରୁଣା ପ୍ରସଙ୍ଗ ଉଠାଇବ ବିଜେଡି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ରାଜଧାନୀରେ ହତ୍ୟା, ନାରୀ ନିର୍ଯାତନା, ଚୋରି, ଡକାୟତି ବଢିଛି। ଅନ୍ୟ ଅଂଚଳରେ କଣ ହେଉଥିବ ଅନୁମାନ କରିହେଉଛି । ଭିଆଇପି ଅଂଚଳରେ ଚୋରୀ ହେଉଛି, ସାଧାରଣ ଅଞ୍ଚଳରେ ବି ହେଉଛି । ଚାଷୀ ମାରଣା ନୀତି ଗ୍ରହଣ କରିଛନ୍ତି ସରକାର । ଧାନର ଅଭାବୀ ବିକ୍ରି ଓ କଟନି ଚଟଣୀ ହେଉଛି । ଏହାକୁ ପ୍ରସଙ୍ଗ କରାଯିବ । ରଣନୀତି ପ୍ରସ୍ତୁତ କରିବାକୁ ଆସନ୍ତା କାଲି ସଂଧ୍ୟାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ନବୀନ ପଟ୍ଟନାୟକ ଅଧକ୍ଷତାରେ ବସିବ ବୈଠକ । ବିଧାନସଭା ସୁରୁଖୁରୁରେ କିପରି ଚାଲିବ ତାହା ଶାସକ ଦଳର ଦାୟିତ୍ୱ । ଶାସକ ଦଳ ବିଶୃଙ୍ଖଳା କଲେ କାର୍ଯ୍ୟନୁଷ୍ଠାନ ନେବ ତ? ଅନେକ ସମୟରେ ଶାସକ ଦଳ କହିବାକୁ ଦେଉନାହିଁ  । ବାଚସ୍ପତି ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖନ୍ତୁ  ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ।

ମାଙ୍କଡ଼ ପାଇଁ ଅନ୍ଧାର ହୋଇଗଲା ଏହି ଦେଶ, ଦେଖନ୍ତୁ ଭିଡିଓ..

ନନ୍ଦିଘୋଷ ବ୍ୟୁରୋ: ଚାଲିଗଲା ବିଜୁଳି । ସାରା ଦେଶ ଅନ୍ଧାର । ଆଲୁଅ ଜଳୁନି, ଚିନ୍ତାରେ ଲୋକେ । ଭାରତର ପଡ଼ୋଶୀ ଦେଶରେ ଆସୁନି ବିଜୁଳି । କାରଣ ଜାଣିଲେ ଆପଣଙ୍କୁ ହସ ଲାଗିପାରେ ବାସ୍ତବରେ କିନ୍ତୁ ଏହା ସତ । ମାଙ୍କଡ଼ ପାଇଁ ବିଜୁଳି କାଟ ହୋଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଆପଣ ଜାଣିନ୍ତି ଏହା କେଉଁ ଦେଶ ? ଏବଂ ମାଙ୍କଡ଼ଙ୍କ ପାଇଁ କେମିତି କଟିଲା କରେଣ୍ଟ ? ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଅନ୍ଧାର । ଯଦିଓ କିଛି ସ୍ଥାନରେ ଏବେ ବିଜୁଳି ଆସିଲାଣି ତଥାପି ସମ୍ପୂର୍ଣ୍ଣ ଦେଶରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ମାଙ୍କଡ଼ ପାଇଁ ଏହି ବିଜୁଳି କଟି ଯାଇଛି ଆଉ ଏବେ ସମ୍ପୂର୍ଣ୍ଣଭାବେ ଆସିନାହିଁ । ଜରୁରୀ କାଳିନ ପରିସ୍ଥିତିରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବାବେଳେ ଏବେ କାମ ଚାଲିଥିବା CEB ପକ୍ଷରୁ କୁହାଯାଇଛି ।

ତେବେ ଆନ୍ତର୍ଜାତୀୟ ଖବର ଅନୁସାରେ ରବିବାର ସ୍ଥାନୀୟ ସମୟ ସକାଳ ୧୧.୩୦ରେ ବିଦ୍ୟୁତ କାଟ ଆରମ୍ଭ ହୋଇଥିଲା । ପ୍ରାୟ ତିନି ଘଣ୍ଟାରୁ ଯେତେବେଳେ ଅଧିକ ସମୟ ବନ୍ଦ ରହିଥିଲା ସେତେବେଳେ ଲୋକେ ଭାବିଥିଲେ କି, କାହିଁକି ବିଦ୍ୟୁତ କାଟ ହୋଇଛି । ପ୍ରଥମେ ଭାବିଥିଲେ କି ପାଓ୍ବାର କଟ କିନ୍ତୁ ଏତେ ସମୟ ଅନ୍ଧାର ହେବା ପରେ ଲୋକେ ଜାଣିବାକୁ ପାଇଥିଲେ କି ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଦେଶରେ ବ୍ୟାଘାତ ଘଟିଛି । କିନ୍ତୁ ଖୁବଶୀଘ୍ର ବିଦ୍ୟୁତ ସେବା ମିଳିବ ବୋଲି ଆଶ୍ବାସନା ଦେଇଛନ୍ତି ସିଇବି ଅଧ୍ୟକ୍ଷ । ସେପଟେ ବିଦ୍ୟୁତ ବିଭାଗ ସଚିବ କହିଛନ୍ତି କି, ଗ୍ରୀଡରେ ଅସୁନ୍ତଳ କାରଣରୁ ବିଦ୍ୟୁତ କଟାଯାଇଛି । ତେବେ ଏକ ମାଙ୍କଡ଼ ଦଳ ସବଷ୍ଟେସନରେ ପ୍ରବେଶ କରିଥିବାବେଳେ ଅସୁନ୍ତଳ ଘଟିଛି । ଯେଉଁ କାରଣରୁ ବିଦ୍ୟୁତ କାଟ ହୋଇଛି । ଆଉ ଏହାର ସମାଧାନ ପାଇଁ କାମ କରାଯାଉଛି ।

ମୁଖ୍ୟତଃ ଜାତୀୟ ଜଳ ଯୋଗାଣ ଏବଂ ଡ୍ରେନଜ ବୋର୍ଡକୁ ବିଦ୍ୟୁତ ଦିଆଯିବା ପରେ ଧିରେ ଧିରେ ସବୁଆଡେ ବିଦ୍ୟୁତ ସେବା ପ୍ରଦାନ କରାଯିବ । ୨ କୋଟି ୨୦ ଲକ୍ଷ ବିଶିଷ୍ଟ ଏହି ଦେଶରେ ଏଭଳି ବିଦ୍ୟୁତ ପାଇଁ ଲୋକେ ପୂର୍ବରୁ ମଧ୍ୟ ହନ୍ତସନ୍ତ ହୋଇଛନ୍ତି ।  ଯଦିଓ ଏବେ ହସ୍ପିଟାଲ ଏବଂ ବଡ଼ ବଡ଼ ବ୍ୟବସାୟୀକ ପ୍ରତିଷ୍ଠାନରେ ଡିଜିରେ କାମ ଚାଲିଛି ମାତ୍ର ଏହା କେତେ ସମୟ ଚାଲିବ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । କାରଣ ଦୀର୍ଘ ସମୟ ଧରି ବିଜୁଳି କାଟ ହୋଇଥିବାରୁ ଲୋକେ ବହୁ ଅସୁବିଧା ଦେଇ ଗତି କରୁଛନ୍ତି ।

ଅନ୍ୟପଟେ ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ସମୟରେ ମଧ୍ୟ ଏଭଳି ବିଜୁଳି କାଟ ହୋଇଥିଲା । ପୂର୍ବରୁ ୨୦୧୬, ୨୦୨୨ ଏବଂ ୨୦୨୩ ମସିହାରେ ଦେଶବାସୀ ବିଦ୍ୟୁତ କାଟ ପାଇଁ କିପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହା ଇତିହାସ ସାକ୍ଷୀ ରହିଛି । ସେପଟେ କିନ୍ତୁ ସରକାରଙ୍କ ପକ୍ଷରୁ ଶୀଘ୍ର ସବୁ ସ୍ଥାନରେ ବିଦ୍ୟୁତ ସେବା ଯୋଗାଇ ଦେବାକୁ ପ୍ରୟାସ ଜାରି ରହିଛି ।

ଶ୍ରୀଲଙ୍କାର ଏହି ପୂର୍ବତନ ଅଧିନାୟକଙ୍କ ଭାରତକୁ ଚ୍ୟାଲେଞ୍ଜ, କହିଲେ ତିନି ଦିନରେ ହରେଇ ଦେବୁ..

ନନ୍ଦିଘୋଷ ବ୍ୟୁରୋ: ଗତବର୍ଷ ଭାରତୀୟ ଦଳ ଟେଷ୍ଟ କ୍ରିକେଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଯାହାକି ଦଳକୁ ବେଶ ସମାଲୋଚନାର ଶିକାର କରିଛି । ବର୍ଡର ଗାଭାସ୍କର ଟ୍ରଫିରେ ଏକ ଦଶନ୍ଧି ପରେ ପରାସ୍ତ ହେବା ପରେ ବିଶ୍ବ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଲା ଭାରତ । ସେପଟେ ଘରୋଇ ମାଟିରେ ଟେଷ୍ଟରେ ୧୨ ବର୍ଷ ପରେ ହାରିଛି ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ତେବେ ଭାରତର ଟେଷ୍ଟ ପ୍ରଦର୍ଶନ ଗତବର୍ଷ ଖରାପ ରହିଥିବାବେଳେ ଏବେ ଚ୍ୟାଲେଞ୍ଜ କରିଛନ୍ତି ଶ୍ରୀଲଙ୍କାକୁ ବିଶ୍ବକପ ଉପହାର ଦେଇଥିବା ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗା । ସେ କହିଛନ୍ତି କି, ଭାରତକୁ ଆମେ ତିନିଦିନରେ ହରାଇ ଦେବୁ । ଭାରତ ଟେଷ୍ଟରେ ଏବେ ଯେଭଳି ପ୍ରଦର୍ଶନ କରୁଛି ଆମ ଦଳ ତାଙ୍କ ଘରୋଇ ମାଟିରେ ତିନିଦିନ ମଧ୍ୟରେ ତାଙ୍କୁ ପରାସ୍ତ କରିଦେବ ।

ଅର୍ଜୁନ ରଣତୁଙ୍ଗା ଏଭଳି ଏକ ଚ୍ୟାଲେଞ୍ଜ କରିଥିବାବେଳେ ଏହାକୁ ନେଇ ୟୁଜର୍ସମାନେ ତାଙ୍କୁ ବିଭିନ୍ନ କମେଣ୍ଟମାନ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି । ଏକ ଚ୍ୟାନେଲକୁ ଇଣ୍ଟରଭିୟ୍ୟୁ ଦେବା ସମୟରେ ସେ ଏଭଳି କହିଥିବା ଦେଖିବାକୁ ମିଳିଛି । ଏହାସହ ସେ କୋହଲିଙ୍କ ଖରାପ ଫର୍ମ ପାଇଁ ତାଙ୍କୁ ଉପଦେଶ ଦେଇଛନ୍ତି । ସେ କହିଥିଲେ, ‘ମୁଁ ଭାବୁଛି କୋହଲି ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସରକାର କିମ୍ବା ରାହୁଲ ଦ୍ରାବିଡଙ୍କ ଭଳି ଲୋକଙ୍କ ସହ କଥା ହେବା ଉଚିତ।’ ସେ କେବଳ ଏତିକି କରିପାରିବେ, ସେ ନିଶ୍ଚିତ ଭାବରେ ସେମାନଙ୍କୁ ସାହାଯ୍ୟ କରିପାରିବେ।

ଦେଶରେ ୮୦ହଜାର ଟପିଲା ୨୨କ୍ୟାରେଟ ସୁନା ଦର

ନନ୍ଦିଘୋଷ ବ୍ୟୁରୋ: ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର । ୮୦ହଜାର ଟପିଲା ୨୨କ୍ୟାରେଟ ସୁନା ଦର । ୨୪ କ୍ୟାରେଟ ସୁନା ଦର ୮୭୦ ଓ ୨୨ କ୍ୟାରେଟ ସୁନା ୮୦୦ ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ୧୦ ଗ୍ରାମ ୨୨ କ୍ୟାରେଟ ସୁନାଦର ରହିଛି ୮୦ ହଜାର ୬୦୦ ଟଙ୍କା । ସେହିପରି ୨୪ କ୍ୟାରେଟ ସୁନାଦର ରହିଛି ୮୭ ହଜାର ୯୩୦ ଟଙ୍କା । ୨୨ କ୍ୟାରେଟ ସୁନା ରେଟକୁ ନେଇ ଚିନ୍ତାରେ ପଡିଲେଣି ଗ୍ରାହକ । କାରଣ ଆଜି  ସୁନା ଦର ୭୯ ହଜାର ୯୯୦ ଥିବାବେଳେ କେମିତି ସୁନା କିଣିବେ ସେ ଚିନ୍ତାରେ ପଡିଲେଣି । ବିଶେଷ କରି କିଛିଦିନ ହେଲା ଅର୍ଥାତ୍ ଗୋଟିଏ ସପ୍ତାହ ଭିତର ଦଶ ଗ୍ରାମ ପିଛା ୩ ହଜାର ବୃଦ୍ଧି ପାଇଥିବା ବେଳେ ସୁନା ରେଟକୁ ନେଇ ସବୁଠି ଚର୍ଚ୍ଚା, ସବୁଠାରୁ ବଡ଼କଥା ହେଲା ବର୍ତ୍ତମାନ ବାହାଘର ସମୟ ଚାଲୁଥିବାରୁ ମାର୍କେଟ ସ୍ଥିତି ଠିକ୍ ନଥିବାରୁ ସୁନା ଦର ବୃଦ୍ଧି ହେଇଥିବାର କହିଛନ୍ତି ।