spot_img
Home Blog Page 1291

ଶିଶ୍ ମହଲ୍ ବନାମ ରାଜମହଲ ; ଚର୍ଚ୍ଚାରେ ଆଡ଼ମ୍ବରପୂର୍ଣ୍ଣ ବାସଭବନ

ନୂଆଦିଲ୍ଲୀ :  ଦିଲ୍ଲୀରେ ଶିଶ୍ ମହଲ ରାଜନୀତିକୁ ନେଇ ହାଇଡ୍ରାମା। ବିଜେପିର ଅଭିଯୋଗ ଯେ, କେଜରିୱାଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ୫୨ କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କ ସରକାରୀ ବାସଭବନକୁ ମରାମତି କରିଥିଲେ। ସେଠାରେ ରହିଛି ସୁଇମିଂ ପୁଲ୍‌, ମଦ ବାର୍। କେଜରିୱାଲଙ୍କ ଦୁର୍ନୀତିମୁକ୍ତ ଶାସନ ଓ ଆମ୍ ଆଦମୀ ଚେହେରା ଧୁଆଁବାଣ ବୋଲି ବିଜେପି ଅଭିଯୋଗ କରିଆସୁଛି। ଏପରିକି ସିସ୍ ମହଲକୁ ନିର୍ବାଚନୀ ପ୍ରସଙ୍ଗ କରିଛି। ବିଜେପିର ଏହି ଅଭିଯୋଗ କେତେ ସତ କେତେ ମିଛ,ତାର ରିୟଲିଟି ଚେକ୍ ପାଇଁ ଆଜି ମିଡିଆ ଧରି ସେଠାରେ ପହଞ୍ଚିଥିଲେ ଆପ୍ ନେତା। କିନ୍ତୁ ପୋଲିସ ବ୍ୟାରିକେଡ୍ ସହିତ କଡ଼ା ସୁରକ୍ଷା କରିଥିଲା।

ଆପ୍ ନେତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଭିତରେ କାହାକୁ ପଶିବାକୁ ଦେଇନଥିଲା। ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଆପ୍ ନେତା ଓ ପୋଲିସ। ଆପ୍ ନେତା ତଥା ଦିଲ୍ଲୀର ମନ୍ତ୍ରୀ ସୌରଭ ଭରଦ୍ଵାଜ ପ୍ରଶ୍ନ କରିଛନ୍ତି, ଯଦି ବିଜେପିର ଅଭିଯୋଗ ସତ, ତେବେ ତାର ଯାଞ୍ଚ ପାଇଁ କାହିଁକି ମିଡିଆକୁ ଭିତରକୁ ଛାଡୁନି। ଡର କାହାକୁ। ଏଥିରୁ ବିଜେପିର ମିଛ ଧରା ପଡ଼ିଛି ବୋଲି ସେ କହିଛନ୍ତି।

ଏହା ସହିତ ଆପ୍ ଅଭିଯୋଗ କରିଛି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି ୨୭୦୦ କୋଟି ଟଙ୍କା। କରୋନା ସମୟରେ ଯେତେବେଳେ ସାରା ଦେଶ, ସାରା ବିଶ୍ଵ ସଂକଟ ଦେଇ ଗତି କରୁଥିଲା, ସେତେବଳେ ଖର୍ଚ୍ଚ କରାଯାଇଥିଲା ୨୭ ଶହ କୋଟି ଟଙ୍କା। ସତ ପରଖିବା ପାଇଁ ସଂଜୟ ସିଂହ ଓ ସୌରଭ ଭରଦ୍ଵାଜ ଆପ୍ କର୍ମୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡ଼େ ଯିବା ବେଳେ ସମସ୍ତଙ୍କୁ ଅଟକାଇଥିଲା ପୋଲିସ । ଏହି ବିବାଦକୁ ନେଇ ଆଜି ଦିନ ସାରା ଆପ୍ – ବିଜେପି ବାକ୍ ଯୁଦ୍ଧ ଜାରି ରହିଛି।

ଭାଣିଜୀର ପ୍ରେମ ବିବାହକୁ ନେଇ କ୍ଷୁବ୍ଧ ମାମୁଁ ଭୋଜିରେ ମିଶାଇଲା ବିଷ !

ମୁମ୍ବାଇ: ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସାଧାରଣ ଭାବେ ଜାଣିଜୀଙ୍କ ବିବାହରେ ମାମୁଁଙ୍କର ବଡ଼ ଭୂମିକା ରହିଥାଏ । ନିର୍ବନ୍ଧ ଠାରୁ ଆରମ୍ଭ କରି ବାହାଘର ଶେଷ ପର୍ଯ୍ୟନ୍ତ ମାମୁଁ ସମସ୍ତ ମୁଖ୍ୟ କାର୍ଯ୍ୟ ତୁଲାଇଥାନ୍ତି । ମାତ୍ର ଏଠାରେ ଜଣେ ମାମୁଁ ଯେଉଁ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି, ତାହା ସଭ୍ୟ ସମାଜ ପାଇଁ ପାଇଁ ଗ୍ରହଣୀୟ ନୁହେଁ । ନିଜ ଭାଣିଜୀଙ୍କ ବିବାହର ରିସେପ୍ସନ ଭୋଜିରେ ବିଷ ମିଶାଇ ଦେଇଥିଲେ ମାମୁଁ । ଭାଣିଜୀଙ୍କ ବିବାହକୁ ମାମୁଁ ବିରୋଧ କରିଆସୁଥିଲେ । ସେଥିପାଇଁ ଅଭିଯୁକ୍ତ ମାମୁଁ ଏହି ହରକତ କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ପନହାଲା ତହସିଲର ଉଟ୍ରେ ଗ୍ରାମରେ ଏହି ଅଘଟଣ ଘଟିଥିଲା ।  ଭଲକଥା ଯେ, ଭୋଜି ଖାଇବା ପୂର୍ବରୁ ଘଟଣାଟି ପ୍ରଘଟ ହୋଇଯାଇଥିଲେ ଏବଂ ଏହାକୁ କେହି ଖାଇ ନଥିଲେ । ପରେ ଖାଦ୍ୟର ସାମ୍ପଲ ଟେଷ୍ଟିଂ ପାଇଁ ପଠାଗଲା । ପୋଲିସର ସୂଚନା ଅନୁଯାୟୀ, କିଛି ଲୋକ ଅଭିଯୁକ୍ତ ମାମୁଁକୁ ବାନ୍ଧି ଦେଇଥିଲେ ହେଲେ ସେ ସେଠାରୁ ସୁଯୋଗ ଦେଖି ଖସି ପଳାଇଲା ।

ଅଭିଯୁକ୍ତ ମାମୁଁ ହେଉଛି ଗାଁର ମହେଶ ପାଟିଲ । ପୋଲିସର ସୂଚନା ମୁତାବକ, ମାମୁଁଘରେ ହିଁ ଛୋଟ ବେଳୁ ଭାଣିଜୀର ଲାଳନ ପାଳନ ହୋଇଥିଲା । ହେଲେ ଅଭିଯୁକ୍ତର ଜାଣିଜୀ ଗାଁର ଜଣେ ଯୁବକକୁ ପ୍ରେମ କରୁଥିଲା ଏବଂ ତାସହ ପଳାୟନ କରି ବିବାହ କରିଥିଲା । ଯାହା ମାମୁଁ ମହେଶ ଗ୍ରହଣ କରିପାରୁ ନଥିଲେ । ଏଥିପାଇଁ ସେ ମଙ୍ଗଳବାର ଭାଣିଜୀର ବିବାହ ରିସେପସନକୁ ଯାଇ ରାଗରେ ଅତିଥିଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଭୋଜିରେ ବିଷ ମିଶାଇଦେଲା । ଏହା କରୁଥିବା ବେଳେ ସେଠାରେ ଥିବା ଲୋକ ଦେଖି ତାକୁ ଧରିପକାଇଲେ, ହେଲେ ସେ ସେଠାରୁ ଖସିପଳାଇଲା ।  ଏବେ ଅଭିଯୁକ୍ତ ମାମୁଁ ନାଁରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଦିନକୁ ଦିନ ବଲାଙ୍ଗୀରରେ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି

ବଲାଙ୍ଗୀର : ସରକାର ବଦଳିବା ପରେ ବଲାଙ୍ଗୀର ଜିଲ୍ଲାରେ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି  । ଥାନା ସାମ୍ନାରେ ପୋଲିସ ଅଧିକାରୀ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରିବାକୁ ପଛାଇନାହାନ୍ତି ଅପରାଧି  । ବେଆଇନ ଜମି କାରବାର, ଦାଦାବଟି ଓ ନିଶା କାରବାର ହୁହୁ ହୋଇ ବଢ଼ି ଚାଲିଛି  । ଗତ କିଛିମାସ ଭିତରେ ସିରିଜ୍ ହତ୍ୟାକାଣ୍ଡ, ମରଣାନ୍ତକ ଆକ୍ରମଣ, ଲୁଟ, ଡକାୟତି ଘଟଣା ବଢ଼ିଛି  । ଗଳି ଗଳିରେ କପ୍ ସିରଫ, ନିଶା ଟାବଲେଟ ସହ ବେଆଇନ ମଦ କାରବାର ଚାଲିଛି  । ଅଭିଯୋଗ ପରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ଶୂନ ।

ଗତକିଛି ଦିନ ତଳେ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଦଳିତ ଛାତ୍ରୀଙ୍କୁ ମଇଳା ବୋଳିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନଥିବା ଅଭିଯୋଗ ହୋଇଛି  । ପୋଲିସ ନିରପେକ୍ଷ ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ବଲାଙ୍ଗୀର ବିଧାୟକ ଉଦବେଗ ପ୍ରକାଶ କରି ବଲାଙ୍ଗୀର ଏସପିଙ୍କ ସହ ଆଲୋଚନା କରିଛନ୍ତି  । ବିଧାୟକଙ୍କ ସହ ବିଭିନ୍ନ ସଂଗଠନର ମହିଳା ମାନେ ଉପସ୍ଥିତ ରହିଥିଲେ  । ସିସିଟିଭିରେ ଚିହ୍ନଟ କରାଯାଇ ଅସାମାଜିକ ଓ ନିଶାସକ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବଲାଙ୍ଗୀର ଏସପି ।

ଜୀବନ ହାରିଲେ ଆଉ ଜଣେ ଅନ୍ନଦାତା

ଜଗତସିଂହପୁର : ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ମୃତକ ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ବିଲସାହି ଗାଁର ଅଶୋକ ପରିଡ଼ା। ସେ ୭ ଏକର ଜମିରେ ଧାନ ଚାଷ କରିଥିଲେ। ସୋସାଇଟି ଏବଂ ଗ୍ରୁପରୁ ପ୍ରାୟ ୩ ଲକ୍ଷ ଟଙ୍କା ଲୋନ୍ କରିିଥିଲେ ଚାଷ ପାଇଁ। ଅଦିନିଆ ବର୍ଷାରେ ତାଙ୍କର ସବୁ ଧାନ ନଷ୍ଟ ହୋଇ ଯାଇଛି। ଏଥିପାଇଁ ସେ କିଛି ଦିନ ହେଲା ଚିନ୍ତାରେ ଥିଲେ। ଆଜି ସକାଳେ ବିଲକୁ ଯାଇଥିଲେ ଅଶୋକ । ଚାଷ ନଷ୍ଟର ଧକ୍କା ସହିନପାରି ଆଜି ସକାଳେ ସେ ଘରେ ଆତ୍ମହତ୍ୟା କରିଥିବାର ପରିବାର ଲୋକେ କହିଛନ୍ତି। ଅଶୋକଙ୍କ ଘର ଏବେ କାନ୍ଦ ବୋବାଲିରେ ଫାଟି ପଡୁଛି।

କାନ୍ଥ ଭାଙ୍ଗି କୋଟିଏ ଟଙ୍କାର ମୋବାଇଲ ଲୁଟ୍ !

ମାଲକାନଗିରି : କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଲୁଟ୍  ।  କାନ୍ଥ ଭାଙ୍ଗି ମୋବାଇଲ ଦୋକାନରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ମୋବାଇଲ ଫୋନ ଲୁଟିନେଲେ ଦୁର୍ବୃତ୍ତ । ମାଲକାନଗିରି ଜିଲ୍ଲାର ଓମ ମୋବାଇଲ କେୟାର ଭିତରୁ ପ୍ରାୟ ଦେଢ କୋଟି ଟଙ୍କାର ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସିସିଟିଭି କ୍ୟାମେରାରେ ଚୋରି ବେଳର ସଂପୂର୍ଣ୍ଣ ଭିଡିଓ ରେକର୍ଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗି ଦୋକାନ ଭିତରେ ପଶି ଲୁଟପାଟ କରିଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଯାଇଥିବା ବେଳେ କିଛି ମୋବାଇଲ ଖୋଳ ନିକଟସ୍ଥ ଜଙ୍ଗଲରେ ଫୋପାଡ଼ି ଦେଇଛନ୍ତି।  ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ତଦନ୍ତ ଜାରି ରଖିଛି ।

ରକ୍ଷକ ସାଜିଲା ଭକ୍ଷକ, ସାହାଯ୍ୟ କରିବା ବାହାନାରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ବର : ଖାକିରେ ଦାଗ, ରକ୍ଷକ ସାଜିଲା ଭକ୍ଷକ । ଆରପିଏଫ ଏଏସଆଇ ପ୍ଲାଟଫର୍ମରେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସୁରକ୍ଷିତ ସ୍ଥାନକୁ ଯାଇ ଅସୁରକ୍ଷିତ ହେଇଗଲେ ଯୁବତୀ। ସାହାଯ୍ୟ କରିବା ବାହାନାରେ ଘରେ କବାଟ ଦେଇ କଲେ ଅସଦାଚରଣ। ଅଭିଯୋଗ ପରେ ଗିରଫ ହେଲେ ସମ୍ପୃକ୍ତ ଏଏସଆଇ। ଭୁବନେଶ୍ୱର ଆରପିଏଫରେ କାର୍ଯ୍ୟରତ ଏଏସଆଇ ନିରଞ୍ଜନ ଜେନା ଗିରଫ । ୨  ଦିନ ପୁର୍ବରୁ ଟ୍ରେନରେ ଆସି ଷ୍ଟେସନରେ ଓହ୍ଲାଇଥିଲେ ଜଣେ ଯୁବତୀ। ହଷ୍ଟେଲ ବନ୍ଦ ଥିବାରୁ ଆରପିଏଫ ଥାନାକୁ ଯାଇଥିଲେ। ସେଠାରେ ଏଏସଆଇ ନିରଞ୍ଜନ ଯୁବତୀଙ୍କୁ ରୁମରେ ରହିବା ପାଇଁ କହିଥିଲେ । ଯୁବତୀ ରୁମ୍ ଭିତରକୁ ଯିବାପରେ ନିରଞ୍ଜନ କବାଟ ବନ୍ଦ କରିଦେଇଥିଲେ। ବନ୍ଦ ଘର ଭିତରେ ଯୁବତୀଙ୍କୁ ଅସଦାଚରଣ କରିଥିଲେ ଏଏସଆଇ। ଯୁବତୀ ଭୟଭୀତ ହେଇ ପିସିଆରକୁ କଲ କରିଥିଲେ। ପିସିଆର ଆସି ଯୁବତୀଙ୍କୁ ଉଦ୍ଧାର କରିଥିଲା। ଜିଆରପି ଥାନାରେ ଅଭିଯୋଗ ପରେ ଆରପିଏଫ ଏଏସଆଇ ନିରଞ୍ଜନକୁ ଗିରଫ କରିଛି ପୋଲିସ।

ନୂଆ ସରକାରରେ ଆଇନ ଶୃଙ୍ଖଳା ଭୁଶୁଡିଛି : ବିଜେଡି

ଭୁବନେଶ୍ବର : ରାଜଧାନୀ ଛାତି ଉପରେ ଜଘନ୍ୟ ହତ୍ୟାକାଣ୍ଡ । ରସୁଲଗଡ଼ ମର୍ଡରକୁ ନେଇ ବିଜେଡିର ସମାଲୋଚନା । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଓ ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଭୁବନେଶ୍ବର ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି । ଗୌତମବୁଦ୍ଧ ଦାସ କହିଛନ୍ତି, ଭୁବନେଶ୍ୱରରେ ବର୍ତ୍ତମାନ ଆନ୍ତର୍ଜାତୀୟ ସମ୍ମିଳନୀ ହେଉଛି । ରାଜଧାନୀକୁ ୭ହଜାର ଲୋକ ଆସିଛନ୍ତି । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ଯେଉଁଠି ସମ୍ମିଳନୀ ହେଉଛି ସେଠୁ ୩ କିଲୋମିଟର ଦୂରରେ ଜଣେ ସଫେଇ କର୍ମଚାରୀ ତଥା ପୋଲିସ ଇନଫରମରଙ୍କୁ ହତ୍ୟା କରାଯାଇଛି । ପୋଲିସ ମିତ୍ର ଯିଏ ବ୍ରାଉନ ସୁଗାର ବ୍ୟାପାର ବନ୍ଦ କରୁଥିଲେ । ଏଭଳି ଜଣେ ସାଧାରଣ ଜନତାଙ୍କୁ ରାଜଧାନୀର ଛାତି ଉପରେ ହତ୍ୟା କରାଯାଇଛି । ବ୍ରାଉନ ସୁଗାର ବେପାରୀଙ୍କୁ ଧରିବାକୁ ଏଓଟିଏଫ ଗଠନ ହୋଇଥିଲା । ହେଲେ ଗତ ୬ ମାସ ହେଲା ତାହା କାମ କରୁନି । ଏହା ପୂର୍ବରୁ ନବୀନ ପଟ୍ଟନାୟକ ସରକାରରେ ବହୁ ବ୍ରାଉନ ସୁଗାର ବେପାରୀ ଧରା ପଡୁଥିଲେ । ଏପରି ଘଟଣା କେବେ ହୋଇ ନଥିଲା । ନୂଆ ସରକାରରେ ଆଇନ ଶୃଙ୍ଖଳା ଭୁଶୁଡିଛି । ଆଉ ଅପରାଧୀଙ୍କ ଭୟ ନାହିଁ । ବିପଦ ଜନକ ସ୍ଥିତିରେ ଏହି ସମ୍ମିଳନୀ ହେଉଛି । ସରକାର ଶୋଇଛନ୍ତି । ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ନାହିଁ । ଘଟଣାକୁ ନେଇ ନିନ୍ଦା କରିବା ସହ ସେ ଅପରାଧୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ଅନ୍ୟପଟେ ଲେନିନ ମହାନ୍ତି କହିଛନ୍ତି, ପୋଲିସ ଥାନା ପାଖରେ ମୁଣ୍ଡ ଗଣ୍ଡି ଅଲଗା ହେଲା । ଆଗରୁ ଏମିତି କେବେ ହେଉ ନଥିଲା । ହେଲେ ପୋଲିସ କେମିତି କହୁଛି ନିଘା ଅଛି ?  ପୋଲିସ ଇନଫରମରଙ୍କୁ ସୁରକ୍ଷା ଦେଇ ପାରୁନାହିଁ । ପ୍ରବାସୀ ଭାରତୀୟଙ୍କୁ କି ସୁରକ୍ଷା ଦେବ? ନବୀନ ପଟ୍ଟନାୟକ ଯେଉଁ ସୁରକ୍ଷା ଦେଉଥିଲେ, ତାହା ଆଉ ନାହିଁ । ଏ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ଦୃଷ୍ଟି ନାହିଁ । ତାହା ସମ୍ପର୍ଣ୍ଣ ଭୁଷୁଡି ପଡିଛି ।  ବିଜେପି ନେତାଙ୍କ ଭିତରେ କି କଥା ଅଛି ଯେ ତାଙ୍କ ଉପରେ ଗାଡି ଚଢା ଗଲା । ଆଶ୍ଚର୍ଯ୍ୟ କଥା, ଆଜି ରାତିରେ ପ୍ରଧାନମନ୍ତ୍ରୀ ଆସିବେ । ହେଲେ ରାଜ୍ୟବାସୀ ସୁରକ୍ଷିତ ନୁହଁନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ କି ବ୍ୟବସ୍ଥା ହୋଇଛି ? ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ? କି ନାଟକ ଚାଲିଛି? ପ୍ରବାସୀଙ୍କୁ କି ସୁରକ୍ଷା ଦେଉଛ ? ଆଗାମୀ ଦୁଇ ଦିନ ଅତି କମରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନ ହେଉ । ଏ କି ପ୍ରହସନ? ଡ୍ରାମା କରି ଯେଉଁ କାର୍ଯ୍ୟକ୍ରମ ପରେ କାର୍ଯ୍ୟକ୍ରମ କରୁଛନ୍ତି, ଆଗ ଆଇନ ଶୃଙ୍ଖଳା ପାଇଁ ପଦକ୍ଷେପ ନିଅନ୍ତୁ । ଭୁବନେଶ୍ୱର ଓ ଓଡ଼ିଶାବାସୀ ସୁରକ୍ଷିତ ତ ? ବୋଲି ପ୍ରଶ୍ନ କରିଛନ୍ତି ଲେନିନ ମହାନ୍ତି  ।

ଧାନ କିଣାରେ ଅବ୍ୟବସ୍ଥା ନେଇ ଧାରଣାରେ ଚାଷୀ

ବଲାଙ୍ଗୀର : ଧାନ କିଣାରେ ଅବ୍ଯବସ୍ଥା ନେଇ ପୁଣି ଧାରଣାରେ ଚାଷୀ । ବଲାଙ୍ଗୀରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମିଳିତ କୃଷକ ସଂଗଠନ ପକ୍ଷରୁ ଧାରଣା । ବିଜେପି ସରକାରଙ୍କ ପ୍ରତିଶୃତି ପାଲଟିଛି ପାଣିରଗାର । ଡବଲ ଇଞ୍ଜିନ ସରକାର ଚାଷୀଙ୍କୁ ଧୋକାଦେଇଥିବା ଅଭିଯୋଗ । ଧାନ କିଣାରେ ମହାଦୁର୍ନୀତି, କଟନି ଛଟନି, ଓଜନରେ ଚଞ୍ଚକତା କରି ଚାଷୀଙ୍କୁ ଲୁଟ କରାଯାଉଛି  । ଏଥିସହିତ ଭାଗ ଚାଷୀଙ୍କୁ ହତାଦର କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ । ଯାହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମିଳିତ କୃଷକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି  । ସରକାରଙ୍କ ଭୁଲ ନୀତି ଯୋଗୁ ହଜାର ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି  ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଉତ୍ତେଜନା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ପ୍ରବଳ ଉତ୍ତେଜନା । ଏପରିକି ଦିଲ୍ଲୀ ପୋଲିସ ଓ ଆପ୍ ନେତାମାନେ ମୁହାଁମୁହିଁ ହୋଇଛନ୍ତି। ସେଠାରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେଇଛନ୍ତି ଆପ୍ ସାଂସଦ ସଂଜୟ ସିଂହ ଓ ମନ୍ତ୍ରୀ ସୌରଭ ଭରଦ୍ଵାଜ। ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅରବିନ୍ଦ କେଜରିୱାଲ ଏହି ଘରେ ରହୁଥିଲେ। ବିଜେପି ଅଭିଯୋଗ କରି ଆସୁଛି, ପ୍ରବଳ ସରକାରୀ ଟଙ୍କା ଖର୍ଚ୍ଚ କରି ଏହି ବାସଭବନର ମରାମତି କରିଛନ୍ତି। ତାକୁ ଆରାମଦାୟକ ଓ ଆଡ଼ମ୍ବରପୂର୍ଣ୍ଣ କରିଛନ୍ତି। ସିସ୍ ମହଲ୍ ବୋଲି ବିଜେପି କଟାକ୍ଷ  କରିଛି। ଏପରିକି ଏହା ଏକ ନିର୍ବାଚନୀ ପ୍ରସଙ୍ଗ ହେଲାଣି। କିନ୍ତୁ ଆପ୍ କହୁଛି, ବିଜେପି ଅଭିଯୋଗ ଅନୁସାରେ ଏହି ଘରେ ଏମିତି କଣ କରାଯାଇଛି, ତାହା ସମସ୍ତେ ଦେଖିବା ଉଚିତ। ଆଜି ଆପ୍ ର ନେତାମାନେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଧରି ସେଠାରେ ପହଞ୍ଚିଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହି ବାସଭବନରେ ପ୍ରବେଶ ପାଇଁ ଅନୁମତି ନାହିଁ ବୋଲି କହୁଛି ପୋଲିସ। ସୌରଭ ଭରଦ୍ଵାଜ କହିଛନ୍ତି, କରୋନା ସମୟରେ ସରକାରୀ ଅର୍ଥରେ ଉଭୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ମୋଦିଙ୍କ ବାସଭବନର ମରାମତି କରାଯାଇଥିଲା। ଏହି ଦୁଇଟି ଯାକ ଘର ସାରା ଦେଶ ଦେଖିବା କଥା। କେଉଁଠି କଣ କାମ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ସୁଇମିଂ ପୁଲ୍ ଓ ବାର୍ ଅଛି ବୋଲି ବିଜେପି ଅଭିଯୋଗ କରୁଛି, ତେବେ ଚାଲନ୍ତୁ ମିଡିଆ ସାମନାରେ ସମସ୍ତେ ତାହା ଦେଖିବା, ସତରେ ବାର୍ ଓ ସୁଇମିଂ ପୁଲ୍ ଅଛି କି ନାହିଁ। ଆମେ ଆସିବାର ଦେଖି ବିଜେପି ଡରି ଯାଇଛି ଓ ପୋଲିସକୁ ଲଗାଇ ସେହି ବାସଭବନରେ ବ୍ୟାରିକେଡିଂ କରାଯାଇଛି। ସତ ଧରାପଡ଼ିଯିବା ଭୟରେ ବିଜେପି ଲୁଚୁଛି ବୋଲି କହିଛନ୍ତି ଆପ୍ ନେତା। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରର ମରାମତିରେ ୩୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବେଲି ବିଜେପି ଅଭିଯୋଗ କରୁଛି। ସେପଟେ ମୋଦିଙ୍କ ସରକାରୀ ବାସଭବନ ପାଇଁ ୨୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଅଭିଯୋଗ ଆସିଛି। ଦୁଇଟି ଯାକ ଘର ସାରା ଦେଶବାସୀ ଦେଖନ୍ତୁ, ସତ କଣ ଜଣାପଡିବ ବୋଲି କହିଛନ୍ତି ସୌରଭ ଭରଦ୍ଵାଜ।

ଦ୍ବିତୀୟ ଦିନରେ ଆୟକର ବିଭାଗର ଚଢ଼ାଉ ଜାରି, କମିଶନରେଟ ପୋଲିସକୁ ଡକ୍ୟୁମେଣ୍ଟ ମାଗିଲା ଇଡି

ଭୁବନେଶ୍ବର : ରାଜଧାନୀର ବଣ୍ଟି ବବଲି କେସରେ ଦ୍ବିତୀୟ ଦିନରେ ଆୟକର ବିଭାଗର ଚଢ଼ାଉ ଜାରି । କମିଶନରେଟ ପୋଲିସକୁ ଡକ୍ୟୁମେଣ୍ଟ ମାଗିଲା ଇଡି । କନ୍ଧମାଳ ବାଲିଗୁଡାରେ ଆଜି ଚଢ଼ାଉ ଜାରି ରହିଛି । ହଂସିତାଙ୍କ ସ୍ୱାମୀ ମନୋଜ ଆଚାର୍ଯ୍ୟଙ୍କ ଘର ବାଲିଗୁଡାରେ  ଆୟକର ବିଭାଗ ପକ୍ଷରୁ ରେଡ ଚାଲିଛି । ଗତକାଲି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କ ଘର ସମେତ ଅଫିସରେ ଚଢ଼ାଉ କରିଥିଲା ଆୟକର ଟିମ୍ । ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ରେଡ ଚାଲିଛି । ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ପତିପତ୍ନୀ ହୋଇନଥିବା ବେଳେ ଉଭୟ ନିଜକୁ ପତିପତ୍ନୀର ପରିଚୟ ଦେଇ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍‌ ଆପାର୍ଟମେଣ୍ଟରେ ରହୁଥିଲେ । ହାଇପ୍ରୋଫାଇଲ ଲୋକଙ୍କ ସହ ସବୁ ଫଟୋକୁ ସେୟାର କରି ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚା ମାଲ ଯୋଗାଣ ପାଇଁ ଖଣି ମାଲିକଙ୍କୁ ଟେଣ୍ଡର ଦେବା, ବିଲଡରଙ୍କୁ ଜମି, ପ୍ଲଟ ସହ ବିଲଡିଂ ଆପ୍ରୁଭାଲ୍ କରାଇବା ଆଦିର ଲୋଭ ଦେଖାଇ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଥିଲେ । ଗତ ଜାନୁୟାରୀ ମାସରେ ଅନୀଲଙ୍କ ଜନ୍ମ ଦିନରେ ତାଙ୍କୁ ୪ କୋଟି ୩୦ ଲକ୍ଷ ଟଙ୍କାର କାର୍‌ ଗିଫ୍ଟ ଦେଇଥିଲେ ହଂସିତା । ଉକ୍ତ ଟଙ୍କାକୁ ସେ କ୍ୟାସ ଆକାରରେ ଦେଇଥିଲେ। ଏହାକୁ ନେଇ ସେ ଆୟକର ବିଭାଗ ଓ କମିଶନରେଟ ପୋଲିସ ନଜରକୁ ଆସିଥିଲେ ।