ନନ୍ଦିଘୋଷ ବ୍ୟୁରୋ: ରୁଷ-ୟୁକ୍ରେନରେ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ନେଇ ଆଜି ବସୁଛି ବୈଠକ। ସାଉଦି ଆରବ ମଧ୍ୟସ୍ଥତାରେ ବସିବ ପ୍ରଥମ ବୈଠକ। ଏଥିରେ ଆମେରିକା ଓ ରୁଷର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ପରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ନେଇ ବାଟ ଖୋଲିବା ସମ୍ଭାବନା ରହିଛି। ଆମେରିକା ଏବଂ ରୁଷର କୂଟନୈତିକ ପ୍ରତିନିଧି ସାଉଦି ଆରବରେ ଏହି ଆଲୋଚନା କରିବେ। ଆଲୋଚନାକୁ ନେଇ ଆମେରିକାର ନୂତନ ବୈଦେଶିକ ନୀତିର ଆରମ୍ଭ ବୋଲି କୁହାଯାଉଛି। ଯେଉଁଠାରେ ରୁଷକୁ ଛାରକାର କରିବା ବଦଳରେ ସହମତି ନେଇ ବାଟ ଖୋଜିବାରେ ଏହି ଆଲୋଚନା ସହାୟକ ହେବ। ଏହି ବୈଠକ ପରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ନେଇ ବାଟ ସଫା ହୋଇଯିବ। ସେପଟେ ଏହି ବୈଠକକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଆପତ୍ତି ଉଠାଇଛନ୍ତି। ୟୁକ୍ରେନ ପ୍ରତିନିଧିତ୍ଵ ବିନା ଶାନ୍ତି କଥାବାର୍ତ୍ତା ନେଇ ହୋଇପାରିବନାହିଁ ବୋଲି କରିଛନ୍ତି ଜେଲେନସ୍କି। ୟୁକ୍ରେନର ଭାଗିଦାରୀ ବିନା ଆଲୋଚନାର ପରିଣାମରକୁ ସେ ଅସ୍ଵୀକାର କରିବେ ବୋଲି ଚେତାଇ ଦେଇଛନ୍ତି। ଯଦି କିଭ ଏହି ଆଲୋଚନାରେ ସାମିଲ ହେବ ନାହିଁ ତେବେ ଏହି ବୈଠକ ବ୍ୟର୍ଥ ହେବ ବୋଲି କହିଛନ୍ତି ଜେଲେନସ୍କି। ସାଉଦିରେ ବସୁଥିବା ଏହି ବୈଠକରେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଜାତୀୟ ପରାମର୍ଶଦାତା ମାଇକ ୱାଲ୍ଟଜ ଏବଂ ଷ୍ଟିଭ ବିଟକଫ୍ ସାମିଲ ହେବେ। ଏହି ଟିମ ରୁଷ ପ୍ରତିନିଧି ମଣ୍ଡଳ ସହ ଆଲୋଚନା କରିବ। ରୁଷ ପ୍ରତିନିଧି ମଣ୍ଡଳୀରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭାରୋବ ଏବଂ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ପରାମର୍ଶଦାତା ୟୁରୀ ଉଶାକୋଭ ସାମିଲ ହେବେ
ଗରମରେ ଲାଗିବ ବ୍ରେକ୍, ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ନନ୍ଦିଘୋଷ ବ୍ୟୁରୋ: କାଲିଠୁ ଗରମରୁ ମିଳିବ ଆଶ୍ବସ୍ତି । ପଶ୍ଚିମା ଝଡ ଆଣିବ ବର୍ଷା । ଭିଜିବ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା । ଘଡଘଡି ବିଜୁଳି ସହ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସହ ପବନ ନେଇ ବି ସତର୍କତା ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ପଶ୍ଚିମା ଝଡ ପ୍ରଭାବରେ କାଲିଠୁ ଦୁଇ ଦିନ ରାଜ୍ୟରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ କାଲି ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦ୍ରାପଡାରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି । ସେହିଭଳି ସେହିପରି ୨୦ ରେ ବଜ୍ରପାତ ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଦେବଗଡ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦ୍ରାପଡାକୁ ସତର୍କତା ଜାରି କରାଯାଇଛି । ସେପଟେ ଆଜି ବି ରାଜ୍ୟରେ ଜାରି ରହିବ ତାତି । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଉପରେ ରହିବ ପାରଦ । ରାଜଧାନୀ ଭୁବନେଶ୍ବର ସମେତ ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ମାଲକାନଗିରି, ଗଜପତି, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଉପରେ ପାରଦ ରହିବ ବୋଲି ଆକଳନ କରାଯାଇଛି । ଏହି ସବୁ ଜିଲ୍ଲାରେ ୩୫ ରୁ ୩୮ ଡିଗ୍ରୀ ମଧ୍ୟରେ ଦିନର ତାପମାତ୍ରା ରେକର୍ଡ ହୋଇପାରେ । ମେଘମୁକ୍ତ ଆକାଶ ଏବଂ ସୂର୍ଯ୍ୟଙ୍କ ତେଜ ପାଇଁ ତାତି ବୃଦ୍ଧି ପାଇଛି ।
ବିଦେଶ ଅତିଥୀଙ୍କ ପାଇଁ ଚଳଚଞ୍ଚଳ ଗଞ୍ଜାମ: ଆରମ୍ଭ ହୋଇଛି ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା
ଗଞ୍ଜାମ: ମାଇଲ ଦୂରରୁ ଛୁଟି ଆସିଛନ୍ତି ଅଲିଭ ରିଡଲେ । ଆରମ୍ଭ ହୋଇଛି ଏହି ବିରଳ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା । ଏଥିପାଇଁ ଚଳଚଞ୍ଚଳ ଗଞ୍ଜାମ ଋଷିକୂଲ୍ୟା ମୁହାଣ । ଅନୁକୂଳ ପାଗ ସହ ଦକ୍ଷିଣା ପବନ ଯୋଗୁ ହଜାର ହଜାର ସଂଖ୍ୟାରେ କଇଁଛ ଅଣ୍ଡାଦାନ କରି ସମୁଦ୍ରକୁ ଫେରୁଛନ୍ତି । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗ୍ରାମ ଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ଏହି କଇଁଛମାନେ ଉପରକୁ ଉଠିଆସି ଗଣଅଣ୍ଡା ଦାନ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପର୍ଯ୍ୟଟକ, ପରିବେଶବିତ୍ ମହଲରେ ଖୁସି ପ୍ରକାଶ ପାଇଥିବାବେଳେ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା ।
ବନ ବିଭାଗ ପକ୍ଷରୁ ପୂର୍ବରୁ ୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । କୁକୁର, ବିଲୁଆଙ୍କ ଠାରୁ ସୁରକ୍ଷା ଦେବାକୁ ଲଗାଜାଇଛି ତାରଜାଲି । କଇଁଛ ପ୍ରାୟ ୧୨୦ରୁ ଅଧିକ ଅଣ୍ଡାଦେବା ପରେ ବାଲିରେ ପୋତି ସମୁଦ୍ର ମଧ୍ୟକୁ ଫେରି ଯାଇଥାନ୍ତି । ଅଣ୍ଡା ଦେବାର ୪୫ ଦିନ ପରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯାଇଥାନ୍ତି । ୨୦୨୪ ରେ ଗଣଅଣ୍ଡାଦାନ ହୋଇନଥିବା ବେଳେ ଚଳିତବର୍ଷ ଏହି ଗଣ ଅଣ୍ଡାଦାନ ହେଉଥିବା ଦେଖାଦେଇଛି । ଏଥିପାଇଁ ଗତବର୍ଷ ନଭେମ୍ବର ୧ ଠାରୁ ଚଳିତବର୍ଷ ମେ ୩୧ ପ୍ରଯ୍ୟନ୍ତ ଆର୍ଯ୍ୟପଲ୍ଲୀ ରୁ ପ୍ରୟାଗୀ ଯାଏଁ ୨୦ କିଲୋମିଟର ନୋ ଫିସିଙ୍ଗ ଜୋନ ଘୋଷଣା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦ଟି ସେଗମେଣ୍ଟ କରାଯାଇଛି । ଚଳିତ ବର୍ଷ ୬ ଲକ୍ଷରୁ ଅଧିକ କଇଁଛ ଗଣଅଣ୍ଡାଦାନ କରିବେ ବୋଲି ଆଶା ରଖିଛି ବନ ବିଭାଗ ।
NEET MDS 2025: ଫେବୃଆରୀ ୧୮ରୁ ଅନଲାଇନ୍ ଆବେଦନ ଆରମ୍ଭ, ଏପ୍ରିଲରେ ମିଳିବ ଆଡମିଟ୍ କାର୍ଡ
ନୀଟ ମାଷ୍ଟର ଅଫ୍ ଡେଣ୍ଟଲ ସଜର୍ରୀ ଏମଡି ପାଇଁ ରାଜିଷ୍ଟ୍ରେସନ ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ । ଏପ୍ରିଲ ୧୯ ତାରିଖ ଦ୍ବିପ୍ରହର ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ଆଡମିଟ କାର୍ଡ ଏପ୍ରିଲ ୧୫ରୁ ଡାଉନଲୋଡ କରାଯିବ । ନ୍ୟାସନାଲ ବୋର୍ଡ ଅଫ ଏଗଜାମିନେସନ ଇନ ମେଡିକାଲ ସାଇନ୍ସେସ (NBEMS) ଅନୁସାରେ, ନୀଟ ମାଷ୍ଟର ଅଫ୍ ଡେଣ୍ଟଲ ସର୍ଜରୀ ଏମଡିଏସ ପାଇଁ ରେଜିଷ୍ଟ୍ରେସନ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ଏପ୍ରିଲ ୧୯ ତାରିଖ ଦ୍ବିପ୍ରହର ୨ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଇଚ୍ଛୁକ ପ୍ରାର୍ଥୀମାନେ natboard.edu.in କୁ ଯାଇ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଫର୍ମ ଭରିପାରିବେ । ଆବେଦନ ପ୍ରକ୍ରିୟା କିପରି ହେବ, ସେନେଇ ପ୍ରାର୍ଥୀମାନେ ଜାଣିବା ଆବଶ୍ୟକ ।
ଏହି ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ସାଧାରଣ, EWS ଓ OBC ପ୍ରାର୍ଥୀଙ୍କଙ୍କୁ ୩୫୦୦ ଟଙ୍କା ଜମା କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଏସଟି ଓ PWD ପ୍ରାର୍ଥୀଙ୍କ ପାଇଁ ଏହି ରାଶି ୨୫୦୦ ଟଙ୍କା ରଖାଯାଇଛି । ଏହି ପରୀକ୍ଷାର ଫଳାଫଳ ମେ ୧୯ରେ ଜାରି କରାଯିବ । ଆବେଦନ ସରିବା ପରେ ଫେବୃଆରୀ ୧୪ରୁ ମାର୍ଚ୍ଚ ୧୭ ମଧ୍ୟରେ ସଂଶୋଧନ କରାଯିବ । ଯଦି ଏହି ଅବଧି ମଧ୍ୟରେ ପ୍ରାର୍ଥୀମାନେ ସଂଶୋଧନ କରିନପାରନ୍ତି, ତେବେ ମାର୍ଚ୍ଚ ୨୭ରୁ ୩୧ ପର୍ଯ୍ୟନ୍ତ ଅନ୍ତିମ ସୁଯୋଗ ଦିଆଯିବ ।

