spot_img
Home Blog Page 1273

ଚହଲ-ଧନଶ୍ରୀଙ୍କ ଛାଡପତ୍ରର କାରଣ ରହସ୍ୟମୟୀ ଝିଅ !

ନନ୍ଦିଘୋଷ ବ୍ୟୁରୋ: ଅଲଗା ହେବାକୁ ଯାଉଛନ୍ତି ଇଣ୍ଡିଆର ଷ୍ଟାର କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ! ବର୍ତ୍ତମାନ ଏହି ଦମ୍ପତ୍ତିଙ୍କ ଛାଡପତ୍ର ହେବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହା ପଛରେ କେତେ ସତ୍ୟତା ଅଛି ତାହା ଜଣାପଡିନାହିଁ । ଏହାସହିତ ଦୁହେଁ ଛାଡପତ୍ର ବିଷୟରେ ମୁହଁ ଖୋଲିନାହାନ୍ତି । ତେବେ ଚର୍ଚ୍ଚା ଭିତରେ ଉଭୟ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିବା ସହିତ ନିଜ ନିଜ ସୋସିଆଲ ମିଡିଆରୁ ସେମାନଙ୍କର ବିବାହ ଫଟୋ ଡିଲିଟ କରିଛନ୍ତି ।

ଛାଡପତ୍ରର ଚର୍ଚ୍ଚା ଭିତରେ ୟୁଜବେନ୍ଦ୍ର ଚହଲଙ୍କୁ ବର୍ତ୍ତମାନ ଏକ ରହସ୍ୟମୟୀ ଝିଅ ସହିତ ଦେଖିବାକୁ ମିଳିଛି । ଯେଉଁଠାରେ ଚହଲ କ୍ୟାମେରା ଦେଖିବା ମାତ୍ରେ ମୁହଁ ଲୁଚାଇ ଦେଇଥିଲେ । ମୁମ୍ବାଇର ଜୁହୁରେ ଏକ ରହସ୍ୟମୟୀ ଝିଅ ସହିତ ନଜର ଆସିଥିଲେ । ଏକ କାରରେ ଚହଲଙ୍କୁ ସେ ଝିଅ ସହିତ ଦେଖିବାକୁ ମିଳିଥିଲା ​​। ଯେତେବେଳେ ମିଡିଆଙ୍କ କ୍ୟାମେରାରେ ସେ ନଜର ଆସିଲେ ସେତେବେଳେ ଭାରତୀୟ କ୍ରିକେଟର ତାଙ୍କ ମୁହଁ ଲୁଚାଇ ଦେଇଥିଲେ । ସେବେଠାରୁ ଏହି ରହସ୍ୟମୟୀ ଝିଅ ଧନଶ୍ରୀ ଏବଂ ଚହଲଙ୍କ ଛାଡପତ୍ରର କାରଣ ବୋଲି ଆଲୋଚନା ହେଉଛି।

୨୦୨୩ ମସିହାରେ, ଧନଶ୍ରୀ ଇନଷ୍ଟାଗ୍ରାମରେ ଚହଲଙ୍କ ସର ନେମକୁ ହଟାଇ ଦେଇଥିଲେ। ସେ ଏକ ପୋଷ୍ଟ ମଧ୍ୟ ସେୟାର କରି ଲେଖିଥିଲେ ନୂଆ ଜୀବନ ଆସୁଛି  । ସେତେବେଳେ ମଧ୍ୟ ସେମାନଙ୍କ ସମ୍ପର୍କକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥିଲା । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ଉଭୟଙ୍କ ଛାଡପତ୍ର ହେବା ନିଶ୍ଚିତ । ହେଲେ ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ।

ଏହି ଯୋଡ଼ିଙ୍କ ପ୍ରେମ କାହାଣୀ ନୃତ୍ୟରୁ ଆରମ୍ଭ ହୋଇଥିଲା। ଲକ୍‌ଡାଉନ୍‌ ସମୟରେ ଉଭୟ ପରସ୍ପରର ନିକଟତର ହୋଇଥିଲେ। ଏକାଠି ନାଚୁ ନାଚୁ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଡିସେମ୍ବର ୨୦୨୦ରେ ବୈଦିକ ରୀତିନୀତିରେ ଦୁହିଁଙ୍କ ବିବାହ ବେଶ ଧୁମ୍‌ଧାମ୍‌ରେ ହୋଇଥିଲା।

ସେୟାର ବଜାରରେ HMPV ମାଡ, ନିବେଶକଙ୍କର ବୁଡିଲା ୧୦ଲକ୍ଷ କୋଟିରୁ ଅଧିକ ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଚାଇନାର ଭାଇରସ ଭାରତରେ ବ୍ୟାପିବା ପରେ ସେୟାର ମାର୍କେଟରେ  ୧୧୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ । ନିଫ୍ଟି ପ୍ରାୟ ୧.୪ପ୍ରତିଶତ ହ୍ରାସ ପାଇଛି । ସେୟାର ମାର୍କେଟର ବଡଧରଣର ହ୍ରାସ ଯୋଗୁ ନିବେଶକଙ୍କର ଡୁବିଗଲା ପ୍ରାୟ ୧୦ଲକ୍ଷ କୋଟିରୁ ଅଧିକ ଟଙ୍କା । PSU ବ୍ୟାଙ୍କ, ରିଏଲ୍ ଇଷ୍ଟେଟ୍ ଷ୍ଟକ୍ ଏବଂ ତୈଳ ଏବଂ ଗ୍ୟାସ୍ ଷ୍ଟକରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ବ୍ୟାଙ୍କ ଅଫ୍ ବରୋଦା, ପିଏନବି ଏବଂ କାନାରା ବ୍ୟାଙ୍କରେ ୪ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। HDFC ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ ମଧ୍ୟ ଏକ ବଡ଼ ହ୍ରାସ ଘଟିଛି  ।

କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ HMPVର ଦୁଇଟି ମାମଲା ନିଶ୍ଚିତ ହେବା ପରେ ସେୟାର ବଜାରରେ ଏକ ବଡ଼ ଧରଣର ପତନ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ମୁଖ୍ୟ ସୂଚକାଙ୍କ ସେନ୍ସେକ୍ସରେ ୧୧୦୦ ପଏଣ୍ଟ ହ୍ରାସ ଘଟିଛି । ଯେଉଁଥିପାଇଁ ସୂଚକାଙ୍କ ୭୭,୯୫୯.୯୫ ପଏଣ୍ଟକୁ ଖସି ଆସିଛି  ।  ଆଜି ସକାଳେ ଏହା ସାମାନ୍ୟ ବୃଦ୍ଧି ସହିତ୭୯,୨୮୧.୬୫ ପଏଣ୍ଟରେ ଖୋଲିଛି |

ଶୁକ୍ରବାର ଦିନ ସେନ୍ସେକ୍ସ ୭୯,୨୨୩.୧୧ ପଏଣ୍ଟରେ ୭୦୦ ପଏଣ୍ଟରୁ ଅଧିକ ହ୍ରାସ ସହିତ ବନ୍ଦ ହୋଇଯାଇଥିଲା  । ଏହାର ଅର୍ଥ ହେଉଛି କ୍ରମାଗତ ଦୁଇଟି ବାଣିଜ୍ୟ ଦିନରେ ସେନ୍ସେକ୍ସ ୧,୯୮୩.୭୬ ପଏଣ୍ଟ ହ୍ରାସ ପାଇଛି  । ଗୁରୁବାର ଦିନ, ସେନ୍ସେକ୍ସ ଭଲ ବୃଦ୍ଧି ସହିତ ୭୯,୯୪୩.୭୧ ପଏଣ୍ଟରେ ବନ୍ଦ ହୋଇଯାଇଥିଲା  । ଅନ୍ୟପକ୍ଷରେ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟିର ମୁଖ୍ୟ ସୂଚକାଙ୍କରେ ମଧ୍ୟ ଦେଢ ପ୍ରତିଶତ ହ୍ରାସ ଘଟିଛି । ବାଣିଜ୍ୟ ଅଧିବେଶନ ସମୟରେ, ନିଫ୍ଟି ୪୦୩.୨୫ ପଏଣ୍ଟ ହ୍ରାସ ସହିତ ୨୩,୬୦୧.୫୦ ପଏଣ୍ଟରେ କାରବାର କରୁଛନ୍ତି  । ଅବଶ୍ୟ, ଶୁକ୍ରବାର ନିଫ୍ଟି ହ୍ରାସ ସହିତ ୨୪୦୦୪.୭୫ ପଏଣ୍ଟରେ ବନ୍ଦ ହୋଇଛି  । ନିଫ୍ଟିରେ କ୍ରମାଗତ ୫୮୭.୧୫ ପଏଣ୍ଟ ହ୍ରାସ ପାଇଛି  । ତେବେ ଗୁରୁବାର ନିଫ୍ଟି ୨୪,୧୮୮.୬୫ ପଏଣ୍ଟରେ ବନ୍ଦ ହୋଇଯାଇଛି  । ତେବେ ସୋମବାର, ନିଫ୍ଟି ୨୪,୦୪୫.୮୦ ପଏଣ୍ଟରେ ସାମାନ୍ୟ ବୃଦ୍ଧି ସହିତ ଖୋଲିଛି  ।

ଏହି ହ୍ରାସ ଯୋଗୁଁ ଷ୍ଟକ୍ ମାର୍କେଟର ନିବେଶକମାନେ ବହୁତ କ୍ଷତି ସହିଛନ୍ତି  । ତଥ୍ୟ ଅନୁଯାୟୀ, ସେନ୍ସେକ୍ସର ମାର୍କେଟ କ୍ୟାପ୍ ଶୁକ୍ରବାର ଦିନ ୪,୪୯,୭୮,୧୩୦.୧୨ କୋଟି ଥିଲା। ଯାହା ୪,୩୯,୪୪,୯୨୬.୫୭  କୋଟି ଟଙ୍କାକୁ ଖସି ଆସିଛି । ଏହାର ଅର୍ଥ ହେଉଛି କିଛି ଘଣ୍ଟା ମଧ୍ୟରେ ନିବେଶକମାନେ ୧୦,୩୩,୨୦୩.୫୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ।  ଯଦି ଆମେ ଗତ ଦୁଇଟି କାରବାର ବିଷୟରେ କହିବା, ଷ୍ଟକ୍ ମାର୍କେଟର ନିବେଶକମାନେ ୧୧,୦୨,୪୧୯.୧୪ କୋଟି ଟଙ୍କା କ୍ଷତି ସହିଛନ୍ତି  ।

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ସବୁଠାରୁ ବଡ ହ୍ରାସ ହୋଇଥିବା ସେୟାରଗୁଡିକ ବିଷୟରେ କହିବାକୁ ଗଲେ ଟାଟା ଗ୍ରୁପ୍ ଟାଟା ଷ୍ଟିଲରେ ଏକ ବଡ଼ ହ୍ରାସ ଘଟିଛି  । ଯେଉଁଥିରେ ୪.୨୧ ପ୍ରତିଶତ ହ୍ରାସ ଘଟିଛି । ବିପିସିଏଲରେ ୩.୪୪ ପ୍ରତିଶତ, ଆଦାନୀ ଏଣ୍ଟରଟେନମେଣ୍ଟରେ ୩.୩୦ପ୍ରତିଶତ, ଟ୍ରେଣ୍ଟରେ ୩.୦୬ ପ୍ରତିଶତ ଏବଂ କୋଟାକ୍ ବ୍ୟାଙ୍କରେ ୩ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଆପୋଲୋ ହସ୍ପିଟାଲର ସେୟାରରେ ୦.୬୬ ପ୍ରତିଶତ ଏବଂ ଟାଇଟାନ ସେୟାରରେ ୦.୩୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଦେଶର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ଦେଢ ପ୍ରତିଶତ ହ୍ରାସ ଦେଖିବାକୁ ମିଳୁଛି । HDFC ବ୍ୟାଙ୍କ ସେୟାରଗୁଡିକ ୨ ପ୍ରତିଶତରୁ ଅଧିକ ହ୍ରାସ ସହିତ କାରବାର କରୁଛି  । ଜୋମାଟୋ ସେୟାରରେ ୨.୪୦ ପ୍ରତିଶତ ହ୍ରାସ ଘଟିଛି ।

ଦରବୃଦ୍ଧି ପ୍ରତିବାଦରେ ନବୀନଙ୍କ କଡ଼ା ସମାଲୋଚନା, ମୋହନ ମାଝୀ ସରକାର ମହଙ୍ଗା ମାଡ଼ ସରକାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ । ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୋହନ ମାଝୀ ସରକାରଙ୍କୁ ମହଙ୍ଗା ମାଡ଼ ସରକାର ବୋଲି ନବୀନ କହିଛନ୍ତି ।  ବିକ୍ଷୋଭସ୍ଥଳରେ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଜୁନ ମାସରେ ବିଜେପି ସରକାର ଗଠନ ହେଲା । ସାତ ମାସ ହୋଇଗଲା କେବଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ । ହେଲେ ଦରଦାମ ବଢ଼ି ବଢ଼ି ଚାଲିଛି ।  କିଛି ଆକ୍ସନ ନାହିଁ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏହି ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି ହେଲେ ଲୋକଙ୍କ ସୁଖ ଦୁଃଖରେ ଏମାନଙ୍କ ସମ୍ପର୍କ ନଥିବା ଜଣା ପଡୁଛି । ଅତ୍ୟାବଶକୀୟ ଜିନିଷ ଦାମ ଆକାଶ ଛୁଆଁ ହେଲାଣି । ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଆଈ,ମାଆ ଗପ କହି ସରକାର ଖୁସି କରାଉଛନ୍ତି ।  ଲୋକଙ୍କ ବଞ୍ଚିବା କଷ୍ଟ ହେଇଗଲାଣି ।

ଅଦିନିଆ ବର୍ଷା ପାଇଁ ଚାଷୀ ପ୍ରତିଦିନ ଆତ୍ମହତ୍ୟା କରୁଛି । ଦରଦାମ ବୃଦ୍ଧି ସହିତ ଅଦିନିଆ ବର୍ଷା ବୋଝ ଉପରେ ନଳିତା ବିଡା ସଦୃଶ ପାଲଟିଯାଇଛି । ଦରଦାମ ବୃଦ୍ଧି ପାଇଁ ହାଣ୍ଡିଶାଳରେ ମାଆମାନେ କାନ୍ଦୁଥିବା ବେଳେ ଫସଲ ନଷ୍ଟ ଦୁଃଖରେ ଚାଷୀ କାନ୍ଦୁଛନ୍ତି । ହେଲେ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି ।  ମିଛ କଥା ଓ ମିଛ ପ୍ରତିଶୃତି ଦେଇ ଏହି ସରକାର କ୍ଷମତାକୁ ଆସିଛି । ବିଜେଡି ଠାରୁ କମ ଭୋଟ ପାଇକି ସରକାରକୁ ଆସିଛି । ଡବଲ ଇଂଜିନର ଡବଲ ମାଡ । ସବୁ ଜିନିଷ ରେ GST । ଗରିବ ଲୋକ ବେଶୀ GST ଦେଉଛନ୍ତି । ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲେ କିନ୍ତୁ ଫିଲ୍ମ ରିଲିଜ ବେଳକୁ MM ସରକାର ମାନେ ମହଙ୍ଗା ମାଡ ସରକାର । ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ଏମାନଙ୍କ ଅସଲ ଚେହେରା ଖୋଲି ଦେବ ।

 

ଫାଟିଯାଇଛି ହୃଦୟ, ଲିଭର ୪ ଖଣ୍ଡ ଏବଂ ମୁଣ୍ଡରେ ୧୫ ଫ୍ରାକଚର…ନିର୍ଦ୍ଦୟର ସହ କରାଯାଇଥିଲା ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା

ନନ୍ଦିଘୋଷ ବ୍ୟୁରୋ:  ଫାଟିଯାଇଛି ହୃଦୟ, ଲିଭର ୪ ଖଣ୍ଡ ଏବଂ ମୁଣ୍ଡରେ ୧୫ ଫ୍ରାକଚର । କେବଳ ଏତିକି ନୁହେଁ ବେକ ଭାଙ୍ଗିଯିବା ସହ ଶରୀରର ୫ଟି ସ୍ଥାନରେ ଭାଙ୍ଗିଛି ହାଡ । ଆଜ୍ଞା ହଁ ଅତି ନିର୍ଦ୍ଦୟର ସହ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି  । ଛତିଶଗଡ଼ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ଅତି ନିର୍ମମ ଭାବେ ହତ୍ଯା କରାଯାଇଛି। ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କ ମୁଣ୍ଡରେ ୧୫ଟି କ୍ଷତ ଚିହ୍ନ ରହିଛି । ମାଡ଼ରେ ତାଙ୍କର ଯକୃତ ଚାରି ଖଣ୍ଡ ହୋଇଯାଇଛି। ବେକ ଭାଙ୍ଗି ଯାଇଛି। ହୃଦୟ ଫାଟି ଯାଇଛି। ମାଡରେ ଶରୀର ୫ଟି ସ୍ଥାନରେ ହାଡ଼ ଭାଙ୍ଗିଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ବୀଭତ୍ସ ହତ୍ୟାର ଏହି ତଥ୍ୟ ସାମନାକୁ ଆସିଛି । ଯାହା ଛାତି ଥରେଇ ଦେଇଛି ।

ଯେଉଁ ଡାକ୍ତର ସାମ୍ବାଦିକଙ୍କ ଶବ ବ୍ୟବଚ୍ଛେଦ କରିଥିଲେ ତାଙ୍କ ୧୨ ବର୍ଷର କ୍ୟାରିଅରରେ ଏଭଳି ମାମଲା ଦେଖିନଥିଲେ ବୋଲି ସେ କହିଛନ୍ତି। ଅତି ନିର୍ଦ୍ଦୟର ସହ ସାମ୍ବାଦିକଙ୍କୁ ହତ୍ଯା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ସାମ୍ବାଦିକଙ୍କ ହତ୍ଯାରେ ୨ରୁ ଅଧିକ ଅଭିଯୁକ୍ତଙ୍କ ସାମିଲ ଥିବା କହିଛନ୍ତି ଡାକ୍ତର। ସେପଟେ ଛତିଶଗଡ଼ ସାମ୍ବାଦିକ ମୁକେଶ ଚନ୍ଦ୍ରକାର ହତ୍ଯା ମାମଲାର ମୁଖ୍ଯ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକରକୁ ହାଇଦ୍ରାବାଦରୁ ଗିରଫ କରିଛି ପୋଲିସ । ରୀତେଶ ଚନ୍ଦ୍ରାକରଙ୍କ ସମେତ ୩ ଜଣଙ୍କୁ ପୂର୍ବରୁ ଗିରଫ କରିଥିଲା ପୋଲିସ ।

୨୮ ବର୍ଷ ବୟସ୍କ ମୁକେଶଙ୍କ ମୃତଦେହ ଏକ ସେପ୍ଟିକ ଟ୍ଯାଙ୍କରୁ ମିଳିବା ପରେ ରାଜ୍ଯରେ ସୃଷ୍ଟି ହୋଇଥିଲା ହଇଚଇ। ବସ୍ତର ଅଞ୍ଚଳର ଗଙ୍ଗାଳୁରୁରୁ ହିରୋଲି ୧୨୦କୋଟି ଟଙ୍କାର ସଡ଼କ ନିର୍ମାଣ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିକୁ ପଦାକୁ ଆଣିଥିଲେ ମୁକେଶ । ପ୍ରଥମେ ଏହି ପ୍ରକଳ୍ପର ମୂଲ୍ୟ ୫୦ କୋଟି ଟଙ୍କା ଥିବାବେଳେ ପରେ ଏହାକୁ ୧୨୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଠିକାଦାର ସୁରେଶ ଚନ୍ଦ୍ରାକର ଏହି କାମ ନେଇଥିଲେ। ମୁକେଶଙ୍କ ଅନୁସନ୍ଧାନମୂଳକ ରିପୋର୍ଟ ଯୋଗୁ ଏହି ଦୁର୍ନୀତିର ତଦନ୍ତ ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ। ରୀତେଶ ହେଉଛି ସୁରେଶ ଚନ୍ଦ୍ରାକରର ଭାଇ । ଜାନୁଆରୀ ୧ରେ ସେମାନେ ମୁକେଶଙ୍କୁ ଡାକିଥିଲେ। ସେଠାରେ ପହଞ୍ଚିବା ପରେ ମୁକେଶଙ୍କ ମୋବାଇଲ ସୁଇଚ ଅଫ ହୋଇଯାଇଥିଲା। ପରେ ସେ ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ ମୁକେଶଙ୍କ ବଡ଼ଭାଇ ଯୁକେଶ। ଦୁଇ ଦିନ ପରେ ମୁକେଶଙ୍କ ମୃତହେବ ଚତ୍ତନପଡ଼ା ସ୍ଥିତ ସୁରେଶଙ୍କ ମାଲିକାନାରେ ଥିବା ଜାଗାର ଏକ ସେପ୍ଟିକ ଟ୍ଯାଙ୍କରୁ ମିଳିଥିଲା।

ହତ୍ଯା ଘଟଣାରେ ରୀତେଶ ଚନ୍ଦ୍ରାକର, ସୁପରଭାଇଜର ମହେନ୍ଦ୍ର ରାମତେକେ ଓ ଦୀନେଶ ଚନ୍ଦ୍ରାକରକୁ ଗିରଫ କରାଯାଇଛି। ୨୦୧୨ରେ ମୁକେଶ କ୍ଯାରିୟର ଆରମ୍ଭ କରିଥିଲେ ପରେ ନିଜର ଏକ ୟୁଟ୍ଯୁବ ଚ୍ୟାନେଲ ବସ୍ତର ଜଙ୍କସନ ତିଆରି କରିଥିଲେ। ତାହାର ସବସ୍କ୍ରାଇବର ସଂଖ୍ଯା ଥିଲା ୫୯ ଲକ୍ଷ। ତାଙ୍କ ନିଜ ଗ୍ରାମ ଥିଲା ବିଜାପୁରର ବାସାଗୁଡା ଗାଁ। ନିର୍ଭୀକ ରିପୋର୍ଟିଂରେ ସେ ଖ୍ଯାତି ଅର୍ଜନ କରିଥିଲେ।

ଲାଇଭ ଭିଡିଓ କରି ଯୁବକଙ୍କ ଆତ୍ମହତ୍ୟା, ପ୍ରେମବ୍ୟାପାର ସନ୍ଦେହ

କେନ୍ଦୁଝର: ଦେଖିକି ର‌ହିବୁ, ମୁଁ ଯାଉଛି । ଏଭଳି ଏକ ଲାଇଭ୍ ଭିଡିଓ କରି ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଚର୍ଚ୍ଚାର ବିଷୟ ହୋଇଛି । ଘସିପୁରା ଥାନା ଶୈଲଙ୍ଗ ଗ୍ରାମର ଜଣେ ଯୁବକ ନିଜ ମୋବାଇଲରେ ଲାଇଭ୍ ଭିଡିଓ କରି ଝୁଲି ପଡ଼ିଥିଲେ । ପୁଲିସ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ରଞ୍ଜନ ସାଙ୍କ ବଡ଼ପୁଅ ଓମ୍‌ପ୍ରସାଦ ସା  । ସେ ଶୈଲଙ୍ଗ ହୁଡ଼ିଠାରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଛେଦ କରାଇ ପୁଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଓମ୍ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମୋବାଇଲ ଫୋନ୍‌ରେ ଲାଇଭ୍ କରିଥିଲେ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।

ଆଜି ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ

ନନ୍ଦିଘୋଷ ବ୍ୟୁରୋ: ଆଜି ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ। ଦଳ ଭିତରେ ଆଭ୍ଯନ୍ତରୀଣ କନ୍ଦଳ କାରଣରୁ ସେ ଦେଇପାରନ୍ତି ଇସ୍ତଫା । ଜଷ୍ଟିନ ହେଉଛନ୍ତି କାନାଡାର ୨୩ତମ ପ୍ରଧାନମନ୍ତ୍ରୀ । ଜଷ୍ଟିନ ୨୦୧୫ରୁ କାନାଡାର ପ୍ରଧାନମନ୍ତ୍ରୀ ଅଛନ୍ତି। ସେ ୨୦୧୩ରୁ ଲିବରାଲ ପାର୍ଟିର ନେତା ବି ଅଛନ୍ତି। କିଛି ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଭାରତ ଓ କାନାଡା ମଧ୍ଯରେ କୂଟନୈତିକ ତିକ୍ତତା ସୃଷ୍ଟି ହେବା ମୂଳରେ ତାଙ୍କୁ କେତେକ ମହଲ ଦାୟୀ କରିଆସୁଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ ଦୂତାବାସ ସ୍ତରରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଭାରତ ନିଜର କେତେକ କୂଟନୀତିଜ୍ଞଙ୍କୁ ଫେରାଇ ଆଣିଥିଲା।

ଖବରକାଗଜ ଦି ଗ୍ଲୋବ ଆଣ୍ଡ ମେଲର ରିପୋର୍ଟ ଅନୁଯାୟୀ ଜଷ୍ଟିନ ଟ୍ରୁଡୋ ଆଜି ଇସ୍ତଫା ଦେଇପାରନ୍ତି । ଲିବରାଲ୍ ପାର୍ଟି ମଧ୍ୟରେ ବୃଦ୍ଧି ପାଉଥିବା ମତଭେଦ ଏବଂ ସଦସ୍ୟଙ୍କ ଚାପ ଥିବାରୁ ଟ୍ରୁଡୋ ଏହି ବଡ ନିଷ୍ପତ୍ତି ନେବାକୁ ନିଷ୍ପତ୍ତି ନେଇଛନ୍ତି । ଦି ଗ୍ଲୋବ ଆଣ୍ଡ ମେଲ ଅନୁଯାୟୀ ଲିବରାଲ ପାର୍ଟି ମଧ୍ୟରେ ଅସନ୍ତୋଷ ଏବଂ ବିବାଦ ବଢିବାରେ ଲାଗିଛି।  ବୁଧବାର ନ୍ୟାସନାଲ ଲିବରାଲ୍ ପାର୍ଟିର ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯାହା ପୂର୍ବରୁ ଟ୍ରୁଡୋଙ୍କ ଇସ୍ତଫା ଘୋଷଣା ହେବାର ସମ୍ଭାବନା ରହିଛି ।

ଜଷ୍ଟିନ ଟ୍ରୁଡୋ ୨୦୧୫ରେ ପ୍ରଥମ ଥର ପାଇଁ ନିର୍ବାଚନରେ ​​ଜିତି କାନାଡାରେ କ୍ଷମତାକୁ ଆସିଥିଲେ। ଏହା ପରେ ସେ ଲିବରାଲ୍ ପାର୍ଟିକୁ ୨୦୧୯ ଏବଂ ୨୦୨୧ ରେ ମଧ୍ୟ ଜିତାଇଥିଲେ । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ, ମତଦାନ ଅନୁଯାୟୀ ଟ୍ରୁଡୋ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପିଆର ପୋଏଲିଭ୍ରେଙ୍କଠାରୁ ୨୦ ପଏଣ୍ଟ ପଛରେ ରହିଛନ୍ତି । ଏହି ହ୍ରାସ ତାଙ୍କ ରାଜନୈତିକ ଦୁର୍ବଳତାକୁ ଦର୍ଶାଉଛି ।

ଲିବରାଲ୍ ପାର୍ଟିର ସଦସ୍ୟମାନଙ୍କ ଅନୁଯାୟୀ ଜଷ୍ଟିନ ଟ୍ରୁଡୋଙ୍କ ନେତୃତ୍ୱରେ ପରବର୍ତ୍ତୀ ନିର୍ବାଚନରେ ​​ଦଳ ଜିତିବା କଷ୍ଟକର । ଦଳ ମଧ୍ୟରେ ତାଙ୍କ ଉପରେ ଅସନ୍ତୋଷ ବଢିବାରେ ଲାଗିଛି  । ଏନେଇ ସାଂସଦମାନେ ତାଙ୍କୁ ଖୋଲାଖୋଲି ବିରୋଧ କରିବା ଆରମ୍ଭ କରିଛନ୍ତି । କିଛି ସମୟ ପୂର୍ବରୁ ତାଙ୍କୁ ହଟାଇବା ପାଇଁ ଏକ ଦସ୍ତଖତ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଥିଲା । ଏହି କାରଣରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହେଉଛନ୍ତି ।

ତଥାପି, ଲିବରାଲ୍ ପାର୍ଟି ଏକ ନୂତନ ନେତା ନପାଇବା ପର୍ଯ୍ୟନ୍ତ ଟ୍ରୁଡୋ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ରହିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦଳର କ୍ରମାଗତ ଖରାପ ଅବସ୍ଥାକୁ ବିଚାରକୁ ନେଇ ସେ ଶୀଘ୍ର ଇସ୍ତଫା ଦେଇପାରନ୍ତି। ଲିବରାଲ୍ ପାର୍ଟିର ଅନେକ ନେତା ଏବଂ ସାଂସଦଙ୍କ ଅନୁଯାୟୀ ଯଦି ଟ୍ରୁଡୋ ଇସ୍ତଫା ନ ଦିଅନ୍ତି ତେବେ ଆସନ୍ତା ନିର୍ବାଚନରେ ​​ଦଳକୁ ପରାଜୟର ସାମ୍ନା କରିବାକୁ ପଡିପାରେ । ଯଦି ଜଷ୍ଟିନ ଟ୍ରୁଡୋ ଇସ୍ତଫା ଦିଅନ୍ତି, ତେବେ ଲିବରାଲ୍ ପାର୍ଟିକୁ ଏକ ନୂତନ ନେତା ଖୋଜିବାକୁ ପଡିବ ଯିଏ ଦଳକୁ ପୁନଃସଂଗଠିତ କରି ଜନସାଧାରଣଙ୍କ ବିଶ୍ୱାସକୁ ଜିତି ପାରିବ । 

ଭାରତରେ ପ୍ରଥମ HMPV ରୋଗୀ ଚିହ୍ନଟ, ବେଙ୍ଗାଳୁରୁର ୮ ମାସର ଶିଶୁ ସଂକ୍ରମିତ

ନନ୍ଦିଘୋଷ ବ୍ୟୁରୋ: ଭାରତରେ ପାଦ ଥାପିଲା HMPV ଭାଇରସ । ଦେଶରେ ପ୍ରଥମ HMPV ଚିହ୍ନଟ।  ବେଙ୍ଗାଳୁରୁର ଜଣେ ଶିଶୁଠାରୁ ହ୍ୟୁମାନ ମେଟାନ୍ୟୁମୋଭାଇରସ ବା HMPV ଚିହ୍ନଟ। ୮ ମାସର ଶିଶୁଠାରୁ ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା। ବେଙ୍ଗାଳୁରୁର ବାପ୍ଟିଷ୍ଟ ହସ୍ପିଟାଲରେ ଭୂତାଣୁକୁ ଚିହ୍ନଟ କରାଯାଇଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି  । ଏକ ଘରୋଇ ହସ୍ପିଟାଲରେ ଏହି ମାମଲାର ରିପୋର୍ଟ ଆସିଛି । ବର୍ତ୍ତମାନ ଯାଏ ଲ୍ୟାବରେ ଏହାର ଟେଷ୍ଟ ହୋଇନାହିଁ । ସେପଟେ ରାଜ୍ଯ ସ୍ବାସ୍ଥ୍ୟ ବିଭାଗ କହିଛି ବିଭାଗ ହାତକୁ ଏହାର ନମୁନା ଆସିନାହିଁ । ଏକ ଘରୋଇ ହସ୍ପିଟାଲରେ ଏହି ଭୂତାଣୁ ଠାବ ହୋଇଛି। ଏହି ଭାଇରସ ସାଧାରଣତଃ ୧୧ ବର୍ଷ ବୟସରୁ କମ ବୟସର ଶିଶୁଙ୍କ କ୍ଷେତ୍ରରେ ଦେଖାଯାଏ। ଫ୍ଲୁ ନମୁନା ମଧ୍ଯରୁ ୦.୭ ପ୍ରତିଶତ କ୍ଷେତ୍ରରେ ଏହି ଭାଇରସ ମିଳିଥାଏ। ତେବେ ବେଙ୍ଗାଲୁରରେ ପ୍ରଥମ ରୋଗୀ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସରକାର ନୂଆ ଆଡଭାଇଜାରୀ ଜାରୀ କରିଛନ୍ତି । ଭାଇରସକୁ ନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହା ଉପରେ କଡା ନଜର ରଖିଛନ୍ତି ।

ସ୍ବାସ୍ଥ୍ୟ ବିଭାଗ କହିଛି HMPV ଭାଇରସ ଅନ୍ୟ ଶ୍ବାସଜନିତ ଜୀବାଣୁ ପରି, ଏହା ଏକ ଶ୍ବାସପ୍ରଶାସ ସହ ଜଡିତ ଭୂତାଣୁ  । ଯାହା ଶୀତ ଋତୁରେ ସାଧାରଣ ଶୀତ ଦିନେ ଥଣ୍ଡା ଏବଂ ଜ୍ବର ଭଳି ସମସ୍ୟା ସୃଷ୍ଟି କରିଥାଏ । ବିଶେଷକରି ଏହା ଶିଶୁ ଏବଂ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କ କ୍ଷେତ୍ରରେ ଏହି ଭଳି ସମସ୍ୟା ଦେଖାଯାଉଛି ତାହାଲେ ଜାଣି ରଖନ୍ତୁ କେମିତି କରିବେ ଏହାର ନିରାକରଣ ..

କ’ଣ କରିବେ ଏବଂ କ’ଣ କରିବେ ନାହିଁ :

– କାଶ କିମ୍ବା ଛିଙ୍କିବା ସମୟରେ ରୁମାଲ କିମ୍ବା ଟିସ୍ୟୁ କାଗଜରେ ପାଟି ଏବଂ ନାକକୁ ଘୋଡାନ୍ତୁ
– ବାରମ୍ବାର ସାବୁନ୍ ଏବଂ ପାଣି କିମ୍ବା ସାନିଟାଇଜରରେ ହାତକୁ ସଫା କରନ୍ତୁ
– ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରୁହନ୍ତୁ
– ଜ୍ୱର, କାଶ, ଛିଙ୍କିବା ସ୍ଥାନଠାରୁ ଦୂରରେ ରୁହନ୍ତୁ

-ଅସୁସ୍ଥତା ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

-ଯଦି ଥଣ୍ଡା ଏବଂ କାଶ ହେଉଛି ତାହେଲେ ଘରେ ରୁହନ୍ତୁ
-ପ୍ରଚୁର ପାଣି ପିଇବା ସହ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ
– ବାରମ୍ବାର ଆଖି, ନାକ ଏବଂ ପାଟି ସ୍ପର୍ଶ କରନ୍ତୁ ନାହିଁ
– ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ

ସେରୋଲୋଜିକାଲ ତଥ୍ଯ ଅନୁସାରେ ଏହି ଭାଇରସ ପ୍ରାୟ ୬୦ ବର୍ଷ ଧରି ରହିଆସିଛି ଏବଂ ସାରା ପୃଥିବୀରେ ଏହା ସାଧାରଣ ଶ୍ବାସପ୍ରଶାସ ସହ ଜଡିତ ଭୂତାଣୁ ଭାବେ ରହିଛି । ଏହି ଭୂତାଣୁର ବିନାଶ ଲାଗି କୌଣସି ଔଷଧ ବାହାରିନାହିଁ ବୋଲି କହିଛନ୍ତି ଆମେରିକାର କ୍ଲିଭଲ୍ଯାଣ୍ଡ କ୍ଳିନିକ । ମୁକାବିଲା ଲାଗି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପ୍ରସ୍ତୁତ ବୋଲି ପୂର୍ବରୁ କହିଥିଲେ କେନ୍ଦ୍ର ସରକାର।

୩୨ ବର୍ଷ ହେଲାଣି ଗାଧୋଇନାହାନ୍ତି ଛୋଟୁବାବା, ଜାଣନ୍ତୁ କ’ଣ ରହିଛି ତାଙ୍କର ପ୍ରତିଜ୍ଞା ..

ନନ୍ଦିଘୋଷ ବ୍ୟୁରୋ: ୩୨ବର୍ଷ ହେଲାଣି ଗାଧୋଇନାହାନ୍ତି ଛୋଟୁ ବାବା । ଯିଏ ଏବେ ମହାକୁମ୍ଭ ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଜ୍ଞା ହଁ ଛୋଟୁ ବାବା ଆସାମର କାମାକ୍ଷା ପୀଠରୁ ଆସିଛନ୍ତି । ସେ ଗଙ୍ଗାପୁରୀ ମହାରାଜ  ଭାବେ ବେଶ ପରିଚିତ । ତାଙ୍କର ଉଚ୍ଚତା ୩ଫୁଟ ୮ଇଞ୍ଚ ହୋଇଥିବାରୁ ତାଙ୍କୁ ଛୋଟୁ ବାବା ମଧ୍ୟ ସମ୍ବୋଧନ କରାଯାଇଥାଏ । ଭାରତର ସର୍ବବୃହତ ଧାର୍ମିକ ମହୋତ୍ସବ ମହାକୁମ୍ଭ ମେଳା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶେଷ ପ୍ରସ୍ତୁତି ଜାରି ରହିଛି । କୁମ୍ଭମେଳାରେ ଦେଶର ପ୍ରାୟ ସମସ୍ତ ସାଧୁସନ୍ଥଙ୍କ ସମାଗମ ହୋଇଥାଏ। ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ମଧ୍ୟ ହଜାର ହଜାର ସାଧୁବାବା ଏକତ୍ରୀତ ହୋଇଛନ୍ତି। ଏହି ବାବାମାନେ ନିଜର ବେଶଭୂଷା ଓ ଜୀବନଶୈଳୀ ଲାଗି ସମାଗତ ଶ୍ରଦ୍ଧାଳୁଙ୍କ ନଜରକୁ ଆସିଥାଆନ୍ତି । ଏମିତି ଜଣେ ସାଧୁ ହେଲେ ଛୋଟୁ ବାବା । ଯିଏ ୩୨ ବର୍ଷ ହେଲାଣି ନଗାଧୋଇକି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଆସାମରୁ ଆସିଥିବା ଗଙ୍ଗାପୁରୀ ମହାରାଜଙ୍କ ଉଚ୍ଚତା ମାତ୍ର ୩ଫୁଟ ୮ ଇଞ୍ଚ | କୁହାଯାଉଛି ଯେ ସେ ୩୨ବର୍ଷ ପର୍ଯ୍ୟନ୍ତ ଗାଧୋଇ ନାହାଁନ୍ତି। ତାଙ୍କର ଏକ ମନୋସ୍କାମନା ପାଇଁ ସେ ଗାଧୋଉନଥିବା ସୂଚନା ଦେଇଛନ୍ତି । ଗଙ୍ଗାପୁରୀ ମହାରାଜ କହିଛନ୍ତି ଯେ ଗୁରୁଙ୍କ ଆଶୀର୍ବାଦରେ ସେ ସ୍ନାନ ନକରି ନିଜକୁ ସୁସ୍ଥ ରଖିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ତାଙ୍କର ମନୋସ୍କାମନା ପୂରଣ ହେବ, ସେତେବେଳେ ସେ ସ୍ନାନ କରିବେ । ତେବେ ଛୋଟୁ ବାବା କହିଛନ୍ତି ଯେ ମହାକୁମ୍ଭରେ ସେ ନୁହେଁ ବରଂ ତାଙ୍କ କେଶର ସ୍ନାନ କରାଯିବ। ସେ କହିଛନ୍ତି ଯେ କେଶ ଧୋଇବା ଆବଶ୍ୟକ । ଏହା ଆଧ୍ୟାତ୍ମିକ ପରିଷ୍କାରର ପ୍ରତୀକ ଅଟେ । ୫୭ବର୍ଷୀୟ ବାବା ତାଙ୍କର କମ ଉଚ୍ଚତାକୁ କେବେ ଦୁର୍ବଳତା ଭାବିନାହାନ୍ତି । ସେ କହିଛନ୍ତି ଯେ ଶରୀରର ଉଚ୍ଚତା ମୋ ଜୀବନରେ କୌଣସି ନକରାତ୍ମକ ପ୍ରଭାବ ପକାଇବ ନାହିଁ । ମୁଁ ପିଲାଦିନରୁ ସନ୍ନ୍ୟାସୀ ହୋଇଯାଇଥିଲି ଏବଂ ସେବେଠାରୁ ଆଧ୍ୟାତ୍ମିକ ଜୀବନଯାପନ କରୁଛି ।

ଆସନ୍ତା ୧୩ରେ ମହାକୁମ୍ଭ ମେଳା ହେବାକୁ ଥିବା ବେଳେ ଏହା ୧୨ବର୍ଷରେ ଥରେ ସଙ୍ଗଠିତ ହୁଏ । ସଙ୍ଗମର ଅର୍ଥ ହେଉଛି ସାକ୍ଷାତ । ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ତିନୋଟି ପବିତ୍ର ନଦୀ, ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀ ମିଳିତ ହୁଅନ୍ତି  । ଭାରତୀୟ ଧାର୍ମିକ ସ୍ଥାନମାନଙ୍କ ମଧ୍ୟରେ ସଙ୍ଗମକୁ ସବୁଠାରୁ ପବିତ୍ର ସ୍ଥାନ ଭାବରେ ବିବେଚନା କରାଯାଏ   । ବିଶ୍ୱାସ କରାଯାଏ ଯେ ସଙ୍ଗମରେ ଗାଧୋଇବା ଦ୍ବାରା ଆତ୍ମା ଶୁଦ୍ଧ ହୋଇଥାଏ । ପୂଜା, ଧ୍ୟାନ ଏବଂ ପିଣ୍ଡ ଦାନ ପରି ଧାର୍ମିକ ରୀତିନୀତି ସଙ୍ଗମରେ ପାଳନ କରାଯାଏ  ।

ବିପିଏସସି ପରୀକ୍ଷା ଆନ୍ଦୋଳନ ପ୍ରସଙ୍ଗ : ପ୍ରଶାନ୍ତ କିଶୋରଙ୍କୁ ଉଠାଇନେଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଥମୁନି ବିହାର ପବ୍ଲିକ ସର୍ଭିସ କମିଶନକୁ ନେଇ ଆନ୍ଦୋଳନ। ପୁନଃପରୀକ୍ଷା ଦାବିରେ ଆମରଣ ଅନଶନରେ ବସିଥିବା ଜନସୂରାଜ ପାର୍ଟି ନେତା ପ୍ରଶାନ୍ତ କିଶୋରଙ୍କୁ ଭୋରରୁ ଉଠାଇନେଲା ପୋଲିସ। ପାଟନାର ଗାନ୍ଧି ମଇଦାନରେ ଅନଶନ ଚଳାଇଥିବା ପ୍ରଶାନ୍ତ କିଶୋରଙ୍କୁ ବଳପୂର୍ବକ ଉଠାଇ ନେଇଛି ପୋଲିସ। ତାଙ୍କୁ ଏକ ଆମ୍ବୁଲାନ୍ସରେ ନେଇ ଏମସରେ ଭର୍ତ୍ତି କରାଯାଇଛି। ପ୍ରଶାନ୍ତଙ୍କୁ ଉଠାଇନେବାବେଳେ ସେଠାରେ ତୀବ୍ର ଉତ୍ତେଜନା ସୃଷ୍ଟି ହେବା ସହ ବନ୍ଦେ ମାତରଂ ଧ୍ବନି ଦିଆଯାଇଥିଲା।

ବିପିଏସସି ପରୀକ୍ଷା ପେପର ଲିକ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପାଟନା ପୋଲିସ ଜନସୂରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋରଙ୍କୁ ଗିରଫ କରିଛି । ପୋଲିସର କହିବାନୁଯାୟୀ ଗାନ୍ଧୀ ମଇଦାନରେ ସେ ବେଆଇନ ଭାବେ ବିରୋଧ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ପାଟନା ମାଜିଷ୍ଟ୍ରେଟ ଚନ୍ଦ୍ରଶେଖର ସିଂ କହିଛନ୍ତି ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗର୍ଦନୀବାଗରେ ଧାରଣା ଚାଲିବା ବେଆଇନ। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାଙ୍କୁ ବର୍ତ୍ତମାନ କୋର୍ଟରେ ହାଜର କରାଯିବ । ବାସ୍ତବରେ ପ୍ରଶାନ୍ତ କିଶୋର ଗତ ଚାରି ଦିନ ଧରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିଲେ। ଏହାପୂର୍ବରୁ ପାଟନା ପୋଲିସ ପ୍ରଶାନ୍ତ କିଶୋରଙ୍କୁ ମଧ୍ୟରାତ୍ରିରେ ଅଟକ ରଖିଥିଲା। ପୋଲିସ ତାଙ୍କୁ ଉପବାସ ସ୍ଥାନରୁ ଭୋର ୪ଟାରେ ଆମ୍ବୁଲାନ୍ସ ମାଧ୍ୟମରେ AIIMS କୁ ନେଇଯାଇଛି ।

ପୋଲିସ ପ୍ରଶାନ୍ତ କିଶୋରଙ୍କୁ ଉଠାଇନେବାପରେ AIIMS ବାହାରେ ପ୍ରଶାନ୍ତ କିଶୋରଙ୍କ ସମର୍ଥକଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିଲା । ସମର୍ଥକମାନେ କହିଛନ୍ତି, ପ୍ରଶାନ୍ତ କିଶୋର ବିହାରର ଲୋକମାନଙ୍କ ପାଇଁ ଏବଂ ଛାତ୍ରମାନଙ୍କ ପାଇଁ ଯୁଦ୍ଧ କରୁଥିଲେ। ସରକାର ଏହି ଏକତାକୁ ଭୟ କରୁଛନ୍ତି । ସେମାନଙ୍କ ବିରୋଧରେ ଶାରୀରିକ ହିଂସା ନିନ୍ଦନୀୟ । ତେବେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାନ୍ତ କିଶୋରଙ୍କୁ AIIMS ରୁ ବାହାର କରି ନୌବତପୁର ସ୍ଥାନାନ୍ତରଣ କରିଥିଲେ ।

ପାଟଣା ପୋଲିସ ଗାନ୍ଧୀ ମଇଦାନରେ ସ୍ଥାନ ଖାଲି କରିଛି ଯେଉଁଠାରେ ପ୍ରଶାନ୍ତ କିଶୋର ବିକ୍ଷୋଭକାରୀଙ୍କ ସହ ଅନଶନରେ ବସିଥିଲେ। ଗାନ୍ଧୀ ମଇଦାନରୁ ବାହାରୁଥିବା ଗାଡିଗୁଡ଼ିକୁ ମଧ୍ୟ ପାଟନା ପୋଲିସ ଯାଞ୍ଚ କରୁଛି । ବିହାର ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ହୋଇଥିବା ୭୦ତମ କମ୍ବାଇନଡ୍ ପ୍ରିଲିମ କମ୍ପିଟିଟିଭ ଟେଷ୍ଟ ବାତିଲ ଦାବିରେ ଗତ ଜାନୁଆରୀ ୨ରୁ ପ୍ରଶାନ୍ତ କିଶୋର ଅନଶନରେ ବସିଛନ୍ତି ।

ତେବେ ଏହା ଏକ ବିରୋଧ ନୁହେଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ଲୋକଙ୍କ ଅବସ୍ଥା ସୁଧାରିବା ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏହା ଏକ ପଦକ୍ଷେପ । ମୁଁ ଅଭିଯୋଗର ଉତ୍ତର ଦେଇ ଦେଇ ଥକି ଯାଇଛି । ଶନିବାର ତେଜସ୍ୱୀ ଯାଦବ ଭାରତୀୟ ଜନତା ପାର୍ଟି (ବିଜେପି) କୁ ବିପିଏସସି ବିରୋଧ ପ୍ରସଙ୍ଗରେ ରାଜନୀତିକରଣ କରିଥିବା ଅଭିଯୋଗ କରିଛନ୍ତି ।

ଡିସେମ୍ବର ୧୩ରେ ହୋଇଥିଲା ଏହି ପରୀକ୍ଷା । ତେବେ ପାଟନାର ୨୨ଟି ସେଣ୍ଟରରେ ପୁନଃପରୀକ୍ଷା ଗତ ଜାନୁଆରୀ ୪ରେ ହୋଇଥିଲା। ମୋଟ ୧୨, ୦୧୨ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ୮, ୧୧୧ ପ୍ରାର୍ଥୀ ଆଡମିଟ କାର୍ଡ ଡାଉନଲୋଡ କରିଥିଲେ। ମାତ୍ର ୫, ୯୪୩ ଜଣ ଜାନୁଆରୀ ୪ରେ ପରୀକ୍ଷା ଦେଇଥିଲେ।

ଟ୍ବିନ ସିଟିରେ ଘନକୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା, ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ବର:  ରାଜ୍ୟରେ ଜାରି ରହିଛି ଶୀତ ଲହରି । ଆଜିବି କଲବଲ କରୁଛି ଜାଡ଼ । ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ନାହିଁ । ଏପଟେ ଟ୍ବିନ ସିଟିରେ ଘନ କୁହୁଡି ଦେଖିବାକୁ ମିଳିଛି ।  ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହୋଇଛି । ଘନ କୁହୁଡ଼ି ଯୋଗୁଁ ଆଗକୁ ୫୦ ମିଟର ଦେଖିବା କଷ୍ଟକର ହୋଇପଡିଛି । ରାସ୍ତାଘାଟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ତେବେ ଆସନ୍ତାକାଲିଠାରୁ ଶୀତ କମିବ ବୋଲି ପାଣିପାଗର ସୂଚନା ରହିଛି ।

ସେହିପରି ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହରିୟାଣା ସମେତ ଅନ୍ୟାନ୍ୟ ରାଜ୍ୟରେ ଘନକୁହୁଡି ସ୍ଥିତି ପରିଲକ୍ଷିତ ହୋଇଛି । ଦିଲ୍ଲୀରେ ଗତ ୩ ଦିନ ଧରି ବହୁ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଆସିଛି । ଆଜି ବି ସେହି ସ୍ଥିତି ଲାଗି ରହିଛି । କେବଳ ଉତ୍ତରଭାରତ ନୁହେଁ ମୁମ୍ବାଇରେ ବି ସ୍ଥିତି ହୋଇଛି ଜଟିଳ। ଘନକୁହୁଡିରେ ଆଚ୍ଛାଦିତ ହୋଇଛି ମହାନଗର । ଫଳରେ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରବଳ କୁହୁଡି ଯୋଗୁ ଦୃଶ୍ଯମାନ ଦୂରତା ହ୍ରାସ ପାଇଛି ।