spot_img
Home Blog Page 1270

ପୁଣି ଉଠିଲା ମଦନୀତି ପ୍ରସଙ୍ଗ: କେଜରିୱାଲ ଓ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ ଲାଗି ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଉଠିଲା ମଦନୀତି ପ୍ରସଙ୍ଗ। ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଓ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ମଦନୀତି ମାମଲାରେ ହୋଇଥିବା ବେଆଇନ ଅର୍ଥ କାରବାର ନେଇ ଏହି ଅନୁମତି ଦିଆଯାଇଛି। ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବିରୋଧରେ ମାମଲା ରୁଜୁ ଲାଗି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା ଅନୁମତି ଦେବା ପରେ ମନ୍ତ୍ରାଳୟ ଏହି ଅନୁମତି ଦେଇଛି।

ଗତବର୍ଷ ନଭେମ୍ବରରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ, କୌଣସି ପବ୍ଲିକ ସର୍ଭାଣ୍ଟଙ୍କ ବିରୋଧରେ ମାମଲା ରୁଜୁ ପୂର୍ବରୁ ଇଡିକୁ ଆଗୁଆ ଅନୁମତି ନେବାକୁ ପଡିବ। ମଦନୀତି ମାମଲାରେ କେଜରିୱାଲ କିଙ୍ଗପିନ ହୋଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ଲାଗି ଅନୁମତି ଦେବାକୁ ଏଲଜିଙ୍କ ନିକଟକୁ ପତ୍ର ଲେଖିଥିଲା ଇଡି। ୨୦୨୧-୨୨ ଦିଲ୍ଲୀ ମଦନୀତି ମାମଲାରେ ବ୍ୟାପକ ଅନିୟମିତତା ହୋଇଥିଲା ବୋଲି କେଜରିୱାଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। କେଜରିୱାଲ ଓ ସିସୋଦିଆଙ୍କ ସମେତ ଅନ୍ୟାନ୍ୟ ଆପ୍ ନେତା ଏହି ଦୁର୍ନୀତିରେ ସାମିଲ ଥିଲେ ଏବଂ କିକବ୍ଯାକ ପାଇବା ଲାଗି ଚକ୍ରାନ୍ତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ମଦନୀତି ମାମଲାରେ ଗତବର୍ଷ ମାର୍ଚ୍ଚ ୨୧ର କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। ପରେ ଜୁନ ୨୬ରେ ତାଙ୍କୁ ସିବିଆଇ ଗିରଫ କରିଥିଲା। ଗତବର୍ଷ ସେପ୍ଟେମ୍ବରରେ କେଜରିୱାଲଙ୍କୁ ମିଳିଥିଲା ଜାମିନ ।

ଦିଲ୍ଲୀ ବିଧାନସଭା ନିର୍ବାଚନଆଜି ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଭରିବେ ନାମାଙ୍କନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ। ଆଜି ଆପ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭରିବେ ନାମାଙ୍କନ। ନୂଆଦିଲ୍ଲୀ ଆସନରୁ ନାମାଙ୍କନ ଦାଖଲ କରିବେ ଅରବିନ୍ଦ କେଜରିୱାଲ। ନାମାଙ୍କନ ପୂର୍ବରୁ ବାଲ୍ମିକୀ ମନ୍ଦିର ଓ ହନୁମାନ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିବେ କେଜରିୱାଲ। ପରେ କର୍ମକର୍ତ୍ତାଙ୍କ ସହ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ।

ନୂଆ ଦିଲ୍ଲୀ ଆସନରୁ କେଜରିୱାଲଙ୍କ ବିପକ୍ଷରେ ବିଜେପି ପ୍ରବେଶ ବର୍ମାଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ହେଉଛନ୍ତି ପ୍ରବେଶ ବର୍ମା। ସେପଟେ କଂଗ୍ରେସରୁ ପାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ। ନୂଆ ଦିଲ୍ଲୀ ଆସନରେ ଜୋରଦାର ଲଢେଇ ହେବ।

ଦୁର୍ନୀତି ମାମଲାରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଗିରଫ

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ଗିରଫ। ଦୁର୍ନୀତି ମାମଲାରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ୍ ୟୋଲଙ୍କୁ ଗିରଫ କରିଛି ଦେଶର ପୋଲିସ। ଦୀର୍ଘ ୬ ଘଣ୍ଟାଧରି ମୁହାଁମୁହିଁ ହେବା ପରେ ଗିରଫ ହୋଇଛନ୍ତି ୟୁନ ସୁକ୍ । ରାଷ୍ଟ୍ରପତିଙ୍କ ମୁଖ୍ୟ ସୁରକ୍ଷାକର୍ମୀ ମଧ୍ୟ ଗିରଫ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ପରେ ରାଷ୍ଟ୍ରପତିଙ୍କୁ ଗିରଫ କରିବାକୁ ପ୍ରାୟ ୧ ହଜାର ପୋଲିସ କର୍ମୀ ରାଷ୍ଟ୍ରପତି ଭବନ ବାହାରେ ଏକାଠି ହୋଇଥିଲେ। ତେବେ ରାଷ୍ଟ୍ରପତି ଭବନ ଫାଟକ ଖୋଲିନଥିଲେ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ। ଦୀର୍ଘ ୬ ଘଣ୍ଟା ଧରି ଚାଲିଥିଲା ମୁହାଁମୁହିଁ ସ୍ଥିତି। ଶେଷରେ ଶିଡ଼ି ସହାୟତାରେ ରାଷ୍ଟ୍ରପତି ଭବନ ଭିତରକୁ ପଶିଥିଲେ ପୋଲିସ କର୍ମୀ।

ସୂଚନା ଅନୁଯାୟୀ, ଭୋର ୪ଟା ୨୦ ମିନିଟ ସମୟରେ ରାଷ୍ଟ୍ରପତି ଭବନ ଆଗରେ ପହଞ୍ଚିଥିଲା ପୋଲିସ। ବିଭିନ୍ନ ରାସ୍ତା ଦେଇ ରାଷ୍ଟ୍ରପତି ଭବନରେ ପଶିଥିଲେ ପୋଲିସ କର୍ମୀ। ରାଷ୍ଟ୍ରପତି ଭବନରେ ପଶି ଶେଷରେ ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କୁ ଗିରଫ କରିଥିବା ଜଣାପଡିଛି। ଏହା ପୂର୍ବରୁ ଗତ ୩ ତାରିଖରେ ଗିରଫ କରିବାକୁ ପ୍ରଥମଥର ଲାଗି ଉଦ୍ୟମ କରିଥିଲା ଦକ୍ଷିଣ କୋରିଆର ଦୁର୍ନୀତି ଯାଞ୍ଚ କରୁଥିବା CIO କାର୍ଯ୍ୟାଳୟ।

ଅସହ୍ୟ ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ବେହାଲ ରାଷ୍ଟ୍ରୀୟ ରାଜଧାନୀ

ନୂଆଦିଲ୍ଲୀ: ଥରୁଛି ରାଜଧାନୀ ଦିଲ୍ଲୀ । ଅସହ୍ୟ ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ବେହାଲ ରାଷ୍ଟ୍ରୀୟ ରାଜଧାନୀ । ସକାଳୁ ସକାଳୁ ଦିଲ୍ଲୀ ଏନସିଆରରେ ଜିରୋ ଭିଜିବିଲିଟି ସାଙ୍ଗକୁ ଘନ କୁହୁଡ଼ିର ରାଜ୍। ଚାରିଆଡେ କୁହୁଡ଼ିର ଆସ୍ତରଣ ଯୋଗୁଁ ରାସ୍ତାଘାଟ କିଛି ଦେଖାଯାଉନାହିଁ। ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି। ସହରର ଅଧିକାଂଶ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁଁ ବିମାନ ଓ ଟ୍ରେନ ସେବା ପ୍ରଭାବିତ ହୋଇଛି। ଅଧିକାଂଶ ବିମାନ ଉଡାଣରେ ବିଳମ୍ବ ହୋଇଥିବାବେଳେ ଟ୍ରେନ ଚଳାଚଳ ମଧ୍ୟ ବିଳମ୍ବ ହୋଇଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଷ୍ଟେସନ ଓ ଏୟାରପୋର୍ଟରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି।

ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କହୁଡ଼ିରେ କଲବଲ ହେଉଛନ୍ତି ଦିଲ୍ଲୀବାସୀ। ଆଜି ଓ ଆସନ୍ତାକାଲି ପାଇଁ ଦିଲ୍ଲୀରେ ଝିପିଝିପି ବର୍ଷା ନେଇ IMD ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପଟେ ବାସହୀନ ମାନଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଛି। ଦିଲ୍ଲୀରେ ଆଜି ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ ଘଟଣା: ଆଜି ବି ଉପାସ ରହିବେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ ଘଟଣା । ଆଜି ବି ଉପାସ ରହିବେ ମହାପ୍ରଭୁ ଲିଙ୍ଗରାଜ। ଦୁଇଦିନ ହେବ ମକର ମଣ୍ଡପରେ ବସିଛନ୍ତି ମହାପ୍ରଭୁ। ନା ହେଉଛି ମଙ୍ଗଳ ଆଳତି ନା ହେଉଛି ଅବକାଶ ନୀତି। ବିବାଦ ସମାଧାନ କରିବାରେ ବିଫଳ ପ୍ରଶାସନ। ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ସେବାୟତ।
ଗତକାଲି ବାରମ୍ବାର ବୈଠକ ସତ୍ତ୍ୱେ ସମାଧାନର ବାଟ ବାହାରିପାରିନଥିଲା। ଚେଷ୍ଟା ଚାଲିଛି କହି ହାତ ଟେକିଦେଇଛନ୍ତି ମନ୍ଦିର ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ।
ଆଜି ପୁଣି ବସିପାରେ ବୈଠକ। ମକର ସଂକ୍ରାନ୍ତିରେ କ୍ଷୀର ଆଉଟା ନୀତି ନେଇ ଆରମ୍ଭ ହୋଇଥିଲା ବିବାଦ।

ଆଜି ଶ୍ରୀବିଗ୍ରହଙ୍କର ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ମାଘ କୃଷ୍ଣ ଦ୍ୱିତୀୟା ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ନୀତି ଶେଷ ହେବା ପରେ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ଆପାତତଃ ଅପରାହ୍ନ ୫ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ଦତ୍ତ ମହାପାତ୍ର ସେବକ ମାନଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମାପନ କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି । ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁଣି ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ।

ଘନ କୁହୁଡି କରିବ କଲବଲ, ୩ ଜିଲ୍ଲାକୁ ୟେଲୋ ଆଲର୍ଟ

ଆଜି ଘନ କୁହୁଡି ବଳୟରେ ରାଜ୍ୟ। ଏନେଇ ତିନି ଜିଲ୍ଲାକୁ ୟେଲୋଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟକୁ ସତର୍କ କରାଯାଇଛି । ଏସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ଏହାସହ ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଏବଂ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ।

ସେପଟେ ଆସନ୍ତା ୧୭ ରୁ ରାଜ୍ୟରେ ପୁଣି ବଢିବ ଶୀତ । ଉପାନ୍ତରୁ ଉପକୂଳ ସବୁଠି କମିବ ତାପମାତ୍ରା। ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡର ପ୍ରଭାବ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ। ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭୁତ ହେବ । ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରରେ ଶୀତ ଲହରୀ ଅନୁଭୁତ ହେବାର ସମ୍ଭାବନା ରହିଛି ।

ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ । କିଛି ଜିଲ୍ଲାରେ ହାଲୁକା ଶୀତ ସହ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାରିପାଗ କେନ୍ଦ୍ର।

ଆଜି ପ୍ରୟାଗରାଜ କୁମ୍ଭ ମେଳାର ଚତୁର୍ଥ ଦିନ; ବୁଡ଼ ପକାଇବେ କୋଟି କୋଟି ଶ୍ରଦ୍ଧାଳୁ

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରୟାଗରାଜ କୁମ୍ଭ ମେଳାର ଚତୁର୍ଥ ଦିନ। ଆଜି ବି ବୁଡ଼ ପକାଇବେ କୋଟି କୋଟି ଶ୍ରଦ୍ଧାଳୁ। ଆସନ୍ତା ଫେବୃଆରୀ ୨୬ ଯାଏ ଚାଲିବ କୁମ୍ଭ ମେଳା। ଏହି ସମୟ ମଧ୍ୟରେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ କୁମ୍ଭମେଳାକୁ ଆସିବା ଆଶା କରାଯାଉଛି। ଶାନ୍ତି ଶୃଙ୍ଖଳା ଓ ଭକ୍ତଙ୍କ ସୁରକ୍ଷାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ୬୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଏଥିରେ ଅଛନ୍ତି ୩୭ ହଜାର ପୋଲିସ ର୍କମଚାରୀ, ୧୦ ହଜାର ବରିଷ୍ଠ ଅଧିକାରୀ, ୧୪ ହଜାର ହୋମଗାର୍ଡ। ସେହିଭଳି ୩ ହଜାର ମହିଳା ପୋଲିସ କର୍ମଚାରୀ, ୨୫୦ ଜଣ ମହିଳା ପୋଲିସ ଅଧିକାରୀ, ୨୦ କମ୍ପାନୀ ପିଏସି, ୪୫ ପାରା ମିଲେଟ୍ରି ଓ ରାପିଡ ଆକ୍ସନ ଫୋର୍ସ ଏବଂ ୭ ହଜାର ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସମଗ୍ର କୁମ୍ଭମେଳା ଅଞ୍ଚଳରେ ଲଗାଯାଇଛି ୨ ହଜାର ୭୦୦ ଆର୍ଟିଫିସିଆଲ ଇଣ୍ଟେଲିଜେନସ କ୍ୟାମେରା। ଭକ୍ତଙ୍କୁ ସୁରକ୍ଷା ଦେବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୨୫ରୁ ଅଧିକ ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନସ ନିୟୋଜିତ ରହିଛି।

କୁମ୍ଭମେଳା ଅବସରରେ ୧୩ ହଜାର ଟ୍ରେନର ବ୍ୟବସ୍ଥା କରାଯାଇଛି। ୧୪୪ ବର୍ଷ ପରେ ଏହି ମହା ସଂଯୋଗ ଘଟିଛି। ଗୋଟିଏ ସ୍ଥାନରେ ଗୋଟିଏ ଘରେ ୪ଟି ଗ୍ରହ ଅର୍ଥାତ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଅବସ୍ଥାନ କରିବେ। ଏହି ସମୟରେ ସ୍ନାନ କଲେ ବୈକୁଣ୍ଠ ପ୍ରାପ୍ତି ବିଶ୍ବାସ ରହିଛି।

ଆଜି HMPV ନେଇ ବସିବ ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଜି HMPV ନେଇ ବସିବ ସମୀକ୍ଷା ବୈଠକ। ଦିନ ୧୧ଟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ରହିବେ। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଭିସିରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଏବେ ଯାଏଁ ହୁଏତ ଜଣେ ବି HMPV ରୋଗୀ ଓଡ଼ିଶାରୁ ଚିହ୍ନଟ ହୋଇନାହାନ୍ତି କି କେନ୍ଦ୍ର ସରକାର କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ଦେଇ ନାହାନ୍ତି । ହେଲେ ରାଜ୍ୟ ସରକାର ସମସ୍ତ ବନ୍ଦୋବସ୍ତ କରିଥିବା ନେଇ ପୂର୍ବରୁ ସୂଚନା ଦେଇଛନ୍ତି।

ଆଜି ସମସ୍ତ ଜିଲ୍ଲା ହସ୍ପିଟାଲ ମୁଖ୍ୟମାନଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରାଯିବ। କୋଭିଡ ସମୟରୁ ହିଁ ସବୁ ବ୍ୟବସ୍ଥା କରାଯାଇଥିଲା। ତାକୁ ଭିତ୍ତି କରି ଟେଷ୍ଟିଂ, ଟ୍ରାକିଂ ଓ କାର୍ଯ୍ୟକାରୀ କରିବା ନେଇ କଣ ବ୍ୟବସ୍ଥା କରାଯିବ ସେନେଇ ଲୋକସେବା ଭବନରୁ ହେବ ସିଧାସଳକ ସମୀକ୍ଷା। ସେହିପରି ବଢୁଥିବା ମ୍ୟାଲେରିଆ କେସ୍ ନେଇ ଗଣମାଧ୍ୟମରେ ଆସୁଥିବା ଖବରକୁ ବି ନେଇ ସ୍ୱାସ୍ଥ୍ୟ ବିଭାଗ ତର୍ଜମା କରିବାର କାର୍ଯ୍ୟକ୍ରମ ରହିଛି।

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ହେମା ଦାସ

ନନ୍ଦିଘୋଷ ବ୍ୟୁରୋ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପ୍ରକ୍ଷାତ ଆଥଲେଟ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ହେମା ଦାସ । ନବୀନ ନିବାସରେ ପହଞ୍ଚି ନବୀନଙ୍କୁ ସକ୍ଷାତ କରିଛନ୍ତି ହେମା । ସକ୍ଷାତକାର ସମୟରେ ବିଭିନ୍ନ ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ବିଶ୍ବସ୍ତରୀୟ କ୍ରୀଡା ପାଇଁ ପ୍ରତିଷ୍ଠା କରାଯାଇଥିବା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ ହେମା । ଏହାଦ୍ବାରା ଅନେକ କ୍ରୀଡାବିତଙ୍କ ଭବିଷ୍ୟତ ଉଜ୍ବଳ ହୋଇପାରିଛି। କ୍ରୀଡ଼ାକ୍ଷେତ୍ରରେ ଉଚ୍ଚକୋଟିର ପ୍ରଦର୍ଶନକୁ ନବୀନ ପ୍ରଶଂସା କରିବା ସହ ହେମାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାସହ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ନବୀନ ।