spot_img
Home Blog Page 1262

ଆକାଶରୁ ଖସୁଛି ବଜ୍ର, ୬ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ନନ୍ଦିଘୋଷ ବ୍ୟୁରୋ : ସାବଧାନ ! ଆକାଶରୁ ଖସୁଛି ବଜ୍ର । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପଡିବ ବଡ ପ୍ରଭାବ । ୨୪ ଘଣ୍ଟା ପର୍ଯ୍ୟନ୍ତ ୨୫ ଜିଲ୍ଲାକୁ ଆଲର୍ଟ । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ । ୮ ଜିଲ୍ଲାରୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଜ୍ରପାତ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

ଗାଙ୍ଗେଟି ଓ୍ବେଷ୍ଟବେଙ୍ଗଲରୁ ଓଡ଼ିଶା ମଧ୍ୟ ଦେଇ ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିବା ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ପାଗ ବଦଳିବା ସହ ବଜ୍ରପାତ ଜାରି ରହିଛି । ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବଜ୍ରପାତକୁ ଦୃଷ୍ଟିରେ ରଖି ଏସ୍ଆରସି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କାଲି ସକାଳ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଏବଂ ଯାଜପୁରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଘଡଘଡି ସହ କୁଆପଥର ବୃଷ୍ଟି ନେଇ ଚେତାବନୀ ଦିଆଯାଇଛି । ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ନେଇ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡା ଏବଂ ଦେବଗଡ଼କୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୨ ତାରିଖରେ ବାଲେଶ୍ବର, ଭଦ୍ରକ ଏବଂ ମୟୁରଭଞ୍ଜକୁ ବଜ୍ରପାତ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୨ ବର୍ଷ କୁନି ଭଉଣୀକୁ ବଞ୍ଚାଇଲା ୪ ବର୍ଷର ବଡ ଭଉଣୀ, ସଫଳ ହୋଇଛି ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ

କଟକ : ରକ୍ତ କର୍କଟରେ ଆକ୍ରାନ୍ତ ଶିଶୁ ରୋଗୀଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛି ଏସସିବି ହେମାଟୋଲୋଜି ବିଭାଗ | ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ୨ ବର୍ଷର ଶିଶୁ କନ୍ୟାର ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ଝାଡ଼ଖଣ୍ଡ ଧାନବାଦର ଏହି ଶିଶୁ ରୋଗୀଙ୍କ ଶରୀରରେ ନିଜ ୪ ବର୍ଷର ବଡଭଉଣୀର ଶରୀରରୁ ଷ୍ଟେମ୍ ସେଲ୍ ନିଆଯାଇ ପ୍ରତିରୋପଣ କରାଯାଇଛି । ଦୁଇ ଭଉଣୀ ଏବେ ସୁସ୍ଥ ଥିବାବେଳେ, ଥାଲାସେମିଆ, ରକ୍ତ ଶିକୁଳି, ରକ୍ତ କର୍କଟରେ ଆକ୍ରାନ୍ତ ଶିଶୁଙ୍କ ପାଇଁ ଏହା ନୂଆ ଆଶା ସଂଚାର କରିଛି।

ଝାଡ଼ଖଣ୍ଡ ଧାନବାଦ ଅଂଚଳର ଏହି ଶିଶୁ କନ୍ୟା ରକ୍ତ କର୍କଟ ରୋଗରେ ପୀଡିତ ହୋଇଥିଲେ । ତାଙ୍କ ଚିକିତ୍ସା ବେଳେ ବଡ ଭଉଣୀ ଠାରୁ ଅସ୍ଥିମଜ୍ଜା ନିଆଯାଇ ସଫଳତାର ସହ ପ୍ରତିରୋପଣ କରାଯାଇଛି । ଏସସିବି ହେମାଟୋଲୋଜି ବିଭାଗର ୧୨ ଜଣିଆ ଡାକ୍ତରୀ ଟିମ ସଫଳତାର ସହ ଏଭଳି ଶିଶୁ କନ୍ୟାର ଅସ୍ଥିମଜ୍ଜା ପ୍ରତିରୋପଣ କରିଛନ୍ତି। ଯାହା ରାଜ୍ୟରେ ପ୍ରଥମ ଘଟଣା। ଗତ ଫେବ୍ରୁଆରୀ ୬ ତାରିଖରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିବା ବେଳେ ଦୁଇ ଶିଶୁ କନ୍ୟା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆଜି ସୁଦ୍ଧା ଏସ୍ସିବି ହେମାଟୋଲୋଜି ବିଭାଗରେ ୧୭୬ ଜଣଙ୍କଠାରେ ସଫଳତାର ସହ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଥିଲେ ବି ପ୍ରଥମ ଥର ଜଣେ ଶିଶୁର ଶରୀରରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି ।

ବୋକାରୋ, ଭିଲାଇ ପରେ ଗତବର୍ଷ ଜୁଲାଇ ମାସରେ ଝାଡ଼ଖଣ୍ଡ ଧାନବାଦର ସାରୁଖ ଅନ୍ସାରି ତାଙ୍କ ୨ବର୍ଷର ଝିଅର ଚିକିତ୍ସା ପାଇଁ ଜାମ୍ସେଦ୍ପୁରସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ହିଁ ତାଙ୍କର ଜଟିଳ ରକ୍ତ କର୍କଟ ରୋଗ ଚିହ୍ନଟ ହୋଇଥିଲା । ଡାକ୍ତର ତାଙ୍କୁ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ । ତେବେ ସେଠାରେ ଏହି ଚିକିତ୍ସା ଉପଲବ୍ଧ ନଥିବାରୁ ତାଙ୍କୁ ଅନ୍ୟତ୍ର ଯିବାକୁ କୁହା ଯାଇଥିଲା । ଚିକିତ୍ସା ପାଇଁ ୩୦ରୁ ୪୦ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଏତେ ବ୍ୟୟବହୁଳ ଚିକିତ୍ସା ପାଇଁ ପରିବାର ପାଖରେ ଅର୍ଥ ବାଧକ ସାଜିଥିଲା । ଶେଷରେ ବିଭିନ୍ନ ସୂତ୍ରରୁ ସୂଚନା ପାଇ ପରିବାର ଲୋକେ ଝିଅକୁ ଧରି କଟକ ବଡ଼ଡାକ୍ତରଖାନା ପହଞ୍ଚିଥିଲେ। ଏସସିବିରେ ଜାନୁଆରୀ ୭ ତାରିଖରେ ୨ବର୍ଷର ଶିଶୁକୁ ଭର୍ତ୍ତି କରାଯାଇ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଗତ ୬ ତାରିଖରେ ନିଜ ୪ ବର୍ଷର ବଡ଼ ଭଉଣୀର ଷ୍ଟେମ ସେଲ ନିଆଯାଇ ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ନିଜ ଝିଅର ଜୀବନ ବଞ୍ଚିଯାଇ ଥିବାରୁ ପରିବାର ଲୋକେ ଏସସିବି କର୍ତ୍ତୃପକ୍ଷ ଓ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପାଓ୍ୱାରଲିପ୍ଟଙ୍ଗ କରିବା ବେଳେ ଚାଲିଗଲା ନ୍ୟାସନାଲ ଗୋଲ୍ଡ ମେଡାଲିଷ୍ଟ ଭାରୋତ୍ତୋଳକଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ଜିମରେ ପାଓ୍ୱାରଲିପ୍ଟିଙ୍ଗ ନେଲା ଭାର ଉତ୍ତୋଳକଙ୍କ ଜୀବନ । ୨୭୦କେଜିର ରର୍ଡ ପଡିପଡି ବେକ ଭାଙ୍ଗିଯିବାରୁ ମହିଳା ପାଓ୍ୱାରଲିପ୍ଟିରଙ୍କ ମୃତ୍ୟୁ ଘଟିଛି । ନିକଟରେ ରାଜସ୍ଥାନର ବିକାନେର ଜିଲ୍ଲାରେ ଜଣେ କନିଷ୍ଠ ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ଭାରତ୍ତୋଳନକାରୀଙ୍କ ମୃତ୍ୟୁ ହୋଇଛି । ଜିମରେ ସେ ଅଭ୍ୟାସ କରୁଥିବା ବେଳେ ଏହି ଘଟଣା ଘଟିଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବା କହିଛି ପୁଲିସ। ମୃତ ପାଓ୍ୱାରଲିପ୍ଟିର ହେଉଛନ୍ତି ୧୭ବର୍ଷୀୟ ୟସ୍ତିକା ଆଚାର୍ଯ୍ୟ ।

ପୋଲିସର ସୂଚନା ଅନୁଯାୟୀ, ଜୁନିଅର ନ୍ୟାସନାଲ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପାୱାରଲିଫ୍ଟର ୟସ୍ତିକାଙ୍କ ମୃତ୍ୟୁ ହୋଇଛି । ଅଭ୍ୟାସ ସମୟରେ ତାଙ୍କ ବେକରେ ୨୭୦ କିଲୋଗ୍ରାମ ରଡ୍ ପଡ଼ିଯିବାରୁ ତାଙ୍କର ବେକ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ପରେ ତୁରନ୍ତ ଆଚାର୍ଯ୍ୟଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୁହାଯାଉଛି ଯେ, ପ୍ରଶିକ୍ଷକ ଯେତେବେଳେ ଯସ୍ତିକାଙ୍କୁ ଜିମ୍‌ରେ ୨୭୦କେଜିର ରଡ୍ ଉଠାଇବାକୁ ସାହାଯ୍ୟ କରୁଥିଲେ ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ପ୍ରଶିକ୍ଷକ ମଧ୍ୟ ସାମାନ୍ୟ ଆଘାତ ପାଇଥିଲେ। ତେବେ ପରିବାର ପକ୍ଷରୁ ଏ ଘଟଣାକୁ ନେଇ କୌଣସି ମାମଲା ରୁଜୁ କରାଯାଇନଥିଲା ବେଳେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ । ମୁମ୍ବାଇର ଗୋରେଗାଓଁ ପୋଲିସକୁ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଏକ ଇମେଲ ମିଳିଥିଲା, ଯେଉଁଥିରେ ଶିବସେନା ମୁଖ୍ୟଙ୍କ କାରକୁ ବୋମା ମାଡ଼ କରିବାକୁ ଧମକ ଦିଆଯାଇଥିଲା। ଧମକପୂର୍ଣ୍ଣ ଇମେଲ ଗୋରେଗାଓଁ ଏବଂ ଜେଜେ ମାର୍ଗ ପୋଲିସ ଷ୍ଟେଶନ ଏବଂ ମନ୍ତ୍ରଣାଳୟକୁ ପଠାଯାଇଥିଲା।

ଇମେଲ ପାଇବା ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ସତର୍କ ହୋଇ ଯାଇଛନ୍ତି। କ୍ରାଇମବ୍ରାଞ୍ଚ ସମେତ ସମସ୍ତ ଏଜେନ୍ସି ତଦନ୍ତରେ ନିୟୋଜିତ ଅଛନ୍ତି। ଧମକ ପରେ, ମୁମ୍ବାଇ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛନ୍ତି। ଅଧିକାରୀମାନେ ଧମକ ପଠାଇବା ପାଇଁ ବ୍ୟବହୃତ ଇମେଲ ଆଇଡିର IP ଠିକଣାକୁ ଟ୍ରେସ କରୁଛନ୍ତି।

ସେପଟେ ଶିନ୍ଦେଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଅଧିକାରୀମାନେ ଏହି ମାମଲାକୁ ଗମ୍ଭୀରତାର ସହ ନେଉଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ରାଜନୈତିକ ନେତାମାନଙ୍କୁ ଧମକପୂର୍ଣ୍ଣ କଲ ଏବଂ ଇମେଲ ମିଳିବା ଘଟଣା ସାମ୍ନାକୁ ଆସିଛି। ଏହା ପୂର୍ବରୁ, ଜାନୁଆରୀ ୨୦୨୫ରେ, ହିତେଶ ପ୍ରକାଶ ଧେଣ୍ଡେ ନାମକ ଜଣେ ୨୪ ବର୍ଷୀୟ ଯୁବକ ସୋସିଆଲ ମିଡିଆରେ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦେଇଥିଲେ ।

ଏହି ଘଟଣା ପରେ, ଥାଣେର ଶ୍ରୀନଗର ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରାଯାଇଥିଲା ଯେଉଁଥିରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହି ମାମଲାରେ, ଥାନେ ଡିସିପି ପ୍ରଶାନ୍ତ କଦମ କହିଛନ୍ତି, ‘ଅଭିଯୁକ୍ତ ଜଣକ ତାଙ୍କ ବନ୍ଧୁଙ୍କ ମୋବାଇଲ ଫୋନ ବ୍ୟବହାର କରି ଇନଷ୍ଟାଗ୍ରାମରେ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିରୋଧରେ ଏକ ଧମକପୂର୍ଣ୍ଣ ଭିଡିଓ ପୋଷ୍ଟ କରିଥିଲେ।’ ଏହାକୁ ନେଇ ଶ୍ରୀନଗରରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି।

ସାରା ଦେଶରେ ‘ଛାୱା’ କ୍ରେଜ୍: ଏହି ୨ ରାଜ୍ୟରେ ଛାୱା ଉପରୁ ଟ୍ୟାକ୍ସ ଫ୍ରି

ମୁମ୍ୱାଇ: ଭିକ୍କି କୌଶଲ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପିଲ୍ମ ‘ଛାୱା’ ବକ୍ସ ଅଫିସରେ ଧମାଲ କରୁଛି । ଏହି ଐତିହାସିକ ଫିଲ୍ମର କ୍ରେଜ୍ ସାରା ଦେଶରେ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଫିଲ୍ମ ଛାୱା ଉପରୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି ହୋଇଛି। ଅନ୍ୟପଟେ ୨ ରାଜ୍ୟରେ ଛାୱା ଉପରୁ ଟ୍ୟାକ୍ସ ଫ୍ରି କରାଯାଇଛି ।

ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଛାୱା’କୁ ମଧ୍ୟପ୍ରଦେଶ ଏବଂ ଗୋଆରେ ଟ୍ୟାକ୍ସ ଫ୍ରି କରାଯାଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟରେ ସିନେମାକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ଘୋଷଣା କରିଥିବା କଥା ସୂଚନା ମିଳୁଛି । ସେହିପରି ଗୋଆ ସରକାର ମଧ୍ୟ ରାଜ୍ୟରେ ଛାୱା ଫିଲ୍ମ ଉପରୁ ଟ୍ୟାକ୍ସ ଫ୍ରି କରିବାକୁ ଘୋଷଣା କରିଛନ୍ତି।

ସିନେମାରେ ଅଭିନେତା ଭିକ୍କି କୌଶଲ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ସୁପୂତ୍ର ବୀର ସମ୍ଭାଜୀ ମହାରାଜଙ୍କ ଜୀବନୀକୁ ଅତି ଉଚ୍ଚକୋଟିର ଭାବେ ପରିବେଷଣ କରାଯାଇଛି ଯେ ଯିଏ ବି ସିନେମା ଦେଖୁଛନ୍ତି ପ୍ରଶଂସା ନକରି ରହିପାରୁନାହାନ୍ତି । ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଭିକ୍କି କୌଶଲ ନଜର ଆସିଥିବା ବେଳେ ଔରଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖାନ୍ନା ନଜର ଆସିଛନ୍ତି ।

ଶିକ୍ଷକଙ୍କୁ ମିଳୁନି ଦରମା, ଛୁଟି ନେଇ ଲାଗୁଛନ୍ତି ମୂଲ

ବଲାଙ୍ଗୀର : ଶିକ୍ଷକଙ୍କୁ ମିଳୁନି ଦରମା । ଛୁଟି ନେଇ ମୂଲ ଲାଗୁଛନ୍ତି ଶିକ୍ଷକ। ନୂଆ ସରକାର ଆସିବା ପରେ ଠିକ୍ ସମୟରେ ଦରମା ପାଇବାରୁ ବଞ୍ଚିତ ହେଉଛନ୍ତି ଶିକ୍ଷକ  । ୩ ମାସ ହେଲା ଦରମା ମିଳିନି ବୋଲି ଛୁଟି ନେଇ ଶ୍ରମିକ ସାଜିଛନ୍ତି ଜଣେ ଶିକ୍ଷକ । ହାତରେ ଚକଖଡି ବଦଳରେ ବିଲରେ କୋଦାଳ ଧରି ଦିନ ମଜୁରିଆ ଭାବେ କାମ କରୁଛନ୍ତି ବଲାଙ୍ଗୀର ପୁଇଁତଳା ବାନ୍ଧନବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ  । ଗାଁର ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ବିଲରେ ମୂଲ ଲାଗିଛନ୍ତି । ତାଙ୍କୁ ୩ଶହ ଟଙ୍କା ମଜୁରି ମଧ୍ଯ ମିଳିଛି  । ବଲାଙ୍ଗୀର ବାନ୍ଧନବାହାଲ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ଏବେ ଦିନ ମଜୁରିଆ ପଲଟିଛନ୍ତି  । ଜନ୍ମରୁ ସେ ଶାରୀରିକ ଅକ୍ଷମ ମଧ୍ୟ ।

ଗତକାଲି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଦିନ ମଜୁରିଆ କାମ କରିବାକୁ ଛୁଟି ମାଗିଥିଲେ  । ଆଜି ଛୁଟି ନେଇ ଶ୍ରମିକ ସାଜିଛନ୍ତି  । ମାଲିକ ପାଖରେ କାମ କରୁଛନ୍ତି  । ତିନି ମାସ ହେଲା ଦରମା ବନ୍ଦ ଥିବାରୁ ପରିବାର ପ୍ରତିପୋଷଣ କରିବା ପାଇଁ ଶେଷରେ ଶିକ୍ଷକତାରୁ ଛୁଟି ନେଇ ମୂଲ ଲାଗୁଛନ୍ତି ଶିକ୍ଷକ  । ଆଜି ସକାଳ ୯ଟାରୁ ଗାଁର ଚାଷୀ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ବିଲରେ କାମ କରି ୩ଶହ ଟଙ୍କା ରୋଜଗାର କରିଛନ୍ତି  । ଯେତେଦିନ ପର୍ଯ୍ୟନ୍ତ ଦରମା ନମିଳିବ ସେ ଛୁଟି ନେଇ ମୂଲ ଲାଗିବେ ବୋଲି କହିଛନ୍ତି  ।

ବିଇଓଙ୍କ ମନମୁଖୀ କାର୍ଯ୍ୟପାଇଁ ତିନି ମାସ ହେଲା ଦରମା ବନ୍ଦ ହୋଇଥିବା ଅଭିଯୋଗ କରିଛନ୍ତି  । ଗୁହାରି ପାଇଁ ଯାଇଥିଲେ କିନ୍ତୁ BEO ଲୋକନାଥ ସୁନା ଧମକଚମକ ଦେବା ସହ ଦରମା ମିଳିବନି ବୋଲି କହିବାରୁ ପରିବାର ଚଳାଇବା ପାଇଁ ଛୁଟି ନେଇ ଶ୍ରମିକ ହେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି  । ଦରମା ନମିଳିବାରୁ ପରିବାରର ଆର୍ଥିକ ସ୍ଥିତି ବିଗିଡିବା ଫଳରେ ସେ ଏପରି ନିଷ୍ପତ୍ତି ଗ୍ରହଣ କରିଥିବା କହିଛନ୍ତି  । ତେବେ ପୁଇଁତଳା ବ୍ଲକରେ ଏକ୍ସ କ୍ୟାଡର୍, ଗଣଶିକ୍ଷକ, କନିଷ୍ଠ ଶିକ୍ଷକ ଓ ଶିକ୍ଷା ସହାୟକ ମାନେ ପାଖାପାଖି ୩ ରୁ ୫ ମାସ ହେବ ଦରମା ପାଇନାହାନ୍ତି ବୋଲି ଖୋଦ୍ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି  ।

୨୦୨୫ ଇଦ୍ ରେ ବଡ ପରଦାରେ ରିଲିଜ ହେବ ‘ସିକନ୍ଦର’

ମୁମ୍ୱାଇ: ବଲିଉଡର ଭାଇଜାନ୍ ସଲମାନ ଖାନ। ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ସଲମାନ ଖାନ ପୁଣି ବଡ ପରଦାରେ ଧମାକା କରିବାକୁ ଯାଉଛନ୍ତି । ସଲମାନଙ୍କ ଫିଲ୍ମ ‘ସିକନ୍ଦର’ର ଟ୍ରେଲର ରିଲିଜ୍ ହୋଇସାରିଛି। ଏହାକୁ ଫ୍ୟାନ୍ସମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ବଡ ବଜେଟର ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ଏଆର ମୁରୁଗୋଡୋସ। କହିରଖୁ ଯେ, 2025 ଇଦ ଅବସରରେ ଏହି ଫିଲ୍ମ ବଡ ପରଦାରେ ରିଲିଜ ହେବ। ଭାଇଜାନଙ୍କ ଏହି ଫିଲ୍ମ ତାଙ୍କ କ୍ୟାରିଅରର ସବୁଠୁ ବଡ ଫିଲ୍ମ ହୋଇପାରେ ବୋଲି ଚର୍ଚ୍ଚା ଯୋର ଧରିଛି ।

ଅନ୍ୟ ପକ୍ଷରେ ଏହି ଫିଲ୍ମର ସବୁକିଛି ତଥ୍ୟକୁ ଗୋପନୀୟ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି ସିକନ୍ଦର ଫିଲ୍ମର ମେକର୍ସ । ଗୋଟେ ଦିନ ଭିତରେ ଫିଲ୍ମଟି ୱାର୍ଲଡ ୱାଇଡ ୫୦ ମିଲିୟନ ଭିୟୁ କ୍ରସ କରିସାରିଛି । ଏହା ସହିତ ଫିଲ୍ମର ଏନିମେସନ , ଭିଏଫଏକ୍ସ , ବିଜ୍ଏମ ବହୁତ୍ ଖାସ୍ ରହିଛି। ଫିଲ୍ମରେ ସଲମାନଙ୍କ ଟସନ ଲୁକ ପୁଣିଥରେ ଦେଖିବାକୁ ପାଇବେ ସିନେ ପ୍ରେମୀ। ସାଜିଦ ନାଡିୟାଡୱାଲା ପ୍ରଯୋଜିତ ଏହି ଫିଲ୍ମକୁ ଏବେଠୁ ବ୍ଲକ ବଷ୍ଟରର ମାନ୍ୟତା ମିଳିସାରିଲାନି । ଦେଖିବାକୁ ବାକି ରହିଲା ଯେ ଫିଲ୍ମଟି ବଡ ପରଦାରେ କେତେ କଲେକ୍ସନ କରୁଛି ।

ନିକଟରେ ବଡ ପରଦାରେ ପୁଷ୍ପା ପାର୍ଟ୨ କଲେକ୍ସନ ରେକର୍ଡ ସବୁ ବ୍ରେକ କରିଛି କୁହାଯାଉଛି ଯେ ଭାଇଜାନଙ୍କ ଏହି ଫିଲ୍ମ ହିନ୍ଦୀ ଜଗତର ସବୁ ରେକର୍ଡ ବ୍ରେକ କରିପାରେ । ଫ୍ୟାନ୍ସମାନେ ଏନେଇ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ମହାରାଷ୍ଟ୍ର କୃଷିମନ୍ତ୍ରୀ ମାଣିକରାଓ କୋକାଟେଙ୍କୁ ୨ ବର୍ଷ ଜେଲଦଣ୍ଡ

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ର କୃଷିମନ୍ତ୍ରୀ ମାଣିକରାଓ କୋକାଟେଙ୍କୁ ଜେଲଦଣ୍ଡ ।  ଏକ ଠକେଇ ମାମଲାରେ ମହାରାଷ୍ଟ୍ର କୃଷିମନ୍ତ୍ରୀ ମାଣିକରାଓ କୋକାଟେ ଓ ତାଙ୍କ ଭାଇ ସୁନୀଲ କୋକାଟେଙ୍କୁ ୨ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି ନାସିକ ଜିଲ୍ଲା କୋର୍ଟ। ଏହା ସହ ୫୦ ହଜାର ଲେଖାଏଁ ଜରିମାନା ବି ଧାର୍ଯ୍ୟ କରିଛନ୍ତି ଅଦାଲତ।

୧୯୯୫ରେ ଜାଲ ନଥି ଜରିଆରେ ହୋଇଥିବା ଠକେଇ ମାମଲାରେ କୋର୍ଟ ଏହି ନିର୍ଦ୍ଦେଶ ଶୁଣାଇଛନ୍ତି । ଦୁଇ ଭାଇଙ୍କ ବିରୋଧରେ ଅଭିଯୋଗ ଦାୟର କରିଥିଲେ ପୂର୍ବତନ ମନ୍ତ୍ରୀ ତୁକାରାମ ଦିଘୋଲ। ୧୯୯୫ରେ ସରକାରଙ୍କ ୧୦ ପ୍ରତିଶତ କୋଟା  ବ୍ୟବସ୍ଥାରେ ଘର କିଣିବା କ୍ଷେତ୍ରରେ ଦୁଇ ଭାଇ ଜାଲ ଉପାୟ ଆପଣାଇଥିଲେ। ବର୍ତ୍ତମାନ ଅଜିତ ପାୱାର ନେତୃତ୍ବାଧୀନ ଏନସିପିର ସଦସ୍ୟ ଅଛନ୍ତି ମାଣିକରାଓ। ତାଙ୍କ ବିରୋଧରେ ଧାରା ୪୨୦, ୪୬୫, ୪୭୧, ୪୭ ରେ ମାମଲା ରୁଜୁ ହୋଇଥିଲା। ଗତ ୨୦୨୪ ବିଧାନସଭା ନିର୍ବାଚନରେ ଶରଦ ପାୱାର ନେତୃତ୍ବାଧୀନ ଏନସିପି-ଏସପି ପ୍ରାର୍ଥୀ ଉଦୟ ସାଙ୍ଗଲଙ୍କୁ ପରାସ୍ତ କରି ଚର୍ଚ୍ଚାକୁ ଆସିଥିଲେ ସିନାର ବିଧାୟକ ତଥା କୃଷିମନ୍ତ୍ରୀ ମାଣିକରାଓ।

 

ପୃଥିବୀ ଆଡକୁ ମାଡିଆସୁଛି ବିପଦ, ଧ୍ୱଂସ ହୋଇଯିବ ଜନବହୁଳ ସହର !  

ନନ୍ଦିଘୋଷ ବ୍ୟୁରୋ : ମୁମ୍ୱାଇ ଓ କୋଲକତା ଆଡକୁ ମାଡି ଆସୁଛି ବିପଦ । ନିମିଷକେ ଧ୍ୱଂସ ହୋଇଯିବ ଜନବହୁଳ ସହର । ଏନେଇ ସତର୍କ କରାଇଛି ନାସା । ପୃଥିବୀ ଆଡକୁ ମାଡିଆସୁଛି ବିନାଶକାରୀ ଗ୍ରହାଣୁ ।

ମହାକାଶରୁ ବିନାଶର ଛାୟା ଘୋଟି ଆସୁଛି । ମୁମ୍ୱାଇ ଏବଂ କୋଲକାତା ସମେତ ବିଶ୍ୱର ଅନେକ ପ୍ରମୁକ ସହରକୁ ମାଡିଆସୁଛି ବିପଦ । ଆମେରିକା ସଂସ୍ଥା ନାସା ଏନେଇ ସତର୍କ କରାଇଛି। ନାସା କହିଛି ଯେ, 2024 YR4 ନାମକ ଏକ ଗ୍ରହାଣୁ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ଯଦି ଏହା ମୁମ୍ୱାଇ କିମ୍ୱା କୋଲକାତା ଭଳି ଜନବହୁଳ ସହରକୁ ଧକ୍କା ଦିଏ, ତେବେ ଏହା ଧ୍ୱଂସାବଶେଷରେ ପରିଣତ ହୋଇଯିବ । ଏହି ଗ୍ରହାଣୁ ପରମାଣୁ ବୋମା ଅପେକ୍ଷା ୫୦୦ ଗୁଣା ଅଧିକ ଶକ୍ତିଶାଳୀ ବୋଲି ବୈଜ୍ଞାନିକ ମତପ୍ରକାଶ କରିଛନ୍ତି।

ପୃଥିବୀରେ ଏହାର ସମ୍ଭାବ୍ୟ ଧକ୍କା ନେଇ ଚିନ୍ତା ପ୍ରକଟ ହୋଇଛି । ଯଦି ଏହା ପୃଥିବୀରେ ଧକ୍କା ଦିଏ ତେବେ ଏହା ପ୍ରଭାବରେ ପୂର୍ବ ପ୍ରଶାନ୍ତ ମହାସାଗର, ଉତ୍ତର-ଦକ୍ଷିଣ ଆମେରିକା, ଆଟଲାଣ୍ଟିକ ମହାସାଗର, ଆରବ ମହାସାଗର, ଏବଂ ଦକ୍ଷିଣ ଏସିଆର କିଛି ଅଂଶରେ ଏହାର କ୍ଷତି ଦେଖିବାକୁ ମିଳିବ । ବୈଜ୍ଞାନିକ ମାନେ ବିଶେଷ କରି ମୁମ୍ୱାଇ, କୋଲକାତା, ଢାକା, ଖାର୍ତୁମ ଭଳି ପ୍ରମୁଖ ସହରଗୁଡିକୁ ସତର୍କ କରାଇଛନ୍ତି ।

ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ, 2024 YR4 ଗ୍ରହାଣୁ ପ୍ରସ୍ଥ ୩୦୦ ଫୁଟ ହୋଇଥିବା ବେଳେ ଲମ୍ୱ ୧୩୦ ଫୁଟ ବୋଲି କୁହାଯାଉଛି । ଯଦି ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରେ, ତେବେ ଏହା ପ୍ରାୟ ୮ ମେଗାଟନ୍ TNT ସମକକ୍ଷ ଶକ୍ତି ନିର୍ଗତ କରିପାରିବ । ଏହାର ଶକ୍ତି ଏତେ ଯେ, ହିରୋସିମା ଉପରେ ପକାଯାଇଥିବା ପରମାଣୁ ବୋମା ଅପେକ୍ଷା ୫୦୦ ଗୁଣା ଅଧିକ ଧ୍ୱଂସକାରୀ ହୋଇଥାଏ ।

ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ , ଗ୍ୟାରେଜରୁ ମିଳିଲା ମୃତଦେହ

ଢେଙ୍କାନାଳ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଘର ସାମ୍ନାରେ ଥିବା ଗ୍ୟାରେଜରୁ ଉଦ୍ଧାର ହେଲା ମୃତଦେହ। ଢେଙ୍କାନାଳ କାମାକ୍ଷାନଗର ତୁମୁସିଙ୍ଗା ଥାନା ଅନ୍ତର୍ଗତ ଗୁନେଇବିଲି ଗାଁର ଏ ଘଟଣା। ଘର ସାମ୍ନାରେ ଥିବା ଗ୍ୟାରେଜ ଘର ଭିତରେ ମୃତଦେହ ପଡ଼ିଥିବା ବେଳେ ଘରବାହାରେ ପଡିଥିଲା ତାଲା  । ମୃତ ପ୍ରଧାନଶିକ୍ଷୟତ୍ରୀ ଜଣକ ତୁମୁସିଙ୍ଗା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀ।
ସବୁଦିନ ପରି ରାତିରେ ଖାଇପିଇ ସାରି ଘରେ ଶୋଇଥିଲେ । ସକାଳୁ ପ୍ରଭାତୀଙ୍କ ଡ୍ରାଇଭର ଘରକୁ ଆସି ପ୍ରଭାତୀଙ୍କୁ ସ୍କୁଲ ନେବା ପାଇଁ ଡ଼ାକିଥିବା ବେଳେ ଘରେ ଥିବା ଶଶ୍ୱର ବୋହୂ ଘରେ ନଥିବା କହିଥିଲେ । ପରେ ପରିବାର ଲୋକ ଏଣେତେଣେ ଖୋଜାଖୋଜି କରିବାରୁ ଘର ସାମ୍ନାରେ ଥିବା ଗ୍ୟାରେଜ ଘରୁ ବାହାରୁ ତାଲା ପଡ଼ିଥିବା ଦେଖିଥିଲେ  । ଘର ତାଲା ଭାଙ୍ଗିବାରୁ ପ୍ରଭାତୀ ଘର ଭିତରେ ସନ୍ଦେହଜନକ ଭାବେ ପଡିଥିବା ଦେଖିବାକୁ ମିଳିଥିଲା।
ପ୍ରଭାତୀଙ୍କ ଶଶ୍ୱର ତୁମୁସିଙ୍ଗା ଥାନାରେ ଖବର ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳ ଜିଲ୍ଲା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି  । ଯାଞ୍ଚ ପରେ ମୃତ ଶିକ୍ଷୟତ୍ରୀଙ୍କ ଦୁଇଟି ମୋବାଇଲ ଓ ତାଙ୍କ ଝିଅର ମୋବାଇଲ ଗାଏବ ଥିବା ସୂଚନା ପାଇଛି  । ଏବଂ ଶିକ୍ଷୟତ୍ରୀ ଙ୍କ ସୁନାହାର ମଧ୍ୟ ଲୁଟ ହୋଇଥିବା ନେଇ ଜଣାପଡିଛି  । ଯାହାକୁ ନେଇ ଘଟଣାରେ ନୂଆ ମୋଡ଼ ସୃଷ୍ଟି ହେଉଥିବା ବେଳେ ପ୍ରଧାନଶିକ୍ଷୟତ୍ରୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ସୃଷ୍ଟି କରୁଛି  । ତେବେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଦୁଇବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଝିଅ ଥିବା ଜଣାପଡିଛି  । ତେବେ ଶିକ୍ଷୟତ୍ରୀ ଜଣକ କାମାକ୍ଷାନଗର ବ୍ଲକ ଓଷ୍ଟା ସଙ୍ଘ ର ସଭାପତି ଥିବା ଜଣାପଡିଛି  । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି  ।