spot_img
Home Blog Page 1260

ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଚାଲିଗଲା ଜୀବନ

ବାଲେଶ୍ୱର: ଅଧା ରହିଗଲା ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଚାଲିଗଲା ଜୀବନ । ପରୀକ୍ଷା ଦେବାକୁ ପ୍ରସ୍ତୁତ ବେଳେ ଟଳି ପଡିଲେ ଛାତ୍ର। ବାହାନଗା ବ୍ଲକ ବାରିପଦା ଗ୍ରାମର କୈଳାସ ମାଝୀଙ୍କ ପୁଅ ଚନ୍ଦ୍ରଶେଖର ସ୍ଥାନୀୟ ଉଦୟ ନାରାୟଣ ହାଇସ୍କୁଲ ଛାତ୍ର।

ସୂଚନା ଅନୁଯାୟୀ, ଗତ ଦୁଇଦିନ ତଳେ ଚନ୍ଦ୍ରଶେଖର ପଡୋଶୀ ଘରେ ଭୋଜି ଖାଇ ଅସୁସ୍ଥ ହୋଇ ପଡିଥିଲେ। ଗତକାଲି ଡାକ୍ତର ଦେଖାଇ ଔଷଧ ଖାଇଥିଲା। ସକାଳେ ମା’ ଚନ୍ଦ୍ରଶେଖରକୁ ମାଟ୍ରିକ ପରୀକ୍ଷା ପାଇଁ ଗାଧୋଇ ଦେଇଥିଲେ। ଚନ୍ଦ୍ରଶେଖର ୫ କିଲୋମିଟର ଦୂର କଲ୍ୟାଣୀ ନୂଆପୁର ହାଇସ୍କୁଲ କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ ହେଉଥିଲେ । ଗାଧୋଇବା ପରେ ହଠାତ ଟଳି ପଡିବାରୁ ତାକୁ ସୋର ଡାକ୍ତରଖାନା ପରିବାର ଲୋକେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଗାନ୍ଧୀ ସାର ଗଙ୍ଗରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପେଟ ସମସ୍ୟା ଯୋଗୁଁ ତାଙ୍କୁ ଗୁରୁବାର ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଖୁବଶୀଘ୍ର ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି । ପୂର୍ବରୁ ୨୦୨୩ ସେପ୍ଟେମ୍ବର ମାସରେ ଫୁସଫୁସ ସଂକ୍ରମଣ ଯୋଗୁଁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସୋନିଆ ଗାନ୍ଧୀଙ୍କୁ ଶେଷ ଥର ପାଇଁ ଫେବୃଆରୀ ୧୩ ତାରିଖରେ ସଂସଦର ବଜେଟ ଅଧିବେଶନ ସମୟରେ ରାଜ୍ୟସଭାରେ ନଜର ଆସିଥିଲେ ।

ଦନ୍ତା ହାତୀର ହତ୍ୟା ଘଟଣାରେ ଛଅ ଗିରଫ

ଦେବଗଡ଼: ଦନ୍ତା ହାତୀର ହତ୍ୟା ଘଟଣାରେ ଛଅ ଗିରଫ । ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ଗରିଆପାଲି ଗ୍ରାମ ନିକଟରେ ଏକ ଦନ୍ତାହାତୀର ମୃତଦେହ ବନବିଭାଗ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତ ବେଳେ ହାତୀକୁ ହତ୍ୟା କରାଯାଇଥିବା ବନବିଭାଗ ସନ୍ଦେହ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଗରିଆପାଲି ଗ୍ରାମ ଆଖପାଖ ଅଞ୍ଚଳର କେତେକ ଦୁର୍ବୃତ୍ତ ଶିକାର କରିବା ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛେଇ ଥିବାବେଳେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ । ଏହି ମାମଲାରେ ଛଅ ଜଣ ବନ୍ୟ ଜନ୍ତୁ ଶିକାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିଦ୍ୟୁତ୍ ତାର, ବୋତଲ, କାଠି ଜବତ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗତକାଲି ରାତିରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ବିରାଟଙ୍କ ଫର୍ମକୁ ନେଇ ବଢ଼ୁଛି ଟେନସନ

ଚଳିତ ଚାମ୍ପିୟନ୍ସ ଟ୍ରଫିରେ ବିଜୟରୁ ଟିମ୍ ଇଣ୍ଡିଆ ତା’ର ଯାତ୍ରା ଆରମ୍ଭ କରିଛି । ନିଜର ପ୍ରଥମ ମ୍ୟାଚରେ ଭାରତ ପ୍ରତିପକ୍ଷ ବାଂଲାଦେଶ ବିପକ୍ଷରେ ଶାନଦାର ବିଜୟ ହାସଲ କରିଛି । ଶୁବମନ ଗିଲଙ୍କ ଅପରାଜିତ ଶତକୀୟ ଇନିଂସ ଓ ମହମ୍ମଦ ଶାମୀଙ୍କ ୫ଟି ଓ୍ବିକେଟ ବଳରେ ଭାରତ ଏହି ମ୍ୟାଚକୁ ୬ ଓ୍ବିକେଟରେ ଜିତି ନେଇଛି । ତେବେ ପରବର୍ତ୍ତୀ ମ୍ୟାଚରେ ଭାରତ ତା’ର ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ । ଆସନ୍ତା ୨୩ ତାରିଖ ଦିନ ହେବାକୁ ଥିବା ମହାମୁକାବିଲା ପାଇଁ ବିଶ୍ବର ଅଗଣିତ କ୍ରୀଡ଼ାପ୍ରେମୀ ବେଶ୍ ଉତ୍ସୁକତାର ସହିତ  ଚାହିଁ ରହିଛନ୍ତି ।

ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହିଲଙ୍କ ଉପରେ ସଭିଙ୍କ ନଜର ରହିଛି । ବାଂଲାଦେଶ ବିପକ୍ଷ ମ୍ୟାଚରେ ବିରାଟ ୩୮ଟି ବଲରେ ଗୋଟିଏ ଚୌକା ସହାୟତାରେ ୨୨ ରନ୍ ସଂଗ୍ରହ କରି ଆଉଟ ହୋଇଥିଲେ । ଉକ୍ତ ମ୍ୟାଚରେ ରୋହିତ ଶର୍ମା ଓ କେଏଲ ରାହୁଲ ସଠିକ୍ ଲୟରେ ଥିବା ଦେଖିବାକୁ ମିଳିଥିଲା । ମାତ୍ର ବିରାଟଙ୍କ ଫର୍ମ ଏବେ ସଭିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ପାକିସ୍ତାନ ବିପକ୍ଷରେ ବିରାଟ କିପରି ପ୍ରଦର୍ଶନ କରିବେ ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏହା ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପ୍ପା ବିରାଟଙ୍କ ଫର୍ମକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ବିରାଟ ଜଣେ ମହାନ ଖେଳାଳି, ସେ ନିଜ ଉପରେ କାମ କରିବେ । ଟେକନିକ ଦୃଷ୍ଟିରୁ ବିରାଟ ନିଜର ବ୍ୟାଟିରେ ଉନ୍ନତ ଆଣିପାରନ୍ତି । ସୂଚନାଯୋଗ୍ୟ ଯେ, ପାକିସ୍ତାନ ବିପକ୍ଷରେ ବିରାଟ ଉଚ୍ଚକୋଟୀର ପ୍ରଦର୍ଶନ କରନ୍ତୁ ବୋଲି ଭାରତୀୟ କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି ।

ଭାରତ ଯୋଡ ଯାତ୍ରା ପରେ ଭାରତ ଯୋଡ ବିବାହକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା

ନନ୍ଦିଘୋଷ ବ୍ୟୁରୋ: ଗତବର୍ଷ ଭାରତ ଯୋଡ ଯାତ୍ରା ସାରା ଦେଶରେ ସୃଷ୍ଟି କରିଥିଲା ରାଜନୈତିକ ଉତ୍ସାହ। ଦେଇଥିବା ଏକତାର ବାର୍ତ୍ତା। ଦକ୍ଷିଣରୁ ଉତ୍ତର, ପୂର୍ବରୁ ପଶ୍ଚିମ- ସାରା ଦେଶରେ ସୃଷ୍ଟି କରିଥିଲା ସଂହତିର ବାର୍ତ୍ତା । ତେବେ ଭାରତ ଯୋଡ ଯାତ୍ରାକୁ ନେଇ ଯେପରି ଚର୍ଚ୍ଚା ଚାଲିଥିଲା ବର୍ତ୍ତମାନ ଭାରତ ଯୋଡ ବିବାହକୁ ନେଇ ସେତିକି ଚର୍ଚ୍ଚା ଚାଲିଛି। ଏହି ବିବାହ ହେଉଛି ଅଭିଳାଷା କୋତଓ୍ବାଲ ଓ ବିନାଲ ଓ୍ବିଲିୟମଙ୍କ ମଧ୍ୟରେ । ରାହୁଲ ଗାନ୍ଧୀ ନେତୃତ୍ବାଧୀନ ଭାରତ ଯୋଡ ଯାତ୍ରାରେ ଅନୁପ୍ରାଣିତ ହୋଇ ଅଭିଳାଷ ଓ ଓ୍ବିଲିୟମଙ୍କ ମଧ୍ଯରେ ଏହି ବିବାହ ଅନୁଷ୍ଠିତ ହେଉଛି।

ବଡ଼କଥା ହେଉଛି ଅଭିଳାଷା ଜାମ୍ମୁ ଓ ପଶ୍ଚିମବଙ୍ଗର ହୋଇଥିବାବେଳେ ଓ୍ବିଲିୟମ ପଞ୍ଜାବ ଓ କେରଳର । ନିମନ୍ତ୍ରଣ ପତ୍ରରେ ଅଭିଳାଷା ନିଜକୁ ଜାମ୍ମୁ ଓ ପଶ୍ଚିମବଙ୍ଗର ସୁକନ୍ୟା ବୋଲି ଦର୍ଶାଇଥିବାବେଳେ ଓ୍ବିଲିୟମଙ୍କୁ ପଞ୍ଜାବ ଓ କେରଳର ସୁପୁତ୍ର ବୋଲି ଦର୍ଶାଯାଇଛି । ବିବାହର ନାମ ରଖାଯାଇଛି ଭାରତ ଯୋଡ ବିବାହ । ଉତ୍ସବକୁ ସ୍ବତନ୍ତ୍ର ଭାବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇଛି । କାର୍ଡରେ ଦେଶର ଏକତା, ନ୍ୟାୟ ଓ ସଂହତି ପ୍ରତି ଗାନ୍ଧୀ ପରିବାରର ରହିଥିବା ଅଙ୍ଗୀକାରକୁ ଉଲ୍ଲେଖ କରାଯାଇଛି ।

ଭାରତ ଯୋଡ ଯାତ୍ରା ଯେପରି ସୀମା, ସରହଦ ନିର୍ବିଶେଷରେ ଭାରତୀୟତାକୁ ଉଦବୁଦ୍ଧ କରିଥିଲା ଠିକ୍ ସେହି ଆଦର୍ଶ ଅନୁସାରେ ଏହି ବିବାହ ହେଉଛି। ଏହି ବିବାହ ଉତ୍ତରପ୍ରଦେଶ ନୋଏଡାରେ ଆଜି ଅନୁଷ୍ଠିତ ହେବ। ଏହି ବିବାହର ବାସ୍ତବ ଆଦର୍ଶ ଅତ୍ୟୁଚ୍ଚରେ ବୋଲି ଚର୍ଚ୍ଚା ଚାଲିଛି। ନିମନ୍ତ୍ରଣ କାର୍ଡ ବି ଭାରତ ଯୋଡ ଯାତ୍ରା ପୋଷ୍ଟର ପରି ଚିତ୍ରଣ କରାଯାଇଛି। ପ୍ରିୟଙ୍କା ଗାନ୍ଧୀଙ୍କ ବିବାହ ବେଳେ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଥିଲେ ଅଭିଳାଷାଙ୍କ ମା। ଝିଅଙ୍କ ବିବାହ ଲାଗି ଅଭିଳାଷାଙ୍କ ମା ଉଭୟ ରାହୁଲ ଓ ପ୍ରିୟଙ୍କାଙ୍କୁ ତାଙ୍କ ଘରେ ପହଞ୍ଚି କାର୍ଡ ଦେଇଥିବା ସୂଚନା ମିଳିଛି। କେବଳ ସୋସିଆଲ ମିଡିଆରେ ନୁହେଁ ରାଜନୈତିକ ସ୍ତରରେ ବି ଏହି ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୧ ଓ ୨୨ ତାରିଖରେ ବିବାହ ଉତ୍ସବ ନେଇ କାର୍ଡରେ ଦର୍ଶାଯାଇଛି।

କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ତିନି ଭଉଣୀ

ପୁରୀ: ମହାନତା ଦେଖାଇଲେ ତିନି ଭଉଣୀ। କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ତିନି ଭଉଣୀ। ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ସୁଶୀଲ ଆଡ଼ିଆଙ୍କ ତିନି ଝିଅ  ରୀନା ପାଲ, ସ୍ମିତା ଭଟାଚାର୍ଯ୍ୟ ଓ ଅନିତା ଦେ ନିଜର ସମ୍ପତ୍ତିକୁ  ପଞ୍ଚୁ ଦୋଳ ମେଳଣ କମିଟିକୁ ଦାନ କରିଛନ୍ତି । ନିଜର ୩୫ ଡ଼ିସିମିଲ  ସମ୍ପତ୍ତିକୁ ହସିହସି ଦାନ କରିଛନ୍ତି ତିନି ଭଉଣୀ।

ସୂଚନା ଅନୁଯାୟୀ, ପଞ୍ଚୁ ଦୋଳ କମିଟି ପ୍ରାୟ ଦେଢ଼ ଶହ ବର୍ଷ ପୁରୁଣା ହୋଇଥିବା ବେଳେ ଏହି ମେଳଣ ପଡିଆ ଉକ୍ତ ତିନି ଭଉଣୀଙ୍କର ପୈତୃକ ସମ୍ପତ୍ତି ଥିଲା। ମେଳଣର ଭବିଷ୍ୟତ କାମନା କରି ତିନି ଭଉଣୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ମେଳଣର ଭବିଷ୍ୟତ କାମନା କରି ତିନି ଭଉଣୀଙ୍କ ଏଭଳି ନିଆରା ଉଦ୍ୟମ ଓଡ଼ିଆ କଳା ସଂସ୍କୃତିକୁ ବଜାୟ ରଖିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ତାଙ୍କର ଏଭଳି ନିସ୍ଵାର୍ଥପର ମନୋବୃତ୍ତି ପାଇଁ ସବୁ ମହଲରେ ପ୍ରଶଂସାର ସୁଅ ଛୁଟିଛି।

ମାଲକାନଗିରି କାଲିମେଳାରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା !

ମାଲକାନଗିରି: ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ। କାଲିମେଳା ଥାନା ଅଞ୍ଚଳର ଏ ଘଟଣା। ଆଦିବାସୀ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରାଯାଇଛି। ମାମଲାରେ ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି।

ସୂଚନା ଅନୁଯାୟୀ, ମହିଳା ଜଣକ ଘରେ ଏକୁଟିଆ ଥିବା ବେଳେ ଯୁବକ ଜଣକ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତକୁ ଗ୍ରାମବାସୀ କାବୁ କରିବା ସହିତ ଗଛରେ ବାନ୍ଧି ନିର୍ଧୁମ ଛେଚିଥିଲେ। ଖବର ପାଇ କାଲିମେଳା ପୋଲିସ ଘଟଣାସ୍ଥଳରୁ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖି ଅଧିକ ପଚରାଉଚରା କରିଛି। ଘର ଭିତରେ ମହିଳାଙ୍କ ମୃତଦେହ ପଡି ରହିଥଲା।ସାଇଣ୍ଟିଫିକ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।

ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ନେଇ ବଢୁଛି ସସପେନ୍ସ

ନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅନ୍ତ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ହସ୍ତକ୍ଷେପ। ଶାନ୍ତି ପ୍ରତିଷ୍ଠା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟ୍ରମ୍ପ କେତେକ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଯେଉଁ କେତେକ ପ୍ରମୁଖ ଦିଗ ଉପରେ ଆଲୋଚନା ହୋଇଛି ତନ୍ମଧ୍ୟରେ ରହିଛି ବିଭିନ୍ନ ଅଞ୍ଚଳର ମାଲିକାନା।

୨୦୧୪ରୁ ଋଷ ଅକ୍ତିଆରରେ ଥିବା ପର୍ଯ୍ୟାପ୍ତ ଅଞ୍ଚଳ ଉପରୁ ନିଜର ଅଧିକାର ହଟାଇନେବ ୟୁକ୍ରେନ। ଋଷ ଓ ୟୁକ୍ରେନ ମଧ୍ୟରେ ଏକ ଅଣସାମରିକ ଜୋନ ଗଠନ କରିବା। ଏହି ଅଞ୍ଚଳରେ କୌଣସି ନାଟୋ ସେନା ରହିବେ ନାହିଁ । ବରଂ ୟୁରୋପୀୟ ଶାନ୍ତିରକ୍ଷକ ବାହିନୀ ମୁତୟନ ହେବେ । ନାଟୋରେ ୟୁକ୍ରେନର ସଦସ୍ୟତା ପ୍ରସ୍ତାବକୁ ଗ୍ରହଣ କରାଯିବା ନାହିଁ। ଆମେରିକା ଓ ୟୁକ୍ରେନ ମଧ୍ୟରେ ବୃହତ ବାଣିଜ୍ୟିକ ବୁଝାମଣା ପ୍ରତିଷ୍ଠା କରାଯିବ। ଏହି ପ୍ରସ୍ତାବ ଅନୁସାରେ ୟୁକ୍ରେନର ନିରାପତ୍ତା ବିଷୟ ଆମେରିକା ହାତରେ ରହିବ।

ଏହା ଛଡ଼ା ୟୁକ୍ରେନରେ ଗଚ୍ଛିତ ଲିଥିୟମ ସମେତ ପ୍ରଚୁର ଖଣିଜ ପଦାର୍ଥର ନିୟନ୍ତ୍ରଣ ଆମେରିକା ନେବ। ତେବେ ସାମରିକ ସହାୟତା ନେଇ ଆମେରିକାକୁ ୟୁକ୍ରେନ ପ୍ରଦାନ କରିଆସୁଥିବା କ୍ଷତିପୂରଣକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ଏହି କ୍ଷତିପୂରଣ ବାବଦରେ ଆମେରିକାକୁ ୟୁକ୍ରେନ ୫୦୦ ନିୟୁଦ ଡଲାରର ଖଣିଜ ପଦାର୍ଥର ମାଲିକାନା ହସ୍ତାନ୍ତର କରୁ । ୟୁକ୍ରେନରେ ୧୨ ଟ୍ରିଲିୟନ ଡଲାରର ପ୍ରାକୃତିକ ସମ୍ପଦ ଗଚ୍ଛିତ ରହିଛି । ତେବେ ଆମେରିକାର ଏହି ପ୍ରସ୍ତାବକୁ ୟୁକ୍ରେନ କେତେଦୂର ଗ୍ରହଣ କରିବ ତାହାକୁ ନେଇ ସନ୍ଦେହ ଉପୁଜିଛି ।

ସେପଟେ ୟୁକ୍ରେନକୁ ବ୍ରିଟେନ ୨୦୩୦ ସୁଦ୍ଧା ବାର୍ଷିକ ୩ ବିଲିୟନ ପାଉଣ୍ଡର ସାମରିକ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ କେର୍ ଷ୍ଟର୍ମର ଯେଉଁ ଘୋଷଣା କରିଛନ୍ତି ତାହାକୁ ନେଇ ମଧ୍ଯ ବିବାଦ ସୃଷ୍ଟି ହୋଇଛି । ଏକ ବୃହତ ଅସ୍ତ୍ରବିରତି ଅଞ୍ଚଳରେ ଫ୍ରାନ୍ସ ଓ ବ୍ରିଟେନର ସାମରିକ ବାହିନୀ ପାଟ୍ରୋଲିଂ କରିବା ଲାଗି ମଧ୍ୟ ଆଲୋଚନା ହୋଇଛି। ଏହି ପ୍ରମୁଖ ପ୍ରସ୍ତାବଗୁଡିକୁ ଯଦି ୟୁକ୍ରେନ ଗ୍ରହଣ କରେ ତେବେ ଯୁଦ୍ଧ ଥମିବା ଆଶା କରାଯାଉଛି। ସେପଟେ ଟ୍ରମ୍ପଙ୍କ ଏହି ପ୍ରସ୍ତାବକୁ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି କେତେଦୂର ଗ୍ରହଣ କରିବେ ତାହାକୁ ନେଇ ଉଠିଛି ପ୍ରଶ୍ନ।

ମଣିପୁରରେ ଶାନ୍ତି ପ୍ରକ୍ରିୟା: ଗଚ୍ଛିତ ଥିବା ଅସ୍ତ୍ରଶସ୍ତ୍ର ୭ ଦିନ ମଧ୍ୟରେ ସମର୍ପି ଦେବା ଲାଗି ରାଜ୍ୟପାଳଙ୍କ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : ମଣିପୁରରେ ଶାନ୍ତି ପ୍ରକ୍ରିୟା ଲାଗି ଆଉ ପାଦେ । ୭ ଦିନ ମଧ୍ୟରେ ନିଜ ନିଜ ନିକଟରେ ବେଆଇନ ଭାବେ ଥିବା ଅସ୍ତ୍ରଶସ୍ତ୍ର ସମର୍ପି ଦେବା ଲାଗି ନିର୍ଦ୍ଦେଶ। ମଣିପୁରର ସମସ୍ତ ସମ୍ପ୍ରଦାୟଙ୍କୁ ଏହି ଆହ୍ବାନ ଦେଇଛନ୍ତି ରାଜ୍ଯପାଳ ଅଜୟ ଭଲ୍ଲା। ଯେଉଁମାନେ ଏହି ଅସ୍ତ୍ରଶସ୍ତ୍ର ଜିମା ଦେବେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ରାଜ୍ଯରେ ଶାନ୍ତି ଓ ସଦଭାବ ପ୍ରତିଷ୍ଠା ରାଜ୍ଯପାଳ ଆହ୍ବାନ ଦେଇଛନ୍ତି। ଦୀର୍ଘ ୨୦ ମାସ ଧରି ରାଜ୍ଯରେ ଚାଲିଥିବା ହିଂସା, ଦଙ୍ଗା, ପୋଡାଜଳା ଆଦି କାରଣରୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି। ରାଜ୍ଯରେ ସାମ୍ପ୍ରଦାୟିକ ସଂପ୍ରୀତି ନଷ୍ଟ ହୋଇଛି। ଉଭୟ ଉପତ୍ଯକା ଓ ପାର୍ବତ୍ଯାଞ୍ଚଳରେ ବସବାସ କରୁଥିବା ଲୋକେ ତୁରନ୍ତ ଅସ୍ତ୍ରଶସ୍ତ୍ର ଜିମା ଦେବା ଲାଗି ସେ ଆହ୍ବାନ ଦେଇଛନ୍ତି। ବିଶେଷ କରି ଯୁବବର୍ଗ ଏହି ପ୍ରକ୍ରିୟାରେ ସାମିଲ ହେବା ଲାଗି ସେ ନିବେଦନ କରିଛନ୍ତି।

ରାଜ୍ଯରେ ହିଂସା କମୁ ନଥିବାରୁ ଗତ ସପ୍ତାହରେ ଜାରି ହୋଇଥିଲା ରାଷ୍ଟ୍ରପତି ଶାସନ। ପୂର୍ବରୁ ଇସ୍ତଫା ଦେଇଥିଲେ ମୁଖ୍ଯମନ୍ତ୍ରୀ ଏନ. ବୀରେନ ସିଂ। ଇମ୍ଫାଲ ଉପତ୍ଯକାରେ ବାସ କରୁଥିବା ମେଇତେଇ ସମ୍ପ୍ରଦାୟ ଓ ଅନ୍ଯାନ୍ୟ ଅଞ୍ଚଳରେ ବାସ କରୁଥିବା କୁକି-ଜୋ ଆଦିବାସୀଙ୍କ ମଧ୍ଯରେ ହିଂସା ଯୋଗୁ ବର୍ତ୍ତମାନ ସୁଦ୍ଧା ଗଲାଣି ୨୫୦ରୁ ଅଧିକ ଜୀବନ। ବାସଚ୍ଯୁତ ହେଲେଣି ୬୦ ହଜାରରୁ ଅଧିକ ଲୋକ।

ବଜେଟ ଉପରେ ଆଜି ଦ୍ବିତୀୟ ଦିନ ପାଇଁ ଆଲୋଚନା; ଭାଗନେବେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଦ୍ଵିତୀୟ ଦିନରେ ବଜେଟ ଉପରେ ସାଧାରଣ ଆଲୋଚନା। ଯାହାକୁ ନେଇ ଗୃହ ବେଶ ସରଗରମ ହେବାର ସମ୍ଭାବନା ରହିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟର ସାଧାରଣ ଆଲୋଚନାରେ ଭାଗନେଇ ନିଜର ମତ ରଖିବେ।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ, କ୍ରୀଡା ଓ ଯୁବ କଲ୍ୟାଣ, ଦକ୍ଷତା ବିକାଶ-ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟର ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରଶ୍ନକାଳ ରହିଛି।

ଶୂନ୍ୟ କାଳରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ରାସନ କାର୍ଡ ଅବ୍ୟବସ୍ଥା, କୋଟିଆ ପରି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିପାରେ। ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ଉଷ୍ମ ହେବାର ସମ୍ଭାବନା ରହିଛି ।