ନନ୍ଦିଘୋଷ ବ୍ୟୁରୋ: ଭୋଗରାଇ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି ମହିଳାଙ୍କ ମୃତ୍ୟୁ । ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ । ହସ୍ପିଟାଲ ଆଗରେ ମହିଳାଙ୍କ ମୃତଦେହ ରଖି ୨ ଦଫା ଦାବିରେ ପରିବାର ଲୋକଙ୍କ ଧାରଣା । ଚିକିତ୍ସାରେ ଅବହେଳା କରିଥିବା ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ସପନ ନାୟକକୁ ଗିରଫ ଓ ତାଙ୍କ ଡାକ୍ତରୀ ସାର୍ଟିଫିକେଟକୁ ରଦ୍ଦ ଦାବି କରି ଧାରଣାରେ ବସିଛନ୍ତି ପିରବାର ଲୋକେ । ଗତକାଲି କୃଷ୍ଣନଗର ଗାଁର ରଘୁନାଥ ପଣ୍ଡିତଙ୍କ ସ୍ତ୍ରୀ ଜମୁନା ପଣ୍ଡିତ ପ୍ରସବ ଯନ୍ତ୍ରଣା ହେବା ପରେ ପରିବାର ଲୋକେ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପ୍ରସୂତି ବିଭାଗର ଡାକ୍ତର ସପନ ନାୟକ ବାହାରେ ଘରୋଇ କ୍ଲିନିକରେ ରୋଗୀ ଦେଖୁଥିଲେ । ପ୍ରସୂତୀଙ୍କ ପରିବାର ଲୋକେ ବାରମ୍ବାର ଖବର ଦେବା ପରେ ମଧ୍ୟ ଆସିନଥିଲେ । ଯେଉଁଥି ପାଇଁ ଚିକିତ୍ସା ଅବହେଳାରୁ ଜମୁନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
କୋଲକତା: ଆସିଛି ଏକ ବଡ଼ ଖବର । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକତାର ଦୁର୍ଗାପୁର ଏକ୍ସପ୍ରେସଓ୍ବରେ ଆଜି ଘଟିଥିଲା ଏହି ଦୁର୍ଘଟଣା । ସୌରଭଙ୍କ କାର ଡ୍ରାଇଭର ଅଚାନକ ବ୍ରେକ ମାରିବା ଫଳରେ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା । ଏହାଫଳରେ କନଭୟର ଯାନଗୁଡ଼ିକ ପରସ୍ପର ସହ ଧକ୍କା ହୋଇଥିଲେ । ତେବେ ଏହି ଦୁର୍ଘଟଣାରେ ସୌରଭ ସୁରକ୍ଷିତ ଅଛନ୍ତି ଓ ସେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।
ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗାଙ୍ଗୁଲି ଯାଉଥିଲେ । ଏହି ଦୁର୍ଘଟଣାରେ ସୌରଭଙ୍କ କନଭୟର ଦୁଇଟି କାର ସାମାନ୍ୟ କ୍ଷତି ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣା ପରେ ଦାଦା କାର୍ଯ୍ୟକ୍ରମ ବାତିଲ କରିନଥିଲେ । ଏହି ପରିସ୍ଥିତି ପାଇଁ ଦାଦା ଘଟଣାସ୍ଥଳରେ ୧୦ ମିନିଟ୍ ରହିଥିଲେ । ଏକ ଲରି ଅଚାନକ ସାମ୍ନାକୁ ଆସିଯିବାରୁ ସୌରଭଙ୍କ କାର ଡ୍ରାଇଭର ଅଚାନକ ବ୍ରେକ ମାରିଥିଲେ । ଫଳରେ କନଭୟରେ ଯାଉଥିବା ଯାନଗୁଡ଼ିକ ପରସ୍ପର ସହ ଧକ୍କା ହୋଇଥିଲା ବୋଲି ପଶ୍ଚିମବଙ୍ଗ ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ପରବର୍ତ୍ତୀ ସମୟରେ ଗାଙ୍ଗୁଲି ବର୍ଦଓ୍ବାନ ୟୁନିଭରସିଟିର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ବିବାହ ପ୍ରତିଶୃତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ !
ଅନୁଗୁଳ: ବିବାହ ପ୍ରତିଶୃତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଅଞ୍ଚଳର ଏ ଘଟଣା। ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୀର୍ଘ ୪ବର୍ଷ ହେବ ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି। ଅଭିଯୋଗକୁ ନେଇ ପ୍ରେମିକକୁ ଗିରଫ କରିଛି ପୋଲିସ।
ହେମନ୍ତ ନାଏକ ନାମକ ଯୁବକ ଦୀର୍ଘ ୪ବର୍ଷ ହେବ ବିବାହର ପ୍ରତିଶୃତି ଦେଇ ନାବାଳିକଙ୍କ ସହ ଶାରିରୀକ ସମ୍ପର୍କ ରଖି ଆସିଥିଲେ। ତେବେ ଶେଷରେ ବିବାହ ଲାଗି ମନା କରି ଦେବାରୁ ଥାନାର ଦ୍ଵାରସ୍ଥ ହୋଇଥିଲେ ନାବାଳିକା। ଏନେଇ ବାଗଡିଆ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହିତ ପ୍ରେମିକ ହେମନ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ସ୍ପେଶାଲ ସ୍କ୍ଵାଡ୍ ସହ ଥାନାଧିକାରୀ ପ୍ରେମିକକୁ କାବୁ କରିଥିଲେ। ଗିରଫ ପରେ ଛେଣ୍ଡିପଦା ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା ସହ କୋର୍ଟକୁ ଚାଲାଣ କରାଯିବ ବୋଲି ସୂଚନା ଦେଇଛି ପୋଲିସ
ମୃତ୍ୟୁ ଏମିତି ବି ଆସେ! ଶ୍ବାସନଳୀରେ ମଟର ଦାନା ଅଟକି ଯିବାରୁ ଚାଲିଗଲା ଦେଢ଼ ବର୍ଷୀୟ ଶିଶୁର ଜୀବନ
ରାଞ୍ଚି: ମୃତ୍ୟୁ କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ । ତେବେ ଅନେକ ସମୟରେ ବଡ଼ ବଡ଼ ଅଘଟଣରୁ ମଣିଷ ବର୍ତ୍ତି ଯାଉଥିବା ବେଳେ ସାମାନ୍ୟ ଘଟଣାରେ ଜୀବନ ଚାଲିଯାଇଥାଏ । ବିଶେଷ କରି ସାଧାରଣ ବୋଲି ଜଣାପଡ଼ୁଥିବା କୌଣସି ଛୋଟ ଖାଦ୍ୟ ସାମଗ୍ରୀ ମଧ୍ୟ ମଣିଷର ମୃତ୍ୟୁର କାରଣ ସାଜିପାରେ । ଅନୁରୂପ ଭାବେ ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ । ମଟର ଦାନା ପାଇଁ ଚାଲି ଯାଇଛି ଗୋଟିଏ କଅଁଳ ଶିଶୁର ଜୀବନ ଜୀବନ ।
ସାଧାରଣ ଭାବେ ଖାଦ୍ୟର ସ୍ବାଦ ବଢ଼ାଇବ ପାଇଁ ରୋଷେଇ ଘରେ ମଟର ଦାନାକୁ ବ୍ୟବହାର କରାଯାଇଥାଏ । ମାତ୍ର ସଭିଙ୍କର ଏହି ପ୍ରିୟ ସବଜି ଆଜି ଗୋଟିଏ ଦେଢ଼ ବର୍ଷର ଶିଶୁର ମୃତ୍ୟୁର କାରଣ ସାଜିଛି । ତେଣୁ କଞ୍ଚା ମଟର ଖାଇବା ବି ଅନେକ ସମୟ ଆପଣଙ୍କ ପାଇଁ ବିପଦ ସାଜିପାରେ । ଝାଡ଼ଖଣ୍ଡର ଲୋହରଦଗାରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । ମଟର ଦାନା ଶିଶୁର ଶ୍ବାସ ନଳୀରେ ଅଟକି ଯାଇଥିଲା । ଫଳରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଶିଶୁଟିକୁ ବଞ୍ଚାଇବାକୁ ଡାକ୍ତର ପ୍ରାଣପଣେ ଉଦ୍ୟମ କରିଥିଲେ ହେଁ ସଫଳ ହୋଇନଥିଲେ ।
ସୂଚନା ମୁତାବକ, ଶିଶୁଟିକୁ ପରିଜନମାନେ କ୍ଷେତକୁ ନେଇଯାଇଥିଲେ । ସେଠାରେ ଶିଶୁଟି ଖେଳିବା ସମୟରେ ମଟର ଗଛକୁ ଉପାଡ଼ି ଘରକୁ ନେଇଯାଇଥିଲା । ତା’ପରେ ଶିଶୁଟି ମଟର ଫଳକୁ ତୋଳି ତା’ର ଦାନାକୁ ଖାଇଦେଇଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ଉକ୍ତ ଦାନା ତା’ର ତଣ୍ଟିରେ ଅଟକି ଯାଇଥିଲା । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାକୁ ହସ୍ପିଟାଲ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ
ଭୁବନେଶ୍ୱର: ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ତିନି ଦିନ ସଂକଳ୍ପ ଯାତ୍ରା ପରେ ଆଜି ବେଶ ଜୋଶରେ ସାମ୍ବାଦିକ ସମ୍ମିଳନୀ କରିବା ସହିତ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପ୍ରଭାରୀ ଅଜୟ କୁମାର ଲଲ୍ଲୁ । କଂଗ୍ରେସ ଭବନରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି ଏକଜୁଟ ହୋଇ ଲଢ଼ିବାକୁ ଗୁରୁମନ୍ତ୍ର ଦେଇଛନ୍ତି ଭକ୍ତ ।
୩୦ ମିନିଟରୁ ଅଧିକ ସମୟ ଧରି ନେତାଙ୍କ ସହ ସଂଗଠନ ଉପରେ ଆଲୋଚନା କରିଥିଲେ ଉଭୟ। ଗିରିଧର ଗମାଙ୍ଗ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅମର ପ୍ରଧାନ ପ୍ରମୁଖ ନେତା ଏହି ଅବସରରେ ଉପସ୍ଥିତ ଥିଲେ। ସେହିପରି ସଂଗଠନକୁ ତିଆରି କରିବା ପାଇଁ ପଦଯାତ୍ରା କଲୁ । ସମର୍ପଣ ପାଇଁ ଭୁବନେଶ୍ଵର ବିମାନ ବନ୍ଦରରୁ ପୁରୀ ଯାଏ ପଦଯାତ୍ରା କରି ଜଗନ୍ନାଥଙ୍କ ଆଶୀର୍ବାଦ ନେଲୁ । ଲୋକଙ୍କ ଠାରୁ ପଇସା ନେଇ କଂଗ୍ରେସ ରାଜନୀତି କରିବ । ତାଙ୍କୁ କିଏ ଅପମାନ କଲେ ସେ ସହିଯିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭକ୍ତ । କଂଗ୍ରେସକୁ ତିଆରି କରିବାକୁ ସେ ଦରକାର ପଡିଲେ ଜୀବନ ଦେବାକୁ ପ୍ରସ୍ତୁତ । କାମ ପାଇଁ ତାଙ୍କର ସମର୍ପଣ ଭାବ ସବୁବେଳେ ରହିବ । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ବଡ ଦାୟିତ୍ୱ ଦେଇଛନ୍ତି । ଅନେକ ରାଜ୍ୟରେ ତାଙ୍କ ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଓଡ଼ିଶାରେ ନୂଆ ଚିନ୍ତାଧାରରେ ରାଜନୀତି ହେବ ବୋଲି କହିଛନ୍ତି ଭକ୍ତ । କ୍ରାନ୍ତି ଆରମ୍ଭ ହୋଇଛି । ଦୁଇ ବର୍ଷ ଭିତରେ ଗାଁ ଗାଁରେ କ୍ରାନ୍ତି ଅଣାଯିବ ବୋଲି ଆଶା କରିଛନ୍ତି ଭକ୍ତ ।
ସେହିପରି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ କହିଛନ୍ତି, ସଙ୍ଗଠନ ସଜାଡିବା ସହ ଲୋକଙ୍କ ହିତକୁ ପ୍ରାଧାନ୍ୟ ଦେବ କଂଗ୍ରେସ । ସାମାଜିକ ନ୍ୟାୟ ଦେବା ପାଇଁ ପ୍ରଚେଷ୍ଟା କରିବ ଦଳ । ଗରିବ ଲୋକଙ୍କ ସ୍ଵର ସାଜିବ କଂଗ୍ରେସ । ବ୍ଲକ୍, ଜିଲ୍ଲା ସଂଗଠନକୁ ଚଳଞ୍ଚଳର କରାଯିବ । ରାଜ୍ଯରେ ୩୬ ହଜାର ମହିଳା ଓ ଶିଶୁ ନିଖୋଜ ରହିଛନ୍ତି । ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଏ ପ୍ରସଂଗରେ ଶୋଇଛନ୍ତି କାହିଁକି ବୋଲି କଂଗ୍ରେସ ପ୍ରଭାରୀ ପ୍ରଶ୍ନ କରିଛନ୍ତି । ଓଡ଼ିଶାର ଖଣି, ପାଣି ଲୁଟୁଛନ୍ତି । ଆଦିବାସୀମାନେ ଅଧିକାର ପାଉନାହାନ୍ତି । କଂଗ୍ରେସ ସଶକ୍ତ ବିରୋଧୀ ଦଳ ଭାବେ କାମ କରିବ । ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣିବ । ୭ମାସରେ ୭୦୦ ବଦନାମ ବୋଝ ନେଇଛି ବିଜେପି ସରକାର । ବିଜେପିକୁ ହଟାଇବା ଏବେ ଲୋକଙ୍କର ପ୍ରଧାନ ମାନସିକତା ବୋଲି କହିଛନ୍ତି ଅଜୟ ଲଲ୍ଲୁ ।
ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ
ନୂଆାଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଶାରୀରିକ ଅସୁସ୍ଥତା କାରଣରୁ ସୋନିଆଙ୍କୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପେଟ ସହ ଜଡ଼ିତ ସମସ୍ୟା କାରଣରୁ ୭୮ ବର୍ଷୀୟା ସୋନିଆଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ଡାକ୍ତର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦେଇଛନ୍ତି ।
ପେଟ ସମସ୍ୟା କାରଣରୁ ସୋନିଆଙ୍କୁ ଗତକାଲି ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଥିଲେ । ଏହା ପୂର୍ବରୁ ଗତ ୨୦୨୩ ମସିହା ସେପ୍ଟେମ୍ବର ମାସରେ ମଧ୍ୟ ସୋନିଆଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ଫୁସଫୁଟ ସଂକ୍ରମଣ କାରଣରୁ ସେ ସମୟରେ ସେ ସାର ଗଙ୍ଗାରାମ ହସ୍ପିଟାଲରେ ଆଡମିଟ ହୋଇଥିଲେ । ପାର୍ଲାମେଣ୍ଟର ବଜେଟ ଅଧିବେଶନ ସମୟରେ ଶେଷଥର ପାଇଁ ସୋନିଆଙ୍କୁ ଦେଖିବାକୁ ମିଳିଥିଲା ।
ଦେଶରେ ବଢିଚାଲିଛି ବ୍ୟାଙ୍କ ଫ୍ରଡ: ଫ୍ରଡ ପଛରେ କର୍ମଚାରୀ !
ନନ୍ଦିଘୋଷ ବ୍ୟୁରୋ: କାହିଁକି ଘଟିଚାଲିଛି ବ୍ୟାଙ୍କ ଫ୍ରଡ ? ଦୈନିକ କାହିଁକି ହଜାର ହଜାର ନିରୀହ ଉପଭୋକ୍ତା ହେଉଛନ୍ତି ସାଇବର ଠକଙ୍କ ଶିକାର। ଏହାରି ପଛରେ ଖୋଦ୍ ବ୍ୟାଙ୍କ କର୍ମଚାରୀ ଓ ତୃତୀୟ ପକ୍ଷ ଭେଣ୍ଡରଙ୍କ ହାତ ରହୁଥିବା ସୂଚନା ମିଳିଛି। ସାଇବର ଜାଲିଆତି ମାମଲାର ତଦନ୍ତ କରୁଥିବା ବିଭିନ୍ନ ସାଇବର ସିକ୍ୟୁରିଟି ସଂସ୍ଥା ଏନେଇ ସୂଚନା ପାଇଛି।
ସାଇବର ଜାଲିଆତି ବିରୋଧରେ ପଦକ୍ଷେପ ନେବା ଲାଗି କିଛି ସପ୍ତାହ ପୂର୍ବେ କେନ୍ଦ୍ର ଗୃହ ମନ୍ତ୍ରାଳୟର ବୈଠକ ବସିଥିଲା। ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ କରାଯାଉଥିବା ଯାଞ୍ଚରୁ ଏହା ଜଣାପଡିଛି ଯେ, ବ୍ଯାଙ୍କର ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟାବଳୀ ସମ୍ପର୍କରେ ଜାଣିବା ଲାଗି କର୍ମଚାରୀ ଓ ତୃତୀୟ ପକ୍ଷ ଭେଣ୍ଡରମାନଙ୍କୁ ଅନୁମତି ଦେବା ଯୋଗୁ ସାଇବର ଫ୍ରଡ ସଂଖ୍ୟା ଅଧିକ ଘଟିବାରେ ଲାଗିଛି। ଜଣେ ବରିଷ୍ଠ ସରକାରୀ କର୍ମକର୍ତ୍ତାଙ୍କ କହିବା କଥା, ବ୍ୟାଙ୍କର ଅତି ଗୋପନୀୟ ତଥ୍ଯାବଳୀକୁ କର୍ମଚାରୀ ଓ ଆଉଟସୋର୍ସିଂ ଷ୍ଟାଫ ସହଜରେ ଜାଣିପାରୁଥିବାରୁ ଏହାର ଫାଇଦା ନେଉଛନ୍ତି ସାଇବର କ୍ରିମିନାଲ।
ବଡ଼କଥା ହେଉଛି ଜାତୀୟ ସାଇବରକ୍ରାଇମ ରିପୋର୍ଟିଂ ପୋର୍ଟାଲରେ ଦର୍ଶାଯାଇଥିବା ଜାଲ୍ ଆକାଉଣ୍ଟଗୁଡିକ ମଧ୍ଯରୁ ୬୦ରୁ ୭୦ ପ୍ରତିଶତ ଆକାଉଣ୍ଟଗୁଡିକ ବିରୋଧରେ ବ୍ୟାଙ୍କ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି। ବ୍ୟାଙ୍କ ନିରାପତ୍ତା କ୍ଷେତ୍ରରେ ବ୍ୟାପକ ତ୍ରୁଟି ଯୋଗୁ ଜାଲିଆତି ସଂଖ୍ୟା ବୃଦ୍ଧି ପାଉଛି ବୋଲି କହିଛନ୍ତି ବିଭିନ୍ନ ଆର୍ଥିକ ଗୁଇନ୍ଦା ସଂସ୍ଥା।

