spot_img
Home Blog Page 1240

କୋରାପୁଟ ଜିଲ୍ଲାରେ ପ୍ରହସନ ପାଲଟିଛି ଧାନମଣ୍ଡି, ମନ୍ତ୍ରୀଙ୍କ ଉଦଘାଟନର ୧୦ ଦିନ ହେଲା ଚାଷୀ ବିକ୍ରି କରିବାରେ ଅସମର୍ଥ

ନନ୍ଦିଘୋଷ ଟିଭି ବ୍ୟୁରୋ: ପ୍ରହସନ ପାଲଟିଛି କୋରାପୁଟ ଜିଲ୍ଲାରେ ଧାନ ମଣ୍ଡି । ଜିଲ୍ଲାରେ ଗତ ୧୧ ତାରିଖରେ ମଣ୍ଡି ଖୋଲି ଉଦଘାଟନ କରାଯାଇଥିଲା । ହେଲେ ଏହାରି ଭିତରେ ୧୦ ଦିନ ବିତିଯାଇଥିଲେ ସୁଦ୍ଧା ଆରମ୍ଭ ହୋଇପାରୁନି ଧାନ କିଣା । ଯୋଗାଣ ମନ୍ତ୍ରୀ କୋରାପୁଟ ଜିଲ୍ଲା ଗ୍ରସ୍ତ କରି ବିଭିନ୍ନ ମଣ୍ଡି ବୁଲି ଦେଖିବା ପରେ ମଣ୍ଡିରେ ଧାନ ବିକ୍ରି କରି ନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।

କୋରାପୁଟ ଜିଲ୍ଲାରେ ପ୍ରହସନ ପାଲଟିଛି ଧାନମଣ୍ଡି । ୧୦ ଦିନ ପରେ ବି ହୋଇପାରୁନି ଧାନକିଣା । ଧୁଆଁବାଣ ପାଲଟିଛି ଯୋଗାଣ ମନ୍ତ୍ରୀଙ୍କ ପ୍ରତିଶ୍ରୁତି । ଚାଷୀଙ୍କ ମହଲରେ ତେଜୁଛି ଅସନ୍ତୋଷ । କୋରାପୁଟ ଜିଲ୍ଲାରେ ଡିଏଲପିସି ବୈଠକରେ ଗତ ୧୧ ତାରିଖରେ ଧାନ ମଣ୍ଡି ଆରମ୍ଭ ହେବ ବୋଲି ନିଷ୍ପତି ହୋଇଥିଲା । ଆଉ ଗତ ୧୧ ତାରିଖରେ ମଣ୍ଡିର ଶୁଭାରମ୍ଭ ବି କରାଗଲା । କିନ୍ତୁ ଦୀର୍ଘ ୧୦ ଦିନ ବିତି ଯାଇଥିଲେ ସୁଦ୍ଧା ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି ଚାଷୀ । ଧାନ ବିକ୍ରି ପାଇଁ ଟୋକେନ ବାହାରିକି ଏକ ସପ୍ତାହ ହେଲାଣି । ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲା ଯାଇନଥିବାରୁ ଧାନ ବିକ୍ରି କରିପାରୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଲୟ ଘେରାଉ କରିଥିଲେ । ଏହାସତ୍ତ୍ବେବି କୌଣସି ସୁଫଳ ମିଳି ନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଧାନକିଣା ନେଇ ଯୋଗାଣ ବିଭାଗ ପକ୍ଷରୁ ମଧ୍ଯ ସ୍ପଷ୍ଟ ଉତ୍ତର ମିଳିପାରୁ ନାହିଁ । ଖୁବଶୀଘ୍ର ଧାନକିଣା ଆରମ୍ଭ ହେବ ବୋଲି କହି କଥାକୁ ଟାଳି ଦେଉଛନ୍ତି । ସେପଟେ  ଗତ ୧୭ ତାରିଖରେ ଯୋଗାଣ ମନ୍ତ୍ରୀଙ୍କ କୋରାପୁଟ ଗ୍ରସ୍ତ ସମୟରେ ବିଭିନ୍ନ ମଣ୍ଡି ବୁଲି ସ୍ଥିତି ପରଖିଥିଲେ । ମନ୍ତ୍ରୀ ଶୁଭାରମ୍ଭ କରିଥିବା ମଣ୍ଡିରୁ ମାତ୍ର ୪ ଜଣ ଚାଷୀଙ୍କ ୩୫୫ କ୍ବିଣ୍ଟାଲ ଧାନ କିଣା ଯାଇଥିଲା । ଏହାପରେ ସବୁ ଠପ୍ । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଧୂଆଁବାଣ ପାଲଟିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଚଳିତବର୍ଷ ଜିଲ୍ଲାରେ ଧାନଚାଷ ଭଲ ହୋଇଥିବାରୁ ଦୁଇପଇସା ପାଇବା ଆଶା ରଖିଥିଲେ ଚାଷୀ । ହେଲେ ଲଘୁଚାପ ଜନିତ ଅଦିନିଆ ବର୍ଷା ଆରମ୍ଭ ହୋଇଯାଇଥିବାରୁ କିପରି ଫସଲକୁ ସୁରକ୍ଷା ଦେବେ ସେନେଇ ଚିନ୍ତାରେ ସମସ୍ତେ । ଯଦି ଧାନକିଣା ବିଳମ୍ବ ହୁଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

୪ ଜିଲ୍ଲାକୁ ୟେଲୋ ଆଲର୍ଟ, ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ:  ଲଘୁଚାପ ପ୍ରଭାବରେ ଲାଗିରହିଛି ବର୍ଷା । କୋହଲା ପାଗ ସାଙ୍ଗକୁ ସାରା ରାଜ୍ଯରେ ଲାଗିରହିଛି ଝିପିଝିପି ବର୍ଷା । ଫଳରେ ଜନଜୀବନ ଅସ୍ତବ୍ଯସ୍ତ ହୋଇପଡିଛି । ଧାନ ଅମଳ ସମୟରେ ଅଦିନିଆ ବର୍ଷାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି । ଭଦ୍ରକରେ ଅନେକ ସ୍ଥାନରେ କ୍ଷେତରେ ପାଣି ଜମିବାରୁ ଧାନ ଭିଜିବା ଆରମ୍ଭ କରିଦେଇଛି । ଆସିକାରେ ବର୍ଷା ଜାରି ରହିଥିବା ବେଳେ ହେକ୍ଟର ହେକ୍ଟର ବିଲରେ କଟା ହୋଇ ପଡିଥିବା ଧାନ ଏବେ ନଷ୍ଟ ହେବାକୁ ବସିଲାଣି । ସେହିପରି ଜଗତସିଂହପୁର ଜିଲ୍ଲାରେ ନିଜର କଷ୍ଟ ଉପାର୍ଜିତ ଧାନକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି ଚାଷୀ । ଧାନ କଞ୍ଚା ଥିଲେ ମଧ୍ଯ କାଟି ନେଇ ଖଳାକୁ ନେଇଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପୋଲସରା ଓ ରାଜନଗରରେ ମଧ୍ୟ ଚାଷୀ ମାନେ ଧାନକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର

ବୌଦ୍ଧ : ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର । ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ବୌଦ୍ଧ ଭିଜିଲାନ୍ସ ଟିମ । ବାଉଁସୁଣି ଥାନା ବୌଦ୍ୟନାଥପୁର ଗଜାନନ ତନ୍ତ ସମବାୟ ସମିତିର ୧୩ ଲକ୍ଷ ୩୧ ହାଜର ଟଙ୍କା ସୁପାରିସ୍ ନିମନ୍ତେ ସଂପାଦକ ପଞ୍ଚାନନ ମେହେରଙ୍କ ଠାରୁ ନେଉଥିଲେ ୧୦ହଜାର ଟଙ୍କା ଲାଞ୍ଚ । ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର ହେଲେ କୃଷ୍ଣଚନ୍ଦ୍ର ସାହୁ ଓ ଆଦିତ କୁମାର ଦାସ । ଦୁଇ ଜଣ ରହୁଥିବା ବୌଦ୍ଧ ସ୍ଥିତ ଭଡା ଘରେ ଜଗାନନ୍ଦ ବିହାର ଓ ରଥସାଇ ଭଡାଘରେ ଚଢ଼ାଉ ଜାରିରହିଛି ଭିଜିଲାନ୍ସ ଟିମ ।

ରାଜ୍ୟରେ ଉତ୍କଟ ଆଳୁ ସଙ୍କଟ, ପଶ୍ଚିମବଙ୍ଗ ଆଳୁ ଟ୍ରକ ପିଛା ନେଉଛି ମନଇଚ୍ଛା ଦର

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ପୁଣିଥରେ ଉତ୍କଟ ହେଲା ଆଳୁ ସଙ୍କଟ । ପଶ୍ଚିମବଙ୍ଗରୁ ଓଡିଶାକୁ ଚୋରା ବାଟରେ ଆସୁଥିବା ଆଳୁ ବି ଏବେ ବନ୍ଦ । ପଶ୍ଚିମବଙ୍ଗ ବ୍ୟବସାୟୀ ଆଳୁ ଟ୍ରକ ପିଛା ମନଇଚ୍ଛା ଦର ନେବାରୁ ଓଡ଼ିଶାର ବ୍ୟବସାୟୀ ପଶ୍ଚିମବଙ୍ଗରୁ ଆଳୁ ନ ଆଣିବାକୁ କଠୋର ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମବଙ୍ଗ ପାଇଁ ଆଳୁ ଦର କୁଇଣ୍ଟାଲ ପିଛା ୨୮୦୦ ଟଙ୍କା ଫିକ୍ସ କରାଯାଇଛି । କିନ୍ତୁ ପଶ୍ଚିମବଙ୍ଗ ବ୍ୟବସାୟୀ ତିନି ହଜାର ଟଙ୍କା ରେଟ ରଖିଛନ୍ତି । ଯାହାକି ଓଡିଶା ବ୍ୟବସାୟୀ ମହାସଂଘ ଗ୍ରହଣ କରିନାହିଁ । ପଶ୍ଚିମବଙ୍ଗରୁ ଚୋରା ବାଟରେ ଆଳୁ ଯେଉଁମାନେ ଆଣୁଛନ୍ତି ଅନେକ ମିଛ କହୁଛନ୍ତି। ଯାହାଦ୍ୱାରା ଖାଉଟିଙ୍କ ଉପରେ ଆର୍ଥିକ ବୋଝ ପଡୁଛି। ଏହାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଲେ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା । ବର୍ତ୍ତମାନ ସରକାରଙ୍କ ପକ୍ଷରୁ କୌଣସି ସହଯୋଗ ଆଶା କରାଯାଉ ନାହିଁ ବୋଲି କହି ସରକାରଙ୍କ ଉପରେ ବର୍ଷିଛି ବ୍ୟବସାୟୀ ମହାସଂଘ। ଭୋଟ ସମୟ ଆସିଲେ ଗ୍ରାହକ ମାନେ ଏହାର ଉତ୍ତର ଦେବେ। ଆଳୁର ପାଇକାରୀ ଦର ୨୨୦୦ ରୁ ୨୮୦୦ ରହୁଛି।

ତେଣୁ ଆଳୁ ଦର ବଜାରରେ ୪୦ କିମ୍ବା ୫୦ ଟଙ୍କା ହେବା କଥା ନୁହେଁ । ବ୍ୟବସାୟୀଙ୍କ ମଧ୍ୟରେ ଗୋଟିଏ ଅସୁସ୍ଥ ପ୍ରତିଯୋଗିତା ଚାଲିଛି। ସରକାରଙ୍କ ପାଖରେ ଏହାକୁ ନିୟନ୍ତ୍ରଣ କରିବାକୁ ପଲିସି ନାହିଁ। ସରକାର ଆଳୁର ଗୋଟିଏ ଦର ଧାର୍ଯ୍ୟ କରନ୍ତୁ ବୋଲି ଦାବି କରିଛି ମହାସଂଘ। ସରକାରଙ୍କୁ ଏକଥା କିଏ ଶିଖାଇବ କି ବୋଲି ପ୍ରଶ୍ନ କଲା ବ୍ୟବସାୟୀ ମହାସଂଘ । ସେଥିପାଇଁ ହିଁ ପଶ୍ଚିମବଙ୍ଗରୁ ଆଳୁ ଆଣିବା ଉପରେ ସର୍ତ୍ତ ରଖାଗଲା ବୋଲି କୁହାଯାଇଛି । ଏହି ସମୟରେ ରାଜ୍ୟର ବ୍ୟବସାୟୀ ମାନେ ୟୁପି ସହ ଆଳୁକୁ ନେଇ କଲେ ଚୁକ୍ତି । ଆଳୁ ସପ୍ଲାଏ ଚେନକୁ ବ୍ୟାହତ କରାଯିବ ନାହିଁ ବୋଲି ୟୁପି ପ୍ରତିଶ୍ରୁତି ଦେଇଛି। ୟୁପିରୁ ଆଳୁ ଆସିଲେ ରାସ୍ତା ଖର୍ଚ୍ଚ ଅଧିକ ପଡୁଛି। ୧୦ ରୁ ୨୦ ଜଣ ବ୍ୟବସାୟୀ ମିଶି ଟ୍ରେନରେ ଆଳୁ ଆଣିବାକୁ ଯୋଜନା ରଖିଛନ୍ତି । ୮୪ ପ୍ରକାର ଆଳୁ ୟୁପିରେ ଉପଲବ୍ଧ । ଆସାମକୁ ଆଳୁ ଟ୍ରେନରେ ଯାଉଛି । କେନ୍ଦ୍ର ସରକାର ଓ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ଏଭଳି ନିଷ୍ପତ୍ତି ନିଆଯାଇପାରେ । ୟୁପିର ବ୍ୟବସାୟୀ, ଚାଷୀ, ଶୀତଳ ଭଣ୍ଡାର ମାଲିକଙ୍କ ସମେତ ଉଦ୍ୟାନକୃଷି ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଗୋଟିଏ ବୁଝାମଣା ହୋଇଛି ୟୁପି ସହିତ । ଏଭଳି ନିଷ୍ପତ୍ତି ନେଇଥିବାରୁ ଖାଉଟିଙ୍କ ସହଯୋଗ ଲୋଡିଲା ବ୍ୟବସାୟୀ ମହାସଂଘ । ୟୁପି ଆଳୁ ଖରାପ ବୋଲି ଓଡ଼ିଶାରେ ମାନସିକତା ରହିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ କେହି ବି ଏହାକୁ ପସନ୍ଦ କରୁ ନ ଥିବା ସ୍ବୀକାର କରିଛି ମହାସଂଘ । ଆଉ ଟିକେ ଅଧିକ ଦର ଦେଲେ ୟୁପିରୁ ଆହୁରି ଭଲ ମାନର ଆଳୁ ଆସିପାରିବ । ଏ ଦିଗରେ ବି ଧ୍ୟାନ ଦିଆଯାଉଛି । ଲୋକଙ୍କ ଗ୍ରହଣୀୟତା ବଢିଲେ ଯାଇ ୟୁପି ଆଳୁ ଅଧିକ ମଗାଯାଇ ପାରିବ ବୋଲି କହିଛି ମହାସଂଘ ।

ପୁଣି ଛତିଶଗଡ଼ ସରକାରଙ୍କ ଚାଲାକି, ସମସ୍ତ ବ୍ୟାରେଜ୍ କରିଦେଇଛି ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଛତିଶଗଡ଼ ସରକାରଙ୍କ ଚାଲାକି । ମହାନଦୀ ଜଳ ବିବାଦ ଟ୍ରିବୁନାଲର କଥା ନଶୁଣି ସମସ୍ତ ବ୍ୟାରେଜ୍ ବନ୍ଦ କରିଦେଇଛି ଛତିଶଗଡ଼ । ଫଳରେ ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା କେବଳ ୫୦୧ ଘନଫୁଟକୁ ଖସି ଆସିଛି । ସବୁ ରେକର୍ଡ ଭାଙ୍ଗିଛି ଏହି ଜଳ ପ୍ରବେଶ ମାତ୍ରା । ଯଦି ଡିସେମ୍ବର ମାସରେ ଏତିକି ପାଣି ଆସୁଛି ତାହେଲେ ଆଗକୁ ସ୍ଥିତି ଭୟଙ୍କର ହୋଇପାରେ ବୋଲି ସନ୍ଦେହ କରାଯାଇଛି । ଯେଉଁ ସମୟରେ ୧୦ ହଜାର ଘନଫୁଟ ପାଣି ଆସିବା କଥା ଆଜି କେବଳ ୫୦୧ ଘନଫୁଟ ପାଣି ଆସୁଛି ।

ଜେପିସିକୁ ମନୋନୀତ ହେଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଜେପିସିକୁ ମନୋନୀତ ହେଲେ ରାଜ୍ୟସଭା ବିଜେଡି ସାଂସଦ ମାନସ ମଙ୍ଗରାଜ । ମାନସଙ୍କ ସହ ୧୨ ରାଜ୍ୟସଭା ସଦସ୍ୟ ଯୁଗ୍ମ ସଂସଦୀୟ କମିଟିକୁ ମନୋନୀତ ହୋଇଛନ୍ତି । ୧୨ ଜଣ ସାଂସଦ ହେଲେ ମାନସ ମଙ୍ଗରାଜ, ଘନଶ୍ଯାମ ତିୱାରୀ, ଭୁବନେଶ୍ଵର କଲିତା, ଡ. କେ ଲକ୍ଷ୍ମଣ, କବିତା ପଟିଦାର, ସଂଜୟ ଝା, ରଣଦୀପ ସିଂହ ସୂର୍ଯ୍ୟେୱାଲା, ମୁକୁଲ ୱାସନିକ, ସକେତ ଗୋଖଲେ, ପି. ୱିଲସନ, ସଂଜୟ ସିଂହ ଏବଂ ଭି. ବିଜୟସାଇ ରେଡ୍ଡୀ । ଏକ ଦେଶ ଏକ ନିର୍ବାଚନ ବିଲ ପାଇଁ ଗଠିତ ହୋଇଛି ୩୯ ଜଣିଆ ଜେପିସି ।

ପୁଅର ଦୁର୍ମମ କାଣ୍ଡ , ସମ୍ପର୍କୀୟଙ୍କୁ ନଜଣାଇ ମାଆ କୁ ଘର ଅଗଣା ରେ ପୋତି ଦେଲା …

ନନ୍ଦିଘୋଷ ବ୍ୟୁରୋ: ପ୍ରତିଦିନ କିଛି ନାଁ କିଛି ଆାଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସୁଛି ।  କେଉଁଠି ନିଜ ପୁଅ କୁ ବାପା ମାରିଦେଉଛି ତ ଆଉ କେଉଁଠି ମା କୁ ମାରିଦେଉଛି ପୁଅ । ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯେଉଁଠି ନିଜ ମାଆର ମର ଶରୀରକୁ କହାକୁ କିଛି ନଜଣାଇ ଘରର ଅଗଣାରେ ପୋତିଦେଇଥିଲା ପୁଅ ।  ଏଭଳି ଘଟଣା  ଘଟିଛି କେରଳର କୋଚି ଅନ୍ତଗର୍ତ ବେନ୍ନାଲାରେ ।  ପ୍ରଦୀପ ଭେନେଲା ନାମକ  ୫୦ ବର୍ଷିୟ ଜଣେ ବ୍ୟକ୍ତି ଏହି ଅଭାବନୀୟ  ଘଟଣା ଘଟାଇଛି ।  ପ୍ରଦୀନ ଜଣେ ନିଶାଗ୍ରସ୍ତ ଏବଂ ମାନସିକ  ଭାବେ ଅସ୍ଥିର ବ୍ୟକ୍ତି । ସେ ତାଙ୍କ ପରିବାରର  ଅନ୍ୟମାନଙ୍କୁ ହଇରାଣ କରୁଥିଲେ । ପ୍ରଦୀପଙ୍କ ମା ଜଣେ ମଧୁମେୟ ରେଗୀ ଥିଲେ । ପଡୋଶୀଙ୍କଠାରୁ ସୂଚନା ପାଇ ପୋଲିସ ଗୁରୁବାର ଅଭିଯୁକ୍ତ ପ୍ରତୀପ (୫୦)ଙ୍କୁ ଗିରଫ କରିଛି

ପ୍ରଦୀପ ପୋଲିସ ନିକଟରେ କହିଛି ଯେ ସେ ମଦ୍ୟପାନ କରିଥିଲେ ମାତ୍ର ତାଙ୍କ ମାଆ ଙ୍କୁ ମାରିନାହାନ୍ତି । ତାଙ୍କ ମାଆଙ୍କର ପ୍ରାକ୍ୟତିକ ଭାବରେ ଦେହାନ୍ତ ହୋଇଛି । ସେ ନିଜ ମାଆାଙ୍କର ସମସ୍ତ ରିତୀନିତି କରି ସାରିବା ପରେ ତାଙ୍କୁ ମାଟି ତଳେ ପୋତିଦେଇଥିଲେ । ପୋଲିସ ମାଟି ଖୋଳି ମୃତଦେହ ବାହାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି  ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି

ହରିୟାଣାର ପୂବର୍ତନ ମୂଖ୍ୟମନ୍ତ୍ରୀ ଓମ୍ ପ୍ରକାଶଙ୍କ ପରଲୋକ

ହରିୟାଣା: ହରିୟାଣାର ପୂବର୍ତନ ମୂଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକ ଦଳର ମୁଖ୍ୟ  ଓମ ପ୍ରକାଶ ଚୌତାଲାଙ୍କର ଆଜି  ଦେହାନ୍ତ ହୋଇଛି ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ଆଜି ତାଙ୍କ ଗୁରୁଗାଓଁସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି 1 ଜାନୁୟାରୀ ୧୯୩୫ ରେ ତାଙ୍କର ଜନ୍ମ ହୋଇଥିଲା ।  ଜଣେ ପ୍ରଭାବଶାଳୀ ଭାରତୀୟ  ରାଜନେତା  ତଥା ଭାରତୀୟ ଜତୀୟ ଲୋକ ଦଳ ର ଜଣେ ପ୍ରମୁଖ ନେତା ଥିଲେ ।  ସେ ଭାରତର ୬ଷ୍ଠ ତମ ଉପମୂଖ୍ୟମନ୍ତ୍ରୀ  ଚୌଧୁରୀ ଦେବୀ ଲାଲଙ୍କ ପୁଅ ଥିଲେ ।

ଡିସେମ୍ବର ୧୯୮୯ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୭୧ ଦିନ ଏହି ପଦବୀରେ ରହିଥିଲେ। ଏହା ପରେ ସେ ୧୨ ଜୁଲାଇ ୧୯୯୦ରେ ମୁଖ୍ୟମନ୍ତ୍ରୀ ହୋଇ ପଦବୀରେ ମାତ୍ର ଦିନ ରହିଥିଲେ ଓମ୍ପ୍ରକାଶ ପୁଣି ୨୪ ଜୁଲାଇ ୧୯୯୯ରେ ମୁଖ୍ୟମନ୍ତ୍ରୀ ଚେୟାରରେ ବସି ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ରହିଥିଲେ। ତାପରେ ସେ ତାଙ୍କର କାର୍ଯ୍ୟକାଳ ପାଞ୍ଚ ବର୍ଷ ପୂରଣ କଲେ। ଅର୍ଥାତ୍ସେ ୨୦୦୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେଓମ୍ପ୍ରକାଶଙ୍କ ପିତା ଚୌଧୁରୀ ଦେବୀ ଲାଲ୍ଦୁଇଥର ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ମହିଳା ମନ୍ତ୍ରୀଙ୍କୁ ଗାଳିଗୁଲଜ କରି ଗିରଫ ହୋଇଛନ୍ତି କର୍ଣ୍ଣାଟକ ବିଜେପି ନେତା ସିଟି ରବି

କର୍ଣ୍ଣାଟକ: କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି ନେତା ସିଟି ରବିଙ୍କୁ ଗିରଫ କରାଯାଇଛି। ମହିଳା କର୍ମୀଙ୍କୁ ଅପମାନ କରିଥିବା ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ମହିଳା ଓ ଶିଶୁ ବିକାଶର କଂଗ୍ରେସ ମନ୍ତ୍ରୀ ଲକ୍ଷ୍ମୀ ହେବଲକରଙ୍କ ଉପରେ ଅଶ୍ଳିଳ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଗିରଫଦାରୀ ସମ୍ପର୍କରେ ସିଟି ରବି ଗୁରୁତର ଅଭିଯୋଗ ଆଣିଛନ୍ତି। ରବି କହିଛନ୍ତି ଯେ ରାତି ୮ ଟାରେ ପୋଲିସ ତାଙ୍କୁ ଖାନପୁରା ପୋଲିସ ଷ୍ଟେସନକୁ ନେଇଥିଲା। ଦିନକ ପୂର୍ବରୁ ବିଧାନ ପରିଷଦରେ କଂଗ୍ରେସ ନେତା ତଥା କର୍ଣ୍ଣାଟକ କ୍ୟାବିନେଟ ମନ୍ତ୍ରୀ ଲକ୍ଷ୍ମୀ ହେବବାଲକରଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରି ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା ବୋଲି ପୋଲିସ କହିଛି। ତେବେ ରବିଙ୍କ ବିରୁଦ୍ଧରେ ହୋଇଥିବା ଅଭିଯାଗକୁ ଅସ୍ବୀକାର କରି ଏହାକୁ ମିଥ୍ୟା ବୋଲି ପ୍ରକାଶ କରି କହିଛନ୍ତି ମୁଁ ଏଭଳି କିଛି ଅପମାନ ଜନିତ ମନ୍ତବ୍ୟ ଦେଇନାହିଁ ଯାହାକୁ ନେଇ ମୋ ନାଁ ରେ ଅଭିଯୋଗ କରାଯାଇଛି । ଅନ୍ୟପଟେ କଂଗ୍ରେସ ନେତ୍ରୀ ଦେଇଥିବା ଅଭିଯାଗ ଆଧାରରେ କଂଗ୍ରେସ କର୍ମୀ ରବିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି କହି ବିକ୍ଷୋପ ପ୍ରଦର୍ଶନ କରିଛନ୍ତି ।

ବିଗିଡ଼ିଲା ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ସିଏମଙ୍କର ସମସ୍ତ କର୍ଯ୍ୟକ୍ରମ ବାତିଲ

ବିହାର: ବିହାରର ରାଜଧାନୀ ପାଟନାଠାରୁ ବଡ ଖବର  ସାମ୍ନାକୁ ଆସିଛି ବାସ୍ତବରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି ସୂଚନାନୁସାରେ, ସିଏମ ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅସୁସ୍ଥ ଥିବା ହେତୁ ଆଜି ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି କୁହାଯାଉଛି ଯେ ଥଣ୍ଡା ଏବଂ ପାଗ ପରିବର୍ତ୍ତନ ଯୋଗୁ ମୁଖ୍ୟମନ୍ତ୍ରୀ ଭାଇରାଲ ଜ୍ୱରରେ ପୀଡିତ ଅଛନ୍ତି, ଯେଉଁଥିପାଇଁ ଡାକ୍ତରମାନେ ତାଙ୍କୁ ଆଜି ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି

 ସିଏମ୍ ନିବାସରୁ  ମିଳିଥିବା ସୂଚନା ଅନୁଯାୟୀ, ପାଣିପାଗ ଏବଂ ଥଣ୍ଡା ପରିବର୍ତ୍ତନ ହେତୁ ସିଏମ୍ ନୀତୀଶ କୁମାର ଭାଇରାଲ୍ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ଏହି କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଟିକେ ଅସ୍ୱାସ୍ଥ୍ୟକର ଅଟେ। ଏଭଳି ପରିସ୍ଥିତିରେ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ତେଣୁ ଆଜି ସିଏମ ନୀତୀଶ କୁମାରଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଆଜି  ସିଏମ ନୀତୀଶ କୁମାରଙ୍କୁ ଆଜି ପାଟନା ଠାରୁ ରାଜଗିର ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପଡିଥିଲା।

ମୁଖ୍ୟମନ୍ତ୍ରୀଙ୍କର  ଆଜି ଜୟନ ଭବନରେ ବ୍ୟବସାୟ ସଂଯୋଗ କାର୍ଯ୍ୟକ୍ରମରେ ଯୋଗଦେବେ। ଆଜି ସନ୍ଧ୍ୟାରେ ସିଏମ ନୀତୀଶ କୁମାର ମଧ୍ୟ ଆଦାନୀ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ପ୍ରଣବ ଆଦାନୀଙ୍କୁ ଭେଟିବାର କର୍ଯ୍ୟକ୍ରମ ଥିଲା । ବିଜନେସ୍ କନେକ୍ଟ କାର୍ଯ୍ୟକ୍ରମରେ ନୀତୀଶ କୁମାରଙ୍କ ଉପସ୍ଥିତିରେ ଅନେକ କମ୍ପାନୀ ସହିତ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହେବ। କିନ୍ତୁ, ଅସୁସ୍ଥତା ହେତୁ ବର୍ତ୍ତମାନ ସିଏମ ନୀତୀଶ କୁମାର ଜୟ ଭବନ ଯିବେ ନାହିଁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ରାଜଗିରିରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହେତୁ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମକୁ  ବାତିଲ କରାଯାଇଛି।