spot_img
Home Blog Page 1238

୫ ମାସ ପୂର୍ବେ ବାହାଘର, ଦୁଇ ମାସର ଗର୍ଭବତୀ; ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର

ଚାନ୍ଦବାଲି: ୫ ମାସ ତଳେ ହୋଇଥିଲା ବାହାଘର । ମହିଳା ଦୁଇ ମାସର ଗର୍ଭବତୀ ଥିଲେ । ଏମିତି ସ୍ଥିତିରେ ଆଜି ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ତାଙ୍କ ମୃତଦେହ । ଶାଶୁଘର ଲୋକେ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଏମିତି ଘଟଣା ଘଟିଛି ଚାନ୍ଦବାଲି ଏନଏସି ଅନ୍ତର୍ଗତ କୃଷ୍ଣପୁର ଗାଁରେ । ମୃତ ମହିଳା ହେଲେ ଅନସୂୟା ।

ଗତ ଜୁଲାଇରେ ଚାନ୍ଦବାଲି ଏନଏସି ଅନ୍ତର୍ଗତ କୃଷ୍ଣପୁର ଗାଁର ବିଶ୍ଵରଞ୍ଜନଙ୍କୁ ବିବାହ କରିଥିଲେ ଅନସୂୟା । ବିବାହର ୮ ଦିନ ପରେ ନବବଧୂ ଉପରେ ଯୌତୁକ ପାଇଁ ଅତ୍ଯାଚାର କରାଯାଉଥିବା ଅଭିଯୋଗ ହୋଇଥିଲା । ତେବେ ଗତକାଲି ଶାଶୁଘରେ ଅନସୂୟାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଅନସୂୟା ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକ କହୁଥିବା ବେଳେ ଯୌତୁକ ପାଇଁ ଝିଅକୁ ମାରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାପଘର ଲୋକେ ।

ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ପୂର୍ଣ୍ଣ ଅବ୍ୟବସ୍ଥା ମଧ୍ୟରେ ଧାନ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଭୁବନେଶ୍ବର: ମଣ୍ଡି ଅବ୍ଯବସ୍ଥା ନେଇ ବିରୋଧୀ ଦଳ ଉପନେତା ତଥା ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉଦବେଗ । ହଜାର ହଜାର ବସ୍ତା ଧାନ ବର୍ଷାରେ ହେଉଛି ନଷ୍ଟ । ଧାନ ଅମଳ ହୋଇ ସାରିଥିଲେ ବି ଚାଷୀକୁ ମିଳିନି ଟୋକନ । ଚାଷୀ କେଉଁଠି ଧାନ ରଖିବେ ପ୍ରଶ୍ନ କରିବା ସହ କହିଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ଧାନ ସଂଗ୍ରହ କରୁଛନ୍ତି । ଅନେକ ଧାନ ଟ୍ରକ୍ ମଣ୍ଡିକୁ ନଯାଇ ସିଧା ମିଲକୁ ଯାଉଛି । ଏହାଦ୍ବାରା କେମିତି ଚାଷୀଙ୍କ ବିକାଶ ହେବ ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ।

ସେ କହିଛନ୍ତି, ବର୍ଷାରେ ଧାନର ରଙ୍ଗ ବଦଳି ଯିବ । FAQ କ୍ୱାଲିଟି ରହିବ ନାହିଁ । ଯାହାଦ୍ବାରା ଚାଷୀ କ୍ଷତି ସହିବ । ଚାଷୀ ବାଧ୍ୟ ହୋଇ ଦଲାଲଙ୍କୁ ଧାନ ବିକ୍ରି କରି ଶୋଷଣର ଶିକାର ହେବ । ସରକାରଙ୍କ ସବୁ ଘୋଷଣା ନିରର୍ଥକ ହୋଇଯାଇଛି । ଦଲାଲଙ୍କୁ ନିୟନ୍ତ୍ରଣ କରନ୍ତୁ ସରକାର । ମଣ୍ଡିରେ କେମିତି ଚାଷୀଙ୍କ ଧାନ ସୁରକ୍ଷିତ ରହିବ, ସେ ଉପରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ । ପ୍ରସନ୍ନ ଅଭିଯୋଗ କରିଛନ୍ତି, ସରକାର କହିଥିଲେ କଟନୀ ଛଟନୀ ହେବ ନାହିଁ । କିନ୍ତୁ ଏବେ ବି କଟନୀ ଛଟନୀ ଚାଲିଛି ।

ଅନ୍ଯପଟେ କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ ଏ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ବୋଧେ କିଛି ମନ୍ତ୍ର ଅଛି ବୋଲି କହୁଛନ୍ତି ଖରାରେ ଶୁଖାଇଲେ ଧାନ ଠିକ ହୋଇଯିବ । ବର୍ଷା ହେଲେ ଧାନ ନଷ୍ଟ ହେବ । ମଣ୍ଡି ବ୍ୟବସ୍ଥା ନାହିଁ । FAQ ମାନ ବ୍ୟବସ୍ଥାରେ ଥିବା ତ୍ରୁଟି ନ ସୁଧୁରିଲେ ଧାନ ବିକିବା କଷ୍ଟକର ହୋଇଯିବ । ଯେଉଁ ଧାନ ଅଛି, ବର୍ଷା ଯୋଗୁଁ ନଷ୍ଟ ହୋଇଯିବ । ତେଣୁ ସବୁ ଧାନ ଉଠାଇବାକୁ ସେ ଦାବି କରିଛନ୍ତି । କେବଳ କାଗଜକଲମରେ ସୀମିତ ନ ରୁହନ୍ତୁ ସରକାର । ଅନେକ ସ୍ଥାନରେ ଧାନ ଅମଳ ବି ହୋଇନି । ଆଉ ଅମଳ ହୋଇ ପାରିବ ନା ନାହିଁ ସନ୍ଦେହ ବୋଲି ଆଶଂକା ପ୍ରକାଶ କରିଛନ୍ତି ସେ ।

ପତ୍ନୀର ତଣ୍ଟି କାଟି ହତ୍ୟା କଲେ ସ୍ବାମୀ !

ବରଗଡ଼: ପାରିବାରିକ କଳହରୁ ପତ୍ନୀଙ୍କ ତଣ୍ଟି କାଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ । ଶବରୁ ଦୁର୍ଗନ୍ଧ ବାହାରୁ ଥିବାରୁ କିଛିଦିନ ଆଗରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଘଟଣା ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ କେନକେଡା ଗାଁରେ ଘଟିଛି । ମୃତ ମହିଳାଙ୍କ ନାଁ ଚନ୍ଦ୍ରକାନ୍ତି ସାହୁ ।

ପାରିବାରିକ କଳହରୁ ଚନ୍ଦ୍ରକାନ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶବକୁ ଦେଖିଲେ ଓ ଏଥିରୁ ଦୁର୍ଗନ୍ଧ ବାହାରୁ ଥିବାରୁ ତାଙ୍କୁ ଦୁଇଦିନ ପୂର୍ବରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇବା ପରେ ଗାଇସିଲେଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହାସହ ଏକ ମାମଲା କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ବର: ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ମାଲକାନଗିରି ବଣ୍ଡାଘାଟି ଅଞ୍ଚଳରେ ୧୨ ହଜାରରୁ ଅଧିକ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି । ଏଠାରେ ୯ ହଜାର ମହିଳା ପାଇଛନ୍ତି ପ୍ରଥମ କିସ୍ତି । ୩ ହଜାର ମହିଳା ଏଯାଏଁ ପାଇ ନାହାଁନ୍ତି । ଯେଉଁ ପ୍ରତିବନ୍ଧ ଥିଲା ତାର ସମାଧାନ ହେଇଛି ।

ଏଠାରେ ପାନୀୟ ଜଳ ଓ ସ୍କୁଲ ସମସ୍ୟା, ଇଣ୍ଟରନେଟ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଟଙ୍କା ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିବ । ପ୍ରସ୍ତୁତି ଚାଲିଛି, ସମସ୍ତଙ୍କୁ ସୁଯୋଗ ଦିଆଯିବ । ଯାଞ୍ଚରେ ଟିକିଏ ଡେରି ହେଇଛି । ୩୦ ତାରିଖ ସୁଦ୍ଧା ସବୁ ସାରିବାକୁ ଲକ୍ଷ୍ୟ ରହିଛି । ସବୁ ଭେରିଫିକେସନ୍ ଯଦି ସରିଲା ଜାନୁଆରୀରେ ମିଳିବା ଆଶା ରହିଛି ।

EPFO ଜାଲିଆତି: ପୂର୍ବତନ କ୍ରିକେଟର ରବିନ ଉଥାପ୍ପାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି

ନୂଆଦିଲ୍ଲୀ: ଭବିଷ୍ଯନିଧି ପାଣ୍ଠି (EPFO) ଜାଲିଆତି ମାମଲା । ପୂର୍ବତନ କ୍ରିକେଟର  ରବିନ ଉଥାପ୍ପାଙ୍କ ବିରୋଧରେ ଜାରି ହେଲା ଆରେଷ୍ଟ  ଓ୍ବାରେଣ୍ଟ । ଆଞ୍ଚଳିକ ପ୍ରୋଭିଡେଣ୍ଡ ଫଣ୍ଡ କମିଶନର ଏହି ଗିରଫ କରଓ୍ବାନା କାରି କରିଛନ୍ତି । ଆସନ୍ତା ଡିସେମ୍ବର ୨୭ ସୁଦ୍ଧା ୨୪ ଲକ୍ଷ ବକେୟା ଅର୍ଥ ତୁରନ୍ତ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନଚେତ ଗିରଫ ପାଇଁ ଚେତାବନୀ ଦିଆଯାଇଛି ।

ନିଜ ଦ୍ବାରା ପରିଚାଳିତ ଏକ କପଡା କମ୍ପାନୀର କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିକୁ ଜାଲିଆତି କରିବା ନେଇ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଥିଲା । ବେଙ୍ଗାଳୁରୁରେ ଉଥାପ୍ପାଙ୍କ ରହିଛି ସେଣ୍ଟାଉର୍ସ ଲାଇଫ ଷ୍ଟାଇଲ ବ୍ରାଣ୍ଡସ୍ ପ୍ରାଇଭେଟ ଲିମିଟେଡ କପଡା କମ୍ପାନୀ । ତେବେ ସେ କର୍ମଚାରୀଙ୍କ ପ୍ରାୟ ୨୪ ଲକ୍ଷ ଟଙ୍କା ଦାଖଲ କରି ନଥିଲେ । କର୍ମଚାରୀଙ୍କଠାରୁ ପିଏଫ ବାବଦ ଅର୍ଥ ଆଦାୟ ହୋଇଥିଲେ ବି ଇପିଏଫଓ ନିକଟରେ ସେ ଏହି ଅର୍ଥ ଦାଖଲ କରି ନଥିଲେ ।

ୟୁରୋପକୁ ଡୋନାଲ୍ଡ ଟ୍ରମ୍ପଙ୍କ ନାଲିଆଖି, ଅଧିକ ଶୁଳ୍କ ଲାଗୁ କରିବାକୁ ଧମକ

ଓ୍ବାସିଂଟନ: ରାଷ୍ଟ୍ରପତି ଗାଦିରେ ବସିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏବେ ସବୁଠି ଛାନିଆ । ସେ ଶତ୍ରୁ ଦେଶ ହୁଅନ୍ତୁ ବା ମିତ୍ର ଦେଶ । ଟ୍ରମ୍ପଙ୍କୁ ନେଇ ସମସ୍ତଙ୍କ ମନରେ ଭୟର ବାତାବରଣ । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଗାଦିରେ ବସିବା ପୂର୍ବରୁ ସାରା ୟୁରୋପକୁ ନାଲି ଆଖି ଦେଖାଇଛନ୍ତି ଟ୍ରାମ୍ପ ।

ଆମେରିକୀୟ ତୈଳ ଓ ଗ୍ୟାସ କ୍ରୟ ପରିମାଣ ବୃଦ୍ଧି ନକଲେ ୟୁରୋପୀୟ ରାଷ୍ଟ୍ରଗୁଡିକ ଉପରେ ଅଧିକ ଶୁଳ୍କ ଲାଗୁ ହେବ ବୋଲି ଧମକ ଦେଇଛନ୍ତି ଟ୍ରମ୍ପ । ଆମେରିକା ସହ ଟ୍ରେଡ ଗ୍ଯାପ ହ୍ରାସ କରିବା ଲାଗ ଟ୍ରମ୍ପ ଆଗୁଆ ଏହି ସୂଚନା ଦେଇଛନ୍ତି ।

ଗତ ନଭେମ୍ବରରେ ଟ୍ରମ୍ପ ଦେଇଥିବା ଏକ ଧମକକୁ ନେଇ ଛାନିଆ ହୋଇଥିଲେ କାନାଡା ଓ ମେକ୍ସିକୋ । ଡ୍ରଗ୍ସ ଓ ସୀମା ପରିଚାଳନାକୁ ନେଇ ଟ୍ରମ୍ପ କହିଥିଲେ, ଯଦି କାନାଡା ଓ ମେକ୍ସିକୋ ଏହାର ସଠିକ୍ ନିୟନ୍ତ୍ରଣ ନ କରନ୍ତି ତେବେ ଆମଦାନୀ କ୍ଷେତ୍ରରେ ଏହି ଦୁଇ ଦେଶ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବ । ଆମେରିକା ଅଧିକ ତୈଳ ଉତ୍ପାଦନ କରୁଥିଲେ ବି ଜୀବାଶ୍ମ ଜାଳେଣି ଉତ୍ପାଦନ ବଢ଼ାଇବା ଲାଗି ପୂର୍ବରୁ ଟ୍ରମ୍ପ ସୂଚନା ଦେଇଥିଲେ । ନିର୍ବାଚନ ପୂର୍ବରୁ ତୈଳ ଉତ୍ପାଦନ କ୍ଷେତ୍ରରେ କଟକଣା କୋହଳ ଲାଗି ପ୍ରତିଶ୍ରୁତି ଦେଇଥିଲେ ଟ୍ରମ୍ପ । ଆମେରିକାଠାରୁ ୟୁରୋପୀୟ ରାଷ୍ଟ୍ର ଯେତିକି ଆମଦାନୀ କରୁଛନ୍ତି ତା’ଠାରୁ ଅଧିକ ଆମେରିକାକୁ ରପ୍ତାନୀ କରୁଥିବାରୁ ଟ୍ରମ୍ପଙ୍କ ଏହି ଘୋଷଣା ୟୁରୋପ ଲାଗି ଚିନ୍ତାର କାରଣ ହୋଇଛି ।

ବର୍ଷାରେ ବର୍ଷକର ରୋଜଗାର ଆଖି ଆଗରେ ନଷ୍ଟ, ଚାଷୀ ମୁଣ୍ଡରେ ଚଡକ

ଭଦ୍ରକ: ଦାଉ ସାଧୁଛି ବର୍ଷା । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଦୁଇ ଦିନ ଧରି ଲାଗିରହିଛି ଲଗାଣ ବର୍ଷା । ଧାନ ଅମଳ ବେଳକୁ ଅଦିନିଆ ବର୍ଷା ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି । ଯାହାର ପ୍ରଭାବ ଭଦ୍ରକ ଜିଲ୍ଲା ଆରଡି, ତିହିଡି ସମେତ ଧାମନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ପାଚିଲା ଧାନକୁ କିପରି ବର୍ଷା ଦାଉରୁ ରକ୍ଷା କରିବେ ସେଥିପାଇଁ କିଏ ପଲିଥିନ ଢାଙ୍କୁଛି ତ ଆଉ କିଏ ବସ୍ତାରେ ଧାନକୁ ସାଉତୁଛି ।

ଅନ୍ୟପଟେ ଯାଜପୁରରେ ମଧ୍ୟ ଏକର ଏକର ଜମିରେ ଧାନ ଭିଜୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସେହିପରି ମୁନିଗୁଡାରେ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନକୁ କିପରି ସୁରକ୍ଷା ଦେବେ ସେଥିପ୍ରତି ଲାଗି ପଡିଛନ୍ତି । କଟକ ନିଆଳିରେ ଶହ ଶହ ହେକ୍ଟର ଜମିରେ ହୋଇଥିବା ଧାନ ଫସଲ ପାଣିରେ ଭିଜୁଛି । ବର୍ଷକର ରୋଜଗାର ଆଖି ଆଗରେ ନଷ୍ଟ ହୋଇଯାଉଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । କାମାକ୍ଷାନଗର ଅଞ୍ଚଳରେ ମଧ୍ୟ ସ୍ଥିତି ସମାନ ରହିଛି ।

ରୁଷିଆ ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ରୁଷିଆ ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ। ରୁଷିଆର କାଜନ ସହର ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ ହୋଇଛି । ଋଷର କଜାନ ସହରରେ ୯/୧୧ ଭଳି ଆକ୍ରମଣ ହୋଇଛି । ୩ଟି ବହୁତଳ ପ୍ରାସାଦକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି । ଡ୍ରୋନରେ ବିଲଡିଂକୁ ଆକ୍ରମଣ କରାଯାଇଛି । ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏନେଇ ରୁଷିଆ ୟୁକ୍ରେନକୁ ଦୋଷ ଦେଇଛି । ୮ଟି ଆକ୍ରମଣ ନେଇ ଗଣମାଧ୍ୟମରେ ସୂଚନା ମିଳିଛି ।

ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ, କାଜନ ସହରରେ ହୋଇଥିବା ଆକ୍ରମଣରେ ଋଷର ବାୟୁସେନାଙ୍କ ଦ୍ୱାର ଏକ ୟୁକ୍ରେନ ଡ୍ରୋନକୁ ନଷ୍ଟ କରିଦିଆଯାଇଛି । ଏହି ଡ୍ରୋନ ଆକ୍ରମଣରେ କେହି ମୃତହାତ ହୋଇନଥିବା ସୂଚନା ମିଳିଛି ।

ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଭଗବାନଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । ତିନିଟି ହିନ୍ଦୁ ମନ୍ଦିରରେ ଥିବା ୮ଟି ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ବାଂଲାଦେଶର ମିମେନସିଂ ଓ ଦିନାଜପୁରରେ ଏହି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢିଚାଲିଥିବାବେଳେ ମନ୍ଦିରଗୁଡିକୁ ବି ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ । ମିମେନସିଂର ହଳୁଆଘାରେ ଥିବା ଦୁଇଟି ମନ୍ଦିର ଓ ସକୁଆରେ ଥିବା ଗୋଟିଏ ମନ୍ଦିରର ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଛି । ବିଲଦୋରାସ୍ଥି ପୋଲସକନ୍ଦା ମନ୍ଦିରରେ ବି ଏକ ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଛି ।

ଗତ ମଙ୍ଗଳବାର ଦିନାଜପୁରରେ ଥିବା ଝାରବାରି ଶାସନ କାଳୀ ମନ୍ଦିରରେ ଦୁର୍ବୃତ୍ତମାନେ ୫ଟି ମୂର୍ତ୍ତି ଭାଙ୍ଗିଥିିଲେ । ଗତ ସପ୍ତାହରେ ସୁନାମଗଞ୍ଜ ଜିଲ୍ଲାରେ ହିନ୍ଦୁମାନଙ୍କ ଘର ଓ ଦୋକାନ ଉପରେ ଆକ୍ରମଣ କରାଯିବା ସହ ମନ୍ଦିରଗୁଡିକୁ ଭାଙ୍ଗିଥିଲେ ଦୁର୍ବୃତ୍ତ । ଗତ ଅଗଷ୍ଟରେ ଶେଖ ହସିନା ସରକାରର ପତନ ପରଠାରୁ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି ।

ପୁଣି ବଢ଼ିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ; ଦିଲ୍ଲୀ ମଦ ନୀତି ମାମଲାରେ ମାମଲା ରୁଜୁ ଲାଗି ଇଡିକୁ ଅନୁମତି

ନୂଆଦିଲ୍ଲୀ: ପୁଣି ବଢ଼ିଲା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ ଲାଗି ଅନୁମତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଲେ ଲେଫଟନାଣ୍ଟ ଗଭର୍ଣ୍ଣର ଏଲଜି ଭି.କେ. ସକ୍ସେନା । ୫ ଡିସେମ୍ୱରରେ ଇଡି କେଜ୍ରେୱାଲଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ମାଗିଥିଲେ ।

ସୂଚନାଯୋଗ୍ୟ: ଦିଲ୍ଲୀ ମଦ ନୀତି ମାମଲାରେ ଗତ ମାର୍ଚ୍ଚ ୨୧ରେ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଥିଲେ। ଗତ ସେପ୍ଟେମ୍ବର ୧୩ରେ ଜେଲରୁ ମୁକୁଳିଥିଲେ କେଜ୍ରିୱାଲ ।