spot_img
Home Blog Page 1227

ଧରାପଡ଼ିଲା ଠକ ପ୍ରେମିକ: ସୋସିଆଲ ମିଡ଼ିଆରେ ଝିଅଙ୍କୁ ପ୍ରେମ ନିବେଦନ କରି ଲଗାଉଥିଲା ଚୂନ

ବାରିପଦା: ଧରାପଡ଼ିଲା ଠକ ପ୍ରେମିକ । ସୋସିଆଲ ମିଡ଼ିଆରେ ଝିଅଙ୍କୁ ପ୍ରେମ ନିବେଦନ କରି ଲଗାଉଥିଲା ଚୂନ । ବିଶ୍ବାସ ଜନ୍ମାଇ ଲକ୍ଷାଧିକ ଟଙ୍କା ଠକି ମାରୁଥିଲା ଚମ୍ପଟ ମାରୁଥିଲେ। ଯାଜପୁର ଜିଲ୍ଲାର ଜେନାପୁର ଥାନା ରସୁଲପୁର ପଞ୍ଚାୟତର କବାଟବନ୍ଧ ଗାଁର ତ୍ରୈଲୋକ୍ୟ ରଞ୍ଜନ ପାତ୍ରକୁ ଗିରଫ କଲା ପୋଲିସ୍ । ଫେସବୁକ, ଇନଷ୍ଟାଗ୍ରାମ ଜରିଆରେ ଝିଅଙ୍କ ସହ ବନ୍ଧୁତା କରୁଥିଲା । କିଛି ଦିନ ଭାବ ବିନିମୟ ପରେ ସମ୍ପର୍କ ବଢିଲେ କରୁଥିଲା ପ୍ରେମ ନିବେଦନ । ଯୁବତୀ ମାନଙ୍କୁ ମିଛ ପ୍ରେମ ଜାଲରେ ଫସଇ ଲକ୍ଷାଧିକ ଟଙ୍କା ହଡପ କରୁଥିଲା । ତେବେ ମଧୁବନ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଏପରି କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ବାରିପଦା ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଥାନା ଅଧିକାରୀ ସୁମିତ କୁମାର ସୋରେନଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାର ବାସେଳିସାହି ଥାନା ହାତୀସାହି ଅଞ୍ଚଳରୁ ଠକ ତ୍ରୈଲୋକ୍ୟଙ୍କୁ କାବୁ କରିଛି ପୋଲିସ୍ । ତଦନ୍ତ ସମୟରେ ଶତାଧିକ ମହିଳାଙ୍କୁ ପ୍ରେମକରି ଟଙ୍କା ଠକି ନେଇଥିବା ଜଣାପଡିଛି ।

ବରଗଡ଼ ଯୁବତୀ ଉଦ୍ଧାର ଘଟଣାରେ ନୂଆ ମୋଡ଼: ଏକ ମଲରେ ଯୁବତୀ ଜଣକ ବୁଲୁଥିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଲା

ବରଗଡ଼: ବରଗଡ଼ ଯୁବତୀ ଉଦ୍ଧାର ଘଟଣାରେ ନୂଆ ମୋଡ଼ । ଏକ ମଲରେ ଯୁବତୀ ଜଣକ ବୁଲୁଥିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ସେହି ଯୁବତୀଙ୍କ ସହିତ ଦୁଇ ଜଣ ଯୁବକ ବି ଥିଲେ। ସେହି ଭିଜୁଆଲ୍ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଯୁବତୀଙ୍କ ସହିତ ଥିବା ଦୁଇ ଜଣ ଯୁବକ କିଏ, ସେ ନେଇ ପୋଲିସ ତଦନ୍ତ କରୁଛି। ଗତ ୧୨ ତାରିଖରେ ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ଯୁବତୀ ଜଣକ ନିଖୋଜ ହୋଇଥିଲେ। ୩୫ ଘଣ୍ଟା ପରେ ଏକ ଜଙ୍ଗଲରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସେ ଏବେ ବି ବୁର୍ଲାର ଭିମସାରରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏବେ ବି ଧରାପଡ଼ି ନାହିଁ। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ବରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସଚେତନ ନାଗରିକ ମଂଚ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଇଁ ଦେଇଛି ଆହ୍ଵାନ। ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିଛି।ଏହି ବନ୍ଦକୁ ବିଭିନ୍ନ ରାଜନୈତକ, ସାମାଜିକ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି। ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଏହି ବନ୍ଦରେ ସାମିଲ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତକୁ ପୋଲିସ ତୁରନ୍ତ ଗିରଫ କରୁ ବୋଲି ଦାବି କରିଛନ୍ତି।

ବ୍ଲକ କାର୍ଯ୍ୟାଳୟ ଭିତରକୁ ସାମ୍ବାଦିକଙ୍କୁ ମନା: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ଲାଗିଛି ଏପରି ପୋଷ୍ଟର

ଗଞ୍ଜାମ: ବ୍ଲକ କାର୍ଯ୍ୟାଳୟ ଭିତରକୁ ସାମ୍ବାଦିକଙ୍କୁ ମନା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ଲାଗିଛି ଏପରି ପୋଷ୍ଟର । ଗୋଷ୍ଠୀ ଉନ୍ନଯନ ଅଧିକାରୀଙ୍କ ନାଁ ଲେଖି ଏପରି ପୋଷ୍ଟ ମରାଯାଇଛି । ବିଡ଼ିଓଙ୍କ ପ୍ରକୋଷ୍ଠ, ଅତିରିକ୍ତ ବିଡ଼ିଓଙ୍କ ପ୍ରକୋଷ୍ଠ ସହ ଯନ୍ତ୍ରୀ, ମନରେଗା, ଆବାସ ଯୋଜନା ଭଳି ସମସ୍ତ ବିଭାଗ ସମ୍ମୁଖରେ ଲାଗିଛି ଏହି ପୋଷ୍ଟର । ତେବେ ଏହି ପୋଷ୍ଟର ମାରିଲା କିଏ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ଦୃଢ ନିନ୍ଦା କରିଛନ୍ତି ସାମ୍ବାଦିକ । ସାନଖେମୁଣ୍ଡି ପ୍ରେସ କ୍ଳବ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ଏକ ଶାନ୍ତିପୂର୍ଣ ଧାରଣା ଦିଆଯାଇଛି । ଏହାସହ ୫ଦଫା ଦାବି ନେଇ ସାନଖେମୁଣ୍ଡି ତହସିଲଦାର ଗଞ୍ଜାମ ଏସ୍ପିଙ୍କ ଉଦ୍ଦେଶ୍ୟରେ ପାଟପୁର ଥାନାକୁ ଲିଖିତ ଭାବେ ଦଦନ୍ତ ପାଇଁ ଜଣାଯାଇଛି ।

ଗତକାଲି ଏହି ପୋଷ୍ଟର ମାରାଯାଇଥିବାବେଳେ ଆଜି ହଟାଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପତିକ୍ରିୟା ମିଳିପାରି ନଥିବାବେଳେ ପୋଷ୍ଟର କିଏ ମାରିଲା ଏବଂ କିଏ ବାହାର କଲା କିଏ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ । ସମସ୍ୟା ଠୁ ନେଇ ସମାଧାନ, ଦୁର୍ନୀତି, ସମସ୍ତ ଖବର ଦର୍ପଣ ସମାଜ ଆଗରେ ରଖନ୍ତି ସାମ୍ବାଦିକ । ସାମ୍ବାଦିକଙ୍କୁ କେଉଁ ସ୍ଥାନକୁ ବାରଣ ନଥିବା ବେଳେ ଏଭଳି ଘଟଣା ଏବେ ଗଞ୍ଜାମ ଜିଲ୍ଲା ଏବଂ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ସାନଖେମୁଣ୍ଡିର ଦୁର୍ନୀତି ଖବର ପ୍ରସାରଣ ପରେ ସାମ୍ବାଦିକଙ୍କୁ ବ୍ଲକ ପ୍ରଶାସନ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଥିଲା । ଏବେ ଏହି ପୋଷ୍ଟର ନେଇ କୌଣସି ଅଧିକାରୀ ସୂଚନା ଦେଇ ନାହାନ୍ତି ।

ପୁରୀ କଣାସ ଅଞ୍ଚଳରେ ଡାଇରିଆରେ ଜଣକର ମୃତ୍ୟୁ ନେଇ ସ୍ପଷ୍ଟ କଲା ସ୍ଵାସ୍ଥ୍ୟ ବିଭାଗ

କଣାସ: ପୁରୀ କଣାସ ଅଞ୍ଚଳରେ ଡାଇରିଆରେ ଜଣକର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ସ୍ଵାସ୍ଥ୍ୟ ବିଭାଗ। ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଝାଡ଼ାବାନ୍ତିରେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଥିଲା । ସେଥିରୁ ଜଣେ ଡାଇରିଆରେ ମରିଥିବା ସ୍ପଷ୍ଟ ହୋଇଛି। ଅନ୍ୟ ଦୁଇ ଜଣଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେ କହିଛନ୍ତି, କଣାସ ଅଞ୍ଚଳରେ ୭-୮ ଦିନ ହେଲା ବ୍ୟାପିଛି ଝାଡ଼ାବାନ୍ତି। ପ୍ରଥମେ ଏକ ଭୋଜିରୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ତାପରେ ଆଖପାଖ ୫ଟି ଗାଁକୁ ଏହା ବ୍ୟାପିଛି । ବର୍ତ୍ତମାନ ସୁଦ୍ଧା ୭୧ ଜଣ ସଂକ୍ରମିତ ହେଇଛନ୍ତି । ଦୟା ନଦୀରୁ ଦୂଷିତ ଜଳ ବ୍ୟବହାର ଯୋଗୁଁ ଡାଇରିଆ ବ୍ୟାପିଥିବା ଜଣାପଡ଼ିଛି। ନମୁନା ପରୀକ୍ଷାରୁ ଇ-କୋଲି ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଅଛି । ଭୁବନେଶ୍ଵରରୁ ୨ଟି ଟିମ ସହ ସ୍ବାସ୍ଥ୍ୟ ବିଭାଗର ମୋଟ ୮ଟି ଟିମ ସେହି ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ନଦୀର ସବୁ ଘାଟକୁ ସୁପର କ୍ଲୋରିନେସନ୍ ବା ବିଶୋଧନ କରାଯାଉଛି । ସରକାରଙ୍କ ପକ୍ଷରୁ ବିଶୁଦ୍ଧ ଜଳ ଯୋଗାଇ ଦିଆଯାଉଥିବା କହିଛନ୍ତି, ଡାକ୍ତର ନୀଳକଣ୍ଠ ମିଶ୍ର।

ରୋଡ ରୋମିଓଙ୍କ ନିଦ ହଜାଇଲା ପୋଲିସ, ବୁଲେଟ ରାଜାଙ୍କ ବେଳା ଖରାପ

ନନ୍ଦିଘୋଷ ବ୍ୟୁରୋ: ବୁଲେଟ ରାଜାଙ୍କ ବେଳା ଖରାପ । ନିଦ ହଜାଇଲା ଟ୍ରାଫିକ ପୋଲିସର ଚେକିଂ । ରୋଡ ରୋମିଓଙ୍କୁ କମିଶନରେଟ ପୋଲିସର ପାନେ । ସ୍ପିଡ ଡ୍ରାଇଭିଂ, ରଙ୍ଗ ଡ୍ରାଇଭ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ ନିୟମ ମାନୁନଥିବା ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ନିଆଯାଇଛି ଆକ୍ସନ । ବିଶେଷକରି ମୋଡିଫାଏଡ ସାଇଲେନ୍ସର ଲଗାଇ ରାସ୍ତା ଉପରେ ଗର୍ଜନ କରି ଯାଉଥିବା ବାଇକକୁ ଧରି ପୋଲିସ ଖୋଲିଛି ସାଇଲେନ୍ସର ପାଇପ । ଜବତ ହୋଇଛି ଭୟଙ୍କର ଗର୍ଜନ କରୁଥିବା ଶହ ଶହ ସାଇଲେନ୍ସର ପାଇପ । ତେବେ ଏଥର ଫାଇନ ନୁହେଁ, ସିଧା କୋର୍ଟରୁ ଆଣିବାକୁ ପଡ଼ିବ ବେଲ । ଏହାସହ ବେଆଇନ ମୋଡିଫାଏଡ ସୋ ରୁମ ଓ ଦୋକାନ ଉପରେ ମଧ୍ୟ ଖୁବଶୀଘ୍ର ଚଢ଼ାଉ ହେବ ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ। ସଡକ ଦୁର୍ଘଟଣା ରୋକିବା ପାଇଁ ଏଭଳି ପ୍ରୟାସ ଚାଲିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।

ପୁରୀ କଣାସ ସ୍ଥିତି ନେଇ ଉଦବେଗ ପ୍ରକାଶ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ପୁରୀ କଣାସ ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସ ରେ ସେ ଲେଖିଛନ୍ତି, ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଝାଡ଼ାବାନ୍ତିରେ ଲୋକଙ୍କ ପ୍ରାଣହାନୀ ହେବା ସହ ଧନଜୀବନ ସୁରକ୍ଷା ପ୍ରତି ବିପଦ ଉପୁଜୁଛି। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ନବୀନ ପଟ୍ଟନାୟକ ଦାବି କରିଛନ୍ତି। ସେ କହିଛନ୍ତି, ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଇ ଏହାର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ। ଘରେ ଘରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ଲୋକଙ୍କୁ ସଜାଗ କରାଯାଉ। ପ୍ରତିଟି ଜୀବନ ମୂଲ୍ୟବାନ। ଏହାର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସନ୍ତୁ। ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଭିତରକନିକା ବନ୍ଦ ସମୟରେ ବୁଲିଲେ VIP ପର୍ଯ୍ୟଟକ

ନନ୍ଦିଘୋଷ ବ୍ୟୁରୋ: ଭିତରକନିକା ବନ୍ଦ ସମୟରେ ବୁଲିଲେ VIP ପର୍ଯ୍ୟଟକ। କୁମ୍ଭୀର ଗଣନା ଯୋଗୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ୯ ଦିନ ବନ୍ଦ ଥିବାବେଳେ କିପରି VIP ପର୍ଯ୍ୟଟକ ବୁଲୁଛନ୍ତି ଭିତରକନିକା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।  ସାଧାରଣ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ଗେଟ ବନ୍ଦ ଥିବା ବେଳେ ଇକୋ ରିଟ୍ରିଟ ପର୍ଯ୍ୟଟକ ମାନଙ୍କ ପାଇଁ କାହିଁକି ଓ କିପରି ପରିସ୍ଥିତି ରେ ଭିତରକନିକା କୁ ଖୋଲି ଦିଆଗଲା ସେନେଇ ପ୍ରଶ୍ନ ଉଠିଛି। କୁମ୍ଭୀର ଗଣନା ସମୟରେ ଯନ୍ତ୍ର ଚାଳିତ ବୋଟ ଚାଲିଲେ କୁମ୍ଭୀର ମାନେ ଭୟଭୀତ ହୋଇ ପାଣି ଭିତରକୁ ଚାଲି ଯାଆନ୍ତି ଏହାକୁ ଦୃଷ୍ଟିରେ ରଖି ଭିତରକନିକା ନଦୀ ନାଳରେ  ବୋଟ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରାଯାଇଥାଏ। ଇକୋ ରିଟ୍ରିଟର ପର୍ଯ୍ୟଟକ ମାନଙ୍କୁ ବନବିଭାଗ ନିୟମକୁ ଉଲଂଘନ କରି କିପରି ଯନ୍ତ୍ର ଚାଳିତ ବୋଟରେ ପର୍ଯ୍ୟଟକଙ୍କୁ ବୁଲାଉଛନ୍ତି ତାହା ପରିବେଶବିତ୍ ମାନଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।

ସଂଜୟ ରାୟକୁ ମୃତ୍ୟୁ ଦଣ୍ଡାଦେଶ ଲାଗି କଲିକତା ହାଇକୋର୍ଟରେ ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସଂଜୟ ରାୟକୁ ଆଜୀବନ କାରାଦଣ୍ଡାଦେଶ ଘଟଣା। ସଞ୍ଜୟକୁ ମୃତ୍ଯୁ ଦଣ୍ଡାଦେଶ ଲାଗି କଲିକତା ହାଇକୋର୍ଟରେ ଆବେଦନ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଗତକାଲି ସଞ୍ଜୟକୁ ସିଆଲଦା ସେସନ୍ସ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କାର ଜରିମାନା ଧାର୍ଯ୍ୟ କରିଥଇଲେ। ଗତକାଲିର ରାୟ ପ୍ରକାଶ ପରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ- ସଞ୍ଜୟକୁ ମୃତ୍ଯୁଦଣ୍ଡ ଦେବା ଲାଗି ତାଙ୍କ ସରକାର ଆବେଦନ କରିବେ। ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୨୪ ଅଗଷ୍ଟ ୯ ତାରିଖରେ କୋଲକାତା ଆରଜି କର ମେଡିକାଲ କଲେଜର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସିଭିକ ଭଲ୍ୟୁଣ୍ଟର ସଂଜୟ ରାୟକୁ ଗିରଫ କରାଯାଇଥିଲା। ତଥାପି ଏହାକୁ ନେଇ ଜୋରଦାର ଆନ୍ଦୋଳନ କରିଥିଲେ। ଡାକ୍ତରଙ୍କ ସହିତ ସାଧାରଣ ଲୋକେ ବି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହା ପରେ କୋଲକାତା ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା ଯେ, କେବଳ ସଂଜୟ ରାୟ ହିଁ ଏହି ଜଘନ୍ୟକାଣ୍ଡରେ ଜଡ଼ିତ। ଆଉ କେହି ସଂପୃକ୍ତ ନୁହନ୍ତି। ୫୭ ଦିନର ବିଚାର ପରେ ଗତ ଶନିବାର ସଂଜୟ ରାୟକୁ ସିଆଲଦା କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଗତକାଲି ତାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା।

ହ୍ୱାଇଟ ହାଉସ୍ ପ୍ରବେଶ ସହିତ କେଉଁ ଦୁଇ ଦେଶକୁ ଟ୍ରମ୍ପ ଦେଲେ ଗାଳି ?

ନନ୍ଦିଘୋଷ ବ୍ୟୁରୋ: ସୋମବାର ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋଲାନ୍ଡ ଟ୍ରମ୍ପ । ତେବେ ହାଇଟ୍ ହାଉସରେ ପ୍ରବେଶ କରିା ସହ ଦୁଇ ଦେଶ ସମ୍ପର୍କରେ କିଛି ଏଭଳି କଥା କହିଛନ୍ତି ଯାହା ଦ୍ବାରା ଏବେ ଚର୍ଚ୍ଚା ଜୋର ଧରିଛି । କାନାଡ଼ା ଏବଂ ମେକ୍ସିକୋକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ଟ୍ରମ୍ପ । ଏହାସହ ଟ୍ରମ୍ପ ଶପଥ ନେବା ପରେ ପରେ କହିଛନ୍ତି କି, ଆମେରିକାର ଅବନତିର ଯୁବ ଶେଷ, ଏଇଠୁ ଆମେରିକାର ବିକାଶର କାହାଣୀ ଆରମ୍ଭ । ଆମେରିକାକୁ ଆହୁରି ବିକଶିତ ଏବଂ ଧନୀ କରିବାକୁ ଚାହୁଁଛୁ । କାନାଡ଼ା ଏବଂ ମେକ୍ସିକୋ ଉପରେ ୨୫ ପ୍ରତିଶତ ଟ୍ୟାକ୍ସ ଲଗାଇବାକୁ କହିଛନ୍ତି । ଯାହାଦ୍ବାରା ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭ ହେବ । ତେବେ ଏହା ଫେବୃଆରୀ ୧୦ ପରେ କାର୍ଯ୍ୟକାରୀ ହେବ ।

ସେପଟେ ଟ୍ରମ୍ପ ଯଦି ଏହା ଆରମ୍ଭ କରନ୍ତି ତାହେଲେ ଦୁଇ ଦେଶ ମଧ୍ୟ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବ । କାନାଡ଼ା ଏବଂ ମେକ୍ସିକୋ ଯଦି ସମାନ ପନ୍ଥା ଆପଣାନ୍ତି ତାହେଲେ ବାକି ଦେଶ ମାନଙ୍କ ଆଭିମୁଖ୍ୟ କଣ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ସୋମବାର ଟ୍ରମ୍ପ ଅନେକ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରି ସରକାରୀ ଏଜେନ୍ସି ଗୁଡ଼ିକୁ ଆମେରିକା ଭାଷାର ସ୍ବାଧିନତା ଉଲଙ୍ଘନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖାଲି ପଦବୀ ସମ୍ପର୍କରେ ସୂଚନା ଦେବାକୁ ବାଧ୍ୟ ଘରୋଇ କମ୍ପାନୀ, ନଦେଲେ ଏତିକି ଦେବାକୁ ହେବ ଜରିମାନା

ନନ୍ଦିଘୋଷ ବ୍ୟୁରୋ: ନିଯୁକ୍ତି କ୍ଷେତ୍ରରେ ବଡ଼ ପଦକ୍ଷେପ ନେଉଛନ୍ତି ସରକାର । ଖାଲି ଥିବା ପଦବୀ ସମ୍ପର୍କରେ ଘରୋଇ କମ୍ପାନୀମାନେ ସୂଚନା ଦେବାକୁ ବାଧ୍ୟତାମୂଳକ । ନିଯୁକ୍ତି ଟେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ଆକ୍ଟ ୧୯୫୯ରେ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି । ମହାରାଷ୍ଟ୍ର ସରକାର ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ନୂଆ ଯୋଜନା କରିଥିବା ଜଣାପଡ଼ିଛି । ତେବେ ଖାଲି ପଦବୀ ସମ୍ପର୍କରେ ସୂଚନା ଦେବାକୁ ବାଧ୍ୟ ଘରୋଇ କମ୍ପାନୀ । ଯଦି କୌଣସି କମ୍ପାନୀ ସୂଚନା ନଦିଅନ୍ତି ତାହେଲେ ମୋଟା ଅଙ୍କର ଜରିମାନା ଦେବେ । ପୂର୍ବରୁ ଜରିମାନା ୧୦୦ ଟଙ୍କା ରହିଥିଲା । ମାତ୍ର ଏବେ ନିୟମ ନମାନିଲେ ୫୦ ହଜାର ଟଙ୍କା ଦେବାକୁ ନିୟମ କରାଯାଇଛି ।

ମହାରାଷ୍ଟ୍ରର ଦକ୍ଷତା ବିକାଶ ମନ୍ତ୍ରୀ ମଙ୍ଗଲ ପ୍ରଭାତ କହିଛନ୍ତି କି, ଆମର ରୋଜଗାର କାର୍ଯ୍ୟାଳୟ ରହିଛି କିନ୍ତୁ ଏମାନେ ନିଷ୍କ୍ରିୟ ହୋଇ ଯାଇଛନ୍ତି । ଆଇନରେ ପରିବର୍ତ୍ତନ ସହ ଏମାନଙ୍କ ସକ୍ରିୟ କରିବା ପାଇଁ ଏଭଳି ଯୋଜନା କରୁଛୁ । ଏଣୁ ଘରୋଇ କମ୍ପାନୀରେ ରହିଥିବା ଖାଲି ପଦବୀ ସମ୍ପର୍କରେ ସେମାନେ ସରକାରଙ୍କୁ ଜଣାଇବେ । ଯାହାଦ୍ବାରା ବେକାରୀ ସମସ୍ୟା ଦୂର ହେବ । ଏହାସହ ଯୁବପିଢ଼ୀମାନେ ସହଜରେ ଚାକିରୀ ପାଇ ପାରିବେ ବୋଲି କୁହାଯାଉଛି । ଗୋଟିଏ ପଟେ ଶିଳ୍ପ ପ୍ରତିଭା ଖୋଜୁଛି ଏବଂ ଅନ୍ୟ ପଟେ ବେକାରୀ ବୃଦ୍ଧି ପାଉଛି। ଏହା ଏକ ଭଲ ପଦକ୍ଷେପ | ପ୍ଲେସମେଣ୍ଟ ଏଜେନ୍ସିଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଏକ ଘରୋଇ ପ୍ଲେସମେଣ୍ଟ ଆକ୍ଟ ମଧ୍ୟ ପ୍ରସ୍ତୁତ କରୁଛି। ମିଜୋରାମ, ଛତିଶଗଡ ଏବଂ ଆସାମ ଭଳି ରାଜ୍ୟ ଏହି ବିଲ୍ ପାଇଁ ଇନପୁଟ୍ ଦେଇସାରିଛନ୍ତି। ମହାରାଷ୍ଟ୍ର ମଧ୍ୟ ଏଥିପାଇଁ ଏକ ଦାଖଲ କରିବାକୁ ଯୋଜନା କରୁଛି।