ରାଉରକେଲା : ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଉଦଘାଟିତ ହୋଇଛି ହିରୋ ହକି ଇଣ୍ଡିଆ ଲିଗ ୨୦୨୪- ୨୦୨୫। ଟିମ୍ ଗୋନାସିକ ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯାଇଥିବାବେଳେ ଦିଲ୍ଲି ଏସ ଜି ପାଇପର୍ସ ଵିଜୟୀ ହୋଇଛନ୍ତି। ପରେ ପେନାଲଟି ସୁଟ ଆଉଟରେ ୪-୨ ଗୋଲରେ ଦିଲ୍ଲୀ ଏସ ଜି ପାଇପର୍ସ ବିଜୟୀ ହୋଇଛନ୍ତି। ଫେବୃଆରୀ ୧ ଯାଏଁ ଚାଲିବ ଏହି ଟୁର୍ଣାମେଣ୍ଟ। ଟାଇଟେଲ ପାଇଁ ୮ଟି ଟିମ ମଧ୍ୟରେ ଜୋରଦାର ଲଢେଇ ହେବ।
କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିବେ ନବୀନ
ଭୁବନେଶ୍ବର : କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିବେ ନବୀନ। ଆସନ୍ତା ୩୧ରେ ୪ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଫସଲହାନି ନେଇ ୪ ଜିଲ୍ଲା ବୁଲିବେ ନବୀନ। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ବୁଲି ଚାଷୀଙ୍କ ସହ କଥା ହେବେ ନବୀନ। ଏହି ଗସ୍ତବେଳେ ସେ ଫସଲହାନି ସ୍ଥିତି ଅନୁଧ୍ୟାନ କରିବେ। ପୁରୀ ଜିଲ୍ଲାର ସତ୍ୟବାଦୀରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ଭେଟିବେ। ଜଗତସିଂହପୁର ଜିଲ୍ଲା ବାହାରଣା ପଞ୍ଚାୟତର ରତିସିଂହା ଯାଇ ସେଠାରେ ଚାଷୀଙ୍କ ସହ ଆଲୋଚନା କରିବେ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ ଚାଷୀଙ୍କୁ ବି ଭେଟିବେ ନବୀନ। କଟକ ସାଲେପୁରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ଭେଟିବା ସହ ଫସଲ କ୍ଷୟକ୍ଷତି ନେଇ ଅଧିକାରୀଙ୍କ ସହ ସମୀକ୍ଷା କରିବେ।
ବୈତରଣୀ ନଦୀରୁ ପଥରବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର
ଆନନ୍ଦପୁର ଥାନା ବୈତରଣୀ ନଦୀର ସୁନାମୁନି ଘାଟରୁ ଅଣ୍ଟାରେ ପଥର ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର l ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ l ମୃତା ମହିଳାଙ୍କ ପରିଚୟ ମିଳିପାରି ନାହିଁ l ଗତକାଲି ରାତିରେ ସ୍ଥାନୀୟ କିଛି ଲୋକ ନଦୀ କୂଳକୁ ଯାଇଥିବା ସମୟରେ ପାଣି ଉପରକୁ କେବଳ ଏକ ହାତ ବାହାରକୁ ଥିବା ଦେଖି ଥିଲେ। କେହି ପାଣିରେ ବୁଡି ଯାଇଥିବା ସନ୍ଦେହ କରି ଆନନ୍ଦପୁର ପୋଲିସକୁ ଖବର ଦେଇଥିଲେ ଲୋକେ l ଆନନ୍ଦପୁର ପୋଲିସ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ସହାୟତାରେ ମୃତଦେହ ଉଦ୍ଧାର କରିଥିଲା। ମହିଳାଙ୍କ ଅଣ୍ଟାରେ ପଥର ବନ୍ଧା ହୋଇଥିବା ବେଳେ ଗୋଟିଏ ହାତ ମଧ୍ଯ ଶରୀର ସହ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି l କେହି ମହିଳାଙ୍କୁ ହତ୍ଯା କରି ହାତ ବାନ୍ଧିବା ସହ ଶରୀରକୁ ପଥରରେ ବାନ୍ଧି ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ଜାନୁୟାରୀ ୧୪ ରୁ ୨୨ ତାରିଖ ବନ୍ଦ ରହିବ ଭିତରକନିକା
କେନ୍ଦ୍ରାପଡା : ଜାନୁୟାରୀ ୧୪ ରୁ ୨୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ ୯ ଦିନ ଧରି ଭିତରକନିକା ବନ୍ଦ ରହୁଥିବା ରୁ ଦେଶ ବିଦେଶର ପର୍ଯ୍ୟଟକ ମାନେ ଭିତରକନିକା ବୁଲି ନଆସିବା ପାଇଁ ରାଜନଗର ବନବିଭାଗ ସୂଚନା ଦେଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିବା ପରେ ନଦୀର ଜଳ ସ୍ଥିର ରହିବା ପରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ | ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ କୁମ୍ଭୀର ଗଣନା ରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକ ଆସିବା ଉପରେ ବାରଣ କରାଯାଇଛି। କୁମ୍ଭୀର ବିଶାରଦ ଡ଼ା ସୁଧାକର କର ଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ କୁମ୍ଭୀର ଗଣନା କରିବେ।| ଗତବର୍ଷ ଭିତରକନିକାରେ ୧୮୧୧ ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।
ଆରମ୍ଭ ହେଲା ସିଂହଦ୍ବାର ଗୁମୁଟରେ ରୂପା ଛାଉଣୀ କାର୍ଯ୍ୟ
ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ରୁପା ଛାଉଣୀ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ପତିତପାବନଙ୍କ ନିକଟ ପଥରର ମଣିବନ୍ଧକୁ ରୁପା ଛାଉଣୀ କରାଯାଉଛି। ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ରୁପା ଛାଉଣୀ କରାଯାଉଛି। ସିଂହଦ୍ବାର ଗୁମଟରେ ଯେଉଠି ଯମଶିଳା ରହିଛନ୍ତି, ଠିକ ତାର ଉପରି ଭାଗ ପଥର ବନ୍ଧ ଉପରେ ରୁପା ଛାଉଣୀ କରାଯାଉଛି। ସିଂହଦ୍ବାର ଗୁମୁଟ ବନ୍ଦ ଥିବା ସମୟରେ ଏହି କାର୍ଯ୍ୟ କରାଯାଇଛି।
ଟାଙ୍ଗୀରେ ଦୁଇଟି ଦୁର୍ଘଟଣା ୧୩ରୁ ଅଧିକ ଆହତ
ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ସଡକ ଦୁର୍ଘଟଣା । ଭାରସ୍ୟାମ ହରାଇ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଗୁରୁତର । ଏକ ତୀର୍ଥ ଯାତ୍ରୀ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇ ୧୧ରୁଅଧିକ ଯାତ୍ରି ଆହତ ।
କାର ଦୁର୍ଘଟଣାରେ ୨ ଗୁରୁତର ଆହତ। ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ କୟଥପଲା ଓ କୁଞ୍ଜରୀ ମଧ୍ୟରେ ଥିବା ଫାଲକନ ପ୍ଲାଣ୍ଟ ନିକଟରେ।ଭାରସାମ୍ୟ ହରାଇ ଡିଭାଇଡ଼ରକୁ ଧକ୍କା ଦେଇଥିଲା କାର। କାର ଭିତରେ ଥିବା ୨ ଜଣ ଗୁରୁତର ଆହତ ହୋଇଥିଲୋ। ସ୍ଥାନୀୟ ଲୋକେ ଲୋକଙ୍କୁ ଉଭୟଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲୋ। ଘଟଣାସ୍ଥଳରେ କୁହୁଡି ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଟାଙ୍ଗୀ ନାଚୁଣୀ କଉଡି ଖଣି ଛକରେ ତୀର୍ଥ ଯାତ୍ରୀ ଗାଡି ଦୁର୍ଘଟଣା। ୧୧ରୁ ଅଧିକ ଗୁରୁତର ଆହତ। ଗୁରୁତର ମାନଙ୍କୁ ନାଚୁଣୀ ଥାନା ପୋଲିସ ଓ ଚିଲିକା ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ଓ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସମସ୍ତ ଆହତ ବାଣପୁର ବିସର ପାଟଣା ଓ ପଲଟନ ପଡିଆ ଅଂଚଳର ବୋଲି ଜଣା ପଡିଛି। ଅଯୋଧ୍ୟାରୁ ତୀର୍ଥ ସାରି ଘରକୁ ଫେରୁଥିବା ସମୟରେ କଉଡି ଖଣି ଛକ ହମ୍ପରେ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଗୁରୁତର ମାନଙ୍କୁ ଟାଙ୍ଗୀରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।
ପାକିସ୍ତାନକୁ ତାଲିବାନର କଡ଼ା ଜବାବ
ପାକିସ୍ତାନକୁ ତାଲିବାନର କଡ଼ା ଜବାବ। ପାକ୍ ଏୟାର ଷ୍ଟ୍ରାଇକର ମୁହଁତୋଡ଼ ଜବାବ ଦେଇଛି ଆଫଗାନିସ୍ଥାନ। ହମଲା କରି ଦୁଇଟି କ୍ୟାମ୍ପ ଉପରେ କବଜା କରିବା ସହ ପାକିସ୍ତାନ ସେନାର ବିପୁଳ କ୍ଷତି ଘଟାଇଥିବା କହିଛି ଆଫଗାନିସ୍ଥାନ। ଆକ୍ରମଣରେ ପାକିସ୍ତାନର ୧୯ ଯବୂାନଙ୍କ ମୃତ୍ଯୁ ହୋଇଥିବା ଦାବି କରିଛି ଆଫଗାନିସ୍ଥାନ। ଖୋସ୍ତ ଏବଂ ପକ୍ତିଆ ଅଂଚଳରେ ସଂଘର୍ଷ ଜାରି ରହିଛି।ସୀମାରେ ଜୋରଦାର ସଂଘର୍ଷ ଚାଲିଛି। କିଛି ଦିନ ତଳେ ପାକ ହମଲାରେ ଆଫଗାନିସ୍ଥାନର ୫୧ ନାଗରିକଙ୍କ ମୃତ୍ଯୁ ଘଟିଥିଲା। ଏୟାରଷ୍ଟ୍ରାଇକୁ ନେଇ ପାକିସ୍ତାନ ଓ ତାଲିବାନ ସେନା ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନର ୩ ଜଣ ନାଗରିକଙ୍କ ମଧ୍ୟ ମୃତ୍ଯୁ ଘଟିଥିବା ଦାବି କରିଛି ତାଲିବାନ। ପାକିସ୍ତାନ ସୀମାକୁ ଲାଗି ରହିଥିବା ଅଂଚଳରେ ଜୋରଦାର ହମଲା କରିଛି ତାଲିବାନୀ ସେନା। ଦୁଇ ଦେଶର ସେନା ମୁହାଁମୁହିଁ ହୋଇ ଗତ ମଙ୍ଗଳବାର ପାକିସ୍ତାନ ଆଫଗାନିସ୍ଥାନ ଉପରେ ହମଲା କରିଥିଲା। ମୃତ ୫୧ ଜଣଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି। ପାକିସ୍ତାନ ଉପରେ ଆଫଗାନ ପଟୁ ଆତଙ୍କୀ ହମଲା ଅଭିଯୋଗ କରି ଆକ୍ରମଣ କରିଥିଲା ପାକିସ୍ତାନ ସେନା। ଆତଙ୍କୀ ଉପରେ ନିୟନ୍ତ୍ରଣ କରିବାକୁ ପାକିସ୍ତାନ ଆଫଗାନିସ୍ଥାନକୁ ସତର୍କ କରିଥିଲା।
କ୍ଷମା ପ୍ରାର୍ଥନା କଲେ ରୁଷ ରାଷ୍ଟ୍ରପତି
ଅଜରବୈଜାନ ଏୟାରଲାଇନସ ବିମାନ ଦୁର୍ଘଟଣାକୁ ନେଇ କ୍ଷମାପ୍ରାର୍ଥନା କଲେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ। ଅଜରବୈଜାନ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ଲାଗି ଅଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିୟେବଙ୍କୁ ଭୁଲ ମାଗିଛନ୍ତି ପୁଟିନ। ବିମାନ ଆକ୍ରମଣ ପାଇଁ ନିଜକୁ ରୁଷ ଦାୟୀ କରିନଥିଲେ ମଧ୍ୟ ଏହି ଘଟଣା ଲାଗି କ୍ଷମାପ୍ରାର୍ଥନା କରିଛନ୍ତି। ୨୫ ଡିସେମ୍ବରରେ ବାକୁରୁ ରୁଷ ଯାଉଥିବା ଅଜରବୈଜାନ ଏୟାରଲାଇନସର ବିମାନ କାଜାଖସ୍ଥାନର ଅକତାଉ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୩୮ ଜଣ ଯାତ୍ରୀଙ୍କ ମୃତ୍ଯୁ ଘଟିଥିଲା। ବିମାନ ଦୁର୍ଘଟଣା ପରେ ଅଜରବାଇଜାନ ରାଷ୍ଟ୍ରପତି ଇଲହାମ ଅଲିୟେବଙ୍କୁ ଫୋନ କରି ଭୁଲ ମାଗିଥିଲେ ରୁଷ ରାଷ୍ଟ୍ରପତି ପୁଟିନ। ଏହାସହ ପୀଡ଼ିତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ ରାଷ୍ଟ୍ରପତି ପୁଟିନ। ବିମାନ ଚେଚନିଆ ରାଜଧାନୀ ଗ୍ରୋଜନିରେ ଥିବା ବିମାନ ବନ୍ଦରରେ ଅବତରଣ ଲାଗି ଉଦ୍ୟମ କରିଥିଲା। ସେହି ସମୟରେ ଗ୍ରୋଜନି ସମେତ ମୋଜଦୋକ ଏବଂ ବ୍ଲାଦିକାଜାନ ସହର ଉପରେ ୟୁକ୍ରେନ ହମଲା କରିଥିଲା। ଏହାର ଜବାବରେ ରୁଷର ବାୟୁସେନା ଆକ୍ରମଣକୁ ପ୍ରତିହତ କରିବାକୁ ପାଲଟା ଜବାବ ଦେଇଥିଲେ। ବିମାନରେ ୬୨ ଜଣ ଯାତ୍ରୀଙ୍କ ସହ ଚାଳକ ଦଳର ୫ ସଦସ୍ୟ ଥିଲେ। ଅକତାଉ ନିକଟରେ ବିମାନ ୩ କିଲୋମଟିର ଦୂରରୁ ଅବତରଣ କରିବାକୁ ଉଦ୍ୟମ କରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୟୁକ୍ରେନର ଡ୍ରୋନ ହମଲାକୁ ଜବାବ ଦେବାକୁ ଯାଇ ରୁଷର ଏୟାରଷ୍ଟ୍ରାଇର ଶିକାର ହୋଇଥିଲା ଏହି ବିମାନ ।

