ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସହରରେ ନିର୍ମିତ ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଇଣ୍ଟରନ୍ୟାସନାଲ ହକି ଫେଡେରେସନ ଅଧ୍ୟକ୍ଷଙ୍କ ପ୍ରଶଂସା । ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ବିଶ୍ଵର ଶ୍ରେଷ୍ଠ ହକି ଷ୍ଟାଡିୟମ କହିଛନ୍ତି ଇଣ୍ଟରନ୍ୟାସନାଲ ହକି ଫେଡେରେସନର ଅଧ୍ୟକ୍ଷ ତାୟାବ ଇକ୍ରାମ । ସେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ପ୍ରଶଂସା କରିଛନ୍ତି । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍ ଅନୁଷ୍ଠିତ ହେଉଛି । ଏହି ଅବସରରେ ଇଣ୍ଟରନ୍ୟାସନାଲ ହକି ଫେଡେରେସନର ଅଧ୍ୟକ୍ଷ ତାୟାବ ଇକ୍ରାମ ସାମ୍ଵାଦିକ ସମ୍ମିଳନୀ କରି ହକି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ପ୍ରଶଂସା କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମାତ୍ର ୧୫ ମାସ ସମୟ ମଧ୍ୟରେ ରାଉରକେଲା ସହରରେ ବିଶ୍ଵର ସର୍ଵ ବୃହତ ହକି ଷ୍ଟାଡିୟମ ନିର୍ମାଣ କରାଯାଇଥିଲା । ଏହି ହକି ଷ୍ଟାଡିୟମକୁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ବେଶ ପ୍ରଶଂସା ମିଳୁଛି।
ଏବେ ସ୍ପେସରୁ ସିଧାସଳଖ ନେଟୱାର୍କ ପାଇବ ଆପଣଙ୍କର ଫୋନ୍..
ନନ୍ଦିଘୋଷ ବ୍ୟୁରୋ: ଏବେ ସ୍ପେସରୁ ସିଧାସଳଖ ନେଟୱାର୍କ ପାଇବ ଆପଣଙ୍କର ଫୋନ୍ । ଆମେରିକାର ଉପଗ୍ରହ ଉତକ୍ଷେପଣ କରି ଏହି ସ୍ୱପ୍ନକୁ ପୂରଣ କରିବ ଇସ୍ରୋ। ଟେକ୍ସାସ୍ ସ୍ଥିତ କମ୍ପାନୀ AST ହେଉଛି ସ୍ପେସ୍ ମୋବାଇଲ୍, ଯାହା ସ୍ପେସ୍ ମାଧ୍ୟମରେ ଲୋକଙ୍କୁ ମୋବାଇଲ୍ ନେଟୱାର୍କ ଯୋଗାଇବା ପାଇଁ କାର୍ଯ୍ୟ କରିବ । ଏହି କମ୍ପାନୀର କମ୍ୟୁନିକେସନ ସ୍ୟାଟେଲାଇଟ୍ ଶ୍ରୀହରିକୋଟା ଠାରୁ ଲଞ୍ଚ ହେବାକୁ ଯାଉଛି। ସମଗ୍ର ବିଶ୍ୱରେ ଭାରତକୁ ଏକ ଭିନ୍ନ ପରିଚୟ ପ୍ରଦାନ କରିବ । ଆର୍ଥିକ ହେଉ ଅବା ସାମାଜିକ, ରାଜନୀତି ହେଉ ଅବା ବିଜ୍ଞାନ, ଆମେ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱ ସହିତ ଗତି କରୁଛୁ। ଇସ୍ରୋ ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ସଫଳତା ହାସଲ କରିବାକୁ ଯାଉଛି। ବର୍ତ୍ତମାନ ମୋବାଇଲ୍ କଲିଂ ପାଇଁ ପାରମ୍ପରିକ ନେଟୱର୍କ କିମ୍ବା ଟାୱାରର କୌଣସି ଆବଶ୍ୟକତା ରହିବ ନାହିଁ । ଆଗକୁ ଆପଣ ନିଜେ ମହାକାଶରୁ ଦୁନିଆର କୌଣସି ଅଞ୍ଚଳକୁ କଲ କରିପାରିବେ।
ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଖୁବ୍ ଶୀଘ୍ର ଆମେରିକୀୟ କମ୍ପାନୀ ଏହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ଯାଉଛି । ଭାରତର ଇସ୍ରୋ ଏଥିରେ ସମର୍ଥନ କରୁଛି । ଭାରତୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଆମେ ଫେବୃଆରୀ କିମ୍ବା ମାର୍ଚ୍ଚରେ ଆମେରିକାର ଉପଗ୍ରହ ଉତକ୍ଷେପଣ କରିବୁ । ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ଏହା ଏକ ବିପ୍ଳବ ଆଣିବ । ତେବେ ଏନେଇ ଇସ୍ରୋ କିମ୍ବା କେନ୍ଦ୍ର ମନ୍ତ୍ରୀଙ୍କଠାରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ଏହାର ବିଶେଷତ୍ଵ ହେଉଛି ମହାକାଶରୁ ନେଟୱର୍କ ମିଳିବା ସରଳ ହେବ। ଦୁନିଆରେ ଯେକୌଣସି ସ୍ଥାନରେ ରହି ଫୋନରେ କଥା ହୋଇପାରିବା। ଷ୍ଟାରଲିଙ୍କ ପରି ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ। ଦେଖିବାକୁ ଗଲେ ଏହା ଗ୍ଲୋବାଲ ସିମ୍ ଭଳି କାମ କରିବ।
ଜାନୁଆରୀ ମାସରେ ସ୍ଵାଭାବିକ ଶୀତ ଅପେକ୍ଷା ଅଧିକ ରହିବ ପଶ୍ଚିମାଝଡ଼ର ପ୍ରଭାବ
ନନ୍ଦିଘୋଷ ବ୍ୟୁରୋ: ଜାନୁଆରୀରେ ଶୀତ କମ୍ ବର୍ଷା ଅଧିକ । ଦୀର୍ଘମିଆଦି ଆକଳନରେ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଜାନୁଆରୀ ମାସରେ ସ୍ଵାଭାବିକ ଶୀତ ଅପେକ୍ଷା ପଶ୍ଚିମାଝଡ଼ର ପ୍ରଭାବ ଅଧିକ ରହିବ। ଶୀତ କମ୍ ରହିବ, କୋହଲା ପାଗ ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି । ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ଅନୁଭବ ହେବ ପ୍ରବଳ ଶୀତ । ଗତ ତିନି ଦିନ ମଧ୍ୟରେ ୭ ଡିଗ୍ରୀରୁ ଅଧିକ ତାପମାତ୍ରା ହ୍ରାସ ପାଇଛି । ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବା ସହ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ।
କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଜାଡ଼ ଅନୁଭୂତ ହେବ। ୪ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବ। କନ୍ଧମାଳ ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ କେନ୍ଦୁଝର, ମୟୁରଭଞ୍ଜ,ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ନୟାଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ। ଜାନୁଆରୀରେ ଶୀତର ପ୍ରକୋପ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଗତ ୨ଦିନ ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇଥିବା ବେଳେ ପ୍ରବଳ ଶୀତ ଅନୁଭବ ହୋଇଛି।
ନୂଆବର୍ଷରୁ ଜନ୍ମ ନେବେ ଜେନେରେସନ ବୀଟା: ଜାଣନ୍ତୁ ଏହି ଜେନେରେସନର ନାମ ଓ ତା’ ପଛର କାହାଣୀ
ନୂଆଦିଲ୍ଲୀ: ଆପଣମାନେ ବର୍ତ୍ତମାନ ସୁଦ୍ଧା ଜେନେରେସନ ଅଲ୍ଫା ଓ ଜେନେରେସନ Z ବିଷୟରେ ଶୁଣିଥିବେ । କିନ୍ତୁ ନୂଆବର୍ଷରୁ ଆଉ ଏକ ନୂଆ ଜେନେରେସନ ଆମମାନଙ୍କ ପାଇଁ ଆସୁଛି, ଯାହାର ନାମ ‘Generation Beta’ ହେବ । ୨୦୨୫ ଜାନୁଆରୀ ୧ ଠାରୁ ଜନ୍ମଗ୍ରହଣ କରୁଥିବା ଶିଶୁମାନଙ୍କୁ ’ଜେନେରେସନ ବେଟା’ ନାମ ଦିଆଯାଇଛି । ପୂର୍ବରୁ ଆମେମାନେ Gen G ଓ Gen Alpha ମଧ୍ୟରେ ରହିଥିବା ସାମଞ୍ଜସ୍ୟକୁ ଶିଖୁଥିବା ବେଳେ ଏହା ମଧ୍ୟରେ ଏକ ନୂଆ ଜେନେରେସନ ଆସିଯାଇଛି ।
ସାଧାରଣ ଭାବେ ଯେ କୌଣସି ଜେନେରେସନର ନାମ ସେହି ସମୟର ଐତିହାସିକ, ସାଂସ୍କୃତିକ ଓ ଆର୍ଥିକ ଘଟଣାବଳୀର ଆଧାରରେ ସ୍ଥିର ହୋଇଥାଏ । କୌଣସି ଜେନେରେସନର ଆରମ୍ଭ ଓ ଶେଷ ସେହି ସମୟର ଯୁଦ୍ଧ, ଆର୍ଥିକ ବୃଦ୍ଧି ବା କୌଣସି ବଡ଼ ଟେକ୍ନୋଲୋଜିର ପରିବର୍ତ୍ତନ ଆଧାରରେ ରଖାଯାଇଥାଏ । ଏହି ଜେନେରେସନ ସାଧାରଣ ଭାବେ ୧୫-୨୦ ବର୍ଷର ଅବଧି ବିଶିଷ୍ଟ ହୋଇଥାଏ । ଆସନ୍ତୁ ଜାଣିବା ଜେନେରେସନର ନାମ ଓ ତା’ର ପଛର କାହାଣୀ ବିଷୟରେ ।
The Greatest Generation (GI ଜେନେରେସନ): 1901-1927
ଏହି ସମୟରେ ଜନ୍ମ ନେଉଥିବା ଜେନେରେସନକୁ The Greatest Generation ନାମରେ ଜଣାଯାଇଥାଏ । ଏହି ଜେନେରେସନର ଅଧିକାଂଶ ଲୋକ ଗ୍ରେଟ ଡିପ୍ରେସନ (ମହାମନ୍ଦୀ)ର ଦୁଃଖରେ ସମୟ ବିତାଉଥିଲେ । ଏହି ସମୟରେ ଜନ୍ମ ହେଉଥିବା ଅଧିକାଂଶ ଶିଶୁ ସୈନିକ ହୋଇଥିଲେ ଓ ଦ୍ବିତୀୟ ବିଶ୍ବଯୁଦ୍ଧରେ ଦେଶକୁ ରକ୍ଷା ପାଇଁ ସାମିଲ ହୋଇଥିଲେ । ଏହି ସମୟରେ ପରିବାରର ପାଳନ-ପୋଷଣ କରିବା ଏକ ଉପଲବ୍ଧି ଭାବେ ଗ୍ରହଣ କରାଯାଉଥିଲା । ଏହି ପୀଢ଼ିଙ୍କର ନିଜର କାମ ଉପରେ ଅତ୍ୟଧିକ ଫୋକସ ରହିଥିଲା, ଯାହାକି ସେମାନଙ୍କର ପରିଚୟ ସୃଷ୍ଟି କରିଥିଲା । ସେମାନେ ଯେଉଁ ଅନୁଭବ ହାସଲ କରିଥିଲେ, ତାହା ସେମାନେ ପରବର୍ତ୍ତୀ ପୀଢ଼ିଙ୍କୁ ମଧ୍ୟ ଉତ୍ତରାଧିକାର ସୂତ୍ରରେ ପ୍ରଦାନ କରିଥିଲେ ।
The Silent Generation: 1928-1945
ମହାମନ୍ଦୀ ଓ ଦ୍ବିତୀୟ ବିଶ୍ବଯୁଦ୍ଧର ଫଳାଫଳ କାରଣରୁ ଏହି ଜେନେରେସନକୁ The Silent Generation ନାମରେ ପରିଚିତ କରାଇଥିଲା । ଏହି ଜେନେରେସନର ଶିଶୁମାନେ ପରିଶ୍ରମୀ ଓ ଆତ୍ମନିର୍ଭରଶୀଳ ଥିଲେ ।
Baby Boomer Generation: 1946-1964
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଜନସଂଖ୍ୟାର ପ୍ରବଳ ବୃଦ୍ଧି କାରଣରୁ ଏହି ଜେନେରେସନର ନାମ ବେବି ବୁମର୍ସ ରଖାଯାଇଥିଲା । ବେବି ବୁମର୍ସ ଜେନେରେସନର ଲୋକମାନେ ନିଜର ଶିଶୁଙ୍କୁ ନୂଆ ତରିକାରେ ବଡ଼ କରିଥିଲେ । ସେମାନଙ୍କ ପାଇଁ ଟେକ୍ନୋଲୋଜି ନୂଆ ଥିଲା ।
ଜେନେରେସନ X: 1965-1980
ଜେନେରେସନ X ପାଇଁ ମଧ୍ୟ ଟେକ୍ନୋଲୋଜି ନୂଆ ଥିଲା । ଏହି ଯୁଗରେ ଇଣ୍ଟରନେଟ ଓ ଭିଡିଓ ଗେମର ଶୁଭାରମ୍ଭ ହୋଇଥିଲା । ଦ୍ରୁତ ଭାବେ ବଦଳୁଥିବା ଦୁନିଆରେ ଏହି ଜେନେରେସନର ଲୋକମାନେ ବଡ଼ ହୋଇଥିଲେ । ନିଜର ଶିଶୁଙ୍କୁ ସମସ୍ତ ପ୍ରକାରର ସୁବିଧା ଦେବାକୁ ଏହି ଜେନେରେସନର ଅଭିଭାବକମାନେ ପ୍ରୟାସ କରୁଥିଲେ ।
ମିଲୋନିୟଲ୍ସ ବା ଜେନେରେସନ Y: ୧୯୮୧-୧୯୯୬
ଜେନେରେସନ Yକୁ ମିଲୋନିୟଲ୍ସ ନାମରେ ଜଣାଯାଇଥାଏ । ଏହି ଜେନେରେସନର ଲୋକମାନେ ସବୁଠାରୁ ଅଧିକ ପରିବର୍ତ୍ତନ ଦେଖିଥିଲେ ଓ ଶିଖିଥିଲେ । ଏହି ଜେନେରେସନର ଲୋକମାନେ ଟେକ୍ନୋଲୋଜି ସହିତ ନିଜକୁ ଅପଡେଟ କରିଥିଲେ ।
ଜେନେରେସନ Z: ୧୯୯୭-୨୦୦୯
ଜନ୍ମ ଲାଭ ପରେ ପରେ ଏହି ଜେନେରେସନକୁ ତ୍ବରିତ ଭାବେ ଇଣ୍ଟରନେଟ ଓ ସୋସିଆଲ ମିଡ଼ିଆ ପରି ପ୍ଲାଟଫର୍ମକୁ ନିଆଯାଇଥିଲା । ଡିଜିଟାଲ ଯୁଗରେ ଲାଳିତ ପାଳିତ ହୋଇଥିବା ଏହି ଜେନେରେସନ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବିନା ବଞ୍ଚିବାର କଳ୍ପନା କରିନଥାନ୍ତି । ଡିଜିଟାଲ ଯୁଗରେ ସୋସିଆଲ ମିଡ଼ିଆରେ କିପରି ଅର୍ଥ ରୋଜଗାର ହୁଏ, ତାହା ଏହି ଜେନେରେସନଙ୍କୁ ଭଲ ଭାବେ ଜଣା ।
ଜେନେରେସନ ଅଲ୍ଫା: ୨୦୧୦-୨୦୨୪
ପ୍ରଥମ ପୀଢ଼ି ଭାବେ ଏମାନଙ୍କର ଜନ୍ମ ପୂବର୍ରୁ ହିଁ ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟ ପ୍ଲାଟଫର୍ମ ରହିଥିଲା । ଏମାନେ ସବୁଠାରୁ କମ୍ ବୟସର ନୂଆ ପୀଢ଼ି ଅଟନ୍ତି । ଏହି ଜେନେରେସନର ଶିଶୁଙ୍କ ପିତା-ମାତା ଇଣ୍ଟରନେଟ, ମୋବାଇଲ ଫୋନ ଓ ସୋସିଆଲ ମିଡ଼ିଆ ସହିତ ବଡ଼ ହୋଇଥିଲେ ।
ଜେନେରେସନ ବୀଟା: ୨୦୨୫-୨୦୩୯
୨୦୨୫ ଜାନୁଆରୀ ୧ ଠାରୁ ବୀଟାର ଯାତ୍ରା ଆରମ୍ଭ ହେବ । ବର୍ଷ ୨୦୨୫ରେ ଯେଉଁ ଶିଶୁମାନଙ୍କର ଜନ୍ମ ହେବ, ସେମାନଙ୍କୁ ‘ବୀଟା କୀଡସ’ କୁହାଯିବ । ଏହି ଶିଶୁମାନେ ଏପରି ଦୁନିଆରେ ବଡ଼ ହେବେ, ଯେଉଁଠାରେ ଟେକ୍ନୋଲୋଜି ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ପରିଗଣିତ ହେବ । ଜେନେରେସନ ବୀଟାର ଜୀବନରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ହସ୍ତକ୍ଷେପ ଅଧିକ ଦେଖିବାକୁ ମିଳିବ ।
ରାଜଧାନୀରେ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଅସମ୍ମାନ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଅସମ୍ମାନ ଅଭିଯୋଗ । ନୂଆ ବର୍ଷ ସ୍ୱାଗତ ଆଳରେ ବିଭିନ୍ନ ରାଜନୈତିକ ଦଳର ଵ୍ୟାନର ଓ ହୋଡିଂରେ ଲୁଚିଗଲା ଅଶୋକ ସ୍ତମ୍ଭ । ଦୀର୍ଘଦିନରୁ ରାଜଧାନୀର ସତ୍ୟନଗର ଓଭରବ୍ରିଜ ଓ ଲକ୍ଷ୍ମୀସାଗର ଗୋଳେଇ ଛକରେ ଥିବା ଜାତୀୟ ପତାକାର ଅଶୋକ ସ୍ତମ୍ଭ ଏଵେ ଵ୍ୟାନରରେ ଲୁଚି ଯାଇଛି । ଏହା ଅଶୋକ ସ୍ତମ୍ଭ ପ୍ରତି ଘୋର ଅସମ୍ମାନ ବୋଲି କହିଛନ୍ତି ବିଶିଷ୍ଟ ଐତିହାସିକ ଅନିଲ ଧୀର । ଏନେଇ ଶ୍ରୀ ଧୀର ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବିଶେଷକରି ବିଜେପି ଦଳର ନେତା ଓ ଚିହ୍ନ ଥିବା ଅଭିନନ୍ଦନ ଵ୍ୟାନର ଅଶୋକ ସ୍ତମ୍ଭକୁ ଲୁଚାଇ ଦେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରଶାସନ କାଲି ସୁଦ୍ଧା ଵ୍ୟାନର ନହଟାଇଲେ ସେ ହାଇକୋର୍ଟ ଯିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।
ସମନ୍ଵିତ ପ୍ରଣାଳୀରେ ଚାଷ କରି ସ୍ଵାବଲମ୍ବୀ ପଙ୍କଜ
ନନ୍ଦିଘୋଷ ବ୍ୟୁରୋ: ସମନ୍ଵିତ ପ୍ରଣାଳୀରେ ଚାଷ କରି ସ୍ଵାବଲମ୍ବୀ । କୃଷି ଓ ଉଦ୍ୟାନ ବିଭାଗ ସହଯୋଗରେ ମାଛ ଓ ଛତୁ ଚାଷ କରି ସଫଳ ଉଦ୍ଯୋଗୀ ପାଲଟିଛନ୍ତି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗାଁର ପଙ୍କଜ ସାହୁ । ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ୧୦ ରୁ ୧୨ ଜଣଙ୍କୁ ରୋଜଗାର ମଧ୍ଯ ଦେଇଛନ୍ତି । ଅନ୍ଯ ପାଇଁ ପାଲଟିଛନ୍ତି ଉଦାହରଣ ।
ପିଲାଟି ଦିନରୁ ଚାଷ କାମରେ ବିମୁଖ । ଏଭଳି ଏକ ଚାଷୀ ହେଲେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗାଁର ପଙ୍କଜ ସାହୁ । ସେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ଯ ଚାକିରୀ ପଛରେ ନଗୋଡାଇ ନିଜସ୍ଵ ସମ୍ବଳରେ ସମନ୍ଵିତ କୃଷିକୁ ଆପଣାଇ ସୃଷ୍ଟି କରିଛନ୍ତି ସ୍ଵତନ୍ତ୍ର ପରିଚୟ । ନିଜର ପାଞ୍ଚ ଏକର ଜମିରେ ମାଛ ଚାଷ ଠୁ ଆରମ୍ଭ କରି ଛତୁ ଚାଷ, ଗେଣ୍ଡୁ ଫୁଲ, ଆମ୍ବ ସହିତ ବିଭିନ୍ନ ପନିପରିବା ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ଏବଂ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । କୃଷକ ରତ୍ନ, କୃଷି ଓଡିଶା ଭଳି ଅନେକ ପୁରସ୍କାର ପାଇବା ସହିତ ଜଣେ ସଫଳ ଚାଷୀ ଭାବେ ରାଜ୍ଯ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଛନ୍ତି ପଙ୍କଜ।
ପଙ୍କଜ ଚାଷ କାମ କରି ନିଜେ ସ୍ଵାବଲମ୍ବୀ ହେବା ସହିତ ୧୦ ରୁ ୧୨ ଜଣଙ୍କୁ କୃଷିକାର୍ଯ୍ୟରେ ନିୟୋଜିତ କରି ରୋଜଗାର ଦେଉଛନ୍ତି । ତାଙ୍କୁ ଚାଷ କାର୍ଯ୍ଯରେ ତାଙ୍କ ଧର୍ମପତ୍ନୀ ସହଯୋଗ କରୁଛନ୍ତି । ସରକାରଙ୍କ ପକ୍ଷରୁ କେବଳ ବିଜୁଳିର ବ୍ୟସ୍ତତା ହୋଇ ପାରିଲେ ଆହୁରି ଉନ୍ନତି ହୋଇପାରନ୍ତା ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । ଅନ୍ୟପଟେ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀ ପଙ୍କଜକୁ ଏକ ପ୍ଯାକିଙ୍ଗ ହାଉସ ସହିତ , ନେଟ ହାଉସ ସହ ବିଭିନ୍ନ ସମୟରେ ଚାରା ଓ ଚାଷ ଉପକରଣ ଯୋଗାଇ ଦେଉଥିବା ନେଇ ଉଦ୍ୟାନକୃଷି ଅଧିକାରୀ କହିଛନ୍ତି ।
ନୂଆ ବର୍ଷରେ ଆମେରିକାରେ ଆତଙ୍କବାଦୀ ଆକ୍ରମଣ,ଭିଡ଼ ଉପରେ ଟ୍ରକ୍ ଚଢାଇ ୧୨ଙ୍କୁ ହତ୍ୟା
ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷରେ ସବୁଠି ଖୁସିର ମାହୋଲ ରହିଥିବାବେଳେ ଆମେରିକାର ନ୍ୟୁ ଓରିଲିନ୍ସରୁ ଆସିଛି ଏକ ହୃଦୟବିଦାରକ ଖବର । ଭିଡ଼ ଭିତରେ ଏକ ଟ୍ରକ ପଶିବା ସହ ଲୋକଙ୍କ ଉପରେ ଚଢ଼ାଇ ଦେଇଛି । ଯେଉଁଥିରେ ୧୨ ଜଣଙ୍କ ଜୀବନ ଚାଲିଯାଇଛି ଏବଂ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ଏକ ସୂଚନା ଅନୁସାରେ ସହରର ଜଣାଶୁଣା ସ୍ଥାନ ବର୍ବନ ଷ୍ଟ୍ରିଟ ଅଞ୍ଚଳରେ ଏକ କାର ଦୁର୍ଘଟଣା ଦେବା କାରଣରୁ ଏଭଳି ହୋଇଛି । ସେପଟେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଏକ ଟ୍ରକ ଗହଳି ଅଞ୍ଚଳକୁ ଆସିଥିଲା ଏବଂ ଡ୍ରାଇଭର ଜଣକ ଆଖିବୁଜା ଗୁଳି ଚଳାଇଥିଲା । ଯାହା ଫଳରେ ଏଭଳି ଅଘଟଣ ଘଟିଛି ।
କାହିଁକି ଜୀବନ ହାରିଲେ ପୁନିତ ? ପୋଲିସ କହିଲା…
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ମଡେଲ ଟାଉନ ଅଞ୍ଚଳରେ କଲ୍ୟାଣ ବିହାର ଅଞ୍ଚଳରେ ପୁନିତ ଖୁରାନା ଜୀବନ ହାରିଛନ୍ତି । ତେବେ ସେ କାହିଁକି ଜୀବନ ହାରିଲେ ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ପରିବାର ଲୋକେ ପତ୍ନୀଙ୍କ ଉପରେ ଦୋଷ ଦେଇଛନ୍ତି । ପୁନିତଙ୍କ ପରିବାର ଲୋକେ କହିଛନ୍ତି କି, ପତ୍ନୀଙ୍କ ପାଇଁ କିଛିଦିନ ହେବ ଟେନସନରେ ରହୁଥିଲେ । ସେପଟେ ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ପୁନିତଙ୍କ ଶେଷ ଫୋନକଲ ମଧ୍ୟ ପତ୍ନୀଙ୍କ ପାଖକୁ ଯାଇଛି । ଯେଉଁଥିରେ ସେ ବ୍ୟବସାୟ ସମ୍ପର୍କରେ କଥା ହୋଇଥିବା ଜଣାପଡ଼ିଛି ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ୨୦୧୬ ମସିହାରେ ପୁନିତଙ୍କ ବିବାହ ମନିକାଙ୍କ ସହ ହୋଇଥିଲା । ବିବାହର ପ୍ରଥମ ଦୁଇବର୍ଷ ବେଶ ହସ ଖୁସିରେ ଚାଲିଥିଲା । ବାପା ମାଙ୍କୁ ଛାଡ଼ି ପୁନିତ ପତ୍ନୀଙ୍କ ସହ ବାହାରେ ରହିଥିଲେ । ମାତ୍ର ଦୁଇ ବର୍ଷ ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯେଉଁ କାରଣରୁ ପୁନିତ ତାଙ୍କ ଘରେ ରହିଥିବାବେଳେ ମନିକା ତାଙ୍କ ବାପ ଘରକୁ ଯାଇଥିଲେ । ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ପାଇଁ ମଧ୍ୟ କୋର୍ଟରେ ଦାଖଲ କରାଯାଇଛି । ତେବେ ଏହି କାରଣରୁ ମନିକାଙ୍କ ପରିବାର ଲୋକେ ପୁନିତଙ୍କୁ ହଇରାଣ କରୁଥିବାବେଳେ ସେ ଜୀବନ ହାରିଛନ୍ତି ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପୁନିତ ଏକ ବେକରୀ ସପ ଚଳାଉଥିବାବେଳେ ୩୧ ତାରିଖରେ ଘରକୁ ଯାଇ ନିଜ ରୁମରେ ଶୋଇଥିଲେ । ଘର ଲୋକେ ଯେତେବେଳେ ପୁଅକୁ ଡାକିଥିଲେ ଉତ୍ତର ଦେଇ ନଥିଲେ, କିମ୍ବା ଫୋନ କରିଥିଲେ ସୁଦ୍ଧା ରିସିଭ କରିନଥିଲେ । କବାଟ ଭାଙ୍ଗି ଦେଖିବା ବେଳକୁ ସେ ଜୀବନ ହାରି ଦେଇଥିଲେ । ସେପଟେ ଏଘଣାର ତଦନ୍ତ ଆରମ୍ଭ କରିବ ପୋଲିସ । ବେକରୀ ସପକୁ ଉଭୟ ଛାଡ଼ପତ୍ର ପୂର୍ବରୁ ଚଳାଉଥିଲେ । ସେମାନଙ୍କ ନାଁରେ ଏହି ଦୋକାନଟି ରହିଥିବାବେଳେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା ।
ପୁନିତ ଏବଂ ମନୀକାଙ୍କ ପରିବାର ପୂର୍ବରୁ ପରିଚିତ ଥିଲେ । ବିବାହ ପୂର୍ବରୁ ପୁନିତଙ୍କ ବାପା ୧ କୋଟି ୬୫ ଲକ୍ଷ ଟଙ୍କା ମନୀକାଙ୍କ ବାପାଙ୍କୁ ଋଣ ଆକାରରେ ଦେଇଥିଲେ । ଆଉ ପରବର୍ତ୍ତୀ ସମୟରେ ସେହି ଟଙ୍କାରେ ପୁନିତ ଏବଂ ମନୀକା ଏକ କାଫେ ଖୋଲିଥିଲେ । ଯାହାକି ଅଧାଦିନରେ ବନ୍ଦ ହୋଇଯାଇଥିଲା । ସେପଟେ ଏବେ ପୁନିତଙ୍କ ପରିବାର ଲୋକେ ଯେଉଁ ଘରେ ରହୁଛନ୍ତି ତାହା ମନୀକାଙ୍କ ନାମରେ ରହିଛି । ଯାହାର ତଦନ୍ତ ମଧ୍ୟ ପୋଲିସ କରିବ ବୋଲି କୁହାଯାଉଛି ।
ଭାରସାମ୍ୟ ହରାଇ ନଦୀକୁ ଖସିଲା ଲଞ୍ଚ, କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ନନ୍ଦିଘୋଷ ବ୍ୟୁରୋ: ନୂଆ ବର୍ଷରେ ଅଘଟଣ । ଭାରସାମ୍ୟ ହରାଇ ନଦୀକୁ ଖସିଲା ଲଞ୍ଚ । କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଆରଡି ସ୍ଥିତ ଆଖଣ୍ଡଳମଣିପୀଠ ସାଳନ୍ଦୀନଦୀ ତିନିତର ଘାଟରେ । ଇଂରାଜୀ ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ପୀଠକୁ ଉଭୟେ ଜଳପଥ ଓ ସ୍ଥଳପଥ ଦେଇ ହଜାର ହଜାର ଭକ୍ତ ଆସିଥିଲେ । ହେଲେ ଜଳପଥରେ ଆବଶ୍ଯକତା ଅନୁଯାୟୀ ମଟରବୋଟ ନଥିବାରୁ ଗୋଟିଏ ବୋଟରେ ଅଧିକ ସଂଖ୍ଯକ ଯାତ୍ରୀଙ୍କ ସହ ୨ ଚକିଆ ଯାନ ପାର କରୁଥିଲେ ଘାଟିଆ । ମଟରବୋଟରେ ୩୫ରୁ ୪୦ ଜଣ ଯାତ୍ରୀଙ୍କ ସହ ୧୪ଟି ୨ ଚକିଆ ଯାନ ପାରି ହେଉଥିଲା । ମଟରବୋଟ ଚାଳକର ଖାମଖିଆଲି ଚାଳନା ଯୋଗୁ ମେଗା ପ୍ରକଳ୍ପ ବ୍ରିଜର ତିନି ନଂ ଖୁଣ୍ଟିକୁ ଧକ୍କା ଦେଇଥିଲା ବୋଟ । ଫଳରେ ନଦୀକୁ ଖସିପଡିଥିଲେ ଯାତ୍ରୀ । ଗୁରୁତର ଭାବେ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଯାତ୍ରୀ । ଅସୁସ୍ଥ ଯାତ୍ରୀଙ୍କ ନାଁ ଉମାକାନ୍ତ ପତ୍ରୀ ।
ମା’ ଏବଂ ୪ ଭଉଣୀଙ୍କୁ ହୋଟେଲରେ କାହିଁକି ହତ୍ୟା କଲା ପୁଅ ?
ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷରେ ଲକ୍ଷ୍ନୌରୁ ଆସିଛି ଏକ ଲୋମହର୍ଷକ ଘଟଣା । ନିଜର ୪ ଭଉଣୀଙ୍କ ସହ ଜନ୍ମକଲା ମାକୁ ମାରିଦେଲା ପୁଅ । ଲକ୍ଷ୍ନୌରୁ ଏଭଳି ଏକ ଘଟଣା ସାମନାକୁ ଆସିଥିବାବେଳେ ଏହାକୁ ନେଇ ଖେଳି ଯାଇଛି ଚାଞ୍ଚଲ୍ୟ । ତେବେ ଅଭିଯୁକ୍ତକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ୨୪ ବର୍ଷିୟ ଅରଶଦ ଏଭଳି ଜଘନ୍ୟକାଣ୍ଡ ଭିଆଇଛି ।
ଗତ ୩୦ ତାରିଖରେ ଅରଶଦଙ୍କ ପରିବାର ଲୋକେ ନାକା ଅଞ୍ଚଳର ଏକ ହୋଟେଲରେ ରହିବାକୁ ଆସିଥିଲେ । ସମସ୍ତେ ୧୦୯ ନମ୍ବର ରୁମରେ ରହିଥିଲେ । ୩୧ ତାରିଖ ରାତିରେ ମା ଏବଂ ଭଉଣୀମାନଙ୍କ ଗଳା କାଟି ହତ୍ୟା କରିଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା । ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବାବେଳେ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି କି, ପାରିବାରିକ କଳହରୁ ଏଭଳି ଘଟିଛି ।

