spot_img
Home Blog Page 1203

କୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲା ଉଲ୍ଲଂଘନ କରି ବାଲି ଲୁଟ, ଭୂସ୍ଵର୍ଗ ପାଲଟିଛି କଳାହାଣ୍ଡି ଜିଲ୍ଲା

ନନ୍ଦିଘୋଷ ବ୍ୟୁରୋ: ବାଲି ମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି କଳାହାଣ୍ଡି ଜିଲ୍ଲା । ବେଧଡକ ଭାବରେ ଦିନତମାମ ବାଲି ଉତ୍ତୋଳନ କରୁଛନ୍ତି ବାଲି ମାଫିଆ । କୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲା ଉଲ୍ଲଂଘନ କରାଯାଉଥିବା ଅଭିଯୋଗ । କେଉଁଠି ବିନା ଟ୍ରାଞ୍ଜିଟ ପର୍ମିଟ ରେ ଶହ ଶହ ଗାଡ଼ି ଚାଲାଣ ହେଉଛି ତ ଆଉ କେଉଁଠି ବିନା ଲିଜରେ ବାଲି ଉଠାଣ କରୁଛନ୍ତି ମାଫିଆ। ଆଉ ସେପଟେ ଜିଲ୍ଲା ଖଣି ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ । ବାଲି ମାଫିଆ ଓ ଖଣି ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଅଭିଯୋଗ

କଳାହାଣ୍ଡି ଜିଲ୍ଲାରେ ରହିଛି ଅନେକ ନଦୀ ନାଳ। ବିଶେଷ କରି ଜିଳ୍ଲାର ତେଲ ନଦୀ, ହାତୀ ନଦୀ ଓ ଉତେଇ ଏବଂ ରେତ ନଦୀରୁ ଦିନ ତମାମ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଇଛି । ହେଲେ ନୀରବ ଦ୍ରଷ୍ଟା ସାଜିଛି ଜିଲ୍ଲା ଖଣି ବିଭାଗ । ଯାହା ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। କିଛି ଦିନ ତଳେ ହାଇକୋର୍ଟଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସକାଳ ୬ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ବାଲି ଉଠାଣ ହୋଇପାରିବ ନାହିଁ। ହେଲେ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏଠି ବେଧଡକ ଭାବରେ ଚାଲିଛି ବାଲି କାରବାର । ବାଲି ମାଫିଆ ଓ ଖଣି ବିଭାଗର ବଡ ବଡ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଦିନତମାମ ବାଲି ଉତ୍ତୋଳନ ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଜିଲ୍ଲାରେ ୧୦୦ ଟି ବାଲିଘାଟ ରହିଛି । ସେଥିମଧ୍ୟରୁ ୪୦ଟି ବାଲିଘାଟ ଲିଜରେ ରହିଥିବା ବେଳେ ଅନ୍ୟ ୬୦ଟି ଘାଟ ବେଆଇନ ଭାବରେ ଚାଲିଛି । ଅନେକ ବାଲିଘାଟରେ ବିନା ଟ୍ରାଞ୍ଜିଟ ପର୍ମିଟରେ ମଧ୍ୟ ବାଲି ଚାଲାଣ କରାଯାଉଛି ।

କିଛି ଦିନ ତଳେ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖଣି ବିଭାଗର ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ଜିଲ୍ଲା ଖଣି ଅଧିକାରୀ ମୁରଲୀଧର ନାଏକ ଓ DDM ବିଶ୍ଵନାଥ ସୋରେନଙ୍କ ଉପରେ ବର୍ଷିବା ସହିତ ତାଗିଦ ମଧ୍ଯ କରିଥିଲେ । ଜିଲ୍ଲାରେ ଚାଲୁଥିବା ବାଲି ଚାଲାଣ ଉପରେ ରୋକ ଲଗାଇବାକୁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦେଇଥିଲେ । ହେଲେ ବାଲି ଚାଲାଣ ଉପରେ ରୋକ ଲାଗିପାରୁନାହିଁ । ଏପଟେ ଦିନରେ ବାଲି ଉତ୍ତୋଳନ ଉପରେ ରୋକ ଲଗାଯିବ ବୋଲି କହିଛନ୍ତି ଖଣି ଓ ପରିବହନ ମନ୍ତ୍ରୀ ।

 

ଶ୍ରୀମନ୍ଦିର ଭିତରେ ଟଳିପଡିଲେ ସେବାୟତ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ଟଳିପଡିଲେ ସେବାୟତ । ମୃତ ସେବାୟତ ଜଣକ ହେଉଛନ୍ତି ଜଗା ସୁଆରବଡୁ । ଦ୍ବିପ୍ରହର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ । ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ିଗଲେ ସେବାୟତ ଜଣକ ।  ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପୁଣି ପନ୍ତ ଆହତ , କେମିତି ଖେଳିବେ ରଣଜୀ ?

0

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଚଳିତ ରଣଜୀ ଟ୍ରଫି ଖେଳିବେ ବୋଲି ଦିଲ୍ଲୀ ପକ୍ଷରୁ କୁହାଯାଇଛି । ମାତ୍ର ଏବେ ଖବର ଆସୁଛି କି, ପନ୍ତ ପୁଣିଥରେ ଆହତ ହୋଇଛନ୍ତି । ସେ ବିଶ୍ରାମ ନେବାକୁ ଡାକ୍ତରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାସହ ସେ ଏନସିଏକୁ ଯିବେ ବୋଲି ମଧ୍ୟ ଯୋଜନା କରିଥିଲେ । କିନ୍ତୁ ଏଭଳି ଏକ ସମୟରେ ସେ ରଣଜୀ ଖେଳିବେ କି ନାହିଁ ଏହାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଦିଲ୍ଲୀର ସମ୍ଭାବ୍ୟ ଦଳରେ ତାଙ୍କ ନାମ ରହିଛି । ଚଳିତ ମାସ ୨୩ ତାରିଖରୁ ରଣଜୀ ଟ୍ରଫି ଆରମ୍ଭ ହେଉଥିବା ବେଳେ ଦିଲ୍ଲୀ ପ୍ରଥମ ମ୍ୟାଚରେ ସୌରାଷ୍ଟ୍ରକୁ ଭେଟିବ । ତେବେ ୧୦ରୁ ୧୪ ଦିନର ବିଶ୍ରାମ ନେବାକୁ ଡାକ୍ତର କହିଛନ୍ତି । ଏହାପରେ ଏନସିଏକୁ ଯାଇ ରିହାବ କରିବାକୁ ପଡ଼ିବ ।

 

ଦିଲ୍ଲୀ ନିର୍ବାଚନ : ନାମାଙ୍କନ ଭରିଲେ ଅରବିନ୍ଦ କେଜ୍ରିଓ୍ବାଲ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଜାନୁଆରୀ ୧୭ ତାରିଖ ନାମାଙ୍କନ ଦାଖଲର ଶେଷଦିନ ରହିଛି। ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ ଆଜି ନାମାଙ୍କନ ଦାଖଲ କରିଛନ୍ତି। ସେ ଅଣସଂରକ୍ଷିତ ନୂଆଦିଲ୍ଲୀ ଆସନରୁ ନିଜର ନାମାଙ୍କନ ଭରିଛନ୍ତି। ୨୦୧୩, ୨୦୧୫ ଓ ୨୦୨୦ରେ ଏହି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ କେଜ୍ରିୱାଲ୍।  ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିସୀ କାଲକାଜି ଆସନରୁ ନିଜର ନାମାଙ୍କନ ଭରିଥିଲେ। ନାମାଙ୍କନ ଦାଖଲ ପୂର୍ବରୁ ବାଲ୍ମିକୀ ମନ୍ଦିର ଓ ହନୁମାନ ମନ୍ଦିର ଯାଇ ଦର୍ଶନ କରିଥିଲେ ଆମ୍ ଆଦମୀ ପାର୍ଟି ସୁପ୍ରିମୋ କେଜ୍ରିୱାଲ୍ । ପରେ କର୍ମକର୍ତ୍ତାଙ୍କ ସହ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଥିଲେ। ନୂଆଦିଲ୍ଲୀ ଆସନରୁ କେଜରିୱାଲଙ୍କ ବିପକ୍ଷରେ ବିଜେପି ପ୍ରବେଶ ବର୍ମାଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ହେଉଛନ୍ତି ପ୍ରବେଶ ବର୍ମା। ପ୍ରବେଶ ୨୦୧୪ ଓ ୨୦୧୯ରେ ବିଜେପିର ସାଂସଦ ନିର୍ମାଚିତ ହୋଇଥିଲେ।  ସେପଟେ କଂଗ୍ରେସରୁ ପାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ। ନୂଆଦିଲ୍ଲୀ ଆସନରେ ଏଥର ଜୋରଦାର ଲଢେଇ ଦେଖିବାକୁ ମିଳିବ।

ଇତିହାସ ରଚିଲା ମହିଳା ଭାରତୀୟ ଦଳ, ପୁରୁଷ ଦଳ କେବେ ମଧ୍ୟ କରିନି ଏତେ ବଡ଼ ସ୍କୋର..

ନନ୍ଦିଘୋଷ ବ୍ୟୁରୋ: ଦିନିକିଆରେ ଇତିହାସ ରଚିଲା ଟିମ ଇଣ୍ଡିଆ । ମହିଳା କ୍ରିକେଟ ଟିମ ପକ୍ଷରୁ ଆୟାରଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ରେକର୍ଡ କରିଛି । ରାଜକୋଟରେ ଖେଳାଯାଉଥିବା ଏହି ମ୍ୟାଚରେ ମହିଳା ଦଳ ୫ ଓ୍ବିକେଟ ବିନିମୟରେ ୪୩୫ ରନ କରିଛି । ଯାହା ପୁରୁଷ ଦଳ ଆଜି ପର୍ଯ୍ୟନ୍ତ କରିନାହିଁ । ଦିନିକିଆରେ ନୂଆ ରେକର୍ଡ ସୃଷ୍ଟି କରିଛି ଭାରତୀୟ ଦଳ । ତେବେ ଦଳ ପକ୍ଷରୁ ସ୍କୃତି ମନ୍ଧାନା ଏବଂ ପ୍ରତିକା ରାଓ୍ବଲ ଶତକୀୟ ପାଳି ଖେଳିଛନ୍ତି । ସ୍ମୃତି ୧୩୫ ରନ କରିଥିବାବେଳେ ପ୍ରତିକା ୧୫୪ ରନ କରିଛନ୍ତି । ଏହାସହ ରିଚା ଘୋଷ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ପୂର୍ବରୁ ଭାରତୀୟ ମହିଳା ଦଳର ସର୍ବାଧିକ ସ୍କୋର ରହିଥିଲା ୩୭୦ । ଏବେ ଦିନିକିଆରେ ସର୍ବାଧିକ ସ୍କୋର ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ । ତେବେ ଏହି ତାଲିକାର ଶୀର୍ଷରେ ରହିଛି ନ୍ୟୁଜିଲାଣ୍ଡ ୨୦୧୮ ମସିହାରେ ଆୟାରଲ୍ୟାଣ୍ଡ ବିପକ୍ଷରେ ୪୯୧ ରନ କରିବାର ରେକର୍ଡ ରହିଛି ।

ଖୁବଶିଘ୍ର ଓଡ଼ିଶା କଂଗ୍ରେସର ହେବ ନବକଳେବର : ଜୟଦେବ ଜେନା

ନନ୍ଦିଘୋଷ ବ୍ୟୁରୋ: ପିସିସି ସଭାପତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ପିସିସି ସଭାପତି ନାଁ ସ୍ଥିର ହୋଇଛି । ଆଜି ଏଆଇସିସି କାର୍ଯ୍ୟଳୟ ଉଦଘାଟନ ହୋଇଛି । ଖୁବଶିଘ୍ର ଓଡ଼ିଶା କଂଗ୍ରେସର ନବକଳେବର ହେବ । ଓଡ଼ିଶାର ପିସିସି ସଭାପତି କିଏ ହେବେ ସ୍ଥିର ହୋଇଛି । ନା ଘୋଷଣା ଆଉ ବିଳମ୍ବ ହେବନାହିଁ । ପିସିସି ନେଇ ହାଇକମାଣ୍ଡକୁ ଦୁଇଜଣ ପର୍ଯ୍ୟବେକ୍ଷକ ରିପୋର୍ଟ ଦେଇଛନ୍ତି । ଏହାକୁ ଆଧାର କରି ହାଇକମାଣ୍ଡ ପିସିସି ସଭାପତି ବାଛିବେ ବୋଲି କହିଛନ୍ତି ଜୟ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ।

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧୫ ଲକ୍ଷ ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ବ୍ୟବସାୟୀଙ୍କୁ ଆକ୍ରମଣ କରି ୧୫ ଲକ୍ଷ ଲୁଟ। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଛତାବେଢା ସାପ୍ତାହିକ ବଜାରରେ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟ  ଅଭିଯୋଗ ହୋଇଛି । ଦିନ ଦ୍ବିପ୍ରହରରେ ମୁଖାପିନ୍ଧା ୭ ରୁ ୮ ଦୁର୍ବୃତ୍ତ ଲୁଟି ନେଲେ ୧୫ ଲକ୍ଷରୁ ଅଧିକ ଟଙ୍କା। ବ୍ୟବସାୟୀ ଅବଦୁଲ ଆନସାରି ଦୁଇ ଜଣ କର୍ମଚାରୀଙ୍କ ସହ ପାରୁଆ ପଞ୍ଚାୟତର ଛତାବେଡା ସାପ୍ତାହିକ ହାଟକୁ ଯାଉଥିଲେ। ଏହି ସମୟରେ ନିକଟସ୍ଥ ଏକ ପୋଖରୀ ନିକଟରେ ମୁଖାପିନ୍ଧା ୭ରୁ ୮ ଜଣ ବ୍ୟକ୍ତି ଏମାନଙ୍କୁ ଅଟକାଇଥିଲେ। ଅଟକିବା ପରେ ସେମାନେ ଅତର୍କିତ ଭାବେ ବାଇକ ଚାଳକଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେl ଦୁଇ କର୍ମଚାରୀ ଗୁଡୁ ଓ ୟୁନୁସଙ୍କୁ ଆକ୍ରମଣ କରି ଅବଦୁଲଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ। ଆକ୍ରମଣରେ ଗୁରୁତର ହୋଇ ଅବଦୁଲ ଅନସାରୀ ରାଇଘର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଦୁଇ ଜଣଙ୍କୁ  ଘଟଣାସ୍ଥଳକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ହେଲମେଟ ପିନ୍ଧିନଥିବାରୁ ଲାଇନମ୍ୟାନଙ୍କୁ ପେଟ୍ରୋଲ ଦେଲେନି ପମ୍ପ କର୍ମଚାରୀ,ଲାଇନମ୍ୟାନ୍ କାଟିଦେଲେ ତାର

ନନ୍ଦିଘୋଷ ବ୍ୟୁରୋ: ରାଗିଗଲେ ଲାଇନମ୍ୟାନ, କାଟିଦେଲେ ତାର । ପେଟ୍ରୋଲ ପମ୍ପକୁ ବିନା ହେଲମେଣ୍ଟରେ ଯାଇଥିବାବେଳେ ପେଟ୍ରୋଲ ଦେଲେନି କର୍ମଚାରୀ । ଯେଉଁ ରାଗରେ ଖୁଣ୍ଟରେ ଚଢ଼ି ତାର କାଟି ଦେଇଛନ୍ତି । ସିସିଟିଭିରେ ଏହି ଭିଡିଓ କଏଦ ହୋଇଥିବାବେଳେ ଇଲେକ୍ଟ୍ରି ବିଭାଗ ପକ୍ଷରୁ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ । ପରତାପୁର ରୋଡରେ ରହିଥିବା ଏକ ପେଟ୍ରୋଲ ପମ୍ପକୁ ଲାଇନମ୍ୟାନ ଜଣକ ପେଟ୍ରୋଲ ପକାଇବା ପାଇଁ ଆସିଥିଲେ । ତେବେ ହେଲମେଣ୍ଟ ପିନ୍ଧି ନଥିବାରୁ ତାଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ବୁଝାଇଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ । ଯେଉଁ କାରଣରୁ ରାଗି ଯାଇଥିଲେ ଲାଇନମ୍ୟାନ । ସେ ପ୍ରଥମେ ନିଜର ପରିଚୟ ଦେଇ ଇଲେକ୍ଟ୍ରି ବିଭିାଗରେ କାମ କରୁଥିବା କହିଥିଲେ ମାତ୍ର ହେଲମେଣ୍ଟ ନାହିଁ ତ ପେଟ୍ରୋଲ ନାହିଁ ନୀତି ଆପଣାଇଥିଲେ କର୍ମଚାରୀ । କିନ୍ତୁ ଲାଇନମ୍ୟାନ ଜଣକ ଭଦ୍ର ଲୋକଙ୍କ ଭଳି ସେଠାରୁ ଯାଇଥିଲେ କିନ୍ତୁ ଖୁଣ୍ଟରେ ଚଢ଼ି ତାର କାଟି ଦେଇଥିଲେ । ଫଳରେ ପେଟ୍ରୋଲ ପମ୍ପରେ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ ସେବା ବନ୍ଦ ହୋଇଥିଲା । ସେପଟେ ଏନେଇ ପେଟ୍ରୋଲ ପମ୍ପ ମାଲିକଙ୍କ ପକ୍ଷରୁ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି ।

ଫେସବୁକ ଭାରତକୁ ମାଗିଲା କ୍ଷମା,ମାଲିକଙ୍କ ବକ୍ତବ୍ୟ ପରେ ଆରମ୍ଭ ହୋଇଥିବା ବିବାଦ

ନନ୍ଦିଘୋଷ ବ୍ୟୁରୋ: ଶେଷରେ ଭାରତକୁ କ୍ଷମା ମାଗିଛି ମେଟା । ମାର୍କ ଜୁକରବର୍ଗଙ୍କ ବିବାଦୀୟ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛି ମେଟା । IT ଓ ଯୋଗାଯୋଗ ବ୍ୟାପାର କମିଟିର ସଭାପତି ନିଶିକାନ୍ତ ଦୁବେ ଏସମ୍ପର୍କରେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନକୁ ଦେଇଥିବା ଟିପ୍ପଣୀକୁ ନେଇ ମେଟାକୁ ନୋଟିସ କରାଯିବା ନେଇ କୁହାଯାଇଥିଲା । ତେବେ ନିଶିକାନ୍ତ ସୋସିଆଲ ମିଡିଆରେ ଏକ ବଡ଼ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ଏହି ବିଜୟ ଭାରତର ସାଧାରଣ ଲୋକଙ୍କ ବିଜୟ । ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କ ଜିତାଇ ଲୋକେ ବିଶ୍ବରେ ଜଣେ ଶୀର୍ଷ ନେତୃତ୍ବଙ୍କ ପରିଚୟ ଦେଇଛନ୍ତି ।

ତେବ କହି ରଖୁଛୁ କି, ଗତ ଜାନୁଆରୀ ୧୦ରେ ଫେସବୁକ ସହ ପ୍ରତିଷ୍ଠାତା ଜୁକରବର୍ଗ କହିଥିଲେ, କୋଭିଡ ୧୯ ପରିଚାଳନାରେ ବିଫଳତା କାରଣରୁ ସେହି ସମୟରେ କ୍ଷମତାସୀନ ଥିବା ବିଶ୍ବର ଅଧିକାଂଶ ସରକାର ଉପରେ ଲୋକଙ୍କ ଆସ୍ଥା ତୁଟିଯାଇଥିଲା । ୨୦୨୪ରେ ଭାରତ ସମେତ ଅନେକ ରାଷ୍ଟ୍ରରେ ନିର୍ବାଚନ ହୋଇଥିଲା । କୋଭିଡ ଜନିତ ଅର୍ଥନୀତି ପରିଚାଳନାରେ ବିଫଳତା ହେତୁ ବିଶ୍ବର ଅଧିକାଂଶ ରାଷ୍ଟ୍ର ନିର୍ବାଚନରେ ହାରିଥିଲେ । ଏହି ମନ୍ତବ୍ଯ ଲାଗି ଜୁକରବର୍ଗଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ର ରେଳବାଇ, ସୂଚନା ଓ ପ୍ରସାରଣ ତଥା ଇଲକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଗତ ୨୦୧୪ ଓ ୨୦୧୯ ନିର୍ବାଚନରେ ଏନଡିଏ ପୂର୍ଣ୍ଣ ସଂଖ୍ଯା ଗରିଷ୍ଠତା ହାସଲ କରିଥିଲେ ବି ୨୦୨୪ ନିର୍ବାଚନରେ ଏନଡିଏ ବିଶେଷ ସଫଳତା ହାସଲ କରି ନଥିଲା ।

ଟିମ୍ ଇଣ୍ଡିଆ ଖେଳାଳୀଙ୍କ ସହ ଜଳଖିଆ ଖାଇ ବିବାଦରେ ଗମ୍ଭୀରଙ୍କ PA

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ PA କୁ ନେଇ ଉଠିଲା ପ୍ରଶ୍ନ । BCCI ଅଧିକାରୀ ଉଠାଇଲେ ପ୍ରଶ୍ନ । ଅଷ୍ଟ୍ରେଲିଆରେ ଟିମ୍ ସହ କାହିଁକି ଥିଲେ ଗୌତମ ଗମ୍ଭୀରଙ୍କ ପିଏ ।

ଭାରତୀୟ କ୍ରିକେଟର ଟିମ୍ ଗତ ଟେଷ୍ଟ ସିରିଜରେ ନିରାଶଜନକ ପ୍ରଦର୍ଶନ ପରେ କୋଚ୍ ଗୌତମ ଗମ୍ଭୀର ନଜରକୁ ଆସିଛନ୍ତି । ଭାରତୀୟ ଦଳ ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ହାରିଥିଲା ​​ଏବଂ ପରେ ସୀମା-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଦ୍ୱାରା ପରାସ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ କୋଚ୍ ଗମ୍ଭୀର ପୁଣି ଏକ ବିବାଦକୁ ଆସିଛନ୍ତି । ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ସହାୟକଙ୍କୁ ନେଇ ପ୍ରଶ୍ନ ଉଠିଛି।  ବିସିସିଆଇର ଜଣେ ଅଧିକାରୀ ଗମ୍ଭୀରଙ୍କ ପିଏକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଚୟନକର୍ତ୍ତାଙ୍କ କାରରେ ଗମ୍ଭୀରଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଦେଖାଯାଇଥିଲା। ସେ ଗମ୍ଭୀରଙ୍କ ସହିତ ଡ୍ରେସିଂ ରୁମ୍ ସେୟାର ମଧ୍ୟ କରନ୍ତି ଏବଂ ଟିମଙ୍କ ସହ ହୋଟେଲରେ ରୁହନ୍ତି । ଏହା ଠିକ୍ ନୁହେଁ, ଏହା ଟିମ୍ ଇଣ୍ଡିଆର ଗୋପନୀୟତାକୁ ଉଲ୍ଲଂଘନ କରୁଛି ବୋଲି କହିଛନ୍ତି ଅଧିକାରୀ ।

ଗମ୍ଭୀରଙ୍କ PA ଉପରେ ଅସନ୍ତୋଷ ବ୍ୟକ୍ତ କରି ବିସିସିଆଇ ଅଧିକାରୀ କହିଛନ୍ତି, ଗମ୍ଭୀରଙ୍କ PA କାହିଁକି ଚୟନକର୍ତ୍ତାଙ୍କ କାରରେ ବସିଥିଲେ? ତୃତୀୟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ଚୟନକର୍ତ୍ତାମାନେ ସେମାନଙ୍କର ସମସ୍ୟା ବିଷୟରେ ବ୍ୟକ୍ତିଗତ ଭାବରେ ଆଲୋଚନା କରିପାରିବେ ନାହିଁ । କେବଳ ଏତିକି ନୁହେଁ, ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ଙ୍କ ପାଇଁ ନିର୍ମିତ ଜଳଖିଆ ସ୍ଥାନରେ ମଧ୍ୟ ଗମ୍ଭୀରଙ୍କ PA ଉପସ୍ଥିତ ଥିଲେ, ଏହା କାହିଁକି? ଏଭଳି ଅନେକ ପ୍ରଶ୍ୱ କରିଛନ୍ତି ବିସିସିଆଇ ଅଧିକାରୀ ।