ନନ୍ଦିଘୋଷ ବ୍ୟୁରୋ: ହୋଲିରେ ଏଥର ରଙ୍ଗ ଖେଳ ନୁହେଁ, ହୋଇଛି ରକ୍ତର ହୋଲି ଖେଳ । ରାଜ୍ୟରେ ଗଡ଼ିଛି ୫ଟି ମୁଣ୍ଡ । ମାତିଲେ ଅପରାଧୀ ଲାଗୁଛି ଆଇନ ଶୃଙ୍ଖଳା ବୋଲି କିଛି ନାହିଁ । ଦିନ ଦ୍ଵିପହରରେ କାହାକୁ ଖାତିର ନ କରି ମାତିଲେ ଅପରାଧୀ । ରାଜଧାନରେ ଏତେ ସୁରକ୍ଷା ସତ୍ତ୍ଵେ ଦୁଇ ଦୁଇଟି ମର୍ଡର । ହାଇପ୍ରୋଫାଇଲ ସହିଦ ନଗର ଅଞ୍ଚଳର ଶାନ୍ତିପଲ୍ଲୀରେ ଜଣେ ଯୁବକକୁ ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ଵର ଥାନା ସମେଇଗଡ଼ିଆ ଅଞ୍ଚଳରେ ହୋଇଛି ଦ୍ଵିତୀୟ ହତ୍ୟାକାଣ୍ଡ। ଭୁବନେଶ୍ଵରରେ ଗୋଟିଏ ଦିନରେ ଦୁଇଟି ଦୁଇଟି ମର୍ଡର ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରଶ୍ନ ଉଠୁଛି, ପୋଲିସ ପ୍ରତି କଣ ଆଉ ଅପରାଧୀଙ୍କ ଭୟ ନାହିଁ। କେବଳ ଭୁବନେଶ୍ଵରରେ ନୁହେଁ ସମ୍ଵଲପୁରରେ ବି ଘଟି ଯାଇଛି ଏକ ହତ୍ୟାକାଣ୍ଡ। ସାହୁ କଲୋନିରେ ଜଣେ ଯୁବକକୁ ଘରୁ ଡାକି ନେଇ ତାର ଜୀବନ ନେଇଛନ୍ତି ଦୁର୍ବୃତ୍ତମାନେ। ସେହିପରି ଅନୁଗୁଳ ନାଖରାସାହିରେ ଭୁଜାଲି ଚୋଟରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସେହିପରି ବ୍ରହ୍ମପୁରରେ ବି ଏକ ମର୍ଡର ହୋଇଛି। ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର କଣ୍ଟ୍ରାକ୍ଟର ଟି. ରାମଚନ୍ଦ୍ର ପାତ୍ରଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ପୋଲିସ ପହଞ୍ଚି ତଦନ୍ତ କରିଛି। ହୋଲି ପରି ଦିନରେ ରାଜ୍ୟର ୪ ପ୍ରମୁଖ ସହରରେ ୫ଟି ହତ୍ୟାକାଣ୍ଡ । ସତେ ଯେମିତି ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ। ଘରୁ ବାହାରିବାକୁ ମଧ୍ୟ ଡର ଲାଗିଲାଣି।
ଦୋଳ ମେଲଣ ଉତ୍ସବ,ରୋଷଣୀରେ ସୁସଜ୍ଜିତ ବିମାନରେ ବିଜେ କଲେ ଦୋଳ ଗୋବିନ୍ଦ
ନନ୍ଦିଘୋଷ ବ୍ୟୁରୋ : ରଙ୍ଗବେରଙ୍ଗର ସୁସଜ୍ଜିତ ବିମାନରେ ଆସୁଛନ୍ତି ଦୋଳ ଗୋବିନ୍ଦ । ବାଜାବାଣ ରୋଷଣୀରେ ମେଳଣ ପଡ଼ିଆକୁ ବିଜେ କରୁଛନ୍ତି ରାଧା କୃଷ୍ଣଙ୍କ ଚଳନ୍ତି ପ୍ରତିମା । ମେଳଣ ପଡ଼ିଆରେ ଲାଗିଛି ହଜାର ହଜାର ଲୋକ ଭିଡ । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବ୍ରାହ୍ମଣଗାଁରେ ପାଳିତ ହୋଇଛି ମେଳଣ ଉତ୍ସବ । ଏହି ମେଳଣ ଉତ୍ସବ ୧୪୮୫ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇ ଚଳିତ ବର୍ଷ ୫୨୫ ବର୍ଷରେ ପଦାର୍ପଣ କରିଛି । ପାଞ୍ଚଟି ବିମାନକୁ ନେଇ ଆରମ୍ଭ ହୋଇ ଥିବା ମେଳଣ ଉତ୍ସବ ୪୨ଗୋଟି ବିମାନରେ ପହଞ୍ଚିଛି । ଦିଅଁ ଦର୍ଶନ ସହିତ ସୁସଜ୍ଜିତ ବିମାନ ଦେଖିବାକୁ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ୨ ଦିନ ଧରି ଆୟୋଜିତ ହୋଇଥିବା ଏହି ଭାଇ ଚାରାର ମେଳଣରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ । ଏହି ଅବସରରେ ବହୁ ଉଠା ଦୋକାନ ଲାଗିଥାଏ ।
ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି ଦୋଳ ପୂର୍ଣ୍ଣିମା । ରୋଷଣୀରେ କାନ୍ଧରେ ଆସୁଛନ୍ତି ଦୋଳ ଗୋବିନ୍ଦ । ସାମିଲ୍ ହୋଇଛନ୍ତି ଉଭୟ ହିନ୍ଦୁ ମୁସଲିମ୍ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଶଗଡା ପଞ୍ଚାୟତ ରେଂଘାଳୋ ଠାରେ ପବିତ୍ର ଦୋଳ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଦୁଇଟି ସୁସଜିତ ବିମାନରେ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମା ଗାଁ ପରିକ୍ରମା କରିବା ସହିତ ଚରେରୀରେ ଭୋଗ ଖାଇଥିଲେ । ଦୋଳପୂର୍ଣ୍ଣିମା ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବନ୍ଧୁ ବାନ୍ଧବ ଘରକୁ ନିମନ୍ତ୍ରତ ହୋଇ ଏହି ପର୍ବରେ ସାମିଲ ହୁଅନ୍ତି । ଅନେକ ବର୍ଷରୁ ଏହି ନିଆରା ଭାଇଚାରା ପରମ୍ପରା ଚାଲିଆସୁଛି । ତେବେ ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କୁ ରୋଷଣୀରେ ପାଛୋଟି ଆଣୁଥିବା ବେଳେ ପରସ୍ପର ମଧ୍ୟରେ ଅବିର ଲଗାଇ ହୋଲି ଖେଳିଥିଲେ । ଏହାପରେ ଦୋଳବେଦୀକୁ ବିରାଜମାନ କରିଥିଲେ ରାଧାକୃଷ୍ଣ।
ଗଞ୍ଜାମ ଜିଲ୍ଲାର ଆସିକା ବ୍ଳକ ଭେଟନଇ ଗାଁ ନିକଟ ମାଆ କଙ୍କଣ ଦେବୀଙ୍କ ପୀଠରେ ଦୋଳ ଯାତ୍ରା ପାଳିତ ହୋଇଯାଇଛି । ଦୋଳ ପୂର୍ଣ୍ଣମାରେ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମାଆ କଙ୍କଣ ଦେବୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଲୋକ କଥା ଅନୁଯାୟୀ ଘୁମୁସରର ଭଞ୍ଜବଂଶିୟ ରଜତନ୍ତ୍ର ସମୟରୁ ଏଠାରେ ବିରାଟ ପ୍ରସ୍ତର ଖଣ୍ଡ ରୂପରେ କଙ୍ଗଣ ଦେବୀ ପୂଜା ପାଇଆସୁଛନ୍ତି । ମାଆଙ୍କ ପାଖରେ ମାନସିକ ରଖି କୁଣ୍ଡାପୋଡ଼ ପିଠା ଓ ପଣାଭୋଗ କଲେ ହଜିଥିବା ଜିନିଷ ମିଳିଯାଏ ବୋଲି ବିଶ୍ଵାସ ରହିଛି । ବିରାଟ କାୟ ପଥର ଖଣ୍ଡଟି ଛୋଟିଆ ପଥର ଉପରେ ରହିଥିବାରୁ ସମସ୍ତଙ୍କୁ ଆଶ୍ଚଯ୍ୟ କରିଥାଏ ।
ସମ୍ବଲପୁରରେ ଘରୁ ଡାକିନେଇ ଯୁବକଙ୍କୁ ହାଣିଦେଲେ ଦୁବୃର୍ତ୍ତ
ସମ୍ବଲପୁର: ସମ୍ବଲପୁର ସାହୁ କଲୋନୀରେ ଯୁବକଙ୍କୁ ହତ୍ୟା । ଘରୁ ଡ଼ାକିଆଣି ଜଣେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ମୃତ ଯୁବକ ଆଦିତ୍ୟ ସାଲମା ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଅଭିଯୋଗ ହୋଇଛି । ଆଜି ଅପରାହ୍ନ ୩ ଟା ସମୟରେ ହୋଲି ଖେଳ ଚାଲୁଥିବା ବେଳେ କିଛି ଯୁବକ ଆଦିତ୍ୟଙ୍କୁ ତାଙ୍କ ଘର ନିକଟରୁ ଉଠାଇ ନେଇ ନିକଟ ହନୁମାନ ମନ୍ଦିର ପାଖରେ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ମାରିଛନ୍ତି ଦୁର୍ବୃତ୍ତ l ଯୁବକଙ୍କ ମୃତ୍ୟୁ ପରେ ସଦର ମେଡିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି l ମେଡିକାଲରେ ଦୁଇ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

